ସେଂଚୁରିଆନ୍ ୟୁନିଭର୍ସିଟିରେ ଆର୍ଥିକ ଅନିୟମିତତା ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇ ଥାନାରେ ଏତଲା ।

କନକ ବ୍ୟୁରୋ: ସେଂଚୁରିଆନ୍ ୟୁନିଭର୍ସିଟିରେ ଆର୍ଥିକ ଅନିୟମିତତା ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇ ଥାନାରେ ଏତଲା ପରେ ଚର୍ଚ୍ଚାକୁ ଆସିଛି ସେଂଚୁରିଆନ୍ ୟୁନିଭର୍ସିଟି । ଜଟଣୀ ପୋଲିସ ଷ୍ଟେସନରେ ଏତଲା ଅନୁସାରେ ତାଲାବନ୍ଦ ସମୟରେ ଅନଲାଇନ ବ୍ୟାଙ୍କିଂ ମାଧ୍ୟମରେ କରାଯାଉଥିଲା ସମସ୍ତ ପେମେଂଟ । ଏହାର ସୁଯୋଗ ନେଇ ସଂସ୍ଥାର ପୂର୍ବତନ ଚିଫ୍ ଫାଇନାନ୍ସିଂ ଅଫିସର , ହିମାଂଶୁ କବି ପ୍ରାୟ ୧୬ଟି ଫାର୍ମ ନାଁରେ ପ୍ରାୟ କୋଟିଏ ଟଙ୍କାର ଜାଲିଆତି କରିଥିବା ଥାନାରେ ଅଭିଯୋଗ ହୋଇଛି । ନିଜ ପଦବୀର ଅପବ୍ୟବହାର କରି ଏହି ଜାଲିଆତି କରିଥିବା ଅଭିଯୋଗ କରିଛି ସଂସ୍ଥା ।

୧୬ଟି ଭେଣ୍ଡରକୁ ଟଙ୍କା ପଠାଇବାକୁ ହିମାଂଶୁ କରିଥିଲେ ଇମେଲ୍
କେଉଁ ଭେଣ୍ଡରଙ୍କୁ କେତେ ଟଙ୍କା ପୈଠ ହେବ ତାହା ବି ଲେଖିଥିଲେ
ଏସଏସ ଏଂଟରପ୍ରାଇଜର୍ସକୁ ୧୧, ୬୫, ୨୩୫ ଟଙ୍କା
ନଳିନାକ୍ଷ ନାୟକଙ୍କ ଖାତାକୁ ୧୧, ୫୬, ୫୩୯ ଟଙ୍କା
ପ୍ଲାନ୍ ଆଣ୍ଡ ମିଡିଆକୁ ଯାଇଛି ୭, ୮୮, ୫୩୭ ଟଙ୍କା

ତେବେ ବିଭିନ୍ନ ଭେଣ୍ଡରଙ୍କୁ ଟଙ୍କା ପୈଠ ନାଁରେ ନଳିନାକ୍ଷ ନାୟକ ଏବଂ ସ୍ୱର୍ଣ୍ଣପ୍ରଭା ଦାଶଙ୍କ ପରି ବ୍ୟକ୍ତିଗତ ଖାତାକୁ ଟଙ୍କା ପଠାଇ ସଂସ୍ଥାର ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି । ଜଟଣୀ ଥାନାରେ ଏତଲା ପରେ ଘଟଣାରେ ଗିରଫ ହୋଇଛନ୍ତି ୩ ଜଣ । ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଏହି ଘଟଣାକୁ ନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖିଛନ୍ତି ସେଂଚୁରିଆନ୍ ୟୁନିଭର୍ସିଟିର ପୂର୍ବତନ ସିଏଫଓ ହିମାଂଶୁ କବି । କହିଛନ୍ତି ତାଙ୍କ ନାଁରେ ଆକ୍ରୋଶମୂଳକ ଭାବେ ଦିଆଯାଇଛି ଏତଲା ।

ହିମାଂଶୁଙ୍କ ଅଭିଯୋଗ

ସେଂଚୁରିଆନ୍ ୟୁନିଭର୍ସିଟିରେ ବଡ ଧରଣର ଜିଏସଟି ଜାଲିଆତି ହୋଇଛି ଏବଂ ସବୁ ଜାଲିଆତିର ପ୍ରମାଣ ରହିଛି ତାଙ୍କ ପାଖରେ
ଜିଏସଟି ଜାଲିଆତିକୁ ରଫାଦଫା କରିବାକୁ ହୋଟେଲରେ ଚାଲିଥିଲା ବୈଠକ
ସିବିଆଇ ଚଢାଉ ପରେ ଧରାପଡିଥିଲେ ୪ ଜଣ
୩ ଜଣ ଜିଏସଟି ଅଫିସର ଏବଂ ସେଂଚୁରିଆନର ଜଣେ କର୍ମଚାରୀ ଧରାପଡିଥିଲେ
ହିମାଂଶୁଙ୍କ ମୁହଁ ବନ୍ଦ କରିବାକୁ କରାଯାଇଥିଲା ଉଦ୍ୟମ
ସଂସ୍ଥାରୁ ବହିଷ୍କାର ପରେ ତାଙ୍କ ନାଁରେ ଦିଆଯାଇଛି ଏତଲା

ହିମାଂଶୁ କବି ସଂସ୍ଥାର ମାଲିକ ମୁକ୍ତିକାନ୍ତ ମିଶ୍ରଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଜିଏସଟି ଠକେଇକୁ ଫାଙ୍କିବାକୁ ଲାଂଚ ଦେବାର ପୁରା ପ୍ଲଟ୍ ମୁକ୍ତିକାନ୍ତ ମିଶ୍ରଙ୍କର ବୋଲି ଇସାରା କରିଛନ୍ତି ହିମାଂଶୁ । କନକନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ ସେଂଚୁରିଆନ୍ ୟୁନିଭର୍ସିଟିରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜିଏସଟି ପୈଠ ବାବଦରେ ହୋଇଛି ଚଂଚକତା । ପୂର୍ବତନ ସିଏଫଓ ହିମାଂଶୁ କବିଙ୍କ ଅଭିଯୋଗ ଅନୁସାରେ ତଦନ୍ତକାରୀ ସଂସ୍ଥା ସଠିକ୍ ଭାବେ ତଦନ୍ତ କଲେ ସେଂଚୁରିଆନ୍ ୟୁନିଭର୍ସିରୁ ଆହୁରି ଅଧିକ ଜାଲିଆତି ସାମ୍ନାକୁ ଆସିବ ।

from Kanak News
via <a href="https://ifttt.com/?

ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ପଛରେ କିଏ? ଜାଣନ୍ତୁ, ଥାନାରେ କଣ ଅଭିଯୋଗ କରିଛନ୍ତି ଶୁଭମ ହୀରା ନାମକ ଯୁବକ ।

କନକ ବ୍ୟୁରୋ: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ଲଗାଇବା ପଛରେ ରହିଛି କିଏ? ଏହା ସ୍ପଷ୍ଟ ହୋଇନାହିଁ । ହେଲେ ରାଜଧାନୀରେ ପୋଷ୍ଟର ମାରିବା ଘଟଣାକୁ ନେଇ ଗଣ୍ଡଗୋଳ ଘଟଣାରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବେହେରାଙ୍କୁ ଗିରଫ କରିଛି ପୁଲିସ । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଶୁଭମ ହୀରା ନାମକ ଯୁବକ ଅଭିଯୋଗ କରିଛନ୍ତି ।

ଶୁଭମ ହୀରା ଥାନାରେ କରିଥିବା ଅଭିଯୋଗ ଅନୁସାରେ, ମୁଁ ଓ ମୋ କ୍ଲିନିକର ଷ୍ଟାଫମାନେ ପ୍ରାତଃ ସମୟରେ କ୍ଲିନିକର ପୋଷ୍ଟର ବୁଦ୍ଧନଗର କଦଳୀ ଗୋଦାମରେ ଗତକାଲି ଲଗାଇବାବେଳେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ତାଙ୍କ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା ତାଙ୍କୁ ଲୁହାରଡରେ ପିଟିଥିଲେ । ପଗଡି ଖୋଲି ଚୁଟି ଧରି ତଳେ ପକାଇ ଚାପିଦେଇଥିଲେ । ମୋବାଇଲକୁ ଭାଙ୍ଗିଦେଇଥିଲେ । ଆଉ ମୋ ପକେଟରେ ଏମପି ମହୋଦୟାଙ୍କ ଚିରା ପୋଷ୍ଟର ରଖି ଧନେଶ୍ୱର ବାରିକ ବାଧ୍ୟ କରି କହିଲେ ତୁ କହ ଏଇ ଭିଡିଓରେ ଜଗା ଭାଇ ଅପରାଜିତା ମ୍ୟାଡାମଙ୍କ ବିରୋଧରେ ପୋଷ୍ଟର ଲଗାଇବା ପାଇଁ କହିଛନ୍ତି ।
ଏହାସହ ଶୁଭମ ହୀରା ତାଙ୍କ ଏଫଆଇଆରରେ ଲେଖିଛନ୍ତି ସେ ଜଣେ ଏମବିଏ ଛାତ୍ର ଓ ବିଜେପିର ସମର୍ଥକ । ଜଗା ଭାଇ ନାମକ ଜଣେ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରି ସେ ଲେଖିଛନ୍ତି, ସେ ଏହି ପୋଷ୍ଟର ଲଗାଇବା ପାଇଁ ବାଧ୍ୟ କରିଥିଲେ ।

ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ନିଖୋଜ ପୋଷ୍ଟର ଲଗାଯାଇଥିଲା । ଏଥିରେ ଲେଖାଯାଇଥିଲା, ଏକାମ୍ର କ୍ଷେତ୍ରରେ ଜାତୀୟ ସ୍ମାରକ କର୍ତୃପକ୍ଷ ଯେଉଁ କଟକଣା ଲଗାଇଛନ୍ତି, ତା ବିରୁଦ୍ଧରେ କାହିଁକି ମୁହଁ ଖୋଲୁନାହାନ୍ତି ଅପରାଜିତା । ତେବେ ନିଖୋଜ ପୋଷ୍ଟରକୁ ନେଇ ବିବାଦ ବଢିବା ପରେ ଖୋଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରି ପ୍ରତିକ୍ରିୟା ରଖିଥିଲେ । ସାଂସଦ କହିଥିଲେ, ଭୁବନେଶ୍ୱରବାସୀ ତାଙ୍କୁ ମିସ କରୁଛନ୍ତି । ଆଉ ଏହା ଜାଣି ସେ ଖୁସି ହୋଇଛନ୍ତି ।

from Kanak News
via <a href="https://ifttt.com/?

ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିବା ସଂଜୟ କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା । କାହିଁକି ପ୍ରେମିକରୁ ସେ ସୈତାନ ବନିଗଲା?

କନକ ବ୍ୟୁରୋ: ପ୍ରେମ, ପ୍ରତିହିଂସା, ପ୍ରତାରଣା ଓ ଶେଷରେ ହତ୍ୟା । ରାଜଧାନୀରେ ମୁଣ୍ଡକାଟି ହତ୍ୟା କରାଯାଇଥିବା ମହିଳା ପୁଷ୍ପଲତାଙ୍କ କାହାଣୀ ଥିଲା କିଛି ଏହିପରି…

ସ୍ୱାମୀଙ୍କ ମୃତ୍ୟୁ ପରେ ସଂଜୟ ଓରଫ ଅଙ୍ଗଦକୁ ଏକ ପ୍ରକାର ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ ପୁଷ୍ପଲତା । କିନ୍ତୁ ସଂଜୟ ଯେ ଖେଳ ଖେଳୁଥିଲା, ଏହା ପୁଷ୍ପଲତା ବୁଝିପାରିନଥିଲେ । ପୂର୍ବରୁ ବିବାହିତ ଥିବା ସଂଜୟ, ପୁଷ୍ପଲତାଙ୍କୁ କେବଳ ଏକ ଉପଭୋଗର ସାମଗ୍ରୀ କରିଦେଇଥିଲା । କିନ୍ତୁ ପୁଷ୍ପଲତା, ବିବାହ କରିବାକୁ ଚାହୁଁଥିଲେ । ୫-୬ ବର୍ଷ ସାଙ୍ଗରେ ରହିବା ପରେ ବି ବାହାଘର ପାଇଁ ରାଜି ହେଉନଥିଲା ସଂଜୟ । କିନ୍ତୁ ପୁଷ୍ପଲତା ଏକ ଏଭଳି ଜୀବନ ଚାହୁଁଥିଲେ, ଯାହା ଉପରେ ପରିବାରର ସ୍ୱୀକୃତି ଥିବ ସମାଜର ସ୍ୱୀକୃତି ଥିବ ।

ଏଭଳି ସମୟରେ ପ୍ରୀତିରଂଜନ ପତି ନାମକ ଜଣେ ଯୁବକ, ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ଯେହେତୁ ପୁଷ୍ପଲତା ଏକ ବୈଧ ସାମାଜିକ ଜୀବନ ଚାହୁଁଥିଲେ, ତେଣୁ ତୁରନ୍ତ ଏଥିରେ ରାଜି ହୋଇଯାଇଥିଲେ । ଭାବିଥିଲେ ପ୍ରୀତିରଂଜନଙ୍କ ସହ ସୁଖର ସଂସାର ଗଢିବେ । ଏପଟେ ସୈତାନ ସଂଜୟ କିନ୍ତୁ କେମିତି ପୁଷ୍ପଲତାଙ୍କୁ ହଇରାଣ କରିବ, ସେନେଇ ପ୍ଲାନ କରୁଥିଲା । ପୁଷ୍ପଲତାଙ୍କ କିଛି ଅଶ୍ଲିଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବ ବୋଲି ପୁଷ୍ପଲତାଙ୍କୁ ଧମକ ଦେଲା ।

ସ୍ୱାମୀଙ୍କ ସହ ଖୁସିରେ ଥିବା ପୁଷ୍ପଲତା ହଠାତ୍ ଏଭଳି ଧମକରେ ହଡବଡେଇଗଲେ । ଆଉ ଏହି ଧମକ ଅଟକିଲା ନାହିଁ । ବାରମ୍ବାର ସଂଜୟ ବିଭିନ୍ନ ପ୍ରକାର ଧମକ ଦେଲା । ଯେହେତୁ ପୁଷ୍ପଲତା ପୂର୍ବରୁ ସଂଜୟ ସହ ୫-୬ ବର୍ଷ ଥିଲେ, ତେଣୁ ସଂଜୟ ଅନେକ ସମୟର ଭିଡିଓ ତିଆରି କରିଥିଲା । ପୁଷ୍ପଲତା ଏସବୁ ଶୁଣି ଡରିଗଲେ ଏବଂ ସଂଜୟ ପାଖକୁ ଆସିବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଗଲେ । କିନ୍ତୁ ପୁଷ୍ପଲତା ଜାଣିନଥିଲେ, ସଂଜୟର ଡାକରା ମୃତ୍ୟୁର ଡାକରା ଥିଲା ବୋଲି । ସଂଜୟ ପ୍ଲାନ କରିସାରିଥିଲା, ପୁଷ୍ପଲତାଙ୍କୁ ଆଉ ଏ ଦୁନିଆଁରେ ରଖେଇ ଦେବ ନାହିଁ । ଆଉ ପୁଷ୍ପଲତା ଫେରି ଆସିବା ପରେ ପ୍ରତିଶୋଧ ନେଲା ସଂଜୟ । ତଂଟିଚିପି ହତ୍ୟା କରିଦେଲା । ଆଉ ତାପରେ କେହି ଯେମିତି ଜାଣିପାରିବେ ନାହିଁ, ମୁଣ୍ଡକୁ କାଟି ନେଇ ଅନ୍ୟ ଜାଗାରେ ଫିଙ୍ଗିଦେଲା ।

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟରେ ଓଡିଶା ସୀମାବର୍ତ୍ତୀ ଗାଁକୁ ନିଜ ଅଂଚଳ କହିଲା ଆନ୍ଧ୍ର । ତଥ୍ୟ ଓ ପ୍ରମାଣ ଥିବା ଖଣ୍ଡପୀଠ ଆଗରେ ଦାବିକଲେ ଓକିଲ ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଂଚାୟତର ୨୧ଟି ଗାଁରେ ନିର୍ବାଚନ କରୁଛି ଆନ୍ଧ୍ର । ଏହି ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ଆଜି ମାମଲାର ଶୁଣାଣି ହୋଇଛି । ତେବେ ଶୁଣାଣି ସମୟରେ ଆନ୍ଧ୍ର ସରକାରଙ୍କ ଓକିଲ, କହିଛନ୍ତି ନିର୍ବାଚନ ହେଉଥିବା ଗାଁ ଗୁଡିକ ଆନ୍ଧ୍ରରେ ଅଛି । ଏପରିକି ଏହାର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଏହି ଗାଁଗୁଡିକରେ ନିର୍ବାଚନ ହୋଇଛି ବୋଲି ଆନ୍ଧ୍ର ଯୁକ୍ତି ବାଢ଼ିଛି ।

କୋଟିଆ ଗ୍ରାମ ପଂଚାୟତର ଯେଉଁ ଗାଁଗୁଡିକରେ ନିର୍ବାଚନ କରାଯାଉଛି, ସେହି ଗାଁଗୁଡିକ ଓଡ଼ିଶାରେ ନୁହେଁ, ଆନ୍ଧ୍ରପ୍ରଦେଶରେ ଅଛି ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଆନ୍ଧ୍ର ସରକାର । ଏହି ଘଟଣା ପରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଆଉ ଏକ ପାଦ ଆଗକୁ ବଢ଼ିଛି ।

ଆନ୍ଧ୍ରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ
ଆସନ୍ତା ଶୁକ୍ରବାର ହେବ ପରବର୍ତ୍ତୀ ଶୁଣାଣି

ସୀମାନ୍ତରେ ଥିବା ଏହି ଗାଁଗୁଡିକ ଉପରେ ଦୁଇ ଦୁଇ ଥର ସ୍ଥିତାବସ୍ଥା ବଜାୟ ରଖିବାକୁ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକୁ ଆନ୍ଧ୍ର ଅବମାନନା କରିଥିବା ନେଇ ପିଟିସିନରେ ଦର୍ଶାଇଛି ଓଡ଼ିଶା । ଏହାର ବିଚାର କରି ଆନ୍ଧ୍ର ସରକାରଙ୍କୁ ନୋଟିସ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖ ଅର୍ଥାତ ଶୁକ୍ରବାର ଦିନ ହେବ । ଆନ୍ଧ୍ର ଯଦି ଉପଯୁକ୍ତ ପ୍ରମାଣ ଓ ତଥ୍ୟ ଉପସ୍ଥାପନ କରିପାରିବ ନାହିଁ, ତେବେ ଅଦାଲତ ଅବମାନନାରେ ଛନ୍ଦି ହେବା ସମ୍ଭାବନା ରହିଛି ।

ଆସନ୍ତା ଶୁକ୍ରବାର ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ । ସେତେବେଳେ କିନ୍ତୁ ଓଡ଼ିଶା ଗାଁରେ ଆନ୍ଧ୍ରର ନିର୍ବାଚନ ସରି ଯାଇଥିବ । ଏ ସଂକ୍ରାନ୍ତରେ ଅନୁଭବି ଓକିଲମାନେ କହିଛନ୍ତି, ଯଦି ଆନ୍ଧ୍ର ସରକାର ଉପଯୁକ୍ତ ପ୍ରମାଣ ନଦେଇ ପାରିବେ, ତେବେ ସେହି ଅଂଚଳରେ ନିର୍ବାଚନ ଅସିଦ୍ଧ ଘୋଷଣା ହୋଇପାରେ ।

from Kanak News
via <a href="https://ifttt.com/?

ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ ବିରୋଧ । ଲିଙ୍ଗରାଜ ମନ୍ଦିର ଆଗରେ ଜଳିଲା ହଜାର ହଜାର ଦୀପ ।

କନକ ବ୍ୟୁରୋ: ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ କଡା ବିରୋଧ । ଆଜି ଲିଙ୍ଗରାଜ ମନ୍ଦିର ଆଗରେ ପ୍ରାୟ ୫ ମାଇଲ ଦୂରତା ଯାଏଁ ସାମୂହିକ ଦୀପ ଦାନ କରି ବିରୋଧ କରିଛନ୍ତି ହଜାର ହଜାର ଲୋକ । ପ୍ରାୟ ୧୦ହଜାର ରାଜଧାନୀ ବାସିନ୍ଦା ଦୀପ ଦାନ କରି ତୁରନ୍ତ ବାଇ-ଲ’କୁ ହଟାଇବାକୁ ଦାବି କରିଛନ୍ତି ।

ନେସନାଲ ମନୁମେଣ୍ଟ ଅଥରିଟି ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ବାଇ-ଲକୁ ଗ୍ରହଣ କରୁନାହିଁ ଭୁବନେଶ୍ୱର । ବାଇ-ଲ’କୁ ବିରୋଧ କରି ଏହି ଦୀପ ଦାନ କରାଯାଇଛି । ପ୍ରାୟ ୧୦ ହଜାର ଦୀପ ଜଳାଇ ଲୋକେ ଦାବି କରିଛନ୍ତି ପୁରୀ ଭଳି ଏକାମ୍ର କ୍ଷେତ୍ରରୁ ମଧ୍ୟ ବାଇ-ଲ’କୁ ପ୍ରତ୍ୟାହାର କରାଯାଉ । ଜାତୀୟ ସ୍ମାରକ କର୍ତୃପକ୍ଷ ଏକ ଡ୍ରାଫ୍ଟ ବାଇ ଲ ପ୍ରସ୍ତୁତ କରି ବିଭିନ୍ନ କଟକଣା ଜାରି କରିଛନ୍ତି । ଏହି କଟକଣା ଅନୁସାରେ ଶହେ ମିଟର ପର୍ଯ୍ୟନ୍ତ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ ଏବଂ ଆଉ ୨ଶହ ମିଟର ପର୍ଯ୍ୟନ୍ତ କୌଣସି ବି ନିର୍ମାଣ ପାଇଁ ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ଅନୁମତି ନେବାକୁ ହେବ ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଲେଖିଛନ୍ତି, ସ୍ମାରକ କର୍ତୃପକ୍ଷ ତୁରନ୍ତ ଏହି ବାଇ-ଲକୁ ପ୍ରତ୍ୟାହାର କରିବା ଦରକାର । ଏଭଳି କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ଉଚିତ ଥିଲା ବୋଲି ତାଙ୍କ ଟୁଇଟରେ ଲେଖିଛନ୍ତି । ଏଥିସହ ଓଡିଶାର ସମସ୍ତ ସାଂସଦ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ପାଇଁ କହିଛନ୍ତି ନବୀନ ।

from Kanak News
via <a href="https://ifttt.com/?

ଚାଷୀମାନଙ୍କୁ ପଠାଗଲା କାଳିଆ ଟଙ୍କା । ଟଙ୍କା ପଠାଇବା ପରେ ଚାଷୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

କନକ ବ୍ୟୁରୋ: କାଳିଆ ଟଙ୍କା ପଠାଇବା ପରେ ଚାଷୀଙ୍କ ସହ କଥା ହେଲେ ନବୀନ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ କିସ୍ତି ଟଙ୍କା ପଠାଇବା ପରେ ୫ ଜଣ ଚାଷୀଙ୍କ ସହ କଥା ହୋଇଛନ୍ତି । ସେମାନଙ୍କ ଭିତରେ ସୁନ୍ଦରଗଡ, ବରଗଡ,ନବରଙ୍ଗପୁର, ନୟାଗଡ ଓ ମୟୂରଭଞ୍ଜର ଜଣେ ଲେଖାଏଁ ଚାଷୀ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ୟ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର ରୋଜଗାର ବଢୁ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ । ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।’

from Kanak News
via <a href="https://ifttt.com/?

ବନ୍ଧୁ ହେଲା ହତ୍ୟାକାରୀ । ଜନ୍ମଦିନ ପାର୍ଟିରେ ବଚସା ହେବାରୁ ସାଙ୍ଗକୁ ଛୁରୀ ମାରି ହତ୍ୟା କଲା ସାଙ୍ଗ ।

କନକ ବ୍ୟୁରୋ : ବନ୍ଧୁ ହେଲା ହତ୍ୟାକାରୀ । ଜନ୍ମଦିନ ପାର୍ଟିରେ ବଚସା ହେବାରୁ ସାଙ୍ଗକୁ ଛୁରୀ ମାରି ହତ୍ୟା କଲା ସାଙ୍ଗ । ଏଭଳି ଦୁଃଖଦ ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀରେ । ଏହି ଘଟଣା ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଫେବୃଆରୀ ୧୦ ତାରିଖର ଘଟଣା । ଦିଲ୍ଲୀର ମଙ୍ଗୋଲୀପୁର ଅଞ୍ଚଳରେ କିଛି ସାଙ୍ଗ ମିଶି ଜନ୍ମଦିନ ପାର୍ଟି କରୁଥାନ୍ତି । ସବୁ କିଛି ଠିକଠାକ ଚାଲିଥିଲା । ଖୁସିର ମାହୋଲ ଥିଲା । ନାଚ ଗୀତ ବି ହେଉଥିଲା । ସେହି ସମୟରେ ରିଙ୍କୁ ଶର୍ମାଙ୍କ ସହ ଦନିଶ ଓ ଇସଲାମଙ୍କ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ହେଲେ ସେହି ସମୟରେ କିଛି ସାଙ୍ଗ ସମସ୍ତଙ୍କୁ ବୁଝାବୁଝି କରି ଶାନ୍ତ କରାଇଥିଲେ । ହେଲେ ଏହି ଘଟଣା ପରେ ଏକ ଭୟାନକ ରୂପ ନେଇଥିଲା ।

ପାର୍ଟି ସରିବା ପରେ ରିଙ୍କୁ ଶର୍ମା ରାତି ଶାଢେ ଦଶଟାରେ ଘରକୁ ଫେରୁଥିଲେ । ହେଲେ ଦନିଶ ଓ ଇସଲାମଙ୍କ ସହ କିଛି ଯୁବକ ରିଙ୍କୁ ଶର୍ମାଙ୍କୁ ବାଟରେ ଅଟକାଇଥିଲେ ଓ ମାରପିଟ କରିଥିଲେ । ଶେଷରେ ଭୟଭୀତ ହୋଇ ରିଙ୍କୁ ସେଠାରୁ ଦୌଡି ଘରକୁ ପଳାଇଥିଲେ । ହେଲେ ସୈତାନମାନଙ୍କ ରାଗ ସେତିକିରେ କମି ନଥିଲା ରଙ୍କୁଙ୍କୁ ଘର ଯାଏଁ ପିଛା କରି ଯାଇ ଛୁରି ମାଡ କରିଥିଲେ । ସେହି ଠାରେ ହି ରିଙ୍କୁ ରକ୍ତାକ୍ତ ହୋଇ ପଡିଯାଇଥିଲା । ଶେଷରେ ରିଙ୍କୁ ଶର୍ମାଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

from Kanak News
via <a href="https://ifttt.com/?

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ ଟଙ୍କା’ । ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଯିବ ଟଙ୍କା ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର ରୋଜଗାର ବଢୁ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ । ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।’

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ କାଳିଆ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ସୁନ୍ଦରଗଡର କୁମାରୀ ମାରାଇ, ବରଗଡର ମାଣିକ ପ୍ରଧାନ ନବରଙ୍ଗପୁରର ଘନ ପାଇକ, ନୟାଗଡର ଦାଶରଥି ସାହୁ ଓ ମୟୁରଭଂଜର ଚାଷୀମାନେ କାଳିଆ ସହାୟତା ଦ୍ବାରା କିପରି ଚାଷ ସହିତ ଛେଳିପାଳନ ଓ ଅନ୍ୟ ଆନୁଷଙ୍ଗିକ କୃଷି କାମ କରି ସେମାନେ କିପରି ଲାଭବାନ୍‌ ହୋଇଛନ୍ତି, ସେ ବିଷୟରେ କହି କାଳିଆ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ ପରିସ୍ଥିତି ସତ୍ତ୍ବେ ଚାଷୀମାନେ ଭଲ ଫସଲ ଅମଳ କରି ଓଡିଶାକୁ ଆଗକୁ ନେଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ୱ ଯୋଗୁ ରାଜ୍ୟ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି ବୋଲି ସେ କହିଥିଲେ ।

from Kanak News
via <a href="https://ifttt.com/?

ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ । ନେଗେଟିଭ୍ ହେଲେ ପ୍ରବେଶ ପାଇଁ ମିଳିବ ଅନୁମତି ।

କନକ ବ୍ୟୁରୋ: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ । ଆସନ୍ତା ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ ଏହି ଟେଷ୍ଟ ହେବ । ଏହି ଟେଷ୍ଟରେ ବିଧାୟକମାନଙ୍କ ସହିତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନେ ବି ସାମିଲ ହେବେ ବୋଲି କୁହାଯାଇଛି ।

ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବାକୁ ଯାଉଛି । ଏହାପୂର୍ବରୁ କୋଭିଡ୍ ସଚେତନତା ପୂର୍ବକ ଏହି କରୋନା ଟେଷ୍ଟ ହେବ । ୧୫ ଓ ୧୬ ତାରିଖ ସକାଳ ସାଢେ ୮ଟାରୁ ସାଢେ ୧ଟା ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ଟେଷ୍ଟ ହେବ । ସେହିଭଳି ୧୭ ତାରିଖରେ ସାଢେ ୮ଟାରୁ ସାଢେ ୧ଟା ଯାଏଁ ବିଧାୟକମାନଙ୍କର କୋଭିଡ୍ ଟେଷ୍ଟ ହେବ ।

ଅନ୍ୟପଟେ ବିଧାନସଭା ଅଧିବେଶନ ଚାଲିଥିବାବେଳେ ଯଦି କୌଣସି ସଦସ୍ୟ ଅସୁସ୍ଥତା ଅନୁଭବ କରନ୍ତି ତେବେ ତାଙ୍କର ଚିକିତ୍ସା କରାଯିବା ସହିତ ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଅଧିବେଶନ ପୂର୍ବରୁ ସବୁ ସଦସ୍ୟଙ୍କୁ ଫେସ ସିଲ୍ଡ, ମାସ୍କ, ଗ୍ଲୋବସ ଓ ସାନିଟାଇଜର ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି ।କେବଳ ସେତିକି ନୁହେଁ, ଏହାସହ ସଚିବାଳୟର ସମସ୍ତ ଷ୍ଟାଫଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷ୍ଟାଫ୍, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ହାତୀ ଦାନ୍ତ ବିକ୍ରି କରିବାକୁ ହେଉଥିଲା ଷଡଯନ୍ତ୍ର । ଅତର୍କିତ ଚଢାଉ କଲା ଏସଟିଏଫ, ୩ ଗିରଫ

କନକ ବ୍ୟୁରୋ : ହାତୀଦାନ୍ତ ବିକ୍ରି କରିବାକୁ ଯୋଜନା କରୁଥିବା ସମୟରେ ଏସ୍‌ଟିଏଫ୍‌ ଅତର୍କିତ ଭାବେ ଚଢ଼ାଉ କରିଛି। ଏସଟିଏଫ୍‌ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଖଣ୍ଡ ହାତୀଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ଭଗବାନପୁର ଗାଁର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ ଓ ଯାଜପୁର ଜିଲ୍ଲା କବାଟବନ୍ଧର ଅମ୍ବୁଜା ପ୍ରଧାନ।

ସୂଚନା ଅନୁସାରେ ଉପରୋକ୍ତ ୩ ଜଣ ଅଭିଯୁକ୍ତ ଆଜି ସକାଳୁ ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀ ପୋଲ ନିକଟସ୍ଥ କବାଟବନ୍ଧ ଛକରେ ହାତୀ ଦାନ୍ତ ବିକ୍ରି କରିବାକୁ ନିଜର ଗ୍ରାହକଙ୍କ ଅପେକ୍ଷାରେ ଥିଲେ। ଏସଂକ୍ରାନ୍ତରେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଏସଟିଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଂଚିଥିଲା। ଟିମ୍‌ ଅତର୍କିତ ଭାବେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଆଜି ଏମାନଙ୍କୁ ଚଣ୍ଡିଖୋଲସ୍ଥିତ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started