ଈସାଈ କିମ୍ବା ଇସ୍ଲାମ ଧର୍ମ ପରିବର୍ତ୍ତନ କରୁଥିବା ଦଳିତ ମାନଙ୍କୁ ମିଳିବନି ସଂରକ୍ଷଣ ସୁବିଧା । ସଂରକ୍ଷିତ ଆସନରୁ ଲଢି ପାରିବେନି ନିର୍ବାଚନ

କନକ ବ୍ୟୁରୋ : ଅନୁସୂଚିତ ଜାତିକୁ ନେଇ ରାଜ୍ୟସଭାରେ ବଡ ବୟାନ ରଖିଛନ୍ତି ଆଇନମନ୍ତ୍ରୀ ରବିଶଂକର ପ୍ରସାଦ । ଆଜି ରାଜ୍ୟସଭାରେ ଶ୍ରୀ ପ୍ରସାଦ କହିଛନ୍ତି କି ଯଦି ଅନୁସୂଚିତ ଜାତିର କୌଣସି ବ୍ୟକ୍ତି ଈସାଈ କିମ୍ବା ଇସ୍ଲାମ ଧର୍ମ ଗ୍ରହଣ କରେ ତେବେ ତାକୁ ସଂରକ୍ଷଣ ସୁବିଧାରୁ ବଞ୍ଚିତ କରାଯିବ । ଏହା ସହ ସେମାନେ ସଂରକ୍ଷଣ ସଂସଦୀୟ କିମ୍ବା ବିଧାନସଭା ଆସନରୁ ନିର୍ବାଚନ ଲଢି ପାରିବେ ନାହିଁ ।

ଆଜି ରାଜ୍ୟସଭାରେ ବିଜେପି ସାଂସଦ ଯିବିବେଲ ନରସିଂହ ରାଓଙ୍କ ପ୍ରଶ୍ନର ଉତ୍ତର ଦେଇ ରବିଶଂକର ପ୍ରସାଦ କହିଥିଲେ ଯେଉଁମାନେ ହିନ୍ଦୁ, ଶିଖ ଓ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି ସେମାନେ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ଆସନରୁ ନିର୍ବାଚନ ଲଢି ପାରିବେ । ଉପରୋକ୍ତ ଧର୍ମରେ ସାମିଲ ହୋଇଥିବା ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳିବ ।

ଏହା ସହ ସଂରକ୍ଷିତ ସାମ୍ବିଧାନିକ କ୍ଷେତ୍ରରୁ ନିର୍ବାଚନ ଲଢିବା ନେଇ ଥିବା ମାପଦଣ୍ଡ ବାବଦରେ ଶ୍ରୀ ପ୍ରସାଦ କହିଛନ୍ତି କି ସମ୍ବିଧାନରେ ଥିବା ଅନୁସୂଚିତ ପାରା ୩ ଅନୁଯାୟୀ କୌଣସି ବ୍ୟକ୍ତି ଯଦି ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତିତ ଅନ୍ୟ ଧର୍ମକୁ ନେଇ ଦାବି କରେ ତାହେଲେ ତାକୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ।

ଏଭଳି ଏକ ମାମଲାକୁ ନେଇ ୨୦୧୫ ମସିହାରେ ଅଦାଲତ ତାଙ୍କ ମତ ରଖିଥିଲେ । ଅଦାଲତ କହିଥିଲେ କି ଯଦି କୌଣସି ବ୍ୟକ୍ତି ହିନ୍ଦୁ ଧର୍ମ ଛାଡି ଇସାଇ ଧର୍ମ ଗ୍ରହଣ କରେ ତେବେ ତା ପାଇଁ ଆର୍ଥିକ ଓ ସାମାଜିକ ସମସ୍ୟା ଉପୁଜିଥାଏ । ଏଭଳି ପରିସ୍ଥିତିରେ ତାଙ୍କୁ କୌଣସି ସୁରକ୍ଷା ଦେବାର ଆବଶ୍ୟକତା ନାହିଁ । ରବିଶଙ୍କର ସ୍ପଷ୍ଟ କରିଛନ୍ତି କି ଇସ୍ଲାମ ଓ ଈସାଈ ଧର୍ମ ଗ୍ରହଣ କରୁଥିବା ଦଳିତ ଓ ହିନ୍ଦୁ ଧର୍ମ ଗ୍ରହଣ କରୁଥିବା ଦଳିତ ମାନଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି ।

from Kanak News
via <a href="https://ifttt.com/?

ବିପର୍ଯ୍ୟୟ ରିଲିଫ୍‌ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ: କେନ୍ଦ୍ର ସରକାର

କନକ ବ୍ୟୁରୋ: ୨୦୨୦ରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ କୀଟପତଙ୍ଗ ଆକ୍ରମଣର ସରବ୍ୟ ହୋଇଥିବା ୫ ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱାଧୀନ ଏକ ଉଚ୍ଚସ୍ତରୀୟ କମିଟି ଶନିବାର ଦିନ ପ୍ରାୟ ୩,୧୧୩ କୋଟି ଟଙ୍କା ମଞ୍ଜୁର କରିଛି।

‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌ ଫଣ୍ଡ୍‌’ରୁ ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି, ଆନ୍ଧ୍ର ପ୍ରଦେଶ, ବିହାର, ତାମିଲନାଡୁ, ପୁଡୁଚେରୀ ଏବଂ ମଧ୍ୟପ୍ରଦେଶ ବୋଲି ଗୃହମନ୍ତ୍ରାଳୟ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି।
୨୦୨୦ରେ ବନ୍ୟା, ବାତ୍ୟା (ନିବାର ଓ ବୁରେଓ୍ଵି) ଏବଂ କୀଟପତଙ୍ଗ ଦ୍ୱାରା ପ୍ରଭାବିତ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବୃଷ୍ଟିଜନିତ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତ ଆନ୍ଧ୍ର ପ୍ରଦେଶ ୨୮୦.୭୮ କୋଟି ଟଙ୍କା ଏବଂ ବିହାର ୧,୨୫୫.୨୭ କୋଟି ଟଙ୍କା ପାଇବେ।ସେହିଭଳି ନିଓ୍ଵାର ବାତ୍ୟାଜନିତ କ୍ଷତି ନିମନ୍ତେ ୬୩.୧୪ କୋଟି ଓ ବୁରେଓ୍ଵି ବାତ୍ୟାଜନିତ କ୍ଷତି ନିମନ୍ତେ ୨୨୩.୭୭ କୋଟି ଟଙ୍କା ସହ ତାମିଲନାଡୁ ସମୁଦାୟ ୨୮୬.୯୧ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପାଇବ। ନିଓ୍ଵାର ବାତ୍ୟା ନିମନ୍ତେ କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀ ପାଇବ ୯.୯୧ କୋଟି ଟଙ୍କା। ସେହିଭଳି, ଖରିଫ୍‌ ଋତୁରେ କୀଟପତଙ୍ଗ ଆକ୍ରମଣରେ ସରବ୍ୟ ମଧ୍ୟପ୍ରଦେଶ ପାଇବ ୧,୨୮୦.୧୮ କୋଟିର ଆର୍ଥିକ ସହାୟତା।

କେବଳ ସେତିକି ନୁହେଁ, ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌ ଫଣ୍ଡ୍‌’ରୁ ଆଜି ପର୍ୟ୍ୟନ୍ତ ୨୮ଟି ରାଜ୍ୟ ଲାଗି ୧୯,୦୩୬.୩୬ କୋଟି ଟଙ୍କା ରିଲିଜ୍‌ କରିଛନ୍ତି। ଏହାଛଡ଼ା, ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌ ଫଣ୍ଡ୍‌’ରୁ ୧୧ଟି ରାଜ୍ୟକୁ ୪,୪୦୯.୭୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

from Kanak News
via <a href="https://ifttt.com/?

କଟାମୁଣ୍ଡ କାହାଣୀ: ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା , ଫୁଲେଶ୍ୱରୀ ବସ୍ତିରେ ଡେମୋ ଦେଖାଇଲେ ସଂଜୟ ଓ ଚନ୍ଦୁ ।

କନକ ବ୍ୟୁରୋ: ରାଜଧାନୀରେ ବିଭତ୍ସ କଟାମୁଣ୍ଡ ମାମଲାର ସିନ ରିକ୍ରିଏସନ । ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇଛି ପୁଲିସ । ପୁଷ୍ପଲତାଙ୍କୁ ସଂଜୟ ହତ୍ୟା କରିଥିଲା ସେ ନେଇ ଡୋମୋ କରିକି ଦେଖାଉଛି । ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପୁଲିସ ଫୁଲେଶ୍ୱରୀ ବସ୍ତିକୁ ନେଇଛି । ବିବାହ ବିବାଦରୁ ପୁଷ୍ପଲତାକୁ ହତ୍ୟା କରିଥିଲା ସଂଜୟ । ତଂଟି ଚିପ ହତ୍ୟା  ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରରୁ ଅଲଗା କରିବା ପରେ ରାସ୍ତାକଡ଼ରେ ଫୋପାଡି ଦେଇଥିଲେ । ପୁଲିସ ମହିଳାଙ୍କୁ ମୁଣ୍ଡବିହୀନ ଶରୀର ଅନ୍ଧାରୁଆ-ଦାସୁପୁର ରାସ୍ତାରୁ ପାଇବା ପରେ ମହିଳାଙ୍କୁ ଚିହ୍ନଟ ପାଇଁ ଛାନଭିନ ଆରମ୍ଭ କରିଥିଲା । ମହିଳାଙ୍କ ପୋଷାକ ଆଧାରରେ ପୋଷ୍ଟର ବନାଇ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ପୁଷ୍ପଲତାଙ୍କ ମାଆ ଝିଅକୁ ଚିହ୍ନଟ କରିବା ପରେ ପୁଲିସକୁ ସୂଚନା ଦେଇଥିଲେ ।

from Kanak News
via <a href="https://ifttt.com/?

ଯମ ଜଗିଥିଲା ରାସ୍ତା ମଝିରେ । ଘନ କୁହୁଡି ଯୋଗୁଁ ଟ୍ରକ ତଳେ ପଶିଗଲା କାର, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ସୂଚନା ।

କନକ ବ୍ୟୁରୋ : ଶୀତ କମିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଘନ କୁହୁଡି ପଡ଼ୁଥିବା ହେତୁ ପାଣିପାଗ କେନ୍ଦ୍ର ବିଭିନ୍ନ ସମୟରେ ଯାତାୟାତ ପାଇଁ ଲୋକମାନଙ୍କୁ ସର୍ତକ କରାଉଛି। ଏହାପରେ ବି ଘନ କୁହୁଡି ହେତୁ ଦୁର୍ଘଟଣା ଘଟୁଥିବାର ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି।।

ଉତ୍ତର ପ୍ରଦେଶର କନ୍ନୋଜ ଜିଲ୍ଲା ତାଲଗ୍ରାମ୍ ଆଗ୍ରା ଏକ୍ସପ୍ରେସ୍ ଓ୍ୱେରେ ଶନିବାର ଘନ କୁହୁଡି ହେତୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ମୃତ ହୋଇଥିବା ସମସ୍ତ ଯାତ୍ରୀ ଲକ୍ଷ୍ମୀପୁରରୁ ମେହଦୀପୁର ବାଲାଜୀ ଦର୍ଶନ କରିବାକୁ ଯାଉଥିଲେ। ପ୍ରବଳ କୁହୁଡି ପଡ଼ିଥିବାରୁ ରାସ୍ତାରେ ଏକ ଟ୍ରକ ଛିଡ଼ା ହୋଇଥିବା ଜାଣି ପାରି ନଥିଲେ କାର ଚାଳକ। ଦ୍ରୁତଗତିରେ କାର ଥିବା ବେଳେ ଛିଡ଼ା ହୋଇଥିବା ଟ୍ରକ ସହିତ ଧକ୍କା ଖାଇ ଟ୍ରକ ଭିତରକୁ ପଶିଯାଇଥିଲା।

କାର ଭିତରେ ଥିବା ୬ଜଣ ଯାତ୍ରୀଙ୍କ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଦୁଃଖର ବିଷୟ ଏହି ମୃତ ୬ଜଣ ଯାତ୍ରୀ ଗୋଟିଏ ପରିବାରର ବୋଲି କୁହାଯାଉଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନ୍ନୋଜ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସେ ପୀଡିତ ପରିବାରକୁ ଯଥାସମ୍ଭବ ସହୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଜୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବସିଲା ବୈଠକ ।

କନକ ବ୍ୟୁରୋ: କୋଭିଡ କାଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଯୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଯାଇଛି । ଶହେ ଦିନିଆ ପାଠପଢ଼ା, କୋଭିଡ଼ ଉପରେ ସଚେତନତା, ପରୀକ୍ଷା ଦର୍ପଣ ଏବଂ ସ୍କୁଲର ସୁରକ୍ଷା ଓ ଉନ୍ନତି ଉପରେ ଆଲୋଚନା କରାଯାଇଛି । ରାଜ୍ୟବ୍ୟାପି ଗୋଟିଏ ଦିନ ବୈଠକ କରିବାକୁ ବିଦ୍ୟାଳୟକ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରୀ ସ୍କୁଲ ପ୍ରତି ଉଭୟ ପିଲା ଓ ଅଭିଭାବକମାନଙ୍କୁ ଯତ୍ନବାନ ହେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ବୈଠକରେ ପ୍ରତ୍ୟେକ ସ୍କୁଲ ଶିକ୍ଷାବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଭୁବନେଶ୍ୱର ୟୁନିଟ ୱାନ ସରକାରୀ ଉଚ୍ଚ ବିଦ୍ୟାଳୟ ଏହି ବୈଠକ ବସିଥିଲା ।

from Kanak News
via <a href="https://ifttt.com/?

କୋଟିଆରେ କଡ଼ା ସୁରକ୍ଷା ମଧ୍ୟରେ ସରିଲା ଆନ୍ଧ୍ରର ପଂଚାୟତ ନିର୍ବାଚନ । ୬୧୫ ଜଣ ଭୋଟର କଲେ ମତଦାନ, ବିଜୟନଗରମ୍ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ଚିଠି ସତ୍ୱେ ହୋଇଛି ମତଦାନ 

କନକ ବ୍ୟୁରୋ : ଓଡ଼ିଶା ଗାଁରେ ପଡ଼ିଶା ଭୋଟ୍ ଶେଷ । କୋରାପୁଟ ଜିଲ୍ଲା କୋଟିଆର ୩ଟି ପଂଚାୟତ ତଳଗଂଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ନିର୍ବାଚନ କରିଛି ଆନ୍ଧ୍ର । ଦୁଇଟି ପଂଚାୟତ ତଳଗଂଜେଇପଦର ଓ ଫଗୁଣସିନେରିରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ  ଫାଟୁସିନେରି ପଂଚାୟତରେ ମତ ସାବ୍ୟସ୍ତ କରିଛନ୍ତି ଓଡିଶା ଭୋଟର । ୬୧୫ ଜଣ ଭୋଟ ଦେଇଛନ୍ତି । ସାଲୁର ପଂଚାୟତ ଅଫିସର ଏନେଇ ସୂଚନା ଦେଇଛନ୍ତି ।
ଏମାନଙ୍କ ପାଖରେ ଦୁଇଟି ଯାକ ରାଜ୍ୟର ଭୋଟ ପରିଚୟ ପତ୍ର ରହିଛି । ଓଡିଶାର ଲୋକଙ୍କୁ ବିଭିନ୍ନ ପ୍ରକାର ଯୋଜନାରେ ସାମିଲ କରି ଲୋଭ ଦେଖାଇ, ନିଜର କରିବା ପାଇଁ ସବୁ ବଳ ଲଗାଇ ଦେଇଛି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ । ଆନ୍ଧ୍ରର କଡା ସୁରକ୍ଷା ଭିତରେ ହୋଇଛି ପଂଚାୟତ ନିର୍ବାଚନ ପାଇଁ ମତଦାନ । ସେପଟେ କୋଟିଆ ଭଳି ଗଂଜାମ ଜିଲ୍ଲାର ପାତ୍ରପୁରରେ ମଧ୍ୟ ନିର୍ବାଚନ ଜାରି ରହିଛି । ପାତ୍ରପୁରର ବ୍ଲକର ତୁମ୍ବା ପଂଚାୟତରେ ବି ମତଦାନ ଚାଲିଛି । ୮ଟି ଗାଁରେ ଭୋଟ୍ ପାଇଁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିଥିବା ବେଳେ ଭୋଟରଙ୍କୁ ରୋକିବା ପାଇଁ ଗଂଜାମ ପ୍ରଶାସନ ଉଦ୍ୟମ କରୁଛି । ଓଡିଶାର ଲୋକେ କେଭଳି ଆନ୍ଧ୍ର୍ର ମତଦାନ କେନ୍ଦ୍ର୍ରକୁ ନଯିବେ, ସେମାନଙ୍କୁ ଜଗିବା ପାଇଁ ପାତ୍ରପୁର ଅଂଚଳର ବିଭିନ୍ନ ସ୍ଥାନରେ ଓଡିଶା ସରକାରଙ୍କ ଅଧିକାରୀ ଓ ଗଂଜାମ ପୁଲିସ ଜଗି ରହିଛନ୍ତି । କେବଳ କୋରାପୁଟ, ଗଂଜାମ, ନୁହେଁ ଗଜପତି ଜିଲ୍ଲାର କେତେକ ସୀମାନ୍ତବର୍ତୀ ଗାଁରେ ମଧ୍ୟ ପଂଚାୟତ ନିର୍ବାଚନ କରାଉଛି ଆନ୍ଧ୍ର ।

from Kanak News
via <a href="https://ifttt.com/?

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି 

କନକ ବ୍ୟୁରୋ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି 

ଶ୍ରୀମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ହେବା ପରେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ହଟାଇବାକୁ ଦିଲ୍ଲୀରେ ଦାବି । ଭୁବନେଶ୍ୱରର ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଅଂଚଳରୁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ ଦାବି ଯୋରଦାର ହୋଇଛି । ଭୁବନେଶ୍ୱରରେ ଓଡିଶା ମନ୍ଦିର ସେବାୟତ ସଂଘର ପ୍ରତିବାଦ ଜାରି ରହିଥିବା ବେଳେ ଆଜି ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ଜୋସୀଙ୍କୁ ଭେଟି ଏକ୍ରାମ କ୍ଷେତ୍ରର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବାକୁ ଦାବି କରିଛନ୍ତି ବିଜୁ ଜନତା ଦଳର ସାଂସଦମାନେ । ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସାଂସଦମାନେ ଦାବି କରିଛନ୍ତି । 

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ରୋହିତ ଶର୍ମାଙ୍କ ଦମଦାର ଶତକ, ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ହାସଲ କଲେ ହିଟମ୍ୟାନ୍ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମାଙ୍କ ଦମଦାର ଶତକ । ଟେଷ୍ଟ କ୍ୟାରିୟର ସପ୍ତମ ଶତକ ହାସଲ କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଦ୍ୱିତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଙ୍ଗ୍‌ କରି ବର୍ତ୍ତମାନ ସୁଦ୍ଧା ୪୭ ଓଭର୍‌ରେ ୩ ଓ୍ଵିକେଟ୍‌ ବିନିମୟରେ ୧୬୩ ରନ୍‌ କରିଛି ।

ଭାରତ ପକ୍ଷରୁ ଓପେନିଙ୍ଗ୍‌ ବ୍ୟାଟ୍‌ସ୍‌ମେନ୍‌ ଭାବେ କ୍ରିଚ୍‌କୁ ଯାଇଥିଲେ ରୋହିତ ଶର୍ମା ଏବଂ ଶୁଭମ୍‌ ଗିଲ୍‌ । ପ୍ରଥମ ଓଭରରୁ ହିଁ ଶୁଭମ୍ ଗିଲ୍ ଆଉଟ ହେବା ଫଳରେ ଭାରତ ଧିମା ବ୍ୟାଟିଂ କରିଥିଲା । ପରେ ପୂଜାରା ଓ ବିରାଟ କୋହଲି ଭଳି ବଡ଼ ୱିକେଟ୍ ହରାଇଥିବାବେଳେ ରୋହିତ ଓ ରାହାଣେଙ୍କ ଯୋଡ଼ି ଏବେ ପଡ଼ିଆରେ ।

ଭାରତୀୟ ଏକାଦଶରେ ଅଛନ୍ତି, ରୋହିତ ଶର୍ମା, ଶୁଭମ୍‌ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ଓ୍ଵିକେଟ୍‌ ରକ୍ଷକ), ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ଯାଦବ, ଈଶାନ୍ତ ଶର୍ମା ଓ ମହମ୍ମଦ୍‌ ସିରାଜ।

ଇଂଲଣ୍ଡ୍‌ ଏକାଦଶରେ ଖେଳୁଛନ୍ତି, ରରି ବର୍ଣ୍ଣସ୍‌, ଡୋମିନିକ୍‌ ସିବ୍‌ଲି, ଡାନିଏଲ୍‌ ଲରେନ୍ସ୍‌ ଜୋ ରୁଟ୍‌ (ଅଧିନାୟକ), ବେନ୍‌ ଷ୍ଟୋକ୍ସ୍‍, ଓଲି ପୋପ୍‌, ବେନ୍‌ ଫୋକ୍ସ୍‍ (ଓ୍ଵିକେଟ୍‌ ରକ୍ଷକ), ମୋଇନ୍‌ ଅଲି, ଷ୍ଟୁଆର୍ଟ ବ୍ରଡ୍‌, ଜ୍ୟାକ୍‌ ଲିଚ୍‌ ଏବଂ ଓଲି ଷ୍ଟୋନ୍‌।

from Kanak News
via <a href="https://ifttt.com/?

ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି କି ଡୋଭାଲ? ଅଜିତଙ୍କ ଅଫିସର ରେକି କରିଛନ୍ତି ଜୈସ ଆତଙ୍କବାଦୀ, ଭିଡ଼ିଓରୁ ଆସିଲା ସାଂଘାତିକ ସତ ।

କନକ ବ୍ୟୁରୋ : ଜାତୀୟ ସୁରକ୍ଷା ପରାମର୍ଶଦାତା ବା ଏନଏସଏ ଅଜିତ୍ ଡୋଭାଲ ଅଛନ୍ତି କି ଆତଙ୍କୀଙ୍କ ଟାର୍ଗେଟରେ?ଜୈସ ସହ ଜଡିତ ହିଦାୟତ ଉଲ୍ଲାହ ମଲିକ ଠାରୁ ଡୋଭାଲଙ୍କ ଅଫିସର ରେକି ଭିଡ଼ିଓ ମିଳିବା ପରେ ଅଜିତ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାଶ୍ମୀରରୁ ଆତଙ୍କୀ ଲିଙ୍କରେ ମଲିକକୁ ଗିରଫ କରିବା ପରେ ଏହି ଭିଡ଼ିଓ ବାବଦରେ ଜାଣିବାକୁ ମିଳିଥିଲା ।

ମିଳିଥିବା ସୂଚନା ମୁତାବକ, ଏହି ରେକି ଗତବର୍ଷ କରାଯାଇଥିଲା । ମଲିକ କେବଳ ଡୋଭାଲଙ୍କ ଅଫିସ ନୁହେଁ ବରଂ ଶ୍ରୀନଗରର କିଛି ଅଞ୍ଚଳର ଭିଡ଼ିଓ ରେକର୍ଡ କରିଥିଲେ । ଏପରିକି ଏହି ଭିଡ଼ିଓ ପାକିସ୍ତାନକୁ ମଧ୍ୟ ପଠାଇଥିଲା । ଆଉ ଏ ବାବଦରେ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ଗୁଡିକ ଏବେ ସର୍ତକ ହୋଇ ଯାଇଛନ୍ତି । ଆତଙ୍କବାଦୀ ସଙ୍ଗଠନ ଜୈସର ଫ୍ରଣ୍ଟ ଗ୍ରୁପ ଭାବେ ଜଣାଶୁଣା ଲସ୍କର-ଏ-ମୁସ୍ତଫାର ପ୍ରମୁଖ ମଲିକ ବୋଲି କୁହାଯାଉଛି । ଗିରଫ ବେଳେ ମଲିକ ପାଖରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଜବତ କରିଥିଲା ପୋଲିସ ।

ମିଳିଥିବା ଗୁଇନ୍ଦା ସୂଚନା ଅନୁଯାୟୀ, ପାକିସ୍ତାନରେ ଲୁଚି ବସିଥିବା ଆତଙ୍କବାଦୀ ସଙ୍ଗଠନ ଗୁଡିକ ପୁଣିଥରେ ଜମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବଢାଇବାକୁ ଷଡଯନ୍ତ୍ର କରୁଛି । ଆଉ ଏଥିପାଇଁ ଦୁବାଇ-ତୁର୍କୀ ରାସ୍ତା ଦେଇ ଫଣ୍ଡ ଯୋଗାଇଦେଉଛି ଆଇଏସଆଇ । ଧାରା ୩୭୦ ହଟିବା ପରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ପଥରମାଡ କମ ହୋଇଛି । କିନ୍ତୁ ପୁଣିଥରେ ଏହାକୁ ଆରମ୍ଭ କରି କାଶ୍ମୀର ଘାଟିରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି ଆତଙ୍କବାଦୀ । ଆଉ ଏଥିପାଇଁ ଗୁପ୍ତ ମିଟିଂ ମଧ୍ୟ ହେଉଥିବାର ଖବର ସାମ୍ନାକୁ ଆସିଛି ।

from Kanak News
via <a href="https://ifttt.com/?

ପୁଣି ଆରମ୍ଭ ହେଲାଣି ବାଲ୍ୟ ବିବାହ ! ଯାଜପୁରରେ ଗତ ୩ମାସରେ ବାହା ହେଲେଣି ୮ ନାବାଳିକା

ଯାଜପୁରର କାଳିଆପାଣି ଅଞ୍ଚଳରେ ଏହି କିଛିିଦିନ ହେବ ଅଧିକ ବାଲ୍ୟବିବାହ ଦୃଷ୍ଟିକୁ ଆସିଛି । କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୭ ଜଣ ନାବାଳିକା ଓ କାଳିଆପାଣିର ଜଣେ ନାବାଳିକା ୩ମାସ ମଧ୍ୟରେ ବିବାହ କରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ, ଦୁଇଜଣ ଲେଖାଏଁ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଓ ତିନିଜଣ ନବମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଚିଙ୍ଗୁଡ଼ିପାଳ ପଞ୍ଚାୟତ ୨ ନମ୍ବର ୱାର୍ଡ ଅନ୍ତର୍ଗତ କଙ୍କଡ଼ାଗୋଡ଼ି ଗାଁର ଜନୈକା ୬ଷ୍ଠ ଶ୍ରେଣୀ ଛାତ୍ରୀ ଓ ପଡ଼ୋଶୀ ଘରର ୮ମ ଶ୍ରେଣୀ ଛାତ୍ର ପତିପତ୍ନୀ ଭାବେ ରହୁଛନ୍ତି। ଏହି ବୟସରେ ଛାତ୍ରୀ ଜଣକ ମାଆ ହୋଇଛନ୍ତି। ଦି’ମାସ ତଳେ ସେ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏକ ଆଶ୍ରମ ସ୍କୁଲରେ ରହି ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାତୋର ଗାଁର ଦୁଇ ଭଉଣୀ ୩ ମାସ ଅନ୍ତରରେ ବିବାହ କରିଛନ୍ତି।

ଏ ସମ୍ପର୍କରେ ସୁକିନ୍ଦା ସିଡିପିଓଙ୍କୁ ପଚାରିବାରୁ ଗୋପନୀୟ ଭାବେ ବାଲ୍ୟ ବିବାହ କଲେ ଆମେ କ’ଣ କରିପାରିବୁ ବୋଲି ଅସହାୟତା ପ୍ରକାଶ କରିଥିଲେ।

from Kanak News
via <a href="https://ifttt.com/?

Design a site like this with WordPress.com
Get started