ଆସନ୍ତାକାଲି ସବୁ ସ୍କୁଲରେ ବସିବ ଅଭିଭାବକଙ୍କ ବୈଠକ : ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଚାଲିବ ବିଚାରବିମର୍ଷ

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟବ୍ୟାପୀ ଗୋଟିଏ ଦିନ ବିଦ୍ୟାଳୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ବୈଠକ କରାଯିବ । ପ୍ରତ୍ୟକ ବିଦ୍ୟାଳୟରେ ଏହି ବୈଠକ କରାଯିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ । ସରକାରୀ ବିଦ୍ୟାଳୟ ଗୁଡିକରେ ଅଭିଭାବକମାନେ କିପରି ନିଜ ପିଲାମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବେ ସେ ନେଇ ଆଲୋଚନା କରାଯିବ । ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷା ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବେ । ବୈଠକରେ ଅଭିଭାବକମାନେ ଅଧିକ ସଂଖ୍ୟାରେ ଯୋଗ ଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଆଇଏସଆଇକୁ ଦେଉଥିବା ଅଭିଯୋଗରେ ଆସିଲା ଦଣ୍ଡାଦେଶ : ଫଟୋଗ୍ରାଫର ଈଶ୍ୱର ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡ

କନକ ବ୍ୟୁରୋ : ପାକିସ୍ତାନ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରି ଧରାପଡି ଜେଲରେ ଥିବା ଇଶ୍ୱର ବେହେରାକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ବାଲେଶ୍ୱର ଏଡିସନାଲ ସେସନଜଜ କୋର୍ଟ ଇଶ୍ୱର ବେହେରା ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ବଡ ରାୟ ଶୁଣାଇଛନ୍ତି ବିଚାରପତି । ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଇଶ୍ୱରକୁ ଦୋଷୀ ସାବ୍ୟସ୍ତ କରି ଖଣ୍ଡପୀଠ ଆଜୀବନ କାରଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ଏକ ବର୍ଷ ଜେଲ ଦଣ୍ଡ ଭୋଗିବେ ଇଶ୍ୱର ବେହେରା । ଭାରତୀୟ ପିଙ୍ଗଲ କୋଡ ୧୨୦-ବି, ୧୨୧ ଓ ୧୨୧-ଏ ଦଫା ସହ ଅଫିସିଆଲ ସିକ୍ରେଟ ଆକ୍ଟ ୧୯୨୩ର ଉପଧାରା ୩, ୪ ଓ ୫ ଅନୁଯାୟୀ ଇଶ୍ୱର ଦୋଷୀ ସାବ୍ୟସ୍ତ କରାଯାଇଛି ।

ଆବୁଧାବି, ବିହାର, ଆଜମେର, କଲିକତାରୁ ଇଶ୍ୱର ବେହେରାଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଂଟରେ ହୋଇଥିବା ଡିପୋଜିଟ୍ ଏବଂ ଆସିଥିବା ମନିଅର୍ଡର, ତା ସହ କଥାବାର୍ତାର ଅଡିଓ ଆଦି ପ୍ରମାଣକୁ ଯାଂଚ କରି କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଚାନ୍ଦିପୁର ପ୍ରତିରକ୍ଷା ବିଭାଗରେ ଠିକା ଫଟୋ ଗ୍ରାଫର ଭାବେ କାମ କରୁଥିଲେ ଇଶ୍ୱର ବେହେରା । ତେବେ ପଡୋଶୀ ପାକିସ୍ତାନର ଆଇଏସଆଇକୁ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହିଥିଲେ । ଅନ୍ୟପଟେ ଇଶ୍ୱରଙ୍କ ଓକିଲ କହିଛନ୍ତି, ସମସ୍ତ ତଥ୍ୟରେ ଦେଶଦ୍ରୋହ ପ୍ରମାଣିତ ହେଉନାହିଁ, ସେସନ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିବେ ।

କିଏ ଏହି ଇଶ୍ୱର ବେହେରା ?
କେମିତି ପାକିସ୍ତାନକୁ ଆଇଟିଆର ଚାନ୍ଦିପୁରରୁ ପଠାଉଥିଲା ଗୁପ୍ତ ତଥ୍ୟ ?
କେମିତି ଆସିଥିଲେ ପାକିସ୍ତାନ ଏଜେଂଟ ଆସିଫ୍ ଅଲ୍ଲୀ ଖାଁ ନେଟୱର୍କକୁ ?

ଇଶ୍ୱର ବେହେରା ଆଇଟିଆରରେ ଅସ୍ଥାୟୀ ଫଟୋଗ୍ରାଫର ଭାବେ କାମ କରୁଥିଲେ । ଚାନ୍ଦିପୁର ଆଇଟିଆର ଏବଂ ହ୍ୱିଲର ଦୀପରେ କ୍ଷେପଣାସ୍ତ୍ର ଉତ କ୍ଷେପଣ ସମୟରେ ଏହାର ଭିଡିଓ କରିବା ଓ ଫଟୋ ଉଠାଉଥିଲା ଇଶ୍ୱର ବେହେରା । ଏହି ସମୟରେ ଆଇଟିଆରର କାର୍ଯ୍ୟକ୍ରମକୁ ନେଇ ସବୁ ତଥ୍ୟ ସଂଗ୍ରହ କରୁଥିଲା ସେ । ତାର ନିଜ ଘରେ ଏକ ଫଟୋ ଷ୍ଟୁଡିଓ ବି ଥିଲା । ଯେଉଁଠାରୁ ସେ ବିଭିନ୍ନ ଫଟୋ ଓ ଭିଡିଓକୁ ଏଡିଟ୍ କରି ପାକିସ୍ତାନ ଏଜେଂଟ ପାଖକୁ ପଠାଉଥିଲା । ତେବେ ୯ ନଂବର ବିଶିଷ୍ଟ ମୋବାଇଲ୍ ନଂବର ସହିତ ବାରମ୍ୱାର ସଂପର୍କ ଏବଂ ତାହାର ବ୍ୟାଙ୍କ ଆକାଉଂଟରୁ ଟଙ୍କା ପାଇବା ଘଟଣାକୁ ନେଇ ଜାତୀୟ ଗୁଇନ୍ଦା ବିଭାଗ ସନ୍ଦେହ ଘେରକୁ ଆସିଯାଇଥିଲା ସେ । ବିଦେଶୀ ଗୁପ୍ତଚରଙ୍କୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଲିକ୍ କରାଉଥିବା ଜାତୀୟ ଗୁଇନ୍ଦା ସଂସ୍ଥା , ରାଜ୍ୟ ଗୁଇନ୍ଦା ସଂସ୍ଥାକୁ ଅବଗତ କରାଇଥିଲା ।

ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ , ମିସାଇଲ୍ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆମର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ସେଥିପାଇଁ ତାହାର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ବି ରହିଥିଲା । ଆଇଟିଆରରେ ଫଟୋଗ୍ରାଫର ଥିବାରୁ ବିଭିନ୍ନ ସମୟରେ ବୈଜ୍ଞାନିକ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣ ସହିତ ଜଡିତ କର୍ମଚାରୀଙ୍କ ସହ କଥା ହୋଇପାରୁଥିଲା । ଅଧିକ ତନାଘନା ପରେ ଇଶ୍ୱର ବେହେରା, ପାକିସ୍ତାନ ଗୁପ୍ତଚରଙ୍କୁ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ୨୦୧୫ ଜାନୁଆରୀ ୨୪ ତାରିଖରେ ଚାନ୍ଦିପୁର ଥାନାରେ ଏତଲା ରୁଜୁ କରାଯିବା ସହ ଗିରଫ କରାଯାଇଥିଲା । ପରେ ଏହି ସଂବେଦନଶୀଳ ମାମଲା କ୍ରାଇମବ୍ରାଂଚ ହାତକୁ ଯାଇଥିଲା ।

ତଦନ୍ତ ବେଳେ ଜଣାପଡିଥିଲା ଇଶ୍ୱର ବେହେରା ବ୍ୟାଙ୍କ ଖାତାକୁ ମୁମ୍ୱାଇ, ଆବୁଧାବି, ମିରଟ, ପଂଜାବ, ବିହାର ଆଦି ସ୍ଥାନରୁ ଇଂଟରନେଟ୍ ଟ୍ରାନ୍ସଫର ଜରିଆରେ ଟଙ୍କା ଆସିଛି । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ମିରଟର ଆସିଫ୍ ଅଲ୍ଲୀ ଖାଁକୁ ଚାନ୍ଦିପୁର ଅଣାଯାଇ ପଚରାଉଚରା ପରେ ପୁରା କାହାଣୀରୁ ପରଦା ହଟିଥିଲା । ପାକିସ୍ତାନରେ ବେଆଇନ୍ ଭିସା ମାମଲାରେ ଗିରଫ ହୋଇଥିଲା ଆସିଫ ଅଲୀ । ଭାରତ ସମ୍ପର୍କରେ ତଥ୍ୟ ଦେବାକୁ ପ୍ରତିଶ୍ରୁତିକୁ ଗ୍ରହଣ କରିବା ପରେ ତାକୁ ପାକ୍ ଜେଲରୁ ଛାଡିଥିଲା ଆଇଏସଆଇ । ମୁକୁଳିବା ପରେ ସେ ପାକ୍ ଗୁପ୍ତଚର ଭାବେ କାମ କରୁଥିଲା । ଆଇଟିଆରରେ ଇଶ୍ୱର ବେହେରାକୁ ତାର ନେଟୱର୍କରେ ସାମିଲ କରାଇଥିଲା ଆସିଫ୍ ଅଲ୍ଲୀ ଖାଁ ।

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : ଓଡିଶା ଦାଏର କରିଥିବା ଅଦାଲତ ଅବମାନନା ପିଟିସନର ଆଜି ହେବ ଶୁଣାଣି

କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣି । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରିଛି ଓଡିଶା । ସୁପ୍ରିମକୋର୍ଟଙ୍କ ୧୯୬୮ ଓ ୨୦୦୬ର ନିର୍ଦ୍ଦେଶକୁ ଆନ୍ଧ୍ର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରୁଥିବାରୁ ଏହାକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଆଇନଜୀବୀ ଦଳ ଓଡିଶା ପକ୍ଷରୁ ମାମଲା ପରିଚାଳନା କରିବେ । ଆସନ୍ତା ୧୩ ଓ ୧୭ ତାରିଖରେ କୋଟିଆର ତିନିଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ର ଘୋଷଣା କରିବା ପରେ ବିବାଦ ତେଜିଥିଲା । ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

from Kanak News
via <a href="https://ifttt.com/?

ଆମେରିକୀୟ ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟଙ୍କ ଆତ୍ମହତ୍ୟା । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେଆର କରି ଲେଖିଥିଲେ ‘ଏହା ମୋର ଶେଷ ପୋଷ୍ଟ’ 

କନକ ବ୍ୟୁରୋ: ଆମେରିକାର ଜଣାଶୁଣା ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟ ନୋୟାସଙ୍କ ଆତ୍ମହତ୍ୟା । ସୋମବାର ମାତ୍ର ୧୮ ବର୍ଷ ବୟସରେ ଏହି ଟିକଟକ୍ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେଆର୍ କରିଥିଲେ ଯାହା ତାଙ୍କର ଶେଷ ପୋଷ୍ଟ ବୋଲି ସେ ଉଲ୍ଲେଖ କରିଥିଲେ । ହେଲେ ସେତେବେଳେ ସେ ମଜାକ୍ କରୁଛନ୍ତି ବୋଲି ତାଙ୍କ ଫ୍ୟାନମାନେ ଭାବିନେଇଥିଲେ । ହେଲେ ତାଙ୍କର ଏହି ପୋଷ୍ଟ ସତ ହେବା ସହିତ ସେ ଆତ୍ମହତ୍ୟା କରିଛନ୍ତି । ଏନେଇ ତାଙ୍କର ପରିବାର ସଦସ୍ୟ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଡଜାହାରିଆ ଟିକଟକରେ ଜଣେ ଜଣାଶୁଣା କଳାକାର । ତାଙ୍କର ପାଖାପାଖି ଦେଢ ମିଲିୟନ ଫଲୋୟର ଥିଲେ । ତା ସହ ଲକ୍ଷ ଲକ୍ଷ ତାଙ୍କୁ ଇନଷ୍ଟାଗ୍ରାମରେ ମଧ୍ୟ ଫଲୋ କରୁଥିଲେ । ତାଙ୍କର ଏପରି ଅକ୍ମସାତ ମୃତ୍ୟୁକୁ ତାଙ୍କ ଫ୍ୟାନମାନେ ଗ୍ରହଣ କରିପାରିନାହାନ୍ତି  ଏବଂ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତା ମଧ୍ୟ ଖୁଲାସ ହୋଇନାହିଁ ।

from Kanak News
via <a href="https://ifttt.com/?

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହେଲେ ମୋଦୀ । କରୋନା ଟିକା ଯୋଗାଇବା ପାଇଁ ରାଜି ହେଲା ଭାରତ ।

କନକ ବ୍ୟୁରୋ: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଭାରତ ମିତ୍ର ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗାଇ ଦେଉଛି । ଏହି ପରିପ୍ରେକ୍ଷୀରେ କାନାଡାକୁ ମଧ୍ୟ କୋଭିଡ ଟିକା ଯୋଗାଇବ ଭାରତ । ତେବେ ଏହା ଏକ ବ୍ୟବସାୟିକ ବିକ୍ରୟ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଷ୍ଟିନ ଟ୍ରୁଡୋଙ୍କ ଫୋନ୍ କରି କରୋନା ଟିକା ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ । ଏଥିରେ ରାଜି ହୋଇଛନ୍ତି ଭାରତ ସରକାର ।

ବୁଧବାର ଦିନ ଦୁଇ ଦେଶର ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଏହି ସମୟରେ କରୋନା ମହାମାରୀ ବିରୋଧୀ ଲଢେଇ, ବିଶ୍ୱ ଅର୍ଥନୀତି ଓ ଜଳବାୟୁ ପରିବର୍ତନ ଦିଗରେ ମିଳିତ ଭାବେ କାମ କରିବା ପାଇଁ ଆଲୋଚନା ହୋଇଛି । କାନାଡା ପାଇଁ ୧ ମିଲିୟନ କୋଭିଡ ଟିକା ପଠାଇବା ପାଇଁ ମୋଦୀଙ୍କୁ ନିବେଦନ କରିଥିଲେ ଜଷ୍ଟିନ ଟ୍ରୁଡୋ । କାନାଡା ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ରକ୍ଷା କରି ଭାରତ ସମସ୍ତ ସହାୟତା କରିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି ।

https://platform.twitter.com/widgets.js

ମୋଦୀ ଟ୍ୱିଟ କରି ଲେଖିଛନ୍ତି, ବନ୍ଧୁ ଜଷ୍ଟିନ ଟ୍ରୁଡୋଙ୍କ ଫୋନ୍ କଲ ପାଇ ମୁଁ ଖୁସି । ଏବଂ କାନାଡାକୁ କୋଭିଡ ଟିକା ଯୋଗାଇ ଦେବା ପାଇଁ ଭାରତ ସବୁ ପ୍ରୟାସ କରାଯିବ ବୋଲି ମୁଁ ପ୍ରତିଶ୍ରୁତି ଦେଇଛି । ଏହାସହ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ଅର୍ଥନୀତିରେ ସୁଧାର ଦିଗରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ । ସେପଟେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ବିବୃତି ରଖି କହିଛନ୍ତି, ସାରା ବିଶ୍ୱ କରୋନାକୁ ହରାଇବାରେ ଭାରତୀୟ ଚିକିତ୍ସା ବିଜ୍ଞାନର ଗୁରୁତ୍ୱୂପର୍ଣ୍ଣ ଭୂମିକା ରହିଛି । ଏହି ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ନେତୃତ୍ୱ ପ୍ରଶଂସନୀୟ ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ନେଇ ନିକଟରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏପରିକି ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଟ୍ରୁଡୋ । ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ଭାରତର ଅନ୍ତରୀଣ ପ୍ରସଙ୍ଗ ଏବଂ ଏଥିରେ କାହାରି ହସ୍ତକ୍ଷେପ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଶାହା । ଜୟ ଶ୍ରୀ ରାମ ନାରାକୁ ନେଇ ଜୋର ଧରିଲା ରାଜନୀତି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି ଜୟ ଶ୍ରୀରାମ ନାରା । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯଦି ପଶ୍ଚିମବଙ୍ଗରେ ନୁହେଁ ତେବେ କଣ ପାକିସ୍ତାନରେ ଜୟ ଶ୍ରୀ ରାମ ନାରା ଦିଆଯିବ କି ବୋଲି ପ୍ରଶ୍ନ କରିଛନ୍ତି ।

କୁଚ ବିହାରରେ ପରିବର୍ତନ ଯାତ୍ରାର ଶୁଭାରମ୍ଭ କରିଛନ୍ତି ଅମିତ ଶାହା । ଏହି ଯାତ୍ରା ହିଂସାର ନିୟମକୁ ବଦଳାଇ ରାଜ୍ୟରେ ବିକାଶ ଆଣିବ ବୋଲି କହିଛନ୍ତି । ଏହାସହ ପଶ୍ଚିମବଙ୍ଗରେ କାହିଁକି ଜୟ ଶ୍ରୀ ରାମ ନାରା ଲଗାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅମିତ ଶାହା । ଏହାସହ ନିର୍ବାଚନ ସରିଲେ ମମତା ବାନାର୍ଜି ମଧ୍ୟ ଜୟ ଶ୍ରୀରାମ ନାରା ଦେଉଥିବେ ବୋଲି କହିଛନ୍ତି ଅମିତ ଶାହା ।

from Kanak News
via <a href="https://ifttt.com/?

ଚୀନ୍ ଓ ଭାରତ ସୀମା ବିବାଦରେ ବଡ ସଫଳତା । ବିବାଦୀୟ ପେଙ୍ଗଙ୍ଗ ହ୍ରଦରୁ ପଛକୁ ହଟିବା ପାଇଁ ରାଜି ହେଲେ ଉଭୟ ଦେଶର ସେନା ।

କନକ ବ୍ୟୁରୋ: ଭାରତ ସୀମା ଭିତରକୁ ଜୋରଜବରଦସ୍ତ ପସି ଆସିଥିବା ଚୀନ୍ ଶେଷରେ ପଛକୁ ଫେରିଛି । ଭାରତ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନ ଆଡକୁ ଗତି କରୁଛି । ଉଭୟ ରାଷ୍ଟ୍ର ମଧ୍ୟରେ ବୁଝାମଣା ପରେ ଗୁରୁବାର ଦିନ ଭାରତ ଓ ଚୀନର ଟ୍ୟାଙ୍କର ବିବାଦୀୟ ଅଂଚଳରୁ ପଛକୁ ଫେରିଛନ୍ତି । ଗତ ବର୍ଷ ଜୁନ୍ ମାସରୁ ଏହି ଅଂଚଳରେ ସୀମା ବିବାଦ ଆରମ୍ଭ ହୋଇଥିଲା । ଜାନୁୟାରୀ  ୨୪ତାରିଖରେ ବୈଠକ ପରେ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ରାଜି ହୋଇଥିଲେ । ଆଉ ଏହା ହେଉଛି ତାହାର ପ୍ରମାଣ ।

ଭାରତ ଚୀନ୍ ମଧ୍ୟରେ ବୁଝାମଣା ହୋଇଥିବା ନେଇ ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଥିଲେ । ଯାହାଫଳରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ଆଶା କରାଯାଉଛି । ଦୁଇ ଦେଶ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇବାକୁ ଚୁକ୍ତି ପରେ ସେନା ପଛକୁ ଫେରିଛନ୍ତି । ତେବେ ଏହି ଡିସଏନଗେଜମେଂଟରେ ଭାରତ କିଛି ହରାଇବ ନାହିଁ ବୋଲି କହିଛନ୍ତି ରାଜନାଥ ।

ପେଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ତଟକୁ ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି । ଚୀନ ପେଙ୍ଗଙ୍ଗର ଫିଙ୍ଗର ୮ ପରେ ସେନା ରଖିବା ନେଇ ବୁଝାମଣା ହୋଇଥିବା କହିଛନ୍ତି ରାଜନାଥ । ଏଲଏସିରେ ଚୀନକୁ କଡ଼ା ଜବାବ ଦିଆଯାଇଛି । ତେବେ ସୀମାରେ ଯାହା ନିର୍ମାଣ ହୋଇଛି ତାହାକୁ ହଟାଇ ଦିଆଯିବ । ଏହାସହ ଭାରତର ଏକ ଇଂଚ ଜାଗା କେହି ନେଇ ପାରିବେନି ନାହିଁ ବୋଲି ଚେତାଇ ଦେଇଛନ୍ତି ରାଜନାଥ ।

ଅପରପକ୍ଷରେ ପାକିସ୍ତାନ ଓ ଚୀନ୍ ଭାରତର କେତେ ଜାଗା ଅକ୍ତିଆର କରିଛନ୍ତି ତାହାର ବିବରଣୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ୧୯୬୨ ମସିହାରେ ହୋଇଥିବା ଯୁଦ୍ଧ ବେଳେ ଚୀନ୍ ଅନାଧିକୃତ ଉପାୟରେ କେନ୍ଦ୍ର ଶାସିତ ଅଂଚଳ ଲଦାଖର ପ୍ରାୟ ୩୮ହଜାର ବର୍ଗ କିଲୋମିଟର ଜମି ଦଖଲ କରିନେଇଛି ଏବଂ ପାକିସ୍ତାନ ଅନାଧିକୃତ ଉପାୟରେ ପାକ୍ ଅଧିକୃତ କଶ୍ମୀରରେ ଥିବା ଭାରତର ୫୧୮୦ ବର୍ଗ କିଲୋମିଟର ଜମିକୁ ଚୀନ୍ ହାତରେ ଦେଇଦେଇଛି । ଏହାର ଅର୍ଥ ଚୀନ୍ ବେଆଇନ ଭାବେ ଭାରତର ୪୩ ହଜାର ବର୍ଗ କିଲୋମିଟରରୁ ଅଧିକ ଜମିକୁ କବଜାରେ ରଖିଛି । ଚୀନ୍ ପୂର୍ବ କ୍ଷେତ୍ରରେ ଅରୁଣାଚଳ ପ୍ରଦେଶର ପ୍ରାୟ ୯୦ ହଜାର ବର୍ଗକିଲୋମିଟର ଜମିକୁ ନିଜର ବୋଲି ଘୋଷଣା କରିଛି । ଭାରତ କେବେହେଲେ ଏହି ବେଆଇନ ଜବରଦଖଲକୁ ସ୍ୱୀକାର କରିବ ନାହିଁ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସୂଚନାଯୋଗ୍ୟ ଯେ, ଭାରତ ଚୀନ୍ ମଧ୍ୟରେ ଗତବର୍ଷ ଜୁନ୍ ମାସରୁ ଲଦାଖ ଅଂଚଳରେ ଉତେଜନା ଲାଗିରହିଥିଲା । ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ବିବାଦର ସମାଧାନ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବୈଠକ ପରେ ବୈଠକ ବସିଥିଲା । ଶେଷରେ ଜାନୁୟାରୀ ୨୪ରେ ହୋଇଥିବା ବୈଠକ ପରେ ବୁଝାମଣା ହୋଇଥିଲା ଏବଂ ଏହାର ଫଳସ୍ୱରୂପ ସେନା ପ୍ରତ୍ୟାହାର ହୋଇଛନ୍ତି ।

from Kanak News
via <a href="https://ifttt.com/?

ଟ୍ୱିଟର ଓ ଫେସବୁକକୁ ଭାରତ ସରକାରଙ୍କ କଡା ଚେତାବନୀ । ବ୍ୟବସାୟ କରିବାକୁ ହେଲେ ମାନିବାକୁ ପଡିବ ନିୟମ ।

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତ ସରକାରଙ୍କ କଡା ଚେତାବନୀ । ଭାରତରେ ରହି ବ୍ୟବସାୟ କଲେ ଭାରତୀୟ ନିୟମ ମାନିବାକୁ ପଡିବ ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆମେରିକାର କ୍ୟାପିଟଲ ହିଲ ଆକ୍ରମଣ ଘଟଣାରେ ଟ୍ୱିଟର କମ୍ପାନୀର ଭିନ୍ନ ଆଭିମୁଖ୍ୟ ଥିବା ବେଳେ ଦିଲ୍ଲୀର ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ଟ୍ୱିଟରର ଭିନ୍ନ ଆଭିମୁଖ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ । କ୍ୟାପିଟଲ ହିଲ୍ ଘଟଣା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଂଟକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଥିବା ବେଳେ ଲାଲକିଲ୍ଲା ଘଟଣାରେ ସେପରି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳିନାହିଁ ।

ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରଚାର ଏବଂ ହିଂସା ସୃଷ୍ଟି କଲା ଭଳି ପୋଷ୍ଟ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ରବିଶଙ୍କର ପ୍ରସାଦ । ଭାରତୀୟ ଆଇନକୁ ଅବମାନନା କଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ରାଜ୍ୟସଭାରେ ସତର୍କ କରାଇଦେଇଛନ୍ତି କେନ୍ଦ୍ର ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ରବିଶଙ୍କର ପ୍ରସାଦ । ବାକ୍ ସ୍ୱାଧୀନତା ରହିଛି କିନ୍ତୁ ସମ୍ବିଧାନ ଧାରା ୧୯(ଏ)ରେ କିଛି କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ କରାଯାଇଛି । ସେହିପରେ ଭାରତରେ ବ୍ୟବସାୟ କରୁଥିବା ଟ୍ୱିଟର ଓ ଫେସବୁକ ମଧ୍ୟ ଆଇନରେ ବନ୍ଧା ଏବଂ ଏହା ବିରୋଧରେ କେହି ବି କାର୍ଯ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।

ଜାନୁୟାରୀ ୨୬ରେ ନୂଆଦିଲ୍ଲୀ ଚାଷୀ ଆନ୍ଦୋଳନ ବେଳେ ହିଂସା ଉସୁକାଇଥିବା ଅଭିଯୋଗରେ ଭାରତ ସରକାର ଟ୍ୱିଟରକୁ କିଛି ଆକାଉଂଟ ବନ୍ଦ କରିବାକୁ କହିଥିଲେ । ଟ୍ୱିଟର ୫ ଶହରୁ ଅଧିକ ହିଂସା ସୃଷ୍ଟି କରିବାକୁ ଉସୁକାଇଥିବା ଆକାଉଂଟ ବନ୍ଦ କରିଥିବା ବେଳେ ଆଉ କିଛି ଆକାଉଂଟ ଉପରେ କୌଣସି କଟକଣା ଲଗାଇନାହିଁ । ବାକ୍ ସ୍ୱାଧୀନତାର ଦ୍ୱାହି ଦେଇ ଆକାଉଂଟ ବନ୍ଦ କରାଯିବ ନାହିଁ ବୋଲି କହିଛି । ତଥାପି ଭାରତ ସରକାର ମଙ୍ଗଳବାର ଦିନ ୨୫୭ଟି ଆକାଉଂଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଗୁରୁବାର ଦିନ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏନେଇ କଡା ଆଭିମୁଖ୍ୟ ରଖିଛନ୍ତି ।

from Kanak News
via <a href="https://ifttt.com/?

ସୁନ୍ଦରଗଡ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ୨ ଘଣ୍ଟା ଅଟକ । ରାସ୍ତା ଅବରୋଧ କରି ମନ୍ତ୍ରୀଙ୍କୁ ଅଟକ ରଖିଲେ ଚାଷୀ ।

କନକ ବ୍ୟୁରୋ: ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ । ଫଳରେ ସୁନ୍ଦରଗଡର ସର୍କିଟ ହାଉସରେ ଦୁଇ ଘଂଟା ଧରି ଅଟକି ରହିଥିଲେ ମନ୍ତ୍ରୀ ପ୍ରତାପ ଜେନା । ସର୍କିଟ ହାଉସ ରାସ୍ତାରେ ଚାଷୀମାନେ ବସି ରାସ୍ତା ଅବରୋଧ କରିଥିବାରୁ ମନ୍ତ୍ରୀ ଅଟକି ରହିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ବଳପ୍ରୟୋଗ କରି ଚାଷୀଙ୍କୁ ଉଠାଇବା ପରେ ମନ୍ତ୍ରୀ ମୁକୁଳିଛନ୍ତି ।

ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁନ୍ଦରଗଡରେ ଏବେ ମାଳମାଳ ମନ୍ତ୍ରୀ, ବିଧାୟକଙ୍କୁ ଦେଖିବାକୁ ମିଳିଛି । ହେଲେ ଏହାରି ଭିତରେ ଦୁଇଦିନିଆ ସୁନ୍ଦରଗଡ ଗସ୍ତରେ ଯାଇଥିବା ପଚାଂୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଚାଷୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଗତକାଲି ତାଙ୍କୁ ଟାଙ୍ଗରପାଲିରେ ଚାଷୀମାନେ ଘେରାଉ କରିଥିଲେ । ଆଜି ପୁଣି ସୁନ୍ଦରଗଡ ସହରରେ ଚାଷୀମାନେ ପାଖାପାଖି ଦୁଇ ଘଣ୍ଟା ଧରି ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଙ୍କୁ ଅଟକ ରଖିଥିଲେ ।

from Kanak News
via <a href="https://ifttt.com/?

ଆନ୍ଧ୍ର ସ୍କୁଲ ମୁହାଁ ଓଡିଶା ପିଲା । ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲରେ ପଢୁଛନ୍ତି ସୀମାନ୍ତ ଅଞ୍ଚଳର ଓଡିଆ ପିଲା ।

କନକ ବ୍ୟୁରୋ: ଗୋଟିଏ ପଟେ ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନ କରୁଥିବା ନେଇ ତମ୍ବି ତୋଫାନ ଆରମ୍ଭ ହୋଇଛି । ଅନ୍ୟପଟେ କିନ୍ତୁ ଆନ୍ଧ୍ର ସ୍କୁଲ ମୁହାଁ ହେଉଛନ୍ତି ଓଡିଶା ପିଲା । ଆନ୍ଧ୍ରର ସରକାରୀ ସ୍କୁଲର ବିଭିନ୍ନ ଯୋଜନା ଓଡିଶାର ପିଲାଙ୍କୁ ଆକର୍ଷିତ କରୁଛି । ଆମ୍ମାବଡି ଯୋଜନାରେ ପିଲାଙ୍କ ମାଆଙ୍କ ଖାତାକୁ ସିଧା ସଳଖ ୧୫ ହଜାର ଟଙ୍କା ଆସୁଥିବାରୁ ଆନ୍ଧ୍ର ସରକାରୀ ସ୍କୁଲ ପ୍ରତି ଆକର୍ଷଣ ବଢିଛି । ଗୋଟିଏ ପଟେ କରୋନା କଟକଣା ପାଇଁ ଓଡିଶାରେ ସ୍କୁଲ ବନ୍ଦ ଅଛି, ସେପଟେ କିନ୍ତୁ ଆନ୍ଧ୍ରରେ ସ୍କୁଲ ଖୋଲି ପାଠ ପଢା ଆରମ୍ଭ ହେଲାଣି । ଗଂଜାମ ପାତ୍ରପୁର ଅଂଚଳର ଏମିତି ପ୍ରାୟ ୪ ଶହ ଓଡିଆ ପିଲା ଏବେ ଆନ୍ଧ୍ର ସରକାରୀ ସ୍କୁଲରେ ପାଠ ପଢୁଛନ୍ତି ।

ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର ମଣ୍ଡଳର କୋଟା ଶାସନମ ଗାଁର ଜିଲ୍ଲା ପରିଷଦ ହାଇସ୍କୁଲ । ଯେଉଁ ସ୍କୁଲରେ ପ୍ରାୟ ୪୩୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ସବୁଠୁ ବଡ କଥା ହେଉଛି ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆନ୍ଧ୍ରରେ କାହିଁକି ପାଠ ପଢୁଛନ୍ତି ଓଡିଆ ପିଲା?
କେଉଁଠି ରହିଲା ଅସୁବିଧା?

ଆନ୍ଧ୍ରରେ କଣ ମିଳୁଛି ସୁବିଧା, ଯାହାକୁ ନେଇ ପିଲାମାନେ ଓଡିଶା ଛାଡି ପଡୋଶୀ ରାଜ୍ୟରେ ପାଠ ପଢିବାକୁ ଆଗ୍ରହୀ ହେଉଛନ୍ତି । ଆନ୍ଧ୍ରରେ ପାଠ ପଢାର ମାନ ଉନ୍ନତ ଥିବା ବେଳେ ଓଡିଶାର ତେଲୁଗୁ ଭାଷା ଭାଷୀ ଲୋକଙ୍କ ପାଇଁ ନିଜ ଭାଷାରେ ପାଠପଢିବାର ସୁଯୋଗ ମିଳୁଛି । ସୀମାନ୍ତରେ ଥିବା ଓଡିଶାର ତେଲୁଗୁ ସ୍କୁଲରେ ଆବଶ୍ୟକୀୟ ମୌଳିକ ସୁବିଧା ମିଳୁ ନଥିବା ଅଭିଯୋଗ ହେଉଛି । ଏହା ସହ ଆନ୍ଧ୍ର ସରକାରଙ୍କ ଯୋଜନାରେ ପ୍ରତି ପିଲାଙ୍କୁ ମାଗଣା ବହିପତ୍ର ସହ ମିଳୁଛି ମାଗଣା ଜୋତା ଓ ପୋଷାକ । ପୂର୍ବ ସରକାରଙ୍କ ଯୋଜନାରେ ପ୍ରତି ଛାତ୍ରୀଙ୍କୁ ମାଗଣା ସାଇକେଲ ମିଳିଛି ।

ଅନ୍ୟପଟେ ଦୂରବର୍ତ୍ତୀ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ବସରେ ଯାତାୟତ ସୁବିଧା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆନ୍ଧ୍ର ସରକାରଙ୍କ ଯୋଜନାରେ ପିଲାଙ୍କୁ ମିଳୁଥିବା ମଧ୍ୟାହ୍ନ ଭୋଜନ ବେଶ୍ ଉନ୍ନତମାନର । ପିଲାଙ୍କୁ ସପ୍ତାହରେ ୫ଟି ଅଣ୍ଡା ଦିଆଯାଉଥିବା ବେଳେ ଖେଚୁଡି, ବରିଆନୀ, ପଲଉ, ଆଳୁ କୁର୍ମା ପରି ଖାଦ୍ୟ ପରସା ଯାଇଥାଏ । ଏହା ସହ ପ୍ରତି ପିଲାଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରଖିଛନ୍ତି ଆନ୍ଧ୍ର ସରକାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started