ଲୋକଙ୍କ ପଥର ମାଡ଼ରେ ୭ ପୋଲିସ କନେଷ୍ଟବଳ ଓ ଅଫିସର ଗୁରୁତର : ସୋର ଅଙ୍ଗୁଳା ଦୁର୍ଘଟଣା ପରେ ତାତିଲେ ଲୋକେ

କନକ ବ୍ୟୁରୋ : ବାଲେଶ୍ୱର ସୋର-ମଙ୍ଗଳପୁର ରାସ୍ତା ଅଙ୍ଗୁଳା ଛକରେ ଦୁର୍ଘଟଣା ପରେ ତାତିଲେ ଲୋକ । ଉତ୍ୟକ୍ତ ଲୋକ ରାସ୍ତାରୋକ କରିବା ସହ ପୁଲିସ ଉପରକୁ ଢେଲା ପଥର ମାଡ଼ କରିଛନ୍ତି । ପଥର ମାଡ଼ରେ ୭ ଜଣ ପୁଲିସ କନେଷ୍ଟବଳ ଓ ଅଫିସର ଗୁୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ପରେ ପୁଲିସ ଲାଠି ମାଡ଼ରେ ମଧ୍ୟ ୩ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଅଙ୍ଗୁଳା ଛକରେ ଡମ୍ପର ଧକ୍କାରେ ଜଣେ ଯୁବକ ଗୁୁରୁତର ହୋଇଥିଲେ । ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି ଓ ରାସ୍ତାରେ ହମ୍ପସ ନିର୍ମାଣ ଦାବିରେ ରାସ୍ତା ବନ୍ଦ କରିଥିଲେ । ରାସ୍ତା ରୋକ କରିଥିବା ଲୋକଙ୍କୁ ବୁଝାସୁଝା କରିବାକୁ ପୁଲିସକୁ ଯାଇଥିଲା । ଫଳରେ ଉତ୍ୟକ୍ତ ଲୋକମାନେ ପୁଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା : ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ, ରିମାଣ୍ଡ ଆବେଦନ କରିପାରେ ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଖୋଲିଛି କଟାମୁଣ୍ଡ ପଛର ରହସ୍ୟ । ଅଭିଯୁକ୍ତମାନେ ପୁଷ୍ପଲତାଙ୍କୁ କେମିତି ହତ୍ୟା କରିଥିଲେ ପରେ କେମିତି ମୁଣ୍ଡକୁ କାଟିଥିଲେ , ପୋଲିସ ଆଗରେ ଏସବୁର ସତ ମାନିଛନ୍ତି ଅଭିଯୁକ୍ତ । କେଉଁ ବିବାଦ ପାଇଁ ହୋଇଥିଲା ଏହି ହତ୍ୟା ଷଡଯନ୍ତ୍ର ତାର ମଧ୍ୟ ସତ ଓଗାଳିଛି ଅଭିଯୁକ୍ତ । ଆଜି ୨ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । କଟାମୁଣ୍ଡ ଘଟଣାର ଅଧିକ ଖୋଳତାଡ କରିବା ପାଇଁ  ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ।

ତେବେ ଅନ୍ଧାରୁଆ-ଦାସପୁର ରାସ୍ତାରୁ ଯେତେବେଳେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା, ସେତେବେଳେ ପୋଲିସ ପ୍ରଥମେ ମହିଳାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲା । ହତ୍ୟାକାଣ୍ଡର ଅଭିଯୁକ୍ତ ସଂଜୟ ଓ ଶ୍ରୀକାନ୍ତ ଧରାପଡିବା ପରେ ଏବେ ମହିଳାଙ୍କ ହତ୍ୟା ପଛର ଯୋଜନାର ପର୍ଦ୍ଦାଫାଶ ହୋଇଛି । ମଂଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିଲେ ପୁଷ୍ପଲତା । ପୁଷ୍ପଲତାଙ୍କ ସ୍ୱାମୀ ପ୍ରାଣ ହରାଇବା ପରେ ସଂଜୟଙ୍କ ସହିତ ସମ୍ପର୍କ ଗଢିଉଠିଥିଲା ପୁଷ୍ପଲତାଙ୍କର । କାରଣ ପୁଷ୍ପଲତାଙ୍କ ଘରେ ଭଡାରେ ରହୁଥିଲେ ସଂଜୟ । ତେବେ ଏହାର କିଛି ଦିନ ପରେ ପ୍ରିତିରଞ୍ଜନଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ହେଲେ ପୁଷ୍ପଲତା ବେଶି ଦିନ ରହିପାରିନଥିଲେ ପ୍ରିତିରଞ୍ଜନଙ୍କ ସହିତ । ପୁଣି ଥରେ ଫେରିଆସିଥିଲେ ସଂଜୟଙ୍କ ପାଖକୁ । ଗତ ଏକ ମାସ ହେବ ସଂଜୟଙ୍କ ସହିତ ଏକାଠି ରହୁଥିଲେ ପୁଷ୍ପଲତା ।

ଏକାଠି ରହିବା ସମୟରେ ପୁଷ୍ପଲତା କାହିଁକି ବିବାହ କଲେ, ଏହାକୁ ନେଇ ସଂଜୟ ପୁଷ୍ପଲତାଙ୍କୁ ଜୀବନରେ ମାରିଦେବାକୁ ରଚିଥିଲେ ଷଡଯନ୍ତ୍ର । ପ୍ରଥମେ ତଂଟି ଚିପି ହତ୍ୟା କଲେ । ପରେ ନିଜର ବନ୍ଧୁ ଚନ୍ଦୁ ଓରଫ ଶ୍ରୀକାନ୍ତଙ୍କୁ ଡାକି ମହିଳାଙ୍କ ଶବକୁ ଫୋପାଡିବା ପାଇଁ ଯୋଜନା କଲେ । ଏକ ବୋଲେରୋ ଗାଡିରେ ମହିଳାଙ୍କ ଶବକୁ ନେଇ ଅନ୍ଧାରୁଆ-ଦାସପୁର ରାସ୍ତାରେ ଫୋପାଡିବା ସହିତ ମୁଣ୍ଡ କାଟି ଦେଇଥିଲେ । ପରେ କଟାମୁଣ୍ଡକୁ ନେଇ ଶବ ମିଳିଥିବା ସ୍ଥାନରୁ ୨ କିଲୋମିଟର ଦୁରରେ ଭରତପୁର ଜଙ୍ଗଲରେ ଫୋପାଡିଦେଇ ଦଶପଲା ଚାଲିଯାଇଥିଲେ ।

from Kanak News
via <a href="https://ifttt.com/?

ଗୁଲାମ ନବୀ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ହେବେ ମଲ୍ଲିକାର୍ଜୁନ ଖଡଗେ । ସୂଚନା ଦେଲେ କଂଗ୍ରେସ ମହାସଚିବ ବେଣୁଗୋପାଳ

କନକ ବ୍ୟୁରୋ : ରାଜ୍ୟସଭାରେ ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହା ପରେ ରାଜ୍ୟସଭାରେ ବିରୋଧିଦଳ ନେତା ଭାବେ କଂଗ୍ରେସ ପକ୍ଷରୁ ଲୋକସଭାରେ ବିରୋଧୀଦଳ ନେତା ଭୁମିକା ତୁଲାଇଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ପଦରେ ଅବସ୍ଥାପିତ କରାଯିବ ବୋଲି କୁହାଯାଇଛି । ଏନେଇ କଂଗ୍ରେସର ମହାସଚିବ ବେଣୁଗୋପାଳ ରାଓ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏନେଇ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁଙ୍କୁ ସୂଚନା ଦିଆଯାଇଛି ।  ଏନେଇ ଦଳ ତରଫରୁ ନିଷ୍ପତ୍ତି କରାଯାଇଥିବା କଥା ସେ କହିଛନ୍ତି ।

କହିରଖୁ କି ରାଜ୍ୟସଭାରେ ବିରୋଧୀଦଳର ଉପନେତା ଥିବା କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ବି ଆଶା କରୁଥିଲେ କି ଗୁଲାମ ନବୀ ଆଜାଦଙ୍କ ପରେ ଦଳ ତାଙ୍କୁ ରାଜ୍ୟସଭାରେ ବିରୋଧୀଦଳ ନେତା ଭାବେ ମନୋନିତ କରିବ । ହେଲେ ଦଳ ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ଭରଶା କରିଛି । ଏହା କୁହାଯାଉଛି କି ଶ୍ରୀ ଖଡଗେ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ହୋଇଥିବାରୁ ଦଳ ତାଙ୍କୁ ଏହି ପଦବୀ ପାଇଁ ଚୟନ କରିଛି । ୨୦୧୯ ରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଖଡଗେ ପରାଜିତ ହେବା ପରେ ଦଳ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ଚୟନ କରିଥିଲା ।

କହିରଖୁ କି ଫେବୃଆରୀ ୧୫ ତାରିଖ ପରେ ରାଜ୍ୟସଭାରେ ଜମ୍ମୁ-କାଶ୍ମୀର କୌଣସି ସଦସ୍ୟ ରହିବେ ନାହିଁ । ଜମ୍ମୁ-କଶ୍ମୀରରେ ୪ ଟି ରାଜ୍ୟସଭା ଆସନ ରହିଛି । ହେଲେ ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ ଭାବେ ଘୋଷଣା କରାଯିବା ପରେ ସେଠାରେ ଆଉ ନିର୍ବାଚନ ହୋଇନାହିଁ । ତେଣୁ ଜମ୍ମୁ-କାଶ୍ମୀରରୁ କେହି ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇପାରିବେ ନାହିଁ । ସୂଚନା ଥାଉକି ପିଡିପି  ପକ୍ଷରୁ ରାଜ୍ୟସଭାରେ ୨ ଜଣ ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନଜିର ଅହମ୍ମଦଙ୍କ କାର୍ଯ୍ୟକାଳ ୧୦ ଫେବୃଆରୀ ଦିନ ଶେଷ ହୋଇଥିବା ବେଳେ ମୀର ମହମ୍ମଦ ପୈୟାଜଙ୍କ କାର୍ଯ୍ୟକାଳ ୧୫ ଫେବୃଆରୀ ଦିନ ଶେଷ ହେବାକୁ ଯାଉଛି ।

ଅନ୍ୟପଟେ ଗୁଲାମ ନବୀ ଆଜାଦ୍ ବି ଦ୍ୱିତୀୟ ଥର ରାଜ୍ୟସଭାରେ ବିରୋଧୀଦଳର ନେତା ହୋଇପାରିବେ । ହେଲେ ଏଥିପାଇଁ ୨ ମାସ ପରେ କେରଳରୁ ତାଙ୍କୁ ଜିତିବାକୁ ପଡିବ । କାରଣ ଏପ୍ରିଲ ମାସରେ କେରଳରେ ୩ ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ତାହା ମଧ୍ୟରେ ଗୋଟିଏ ଆସନ କଂଗ୍ରେସ ହାତରେ ରହିଛି । ସେହି ଆସନରୁ ଯଦି କଂଗ୍ରେସ ଗୁଲାମ ନବୀଙ୍କୁ ଚୟନ କରେ ତେବେ ସେ ପୁଣିଥରେ ରାଜ୍ୟସଭାକୁ ଫେରି ପାରିବେ ।

from Kanak News
via <a href="https://ifttt.com/?

ଅନୁଗୁଳରେ ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ : କଣିହାଁ ଥାନା ସାନଜରଡ଼ା ଗାଁରେ ଅଘଟଣ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା ସାନ ଜରଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଘରେ ଶୋଇଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ, ଦୁଖବନ୍ଧୁ ସାହୁ ଏବଂ ପଂଚାଳି ସାହୁ । ଗତକାଲି ରାତିରେ ଶୋଇଥିଲେ । ଆଜି ସକାଳୁ ଦେଖିଲା ବେଳକୁ ଘର ଭିତରେ ଉଭୟ ମରି ଶୋଇଥିଲେ । ମୃତ୍ୟୁର କାରଣ ଯଦିଓ ସ୍ପଷ୍ଟ ହୋଇନାହିଁ, ତେବେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ହଠାତ୍ କରୋନା ଟିକା କେନ୍ଦ୍ରରେ ପହଂଚିଗଲେ ଯମରାଜ । କହିଲେ ମୃତ୍ୟୁକୁ ନୁହେଁ ମୋର କରୋନାକୁ ଭାରି ଡର । ଉପସ୍ଥିତ ଲୋକ ଚକିତ ।

କନକ ବ୍ୟୁରୋ : ଦେଶରେ ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଚାଲିଛି । କରୋନାକୁ ଶେଷ କରିବା ଲାଗି ଦେଶରେ ଚାଲିଛି ବିଶ୍ୱର ସବୁଠାରୁ ବୃହତ ଟିକାକରଣ କାର୍ଯ୍ୟକ୍ରମ । ଦେଶରେ ଏପର୍ଯ୍ୟନ୍ତ ୬୬ ଲକ୍ଷରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ହେଲେ କିଛି ଲୋକ ଏହି ଟିକା ନେବାକୁ ଭୟ କରୁଥିବା ଦେଖି ଖୋଦ ଯମରାଜ ଟିକା କେନ୍ଦ୍ରରେ ପହଂଚି ଟିକା ନେଇଛନ୍ତି ।

ବାସ୍ତବରେ ଯମରାଜ କ’ଣ ସ୍ୱର୍ଗରୁ ଆସି ପୃଥିବୀରୁ ଟିକା ନେଇଛନ୍ତି ବୋଲି ଆପଣମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଏବେ ଆମେ ବିସ୍ତାର କରୁଛୁ । ଏହି ଯମରାଜ ହେଉଛନ୍ତି ଇନ୍ଦୋର ପୋଲିସ ବିଭାଗର କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଜବାହ ସିଂହ ଜୈଦାନ । ଯେଉଁ ଲୋକମାନଙ୍କର କରୋନା ଟିକା ପ୍ରତି ଭୟ ଅଛି କିମ୍ବା ଟିକାକୁ ନେଇ ହେଉଥିବା ଅପ ପ୍ରଚାରକୁ ନେଇ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ସେମାନଙ୍କୁ ସଚେତନ କରିବାକୁ ଜବାହ ସିଂହ ଏଭଳି କରିଛନ୍ତି ।

ସେ ହଠାତ୍ ଇନ୍ଦୋରର ଏକ କରୋନା ଟିକାକରଣ କେନ୍ଦ୍ରକୁ ଯମରାଜ ବେଶରେ ସଜ୍ଜିତ ହୋଇ ଟିକା ନେବାକୁ ଆସିଥିଲେ । ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଚକିତ ହୋଇଯାଇଥିଲେ । ଏହାପରେ ଜବାହ ନିଜର ପରିଚୟ ପତ୍ର ଦେଖାଇ ଟିକା ନେଇଥିଲେ । ଟିକା ନେବା ପରେ ସେ କହିଥିଲେ କି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ , ଡରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଡରିବାର ଅଛି ତେବେ କରୋନାକୁ ଡରନ୍ତୁ ଟିକାକୁ ନୁହେଁ ବୋଲି ସେ ଉପସ୍ଥିତ ଲୋକମାନଙ୍କ କହିଥିଲେ । ଏହାସହ ଯଦି କରୋନାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ଭାବେ ଟିକା ନିଅନ୍ତୁ ଓ କରୋନା କଟକଣା ମାନନ୍ତୁ ବୋଲି ସେ ଲୋକମାନଙ୍କୁ ସଚେତନ କରାଇଥିଲେ ।

from Kanak News
via <a href="https://ifttt.com/?

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଜେପିରେ ଯୋଗଦେବା ନେଇ ଉଠୁଥିବା ଗୁଜବର ଜବାବ ଦେଲେ ଆଜାଦ୍ । କହିଲେ ଯେବେ କାଶ୍ମୀରରେ କଳାବରଫ ପଡିବ ତେବେ ମୁଁ ବିଜେପିରେ ଯୋଗ ଦେବି

କନକ ବ୍ୟୁରୋ : ରାଜ୍ୟସଭା ସଂସଦରେ କଂଗ୍ରେସର ବରିଷ୍ଠ ନେତା ଗୋଲାବ ନବୀ ଆଜାଦଙ୍କ କାର୍ଯ୍ୟକାଳ ସରିବା ଦିନ ପ୍ରଧାନମନ୍ତ୍ରୀ ମୋଦି ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ତାଙ୍କର ଏଭଳି ଭାବପ୍ରବଣାତା ଦେଖି ଦେଶର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଆଶଙ୍କା କରୁଛନ୍ତି କି ଆଜାଦ ଏବେ ବିଜେପିରେ ଯୋଗ ଦେଇ ପାରନ୍ତି । ଏନେଇ ଆଲୋଚନା ହେବା ସହ ବିଭିନ୍ନ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଛି । ହେଲେ ଏହାର ଜବାବ୍ ରଖିଛନ୍ତି ଗୁଲାମ ନବୀ ଆଜାଦ୍ । ସେ କହିଛନ୍ତି କି ବିଜେପିରେ ଯୋଗ ଦେବା ନେଇ ଚାଲିିଥିବା ଗୁଜବ ସମ୍ପୁର୍ଣ୍ଣ କାଳ୍ପନିକ । ଯେବେ କାଶ୍ମୀରରେ କଳା ବରଫ ପଡିବ ସେବେ ଯାଇ ମୁଁ ବିଜେପିରେ ଯୋଗ ଦେବା କଥା ଚିନ୍ତା କରିବି ।

ସୂଚନା ଥାଉକି ୪୧ ବର୍ଷ ତଳେ ରାଜନୈତୀକ ଜୀବନ ଆରମ୍ଭ କରିଥିବା ଆଜାଦ ଅନେକ ସମୟରେ କଂଗ୍ରେସ ଦଳରେ ରହି ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ଏହା ସହ ସେ ଜଣେ ଶାନ୍ତ, ଭଦ୍ର ଓ ଶାଳୀନତା ରକ୍ଷା କରୁଥିବା ନେତା ଭାବେ ବେସ୍ ପରିଚିତ । ତାଙ୍କର ଏଭଳି ଗୁଣ ପାଇଁ ସବୁ ରାଜନୈତୀକ ଦଳର ନେତାମାନେ ତାଙ୍କୁ ସମ୍ମାନ କରିଥାନ୍ତି । ଚଳିତ ମାସ ୮ ତାରିଖରେ ସେ ରାଜ୍ୟସଭା ସଦସ୍ୟ ଭାବେ ରାଜ୍ୟସଭାରେ ତାଙ୍କର ଶେଷ ଦିନ କାଟିଛନ୍ତି । ସେହି ଶେଷ ଦିନରେ ତାଙ୍କୁ ରାଜ୍ୟସଭାରୁ ବିଦାୟ ଦେବା ବେଳେ ପ୍ରଧାନମନ୍ତ୍ରୀ ଭାବ ପ୍ରବଣ ହୋଇପଡିଥିଲେ । ମୋଦୀ ତାଙ୍କୁ ହୃଦୟ ଭିତରୁ ସମ୍ମାନ ଜଣାଇ ତାଙ୍କର ଗୁଣଗାନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଗଣମାଧ୍ୟମ ପ୍ରଚାର କରିଥିଲେ କି ଗୁଲାମ ନବୀ ଆଜାଦ ବିଜେପିରେ ଯୋଗ ଦେଇପାରନ୍ତି ।

from Kanak News
via <a href="https://ifttt.com/?

ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର : ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ବ୍ୟବହାର କରିବାକୁ ପ୍ରୋତ୍ସାହନ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲ ଟ୍ୱିଟ କରି ସେ ‘କୁ’ ଆପ ବ୍ୟବହାର କରୁଥିବା ଲେଖିଛନ୍ତି । ଏପରିକି ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମେରିକା କମ୍ପାନି ଟ୍ୱିଟର ସହିତ ବିବାଦ ପରେ କେବଳ କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲ କାହିଁକି ଏକାଧିକ ମନ୍ତ୍ରୀ ଓ ସାଂସଦ ଏହି ଦେଶୀ ଆପକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । ଆତ୍ମନିର୍ଭର ଭାରତ ପ୍ରତିଯୋଦିତାରେ ଏହି ଆପ ବିଜୟୀ ହୋଇଥିଲା । ତେଣୁ ସ୍ୱଦେଶୀକୁ ଗୁରୁତ୍ୱ ଦେଉଥିବା କେନ୍ଦ୍ର ସରକାର ‘କୁ’ ଆପର ବହୁଳ ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଛନ୍ତି ।

ସୋସିଆଲ ମିଡିଆରେ ମତ ପ୍ରକାଶ କରିବା ଏବଂ ପ୍ରତିକ୍ରିୟା ରଖିବାର ଏକ ପ୍ରମୁଖ ମାଧ୍ୟମ ଟ୍ୱିଟର ପାଲଟି ସାରିଥିବାବେଳେ ଏହି ଆମେରିକୀୟ କମ୍ପାନି ଏବେ ଭାରତ ସରକାରଙ୍କ ଟାର୍ଗେଟକୁ ଚାଲିଆସିଛି । ଆଉ ଏହାରି ଭିତରେ ଟ୍ୱିଟରକୁ ଟକ୍କର ଦେଉଛି ଦେଶୀ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ- ‘କୁ’ ଆପ୍ । ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ଆପଟି ରହିଛି । ଏହାର ୱେବପେଜ ମଧ୍ୟ ରହିଛି । ଭାରତ ସରକାରଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚରେ ହୋଇଥିବା ଆତ୍ମନିର୍ଭର ଭାରତ ଆପ ପ୍ରତିଯୋଗିତାରେ ଏହି ଆପ୍ଲିକେସନଟି ବିଜୟୀ ହୋଇଥିଲା । ସେତେବେଳେ ଏହା ଲୋକଙ୍କ ଦୃଷ୍ଟିକୁ ସେତେଟା ଆସିନଥିଲା । କିନ୍ତୁ ହଠାତ ଏହି ଆପଟି ଏବେ ଚର୍ଚ୍ଚାକୁ ଚାଲିଆସିଛି ।

ଏହି ଘରୋଇ ଆପକୁ ବହୁଳମାତ୍ରାରେ ବ୍ୟବହାର କରିବା ପାଇଁ ଏବେ ସରକାର ପ୍ରୋତ୍ସାହିତ କରୁଛନ୍ତି । ଏଥିରେ ଟ୍ୱିଟର ଭଳି ଫିଚର୍ସ ରହିଛି । ବିଭିନ୍ନ ବ୍ୟକ୍ତିଙ୍କୁ ଏଥିରେ ଫଲୋ କରାଯାଇପାରିବ । ସେହିପରି ବ୍ରାଉଜ କରାଯାଇ ପାରିବ । ମେସେଜକୁ ଅକ୍ଷରରେ କିମ୍ବା ଅଡିଓ, ଭିଡିଓ ମାଧ୍ୟମରେ ପଠାଇ ହେବ । ଇଂରାଜୀ ସମେତ ୬ଟି ଭାରତୀୟ ଭାଷାର ବିକଳ୍ପ ମଧ୍ୟ ଏହି ଦେଶୀ ଆପରେ ରହିଛି । ‘କୁ’ ଆପକୁ ୩୦ ଲକ୍ଷ ଥର ଡାଉନଲୋଡ କରାଯାଇ ସାରିଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଚାଷୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆଉ ପାଦେ ଆଗେଇବ ବିଜେପି : ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ୩ ଘଂଟିଆ ଚକାଜାମ୍ କରିବ ଦଳ

କନକ ବ୍ୟୁରୋ : ଆସନ୍ତାକାଲି ପଶ୍ଚିମ ଓଡିଶାରେ ୩ ଘଂଟିଆ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେବ ରାଜ୍ୟ ବିଜେପି । ଏଥିପାଇଁ ଆସନ୍ତାକାଲି ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ୩ ଘଂଟା ଚକାଜାମ ଆନ୍ଦୋଳନ କରିବ ବୋଲି ଦଳ ଘୋଷଣା କରିଛି । ଏନେଇ ଗୁରୁବାର ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ରବି ନାୟକ ।

ପୂର୍ବରୁ ବିଜେପି ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବାବେଳେ ୨୨ ତାରିଖରେ ଆଲୋଚନା କରାଯାଇଥିଲା । ମଣ୍ଡିରୁ ଚାଷୀଙ୍କ ସମସ୍ତ ଧାନା ଉଠାଇ ନେବାପାଇଁ ଫେବ୍ରୁଆରୀ ୭ ଚତାରିଖ ଯାଏଁ ମହଲତ ଦିଆଯାଇଥିଲା । ଏହା ଭିତରେ ମିଲର୍ସଙ୍କ ଟାର୍ଗେଟ ବୃଦ୍ଧି କରି କିଛି କିଛି ଧାନ ଉଠାଯାଇଛି । ହେଲେ ଚାଷୀଙ୍କ ସମସ୍ତ ବଳକା ଧାନ ଉଠାଇବା ଦାବିରେ କାଲି ଦିନ ୧୦ଟାରୁ ଗୋଟାଏ ଯାଏଁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଦେଇ ଯାଇଥିବା ରାଜପଥ ଗୁଡିକରେ ଚକାଜାମ୍ କରିବାକୁ ଘୋଷଣା କରିଛି ବିଜେପି ।

from Kanak News
via <a href="https://ifttt.com/?

ବିବିସିର ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ରୋକ୍ ଲଗାଇଲେ ଚୀନ ସରକାର । ଚୀନ ସରକାରୀ ଗଣମାଧ୍ୟମ ପ୍ରସାରଣ ଉପରେ ବ୍ରିଟେନ୍ ରୋକ ଲଗାଇବା ପରେ ଏମିତି କଲା ଚୀନ

କନକ ବ୍ୟୁରୋ : ଦେଶ ଦେଶ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଅନେକ ତିକ୍ତ ସଂପର୍କର ଅନୁଭୁତି ଆମେ ପାଇଛୁ । ହେଲେ ଦେଶ ଦେଶ ମଧ୍ୟରେ ଗଣମାଧ୍ୟମ ପ୍ରସାରଣକୁ ନେଇ ବିବାଦ ଦେଖାଦେବା ଏକ ବିରଳ ଘଟଣା । ଯାହାକି ଏବେ ଚୀନ ଓ ବ୍ରିଟେନ ମଧ୍ୟରେ ଦେଖିବାକୁ ମିଳିଛି । ବିବିସି ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ଚୀନର ଜାତୀୟ ବେତାର ଓ ଟେଲିଭିଜନ ଆଡମିନେଷ୍ଟେସନ(ସିଏନଆରଟି) ଗୁରୁବାର ଦିନ କଟକଣା ଜାରି କରିଛନ୍ତି । ପୂର୍ବ ସପ୍ତାହରେ ବ୍ରିଟେନର ଟେଲିଭିଜନ ନିୟାମକ ଦେଶରେ ଚୀନ ସରକାରୀ ଗଣମାଧ୍ୟମର ପ୍ରସାରଣ ଉପରେ କଟକଣା ଜାରି କରିବା ପରେ ସିଏନଆରଟି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏନେଇ ନୂଆବର୍ଷ ପୂର୍ବରୁ ସିଜିଟିଏନ କଟକଣା ନେଇ ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି କି ଚୀନରେ ବିବିସି ୱାର୍ଲଡ ନ୍ୟୁଜ୍ ପ୍ରସାରଣରେ ଗରୁତର ଉଲଙ୍ଘନ କରୁଛି । ଏଣୁ ଚୀନରେ ଥିବା ପ୍ରସାରଣ ନିୟମ ପାଳନ କରୁ ନଥିବାରୁ ବିଦେଶୀ ମିଡିଆ ଉପରେ ରୋକ୍ ଲଗାଯାଉଥିବା କୁହାଯାଇଛି ।

ଚୀନର ଏଭଳି ପଦକ୍ଷେପ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ ବିବିସି । କହିରଖୁ କି ଗତ ଫେବୃଆରୀ ୪ ତାରିଖରେ ବ୍ରିଟିସି ମିଡିଆ ନିୟାମକ ଅଫକମ୍ ଚୀନ ସରକାରୀ ଗଣମଧ୍ୟମ ଚାଇନାର ଗ୍ଲୋବାଲ ଟେଲିଭିଜନ ନେଟୱାର୍କ (ସିଜିଟିଏନ) ର ପ୍ରସାରଣ ଅଧିକାର ସମାପ୍ତ କରିଦେଇଥିଲା । ଏନେଇ ବ୍ରିଟେନ୍ ପକ୍ଷରୁ କୁହାଯାଇଛି କି ସିଜିଟିଏନର ଲାଇସେନ୍ସ ଷ୍ଟାର ଚାଇନା ମିଡିଆ ଲିମିଟେଡ ଉପଯୋଗ କରୁଥିବା ନେଇ ତଦନ୍ତରୁ ସ୍ପଷ୍ଟ ହେବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ : ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପାଚେରୀରେ ବହୁ ଦିନରୁ ଥିଲା ଫାଟ

କନକ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ ହୋଇଛି । ସେହିଭଳି ଶ୍ରୀମନ୍ଦିର ଭିତରେ ବି ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନାଟମଣ୍ଡପ-ଜଗମୋହନ ସଂଯୋଗ ସ୍ଥଳରେ ଲୁହାର ଭାରା ମଧ୍ୟ ବନ୍ଧାଯାଇଛି । ସେପଟେ ସିଂହଦ୍ବାର ନିକଟ ରାମଦୟା ପରିଷଦ ଘର ପାଖକୁ ଲାଗି ରହିଥିବା ମେଘନାଦ ପ୍ରାଚୀର ମରାମତି ପାଇଁ ବି ଭାରା ବନ୍ଧା ହୋଇଛି । ବହୁଦିନରୁ ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପ୍ରାଚୀରରେ ଫାଟ ସୃଷ୍ଟି ହୋଇଥିଲା । ଅନେକ ଜାଗାରୁ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠ, ମନ୍ଦିର ଉଚ୍ଛେଦ ବେଳେ ବି ପାଣି ଗଳିବାର ଦେଖିବାକୁ ମିଳିଥିଲା । ଏହି ଫାଟ ଆଗକୁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଥିବାରୁ ପ୍ରତ୍ନତତ୍ତ୍ବ ବିଭାଗ ଏହାର ମରାମତି କାମ ଆରମ୍ଭ କରିଛି । କିଛି ବ୍ୟକ୍ତି ଭାରାରେ ଚଢ଼ି ରାମଦୟା ପରିଷଦକୁ ଲାଗି ମେଘନାଦ ପ୍ରାଚୀର ଖୋଳୁଥିବା ଦେଖିବାକୁ ମିଳିଛି। ଫାଟ ସ୍ଥାନରୁ ପଥର ଛଡ଼ାଯାଉଛି । ସେହିଭଳି ଶ୍ରୀମନ୍ଦିର ଭିତରେ ନାଟମଣ୍ଡମ-ଜଗମୋହନ ସଂଯୋଗ ସ୍ଥଳରେ ସଦାସର୍ବଦା ପାଣି ଗଳୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଆଗକୁ ବର୍ଷା ଦିନ ଥିବାରୁ ଏଠାରେ ପୁନର୍ବାର ପାଣି ଗଳିବା ଆଶଙ୍କା ରହିଛି । ଏଠାରେ ଭାରା ବନ୍ଧାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started