ବିଧାତା ଛଡ଼ାଇନେଲା ଦୃଷ୍ଟିଶକ୍ତି, ତଥାପି ହାରିନାହାନ୍ତି । ଭୋକ ମାରିବାକୁ ଭାଟିରେ ଇଟା ଗଢୁଛନ୍ତି ନବରଙ୍ଗପୁରର ଲକ୍ଷ୍ମୀବାଇ । ବିଧାତାକୁ ଦୋଷଲଦି ବାହାନା କାଢୁଥିବା ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

କନକ ବ୍ୟୁରୋ: ବିଧାତା ଯେତେ ବାଜି ଖେଳୁ, ଯଦି ଆପଣଙ୍କ ଆତ୍ମବଳ ପଥର ଭଳି ମଜବୁତ ଥିବ ତେବେ ଆପଣ ସଂଘର୍ଷପୂର୍ଣ୍ଣ ସମୟ ସାମ୍ନାରେ କଦାପି ହାର୍ ମାନିବେନି । ଜଣେ ଅକ୍ଷମ ହୋଇବି ସକ୍ଷମଙ୍କ ଠାରୁ ବେଶ ଭଲ କରି ବିଧାତାର ଖେଳକୁ ଖେଳୁଛନ୍ତି  । ଦୃଷ୍ଟିହୀନ ମଣିଷ ଦେଖାଉଛନ୍ତି ସମାଜରେ ଆତ୍ମନିର୍ଭରଶୀଳ ରାସ୍ତା।  ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷର କଥା ପଡ଼େ ସେତେବେଳେ ଜୀବନକୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷ । ଏମିତି ଏକ ଦୃଷ୍ଟିହୀନ ମହିଳାଙ୍କୁ ଖୋଜି ପାଇଥିଲା ଆମ କନକ ନ୍ୟୁଜ୍ ।
ମାଟିକୁ ପିଟିପିଟି ଭାଟିରେ ଭରସାର ଇଟା ଗଢୁଛନ୍ତି ନବରଙ୍ଗପୁର ଉମରକୋଟର ଲକ୍ଷ୍ମୀବାଇ ଚନ୍ଦ୍ରକାରା । ଟିକେ ଭଲକରି ଦେଖନ୍ତୁ ତାଙ୍କ ଯାଦୁଗରୀ ହାତକୁ  । କାରଣ ଇଏ ଜଣେ ସାଧାରଣ ମହିଳା ନୁହନ୍ତି । ଦେଖାନଗଲେ ବି କିପରି ଗୋଟିଏ ପରେ ଗୋଟିଏ ଇଟା ସୁନ୍ଦର ଭାବେ ଗଢ଼ି ଚାଲିଛନ୍ତି ଦୃଷ୍ଟିହୀନ ମହିଳା । ବିଧାତା ସିନା ଆଖିର ରଶ୍ମିକୁ ନେଇଗଲା କିନ୍ତୁ ଅକ୍ଷମ  ଜୀବନ  ଆଗରେ ହାର ନମାନି ବାଛି ନେଇଛନ୍ତି ବଞ୍ଚିବାର ରାସ୍ତା । ଦୃଷ୍ଟିହୀନ ହୋଇ ମଧ୍ୟ କିପରି ଅଣ୍ଡାଳି ଅଣ୍ଡାଳି ତିଆରି କରୁଛନ୍ତି ଇଟା ।
ଲକ୍ଷ୍ମୀଙ୍କ ପରିସ୍ଥିତି ବର୍ତ୍ତମାନ ଯେଭଳି କଷ୍ଟ ଦାୟକ ସେହିଭଳି ଦୁଃଖ ଦାୟକ ତାଙ୍କ ସମଗ୍ର ଜୀବନର ଯାତ୍ରା । କାରଣ କିଛି ବର୍ଷ ପୂର୍ବରୁ ତାଙ୍କ ଦୁଇ ପୁଅଙ୍କ କୌଣସି ରୋଗରେ ମୃତ୍ୟୁ ହୋଇଥିଲା । ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଆଖିର ଲୁହକୁ ଲହୁରେ ପରିଣତ କରିଦେଲା । ଆଉ ଛାଡ଼ଇନେଲା ଦୃଷ୍ଟିଶକ୍ତି, ତାପରଠାରୁ ଆଉ ଭଲ ହେବନାହିଁ କହି ଫେରେଇ ଦେଲେ ଡାକ୍ତର । ଏବେ ସ୍ୱାମୀଙ୍କ ସହ ଗୋଟିଏ ନାତି ଆଉ ଦୁଇ ନାତୁଣୀ ହେଉଛି ଲକ୍ଷ୍ମୀବାଇ ପରିବାର । ପେଟ ପୋଷଣ ଆଉ ଭୋକ ତାଙ୍କୁ ଟାଣି ଆଣିଛି ଏହି ଇଟା ଭାଟିକୁ ।  ହଜାରେ ଇଟା ଗଢିଲେ ମିଳେ ୭୫୦ ଟଙ୍କା ଆଉ ସେଥିରେ ସମସ୍ତେ ଚଳନ୍ତି । ଇଟା ଭାଟି ଠାରୁ ଘର ଦୂର ହୋଇଥିବାରୁ ଭାଟି ନିକଟରେ ଥିବା ଅସ୍ଥାୟୀ କୁଡ଼ିଆରେ ସମସ୍ତେ ରୁହନ୍ତି ।
ତେବେ ଝାନ୍ସୀର ଲକ୍ଷ୍ମୀବାଇ ସିନା ସ୍ୱାଧିନତା ପାଇଁ ଲଢ଼େଇ କରିଥିଲେ କିନ୍ତୁ ନବରଙ୍ଗପୁର ଲକ୍ଷ୍ମୀବାଇ ସଂଘର୍ଷଭରା ଜୀବନ ସହ ପ୍ରତିଦିନ ଖେଳୁଛନ୍ତି । ଆଉ ଜଣେ ଦୃଷ୍ଟିହୀନ ହୋଇ ମଧ୍ୟ ସମାଜକୁ ପ୍ରେରଣା ଓ ଭାଗ୍ୟର ଦ୍ୱାହି ଦେଇ ବାହାନା କାଢୁଥିବା କର୍ମଠଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଯାହାକୁ ଗ୍ରାମବାସୀ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ।

from Kanak News
via <a href="https://ifttt.com/?

ନକ୍ସଲଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ : ଝାଡଖଣ୍ଡର ଚାଇବାସା; ଗୋଇଲକେରା ରାସ୍ତାରେ ଶକ୍ତିଶାଳୀ ଲ୍ୟାଣ୍ଡ ମାଇନ ନିଷ୍କ୍ରିୟ

କନକ ବ୍ୟୁରୋ : ନକ୍ସଲଙ୍କ ବଡ଼ ଧରଣର ବିସ୍ପୋରଣ ଯୋଜନ ପଣ୍ଡ । ଏକ ବଡ଼ ଧରଣର ଶକ୍ତିଶାଳୀ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାର ଯବାନଙ୍କୁ ଟାର୍ଗେଟ କରି ଏହି ନବନିର୍ମିତ ସଡ଼କ ଉପରେ ବିସ୍ଫୋରକ ଖଂଜି ଥିଲେ ମାଓବାଦୀ ।

ପ୍ରତିଦିନ ଏହି ରାସ୍ତା ଦେଇ କୁମ୍ବିଂ କରୁଥିଲେ ୬୦ ବାଟାଲିୟନର ସିଆରପିଏଫ ଯବାନ । ହଠାତ ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ଚିହ୍ନଟ କରିଥିଲେ ୪୦ କିଲୋ ଓଜନର ଆଇଆଇଡି । ବହୁ ସର୍ତକତାର ସହ ଯବାନମାନେ ଏହାକୁ ନିଷ୍କ୍ରିୟ ମଧ୍ୟ କରିଛନ୍ତି । ନିଷ୍କ୍ରିୟ ବେଳେ ବିସ୍ପୋରଣର ପ୍ରଭାବ ଏତେ ଥିଲା ଯେକୌଣସି ଗାଡ଼ିକୁ ସମ୍ପୁର୍ଣ୍ଣ ଖଣ୍ଡ ଖଣ୍ଡ କରିପାରିଥାନ୍ତା ।

from Kanak News
via <a href="https://ifttt.com/?

ତାରିଖ ଘୋଷଣା ପୂର୍ବରୁ ଉଠୁଛି ପଡୁଛି ପିପିଲି! ଉପନିର୍ବାଚନ ପାଇଁ ବଳ ଦେଖାଉଛି ବିଜେଡି, କେଉଁ ରଣନୀତି ଆପଣାଇବେ ବିରୋଧୀ?

କନକ ବ୍ୟୁରୋ: ତାରିଖ ଘୋଷଣା ପୂର୍ବରୁ ଉଠୁଛି ପଡୁଛି ପିପିଲି ପଲିଟିକ୍ସ । ପିପିଲି ଉପନର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ  । ଏପରିକି କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହା ସ୍ଥିର କରାଯାଇନାହିଁ  । ତଥାପି ପିପିଲିରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେଡି କରୁଛି ଶକ୍ତି ପ୍ରଦର୍ଶନ । ତେବେ ପିପିଲି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ପୂର୍ବରୁ ନୂଆ ଶାସନ ପଂଚାୟତର ସରପଂଚ ପ୍ରଫୁଲ୍ଲ ମେକାପ ୩ଟି ପିଲାଙ୍କ ବାପା ହୋଇଥିବାରୁ ତାଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ଉଚ୍ଚ ନ୍ୟାୟଳୟ । ଏଠାରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ଚିନ୍ମୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବା ସହିତ ୧୪ ମାଣ ମେଲଣ ପଡିଆରେ ଏକ ସଭା କରି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ବିଜେଡି । 

ତେବେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ , ପୁରୀ ଜିଲ୍ଳା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ପରି ଛାମୁଆ ନେତାଙ୍କୁ ଧରି ସଭା କରୁଛି ବିଜୁ ଜନତା ଦଳ । ଏପଟେ ବିଜେପି ଓ କଂଗ୍ରେସ ବିଜେଡିର ଶକ୍ତିପ୍ରଦର୍ଶନକୁ ଦେଖି କେଉଁ କେଉଁ ରଣନୀତି ଆପଣାଇବେ ତାହା ଉପରେ ଏବେ ନଜର ରହିଛି । 

from Kanak News
via <a href="https://ifttt.com/?

ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ୍ ତଲବ । କୋଟିଆରେ ନିର୍ବାଚନ କରାଇବା ନେଇ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ । ୧୯ ରେ ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ : କୋଟିଆ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶା ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଓଡିଶାର କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ କରାଇବା ନେଇ ଚାଲିଥିବା ପ୍ରସ୍ତୁତି ଉପରେ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଏହାସହ ନିର୍ଦ୍ଧାରିତ ସମୟ ଭିତରେ ଜବାବ୍ ଦାଖଲ କରିବାକୁ ଆନ୍ଧ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି  ।
କହିରଖୁ କି ଦୀର୍ଘବର୍ଷ ହେବ ଓଡିଶା ସୀମାନ୍ତ କୋଟିଆ ଅଞ୍ଚଳ କୁ ଦଖଲ କରିବାକୁ ଆନ୍ଧ୍ର ସରକାର ଯୋଜନା ଚଳାଇଛନ୍ତି । ଏନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାରମ୍ବାର କୋଟିଆରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ସହ ଲୋକଙ୍କ ସମର୍ଥନ ଯୋଗାଡ କରିବାକୁ ସେଠାରେ ସ୍କୁଲ ନିର୍ମାଣ କରିବା ଓ ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇବା ସହ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କି କିଛିଦିନ ହେବ କୋଟିଆ ପଞ୍ଚାୟତରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା  । ଏନେଇ ବି କିଛି ଲୋକ ପ୍ରାର୍ଥୀପତ୍ର ଦାଖଲ କରିସାରିଥିଲେ । ହେଲେ ଏକଥା ପ୍ରଘଟ ହେବା ପରେ ଓଡିଶା ସରକାର ଆକ୍ସନ ମୋଡକୁ ଆସିଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଲୋକଙ୍କୁ ବୁଝା ସୁଝା କରି ସେମାନଙ୍କ ପ୍ରାର୍ଥୀପତ୍ର ପତ୍ୟାହାର କରାଯାଇଛି । ଏହା ସହ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏହାସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ୍ ଦାଖଲ କରିବାକୁ କୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

from Kanak News
via <a href="https://ifttt.com/?

ଟ୍ୱିଟର ମାଧ୍ୟମରେ ହିଂସାର ପ୍ରସାର ପ୍ରସଙ୍ଗ : କେନ୍ଦ୍ର ସରକାର, ଟ୍ୱିଟର କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

କନକ ବ୍ୟୁରୋ : ଟ୍ୱିଟର ମାଧ୍ୟମରେ ହିଂସାର ପ୍ରସାର ପ୍ରସଙ୍ଗ । ଟ୍ୱିଟର‌ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଜରିଆରେ ପ୍ରସାରିତ ଅସତ୍ୟ ସମ୍ବାଦ ଓ ବିଦ୍ୱେଷାତ୍ମକ ବାର୍ତ୍ତା, ବିଦ୍ରୋହ ଓ ଉତ୍ତେଜନା ସୃଷ୍ଟିକାରୀ କଥାବସ୍ତୁ ରୋକିବାକୁ ବ୍ୟବସ୍ଥା ବା ଜ୍ଞାନକୌଶଳ ବାହାର କରିବା ପ୍ରସଙ୍ଗରେ ଆଜି ସୁପ୍ରିମ‌କୋର୍ଟ ଭାରତ ସରକାର ଓ ଟ୍ୱିଟର ‌କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ଏ ସଂକ୍ରାନ୍ତରେ ବିଜେପି ନେତା ବିନୀତ ଗୋଏଙ୍କା ଗତ ବର୍ଷ ମେ ମାସରେ ଏକ ଏକ ପିଟିସନ୍‌ ଦାଏର କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଅସତ୍ୟ ସମ୍ବାଦ ଜରିଆରେ ବିଦ୍ୱେଷ ବିସ୍ତାର କରୁଥିବା ଟ୍ୱିଟର‌ ପୋଷ୍ଟ ଏବଂ ବିଜ୍ଞାପନ ଆଦିକୁ ପ୍ରତିହତ କରିବା ନିମନ୍ତେ କିଛି ଜ୍ଞାନକୌଶଳ ଉଦ୍ଭାବନ କରାଯାଉ । ଏହାଛଡ଼ା, ଜାଲ‌ ଆକାଉଣ୍ଟ‌ ମାଧ୍ୟମରେ ପରିବେଶିତ ବିଭ୍ରାନ୍ତକାରୀ ବାର୍ତ୍ତା ସବୁକୁ ପ୍ରତିରୋଧ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଉ ।

ପିଟିସନ୍‌ରେ ଉଲ୍ଲେଖ କରାଯାଇଥିଲା ଯେ, ଖ୍ୟାତନାମା ଏବଂ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ନାମରେ ଟ୍ୱିଟର‌ ହ୍ୟାଣ୍ଡଲ୍‌ ଏବଂ ଫେସ୍ବୁକ‌ରେ ଶହ ଶହ ଜାଲ୍‌ ଆକାଉଣ୍ଟ‌ ରହିଛି। ଏ ସଂକ୍ରାନ୍ତରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କିନ୍ତୁ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବିଶେଷକରି ନିର୍ବାଚନ ସମୟରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିବା ଲାଗି ରାଜନୈତିକ ଦଳ ସବୁ ଏହି ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡିକୁ ବ୍ୟବହାର କରୁଛନ୍ତି ବୋଲି ବିଜେପି ନେତା ବିନୀତ କହିଛନ୍ତି ।

from Kanak News
via <a href="https://ifttt.com/?

ମହିଳାଙ୍କ କଟାମୁଣ୍ଡ ଘଟଣାରେ ପର୍ଦ୍ଦାଫାଶ କରିଛି ପୋଲିସ : ବଡ ପ୍ରଶ୍ନ କାହାକୁ ମିଳିବ ପୁରସ୍କାର ଟଙ୍କା ?

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ କଟାମୁଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ମହିଳା ଜଣକ ଭରତପୁର ବସ୍ତିର ପୁଷ୍ପଲତା ବୋଲି ଜଣାପଡିଛି । ରାସ୍ତାକଡ଼ରୁ ମହିଳା ମୁଣ୍ଡବିହୀନ ଶରୀର ମିଳିବା ପରେ ମହିଳାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚ୍ୟାଲେଂଜ ଥିଲା ।

ମହିଳା ଜଣକ କିଏ ଓ ତାଙ୍କୁ କିଏ ହତ୍ୟା କଲା ସେ ନେଇ ୨୦ ଜଣ ପୁଲିସ ଅଧିକାରୀ ଆରମ୍ଭ କରିଥିଲେ ଛାନଭିନ । ମହିଳାଙ୍କ ପୋଷାକ ଓ ହାତରେ ଥିବା ତ୍ରିଶୁଳ ଟାଟୁ ଆଧାରରେ ପୁଲିସ ବନାଇଥିଲା ପୋଷ୍ଟର । ଆଉ ଏହି ପୋଷ୍ଟରକୁ ଭୁବନେଶ୍ୱର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲଗା ଯାଇଥିଲା । ମହିଳାଙ୍କ ବାବଦରେ ତଥ୍ୟ ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା ।

ତେବେ ପୁଷ୍ପଲତାଙ୍କ ମା ତାଙ୍କ ଝିଅକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ପୁଲିସ ଘୋଷଣା କରିଥିବା ପୁରସ୍କାର ରାଶି ମିଳିବ କାହାକୁ । ଯେହେତୁ ମହିଳାଙ୍କ ମାଆ ତାଙ୍କ ଝିଅକୁ ଚିହ୍ନିକି ଖବର ଦେଇଥିଲେ ତେଣୁ ନିୟମ ଦୃଷ୍ଟିରୁ ତାଙ୍କୁ ମାକୁ ଏହି ପୁରସ୍କାର ରାଶି ୫୦ ହଜାର ଟଙ୍କାମିଳିବା କଥା । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ମହିଳାଙ୍କ ମୃତଦେହ ନେବାକୁ ବ୍ୟବହୃତ ହୋଇଥିବା ବୋଲେରୋ ଗାଡିକୁ ପୁଲିସ ଜବତ କରିଛି ।

from Kanak News
via <a href="https://ifttt.com/?

ଅମିତ୍ ଶାହାଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ ପଶ୍ଚିମବଙ୍ଗରୁ ଲଢି ଜିତନ୍ତୁ ଶାହା । ଜିତିଲେ କରିଦେବି ରାଜ୍ୟର ଗୃହମନ୍ତ୍ରୀ

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ବିଜେପିର ମିଶନ ବାଙ୍ଗଲାକୁ ଚ୍ୟାଲେଞ୍ଜ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ବିଜେପି ପଶ୍ଚିମବଙ୍ଗରେ ବାରମ୍ବାର ରାଲି କରି ମମତାଙ୍କ ଗଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଦିଦି ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି । ଏନେଇ ଉଭୟ ବିଜେପି ଓ ଟିଏମସି ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି । ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ ।

ଏକ ରାଲିରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ କି ଏଥର ନିଜେ ମମତା ବାନାର୍ଜୀ ନିଜ ଆସନରୁ ହାରିବେ । ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିବା ମମତା କହିଛନ୍ତି କି ଦେଶର ଗୃହମନ୍ତ୍ରୀ ଭାବେ ଏଭଳି କହିବା ଆଦୌ ଶୋଭା ପାଉନାହିଁ । ‘ଅମିତ୍ ଶାହା ଯଦି ପଶ୍ଚିମବଙ୍ଗରୁ ନିର୍ବାଚନ ଲଢି ଜିତିଯିବେ ତେବେ ମୁଁ ତାଙ୍କୁ ରାଜ୍ୟର ଗୃହମନ୍ତ୍ରୀ କରିବି’ । ସାକ୍ଷାତକାର ବେଳେ ସେ ପଶ୍ଚିମବଙ୍ଗବାସୀଙ୍କ ପାଇଁ ଆହ୍ୱାନ ଦେଇ କହିଛନ୍ତି କି ଚିନ୍ତା କରିବାର କିଛି କାରଣ ନାହିଁ ପଶ୍ଚିମବଙ୍ଗରେ ପୁଣିଥରେ ଟିଏମସି ସରକାର ଗଠନ କରିବ । ଏହାସହ ସେ ଭାବବିହ୍ୱଳ ହୋଇ କହିଥିଲେ କି ମୁଁ ଅମିତ ଶାହାଙ୍କୁ ଭାଇ ବୋଲି ସମ୍ବୋଧନ କରୁଛି ତେଣୁ ତାଙ୍କ ପୁଅ ମୋର ଭଣଜା ହେବ । ହେଲେ ମୋ ଭଣଜା ବାବଦରେ ସେ ଯେଭଳି ବୟାନ ଦେଉଛନ୍ତି ତାହା ତାଙ୍କର ହୀନ ରାଜନୀତିକୁ ପଦାରେ ପକାଇଛି ।

କହିରଖୁ କି ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ହେଲେ ତାହା ପୂର୍ବରୁ ବିଜେପି ପଶ୍ଚିମବଙ୍ଗରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରି ତୃଣମୂଳ ସ୍ତରରୁ ଟିଏମସିକୁ ଭାଙ୍ଗିବାକୁ ଚେଷ୍ଟା ଚଳାଇଛି । ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ବିଜେପି ୨୦୦ ଆସନରେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା ।

from Kanak News
via <a href="https://ifttt.com/?

ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବାବୁ ବୟାନ: ମୋଦୀ କହିଥିଲେ IASଙ୍କ ପାଖରେ ନାହିଁ ସବୁ ଜ୍ଞାନ, ମୋଦୀଙ୍କ ବୟାନକୁ ସ୍ୱାଗତ କଲେ ପୂର୍ବତନ କୋଇଲା ସଚିବ ଓ ୟୁସିିସିଆଇର ସଭାପତି ।

କନକ ବ୍ୟୁରୋ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାବୁ ବୟାନ । ଆଇଏଏସଙ୍କ ପାଖରେ ସବୁ ଜ୍ଞାନ ନାହିଁ । ଘରୋଇ ଉଦ୍ୟୋଗକୁ ସୁଯୋଗ ମିଳିବା ଉଚତ୍ । ଘରୋଇକରଣ ପ୍ରକ୍ରିୟାର ମୂଳଦୁଆ ବହୁ ପୂର୍ବରୁ ପଡ଼ିଥିଲେ ମଧ୍ୟ, ଆଜି ବି ଏହାକୁ ନେଇ ବିବାଦ ଓ ବିତର୍କ ହୁଏ । ଏଭଳି ଏକ ସମୟରେ ଘରୋଇକରଣ ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଗୋଟିଏ ସମୟ ଥିଲା, ଯେତେବେଳେ କାହାକୁ ବେଇମାନ କହିବାର ସଂସ୍କାର ଥାଇପାରେ । କିନ୍ତୁ ଏବେ ସମୟ ବଦଳିଛି । ଦେଶକୁ ୱେଲ୍ଥ କ୍ରିଏଟର ବା ସଂପତି ସ୍ରଷ୍ଟା ଦରକାର । ତାହେଲେ ଯାଏଁ ଦେଶର ସଂପତି ବଢ଼ିବ । ଗରିବ ହାତକୁ କାମ ଆସିବ ଓ ଗରିବଙ୍କ ପାଖକୁ ଟଙ୍କା ପହଂଚିବ । ତେଣୁ ଘରୋଇକରଣକୁ ସଂପୂର୍ଣ୍ଣ ଅଣଦେଖା କରାଗଲେ ଭୁଲ ହେବ ବୋଲି ମୋଦି କହିଥିଲେ ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବତନ କୋଇଲା ସଚିବ ପ୍ରସନ୍ନ ମିଶ୍ର କହିଛନ୍ତି, ଘରୋଇ କ୍ଷେତ୍ରର ଅବଦାନ ବିନା ଏତେ ଲୋକଙ୍କୁ ନିଯୁକ୍ତି ଦେଇହେବ ନାହିଁ । କିନ୍ତୁ ଘରୋଇ ଓ ସରକାରୀ କ୍ଷେତ୍ର ମଧ୍ୟରେ ଭାରସାମ୍ୟ ରହିବା ଉଚିତ ବୋଲି ସେ କହିଛନ୍ତି । ସେହିପରି ଉକ୍ରଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି, ଘରୋଇ କ୍ଷେତ୍ରକୁ ନିନ୍ଦିତ କରିବା ଠିକ ନୁହେଁ । ସେମାନେ ଉଭୟ ସଂପତି ଓ ରୋଜଗାର ସୃଷ୍ଟି କରନ୍ତି । ତେଣୁ ମୋଦି ଯାହା କହିଛନ୍ତି ,ତାହା ଠିକ ବୋଲି ସେ ମତ ରଖିଛନ୍ତି ।

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : କୋଟିଆ ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ : କଡା ଯୁକ୍ତି ରଖିଲେ ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର

କନକ ବ୍ୟୁରୋ : କୋଟିଆ ହେଉଛି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଓଡ଼ିଶା ଠାରୁ ଛଡ଼ାଇ ନେଇ ପାରିବ ନାହିଁ ଆନ୍ଧ୍ର । ଏଭଳି ଦମ୍ଭୋକ୍ତି କରିଛନ୍ତି ୧୯୬୮ରେ ସୁପ୍ରିମକୋର୍ଟଙ୍କ କମିଶନରେ ମାମଲା ଲଢ଼ିଥିବା ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନରୁ ରାଜ୍ୟର ସୀମା ନିର୍ଦ୍ଧାରଣ ହୋଇସାରିଛି । କୋଟିଆ ମାଡ୍ରାସ ପ୍ରେସିଡେନ୍ସିିରେ ଥିଲା । ଓଡ଼ିଶା ଗଠନ ହେବା ପରେ ଏହା ଓଡ଼ିଶାର ଅଙ୍ଗ ହୋଇ ରହିଛି । ଦେଶର ସଂସଦ କେବଳ ରାଜ୍ୟର ସୀମା ପୁନଃନିର୍ଦ୍ଧାରଣ କରିପାରିବ । ତେଣୁ ଆନ୍ଧ୍ର ଏକଚାଟିଆ ଭାବେ ଓଡ଼ିଶା କୌଣସି ଅଂଚଳ ଉପରେ ଦାବି କରିପାରିବ ନାହିଁ ବୋଲି କହିଛନ୍ତି ଏହି ବରିଷ୍ଠ ଆଇନଜୀବୀ ।

କୋଟିଆ ବିବାଦକୁ ନେଇ ମାମଲା ପହଂଚିଛି ସୁପ୍ରିମକୋର୍ଟରେ । ହେଲେ ଏହାରି ଭିତରେ କୋଟିଆବାସୀ କହିଛନ୍ତି ତାଙ୍କୁ ଦରକାର ଗାଁର ବିକାଶ । ସହରର ଚାକଚକ୍ୟ ସୌଖିନ ଦୁନିଆ ସେମାନଙ୍କର ଦରକାର ନାହିଁ । ଗାଁର ବିକାଶ ହେଲେ ଆନ୍ଧ୍ର ତାଙ୍କୁ ନେଇ ପାରିବ ନାହିଁ ବୋଲି କହିଛନ୍ତି କୋଟିଆବାସୀ ।

from Kanak News
via <a href="https://ifttt.com/?

ଭାରତ-ଚୀନ ବିବାଦ ନେଇ ମୋଦି ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବଡ ଅଭିଯୋଗ । କହିଲେ ‘ଚୀନକୁ ଭାରତର ଜମି ଦେଇଦେଲେ ପ୍ରଧାନମନ୍ତ୍ରୀ’

କନକ ବ୍ୟୁରୋ : ଭାରତ-ଚୀନ ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ରାଜ୍ୟସଭାରେ କହିଥିଲେ କି ପୈଙ୍ଗାଙ୍ଗ୍ କୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଛି । ଫଳରେ ଉଭୟ ଦେଶର ସେନା ଏବେ ପଛକୁ ଫେରିବା ଆରମ୍ଭ କରିଛନ୍ତି । ରାଜନାଥଙ୍କ ବୟାନ ପରେ ଆଜି (ଶୁକ୍ରବାର) କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜମିକୁ ଚୀନ ହାତକୁ ଟେକି ଦେଇଛନ୍ତି । ରାହୁଲ ଗାନ୍ଧୀ ଏହାର ଜବାବ୍ ପ୍ରଧାନମନ୍ତ୍ରୀଙ୍କୁ ମାଗିବା ସହ ଭାରତ ଭିତରେ ଚୀନ ନିଜର ସେନା ଠୁଳ କରିବା ନେଇ ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ପଦେ ବି କହିନଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀ କହିଥିଲେ କି ଭାରତର ଜମିକୁ ପ୍ରଧାନମନ୍ତ୍ରୀ କାହିଁକି ଚୀନ ହାତକୁ ଟେକି ଦେଲେ ତାହାର ଜବାବ୍ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ଦିଅନ୍ତୁ । କାହିଁକି ଭାରତୀୟ ସେନାକୁ କୈଳାଶ ରେଞ୍ଜରୁ ପଛକୁ ଫେରିବାକୁ କୁହାଗଲା ? । ଆମର ଜମି ଫିଙ୍ଗର ୪ ପର୍ଯ୍ୟନ୍ତ ରହିଛି । ହେଲେ ଆମ ସେନା ଫିଙ୍ଗର ୩ ପର୍ଯ୍ୟନ୍ତ ଫେରିବାକୁ କାହିଁକି ନିର୍ଦ୍ଦେଶ ଦିଆଯାଇଛି । ଏହା ପ୍ରମାଣ କରୁଛି କି ଫିଙ୍ଗର-୩ ରୁ ଫିଙ୍ଗର -୪ ମଧ୍ୟରେ ଥିବା ଜମିକୁ ପ୍ରଧାନମନ୍ତ୍ରୀ ଚୀନ ହାତକୁ ଟେକି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । ସେ ଆହୁରି କହିଛନ୍ତି କି ପ୍ରଧାନମନ୍ତ୍ରୀ ଭୟାଳୁ ଅଟନ୍ତି ତେଣୁ ସେ ଚୀନ ବିରୋଧରେ ଛିଡା ହେବାକୁ ସାହସ କରିପାରି ନାହାନ୍ତି । ଚୀନ ହାତକୁ ଜମି ଟେକିଦେଇ ପ୍ରଧାନମନ୍ତ୍ରୀ ଆମ ଯବାନଙ୍କ ବଳିଦାନକୁ ଉପହାସ କରିଛନ୍ତି ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started