ରିଙ୍କୁ ଶର୍ମା ହତ୍ୟା ମାମଲା । ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର । ୫ ଅଭିଯୁକ୍ତ ଗିରଫ୍

କନକ ବ୍ୟୁରୋ : ଦିଲ୍ଲୀ ମଙ୍ଗୋଲପୁର ଅଞ୍ଚଳରେ କିଛି ଦୁର୍ବୃତ୍ତ ରିଙ୍କୁ ଶର୍ମା ନାମକ ଜଣେ ଯୁବକକୁ ଛୁରୀ ମାରି ହତ୍ୟା କରିଦେଇଥିଲେ । ଏହି ମାମଲା ଏବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ଏହି ମାମଲାର ଚାର୍ଜସିଟ୍ ୩୦ ଦିନ ମଧ୍ୟରେ କୋର୍ଟରେ ଦାଖଲ କରିବା ବୋଲି ସୂଚନା ମିଳିଛି । ତୁରନ୍ତ ଏହି ମାମଲାର ପର୍ଦ୍ଦାଫାସ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ୫ ଅଭିଯୁକ୍ତ ହେଲେ ଜାହିଦ୍, ଦାନିଶ, ତାଜୁଦ୍ଦିନ, ଓ ଇସ୍ଲାମ୍ । ରିଙ୍କୂୁଙ୍କ ପରିବାର ଲୋକେ କହିଛନ୍ତି କି ରିଙ୍କୁ ବଜରଙ୍ଗ ଦଳ ସହିତ ଜଡିତ ଥିଲା ଓ ଜୟ ଶ୍ରୀରାମ ନାରା ଲଗାଉଥିଲା । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଛି ।
ରିଙ୍କୁଙ୍କ ପରିବାର ଲୋକେ ଆହୁରି ଅଭିଯୋଗ କରିଛନ୍ତି କି ଅଗଷ୍ଟ ୫ ତାରିଖ ଦିନ ରିଙ୍କୁ ରାମ ମନ୍ଦିର ନିର୍ମାଣକୁ ନେଇ ଖୁସିଥିଲା ଓ ଏନେଇ ସେ ଏକ ରାଲି ବାହାର କରିଥିଲା । ଏହାକୁ ନେଇ ହତ୍ୟା ଅଭିଯୁକ୍ତ ମାନେ ରିଙ୍କୁ ଉପରେ ଅସନ୍ତୁଷ୍ଟ ଥିଲେ । ରିଙ୍କୁ ର ମା କହିଛନ୍ତି କି ୩୦ ରୁ ୪୦ ଜଣ ଲୋକ ହାତରେ ମାରଣାସ୍ତ୍ର ଧରି ଆସିଲେ ଓ ରିଙ୍କୁକୁ ନିର୍ଦ୍ଧୁମ ମାଡ ମାରିଲେ । ମାଡ ଖାଉଥିବା ବେଳେ ବି ରିଙ୍କୁ ଜୟ ଶ୍ରୀରାମ ନାରା ଲଗାଉଥିଲା ।
ସେପଟେ ରିଙ୍କୁ ହତ୍ୟାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ ବି ବୟାନ ଜାରି କରିଛି । ଦିଲ୍ଲୀ ପୋଲିସର ପ୍ରବକ୍ତା ଚିନ୍ମୟ ବିଶ୍ୱାଳ କହିଛନ୍ତି କି ଫେବୃଆରୀ ୧୦ ତାରିଖ ଦିନ ସଂନ୍ଧ୍ୟା ବେଳେ ମଙ୍ଗୋଲପୁରୀ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ କିଛି ଯୁବକ ଜନ୍ମଦିନ ପାର୍ଟି ପାଳନ କରିବାକୁ ଆସିଥିଲେ । ସେଠାରେ କିଛି କାରଣକୁ ନେଇ ରେଷ୍ଟୁରାଣ୍ଟ ମାଲିକ ସହିତ ଆସିଥିବା ଯୁବକ ମାନଙ୍କର ଝଗଡା ହୋଇଥିଲା । ଝଗଡା ପରେ ଯୁବକ ମାନେ ସେଠାରୁ ପଳାଇଥିଲେ । ତାହା ମଧ୍ୟରୁ କିଛି ଯୁବକ ହଠାତ୍ ଯାଇ ରିଙ୍କୁ ଶର୍ମାଙ୍କ ଘରେ ପହଂଚିଥିଲେ । ସେଠାରେ ସେମାନେ ରିଙ୍କୁ ସହିତ ଝଗଡା କରି ରିଙ୍କୁଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରିଙ୍କୁର ମୃତ୍ୟୁ ହୋଇଥିଲା । ଏହି ଝଗଡାକୁ ନଜରରେ ରଖି ପୋଲିସ ଅନୁସନ୍ଧାନ ଜାରି ରଖିଛି । ହେଲେ ରିଙ୍କୁଙ୍କ ପରିବାର ଲୋକ ଯେଉଁ ଧାର୍ମିକ ଭାବନାକୁ ନେଇ ରିଙ୍କୁଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣୁଛନ୍ତି ସେ ନେଇ କିଛି ପ୍ରମାଣ ମିଳି ନଥିବା ପୋଲିସ କହିଛି ।

from Kanak News
via <a href="https://ifttt.com/?

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରୁ ଟ୍ରାକରେ ଗଡିବ ସମସ୍ତ ଟ୍ରେନ । ଏମିତି ଲାଭ ପାଇବେ ରେଳଯାତ୍ରୀ …..

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ପ୍ରକୋପ ଏବେ ଧିରେ ଧିରେ କମିବାରେ ଲାଗିଛି । ଏହି କ୍ରମରେ କାରବାର ସମେତ ଅନ୍ୟାନ୍ୟ ଗତିବିଧି ବି ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଲାଣି । ଏହି ସମୟରେ ରେଳଯାତ୍ରୀ ମାନଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି । ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏପ୍ରିଲ ମାସ ୧ ତାରିଖରୁ ସବୁ ପାସେଞ୍ଜର ଟ୍ରେନ ଚାଲିବ । ଏହା ମଧ୍ୟରେ ଜେନେରାଲ , ଶତାବ୍ଦୀ ଓ ରାଜଧାନୀ ଭଳି ଟ୍ରେନ ବି ସାମିଲ ରହିବ । ଏନେଇ ରେଳ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କୁହାଯାଇଛି ।
ସୂଚନା ମୁତାବକ ଏପ୍ରିଲ ମାସରେ ହୋଲି ପର୍ବ ଥିବାରୁ ରେଳଯାତ୍ରୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଯାହାକୁ ନେଇ ରେଳ ବିଭାଗ ଶତ ପ୍ରତିଶତ ରେଳ ଚଳାଇବାକୁ ପ୍ରସ୍ତୁତ ହେଉଛି । କହିରଖୁ କି କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ୬୫ ପ୍ରତିଶତ ପାସେଞ୍ଜର ଟ୍ରେନ୍ ଚାଲିଛି ।
କରୋନା ମହାମାରୀର ପ୍ରକୋପକୁ ରୋକିବାକୁ ଦେଶବ୍ୟାପି ଲାଗୁ ହୋଇଥିବା ଲକଡାଉନକୁ ନଜରରେ ରଖି ସବୁ ପାସେଞ୍ଜର ଟ୍ରେନ୍ କୁ ବନ୍ଦ କରାଯାଇଥିଲା । ସେହି ସମୟରେ କେବଳ କୋଭିଡ୍ ସ୍ପେଶାଲ ଟ୍ରେନ ଚଳା ଚଳ କରୁଥିଲା । ଏହାସହ ପାର୍ବଣ ସମୟରେ ବି କିଛି ସ୍ୱତନ୍ତ୍ର ଟ୍ରେନ୍ ଚଳା ଚଳ କରାଇଥିଲା ରେଳ ବିଭାଗ । ହେଲେ ଏବେ କରୋନାର ପ୍ରକୋପ କମିଥିବାରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚାଳାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । କହିରଖୁ କି ବର୍ତ୍ତମାନ ୩୦୦ ରୁ ଅଧିକ ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ୍ ଟ୍ରାକରେ ଗଡୁଛି ।
ସୂଚନା ଥାଉକି ଏବେ ଯେଉଁ କୋଭିଡ ସ୍ପେଶାଲ ଟ୍ରେନ ଚାଲୁଛି ସେଥିରେ ଯାତ୍ରା କରିବା ପାଇଁ ଯାତ୍ରୀ ମାନଙ୍କୁ ଅଧିକ ଭଡା ଦେବାକୁ ପଡୁଛି । ହେଲେ ସମ୍ପୁର୍ଣ୍ଣ ରେଳ ଚଳା ଚଳ ସ୍ୱାଭାବିକ ହେବା ପରେ କରୋନା ପୂର୍ବରୁ ଯେଭଳି ଭଡା ଥିଲା ତାହା ପୁଣି ଲାଗୁ ହେବ । ଅର୍ଥାତ ଯାତ୍ରୀମାନଙ୍କ ପାଇଁ ଟିକେଟ ଶସ୍ତା ହେବ ।

from Kanak News
via <a href="https://ifttt.com/?

‘ବିଜେଡି ସରକାରଙ୍କୁ ଧିକ୍’: କୋଟିଆ ପାଇଁ ବିଜେଡିକୁ କଡ଼ା ସମାଲୋଚନା କଲେ ପିସିସି ସାଭପତି । କହିଲେ, କୋଟିଆକୁ ମିଳିନି ମୌଳିକ ସୁବିଧା…

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ବିଜେଡିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା । ଟ୍ୱିଟ୍ କରି ନିରଞ୍ଜନ କହିଲେ, ଓଡ଼ିଶାର ଇଞ୍ଚେ ଜମିକୁ ମଧ୍ୟ ଆନ୍ଧ୍ରପ୍ରଦେଶକୁ ନେବାକୁ ଦେବୁନାହିଁ । ବିଜେଡି ସରକାର ତାର ୨୦ ବର୍ଷର ଶାସନ କାଳରେ କୋଟିଆ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି । ତେଣୁ ଖୁବକମ୍ ଲୋକ ଆନ୍ଧ୍ରପ୍ରଦେଶକୁ ପସନ୍ଦ କରିପାରନ୍ତି । 

ଏହା ବିଜେଡି ସରକାରଙ୍କ ପାଇଁ ଲଜ୍ଜା । ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବା ମୁଖ୍ୟମନ୍ତ୍ରୀଙ୍କ ଅକ୍ଷମତା ଯାହା ଓଡ଼ିଶାର ସବୁଠାରୁ ବଡ଼ ଦୁର୍ବଳତା ପାଲଟିଛି । ଆସ୍ତୁ ମିଳିମିଶି ଏହା ବିରୋଧରେ ସ୍ୱର ଉଠାଇବା ଏବଂ ଶୀଘ୍ର କାର୍ଯ୍ୟ କରିବାର ସମୟ ଆସିଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଯେ, କିଛି ସାହସ ଦେଖାଇ ଆନ୍ଧ୍ରର ଏଭଳି ଦାଦାଗିରି ବିରୁଦ୍ଧରେ ଆକ୍ସନ ନିଅନ୍ତୁ । 

from Kanak News
via <a href="https://ifttt.com/?

ଆସନ୍ତା ୧୬ରେ ସୁନ୍ଦରଗଡ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରହିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ 

କନକ ବ୍ୟୁରୋ : ଆସନ୍ତା ୧୬ରେ ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରୁଛନ୍ତି । ଏହି ଅବସରରେ ସେ ଜିଲ୍ଲାବାସୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କରିବେ ।
ତେବେ ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୮ଶହ ୩୪ ଦଶମିକ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୮ଟି ପ୍ରକଳ୍ପ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ୩ହଜାର ୯ଶହ ୫୮ ଦଶମିକ ୭୬ କୋଟିର, ୨୪୦ଟି ପ୍ରକଳ୍ପ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ବିଜେଡ଼ିରେ ଉତ୍ସାହ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ୧୭ ଜଣ ମନ୍ତ୍ରୀ ଓ ୭୦ଜଣ ବିଧାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତ୍ୁତି କରିବେ ।

from Kanak News
via <a href="https://ifttt.com/?

ସୀମାନ୍ତବର୍ତୀ ଗଜପତି ଜିଲ୍ଲାରେ ସୀମା ଲଂଘିଲା ଆନ୍ଧ୍ର । ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲା ନାଲି ଆଖି, ଆନ୍ଧ୍ର ପୁଲିସ ଛଡାଇ ନେଲେ ମୋବାଇଲ୍ ଓ ଆଇଡେଂଟି କାର୍ଡ

କନକ ବ୍ୟୁରୋ : ଆନ୍ଧ୍ର ପାଇଁ ଭୋଟ ଦେଉଛି ଓଡିଶା । ଏତେ ସବୁ ବାଦବିବାଦ ଓ ଟଣଓଟରା ସତ୍ୱେ ଷଡଯନ୍ତ୍ରରୁ ଓହରି ନାହିଁ ପଡୋଶୀ । ମାମଲା ନ୍ୟାୟାଳୟଙ୍କ ପାଖରେ ବିଚାରଧିନ ଥିବାବେଳେ କଡା ସୁରକ୍ଷା ଭିତରେ ମତଦାନ ଚାଲିଛି । ଆଉ ଏସଂପର୍କୀତ ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛି ଆନ୍ଧ୍ର ପୁଲିସ ।
ଆନ୍ଧ୍ରପ୍ରଦେଶ –ଓଡିଶା ସୀମା ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତରେ ଆନ୍ଧ୍ର ପକ୍ଷରୁ ପଂଚାୟତ ନିର୍ବାଚନ କରାଯାଉଛି । ଆଉ ଏ ସଂପର୍କୀତ ଖବର ସଂଗ୍ରହ ବେଳେ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡାଙ୍କୁ ଅଟକ ରଖିଥିଲା ଆନ୍ଧ୍ର ପୁଲିସ । କାହିଁକି ଆନ୍ଧ୍ର ସୀମାରେ ପଶି ଖବର ସଂଗ୍ରହ କରୁଛ ବୋଲି କହି ଦାଦାଗିରି ଦେଖାଇଥିଲା ପଡୋଶୀ ପୁଲିସ । କେବଳ ଏତିକି ନୁହେଁ ତାଙ୍କ ଠାରୁ ମୋବାଇଲ ଓ ଆଇଡି କାର୍ଡ ଛଡାଇ ନେଇଥିଲେ । ଆନ୍ଧ୍ର ଅଧିକାରୀ ଓଡିଶା ଲୋକଙ୍କୁ ପ୍ରଲୋଭନ ଦେଖାଉଥିବା ବେଳେ ମୋବାଇଲରେ ସୁଟ୍ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ୍ କରି ଦେଇଛନ୍ତି ଆନ୍ଧ୍ର ପୁଲିସ । ଏବଂ ଆନ୍ଧ୍ର ସୀମାରୁ ବାହାରି ଯିବାକୁ କହି ଗିରଫଦାରୀର ଧମକ ଦେଖାଇଛି ପୁଲିସ । ଆନ୍ଧ୍ରସୀମାକୁ ଲାଗି ରହିଛି ଗଜପତି ଗଙ୍ଗାବାଡ଼ ପଂଚାୟତ ଏକାଧିକ ଗାଁ । ସେହି ଗାଁ ଗୁଡିକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି । ଏଠାକାର ଲୋକଙ୍କ ପାଖରେ  ଓଡିଶାର ଭୋଟର ଆଇଡି କାର୍ଡ ଥିବା ବେଳେ ଆନ୍ଧ୍ରପ୍ରଦେଶ ଆନ୍ଧ୍ର ସାବା କୋଟା ପଂଚାୟତ ଭୋଟର ତାଲିକାରେ ଏମାନଙ୍କୁ ସାମିଲ କରାଯାଇଛି  । ମାଣିକପାଟଣା ଗାଁ ଜଣେ ମହିଳା ଆନ୍ଧ୍ର ପଂଚାୟତ ର୍ନିବାଚନରେ ସାବା ପଂଚାୟତର ୱାର୍ଡର ସଭ୍ୟ ଭାବରେ ଅଂଶ ଗ୍ରହଣ କରିଛନ୍ତି । ସୀମାକୁ ନେଇ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଥିବା ୨ ରାଜ୍ୟର ପରିଚୟ ପତ୍ର ରହିଛି ଲୋକଙ୍କ ପାଖରେ ରହିଛି ।

from Kanak News
via <a href="https://ifttt.com/?

ନାଗରକିତା କାନୁନକୁ ନେଇ ଶାହିନବାଗରେ ଧାରଣା ପ୍ରଦର୍ଶନ ପ୍ରସଙ୍ଗ । ସବୁ ସ୍ଥାନରେ ସବୁ ସମୟରେ କରାଯାଇ ପାରିବ ନାହିଁ ବିରୋଧ ପ୍ରଦର୍ଶନ: ସୁପ୍ରିମକୋର୍ଟ

କନକ ବ୍ୟୁରୋ : ନାଗରିକତା କାନୁନ୍ ବିରୋଧରେ ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟ ଉପରେ ପୁଣି ବିଚାର କରିବାକୁ ମନା କରିଦେଇଛନ୍ତି । ଏହା ସହ କୋର୍ଟ କହିଛନ୍ତି କି କୌଣସି ଗୋଟିଏ ସାର୍ବଜନିକ ସ୍ଥାନରେ ଦୀର୍ଘ ସମୟ ଧରି ଧାରଣା ପ୍ରଦର୍ଶନ କରି ଅନ୍ୟ ଲୋକ ମାନଙ୍କର ଅଧିକାରକୁ ପ୍ରଭାବିତ କରାଯାଇ ପାରିବ ନାହିଁ । ବିରୋଧ ପ୍ରଦର୍ଶନ କରିବା ପାଇଁ ସବୁ ସମୟ ଓ ସବୁ ସ୍ଥାନରେ ଅନୁମତି ମିଳିପାରିବ ନାହିଁ ।
ଅଦାଲତ ଟିପ୍ପଣୀ କରି କହିଛନ୍ତି କି ସାମ୍ବିଧାନିକ ଯୋଜନା, ବିରୋଧ ଓ ଅସନ୍ତୁଷ୍ଟି ପ୍ରକାଶ କରିବାର ଅଧିକାର ପ୍ରଦାନ କରେ କିନ୍ତୁ କିଛି କର୍ତ୍ତବ୍ୟର ବାଧ୍ୟତା ସହିତ । ଅଦାଲତ ତାଙ୍କ ଆଦେଶରେ କହିଛନ୍ତି କି ଆମେ ସାଧାରଣ ଆବେଦନ ଉପରେ ସମୀକ୍ଷା ଆବେଦନ ଏବଂ ରେକର୍ଡ ଉପରେ ବିଚାର କରିଛୁ । ହେଲେ ତାହା ମଧ୍ୟରୁ କୌଣସି ଭୁଲ ମିଳିପାରି ନାହିଁ । ବିଚାରପତି ଏସକେ କୌଲ, ବିଚାରପତି ଅନିରୁଦ୍ଧ ବୋଷ ଓ ବିଚାରପତି କୃଷ୍ଣ ମୁରାରୀଙ୍କ ଏକ ଖଣ୍ଡପୀଠ ଏହି ରାୟ ଘୋଷଣା କରିଛନ୍ତିି ।
ସୂଚନା ଥାଉକି ନାଗରିକତା କାନୁନ୍ ବିରୋଧରେ ଶାହିନବାଗ ଠାରେ ପ୍ରଦର୍ଶନ କରୁଥିବା କିଛି ମହିଳା ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ସେଥିରେ ସେ କହିଥିଲେ କି ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ଅକ୍ଟୋବର ୨୦୨୦ ରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଜାରି କରିଥିଲେ ତାହା ଉପରେ ଆଉଥରେ ବିଚାର କରନ୍ତୁ । ହେଲେ ଆଜି କୋର୍ଟ ଏହି ଆବେଦନକୁ ଖାରଜ କରି ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି ।
ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ଉପରେ ପୁର୍ନ ବିଚାର କରିବାକୁ ନଭେମ୍ବର ୨୦୨୦ ରେ ଆବେଦନ ହୋଇଥିଲା । ଆବେଦକାରୀ ମାନେ ଅଭିଯୋଗ କରିଥିଲେ କି ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଦ୍ୱାରା ସରକାରଙ୍କ ଭୂଲ ନିଷ୍ପତ୍ତି ବିରୋଧରେ ଏବେ ଆନ୍ଦୋଳନ କରିବା ନେଇ ଅନିଶ୍ଚିନ୍ତତା ଦେଖା ଦେଇଛି ।
ସୂଚନା ଥାଉକି ନାଗରିକତା କାନୁନ ସଂଶୋଧନ ବିରୋଧରେ ପୂର୍ବବର୍ଷ ଶାହିନବାଗ ଠାରେ ଦୀର୍ଘ ସମୟ ଆନ୍ଦୋଳନ ଜାରି ରହିଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଆନ୍ଦୋଳନକୁ ଆନ୍ଦୋଳନ ସ୍ଥଳରୁ ହଟାଇବାକୁ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଥିଲେ କି ସାର୍ବଜନିକ ସ୍ଥଳ ଖାଲି କରିବାକୁ ପୋଲିସ ପାଖରେ ଅଧିକାର ରହିଛି । ଏହା ସହ କୌଣସି ସାର୍ବଜନିନ ସ୍ଥାନକୁ ଘେରି ଦୀର୍ଘ ସମୟ ଧରି ଆନ୍ଦୋଳନ କରାଯାଇ ପାରିବ ନାହିଁ ।

from Kanak News
via <a href="https://ifttt.com/?

ଗତ ୨୪ ଘଣ୍ଟାରେ ଦେଶରେ ୧୨,୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପ୍ରାଣ ହରାଇଛନ୍ତି ୧୦୩ ଜଣ ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୧୪୩ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୧୪୩ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୦୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୮,୯୨,୭୪୬ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ୧୦୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୫,୫୫୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୧, ୩୯୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୬,୦୦,୬୨୫।

ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧,୩୫,୫୭୧ରେ ପହଞ୍ଚିଛି। କ୍ରମାଗତ ୨୫ ଦିନ ଲାଗି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ତଳେ ରହିଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣ ସଂଖ୍ୟାର ୧.୨୫%। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ସମୁଦାୟ ୭,୯୬୭,୬୪୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏହାଛଡ଼ା, ଆଜି ପ୍ରଥମପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଡୋଜ୍‌ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଫେବ୍ରୁଆରି ୧୨ ସୁଦ୍ଧା ସମୁଦାୟ ୨୦,୫୫,୩୩,୩୯୮ ନମୁନା ପରୀକ୍ଷା ସରିଛି।

from Kanak News
via <a href="https://ifttt.com/?

ଆରମ୍ଭ ହେଲା ବିଜେପିର ଚକାଜାମ୍ । ୩ଘଣ୍ଟା ଯାଏଁ ରାସ୍ତାରେ ଗଡିବନି ଗାଡି 

କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ବିଜେପିର ଆରମ୍ଭ ହେଲା ଚକାଜାମ୍ । ୩ଘଣ୍ଟା ପାଇଁ ଗାଡି ଚଳାଚଳ ବନ୍ଦ ରହିବ । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେଇଛି ରାଜ୍ୟ ବିଜେପି । 

ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ବିଜେପି ଚକାଜାମ ଆନ୍ଦୋଳନ କରିଛି । ପୂର୍ବରୁ ବିଜେପି ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ବେଳେ ୨୨ ତାରିଖରେ ଆଲୋଚନା କରାଯାଇଥିଲା । ମଣ୍ଡିରୁ ଚାଷୀଙ୍କ ସମସ୍ତ ଧାନା ଉଠାଇ ନେବାପାଇଁ ଫେବ୍ରୁଆରୀ ୭ ଚତାରିଖ ଯାଏଁ ମହଲତ ଦିଆଯାଇଥିଲା । ଏହା ଭିତରେ ମିଲର୍ସଙ୍କ ଟାର୍ଗେଟ ବୃଦ୍ଧି କରି କିଛି କିଛି ଧାନ ଉଠାଯାଇଛି । ହେଲେ ଚାଷୀଙ୍କ ସମସ୍ତ ବଳକା ଧାନ ଉଠାଇବା ଦାବିରେ ଆଜି ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଦେଇ ଯାଇଥିବା ରାଜପଥ ଗୁଡିକରେ ଚକାଜାମ୍ କରିଛି ବିଜେପି ।  

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀରର ଗତବର୍ଷ ୩ ବିଜେପି ହତ୍ୟା କରିଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଖାଲିଦ୍ ଗିରଫ୍ । ସାମ୍ବା ଜିଲ୍ଲାରୁ ଗିରଫ୍ କଲା ପୋଲିସ । ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ମାମଲାରେ ବି ରହିଛି ସଂପୃକ୍ତି

କନକ ବ୍ୟୁରୋ : ଗତବର୍ଷ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ୩ ବିଜେପି ନେତାଙ୍କୁ ଆତଙ୍କବାଦୀ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟିଆରଏଫ ଆତଙ୍କବାଦୀ ସଂଗଠନର ସଦସ୍ୟ ଜହୁର ଅହମ୍ମଦ ଓରଫ୍ ଖାଲିଦକୁ ଗିରଫ୍ କରିଛି ପୋଲିସ । ସାମ୍ବା ଜିଲ୍ଲାରୁ ଖାଲିଦକୁ ଗିରଫ୍ କରାଯାଇଥିବା ନେଇ ପୋଲିସ ସୂଚାନ ଦେଇଛି । ପୋଲିସର ସୂଚନା ମୁତାବକ କେବଳ ୩ ବିଜେପି ନେତା ନୁହନ୍ତି ଖାଲିଦ୍ ବି ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲା ।
କାଶ୍ମୀର ଜୋନରେ ପୋଲିସ ଆଇଜି ଭାବେ କାର୍ଯ୍ୟରତ ବିଜୟ କୁମାରଙ୍କ ସୂଚନା ମୁତାବକ ଖାଲିଦକୁ ପୋଲିସ ଗୋଟିଏ ବର୍ଷ ହେବ ଖୋଜୁଥିଲା । ହେଲେ କିଛି ଦିନ ତଳେ ସୂଚନା ମିଳିଥିଲା କି ସେ ସାମ୍ବା ଜିଲ୍ଲାରେ ରହୁଛି । ସୂଚନା ପାଇବା ପରେ ପୋଲିସ ୧୨ ତାରିଖ ଦିନ ବିଳମ୍ବିତ ରାତିରେ ଖାଲିଦକୁ ସାମ୍ବା ଜିଲ୍ଲାରୁ ଗିରଫ୍ କରିବାରେ ସଫଳ ହୋଇଛି । କହିରଖୁ କି ଆତଙ୍କବାଦୀ ସଂଗଠନ ଟିଆରଏଫ ଲଶ୍କର-ଇ- ତୋଇବାର ଏକ ସଂଗଠନ ।
ପୋଲିସ ଆଇଜିଙ୍କ ସୂଚନା ମୁତାବକ ଗତବର୍ଷ ଅକ୍ଟୋବର ମାସ ୨୯ ତାରିଖରେ ଖାଲିଦ ଓ ତା’ କିଛି ସହଯୋଗୀ ମାନେ ମିଶି ସାମ୍ବା ଜିଲ୍ଲାର ୩ ବିଜେପି ନେତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରିଥିଲା । ଏହା ସହ ଦକ୍ଷିଣ କାଶ୍ମୀରର ଫୁରାରେ ଜଣେ ପୋଲିସକର୍ମୀ ହତ୍ୟା ମାମଲାରେ ବି ଖାଲିଦର ନାମ ରହିଛି ।

from Kanak News
via <a href="https://ifttt.com/?

ଆନ୍ଦୋଳନକୁ ଜୋରଦାର କରିବାକୁ ଆସନ୍ତା କାଲି ଠାରୁ ସାରା ଦେଶରେ ହେବ ମହାପଞ୍ଚାୟତ । ଫେବୃଆରୀ ୨୩ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ୨୩ ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି

କନକ ବ୍ୟୁରୋ :  କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି କାନୁନକୁ ବିରୋଧ କରି ୨୦୨୦ ନଭେମ୍ବର ମାସରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ପାଖା ପାଖି ୩ ମାସ ପୁରିଛି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୧୧ ଥର ବୈଠକ ବସି ସାରିଲାଣି । ହେଲେ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ    । ଗୋଟିଏ ପଟେ ସରକାର ତାଙ୍କ ଜିଦ୍ ରେ ଅଟଳ ଥିବା ବେଳେ କୃଷକ ମାନେ ୩ ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି । ଅନ୍ୟ ପଟେ କୃଷକ ମାନଙ୍କର ସମର୍ଥନ ଯୋଗଡ କରିବାକୁ କୃଷକ ସଂଗଠନ ମାନେ ଏବେ ମହାପଞ୍ଚାୟତ କୁ ଭରସା କରିଛନ୍ତି । ଏନେଇ କିଛି କିଛି ରାଜ୍ୟରେ ବି ମହାପଞ୍ଚାୟତ ବସୁଥିବା ଦେଖିବାକୁ ମିଳିଛି । କିନ୍ତୁ ଆସନ୍ତା କାଲି ଠାରୁ ସାରା ଦେଶରେ ମହାପଞ୍ଚାୟତ କରିବାକୁ ଅଣ୍ଟା ଭିଡିଛନ୍ତି କୃଷକ ଆନ୍ଦୋଳନର ମୁଖ୍ୟ ନେତା କୁହାଯାଉଥିବା ରାକେଶ ଟିକାୟତ । ରବିବାର ଠାରୁ ମହାରାଷ୍ଟ୍ର , ହରିଆଣା, ଓ ରାଜସ୍ଥାନରେ ୭ ଟି ବଡ ମହାପଞ୍ଚାୟତ କରାଯିବ ବୋଲି ଭାରତୀୟ କିଷାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତ ସୂଚନା ଦେଇଛନ୍ତି । ଏହି ସବୁ ମହାପଞ୍ଚାୟତରେ ସେ ଯୋଗ ଦେଇ ଆନ୍ଦୋଳନ ପ୍ରତି ଚାଷୀ ମାନଙ୍କ ସମର୍ଥନ ଯୋଗାଡ କରିବେ । ଏହି ମହାପଞ୍ଚାୟତ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିକେଏମୟୁର ଗଣମାଧ୍ୟମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରର ଆକୋଲା, ରାଜସ୍ଥାନର ସିକାର  ଓ ହରିଆଣାର କର୍ନଲ, ରୋହତକ୍, ସିର୍ସା     ଓ ହିସାର ଜିଲ୍ଲା ରେ ଏହି ମହାପଞ୍ଚାୟତ ଅନୁଷ୍ଠିତ ହେବ । ଏହି ମହାପଞ୍ଚାୟତରେ ମୁଖ୍ୟତ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନର ପରିଧି ଭିତରକୁ ଆଣିବାକୁ ସରକାରଙ୍କ ଉପରେ ଚାପ ପକାଯିବ ।
ସେପଟେ କୃଷକ ଆନ୍ଦୋଳନ ଆଳରେ ଜାନୁଆରୀ ୨୬ ତାରିଖରେ ହୋଇଥିବା ହିଂସାରେ ଅନେକ ଚାଷୀ ଓ ଚାଷୀ ନେତା ଗିରଫ୍ ହୋଇ ଏବେ ଜେଲରେ ଅଛନ୍ତି । ଏହାକୁ ନେଇ ଶ୍ରୀ ଟିକାୟତ କହିଛନ୍ତି କି ସରକାର ଜାଣି ଶୁଣି ହିଂସା କରିଥିବା ଲୋକଙ୍କୁ ଏବେ ବି ନିଜ ଛାଇ ତଳେ ଲୁଚାଇ ରଖି ସାଧାରଣ ଲୋକଙ୍କୁ ଗିରଫ୍ କରୁଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started