ଶହେ ଫୁଟ ଘାଟିକୁ ଖସିଲା ପର୍ଯ୍ୟଟକଙ୍କ ବସ୍ । ୪ମୃତ, ୧୯ରୁ ଅଧିକ ଗୁରୁତର 

କନକ ବ୍ୟୁରୋ : କୋରାପୁଟ୍ ସୀମା ବିଶାଖାପଟଣାର ଆରକୁ ଘାଟିରେ ବଡ ଅଘଟଣ ଘଟିଛି । ଘାଟି ତଳକୁ ଖସିଲା ପର୍ଯ୍ୟଟକ ବସ୍ । ଘଟଣାରେ ୪ଜଣ ପର୍ଯ୍ୟଟକ ପ୍ରାଣ ହରାଇ ଥିବା ବେଳେ ୧୯ଜଣ ଯାତ୍ରୀ ଗୁରୁତର ଅଛନ୍ତି । ଗତକାଲି ରାତିରେ ଓଡ଼ିଶା କୋରାପୁଟ ସୀମାବର୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆରକୁ ଭ୍ୟାଲିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । 

ସୂଚନା ଅନୁଯାୟୀ, ଆରକୁ ଘାଟିରୁ ପ୍ରାୟ ୧୦୦ ଫୁଟ୍ ତଳକୁ ବସଟି ଖସିପଡିଛି । ଏହି ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୧୯ଜଣ ପର୍ଯ୍ୟଟକଙ୍କୁ ଏମ୍ କୋଟା ଓ କିଙ୍ଗ୍ସ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୩ ପର୍ଯ୍ୟଟକଙ୍କୁ ଧରି ବସଟି ବିଶାଖାପାଟଣା ଦେଇ ହାଇଦ୍ରାବାଦ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବସ୍ ଖସି ପଡ଼ିଥିଲା । 

from Kanak News
via <a href="https://ifttt.com/?

ଉଦାହରଣ ସୃଷ୍ଟି କଲେ ଜୟପୁର ମେୟର । ପ୍ରସବର କିଛି ସମୟ ପୂର୍ବରୁ ଅଫିସ ଆସି କଲେ କାମ, କର୍ମ ହିଁ ପୂଜା ଲେଖି ସୋସିଆଲ ମିଡ଼ିଆରେ ଜିଣିଲେ ସମସ୍ତଙ୍କ ମନ ।

କନକ ବ୍ୟୁରୋ :  ଜୟପୁରର ମେୟର ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜୟପୁର ନଗର ନିଗମର ମେୟର ସୌମ୍ୟା ଗୁର୍ଜର ଗୁରୁବାର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରସବ କରିବାର କିଛି ଘଣ୍ଟା ପୂର୍ବରୁ ସେ ସବୁଦିନ ଭଳି ଅଫିସ ଆସି କାମ କରିଥିଲେ । ସାଧାରଣତଃ ଗର୍ଭବତୀ ମହିଳା ମାନେ ପ୍ରସବ ସମୟ ପାଖେଇ ଆସିଲେ ଛୁଟିରେ ରହିଥାନ୍ତି କିନ୍ତୁ ସୌମ୍ୟାଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିନଥିଲା । ବରଂ କର୍ମକୁ ପ୍ରାଥମିକତା ଦେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୌମ୍ୟା । ଗୁରୁବାର ସକାଳ  ୫.୧୪ରେ ଶିଶୁକୁ ଜନ୍ମ ଦେବା ପୂର୍ବରୁ ସେ  ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ କାମ କରିଥିଲେ ।

ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଟ୍ୱିଟ୍ କରି ସୌମ୍ୟା କହିଛନ୍ତି,  ‘କର୍ମ ହଁ ପୂଜା’! ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଗମ କାର୍ଯ୍ୟାଳୟରେ ବୈଠକ କରୁଥିଲି। ପ୍ରସବ ପୀଡ଼ା ଆରମ୍ଭ ହେବା ପରେ ୧୨.୩୦ରେ କୁକୁନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି ଏବଂ ସକାଳ ୫.୧୪ ରେ ଭଗବାନଙ୍କ ଆର୍ଶୀବାଦରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲି। ମୁଁ ଏବଂ ଶିଶୁ ଉଭୟ ସୁସ୍ଥ ଅଛୁ।”

https://platform.twitter.com/widgets.js

ସୌମ୍ୟାଙ୍କ ଏହି ପୋଷ୍ଟକୁ ୧୧ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେ‌ଳେ ଲୋକମାନେ ସୌମ୍ୟାଙ୍କୁ ନିରନ୍ତର ଅଭିନନ୍ଦନ ଜଣାଉଛନ୍ତି।ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୌମ୍ୟା ଗୁର୍ଜର ଘରକୁ ଯିବା ପୂର୍ବରୁ ବୁଧବାର ରାତି ୯ ଟା ପର୍ଯ୍ୟନ୍ତ କାମ କରିଥିଲେ। ସକାଳ ୫.୧୪ରେ ଏକ ସୁସ୍ଥ ଶିଶୁକୁ ଜନ୍ମଦେବା ପରେ ସେ ସକାଳ ୭.୪୦ରେ ଟ୍ୱିଟରରେ ଏହି ଖବର ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଟସ୍ ଜିତି ଭାରତର ବ୍ୟାଟିଂ, ଶୁଭମାନଙ୍କ ୱିକେଟ ସହ ଭାରତକୁ ଲାଗିଲା ପ୍ରାରମ୍ଭିକ ଝଟକା ।

କନକ ବ୍ୟୁରୋ : ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରି ୮.୧ ଓଭର୍‌ରେ ୧ ଓ୍ଵିକେଟ୍‌ ବିନିମୟରେ ୩୦ ରନ୍‌ କରିଛି।

ଭାରତ ପକ୍ଷରୁ ପ୍ରାରମ୍ଭିକ ଯୋଡି ଭାବେ ଶୁଭମାନ୍ ଗିଲ ଓ ରୋହିତ ଶର୍ମା ମୈଦାନକୁ ଓହ୍ଲାଇଥିଲେ । ତେବେ ପ୍ରାରମ୍ଭରୁ ହିଁ ଭାରତକୁ ବଡ ଝଟକା ଲାଗିଥିଲା । କୌଣସି ରନ୍ ହେବା ପୂର୍ବରୁ ଓଲି ଷ୍ଟୋନଙ୍କ ବଲରେ ଏଲବିଡବ୍ଲୁ ହୋଇ ପ୍ୟାଭିଲିୟନ ଫେରିଥିଲେ ଯୁବ ବ୍ୟାଟସମ୍ୟାନ ଶୁଭମାନ ଗିଲ୍ । ଶୁଭମାନଙ୍କ ୱିକେଟ ପତନ ପରେ ରୋହିତ ଓ ପୂଜାରା ବ୍ୟାଟିଂ କରୁଛନ୍ତି । ରୋହିତ ୨୩ ଓ ପୂଜାରା ୭ ରନ୍ କରି କ୍ରିଜରେ ରହିଛନ୍ତି ।

ଏହାପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚରେ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଦୁଇଟି ପରିବର୍ତ୍ତନ କରିଛି । ବୁମରାହା, ୱାସିଂଟନ ସୁନ୍ଦର ଓ ସାହାବାଜ ନଦୀମଙ୍କୁ ବସାଇ ତାଙ୍କ ସ୍ଥାନରେ ମହମ୍ମଦ ସିରାଜ, କୁଳଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ଦଳ ସୁଯୋଗ ଦେଇଛି । ଏହି ମ୍ୟାଚରେ ଖେଳିବାକୁ ସୁଯୋଗ ପାଇବା ସହ ଅକ୍ଷର ପଟେଲ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଛନ୍ତି । ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବାକୁ ହେଲେ ଭାରତକୁ ଇଂଲଣ୍ଡ ବିପକ୍ଷ ସିରିଜତ ଜିତିବା ସହ କୌଣସି ମ୍ୟାଚ୍ ନ ହାରିବାର ଆବଶ୍ୟକତା ରହିଛି ।

from Kanak News
via <a href="https://ifttt.com/?

ବୃଦ୍ଧ ବୟସରେ ଦୁଇ ପୁଅଙ୍କୁ ହରାଇଲେ, ଘର ଚଳାଇବା ପାଇଁ ଅଟୋ ଚଳାଇଲେ, ଆଉ ଶେଷରେ ନାତୁଣୀକୁ ପଢାଇବା ପାଇଁ ବିକ୍ରି କରିଦେଲେ ଘର । ଜଣେ ବୃଦ୍ଧ ଅଟୋ ଚାଳକଙ୍କ କାହାଣୀ ।

କନକ ବ୍ୟୁରୋ : ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ଦୁଃଖକୁ ଯିଏ ଶୁଣୁଛନ୍ତି ତାଙ୍କ ଆଖିରେ ଲୁହ ଜକେଇ ଆସୁଛି। ଦୁଇପୁଅଙ୍କୁ ହରାଇବା ପରେ ବୃଦ୍ଧା ଅଟୋ ଚାଳକ ବୋହୂ ଓ ନାତୁଣୀର ଦାୟିତ୍ୱ ନିଜ ଉପରକୁ ନେଇଥିଲେ। ଏଥିପାଇଁ ତାଙ୍କୁ ବୃଦ୍ଧା ଅବସ୍ଥାରେ ବି କଠିନ ପରିଶ୍ରମ କରିବାକୁ ପଡ଼ୁଛି।

ଦେଶରାଜ ମୁମ୍ବାଇ ଖାର ନିକଟରେ ଅଟୋ ଚଲାଇ ଥାଆନ୍ତି। ଦେଶରାଜ କହନ୍ତି, ‘ମୋର ବଡ ପୁଅ କାମ ପାଇଁ ଯାଇଥିଲା ଯେ ଘରକୁ ଫେରି ନଥିଲା। କିଛିଦିନ ପରେ ତାର ମୃତଦେହ ମିଳିଥିଲା। ବଡ଼ପୁଅର ମୃତ୍ୟୁ ପରେ ମୋର ଜୀବନର ଗୋଟିଏ ଭାଗ ସେଇଠି ହିଁ ସମାପ୍ତ ହୋଇଯାଇଥିଲା।

ପରିବାର ଦାୟିତ୍ୱ ମୋ ଉପରେ ଥିବାରୁ ଘରେ ବସି ଆଖିରୁ ଲୁହ ଗଡେଇବା ପାଇଁ ସମୟ ନଥିଲା। ମନରେ କଷ୍ଟକୁ ଜାବୁଡ଼ି ଧରି ଅଟୋ ଚଲାଇବା ପାଇଁ ରାସ୍ତାକୁ ଓହ୍ଲାଇ ଥିଲି। ଏତିକିରେ ମୋର ଦୁଃଖ ସରି ନଥିଲା । ବଡ଼ ପୁଅର ମୃତ୍ୟୁର ଦୁଇ ବର୍ଷ ପରେ ମୋର ସାନ ପୁଅ ବି ଆତ୍ମହତ୍ୟା କରିଥିଲା। ଦୁଇ ପୁଅଙ୍କୁ ହରାଇବା ପରେ ବୋହୂ ସହିତ ୪ଜଣ ପିଲାଙ୍କ ଭାର ମୋ ଉପ‌ରେ ପଡ଼ିଥିଲା। କାମ କରିକରି ଶରୀର ଥକି ପଡ଼ୁଥିବା ସତ୍ତେ୍ୱ ସେମାନଙ୍କ ପେଟକୁ ଦିମୁଠା ଦାନା ଦେବା ପାଇଁ ମୋତେ ଏବେ ଅଟୋ ଚଲାଇବାକୁ ପଡ଼ୁଛି। ଅର୍ଥ ଅଭାବରୁ ନାତୁଣୀ ନବମ ଶ୍ରେଣୀରେ ପଢ଼ୁଥିବା ବେ‌ଳେ ପାଠପଢ଼ା ଛାଡ଼ି ଦେଇଥିଲା। କିନ୍ତୁ ମୁଁ ତାକୁ ପାଠପଢ଼ା ଜାରି ରଖିବାକୁ କହିଥିଲି। ଯେତେ ଇଚ୍ଛା ସେତେ ପଢ଼ିବାକୁ ଆଶ୍ୱାସନା ଦେଇଥିଲି।

ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଦୀର୍ଘ ଘଣ୍ଟା କାମ କରିବାକୁ ପଡ଼ିଥାଏ। ସକାଳ ୬ଟାରୁ କାମରେ ଯାଇଥାଏ ଯେ ଘରକୁ ଫେରିଲା ବେଳକୁ ରାତି ହୁଏ। ମାସକୁ ୧୦ହଜାର ଟଙ୍କା ରୋଜଗାର ହୋଇପାରିଥାଏ। ଏଥିମଧ୍ୟରୁ ନାତିନାତୁଣୀଙ୍କ ପାଠପଢ଼ା ପାଇଁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଯାଇଥାଏ। ବାକି ୪ ହଜାରରେ ଟଙ୍କାରେ ୭ଜଣ ଲୋକ ଚଳି ଥାଉ।

ଯେତେବେଳେ ମୋର ନାତୁଣୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ହାସଲ କରିଥିଲା ମୁଁ ବହୁତ ଖୁସି ହୋଇଯାଇଥିଲି। ସେଦିନ ମୁଁ ମାଗଣାରେ ଯାତ୍ରୀଙ୍କୁ ଅଟୋ ସେବା‌ ଯୋଗାଇ ଥି‌ଲି। ନାତୁଣୀ ବିଇଡି ପାଠପଢ଼ା ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିଲା। ଏଥିପାଇଁ ମୋ ପାଖରେ ଟଙ୍କା ନଥିବାରୁ ମୁଁ ଘର ବିକିବାକୁ ବାଧ୍ୟ ହୋଇ ନାତୁଣୀର ଫିସ ଭରିଥିଲି। ଘର ବିକ୍ରି କରିବା ପରେ ପତ୍ନୀ, ପୁତ୍ରବଧୂ ଏବଂ ନାତୁଣୀଙ୍କୁ ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ପଠା ଦେଇଥିଲି।

ଏମିତି ଏକ ବର୍ଷ ବିତିଗଲାଣି । ମୁଁ ମୋ ଅଟୋରେ ଖାଇଥାଏ ଓ ଶୋଇଥାଏ। ଦିନବେଳା ଯାତ୍ରୀଙ୍କୁ ଅଟୋ ସେବା ଯୋଗାଇଥାଏ। ନାତୁଣୀ ଯେତେବେଳେ କହିଥାଏ ମୁଁ ପାଠପଢ଼ାରେ ପ୍ରଥମ ସ୍ଥାନ ଅଧିକାର କରିଛି ମୋର ସବୁକଷ୍ଟ ଦୂର ହୋଇଯାଇଥାଏ। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଦେଶରାଜଙ୍କ ଏହି ସଂଘର୍ଷମୟ କାହାଣୀ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାଙ୍କ ପାଖକୁ ଅନେକଙ୍କ ସାହାଯ୍ୟର ସୁଅ ଛୁଟି ଆସୁଛି। ଗୁଞ୍ଜନ ରତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦେଶରାଜଙ୍କ ପାଇଁ ଏକ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ୨୭୬ଜଣ ଦାତାଙ୍କଠାରୁ ୫.୩ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ କରିପାରିଛନ୍ତି।

from Kanak News
via <a href="https://ifttt.com/?

ଆମେରିକାକୁ ଚୀନ୍ ଚିନ୍ତା । ରାଷ୍ଟ୍ରପତି ଜୋ-ବାଇଡେଡ଼ କହିଲେ, ନିଜର ଭିତିଭୂମି ବିକାଶ ଖର୍ଚ୍ଚକୁ ନବଢ଼ାଇଲେ ଆମେରିକାର ଦାନା ଛଡ଼ାଇନେବ ଚୀନ୍ । ସର୍ତକ କରାଇଲେ ରାଷ୍ଟ୍ରପତି

ଆମେରିକା ଯଦି ନିଜର ଭିତ୍ତିଭୂମି ବିକାଶ ଖର୍ଚ୍ଚକୁ ନ ବଢ଼ାଏ, ତେବେ ଚୀନ୍‌ ଆମଠାରୁ ଆମ ଦାନା ଛଡ଼େଇନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସତର୍କ କରାଇ ଦେଇଛନ୍ତି । ଆମେରିକାରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ସମ୍ପର୍କରେ ଗୁରୁବାର ସିନେଟରଙ୍କ ସହ ଆଲୋଚନା ବେଳେ ବାଇଡେନ୍‌ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି । ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଆର୍ଥିକ ନୀତି ବିରୋଧରେ ତୀବ୍ର ପ୍ରତରିକ୍ରିୟା ରଖି ବାଇଡେନ୍‌ ଏପରି ସତର୍କ କରାଇବା ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଥାଉ କି, ଚୀନ୍‌ ବିଶ୍ବ ଅର୍ଥନୀତିରେ ନିଜର ଏକଚାଟିଆ କାରବାର ଜାରି ରଖିବାକୁ ବଡ଼ ଷଡ଼ଯନ୍ତ୍ର କରିଛି ବୋଲି ଆମେରିକୀୟ ବିଶେଷଜ୍ଞଙ୍କ ରିପୋର୍ଟ ପରେ ବାଇଡେନ୍‌ ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି । ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାର ମୁକାବିଲା ପରିସ୍ଥିତି ଉଭୟ ଦେଶ ପାଇଁ ବଡ଼ ସଙ୍କଟ ଆଣିବ ବୋଲି କହିଥିଲେ । ତେବେ ଆମେରିକାର ପରିବେଶ ଓ ପୂର୍ତ୍ତ ବିଭାଗର କର୍ମକର୍ତ୍ତାଙ୍କ ସହ ଆଚୋଚନା କରି ବାଇଡେନ୍‌ କହିଥିଲେ ଯେ ଭିତ୍ତିଭୂମି ବିକାଶ ପାଇଁ ଆମେ ଆଗକୁ ନ ବଢ଼ିଲେ ଚୀନ୍‌ ଆମ ଭାଗ ମାଡ଼ିବସିବ । ସେମାନେ ପରିବେଶ, ପରିବହନ ଏବଂ ସାମଗ୍ରିକ ଭାବେ ବିଭିନ୍ନ ପ୍ରକଳ୍ପରେ କୋଟି କୋଟି ଡଲାର ଖର୍ଚ୍ଚ କରୁଛନ୍ତି। ସୁତରାଂ ଆମକୁ ମଧ୍ୟ ଏ ଦିଗରେ ଉପରକୁ ଉଠିବାକୁ ହେବ ବୋଲି ବାଇଡେନ୍‌ ସତର୍କ କରାଇ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଗ୍ରାହକ ପାଇବେ ଡିଜିଟାଲ ପଲିସି । ଡିଜିଲକରରେ ପଲିସି ଜାରି କରିବେ ବୀମା କମ୍ପାନି । 

କନକ ବ୍ୟୁରୋ : ଆଜିର ଡିଜିଟାଲ ଯୁଗରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗୁରୁତ୍ୱ ଦିଆଯାଉଛି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଡିଜିଲକର ମାଧ୍ୟମରେ ଗ୍ରାହକଙ୍କୁ ପଲିସି ଜାରି କରିବା ଲାଗି ବୀମା କମ୍ପାନିଗୁଡ଼ିକୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ପରାମର୍ଶ ଦେଇଛି। ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସୂତ୍ରରୁ ଏହା ଜଣାଯାଇଛି।

ଆଇଆରଡିଏଆଇ ପକ୍ଷରୁ କୁହାଯାଇଛି, ଦେଶର ବୀମା କ୍ଷେତ୍ରରେ ଡିଜିଲକରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ସବୁ ବୀମା କମ୍ପାନି ସେମାନଙ୍କ ଆଇଟି ବ୍ୟବସ୍ଥାକୁ ଡିଜିଲକର ସୁବିଧା ସହିତ ଯୋଡ଼ନ୍ତୁ। ଏହାହେଲେ ପଲିସିଧାରୀମାନେ ସେମାନଙ୍କ ବୀମା ପଲିସି ସଂକ୍ରାନ୍ତ ଦସ୍ତାବିଜକୁ ଡିଜିଲକରରେ ସଂରକ୍ଷିତ କରି ରଖିପାରିବେ। ଆଇଆରଡିଏଆଇ ପକ୍ଷରୁ ଏ ସଂକ୍ରାନ୍ତ ସର୍କୁଲାର ଚଳିତମାସ ୯ ତାରିଖରେ ଜାରି କରାଯାଇଛି।

କେବଳ ସେତିକି ନୁହେଁ, ବୀମା କମ୍ପାନି ଗୁଡ଼ିକ ମଧ୍ୟ ସେମାନଙ୍କ ପଲିସିଧାରୀମାନଙ୍କୁ ଡିଜିଲକର ସଂପର୍କରେ ସୂଚନା ପ୍ରଦାନ କରିବେ। ଏଥିସହିତ ତାହାକୁ କିଭଳି ବ୍ୟବହାର କରିବେ ସେ ନେଇ ମଧ୍ୟ ସଚେତନ କରିବେ ବୋଲି ଏଥିରେ କୁହାଯାଇଛି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ଡିଭିଜନରେ କାର୍ଯ୍ୟ କରୁଥିବା ଡିଜିଲକର ଟିମ୍‌ ମଧ୍ୟ ଡିଜିଲକରର ଯେଭଳି ବହୁଳ ବ୍ୟବହାର ହେବ ସେ ସଂକ୍ରାନ୍ତରେ ଆବଶ୍ୟକ ବୈଷୟିକ ପରାମର୍ଶ ଓ ସହାୟତା ଯୋଗାଇ ଦେବାକୁ କୁହାଯାଇଛି।

ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଡିଜିଲକର ପଦକ୍ଷେପ ଆରମ୍ଭ କରିଛି। ଫଳରେ କାଗଜପତ୍ର ପରିବର୍ତ୍ତେ ଇଲେକ୍ଟ୍ରୋନିକ୍ସ ରୂପରେ ତଥ୍ୟଗୁଡ଼ିକୁ ଏଥିରେ ସାଇତି ରଖାଯାଇ ପାରୁଛି। ସେହିଭଳି ଗ୍ରାହକଙ୍କୁ ତ୍ୱରିତ ସେବା ପ୍ରଦାନ ମଧ୍ୟ ଏହାଦ୍ବାରା ସମ୍ଭବ ହୋଇପାରୁଛି। ଗ୍ରାହକଙ୍କୁ ମଧ୍ୟ ଆଉ ସେମାନଙ୍କ ସାଥିରେ କାଗଜପତ୍ର ନେବାକୁ ପଡ଼ୁନାହିଁ। ବୀମା କ୍ଷେତ୍ରରେ ଡିଜିଲକରର ବ୍ୟବହାର ବୃଦ୍ଧି ପାଇଲେ ଖର୍ଚ୍ଚ ହ୍ରାସ ପାଇବ। ପଲିସି କପି ନମିଳିବା ନେଇ ଅଭିଯୋଗ ହ୍ରାସ ପାଇବ। ଏଥିସହିତ ବୀମା ସେବା କମ୍ ସମୟ ମଧ୍ୟରେ ପ୍ରଦାନ କରାଯାଇ ପାରିବ। ସେହିଭଳି ଗ୍ରାହକମାନେ ମଧ୍ୟ କମ୍‌ ସମୟ ମଧ୍ୟରେ ସେମାନଙ୍କ ଅଭିଯୋଗର ସମାଧାନ ପାଇପାରିବେ। ବିବାଦ ଏବଂ ଜାଲିଆତି ହ୍ରାସ ପାଇବ। ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ସହଜ ହେବ ବୋଲି କୁହାଯାଇଛି।

from Kanak News
via <a href="https://ifttt.com/?

ଆଜିଠୁ ଭାରତରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ । ଏସଏମଏସ ମାଧ୍ୟମରେ କରାଯାଇଛି ଅବଗତ ।

କନକ ବ୍ୟୁରୋ : ୨୮ ଦିନ ପୂର୍ବେ ଭାରତ ଆରମ୍ଭ କରିଥିବା କୋଭିଡ୍‌-୧୯ ଟିକାକରଣ ଅଭିଯାନରେ ‘ପ୍ରଥମ ଡୋଜ୍‌’ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଆଜି ‘ଦ୍ୱିତୀୟ ଡୋଜ୍‌’ ଦିଆଯିବ। ଏଥିନିମନ୍ତେ ସ୍ୱୟଂକ୍ରିୟ ‘ଏସଏମଏସ୍‌’ ପ୍ରେରଣ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ସିଧାସଳଖ ଫୋନ୍‌ କଲ୍‌ ମଧ୍ୟ ଯାଇଛି।

ସରକାରୀ ବିଶେଷଜ୍ଞମାନେ କହିଛନ୍ତି, ‘ପ୍ରଥମ ଡୋଜ୍‌’ ଟିକା ନେଇଥିବା ଲୋକମାନେ ଠିକ୍‌ ୨୮ ଦିନ ପରେ ‘ଦ୍ୱିତୀୟ ଡୋଜ୍‌’ ଟିକା ନେବା ଆବଶ୍ୟକ, କିନ୍ତୁ ୨୮ ଦିନ ପରେ ମଧ୍ୟ ହିତାଧିକାରୀଙ୍କୁ ଆହୁରି ଅଧିକ ଦୁଇ ସପ୍ତାହ ସମୟ ଦିଆଯାଇ ପାରିବ। ଅର୍ଥାତ୍‌ କୋଭିଡ୍‌-୧୯ ଟିକାର ‘ପ୍ରଥମ ଡୋଜ୍‌’ ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେଇ ହେବ।

୨୦୨୧ ଜାନୁଆରୀ ୧୬ରେ ଶୁଭାରମ୍ଭ ହୋଇଥିବା କୋଭିଡ୍‌-୧୯ ଟିକାକରଣ ଅଭିଯାନରେ ସମଗ୍ର ଦେଶରେ ୨୦୨,୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ‘ପ୍ରଥମ ଡୋଜ୍‌’ ଟିକା ଦିଆଯାଇଥିଲା।

ଜାନୁଆରୀ ୧୬ ତାରିଖ ଦିନ ‘କୋଭାକ୍ସିନ୍‌’ର ପ୍ରଥମ ଡୋଜ୍‌ ନେଇଥିବା ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ୍‌ କହନ୍ତି, ଚାରି ରୁ ଛଅ ସପ୍ତାହ ମଧ୍ୟରେ ଏହି ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇ ପାରିବ। ସେ ସୋମବାର ଦିନ ଦ୍ୱିତୀୟ ଡୋଜ୍‌ ଟିକା ନେଇ ପାରନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ସୁଦ୍ଧା ସମଗ୍ର ଦେଶରେ ୭.୮ ନିୟୁତରୁ ଅଧିକ ହିତାଧିକାରୀଙ୍କୁ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ଟିକା ଦିଆ ସରିଲାଣି। ଜୁଲାଇ ଶେଷ ସୁଦ୍ଧା ୩୦୦ ନିୟୁତ ଲୋକଙ୍କୁ ଟିକା ଦେବା ନିମନ୍ତେ ଭାରତ ଆନୁମାନିକ ଲକ୍ଷ୍ୟ ରଖିଛି।

from Kanak News
via <a href="https://ifttt.com/?

ଚାଷୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆଉ ପାଦେ ଆଗେଇବ ବିଜେପି । ଆଜି ପଶ୍ଚିମ ଓଡ଼ିଶାରେ ୩ ଘଂଟିଆ ଚକାଜାମ୍ କରିବ ଦଳ

କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାରେ ୩ ଘଂଟିଆ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେବ ରାଜ୍ୟ ବିଜେପି । ଏଥିପାଇଁ ଆଜି ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ୩ ଘଂଟା ଚକାଜାମ ଆନ୍ଦୋଳନ କରିବ ବୋଲି ଦଳ ଘୋଷଣା କରିଛି । ଏନେଇ ଗୁରୁବାର ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ରବି ନାୟକ । 

ପୂର୍ବରୁ ବିଜେପି ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବାବେଳେ ୨୨ ତାରିଖରେ ଆଲୋଚନା କରାଯାଇଥିଲା । ମଣ୍ଡିରୁ ଚାଷୀଙ୍କ ସମସ୍ତ ଧାନା ଉଠାଇ ନେବାପାଇଁ ଫେବ୍ରୁଆରୀ ୭ ଚତାରିଖ ଯାଏଁ ମହଲତ ଦିଆଯାଇଥିଲା । ଏହା ଭିତରେ ମିଲର୍ସଙ୍କ ଟାର୍ଗେଟ ବୃଦ୍ଧି କରି କିଛି କିଛି ଧାନ ଉଠାଯାଇଛି । ହେଲେ ଚାଷୀଙ୍କ ସମସ୍ତ ବଳକା ଧାନ ଉଠାଇବା ଦାବିରେ କାଲି ଦିନ ୧୦ଟାରୁ ଗୋଟାଏ ଯାଏଁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଦେଇ ଯାଇଥିବା ରାଜପଥ ଗୁଡିକରେ ଚକାଜାମ୍ କରିବାକୁ ଘୋଷଣା କରିଛି ବିଜେପି ।  

from Kanak News
via <a href="https://ifttt.com/?

ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଗଲା ନିଆଁ । ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଗଲେ ୪୦ରୁ ୫୦ ଯାତ୍ରୀ 

କନକ ବ୍ୟୁରୋ : ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଗଲେ ଯାତ୍ରୀ । ରାୟଗଡ଼ା ତାରିଣୀ ଛକ ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ । ବସରେ ଥିବା ୪୦ରୁ ୫୦ଜଣ ଯାତ୍ରୀ ଏହି ଦୁର୍ଘଟଣାରୁ ବର୍ତି ଯାଇଛନ୍ତି ।
ନବରଙ୍ଗପୁର କୋଷାରଗୁମୁଡ଼ାରୁ ପୋଲସାରା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ରାସ୍ତାରେ ଅଚାନକ ବସରେ ନିଆ ଲାଗିଯାଇଥିଲା । ଗାଡ଼ିରେ ଥିବା ଲୋକଙ୍କ ଜିନିଷ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ହେଲେ ସୌଭାଗ୍ୟକୁ ଯାତ୍ରୀମାନେ ବର୍ତି ଯାଇଛନ୍ତି । ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ ।
ସୂଚନା ଅନୁସାରେ ଗତକାଲି ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ବସଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା ।  ଘଟଣା ସ୍ଥଳରୁ ବସ୍ ଡ୍ରାଇଭର ଓ କଂଡ଼କ୍ଟର ଫେରାର ହୋଇଯାଇଛନ୍ତି । ସେପଟେ ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନାରୁ ଜଣାପଡିଛି

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୌମ୍ୟକାନ୍ତ ପଦ୍ମବେଶ : ପଦ୍ମବେଶରେ ପୂଜା ପାଇବେ ମହାପ୍ରଭୁ  

ଆଜି ମହାପ୍ରଭୁଙ୍କ ପଦ୍ମବେଶ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଆଜି ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ଏହି ବେଶ ଲାଗି ହେବାକୁ ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ବଡ଼ଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ।

ସଂଧ୍ୟା ଆଳତି ପରେ ଘଣ୍ଟି, ଦୁହୁଡ଼ି ସହ ମଠର ସାଧୁସନ୍ଥମାନେ ବେଶ ନେଇ ଶ୍ରୀମନ୍ଦିରକୁ ଯିବେ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ସମୟରେ ସିଂଘାରୀ ସେବକମାନେ ଏହି ବେଶ ଲାଗି କରିବେ। ବଡ଼ସିଂହାର ବେଶ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମହାପ୍ରଭୁ ପଦ୍ମବେଶରେ ଅବକାଶ ନୀତି ପର୍ୟ୍ୟନ୍ତ ରହିବା ‌ପରେ ବେଶ ଓଲାଗି ହେବ। 

ଏଥିପାଇଁ ସକାଳୁ ମଙ୍ଗଳ ଆଳତି ପରେ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ିବାର ବ୍ୟବସ୍ଥା କରାଯାଇଛି। ପଦ୍ମବେଶରେ ମହାପ୍ରଭୁଙ୍କଠାରେ ଏକପଣ (୮୦ଟି) ପଦ୍ମଫୁଲ, ଏକପଣ ଡାଳି, ତିନୋଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ସହ ଗଛ, ୪ଟି ଶ୍ରୀମୁଖ ପଦ୍ମ କଢ଼, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ, ୨ଟି ତିଳକ, ୪ଟି ହଂସ ଲାଗି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ତିନିଟି, ବଳଭଦ୍ରଙ୍କଠାରେ ତିନିଟି ଓ ମା’ ସୁଭଦ୍ରାଙ୍କଠାରେ ଗୋଟିଏ ଗଛ ଲାଗି ହେବ। ଏଥିସହ ମହାପ୍ରଭୁଙ୍କ ସ୍ବତନ୍ତ୍ର ଚାଉଳରେ ପ୍ରସ୍ତୁତ ଅମାଲୁ, କ୍ଷୀରି ଆଦି ଲାଗି ହେବ।

 

 

from Kanak News
via <a href="https://ifttt.com/?

Design a site like this with WordPress.com
Get started