
from Kanak News
via <a href="https://ifttt.com/?
News

from Kanak News
via <a href="https://ifttt.com/?

ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । କରୋନା କାଳରେ ପ୍ରଥମ ଥର ପାଇଁ ଗ୍ୟାଲେରିରେ ବସି ଖେଳ ଦେଖିବେ ଦର୍ଶକ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଉତ୍ସାହରେ ଟିକେଟ କାଟିଲେ ଦର୍ଶକ । କରୋନା ମହାମାରୀ ଯୋଗୁଁ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏବେ ଖେଳ ଦେଖିବା ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଅନୁମତି ମିଳିଥିବା ବେଳେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି । ଏହି ମ୍ୟାଚ ଟିକେଟର ମୂଲ୍ୟ ୧୦୦,୧୫୦ ଏବଂ ୨୦୦ ଟଙ୍କା ରହିଛି ।
from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?

କନକ ବ୍ୟୁରୋ : ରାତି ପାହିଲେ ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଦେଶ କରିବ ନିର୍ବାଚନ । ଏହା ଆଗରୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ବେଆଇନ ନିର୍ବାଚନ ବନ୍ଦ କରିବାକୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତାର ତାଙ୍କର ପ୍ରତିପକ୍ଷ ବିଜୟନଗରମ୍ ଜିଲ୍ଲାପାଳ ଏମ୍ ହରି ଜବାହରଲାଲଙ୍କ ନିକଟକୁ ଚିଠି ଲେଖି, ନିର୍ବାଚନରୁ ବିରତ ରହିବା ପାଇଁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଆନ୍ଧ୍ର ସରକାର ଏ ନେଇ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି । ଏପରିକି ବେଆଇନ୍ ଭାବେ ଆନ୍ଧ୍ର ନିର୍ବାଚନ କଲେ ପରିଣାମର ସମ୍ମୁଖୀନ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଛନ୍ତି । ଏହି ପରିପେକ୍ଷୀରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ କୋଟିଆ ଗ୍ରାମପଂଚାୟତରେ ଆନ୍ଧ୍ର କରୁଥିବା ଭୋଟ୍ ବନ୍ଦ ରଖୁ । ସେପଟେ ଆଜି ସୁପ୍ରିମକୋର୍ଟରେ ଓଡିଶାର ସୀମାବର୍ତି ଗାଁକୁ ନିଜ ଅଂଚଳ ବୋଲି କହିଛନ୍ତି ଆନ୍ଧ୍ର ସରକାର ।
ଏହାର ତଥ୍ୟ ଓ ପ୍ରମାଣ ଥିବା ଖଣ୍ଡପୀଠ ଆଗରେ ଦାବି କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାରଙ୍କ ଓକିଲ । ପୂର୍ବରୁ ଆନ୍ଧ୍ର-ଓଡିଶା ସୀମାରେ ସ୍ଥିତାବସ୍ଥା ବଜାୟ ରଖିବା କୋର୍ଟ ରାୟ ଦେଇଥିବା ବେଳେ ଏହାକୁ ଉଲ୍ଲଂଘନ କରି ଆନ୍ଧ୍ର ଏବେ ଓଡିଶା ଗାଁରେ ନିର୍ବାଚନ କରୁଛି । ଏହାକୁ ନେଇ ଅଦାଲତ ଅବମାନନା ମାମଲା ସୁପ୍ରିମକୋର୍ଟରେ ରୁଜୁ କରିଛନ୍ତି ଓଡିଶା ସରକାର । ଏହି ମାମଲାର ପରବର୍ତି ଶୁଣାଣି ଆସନ୍ତା ଶୁକ୍ରବାର ଧାର୍ଯ୍ୟ ହୋଇଥିବା ବେଳେ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ଖଣ୍ଡପୀଠ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଭୂକମ୍ପରେ ଥରିଲା ଉତ୍ତର ଭାରତ । ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ମପାଯାଇଛି । ରାତି ପ୍ରାୟ ସାଢେ ୧୦ଟା ବେଳକୁ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହରିୟାଣା, ରାଜସ୍ଥାନ, ଜାମୁ କାଶ୍ମୀର, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ହୋଇଛିା ଯାହାର କେନ୍ଦ୍ରସ୍ଥଳ ତାଜକିସ୍ତାନ ବୋଲି ସୂଚନା ମିଳିଛି । ଏହି ଭୂମିକମ୍ପ ଫଳରେ ଦିଲ୍ଲୀ ଅଞ୍ଚଳରେ ଲୋକମାନେ ବେଶ ଭୟଭୀତ ହୋଇଯାଇଛନ୍ତି । ଲୋକମାନେ ଘର ଥରିବାରୁ ସେମାନେ ହଠାତ୍ ବାହାରକୁ ଚାଲିଆସିବା ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ବାଇ-ଲ ପ୍ରସଙ୍ଗକୁ ନେଇ ତାତି ବଢିଥିବାବେଳେ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ସଂସ୍କୃତି, ଗୌରବ ଓ ଭାବାବେଗକୁ ସମ୍ମାନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀ କେବି ବି ଅବହେଳା କରିବେ ନାହିଁ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରି ଲେଖିଛନ୍ତି ।
ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ସରକାର ଓଡ଼ିଶା ଜନସାଧାରଣଙ୍କର ସଂସ୍କୃତି, ଗୌରବ ଏବଂ ଭାବାବେଗକୁ ସମ୍ମାନ ଦେବାରେ ତିଳେମାତ୍ର ଅବହେଳା କରିବେ ନାହିଁ।ରାଜ୍ୟ ସରକାରଙ୍କ ଥିବା ସମସ୍ତ ଅଭିଯୋଗକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।
— Dharmendra Pradhan (@dpradhanbjp) February 12, 2021
https://platform.twitter.com/widgets.js
ଏଥିିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଓଡିଶାର ସମୃଦ୍ଧ ଐତିହ୍ୟର ସୁରକ୍ଷା ଓ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଶ୍ରଦ୍ଧାଳୁ, ସେବାୟତ ଏବଂ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଗଭୀର ଚିନ୍ତା ସ୍ୱାଗତଯୋଗ୍ୟ । ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦେଶର ଐତିହ୍ୟଗୁଡିକର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଏହି ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣା, ସୁରକ୍ଷା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ଐତିହ୍ୟ ପ୍ରାଧିକରଣ ଗଠନ କରାଯାଇଛି । ଯାହା ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀଗୁଡିକର ସଂରକ୍ଷଣ ଉପରେ ଅଧିକ ଉନ୍ନତି ଆଣିବା ପାଇଁ ଉତ୍ତମ ନୀତି ଓ ଆଇନଗତ ଢାଞ୍ଚା ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ।
ଏଥିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଜନସାଧାରଣଙ୍କ ସଂସ୍କୃତି, ଭାବାବେଗକୁ ତିଳେମାତ୍ର ଅବହେଳା କରିବେ ନାହିଁ । ରାଜ୍ୟ ସରକାରଙ୍କ ଥିବା ସମସ୍ତ ଅଭିଯୋଗକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଏଥିସହ ଏହି ଚିଠା ନିୟମ ନେଇ ରାଜ୍ୟ ସରକାରଙ୍କ ଯାହା ଆପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବା ସହ ଏହାକୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ସଚିବଙ୍କୁ ଲିଖିତ ଭାବେ ଅବଗତ କରିବାକୁ ସେ କହିଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ଭୀରୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଭାରତ ଚୀନ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ମୋଦୀଙ୍କୁ ଭୀରୁ ବୋଲି କହିବା ସହ ଚୀନ୍ ବିରୋଧରେ ଠିଆ ହେବାକୁ ମୋଦୀ ଭୟ କରୁଥିବା କହିଛନ୍ତି ରାହୁଲ । ଏହାସହ ଭାରତୀୟ ଜମିକୁ ଚୀନ ହାତକୁ ଟେକି ଦେଇଥିବା ଅଭିଯୋଗ ଆଣିଛନ୍ତି । ରାହୁଲଙ୍କ ଏପରି ଅଭିଯୋଗର ଜବାବ ରଖିଛି ବିଜେପି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଫେବୃଆରୀ ୭ ତାରିଖରେ ହୋଇଥିବା ହିମସ୍ଖଳନ ପରେ ଏବେବି ଟଳିନି ବିପଦ । ଋଷିଗଙ୍ଗା ନଦୀର ପାଣି ଗତ ୭ ତାରିଖରୁ ଏବେ ଯାଏଁ ସେହି ସ୍ଥାନରେ ଜମା ହୋଇ ରହିଛି । ଫଳରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଯାହା ତଳିଆ ଅଂଚଳ ପାଇଁ କୌଣସି ମୁହୁର୍ତରେ ବିପଦ ଆଣିପାରେ । ଉଚ୍ଚ ପାହାଡରେ ଯେଉଁ ସ୍ଥାନରେ ରୌଠିଗାଡ ନଦୀ ସହ ଋଷିଗଙ୍ଗା ନଦୀର ସଙ୍ଗମ ହୋଇଛି ସେହି ଜାଗାରେ ହିମସ୍ଖଳନ ଯୋଗୁଁ ପାଣି ଜମି ରହିଛି ।
ଉତରାଖଣ୍ଡ ଚମୋଲୀରେ ଏବେବି ଟଳିନି ବିପଦ । ପ୍ରକୃତିର କରାଳ ରୂପ ଦେଖାଇଥିବା ଋଷିଗଙ୍ଗା ନଦୀର ପାଣି ଗତ ୭ତାରିଖରୁ ଏବେ ଯାଏଁ ସେହି ସ୍ଥାନରେ ଜମା ହୋଇ ରହିଛି । ଫଳରେ ସେଠାରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଉଚ୍ଚ ପାହାଡରେ ଯେଉଁ ସ୍ଥାନରେ ରୌଠିଗାଡ ନଦୀ ସହ ଋଷିଗଙ୍ଗା ନଦୀର ସଙ୍ଗମ ହୋଇଛି ସେହି ଜାଗାରେ ହିମସ୍ଖଳନ ଯୋଗୁଁ ପାଣି ଆଗକୁ ଆସିପାରୁନାହିଁ । ସାଟେଲାଇଟରୁ ନିଆଯାଇଥିବା ଫଟୋରେ ଏହି ହ୍ରଦ ସ୍ପଷ୍ଟ ଭାବେ ଦେଖାଯାଉଛି । ସେହିପରି ଗଡୱାଲ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ତଥା ଭୂତତ୍ତ୍ୱବିତ ନରେଶ ରାଣା ଗ୍ରାଉଣ୍ଡ ଜିରୋକୁ ଯାଇ ସୃଷ୍ଟି ହୋଇଥିବା ହ୍ରଦ ସମ୍ପର୍କରେ ସବିଶେଷ ବିବରଣୀ ଦେଇଛନ୍ତି । ଯାହା ଆଶଙ୍କା କୁ ବଢାଇ ଦେଇଛି ।
ଭୂତତ୍ତ୍ୱବିତ ନରେଶ ରାଣାଙ୍କ ରିପୋର୍ଟ ଅନୁସାରେ ଏବେବି ବିପଦ ରହିଛି । ହିମସ୍ଖଳନ ଯୋଗୁଁ ହ୍ରଦ ସୃଷ୍ଟି ହୋଇଥିବା ବେଳେ ପାଣି ଭର୍ତି ହୋଇରହିଛି । ଯାହା ଏହି ହ୍ରଦ ପୁଣି ଥରେ ଭାଙ୍ଗିଯିବାର ଆଶଙ୍କା ରହିଛି । ଏପରି ହେଲେ ଫେବ୍ରୁଆରୀ ୭ତାରିଖ ଘଟଣାର ପୁନରାବୃତ୍ତିି ହୋଇପାରେ । ଆଇଟିବିପି ମଧ୍ୟ ଏହି ସ୍ଥାନ ଗୁଡିକର ଆକାଶ ମାର୍ଗରୁ ସର୍ଭେ କରିଛି । ଏବଂ ଏଠାରେ ହ୍ରଦ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି । ସେପଟେ ଏହି ସ୍ଥିତି ଉପରେ ନଜର ରଖାଯାଇଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସୂଚନା ଦିଆଯାଇଛି । ଏହି ହ୍ରଦ ୪ଶହ ମିଟର ଲମ୍ବା ହୋଇଥିବା ବେଳେ ଏହାର ଗଭୀରତା ନେଇ ଅଧିକ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୭ ତାରିଖରେ ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ପ୍ରକୃତର କରାଳ ରୂପ ଦେଖିବାକୁ ମିଳିଥିଲା । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ମାଡି ଆସିଥିଲା ଜଳସ୍ରୋତ । ଏହାର ଶିକାର ହୋଇଥିଲା ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ । ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସୁଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଇଥିଲା । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଏବେ ସୁଦ୍ଧା ୩୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୬୭ଜଣ ନିଖୋଜ ଅଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ଚର୍ଚ୍ଚାକୁ ଆସିଛି ଏକ ନୂଆ ମାଇକ୍ରୋ ବ୍ଲଗିଙ୍ଗ ଆପ୍ ‘କୁ’ । ଟ୍ୱିଟରର ବିକଳ୍ପ ଭାବେ ଏହା ୟୁଜର୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ପ୍ଲେ ଷ୍ଟୋରରୁ ଏହାକୁ ବହୁଳ ଭାବେ ଡାଉନଲୋଡ କରାଯାଇଛି । ସୋସିଆଲ ମିଡିଆରେ ମତ ପ୍ରକାଶ କରିବା ଏବଂ ପ୍ରତିକ୍ରିୟା ରଖିବାର ଏକ ପ୍ରମୁଖ ମାଧ୍ୟମ ଟ୍ୱିଟର ପାଲଟି ସାରିଥିବାବେଳେ ଏହି ଆମେରିକୀୟ କମ୍ପାନି ଏବେ ଭାରତ ସରକାରଙ୍କ ଟାର୍ଗେଟକୁ ଚାଲିଆସିଛି । ଆଉ ଏହାରି ଭିତରେ ଟ୍ୱିଟରକୁ ଟକ୍କର ଦେଉଛି ଦେଶୀ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ- ‘କୁ’ ଆପ୍ ।
ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେକୁ ଆପ୍ ଉପଲବ୍ଧ ରହିଛି । ଏହାର ୱେବପେଜ ମଧ୍ୟ ରହିଛି । ଭାରତ ସରକାରଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚରେ ହୋଇଥିବା ଆତ୍ମନିିର୍ଭର ଭାରତ ଆପ ପ୍ରତିଯୋଗିତାରେ ଏହି ‘କୁ’ ଆପ୍ଲିକେସନ ବିଜୟୀ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ଏହାର ଉଲ୍ଲେଖ କରିଥିଲେ । ସତେବେଳେ ଏହା ଲୋକଙ୍କ ଦୃଷ୍ଟିକୁ ସେତେଟା ଆସିନଥିଲା । କିନ୍ତୁ ହଠାତ ଏହି ଆପଟି ଏବେ ଚର୍ଚ୍ଚାକୁ ଚାଲିଆସିଛି ।
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପୀୟୁଷ ଗୋଏଲ ଟ୍ୱିଟ କରି ସେମାନେ ‘କୁ’ ଆପ ବ୍ୟବହାର କରୁଥିବା ଲେଖିଛନ୍ତି । ଏପରିକି ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମେରିକା କମ୍ପାନି ଟ୍ୱିଟର ସହିତ ବିବାଦ ପରେ ଏକାଧିକ ମନ୍ତ୍ରୀ, ସାଂସଦ ଓ ସେଲିବ୍ରିଟି ଏହି ଦେଶୀ ଆପକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି ।
ଅପ୍ରେମୟ ରାଧାକୃଷ୍ଣ ଓ ମୟଙ୍କ ବିଦାୱତକା ଏହି ‘କୁ’ ଆପ୍କୁ ପ୍ରସ୍ତୁତ କରିଛନ୍ତି । ‘କୁ’ ଆପ୍ରେ ଟ୍ୱିଟର ଭଳି ଫିଚର୍ସ ରହିଛି । ବିଭିନ୍ନ ବ୍ୟକ୍ତିଙ୍କୁ ଏଥିରେ ଫଲୋ କରାଯାଇପାରିବ । ସେହିପରି ବ୍ରାଉଜ କରାଯାଇ ପାରିବ । ମେସେଜକୁ ଅକ୍ଷରରେ କିମ୍ବା ଅଡିଓ, ଭିଡିଓ ମାଧ୍ୟମରେ ପଠାଇ ହେବ । ଇଂରାଜୀ ସମେତ ୬ଟି ଭାରତୀୟ ଭାଷାର ବିକଳ୍ପ ମଧ୍ୟ ଏହି ଦେଶୀ ଆପରେ ରହିଛି । ‘କୁ’ ଆପକୁ ୩୦ ଲକ୍ଷ ଥର ଡାଉନଲୋଡ କରାଯାଇ ସାରିଥିବା ଜଣାପଡିଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଓଡିଶାରେ ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛି ସାଧାରଣ ପ୍ରଶାସନ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏଣିକି ସମସ୍ତ ବର୍ଗର ସରକାରୀ ଚାକିରିଆ ସେମାନଙ୍କର ଆୟର ବିବରଣୀ ପ୍ରଦାନ କରିବେ । ଏଥିସହ ଏହାକୁ ସମସ୍ତେ ଜାଣିବା ଭଳି ପବ୍ଲିକ ଡୋମେନରେ ମଧ୍ୟ ରଖିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
from Kanak News
via <a href="https://ifttt.com/?