ଅଧା ଦର୍ଶକଙ୍କୁ ନେଇ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଚିଦାମ୍ବରମ ଷ୍ଟାଡିୟମରେ ଟିକେଟ୍ କାଟିଲେ ଦର୍ଶକ ।

କନକ ବ୍ୟୁରୋ: ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଆଉ କରୋନା କାଳରେ ପ୍ରଥମ ଥର ପାଇଁ ଏହି ମ୍ୟାଚରେ ଗ୍ୟାଲେରୀରେ ବସି ଖେଳ ଦେଖିବେ ଦର୍ଶକ । ଏଥିପାଇଁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକମାନେ ଟିକେଟ୍ କାଟିବା ସହିତ ଖେଳକୁ ଦେଖିବାକୁ ଉତ୍ସାହ ପ୍ରକଟ କରିଛନ୍ତି ।

କରୋନା ପାଇଁ ଦୀର୍ଘ ଦିନ ହେଲା କ୍ରିକେଟ୍ ଜଗତରେ ନୀରବତା ଛାଇ ରହିଥିଲା । ହେଲେ ଏବେ କରୋନା ସଂକ୍ରମଣ ଥମିଥିବାବେଳେ ପୁଣି ପଡିଆକୁ ଫେରିଛି କ୍ରିକେଟ୍ । ହେଲେ ଏଯାବତ ବିନା ଦର୍ଶକରେ କ୍ରିକେଟ୍ ଖେଳାଯାଉଥିଲା । ପ୍ରଥମ କରି କୋଭିଡ୍ ପରେ ଭାରତରେ ଦର୍ଶକଙ୍କ ସହ କ୍ରିକେଟ୍ ଖେଳିବ ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଯିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେବ । ନଚେତ୍ ଦଳ ଟେଷ୍ଟ ଚାମ୍ପିୟନସିପରୁ ବାଦ ପଡିବ । ତେଣୁ ଏହି ମ୍ୟାଚକୁ ନେଇ ବିରାଟ ବାହିନୀ ଜୋରଦାର କସରତ କରିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆଶା ବାନ୍ଧିଛନ୍ତି ।

from Kanak News
via <a href="https://ifttt.com/?

ଏମତି ଡାକ୍ତରଙ୍କୁ ଶତ ଧିକ୍… । ‘ଚକୋଲେଟ ଡେ’ରେ ଚକୋଲେଟ ଦେଇ ଲେବର ରୁମରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡାକ୍ତର । ଥାନାରେ ପହଞ୍ଚିଲା ମାମଲା ।

କନକ ବ୍ୟୁରୋ : ମେରଠର ଜିଲ୍ଲା ହସ୍ପିଟାଲରୁ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପ୍ରେମ ସପ୍ତାହ ଚାଲିଥିବା ବେଳେ ଚକୋଲେଟ ଡେ’ରେ ଜଣେ ଡାକ୍ତରାଣୀଙ୍କୁ ଚକୋଲେଟ ଦେଇ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ପୀଡିତା ମହିଳା ଡାକ୍ତରଙ୍କ ସେଦିନ ରାତି ଡ୍ୟୁଟି ପଡ଼ିଥାଏ। ସେ ରାଉଣ୍ଡରେ ରୋଗୀଙ୍କୁ ଦେଖୁଥିବା ବେଳେ ଲେବର ରୁମକୁ ଯାଇଥିଲେ। ଡାକ୍ତରାଣୀଙ୍କୁ ଲେବର ରୁମକୁ ଯିବା ଦେଖି ସେହି ହସ୍ପିଟାଲର ବିବେକ ନାମକ ଜଣେ ଡାକ୍ତର ତାଙ୍କ ପିଛା କରିଥିଲେ।

ରାତି ହୋଇଥିବାରୁ ଲେବର ରୁମ ନିକଟରେ କେହି ନଥିବାର ସୁଯୋଗ ନେଇ ଡାକ୍ତର ବିବେକ ପ୍ରଥମେ ଡାକ୍ତରାଣୀଙ୍କ ସହିତ କଥା ହୋଇଥିଲେ। କଥା ହେବା ଆଳରେ ସେ ମହିଳା ଡାକ୍ତରଙ୍କୁ ଚକୋଲେଟଟିଏ ବଢ଼ାଇ ଦେଇଥିଲେ। ଯେମିତି ହିଁ ଡାକ୍ତରାଣୀ ଉକ୍ତ ଚକୋଲେଟକୁ ଧରିଥିଲେ ବିବେକ ତାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

ଡାକ୍ତରାଣୀ କୌଣସି ମତେ ଘଟଣାସ୍ଥଳରୁ ଖସି ଆସି ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଉକ୍ତ ଡାକ୍ତରଙ୍କୁ ଖୋଜୁଥିବା ବେଳେ ସେ ଫେରାର ରହିଛନ୍ତି। ଜିଲ୍ଲା ହସ୍ପିଟାଲ ପରିଚାଳକଙ୍କ କହିବାନୁସାରେ, ଡାକ୍ତରଙ୍କ ଉପରେ ବିଭାଗୀୟ ତଦନ୍ତ କରାଯାଉଛି। ଯଦି ସେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତୁ ତେବେ ଉକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

from Kanak News
via <a href="https://ifttt.com/?

ରାମ ମନ୍ଦିର ନିର୍ମାଣ ପାଇଁ ଦେଶବାସୀଙ୍କ ଆକୁଣ୍ଠ ଚିତ୍ତରେ  ଦାନ । ଗୋଟିଏ ମାସରେ ଟ୍ରଷ୍ଟର ଖାତାକୁ ଆସିଛି ୧ ହଜାର କୋଟି । ସେପଟେ ଦାନ ଅର୍ଥ ହିସାବରେ ନାହିଁ ତାଳମେଳ

କନକ ବ୍ୟୁରୋ : ଅଯୋଧ୍ୟାରେ ନିର୍ମାଣ ହେବ  ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରିବାକୁ ଦେଶସାରା ଦେଢ ଲକ୍ଷ ଟୋଲି କାର୍ଯ୍ୟ କରୁଛନ୍ତି । ଏହାସହ ଲୋକଙ୍କ ଠାରୁ ଆଦାୟ ହେଉଥିବା ଟଙ୍କାକୁ ବ୍ୟାଙ୍କରେ ଜମା କରିବାର ଦାୟିତ୍ୱ ନେଇଛନ୍ତି ୩୭ ହଜାର ଲୋକ ।

ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତି ରାୟଙ୍କ ସୂଚନା ମୁତାବକ ରାମ ମନ୍ଦିର ନିର୍ମାଣ ପାଇଁ ମାସକରୁ କମ୍ ସମୟ ମଧ୍ୟରେ ପାଖା ପାଖି ୧ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି । ଆହୁରି ମଧ୍ୟ ଅନେକ ଦାତାଙ୍କ ଦାନ ଅର୍ଥ ବ୍ୟାଙ୍କ ଖାତାକୁ ଆସିପାରି ନାହିଁ ବୋଲି ସେ କହିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ପ୍ରାୟ ୧.୫ ଲକ୍ଷ ସେବକ ଘରକୁ ଘର ବୁଲି ଏହି ପାଣ୍ଠି ସଂଗ୍ରହ କରୁଛନ୍ତି । ସେପଟେ ମନ୍ଦିର ନିର୍ମାଣ ପାଇଁ ୫ ମିଟର ଖନନ କାର୍ଯ୍ୟ ଶେଷ ହୋଇଥିବା ଶ୍ରୀ ରାୟ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପାଇଁ ୨୦୧୪ ମସିହାରୁ ଅର୍ଥ ଆଦାୟ ଚାଲିଛି । ହେଲେ ବାସ୍ତବରେ କେତେ ଟଙ୍କା ଟ୍ରଷ୍ଟର ଖାତାକୁ ଆସିଛି ତାହା ନେଇ କିଛି ସ୍ପଷ୍ଟ ଚିତ୍ର ଆସିପାରୁ ନାହିଁ । ଫଳରେ ରାମ ମନ୍ଦିର ପାଇଁ ଆସୁଥିବା ଦାନ ଅର୍ଥକୁ ଟ୍ରଷ୍ଟର ସଦସ୍ୟ ମାନେ ହେରଫେର କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।

from Kanak News
via <a href="https://ifttt.com/?

ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଆଉ ଏକ ଶକ୍ତ ଝଟକା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦିନେଶ ତ୍ରିବେଦୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦିନ ଯେତେ ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବିପଦ ସେତିକି ମାଡି ଆସୁଛି । ପଶ୍ଚିମବଙ୍ଗରେ ମମତାଙ୍କୁ ହଟାଇ କ୍ଷମତା ଦଖଲ କରିବା ପାଇଁ ବିଜେପି ପୁରା ଦମ୍ ଲଗାଇ ଦେଇଥିବା ବେଳେ ମମତାଙ୍କ ପାଇଁ କାଳ ସାଜିଛନ୍ତି ନିଜ ଦଳର ବିଧାୟକ ଓ ସାଂସଦ ମାନେ । ଏବେ ଜଣକ ପରେ ଜଣେ ତୃଣମୂଳ କଂଗ୍ରେସ ନେତା ଦଳ ଛାଡିବାରେ ଲାଗିଛନ୍ତି । ଏହି କାର୍ଯ୍ୟକ୍ରମ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟସଭାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଟିଏମସିର ବରିଷ୍ଠ ନେତା ଦିନେଶ ତ୍ରିବେଦୀ । ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟସଭା ସଭାପତିଙ୍କ ପ୍ରଦାନ କରିଛନ୍ତି । ଆଜି ରାଜ୍ୟସଭାର ଗୃହ କାର୍ଯ୍ୟ ଚାଲିଥିବା ବେଳେ ଶ୍ରୀ ତ୍ରିବେଦୀ ହଠାତ ତାଙ୍କ ଇସ୍ତଫା ନେଇ ଘୋଷଣା କରିଥିଲେ । ସେ କହିଥିଲେ କି ସେ ଦଳ ଭିତରେ ଅଣନିଶ୍ୱାସି ହୋଇପଡିଛନ୍ତି । ଯେଉଁଥିପାଇଁ ସେ ସାଂସଦ ପଦରୁ ଇସ୍ତଫା ଦେଉଛନ୍ତି ବୋଲି କହିଥିଲେ ।

ସୂଚନା ଥାଉକି ଜଣେ ହିନ୍ଦୀ ଭାଷୀ ଚେହେରା ଭାବେ ଟିଏମସି ଭିତରେ ଦିନେଶ ବେସ୍ ପରିଚିତ । ୨୦୨୦ ମସିହାରେ ଦଳ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ କରିଥିଲା । ହେଲେ ରାଜ୍ୟସଭା ସାଂସଦ ହେବାର ମାତ୍ର ଗୋଟିଏ ବର୍ଷ ନ ପୁରୁଣୁ ସେ ଇସ୍ତଫା ଦେବା ସମସ୍ତକୁ ଚମକାଇ ଦେଇଛି । ଅନ୍ୟପଟେ ଶ୍ରୀ ତ୍ରିବେଦୀ ରାଜ୍ୟସଭାକୁ ଆସିବା ପୂର୍ବରୁ ୨୦୧୧ ମସିହାରେ ମମତା ସରକାରରେ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ମାତ୍ର ୨୦୧୨ ମସିହାରେ ସେ ହଠାତ୍ ରେଳମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇଥିଲେ । ସେତେବେଳେ ସେ କହିଥିଲେ କି ମମତାଙ୍କ ଚାପ ଯୋଗୁଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

from Kanak News
via <a href="https://ifttt.com/?

ଆର୍ଥିକ ଦୁର୍ନୀତି ମାମଲାରେ ଚନ୍ଦା କୋଚ୍ଚରଙ୍କୁ ଜାମିନ । ବିନା ଅନୁମତିରେ ଦେଶ ଛାଡ଼ି ନ ଯିବାକୁ ପରାମର୍ଶ । 

କନକ ବ୍ୟୁରୋ : ଆର୍ଥିକ ଦୁର୍ନୀତି ମାମଲାରେ ଅଭିଯୁକ୍ତ ‘ଆଇସିଆଇସିଆଇ’ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶିକା ଚନ୍ଦା କୋଚ୍ଚରଙ୍କୁ ୫ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ମଞ୍ଜୁର କରାଯାଇଛି। ଏଥିସହ ଅଦାଲତଙ୍କ ବିନା ଅନୁମତିରେ ତାଙ୍କୁ ଦେଶ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଜାନୁଆରୀ ୩୦ ତାରିଖରେ ଜାରି ହୋଇଥିବା ସମନ୍‌ ଅନୁସାରେ, ଶୁକ୍ରବାର ଦିନ ଚନ୍ଦା ମୁମ୍ବାଇରେ ସ୍ୱତନ୍ତ୍ର ‘ପିଏମଏଲଏ’ ଅଦାଲତରେ ହାଜର ହୋଇଥିଲେ। ଆଜି ସେ ଜାମିନ ଆବେଦନ ଦାଖଲ କରିବା ପରେ ସେ ସଂକ୍ରାନ୍ତରେ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଲାଗି ଅଦାଲତ ପ୍ରବର୍ତ୍ତନ ନିର୍ଦେଶାଳୟକୁ କହିଥିଲେ।

୨୦୧୭ ମସିହାରେ ଚନ୍ଦା ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ନିୟମାବଳୀ ଓ ନୀତିମାନଙ୍କର ବିରୁଦ୍ଧାଚରଣ କରି ‘ଆଇସିଆଇସିଆଇ ବ୍ୟାଙ୍କ୍‌’ ବିଭିନ୍ନ କମ୍ପାନିମାନଙ୍କୁ ୩,୨୫୦ କୋଟି ଟଙ୍କାର କ୍ରେଡିଟ୍‌ ଫ୍ୟାସିଲିଟି ପ୍ରଦାନ କରିଥିଲେ ବୋଲି ସୂଚନା ପାଇବା ପରେ ସିବିଆଇ କୋଚ୍ଚର ଦମ୍ପତିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ୨୦୨୦ ନଭେମ୍ବର ୩ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା।

from Kanak News
via <a href="https://ifttt.com/?

ରାଜ୍ୟ ବାହାରେ ଓଡିଆ ପୁଅ ଆଦ୍ୱିକ୍ ପଟ୍ଟନାୟକଙ୍କ ସଫଳତା : ରାଜସ୍ଥାନର ଅଲ୍ଟିମେଟ୍ ଡେଜଟ ଚ୍ୟାଲେଞ୍ଜରେ ଆଦ୍ୱିକ୍ ଚମ୍ପିୟାନ

କନକ ବ୍ୟୁରୋ : ରାଜ୍ୟ ବାହାରେ ଓଡ଼ିଆ ପୁଅ ଆଦ୍ୱିକ୍ ପଟ୍ଟନାୟକଙ୍କ ସଫଳତା । ରାଜସ୍ଥାନ ବିକାନିରରେ ଅନୁଷ୍ଠିତ ଅଲ୍ଟିମେଟ ଡେଜଟ ଚ୍ୟାଲେଞ୍ଜରେ ସର୍ବକନିଷ୍ଠ ପ୍ରତିଯୋଗୀତାରେ ଚମ୍ପିୟାନ ହୋଇଛନ୍ତି  ଆଦଭିକ୍ । ମାତ୍ର ୧୩ ବର୍ଷ ବୟସରେ ମରୁଭୂମିରେ ପୋଲାରିସ ସ୍ପୋର୍ଟସ ଭେଇକଲ ଚଳାଇବାରେ ସୌଖିନ ବର୍ଗରେ ଚମ୍ପିୟାନ ହୋଇଛନ୍ତି । ଏହି ସଫଳତା ପାଇବାରେ ଆଦଭିକ ପ୍ରଥମ ଓଡ଼ିଆ । ୨୦୧୪ରୁ ଡନ ଆଡ଼ଭେଂଚର ସ୍ପୋଟର୍ସ କ୍ଲବ ଏହି ପ୍ରତିଯୋଗିତାର ଆୟୋଜନ କରି ଆସୁଛି । ଏପର୍ଯ୍ୟନ୍ତ ମାତ୍ର ୬ଥର ପ୍ରତିଯୋଗିତା ହୋଇଥିଲେ ମଧ୍ୟ ଏହା ବେଶ ଲୋକପ୍ରିୟ ହୋଇପାରିଛି ।

from Kanak News
via <a href="https://ifttt.com/?

କାଳିଆର ତୃତୀୟ କିସ୍ତି ଟଙ୍କା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି : ସାମ୍ବାଦିକ ସମ୍ମିଳନୀ କରି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ବଡ ପ୍ରଶ୍ନ

କନକ ବ୍ୟୁରୋ : କାଳିଆର ତୃତୀୟ କିସ୍ତି ଟଙ୍କା ଆସିବା ପୂର୍ବରୁ ରାଜ୍ୟସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରାଯାଇଛି । ୫୩ ଲକ୍ଷ ଚାଷୀଙ୍କ ତାଲିକା ସାର୍ବଜନୀନ କରିବା ସହ ପ୍ରତି ପଂଚାୟତରେ ଚାଷୀଙ୍କ ତାଲିକା ଲଗାଇବାକୁ ଦାବି କରିଛି ବିଜେପି । ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ସ୍ପଷ୍ଟ କରନ୍ତୁ ସରକାର । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡିବା ପରେ ଏବେ ୫୩ ଲକ୍ଷ ହିତାଧିକାରୀ କେଉଁଠୁ ଆସିଲେ ସେ ନେଇ ବିଜେପି ପ୍ରଶ୍ନ କରିଛି । ସେହିପରି ଯେଉଁ ଅଫିସରମାନେ ଅଯୋଗ୍ୟ ତାଲିକାରେ ସାମିଲ କରିଥିଲେ ତାଙ୍କ ଉପରେ କଣ କାର୍ଯାନୁଷ୍ଠାନ ନିଆଯାଇଛି ସେ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି ।

from Kanak News
via <a href="https://ifttt.com/?

ଖବର କାଗଜରୁ ଦେଖି ଝିଅକୁ ଚିହ୍ନିଥିଲେ ପୁଷ୍ପଲତାଙ୍କ ମାଆ : ପୋଲିସକୁ ଖବର ଦେବା ପରେ ନିଜ ଯାଇ ଚିହ୍ନଟ କଲେ ମୃତଦେହ; କହିଲେ, ଅଭିଯୁକ୍ତଙ୍କୁ ଦିଆଯାଉ ଫାଶୀ

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ କଟାମୁଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ମହିଳା ଜଣକ ଭରତପୁର ବସ୍ତିର ପୁଷ୍ପଲତା ବୋଲି ଜଣାପଡିଛି । ରାସ୍ତାକଡ଼ରୁ ମହିଳା ମୁଣ୍ଡବିହୀନ ଶରୀର ମିଳିବା ପରେ ମହିଳାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚ୍ୟାଲେଂଜ ଥିଲା । ମହିଳା ଜଣକ କିଏ ଓ ତାଙ୍କୁ କିଏ ହତ୍ୟା କଲା ସେ ନେଇ ୨୦ ଜଣ ପୁଲିସ ଅଧିକାରୀ ଆରମ୍ଭ କରିଥିଲେ ଛାନଭିନ । ମହିଳାଙ୍କ ପୋଷାକ ଓ ହାତରେ ଥିବା ତ୍ରିଶୁଳ ଟାଟୁ ଆଧାରରେ ପୁଲିସ ବନାଇଥିଲା ପୋଷ୍ଟର । ଭୁବନେଶ୍ୱର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲଗା ଯାଇଥିଲା । ମହିଳାଙ୍କ ବାବଦରେ ତଥ୍ୟ ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା ।

ତେବେ ପୁଷ୍ପଲତାଙ୍କ ମା’ ଖବରକାଗଜରୁ ତାଙ୍କ ଝିଅକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଷ୍ପଲତା ମା’ଙ୍କ କହିବାନୁସାରେ, ଝିଅ ସହ କଥା ହେବା ଫୋନ୍ କଲା ବେଳକୁ ଝିଅ ଫୋନ୍ ସୁଇଚ୍ ଅଫ୍ ଥିଲା । ସଞ୍ଜୟକୁ ମଧ୍ୟ ଫୋନ କଲି ଝିଅ  ହେଲେ ତାର ବି ଫୋନ୍ ସୁଇଚ୍ ଅଫ୍ । ସଞ୍ଜୟ ଘରକୁ ଯାଇ ଦେଖିଲି ଘର ତାଲା ପଡିଛି । ଝିଅର ସ୍କୁଟି ଭି ନାହିଁ । ଝିଅ କୁଆଡେ ଗଲା ବୋଲି ମନରେ ସନ୍ଦେହ ସୃଷ୍ଟି ହେଲା । ତା ପରେ ଖବରକାଗଜରୁ ଝିଅର ସାଲ ଓ ଟାଟୁକୁ ଦେଖିଲି । ସେ ପିନ୍ଧିଥିବା ପୋଷାକ ମଧ୍ୟ ଚିହ୍ନିଲି । ପୋଲିସ ଷ୍ଟେସନ ଯାଇ ମୋ ଝିଅ ବୋଲି ଦାବି କରିଥିଲି ।

ସବୁଠାରୁ ବଡ କଥା ହେଉଛି ପୁଷ୍ପଲତାଙ୍କ ମା କହିଛନ୍ତି ମୋ ଝିଅକୁ ସୁନା ଗହଣା ପାଇଁ ସଞ୍ଜୟ ହତ୍ୟା କରିଛି । ସଞ୍ଜୟ ଜମା ଭଲ ଲୋକ ନୁହେଁ । ନିଜ ସ୍ତ୍ରୀକୁ ମଧ୍ୟ ବାଡାବାଡି କରେ । ସଞ୍ଜୟର ମଧ୍ୟ ପୁଅଟି ଅଛି । ସଞ୍ଜୟ ଆମ ଘରେ ଆଠବର୍ଷ ହେବ ଭଡା ରହୁଥିଲା । ସେବେଠାରୁ ଝିଅ ସହ ସମ୍ପର୍କ । ମୋ ଝିଅକୁ ଯିଏ ମାରିଛି ତାକୁ ଫାଶି ମିଳିବା ଦରକାର ।

ତେବେ ଏଠି ପ୍ରଶ୍ନ ଉଠୁଛି ପୁଲିସ ଘୋଷଣା କରିଥିବା ପୁରସ୍କାର ରାଶି ମିଳିବ କାହାକୁ ? ଯେହେତୁ ମହିଳାଙ୍କ ମାଆ ତାଙ୍କ ଝିଅକୁ ଚିହ୍ନିକି ଖବର ଦେଇଥିଲେ ତେଣୁ ନିୟମ ଦୃଷ୍ଟିରୁ ତାଙ୍କୁ ମାକୁ ଏହି ପୁରସ୍କାର ରାଶି ୫୦ ହଜାର ଟଙ୍କା ମିଳିବା କଥା । ସେପଟେ ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ମହିଳାଙ୍କ ମୃତଦେହ ନେବାକୁ ବ୍ୟବହୃତ ହୋଇଥିବା ବୋଲେରୋ ଗାଡିକୁ ପୁଲିସ ଜବତ କରିଛି ।

from Kanak News
via <a href="https://ifttt.com/?

ଚଳିତ ମାସ ୧୩ ରୁ ୨୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଗାର୍ଡେନ । ୱାକ-ଇନ ପ୍ରବେଶ ଉପରେ ରୋକ୍ , ଅନଲାଇନ୍ ରେ ଟିକେଟ କରି ପଶିପାରିବେ ଭ୍ରମଣକାରୀ

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଆସନ୍ତା କାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ । ଏନେଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ‘ଉଦ୍ୟାନୋତ୍ସବ’ର ଶୁଭାରମ୍ଭ କରିବେ । ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ ସର୍ବସାଧାଣଙ୍କ ପାଇଁ ଖୋଲା ରହିବ ।
ଏହି ଭବନ ଖୋଲିବା ନେଇ ଚଳିତ ବର୍ଷ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଯେମିତି କି ୱାକ-ଇନ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଯେଉଁମାନେ ମୋଗଲ ଉଦ୍ୟାନ ବୁଲିବାକୁ ଚାହିଁବେ ସେମାନଙ୍କୁ ଅଗ୍ରୀମ ଅନଲାଇନ ଟିକଟ ବୁକିଂ କରିବାକୁ ପଡିବ । ଲୋକମାନେ rastrapatisachivalaya.gov.in  ୱେବସାଇଟ୍  ମାଧ୍ୟମରେ ଏଥିପାଇଁ ବୁକିଂ କରିପାରିବେ ବୋଲି ସୂଚନା ଦିଆଯାଇଛି ।

ଟିକେଟ ବୁକିଂ କରି ଅନୁମତି ପାଇବା ପରେ ବି ଉଦ୍ୟାନ ବୁଲି ଦେଖିବାକୁ କିଛି କଟକଣା ଜାରି କରାଯାଇଛି । ଯେମିତି କି ପ୍ରତ୍ୟେକ ଥରରେ ସର୍ବାଧିକ ୧୦୦ ଜଣ ଲୋକ ଉଦ୍ୟାନ ଭିତରକୁ ପ୍ରବେଶ କରିପାରିବେ । ଏହାସହ ଭ୍ରମଣ ସମୟରେ ଦର୍ଶକ ମାନଙ୍କୁ ସରକାରଙ୍କ କୋଭିଡ୍ କଟକଣା ମାନିବାକୁ ପଡିବ । ମାସ୍କ ଓ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ କରାଯିବ । କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ ।
ସମସ୍ତ ଭ୍ରମଣକାରୀ ମାନେ ରାଷ୍ଟ୍ରପତିଙ୍କ ଇଷ୍ଟେଟ୍ ଗେଟ୍ ନମ୍ବର ୩୫ ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ । ଉଦ୍ୟାନ ଭିତରକୁ ପାଣି ବୋତଲ, ହ୍ୟାଣ୍ଡବ୍ୟାଗ, ପର୍ସ, କ୍ୟାମେରା, ରେଡିଓ, ଛତା ଓ ଖାଦ୍ୟ ପଦାର୍ଥ ନେବାକୁ ବାରଣ କରାଯାଇଛି । ସେପଟେ ସରକାରଙ୍କ ପକ୍ଷରୁ ଭ୍ରମଣକାରୀଙ୍କ ପାଇଁ ସାନିଟାଇଜର, ପାନୀୟ ଜଳ, ଶୌଚାଳୟ ଓ ପ୍ରାଥମିକ ଚିକିତ୍ସାର ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଭ୍ରମଣକାରୀ ମାନେ ସେହି ଟିକଟ୍ ମାଧ୍ୟମରେ ମୋଗଲ ଉଦ୍ୟାନ ଦେଖିବା ସହ ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିପାରିବେ ।

from Kanak News
via <a href="https://ifttt.com/?

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮ ନୂଆ କରୋନା ଆକ୍ରାନ୍ତ । ଏବେ ସୁଦ୍ଧା ସୁସ୍ଥ ହେଲେଣି ୩ ଲକ୍ଷ ୩୩ ହଜାର ୨୮୦ ଜଣ ।

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୩ ହଜାର ୨୮୦ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୭୯୯ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬ ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୨ ଜଣ, ଦେଓଗଡ଼ରୁ ୨ ଜଣ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୭ ଜଣ, ମାଲକାନଗିରିରୁ ୨ ଜଣ, ମୟୂରଗଭଞ୍ଜରୁ ୪ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୬ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ୍‌ ପୁଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

from Kanak News
via <a href="https://ifttt.com/?

Design a site like this with WordPress.com
Get started