ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଜେଏମଏଫସି କୋର୍ଟ । ଶୁକ୍ରବାର କମିଶନରେଟ୍ ପୋଲିସ ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହିତ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଯାହାର ବିଚାର କରି ରାୟକୁ ସଂରକ୍ଷିତ ରଖାଯାଇଛି ।

ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମାମଲାର ଛାନଭିନ୍ କରି ଗତକାଲି ସଫଳତା ପାଇଥିଲା କମିଶନରେଟ୍ ପୋଲିସ। ଦୀର୍ଘ ୭ ଦିନର ଚେଷ୍ଟା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାପରେ ଘଟଣା ସ୍ଥଳକୁ ନେଇ ପୋଲିସ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା । ଏହାପରେ ମହିଳାଙ୍କ ମୁଣ୍ଡକୁ ମଧ୍ୟ ଖୋଜିପାଇଥିଲା ପୋଲିସ । ଏକ ତ୍ରିକୋଣୀୟ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ତେବେ ଏହାପରେ ପୋଲିସ ସେମାନଙ୍କୁ ଆଜି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା । ରିମାଣ୍ଡରେ ଆଣିବା ପରେ ପୋଲିସ ସେମାନଙ୍କୁ ଅଧିକ ପଚରାଉଚୁରା କରିବ । ଏହି ହତ୍ୟାକାଣ୍ଡ ପଛରେ ଆଉ କେଉଁ କେଉଁ ରହସ୍ୟ ଲୁଚିରହିଛି ସେନେଇ ପୋଲିସ ଅଧିକ ଛାନଭିନ୍ କରିବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳର ଏକାଧିକ ଯୁବ ଖେଳାଳି ଫିଟନେସ୍ ଟେଷ୍ଟରେ ଫେଲ୍ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦିନିକିଆ ଓ ଟି-୨୦ ସିରିଜରେ ଅଡୁଆରେ ପଡିପାରେ ଟିମ୍ ଇଣ୍ଡିଆ । କାହିଁକି ନା ଦଳର ଏକାଧିକ ଖେଳାଳି ଏବେ ଫିଟନେସ୍ ଟେଷ୍ଟରେ ପାସ୍ ନହୋଇପାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଆଗକୁ ଇଂଲଣ୍ଡ ସହ ଲିମିଟେଡ୍ ଓଭର ସିରିଜ୍ ଥିବାରୁ ଫିଟନେସ୍ ସମସ୍ୟା ହେତୁ ଏହି ଖେଳାଳିମାନେ ଦଳରୁ ବାହାର ହୋଇପାରନ୍ତି ବୋଲି କୁହାଯାଉଛି ।

ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପୂର୍ବରୁ ଖେଳାଳିମାନଙ୍କ ଫିଟନେସ୍ ଟେଷ୍ଟ ହୋଇଥିଲା । ଯେଉଁଥିରେ ସେମାନଙ୍କୁ ୨ କିଲୋମିଟର ଦୌଡିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ଏଥିରେ ରାହୁଲ ତେୱାଟିଆ, ସିଦ୍ଧାର୍ଥ କୌଲ, ଜୟଦେବ ଉନାଦକତ, ସଞ୍ଜୁ ସାମସନ, ଇଶାନ କିଷାନ ଓ ନୀତିଶ ରାଣାଙ୍କ ଭଳି ଖେଳାଳି ପାସ୍ ହୋଇପାରିନାହାନ୍ତି । ତେବେ ସେମାନଙ୍କ ପାଇଁ ଫିଟନେସ୍ ଟେଷ୍ଟରେ ପାସ୍ ହେବାକୁ ଆଉ ଗୋଟିଏ ସୁଯୋଗ ରହିଛି ।

ତେବେ ଟେଷ୍ଟ ମ୍ୟାଚରେ ଖେଳୁଥିବା ଖେଳାଳିିମାନଙ୍କୁ ଏହି ଟେଷ୍ଟରେ ସାମିଲ କରାଯାଇନଥିଲା । ବ୍ୟସ୍ତବହୁଳ ଖେଳସୂଚୀ ପାଇଁ ସେମାନଙ୍କୁ ଏହି ଫିଟନେସ୍ ଟେଷ୍ଟରୁ ବାଦ ଦିଆଯାଇଥିଲା । ହେଲେ ଏତେ ସଂଖ୍ୟକ ଯୁବ ଖେଳାଳି ଫିଟନେସ୍ ଟେଷ୍ଟରେ ପାସ୍ ନହୋଇପାରିବ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।

from Kanak News
via <a href="https://ifttt.com/?

ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ । ଭୁବନେଶ୍ବରରୁ ପାଟନାକୁ ଉଡିବ ଇଣ୍ଡିଗୋ ବିମାନ ।

କନକ ବ୍ୟୁରୋ : ଦେଶର ପ୍ରମୁଖ ଘରୋଇ ବିମାନସେବା କମ୍ପାନି ଇଣ୍ଡିଗୋ ଆସନ୍ତା ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଏହି ୨୨ଟି ନୂଆ ରୁଟ୍ ମଧ୍ୟରେ ଭୁବନେଶ୍ବର-ପାଟନା ରୁଟ୍ ମଧ୍ୟ ରହିଛି । ଏହି ରୁଟରେ ଆସନ୍ତା ମାର୍ଚ୍ଚ ୨୮ରୁ ନୂଆକରି ବିମାନ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ ।

ସେହିଭଳି ଇଣ୍ଡିଗୋ ବିମାନ ଅଗରତାଲା-ଆଇଜଲ, ଜୟପୁର-ଭରୋଦରା, ଚେନ୍ନାଇ-ଭରୋଦରା, ବାଙ୍ଗାଲୁରୁ-ଶିରଡି, ପାଟନା-କୋଚି, ରାଜମହେନ୍ଦ୍ରୀ-ତିରୁପତି, କୋଲକତା-ଗୟା, କୋଚିନ-ତ୍ରିଭେନ୍ଦ୍ରମ, ଜୟପୁର-ସୁରଟ, ଚେନ୍ନାଇ-ସୁରଟକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା କରିଛି । କରୋନା ମହାମାରୀର ପ୍ରକୋପ କମିବା ସହ ଦେଶରେ ଆର୍ଥିକ କାର୍ଯ୍ୟକଳାପ ସ୍ବାଭାବିକ ହେବାରେ ଲାଗିଛି । ଘରୋଇ ବଜାରରେ ବିମାନ ଚଳାଚଳ ସ୍ଥିତି ଦିନକୁ ଦିନ ସ୍ବାଭାବିକ ହେବାରେ ଲାଗିଛି । ଗତବର୍ଷ ମାର୍ଚ୍ଚ ମାସରେ ସାରା ଦେଶରେ ଲକଡାଉନ ଲାଗୁ ହେବା ପରେ ବିମାନ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଥିଲା। କେତେକ ବିଶେଷ ବିମାନ ବ୍ୟତୀତ ଅନ୍ୟ ରୁଟରେ ଫ୍ଲାଇଟ ବନ୍ଦ ରହିଥିଲା ।

ଦେଶରେ ଏବେ କିନ୍ତୁ କଟକଣା ହଟିବା ପରେ ବିମାନ କମ୍ପାନିଗୁଡ଼ିକ ନୂଆ ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିଛନ୍ତି ।ଗତକାଲି ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ ବୃଦ୍ଧି କରିଥିଲେ । ସର୍ବନିମ୍ନ ଭଡ଼ା ୧୦ ପ୍ରତିଶତ ଓ ସର୍ବୋଚ୍ଚ ଭଡ଼ା ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଫଳରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହେବାର ସମ୍ଭାବନା ରହିଛି ।

from Kanak News
via <a href="https://ifttt.com/?

ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ଦେଶର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ଅପେରା ମିସ୍ ଇଣ୍ଡିଆ ୨୦୨୧ ଅନଲାଇନ୍ ସିଜିନ୍-୨ର ତାଜ ।

କନକ ବ୍ୟୁରୋ : କଳା ସଂସ୍କୃତି ଓ ଐତିହ୍ୟର ସହର ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ସାରା ଭାରତ ବର୍ଷର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୧ ଅପେରା ମିସ୍ ଇଣ୍ଡିଆ ଅନଲାଇନ୍ ସିଜିନ୍-୨ର ତାଜ୍ ପିନ୍ଧିଲେ ମୟୂରଭଞ୍ଜର ସୁନ୍ଦରୀ ଶୁଭାଙ୍ଗୀ ଜାନା । ଛୋଟବେଳୁ ନାଚ,ଗୀତ ଓ ଅଭିନୟରେ ରୁଚି ରଖିଥିବା ଶୁଭାଙ୍ଗୀ ନିଜର ଚେଷ୍ଟା, ଆତ୍ମବିଶ୍ୱାସ ତାଙ୍କୁ ଆଜି ଏହି ସଫଳତା ଆଣିଦେଇଛି ।

ସର୍ବଭାରତୀୟ ସ୍ତରରେ ଆୟୋଜିତ ଅପେରା ମିସ୍ ଇଣ୍ଡିଆ ତାଜ ପିନ୍ଧିଲେ ଓଡିଆ ଝିଅ । ୬୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ପିନ୍ଧିଛନ୍ତି ମୟୂରଭଞ୍ଜର ସୁନ୍ଦରୀ ଶୁଭାଙ୍ଗୀ ଜାନା । ୨୦୨୧ ଅପେରା ମିସ୍ ଇଣ୍ଡିଆ ଅନଲାଇନ୍ ସିଜିନ୍-୨ ପାଇଁ ଗତ ଡିସେମ୍ବର ୬ ତାରିଖରେ ଅଡିସନ ହୋଇଥିଲା, ଶୁଭାଙ୍ଗୀଙ୍କ ସମେତ ୬୪ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ମନୋନୀତ ହୋଇଥିଲେ । ଫେବୃଆରୀ ୭ରେ ହୋଇଥିବା ଗ୍ରାଣ୍ଡଫିନାଲେରେ ସମସ୍ତଙ୍କୁ ପଛରେ ପକାଇ ଜାତୀୟ ସୁନ୍ଦରୀ ଭାବେ ୨୦୨୧ ଅପେରା ମିସ୍ ଇଣ୍ଡିଆ ଟାଇଟଲ ପିନ୍ଧିଛନ୍ତି ବାରିପଦାର ଝିଅ ଶୁଭାଙ୍ଗୀ ।

ଶୁଭାଙ୍ଗୀ ବାରିପଦା କଲେଜ୍ରେ +୩ କଳାର ଦ୍ୱିତୀୟ ବର୍ଷର ଛାତ୍ରୀ । ମଡେଲିଂ, ଆଙ୍କରିଂ, ଆକ୍ଟିଂ, ପେନସିଲ୍ ପେଟିଂ ଓ ଡ୍ୟାସିଂରେ ରୁଚି ରଖିଥିବା ବେଳେ ସୁସ୍ୱାଦୁ ଖାଦ୍ୟ ରୋଷେଇ ବି କରିଥାନ୍ତି । ଏହାସହ ଶୁଭାଙ୍ଗୀ ଓଡିଆ,ବେଙ୍ଗଲି ଓ ନାଗପୁରି ଭାଷାରେ ଅନେକ ମ୍ୟୁଜିକ୍ ଭିଡିଓ କରିଛନ୍ତି । ତାଙ୍କ ଅଭିନିଟ ଓଡିଆ ସିନେମା “ଦିଲ୍ ମୋର ମାନେନା” ଚଳଚିତ୍ରରେ ରିଲିଜ୍ ଅପେକ୍ଷାରେ ରହିଛି । ସବୁଠାରୁ ବଡ କଥା ହେଉଛି ଏତେ ସବୁ ସଫଳତା ପାଇଁ କୌଣସି ଟ୍ରେନିଂ ନେଇ ନାହାନ୍ତି ଶୁଭାଙ୍ଗୀ ।

ଶୁଭାଙ୍ଗୀ ଆଗାମି ଦିନରେ ଫାମିନା ମିସ୍ ଇଣ୍ଡିଆରେ ଭାଗ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଭବିଷ୍ୟତରେ ଜଣେ ସଫଳ ମଡେଲ ଓ ବଲିଉଡ୍ର ଅଭିନୟ କରିବାର ଲକ୍ଷ୍ୟ ରଖିଛନ୍ତି ।

from Kanak News
via <a href="https://ifttt.com/?

ଭୋକ ମେଣ୍ଟାଇବା ପାଇଁ ଇଟା ଭାଟି ଠିକଣା । ଅଣ୍ଡାଳି ଅଣ୍ଡାଳି ଇଟା ଗଢୁଛନ୍ତି ଦୁନିଆ ଦେଖିପାରୁନଥିବା ମହିଳା ।

କନକ ବ୍ୟୁରୋ: ସେ ଅକ୍ଷମ ହୋଇ ବି ସକ୍ଷମ। ଦୃଷ୍ଟିହୀନ ମଣିଷ ଦେଖାଉଛନ୍ତି ସମାଜ ରେ ଆତ୍ମନିର୍ଭରଶୀଳ ର ମାର୍ଗ। ପେଟ ର ଭୋକ ଆଗରେ ସବୁକିଛି ହାର ମାନେ। ସେ ସକ୍ଷମ ମଣିଷ ହେଉ ବା ଭିନ୍ନକ୍ଷମ। ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷ ର କଥା ପଡ଼େ ସେତେବେଳେ ଜୀବନ କୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷ। ଏମିତି ଏକ ଦୃଷ୍ଟିହୀନ ମହିଳାଙ୍କୁ ଖୋଜି ପାଇଥିଲା ଆମ କନକ ନିଉଜ୍।

ଦଇବ ଦେଇଥିବା ଦୁଃଖକୁ ବଳ ବୋଲି ଭାବି ନେଇଛନ୍ତି ଏହି ମହିଳା । ଭୋକ ପାଇଁ ଇଟା ଭାଟିକୁ କରିଛନ୍ତି ଭରସା । ବିଧାତା ଅକାଳରେ ଦୁଇ ପୁଅକୁ ଛଡେଇ ନେବା ସହ ମାଆ ଆଖିରୁ ଜ୍ୟୋତିକୁ ବି ଲିଭେଇ ଦେଇଛି । ତଥାପି ନବରଙ୍ଗପୁର ଉମରକୋଟ୍ ବ୍ଲକ ଅଧିକାରୀଗୁଡା ଗାଁର ଲକ୍ଷ୍ମୀବାଇ ଚନ୍ଦ୍ରକାରାଙ୍କୁ ହରେଇ ପାରିନାହିଁ ଦୁଃସମୟ । ବରଂ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଇଟା ଗଢି ବଂଚିବା ପାଇଁ ଆତ୍ମବଳ ଯୋଗାଇ ଦେଇଛି ।

ନହେଲେ କଣ ଏମିତି ଅଣ୍ଡାଳି ଅଣ୍ଡାଳି ଇଟ୍ଟା ପକାଇ ପାରିଥାନ୍ତେ ଲକ୍ଷ୍ମୀବାଇ । ଦିବ୍ୟାଙ୍ଗ ହୋଇବି ସ୍ୱାମୀଙ୍କ ସହ ମିଶି ଇଟା ଗଢି ଦୁଇ ନାତୁଣୀ ଓ ଗୋଟିଏ ନାତି ମୁହଁରେ ଆହାର ଦେଉଛନ୍ତି । ଲକ୍ଷ୍ମୀବାଇ ହଜାରେ ଇଟା ଗଢିଲେ ୭୫୦ ଟଙ୍କା ପାଆନ୍ତି । ଆଉ ଘର ଠାରୁ ଇଟା ଭାଟିର ଦୂରତା ଅଧିକ ହେଉଥିବାରୁ ଭାଟି ନିକଟରେ ହୋଇଥିବା ଅସ୍ଥାୟୀ କୁଡିଆରେ ରହୁଛନ୍ତି ।

ପାରିବାଶ୍ୱର୍କ ପରିସ୍ଥିତି ଶାରିରୀକ ଅକ୍ଷମ କରି ଦେଇଥିଲେ ବି, ମହିଳାଙ୍କ ମନରେ ଥିବା ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ସକ୍ଷମ କରିଛି । ଆଉ ବର୍ତମାନର ସ୍ଥିତି ଯେତିକି କଷ୍ଟ ଦାୟକ, ସେତିକି ଦୁଃଖ ଦାୟକ ତାଙ୍କ ଜୀବନ ଯାତ୍ରା । ଆଉ ଏହେଉଛି ନବରଙ୍ଗପୁର ଲକ୍ଷ୍ମୀବାଇଙ୍କ ଅକୁହା ବେଦନାର ଆତ୍ମନିର୍ଭରଶୀଳ କାହାଣୀ ।

from Kanak News
via <a href="https://ifttt.com/?

ଓଡିଶାରେ ଆନ୍ଧ୍ରର ନିର୍ବାଚନ ବେଳେ ଗଜପତି ଗଙ୍ଗାବାଡରେ ବିଜେପି ଟିମ୍ । ସ୍ଥିତି ସଂପର୍କରେ ଆଲୋଚନା ବେଳେ ଅଧାରୁ ଉଠିଗଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ।

କନକ ବ୍ୟୁରୋ : ଆନ୍ଧ୍ରର ସୀମାନ୍ତବର୍ତ୍ତୀ ଗଜପତି ଜିଲ୍ଲାରେ ଥିବା ଗାଁରେ ବିଜେପି ପ୍ରତିନିଧି ଦଳ ସହ ଆଲୋଚନା ବେଳେ ଅଧାରୁ ଉଠି ଚାଲିଯାଇଛନ୍ତି ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେରି ଟିମ ଗଙ୍ଗବାଡ ପଂଚାୟତ ଯାଇଥିଲେ । ଏହି ସମୟରେ ନିର୍ବାଚନ ପରିଚାଳନା ପାଇଁ ଉପସ୍ଥିତ ଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା ବେଳେ ତଥ୍ୟ ଉପସ୍ଥାପନ କରିନପାରି ଅଧାରୁ ଉଠି ଚାଲିଯାଇଛନ୍ତି ଆନ୍ଧ୍ର ଅଧିକାରୀ ।

କାଲି ଆନ୍ଧ୍ରର ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ହେବ । ଏହି ସମୟରେ ଆନ୍ଧ୍ର ଅଧିକାରୀ ଓଡିଶାରେ ଅନୁପ୍ରବେଶ କରି ରାଜ୍ୟର ମାଣିକପାଟଣା ଗାଁ ଲୋକଙ୍କୁ ଭୋଟଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମନାଉଥିଲେ । ଏହି ସମୟରେ ବିଜେପିର ପ୍ରତିନିଧିଦଳ ମାଣିକପାଟଣା ଗାଁରେ ପଂହଚିଥିଲ । ସେଠାରେ ରାୟଗଡ ତହସିଲଦାର ବି ଉପସ୍ଥିତ ଥିଲେ । ବିରୋଧୀ ଦଳ ଟିମ ବିଭିନ୍ନ ପ୍ରସଙ୍ଗ ନେଇ ଆନ୍ଧ୍ର ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା ସମୟରେ ଆନ୍ଧ୍ର ଅଧିକାରୀ ଯୁକ୍ତି ବାଢିବାରେ ବିଫଳ ହୋଇଥିଲେ ।

ପରେ ଏହି ବିଜେପି ଟମ୍ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆନ୍ଧ୍ର ପ୍ରଶାସନିକ ଅଧିକାରୀ ମାଣିକପାଟଣା ଗାଁରେ ପଂହଚିବା ଖବର ପାଇ ଗଜପତି ଜିଲ୍ଲା ଉପଜିଲ୍ଲାପାଳ ପହଂଚିଥିଲେ । ଓଡିଶା ସୀମାନ୍ତବର୍ତ୍ତୀ ଲୋକେ ଆନ୍ଧ୍ର ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

from Kanak News
via <a href="https://ifttt.com/?

ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର । ଏହାସହ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଆଗରେ ରଖିବାକୁ ରାଜ୍ୟର ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

https://platform.twitter.com/widgets.js

ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପୁରୀରୁ ହଟିଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ କାଏମ ରହିଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସଗରମ ହୋଇଛି । ପୂର୍ବରୁ ମନ୍ତ୍ରୀ ଅଶୋକ ପଣ୍ଡା ଟ୍ୱିଟ କରି ଭୁବନେଶ୍ୱର ସାଂସଦଙ୍କୁ କଡା ଟିପ୍ପଣୀ କରିଥିଲେ । ସେପଟେ ସେବାୟତ କହିଛନ୍ତି ଏକାମ୍ରକ୍ଷେତ୍ର ସହ ଧୋକ୍କା ହୋଇଛି । ତୁରନ୍ତ ବାଇ-ଲ’ ପ୍ରତ୍ୟାହୃତ ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ରକ୍ଷେତ୍ର ପୂରାଇ ଦିଆଯିବ ନାହିଁ ।

from Kanak News
via <a href="https://ifttt.com/?

ତାମିଲନାଡୁର ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ୧୧ ମୃତ , ଅନେକ ଆହତ

କନକ ବ୍ୟୁରୋ : ତାମିଲନାଡୁର ଭୀରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୧ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି କୌଣସି କାରଣରୁ ଏହି ବାଣ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ପୁରା କାରଖାନା ନିଆଁ ବଳୟ ଭିତରକୁ ଆସିଯାଇଥିଲା । ଫଳରେ କାରଖାନାରେ କାମ କରୁଥିବା ଲୋକମାନେ ବାହାରକୁ ବାହାରିବା ସମ୍ଭବ ହୋଇପାରି ନ ଥିଲା । ଖବର ପାଇ ଦମକଳ ଟିମ୍ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ସହ କାରଖାନା ଭିତରେ ଫଶି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ହେଲେ ଉଦ୍ଧାର ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୧୪ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସିଭାକାସି ମେଡିକାଲରେ ଭର୍ତ୍ତି କରାଯାଇଛି ।
ବାଣ ତିଆରି ପାଇଁ କର୍ମଚାରୀ ମାନେ କିଛି ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ପୋଲିସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛନ୍ତି । ସେପଟେ ଖବର ଲେଖାହେବା ଯାଏ ଦମକଳ ଟିମ୍ ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

from Kanak News
via <a href="https://ifttt.com/?

ଶ୍ରମିକଙ୍କ ପାସବୁକ୍ ଜରିଆରେ ସରକାରୀ ଟଙ୍କା ଲୁଟ୍ । ଶ୍ରମିକଙ୍କ ପାସବୁକରେ ଟଙ୍କା ଜମାକରି ଏଟିଏମ୍ ଜରିଆରେ ଉଠାଇ ନେଇଛନ୍ତି ଅଧିକାରୀ, ଜାଣି ନାହାନ୍ତି ଶ୍ରମିକ

କନକ ବ୍ୟୁରୋ: ଯାଜପୁର ବନବିଭାଗ ବିରୋଧରେ ମହାଦୁର୍ନୀତିର ଅଭିଯୋଗ । ବନବିଭାଗ ଅଧିକାରୀ ଶ୍ରମିକଙ୍କ ପାସବୁକରେ ଲକ୍ଷ ଲକ୍ଷ ଟଙ୍କା ଜମାକରି ଏଟିଏମ୍ ଜରିଆରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି । କରୋନା ବେଳେ ଲୋକମାନେ ଭୋକ ଉପାସରେ ଦିନ କାଟୁଥିବା ବେଳେ ଶ୍ରମିକଙ୍କ ନାଁରେ ହୋଇଥିବା ଦୁର୍ନୀତି ସମ୍ପର୍କରେ କେହି କିଛି ଜାଣିନଥିଲେ । ଆଉ ଏବେ ଏହା ଜଣାପଡିବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ସମ୍ପୃକ୍ତ ବନବିଭାଗ ଅଧିକାରୀ ଏଥିରେ ଘଂଟ ଘୋଡାଇବାକୁ ଚେଷ୍ଟା ଚଳାଇଛନ୍ତି ।

ଶ୍ରମିକଙ୍କ ଆକାଉଂଟରେ ଟଙ୍କା ଜମା କରି ଏଟିଏମ ଜରିଆରେ ଉଠାଇ ନେଇଛନ୍ତି ବନ ଅଧିକାରୀ । ଆଉ ଏହି ଠକାମିର ଶିକାର ହୋଇଛନ୍ତି ଯାଜପୁର କୋରାଇ ବ୍ଲକ୍ ବନମାଳିପୁର ଗାଁର ବୃଦ୍ଧ ବ୍ୟକ୍ତି ଘନଶ୍ୟାମ ମଲିକ୍ । ମିଳିଥିବା ସୂଚନା ଅନୁସାରେ, ଘନଶ୍ୟାମଙ୍କ ବ୍ୟାଙ୍କ ପାସବୁକରେ ୩୩ହଜାର ଟଙ୍କା ଲେଖାଏଁ ୩ ଥରରେ ୯୯ହଜାର ଟଙ୍କା ଜମା ହୋଇଥିଲା । ପରେ ଏଟିଏମ୍ ଜରିଆରେ ଟଙ୍କା ଉଠାଇ ନେଇଛନ୍ତି ବନ ଅଧିକାରୀ । ଏକଥା ତାଙ୍କୁ ଜଣାନଥିବା ବେଳେ ବଡବିରୁହାଁ ଗାଁର ଲକ୍ଷ୍ମୀଧର ମଲିକ ମଧ୍ୟ ଏହି ଠକାମୀର ଶୀକାର ହୋଇଛନ୍ତି । ଲକ୍ଷ୍ମୀଧରଙ୍କ ଆକାଉଂଟରେ ୧ଲକ୍ଷ ୭୬ହଜାର ଟଙ୍କା ଜମା କରି ଏଟିଏମ୍ ଜରିଆରେ ଉଠାଇ ନିଆଯାଇଛି ।

ସବୁଠାରୁ ବଡ କଥା, ଶ୍ରମିକମାନେ ଏଭଳି ଘୋଟାଲା ସମ୍ପର୍କରେ କିଛି ଜାଣିନାହାନ୍ତି । ସରକାରୀ କାଗଜରେ ଉଲ୍ଲେଖ ରହିଛି ଶ୍ରମିକମାନେ ଡାଳିଯୋଡା ଫରେଷ୍ଟ ରେଞ୍ଜ ଅଧିନ ମହାବିନାୟକ ମନ୍ଦିର ନିକଟ ସ୍ଥାୟୀ ନର୍ସରୀରେ କାମ କରିବା ସହ ସାମଗ୍ରୀ ଯୋଗାଣ ଓ ପରିବହନ କାର୍ଯ୍ୟରେ ନିୟୋଜିତ ଥିଲେ । କିନ୍ତୁ ଶ୍ରମିକମାନେ ନା ନର୍ସରୀ ଦେଖିଛନ୍ତି, ନା ସେଠାରେ କାମ କରିଛନ୍ତି । ପ୍ରକୃତରେ ସେମାନେ ରାସ୍ତାକଡରେ ଗଛ ଲଗାଇବା କାମରେ ନିୟୋଜିତ ଥିବା ବେଳେ ବନ ଅଧିକାରୀ ଶ୍ରମିକଙ୍କ ନାଁରେ ପାସବୁକ୍ ଖୋଲି ଲକ୍ଷଲକ୍ଷ ଟଙ୍କାର କାରବାର କରିଥିବା ଅଭିଯୋଗ ହୋଇଛି ।

ସେପଟେ ଏସଂପର୍କରେ ପ୍ରତିକ୍ରିୟା ପାଇଁ ବନବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ହେଁ ତାହା ସମ୍ଭବପର ହୋଇପାରିନାହିଁ । ତେବେ ବନବିଭାଗ ଦ୍ୱାରା ହୋଇଥିବା ଏହି ମହାଦୁର୍ନିତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

from Kanak News
via <a href="https://ifttt.com/?

ରାଜଧାନୀରେ ମହିଳାଙ୍କ କଟାମୁଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ କୋର୍ଟରେ ହାଜର କଲା ପୋଲିସ । ୫ ଦିନିଆ ରିମାଣ୍ଡ ପାଇଁ କରିଛି ଆବେଦନ ।

କନକ ବ୍ୟୁରୋ: କୋର୍ଟରେ ପହଂଚିଲେ କଟା ମୁଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁ । କମିଶନରେଟ୍ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରିଛି । ଏଥିସହ ପୋଲିସ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ପାଖରେ ଆବେଦନ କରିଛନ୍ତି । ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ  ହତ୍ୟାକାଣ୍ଡ ସଂପର୍କରେ ଅଧିକ ସତ ପଦାକୁ ଆସିବ ବୋଲି କୁହାଯାଉଛି ।

ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମାମଲାର ଛାନଭିନ୍ କରି ଗତକାଲି ସଫଳତା ପାଇଥିଲା କମିଶନରେଟ୍ ପୋଲିସ । ଦୀର୍ଘ ୭ ଦିନର ଚେଷ୍ଟା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାପରେ ଘଟଣା ସ୍ଥଳକୁ ନେଇ ପୋଲିସ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା । ଏହାପରେ ମହିଳାଙ୍କ ମୁଣ୍ଡକୁ ମଧ୍ୟ ଖୋଜିପାଇଥିଲା ପୋଲିସ । ଏକ ତ୍ରିକୋଣୀୟ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ତେବେ ଏହାପରେ ପୋଲିସ ସେମାନଙ୍କୁ ଆଜି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଛି । ରିମାଣ୍ଡରେ ଆଣିବା ପରେ ପୋଲିସ ସେମାନଙ୍କୁ ଅଧିକ ପଚରାଉଚୁରା କରିବ । ଏହି ହତ୍ୟାକାଣ୍ଡ ପଛରେ ଆଉ କେଉଁ କେଉଁ ରହସ୍ୟ ଲୁଚିରହିଛି ସେନେଇ ପୋଲିସ ଅଧିକ ଛାନଭିନ୍ କରିବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started