ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ : କୁଲାଡ଼ିବାସୀଙ୍କୁ ମନେଇବାରେ ପ୍ରଶାସନ ସଫଳ : ଆନ୍ଧ୍ର ନିର୍ବାଚନରେ ଦେବୁନି ଭୋଟ୍‌

କନକ ବ୍ୟୁରୋ : ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ ହେବାକୁ ଯାଉଛି । ହେଲେ ଓଡିଶା ଗାଁର ଲୋକେ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ଶପଥ କରିଛନ୍ତି । ଆନ୍ଧ୍ର ସୀମାନ୍ତରେ ଥିବା ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଂଚାୟତର କୁଲାହାଡି ଗାଁର ଲୋକେ ଶପଥ କରିଛନ୍ତି ଆନ୍ଧ୍ରର ନିର୍ବାଚନରେ ଭୋଟ ଦେବେ ନାହିଁ । ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନ କରାଉଥିବା ଖବର ମିଳିବା ପରେ ପ୍ରଶାସନର ଏକ ଟିମ ପହଂଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଭୋଟ ଦେବେ ନାହିଁ ବୋଲି ଗାଁର ଲୋକେ ଲିଖିତ ଭାବେ ପ୍ରାଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି ।

ସେତେବେଳକୁ ଆନ୍ଧ୍ରପ୍ରଦେଶ ଗଠନ ବି ହୋଇନଥିଲା । ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ଓ ପଟାଙ୍ଗି ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେଇ ଆସୁଛନ୍ତି । ୧୯୫୩ ମସିହାରେ ଗଠନ ହେଲା ଆନ୍ଧ୍ର ପ୍ରଦେଶ । ତେଣୁ କୋଟିଆ ଆମର ଥିଲା, ଆମର ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାଶବର୍ମା । ଆନ୍ଧ୍ର ନିଜର ବିସ୍ତାବାଦୀ ନୀତିରୁ ନିବୃତ ରହିବାକୁ ସେ ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ଅଦାଲତ ଅବମାନନା କରିଥିବାରୁ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି । କୋରାପୁଟ ସର୍କିଟ୍ ହାଉସରେ ଏକ ସାଂବାଦିକ ସମ୍ମିଳନୀରେ ଆନ୍ଧ୍ର ପ୍ରଦେଶର ଏପରି ନୀତିକୁ କଡା ସମାଲୋଚନା କରିଛନ୍ତି ସଂଜୟ ଦାସବର୍ମା ।

from Kanak News
via <a href="https://ifttt.com/?

ଚାଲ ଖେଳୁନାହିଁ ତ ଚୀନ୍? ୨ ଦିନରେ ୨୦୦ରୁ ଅଧିକ ଯୁଦ୍ଧ କମାଣ ପୋଙ୍ଗାଙ୍ଗ ହ୍ରଦ ନିକଟରୁ ପ୍ରତ୍ୟାହାର କରିଛି ଡ୍ରାଗନବାହିନୀ, ଆଚମ୍ବିତ କରୁଛି ଅପସାରଣ ବେଗ ।

କନକ ବ୍ୟୁରୋ : ଚୀନର ‘ପିପୁଲସ୍‌ ଲିବରେସନ୍‌ ଆର୍ମି’ ଗୁରୁବାର ସୁଦ୍ଧା ପାଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣକୂଳରୁ ୨୦୦ରୁ ଅଧିକ ଯୁଦ୍ଧ କମାଣ ପ୍ରତ୍ୟାହାର କରିଛି। କେବଳ ସେତିକି ନୁହେଁ, ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତରକୂଳରୁ ଶ୍ରୀଜାପ ସେକ୍ଟର୍‌ ‘ଫିଙ୍ଗର୍‌’  ଏବଂ ‘ଫିଙ୍ଗର୍‌ ୮’ର ପୂର୍ବପାର୍ଶ୍ୱରୁ ସୈନିକମାନଙ୍କୁ ନେବା ଲାଗି ଚୀନ୍‌ ପାଖାପାଖି ୧୦୦ରୁ ଭାରୀଯାନ ପ୍ରସ୍ତୁତ କରି ରଖିଛି। ମାତ୍ର ଦୁଇ ଦିନ ମଧ୍ୟରେ ଚୀନର ଏ ପ୍ରକାର ତ୍ୱରିତ୍ୱ ଅପସାରଣ ଭାରତୀୟ ସେନା ଅଧିକାରୀ ଏବଂ ଜାତୀୟ ନିରାପତ୍ତା ଯୋଜନାକାରୀଙ୍କୁ ଆଚମ୍ବିତ କରିଛି।

ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ ଏବଂ ସେମାନଙ୍କ ବେଜିଙ୍ଗ୍‌ ପ୍ରତିପକ୍ଷଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ବହୁ ପର୍ଯ୍ୟାୟ କୂଟନୈତିକ ଏବଂ ସାମରିକ ଆଲୋଚନା ହେବା ପରେ ବୁଧବାର ସକାଳ ୯ଟାରେ ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ଅପସାରଣ ଆରମ୍ଭ ହୋଇଥିଲା। ପୂର୍ବ ଲଦାଖରେ ଭାରତ ନିଜ ସ୍ଥିତିରେ ଅଟଳ ରହିବା ଏବଂ ନିଜ ଅଞ୍ଚଳରୁ ସାମାନ୍ୟତମ ଭୂମି ଚୀନକୁ ନ ଛାଡ଼ିବା ଲାଗି ଅଟଳ ରହିବାରୁ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି।

ଅନ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଚୀନର ଅପସାରଣ ବେଗ ମଧ୍ୟ ତା’ର ମୁତୟନ ସାମର୍ଥ୍ୟକୁ ପ୍ରତିପାଦିତ କରୁଛି। ଏହା ଏକ ସାମରିକ କଳା। ଭାରତ ମଧ୍ୟ ତା’ର ଯୁଦ୍ଧ କମାଣ ପ୍ରତ୍ୟାହାର କରିଛି। କିନ୍ତୁ, ଏ ମଧ୍ୟରେ ଯଦି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତା’ର ମୁକାବିଲା ନିମନ୍ତେ ମଧ୍ୟ ଭାରତ ପ୍ରସ୍ତୁତ ରହିଛି।

ଗୁରୁବାର ସନ୍ଧ୍ୟା ସୁଦ୍ଧା ପୂର୍ବ ଲଦାଖରେ ଅପସାରଣ କାର୍ଯ୍ୟ ସଂକ୍ରାନ୍ତରେ ଉଭୟ ଚୀନ୍‌ ଓ ଭାରତ ସନ୍ତୋଷ ବ୍ୟକ୍ତ କରିଛନ୍ତି। ୧, ୫୯୭ କିଲୋମିଟର୍‌ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ପୂର୍ବାବସ୍ଥା ଫେରାଇ ଆଣିବା ଉଭୟ ଦେଶର ଲକ୍ଷ୍ୟ।

from Kanak News
via <a href="https://ifttt.com/?

ଖୋର୍ଦ୍ଧାରେ ହାତୀ ଆତଙ୍କ : ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ

କନକ ବ୍ୟୁରୋ : ଖୋର୍ଦ୍ଧା ସହର ନିକଟରେ ପୁଣି ହାତୀ ଆତଙ୍କ । ଖୋର୍ଦ୍ଧା ନିକଟସ୍ଥ ଟାଙ୍ଗିଆପଡା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତିଙ୍କ ନାଁ ନାରାୟଣ ସାମନ୍ତରାୟ । ହାତୀ ଆକ୍ରମଣରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି ।

from Kanak News
via <a href="https://ifttt.com/?

ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା : ଏଥର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା

କନକ ବ୍ୟୁରୋ : ଚାଷୀଙ୍କୁ ମିଳିବ କାଳିଆ ତୃତୀୟ କିସ୍ତି ଟଙ୍କା । ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କୃଷି ବିଭାଗ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏଥର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ କାଳିଆ ଅର୍ଥ ପ୍ରଦାନ କରାଯିବ । ଏହି ତାଲିକାରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହିତ ନୂଆ ହିତାଧିକାରୀମାନଙ୍କ ସଂଖ୍ୟା କେତେ ତାହା ଜଣାପଡିନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ଚଳିତବର୍ଷ ପାଇଁ ପ୍ରଥମ କିସ୍ତି ପିଏମ କିଷାନ ଟଙ୍କା ମଧ୍ୟ ପ୍ରଦାନ କରିବେ କେନ୍ଦ୍ର ସରକାର । ତେଣୁ ପ୍ରଥମଥର ପାଇଁ ପିଏମ କିଷାନ ସହିତ ରାଜ୍ୟ ସରକାର ମଧ୍ୟ କାଳିଆ ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି ।  ତେଣୁ ପିଏମ କିଷାନ ସହାୟତାର ପ୍ରଥମ କିସ୍ତି ବାବଦ ୨ ହଜାର ଟଙ୍କା ଏବଂ କାଳିଆ ସହାୟତାର ତୃତୀୟ କିସ୍ତି ବାବଦରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ହିତାଧିକାରୀମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବ ।

ସୂଚନାନୁସାରେ , ୨୦୧୮ ମସିହା ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ସେଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୧୪ ଲକ୍ଷ ୭୦ ହଜାର ୫୮୬ ଜଣ ଭୂମିହୀନ ଚାଷୀ ସହାୟତା ପାଇଥିଲେ। କିନ୍ତୁ ପ୍ରଥମ କିସ୍ତି ହିତାଧିକାରୀ ତାଲିକା ଯାଞ୍ଚ ପରେ ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ ପୂର୍ବରୁ ୨ ଲକ୍ଷ ୪୦ ହଜାର ୨୩୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଥିଲା । ଅର୍ଥାତ୍‌ ୨୦୧୯ ଖରିଫ ଋତୁ ପାଇଁ କାଳିଆର ଦ୍ବିତୀୟ କିସ୍ତି ଅର୍ଥ ମୋଟ ୪୮ ଲକ୍ଷ ୬୫ ହଜାର ୫୩ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା ।

ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ତୃତୀୟ ତଥା ଶେଷ କିସ୍ତି ବାବଦରେ ଏହି ବର୍ଗର ଚାଷୀମାନଙ୍କୁ ବାକି ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ । ଏହାଭିତରେ ସେମାନଙ୍କ ସଂଖ୍ୟା କମିଛି କି ବଢ଼ିଛି, ସେ ତଥ୍ୟ ମିଳିପାରିନାହିଁ । ସେହିପରି ହିତାଧିକାରୀ ତାଲିକାରେ ନୂଆ ହୋଇ ସାମିଲ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ ହଜାର କି ୫ ହଜାର ଟଙ୍କା ପ୍ରଦାନ କରାଯିବ ସେ ନେଇ କୃଷି ବିଭାଗରେ ଘନଘନ ବୈଠକ ବସିଥିଲା । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ ଘୋଷଣା କରାଯିବ, ସେଥିପାଇଁ ଏ ସମ୍ପର୍କରେ ମନ୍ତ୍ରୀ ନା ବିଭାଗୀୟ ଅଧିକାରୀ କେହି ମୁହଁ ଖୋଲିନାହାନ୍ତି ।

from Kanak News
via <a href="https://ifttt.com/?

ବେପାର କରି ଟଙ୍କା କମାଅ, କିନ୍ତୁ ଭାରତୀୟ ସମ୍ବିଧାନକୁ ମାନ । ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ଚେତାବନୀ ।

କନକ ବ୍ୟୁରୋ : ସଂସଦର ପ୍ରଶ୍ନକାଳ ବେଳେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଯଦି ସାମାଜିକ ଗଣମାଧ୍ୟମଗୁଡ଼ିକର ଅପବ୍ୟବହାରରେ ଭୁଲ୍‌ ଖବର ପ୍ରସାରଣ ଦ୍ୱାରା ହିଂସାକାଣ୍ଡକୁ ଉସୁକାଯାଏ, ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି। ବିଶେଷ କରି ଟ୍ୱିଟର, ଫେସବୁକ ଓ ହ୍ୱାଟସଆପ ପରି ସାମାଜିକ ଗଣମାଧ୍ୟମଗୁଡ଼ିକର ନାମ ଉଲ୍ଲେଖ କରି ସେ କହିଥିଲେ, ‘ଭାରତରେ ତୁମମାନଙ୍କର କୋଟି କୋଟି ଅନୁଗାମୀ ରହିଛନ୍ତି।

ତୁମେ ବେପାର କରି ଟଙ୍କା ରୋଜଗାର କରିବାକୁ କେହି ମନା କରୁନାହାନ୍ତି। ମାତ୍ର ତୁମମାମନଙ୍କୁ ଭାରତୀୟ ସମ୍ବିଧାନର ନୀତି ନିୟମ ମାନିବାକୁ ପଡ଼ିବ।’ ସେହିପରି ‘ଆମେ ସାମାଜିକ ଗଣମାଧ୍ୟମକୁ ଯଥେଷ୍ଟ ସମ୍ମାନ ଦେଉ। ଏହା ସାଧାରଣ ଲୋକଙ୍କୁ ସଶକ୍ତ କରିପାରୁଛି। ଡିଜିଟାଲ୍‌ ଭାରତ କାର୍ଯ୍ୟକ୍ରମରେ ମଧ୍ୟ ଏହି ଗଣମାଧ୍ୟମଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ତାହାର ଅପବ୍ୟବହାର ପାଇଁ ପରିଣତି ଭୋଗିବାକୁ ପଡ଼ିବ’ ବୋଲି ରବିଶଙ୍କର ସତର୍କ କରାଇ ଦେଇଛନ୍ତି।

from Kanak News
via <a href="https://ifttt.com/?

କେନ୍ଦ୍ରାପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର : ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ବାନ୍ଧିବା ପାଇଁ ଜିଲ୍ଲା ପୋଲିସର ପ୍ରୟାସ 

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଂଚାୟତରେ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପୋଲିସ ଜନସମ୍ପର୍କ ଶିବିର । ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ନୂଆ ସମ୍ପର୍କର ଡୋରି ବାନ୍ଧିବା ପ୍ରୟାସ କରିଛନ୍ତି ଜିଲ୍ଲା ପୋଲିସ  । ପୋଲିସ ଏବଂ ଜନସାଧାରଣ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନା ସହିତ ଆଇନ କାନୁନ ବିଷୟରେ ସଚେତନ କରିବା ଏହି କାର୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ  ।

ସଡକ ପଥରେ ଯୋଗାଯୋଗ ନଥିବା ଏବଂ  ନଦୀ ନାଳ ଘେରା ଉପାନ୍ତ ଅଂଚଳ ବତୀଘର ପଂଚାୟତରେ ବସବାସ କରୁଥିବା ହଜାର ହଜାର ଲୋକ କୌଣସି ସମସ୍ୟାରେ ପଡିଲେ ଡଙ୍ଗାରେ ଯାଇ ପୋଲିସ ନିକଟରେ ପହଁଚିବା ଏତେଟା ସହଜ ହୋଇନଥାଏ  । ତେଣୁ ପୋଲିସ ବତୀଘର ପଂଚାୟତରେ ଏକ ଜନସମ୍ପର୍କ ଶିବିରର ଆୟୋଜନ କରି ଲୋକ ମାନଙ୍କର ସମସ୍ୟା ବୁଝିବା ସହିତ ନିଜେ ଏସ୍ ପି ମଦକର ସମ୍ବିତ୍ ସମ୍ପଦ ଉପସ୍ଥିତ ରହି ଏକ ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ  । ପୋଲିସ କର୍ମଚାରୀମାନେ ଛୋଟ ପିଲାମାନଙ୍କୁ ଚକଲେଟ୍ ମଧ୍ୟ ବାଂଟିଥିଲେ ଯାହା ସ୍ଥାନିୟ ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରତି ଏକ ଆପଣାର ମନୋଭାବର ପରିପ୍ରକାଶ ପାଇଥିଲା  ।

from Kanak News
via <a href="https://ifttt.com/?

ପୁରୀ ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଯୋଜନା ବେଳେ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ପୁରୀ ଟାଉନଥାନା ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବା ସମୟରେ ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ପୁରୀ ଟାଉନଥାନା ପୋଲିସ । ସେମାନଙ୍କ ନିକଟରୁ ୨ଟି ଖଣ୍ଡା , ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ମଦ ବୋତଲ , ଦୁଇଟି ପାଣି ବୋତଲ, କିଛି ଡିସପୋଜାଲ୍ ଗ୍ଲାସ୍ ଜବତ କରିଛି ପୋଲିସ । ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦେବୀଘାଟ ଅଂଚଳରେ ଗୋଟିଏ ପରିବା ଦୋକାନରେ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଶ୍ୱଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍କ ଦେୱାନ ସାହିର ଘଟଣା 

କନକ ବ୍ୟୁରୋ : ଶ୍ୱଶୁରଙ୍କ ଘର ଉପରକୁ ଗୁଳିମାଡ । ଏପରି ଘଟଣା ଘଟିଛି ଖୋର୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେବାନ ସାହିରେ । ଗୁରୁଜଙ୍ଗର ହରି ବେହେରାଙ୍କ ଘର ଉପରକୁ ତାଙ୍କର ଜ୍ୱାଇଁ ଦୁଇ ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗୁଳି ଦୁଇଟି ଘରର କାନ୍ଥରେ ବାଜିଛି । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସହ ଅନ୍ୟ କେତେଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

from Kanak News
via <a href="https://ifttt.com/?

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି : ୫୦ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା; ଟ୍ୱିନସିଟିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ : ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଘନ କୁହୁଡ଼ି । ୫୦ ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା ଘାଟ । ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି । କଟକ, ଭୁବନେଶ୍ୱରରେ ମଧ୍ୟ କୁହୁଡ଼ି ପାଇଁ ଯାତାୟତରେ ଅସୁବିଧା ଦେଖାଦେଇଛି । କିଛି ଦିନ ହେବ କୁହୁଡ଼ିର ପ୍ରଭାବ ଦେଖା ଯାଉନଥିବା ବେଳେ ପୁଣି ଥରେ ଆଜି ଦେଖାଦେଇଛି ଘନ କୁହୁଡ଼ି ।

ଆଜି ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର, ‌କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଆଦି ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋ‌ର୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ଓ ଜଗତସିଂହପୁର ଆଦି ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

from Kanak News
via <a href="https://ifttt.com/?

୨୦୨୧ ଆଇପିଏଲ ଅକ୍ସନ ପାଇଁ ଆସିଲା ତାରିଖ : ୧୮ ଫେବ୍ରୁଆରୀରେ ଚେନ୍ନାଇରେ ଖେଳାଳି ନିଲାମ; ଏଥର ବିକ୍ରି ହେବେ ୨୯୨ ଖେଳାଳି

କନକ ବ୍ୟୁରୋ : ୧୮ ଫେବ୍ରୁଆରୀରେ ୨୦୨୧ ଆଇପିଏଲ୍ ଅକ୍ସନ । ଏଥର ନିଲାମିରେ ଅଂଶଗ୍ରହଣ କରୁଛନ୍ତି ୨୯୨ ଖେଳାଳି । ଚେନ୍ନାଇରେ ଆସନ୍ତା ୧୮ ତାରିଖରେ ହେବ ଏହି ଅକ୍ସନ । ଏହି ଅବସରରେ ୨ କୋଟି ପ୍ରାଇସ୍ ବର୍ଗରେ ସ୍ଥାନ ପାଇଛନ୍ତି ୪ ଜଣ ଖେଳାଳି । ହରଭଜନ ସିଂ , କେଦାର ଯାଦବ , ଷ୍ଟିଭେନ୍ ସ୍ମିଥ୍ ଏବଂ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ୨ କୋଟି ବେସ୍ ପ୍ରାଇସ୍ ବର୍ଗରେ ରହିଛନ୍ତି ।

ଚଳିତ ଥର ଖେଳାଳି ନିଲାମି ପାଇଁ ଖେଳାଳିଙ୍କ ସଂଖ୍ୟାରେ ହ୍ରାସ କରିଛି ଆଇପିଏଲ ପରିଚାଳନା ବୋର୍ଡ । ଏଥର ୨୯୨ ଖେଳାଳି ନିଲାମିରେ ଅଂଶଗ୍ରହଣ କରିବେ । ଆଗାମୀ ଆଇପିଏଲରେ ୮ଟି ଟିମ୍ ୬୧ଟି ସ୍ଥାନ ପୂରଣ ପାଇଁ ଏହି ଅକ୍ସନରେ ଭାଗ ନେବେ । ଏହି ନିଲାମିରେ ୧୬୪ ଭାରତୀୟ କ୍ରିକେଟର, ୧୨୫ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଆରସିବିରେ ସବୁଠାରୁ ଅଧିକ ୧୩ଟି ସ୍ଥାନ ଖାଲି ରହିଛି । ସନରାଇଜର୍ସ ହାଇଦ୍ରାବାଦ ୩ ଜଣ ଖେଳାଳିଙ୍କୁ କିଣିପାରିବ । କିଙ୍ଗସ ଇଲେଭେନ୍ ପଂଜାବ ସବୁଠାରୁ ଅଧିକ ୫୩ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ କରି ଖେଳାଳି କିଣିବ । ଚେନ୍ନାଇ ସୁପରକିଙ୍ଗସ୍ ୮ଟି ସ୍ଥାନ ପାଇଁ ୨୨ କୋଟି ୭୦ ଲକ୍ଷ ଖର୍ଚ କରି ଖେଳାଳି କିଣିବ । ଚଳିତ ବର୍ଷ ଚେନ୍ନାଇ ହରଭଜନ ଓ କେଦାର ଯାଦବଙ୍କ ହାତ ଛାଡିଛି । ହାଇଦ୍ରାବାଦ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ କରି ଖେଳାଳି କିଣିବ ।

ସଚିନ୍ ତେନ୍ଦୁରକରଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକର ୨୦ ଲକ୍ଷ ବେସ୍ ପ୍ରାଇସରେ ଆଇପିଏଲ ଅକ୍ସନରେ ସ୍ଥାନ ପାଇଛନ୍ତି । ମାକ୍ସୱେଲ, ଷ୍ଟିଭେନ୍ ସ୍ମିଥ୍, ସାକିବଲ ହସନ, ମୋଇନ୍ ଅଲି, ସାମ ବିଲିଙ୍ଗସ୍, ଲିୟାମ୍ ପ୍ଲାଙ୍କେଟ୍, ଜାସନ ରଏ ପ୍ରମୁଖ ବିଦେଶୀ ଖେଳାଳି ଏହି ଖେଳାଳି ନିଲାମିରେ ଅଂଶଗ୍ରହଣ କରୁଛନ୍ତି । ଏଥର ୨ କୋଟି ବେସ୍ ପ୍ରାଇସ୍ ବର୍ଗରେ ୪ ଜଣ , ଦେଢ କୋଟି ବେସ୍ ପ୍ରାଇସ୍ ବର୍ଗରେ ୧୨ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଭାରତୀୟ ପେସ୍ ବୋଲର ଉମେଶ ଯାଦବ, ଶୁଭମନ୍ ଗିଲ୍ ପ୍ରମୁଖ ୧ କୋଟି ବେସ୍ ପ୍ରାଇସ୍ ବର୍ଗରେ ରହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started