ଓଡିଶାରେ କାହିଁକି ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା । ଭୁବନେଶ୍ୱରରେ କେବେ ଚାଲିବ ମେଟ୍ରୋ ଟ୍ରେନ । ପଢନ୍ତୁ, ଏହି ରିପୋର୍ଟ

କନକ ବ୍ୟୁରୋ: କଟକ ଭୁବନେଶ୍ୱର ମେଟ୍ରୋଟ୍ରେନର ଆଶା ମଉଳି ଯାଇଛି । ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ନାହିଁ । କିନ୍ତୁ ୨୦୧୪ ମସିହାରୁ ମେଟ୍ରୋ ଟ୍ରେନ ପାଇଁ ଅନେକ ପୁଳାପୁଳା ପ୍ରତିଶ୍ରୁତି ଦେଇଆସିଛନ୍ତି ରାଜ୍ୟ ସରକାର । ହେଲେ କାହିଁକି ଓଡିଶାରେ ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା?

ଟ୍ୱିନ ସିଟିରେ ମେଟ୍ରୋ ଟ୍ରେନକୁ ନେଇ ବୈଠକ ପରେ ବୈଠକ ବସିଛି ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ମିଳିଛି । କିନ୍ତୁ ଏହି ସବୁ ଭିତରେ ଓଡିଶାବାସୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଓଡିଶାରେ ମେଟ୍ରୋଟ୍ରେନ ନେଇ କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ । ଗତ ୧୦ତାରିଖରେ ବିଜେପିର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ମେଟ୍ରୋ ରେଳ ନେଟୱାର୍କ ପାଇଁ କୌଣସି ଯୋଜନା ଅଛି କି ବୋଲି ପ୍ରଶ୍ନ ରଖିଥିଲେ । ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ମେଟ୍ରୋ ଟ୍ରେନ ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜ୍ୟ ସରକାର ପ୍ରସ୍ତାବ ରଖିଲେ କେନ୍ଦ୍ର ସରକାର ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେବେ । କିନ୍ତୁ ଓଡିଶା ପକ୍ଷରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି କହିଥିଲେ ।

ଏସବୁ ଭିତରେ ଭୁବନେଶ୍ୱର- କଟକ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ରଖିଆସିଥିବା ପ୍ରତିଶ୍ରୁତି ଉପରେ ଟିକେ ନଜର ପକାନ୍ତୁ…

ଅଗଷ୍ଟ ୨୩, ୨୦୧୪
ସ୍ଥାନ: ସଚିବାଳୟ
ହାଇଦ୍ରାବାଦର ବାଲାଜୀ ରେଳରୋଡ ସିଷ୍ଟମ ଲିମିଟେଡ ସହ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ହୋଇଥିଲା ଏମଓୟୁ ସ୍ୱାକ୍ଷର । ଏନେଇ କଟକ ଭୁବନେଶ୍ୱର ୩୦କିମି ମେଟ୍ରୋ ରେଳ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ୫ବର୍ଷ ଭିତରେ କାମ ସାରିବାପାଇଁ ଲକ୍ଷ୍ୟ ରଖାଯାଇଥଲା ।

ଏପ୍ରିଲ ୭, ୨୦୧୯

ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବର୍ତମାନର ଗୃହମନ୍ତ୍ରୀ ଅମିତ ଶାହ କଟକ ଭୁବନେଶ୍ୱର ମେଟ୍ରୋ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଏପ୍ରିଲ ୨୧, ୨୦୧୯

ବିଜେଡିର ଥିଲା ଇସ୍ତାହାର, ୨୦୧୯ ରେ ସରକାରକୁ ଆସିଲେ କଟକ ଭୁବନେଶ୍ୱରରେ ହେବ ଟ୍ୱିନସିଟି ମେଟ୍ରୋ ସେବା ।

ଜୁନ ୨୫, ୨୦୧୯
ସ୍ଥାନ: ବିଧାନସଭା

ରାଜ୍ୟ ସରକାରଙ୍କ ସଫଳତାର ବାର୍ତା କହି ଖୁବଶୀଘ୍ର କଟକରୁ ଭୁବନେଶ୍ୱର ମେଟ୍ରୋ ଟ୍ରେନ ଚାଲିବ ବୋଲି କହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଏତେ ସବୁ ପ୍ରତିଶ୍ରୁତି ଭିତରେ ବିତିଲାଣି ୭ବର୍ଷ, କିନ୍ତୁ ସ୍ୱପ୍ନରେ ରହିଯାଇଛି ରାଜ୍ୟର ପ୍ରଥମ ମେଟ୍ରୋ ଟ୍ରେନ । ଭୁବନେଶ୍ୱରରେ ଜନସଂଖ୍ୟା ଧୀରେଧୀରେ ବଢିବାରେ ଲାଗିଛି । ତା ସହିତ ଯାତାୟତରେ ଟ୍ରାଫିକ ଭଳି ମଧ୍ୟ ଅନେକ ସମସ୍ୟା ଉପୁଜୁଛି । ଇନ୍ଦୋର, ହାଇଦ୍ରାବାଦ, କୋଚି, କାନପୁର, କୋଲକାତା, ପାଟଣା ଭଳି ସହରରେ ମେଟ୍ରୋ ବ୍ୟବସ୍ଥା ହୋଇପାରୁଛି । କିନ୍ତୁ ଦେଶର ଏକ ନମ୍ବର ସ୍ମାର୍ଟସିଟି କୁହାଯାଉଥିବା ଭୁବନେଶ୍ୱରରେ କାହିଁକି ମେଟ୍ରୋ ଟ୍ରେନ ସମ୍ଭବପର ହୋଇପାରୁନିି ନା ଏଥିରେ ସରକାରଙ୍କ ଆନ୍ତରିକତା ଅଭାବ ରହୁଛି, ତାହା ସବୁଠୁ ବଡ ପ୍ରଶ୍ନ ।

from Kanak News
via <a href="https://ifttt.com/?

ରାଜଧାନୀରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପୋଷ୍ଟର ମାରିବା ଘଟଣାକୁ ନେଇ ଗୋଷ୍ଠୀସଂଘର୍ଷ । ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ପୁଣି ଅପରାଜିତାଙ୍କୁ ନେଇ ବିବାଦ । ପ୍ରଥମ ଥର ପାଇଁ ସାଂସଦ ବନିଥିବା ଅପରାଜିତା କିନ୍ତୁ ଏଥର ମନ୍ଦିର ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି । ଏକାମ୍ରକ୍ଷେତ୍ର ଉପରେ ବାଇ-ଲ କଟକଣା ସତ୍ତେ୍ୱ କାହିଁକି ଅପରାଜିତା ଚୁପ ରହିଲେ, ତାକୁ ନେଇ ପ୍ରଶ୍ନ ଉଠିଛି । ରାଜଧାନୀରେ ଲାଗିଛି ସାଂସଦଙ୍କ ନିଖୋଜ ପୋଷ୍ଟର । କାନ୍ଥବାଡ, ଗଳିକନ୍ଦିରେ ଲାଗିଥିବା ଏହି ପୋଷ୍ଟରରେ ବଡ ବଡ ଅକ୍ଷରରେ ଲେଖାଯାଇଛି, ଭୁବନେଶ୍ୱର ସାଂସଦ ନିଖୋଜ? କେଉଁଠି ଲୁଚିଛନ୍ତି? ମୁହଁ ଖୋଲିବେ କେବେ?

ଏପଟେ ପୋଷ୍ଟରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହି ଘଟଣାରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକଙ୍କୁ ଗିରଫ କରିଛି ପୁଲିସ । ତାଙ୍କ ସହ ସହଯୋଗୀ ଦିବ୍ୟଜ୍ୟୋତି ପଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି । ରାଜଧାନୀରେ ପୋଷ୍ଟର ମାରିବା ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ପୋଷ୍ଟର ମାରୁଥିବା ବେଳେ କିଛି ଯୁବକଙ୍କୁ ଦେଖିଥିଲେ ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ । ଏହାପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । କୁହାଯାଉଛି, ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଆକ୍ରମଣ-ପ୍ରତି ଆକ୍ରମଣ ଚାଲିଲା । ଏହାପରେ ମାମଲା ଥାନାକୁ ଗଲା । ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ଦିବ୍ୟଜ୍ୟୋତି ସେମାନଙ୍କୁ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ପରେ ସେମାନଙ୍କୁ ଗିରଫ କରିଥିଲା ପୁଲିସ ।

ସେପଟେ ନିଖୋଜ ପୋଷ୍ଟରକୁ ନେଇ ଟୁଇଟ କରି ପ୍ରତିକ୍ରିୟା ଦେଇଛନ୍ତି ଅପରାଜିତା ଷଡଙ୍ଗୀ । ଟୁଇଟରେ ଲେଖିଛନ୍ତି ଭୁବନେଶ୍ୱରବାସୀ ତାଙ୍କୁ ଖୋଜୁଥିବା ଜାଣି ଖୁସି ହୋଇଛନ୍ତି । ଫେବୃଆରି ୧୫ ପରେ ଭୁବନେଶ୍ୱର ପହଂଚିି ଲୋକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ । ଗତକାଲି ଅଶୋକ ପଣ୍ଡା ଟୁଇଟ କରି ବାଇ-ଲ ବିବାଦରେ ସାଂସଦ କାହିଁକି ଚୁପ ବୋଲି ପ୍ରଶ୍ନ କରିଥିଲେ । ଦିନକ ପରେ ରାଜଧାନୀରେ ସାଂସଦଙ୍କ ନିଖୋଜ ପୋଷ୍ଟର ଲାଗିବା ଘଟଣା ବିବାଦକୁ ଆହୁରି ବଢାଇ ଦେଇଛି । ଏକାମ୍ରକ୍ଷେତ୍ରର ବାଇ-ଲ’ ପ୍ରସ୍ତାବ ବିବାଦରେ ଆରମ୍ଭରୁ ଛନ୍ଦି ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଗକୁ ଅଧ୍ୟାଦେଶ ପ୍ରତ୍ୟାହାରରେ ସାଂସଦ ଅପରାଜିତାଙ୍କ ଭୂମିକା କଣ ରହୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।

from Kanak News
via <a href="https://ifttt.com/?

ଏକାମ୍ରକ୍ଷେତ୍ରରେ ବାଇ ଲ’କୁ ନେଇ ତୀବ୍ର ଅସନ୍ତୋଷ । ତୁରନ୍ତ ପ୍ରତ୍ୟାହାର ଦାବି କଲେ ସେବାୟତ ନିଯୋଗ । ସରକାରଙ୍କୁ ଦେଲେ ୨୪ ଘଣ୍ଟାର ମହଲତ ।

କନକ ବ୍ୟୁରୋ: ଜାତୀୟ ସ୍ମାରକୀ ପ୍ରାଧୀକରଣ ଦ୍ୱାରା ପ୍ରସ୍ତାବିତ ଅଧିନିୟମକୁ ନେଇ ତାତିଛନ୍ତି ଶ୍ରୀଲିଙ୍ଗରାଜଙ୍କ ସେବାୟତ । ବିଜେଡି ଓ ବିଜେପି ସାଂସଦଙ୍କ ହସ୍ତକ୍ଷେପ ପରେ ୨୪ ଘଂଟା ପରେ ପୁରୀ ଶ୍ରୀମନ୍ଦିରରୁ ବାଇ-ଲ ହଟିଛି । ହେଲେ ଏକାମ୍ରକ୍ଷେତ୍ର ବେଳକୁ କାହିଁକି ପାତରଅନ୍ତର କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସେବାୟତ ନିଯୋଗ ।

ଆସନ୍ତା ୨୪ ଘଂଟା ମଧ୍ୟରେ ବାଇ-ଲକୁ ପ୍ରତ୍ୟାହାର କରିବାକୁ ଦାବି ରଖିଛି ସେବାୟତ ନିଯୋଗ । ଲିଙ୍ଗରାଜ ମନ୍ଦିରର ସେବାୟତ କହିଛନ୍ତି, ବିଜ୍ଞପ୍ତି ପ୍ରକାଶ ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା କୌଣସି ପରାମର୍ଶ କରିନାହାନ୍ତି । ବାଇ-ଲ ଲାଗୁ ହେଲେ ଶହ ଶହ ସେବାୟତ ପରିବାର ପ୍ରଭାବିତ ହେବେ । ପ୍ରସ୍ତାବିତ ଅଧିନିୟମ ୨୪ ଘଂଟା ଭିତରେ ପ୍ରତ୍ୟାହାର କରାନଗଲେ ଲିଙ୍ଗରାଜ ମନ୍ଦିର ସାମ୍ନାରେ ଦୀପ ଜଳାଇ ବିରୋଧ ପ୍ରଦର୍ଶନ କରିବେ ବୋଲି ସେବାୟତ କହିଛନ୍ତି ।

ସେପଟେ ଏକାମ୍ରକ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି, ଏହି ଶୈବପୀଠ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଲିଙ୍ଗରାଜ ଆସୁଛନ୍ତି । ଏହି ବିଶ୍ୱପ୍ରସିଦ୍ଧ ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ବି ଅନେକ ପଦକ୍ଷେପ ନେଇଛନ୍ତି । ତେଣୁ ଭଗବାନ, ସେବାୟତ ଓ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଚିଠିରେ ଅନୁରୋଧ କରାଯାଇଛି ।

from Kanak News
via <a href="https://ifttt.com/?

ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ଅଭିଯୁକ୍ତକୁ ଧରିବା ପରେ ପୋଲିସକୁ ମିଳିଲା କଟା ମୁଣ୍ଡ । ଜାଣନ୍ତୁ, କେମିତି ଥିଲା ପୂରା ଘଟଣା..

କନକ ବ୍ୟୁରୋ: ପୁଷ୍ପଲତାଙ୍କ ହତ୍ୟାକାଣ୍ଡ ଯେତିକି ବିଭତ୍ସ ଥିଲା, ସେତିକି ଚତୁରତାର ସହ ହତ୍ୟାକାରୀ ଖସିଯିବାକୁ ଉଦ୍ୟମ କରିଥିଲା । ହେଲେ ହତ୍ୟାକାରୀର ସବୁ ଚତୁରତାକୁ ନିଷ୍ଫଳ କରିଦେଇଛି କମିଶନରେଟ୍ ପୁଲିସ୍ । ମୁଣ୍ଡନଥିବା ମୃତଦେହକୁ ଧରି ତଦନ୍ତ ଆରମ୍ଭ କରିଥିବା ପୁଲିସ୍, ମୁଣ୍ଡ ଠାବ କରିବା ଯେତେ ବଡ଼ ଆହ୍ୱାନ ଥିଲା, ତାଠୁ ଅଧିକ ବଡ଼ ଚ୍ୟାଲେଞ୍ଜ ଥିଲା ହତ୍ୟାକାରୀ ପାଖରେ ପହଂଚିବା ।

କେମିତି ହତ୍ୟାକାରୀ ପାଖରେ ପହଂଚିଲା ପୁଲିସ୍?
କେମିତି ରହସ୍ୟ ଉପରୁ ପୁଲିସ୍ ହଟାଇଲା ପରଦା?

ଚନ୍ଦକା ଜଙ୍ଗଲ ରାସ୍ତା ଦେଇ ଯାଇଥିବା ରାସ୍ତା ପାଖରେ, ମୃତଦେହ ଏଭଳି ଢ଼ଙ୍ଗରେ ପଡ଼ିରହିଥିଲା । ପୁଲିସ୍ର ପ୍ରଥମ ଆହ୍ୱାନ ଥିଲା ମୃତଦେହକୁ ଚିହ୍ନଟ କରିବା । ଏଥିପାଇଁ ପୁଲିସ୍, କଟକ-ଭୁବନେଶ୍ୱର ସବୁ ଥାନାରେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କଲା । ଆଉ ଚାରିଆଡେ ମୃତକଙ୍କ ସମ୍ପର୍କରେ ତଥ୍ୟ ଦେଇ ପୋଷ୍ଟର ମରାଗଲା । ଏହି ଅଭିଯାନରେ ପୁଲିସ୍କୁ ପ୍ରଥମେ ଏକ ବଡ଼ ସଫଳତା ମିଳିଲା, ଯେତେବେଳେ ମୃତକଙ୍କ ମା’ ଆସି କହିଲେ, ସେ ମୋ ଝିଅ । ଏହି କଥା କମିଶନରେଟ୍ ପୁଲିସର ତଦନ୍ତର ମୋଡ଼ ବଦଳାଇ ଦେଲା ।

ମା ସାମ୍ନାକୁ ଆସିଯିବା ପରେ ପୁଲିସ୍କୁ ହତ୍ୟାକାରୀ ପାଖରେ ପହଂଚିବା ଆଉ ଦୂର ନଥିଲା । ପୁଷ୍ପଲତା ସଂଜୟ ସାଙ୍ଗରେ ରହୁଥିବା କଥା ସାମ୍ନାକୁ ଆସିଲା । ପୁଲିସ୍ ସଂଜୟର ଫୋନ୍ ନମ୍ବର ସଂଗ୍ରହ ଗଲା ଏବଂ ଫୋନ୍ କଲା । ପ୍ରଥମେ ଫୋନ୍ ଅଚଳ ଥିବାର ସୂଚନା ଆସିଲା । କିନ୍ତୁ ଜଣାପଡ଼ିଗଲା, ଫୋନ୍ ଦଶପଲ୍ଳା ଅଂଚଳରେ ଅଛି । ଆଉ ପୁଲିସ୍ର ସୌଭାଗ୍ୟ ହେଉ କିମ୍ବା ସଂଜୟର ଦୁଃଭାଗ୍ୟ, ଯାହା ବି କୁହନ୍ତୁ, ଫୋନ୍ ସହିତ ଦଶପଲ୍ଳା ଠାବ ହୋଇଗଲା ସଂଜୟ । ବାସ୍, ଆଉ କଥା କଷ୍ଟନଥିଲା । ସଂଜୟ ହାତକୁ ଆସିଯିବା ପରେ ପୁଲିସ୍କୁ ସତ ଓଗାଲିବା କଷ୍ଟକର ନଥିଲା । କିନ୍ତୁ ପ୍ରମାଣ ବି ସେତିକି ଜରୁରୀ । ମୃତଦେହ ପାଖରେ ପଡ଼ିଥିବା ଗ୍ଲୋଭସ ଓ ଛୁରୀ ପୁଲିସ୍ର କାମକୁ ଆହୁରି ସହଜ କରିଦେଲା । ଆଉ ଏଭଳି ଭାବରେ ଭୁବନେଶ୍ୱରରେ ପୁଷ୍ପଲତାଙ୍କ ହତ୍ୟାକାରୀର ଅଭିଯୁକ୍ତ ଧରାପଡ଼ିବା ସହ ହତ୍ୟାକାଣ୍ଡର ପୁରା କାହାଣୀର ସାମ୍ନାକୁ ଆସିଗଲା ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା : ଜାଣନ୍ତୁ, ହତ୍ୟାକାଣ୍ଡ ପଛର ବୀଭତ୍ସ କାହାଣୀ ।

କନକ ବ୍ୟୁରୋ: ୨୮ ବର୍ଷିୟ ମହିଳା ପୁଷ୍ପଲତାଙ୍କ ସହ ଯେଭଳି ନାରକୀୟ ଘଟଣା ଘଟିଛି, ଯାହା ବୟାନ କରିବା କଷ୍ଟକର । ଯେଉଁ ବ୍ୟକ୍ତି ଉପରେ ସବୁଠାରୁ ଅଧିକ ବିଶ୍ୱାସ ଥିଲା, ଯେଉଁ ବ୍ୟକ୍ତିଙ୍କୁ ସେ ଦୁନିଆରେ ସବୁଠାରୁ ନିଜର ବୋଲି ଭାବୁଥିଲା, ଶେଷରେ ସେହି ବ୍ୟକ୍ତି ହିଁ ତାର ତଂଟି ଚିପି ପ୍ରାଣ ନେଇଗଲା । ଆଉ ତାପରେ ମୁଣ୍ଡକାଟି ଦୁଇ କିଲୋମିଟର ଦୁରରେ ଫିଙ୍ଗି ଦେଲା ।

ଆଜି ସକାଳୁ ସକାଳୁ ଅଭିଯୁକ୍ତ ସଂଜୟକୁ ନେଇ ଚନ୍ଦ୍ରକା ଜଙ୍ଗଲରେ ପହଂଚିଥିଲା କମିସନରେଟ୍ ପୁଲିସ୍ । ସେତେବେଳକୁ ପୁରା କାହାଣୀ, ପୁଲିସ୍ ଜାଣିସାରିଥିଲା । କିନ୍ତୁ ଶେଷ ଥର ପାଇଁ ଅଭିଯୁକ୍ତର ସେହି ଘୃଣ୍ୟ କର୍ମ ସମ୍ପର୍କରେ ଜାଣିବା ପାଇଁ ସିନ୍ ରିକ୍ରଏଟ୍ ବା ଘଟଣାର ପୁନରାବୃତ୍ତି କରାଇଥିଲା ପୁଲିସ୍ ଏବଂ ଯାହା ଯାହା ଅଭିଯୁକ୍ତ ପୁଲିସ୍ ଆଗରେ ବୟାନ କରୁଥିଲା, ସେହି ଅନୁସାରେ ହିଁ ସବୁ କଥାର ପୁନରାବୃତ୍ତି କରାଯାଇଥିଲା ।

ସ୍ୱାମୀର ମୃତ୍ୟୁ ପରେ ସଂଜୟକୁ ସାହାରା ବନାଇ ନେଇଥିଲେ ପୁଷ୍ପଲତା । କୌଣସି କାରଣ ବଶତଃ ସଂଜୟ ସହ ବିବାଦ ପରେ ଆଉ ଜଣକୁ ବାହା ହୋଇଯାଇଥିଲେ । କିନ୍ତୁ କିଛି ଦିନ ପରେ ପୁଣି ଥରେ ସଂଜୟ ପାଖକୁ ଫେରି ଆସିଥିଲେ ପୁଷ୍ପଲତା । କିନ୍ତୁ ସେ ଜାଣିନଥିଲେ, ଯେ ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ କରିଦେଲେ । ସଂଜୟ ଆଉ ପୂର୍ବ ଭଳି ନଥିଲା । ସେ ଏଥର ସଇତାନ ବନିଯାଇଥିଲା । ଛୋଟିଆ କଥାକୁ ନେଇ ପୁଷ୍ପଲତାଙ୍କ ତଂଟି ଚିପିଦେଲା । ଆଉ ସେଇଠି ପୁଷ୍ପଲତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ତାଙ୍କୁ ଯେମିତି କେହି ଚିହ୍ନିପାରିବେ ନାହିଁ, ସେ ଉର୍ଦ୍ଦେଶ୍ୟରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ସଂଜୟ । ଆଉ ଏଥିରେ ସହଯୋଗ କରିଥିଲା, ଚନ୍ଦୁ ନାମକ ଜଣେ ରାଜମିସ୍ତ୍ରୀ । ଆଉ ଏହିଭଳି ଭାବରେ ଗତ ୪ ତାରିଖରେ ଘଟିଥିବା ଘଟଣା ଉପରୁ ପରଦା ହଟାଇଛି କମିଶନରେଟ୍ ପୁଲିସ୍ । ଯେତେବେଳେ ଭୁବନେଶ୍ୱରର ଛାତି ଉପରେ ମୁଣ୍ଡବିହିନ ମୃତଦେହ ଉଦ୍ଧାର ହୋଇଥିଲା, ସେତେବେଳେ ହତ୍ୟାକାରୀକୁ କଠୋରରୁ କୋଠାର ଦଣ୍ଡ ଦେବା ପାଇଁ ସୋସିଆଲ ମିଡିଆରେ ଦାବି ହୋଇଥିଲା । ଆଉ ଶେଷରେ ହତ୍ୟାକାରୀ ପାଖରେ ପହଂଚିଛି ପୁଲିସ୍ ।

from Kanak News
via <a href="https://ifttt.com/?

ହିଞ୍ଜିଳି ପାଇଁ ୨୮କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧୁନିକ ସହର ଭଳି ପ୍ରତିଟି ସୁବିଧା ପାଇବେ ହିଞ୍ଜିଳିବାସୀ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନେ ହେଉଛନ୍ତି ଏ ଜାତିର ଓ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି ଓ ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ୱ ଦେଇଆସିଛନ୍ତି । ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବଶୀଘ୍ର ହିଞ୍ଜିଳି ଗସ୍ତ କରି ସେଠାକାର ଜନସାଧାରଣଙ୍କୁ ଭେଟିବେ । ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ, ସବୁଥିରେ ସେ ସେମାନଙ୍କ ସହିତ ରହିଛନ୍ତି ଓ ରହିଥିବେ । ସାରା ଓଡିଶା ସହିତ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅଞ୍ଚଳର ବିକାଶ ଉପରେ ସେ ନଜର ରଖିଛନ୍ତି ବୋଲି କହିଛନ୍ତି ।

ହିଞ୍ଜିଳି ସହରର ବିକାଶ ପାଇଁ ୨୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇପାରିବେ, ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦିଆଯାଉଛି ବୋଲି ନବୀନ କହିଥିଲେ ।

from Kanak News
via <a href="https://ifttt.com/?

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ ।

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ । ଗୁରୁବାର ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ଏହି ବଡ ଘୋଷଣା କରିଛନ୍ତି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ଫୁଲ୍ ଦମରେ ଟାର୍ଗେଟ କରିଛନ୍ତି ।

ଅମିତ ଶାହା କହିଛନ୍ତି , ଟିକାକରଣ ପରେ ସିଏଏକୁ ଲାଗୁ କରାଯିବ । ଏହାଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବିରୋଧୀମାନେ ଜାଣିଶୁଣି ସେମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ଶାହା କହିଛନ୍ତି । ଏଥିସହ ସିଏଏ ଆସିବା ପରେ କରୋନା ଚାଲିଆସିଲା । ଯେଉଁ କାରଣରୁ ସରକାର ଏହାକୁ ଲାଗୁ କରିପାରିନଥିଲେ । ଟିକାକରଣ ଶେଷ ହେବା ପରେ ସରକାର ସିଏଏ ଲାଗୁ କରିବେ ।

ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, ସିଏଏକୁ ଦିଦି ମିଛ ପ୍ରତିଶ୍ରୁତି ବୋଲି କହୁଛନ୍ତି । ହେଲେ ଆମେ ଯାହା କରୁ ତା କରି ଦେଖାଉ । ମମତା ବାନାର୍ଜୀ ବି ଏହାକୁ ବିରୋଧ କରିପାରିବେନି । କାରଣ ଆସନ୍ତା ନିର୍ବାଚନ ପରେ ସେ ଆଉ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇନଥିବେ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି । ଏହାପୂର୍ବରୁ ଶାହା ସେଠାରେ ପରିବର୍ତ୍ତନ ଯାତ୍ରା କରିଛନ୍ତି । ପଶ୍ଚିମବଙ୍ଗ ହାତେଇବାକୁ ବିଜେପି ଏଥର ଜୋରଦାର କସରତ କରୁଛି । ଯେଉଁ କାରଣରୁ ମମତାଙ୍କୁ ଟାର୍ଗେଟ କରି ଶାହା ଆଜି ଏହି ବଡ ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ଚଳନ୍ତା ଟ୍ରେନରେ ଚଢୁଥିବାବେଳେ ଖସୁପଡୁଥିଲେ ଯାତ୍ରୀ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ମହିଳା ଆରପିଏଫ୍ ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଜଣେ ମହିଳା ଆରପିଏଫଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଏହି ମହିଳା ଆରପିଏଫ ଜଣକ ଏପରି କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି। ଏହି ଭିଡିଓ ବିଶାଖାପାଟନମ୍ ରେଳ ଷ୍ଟେସନରୁ ଆସିଛି। ଯେଉଁଥିରେ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଖସି ପଡ଼ୁଥିବା ଯାତ୍ରୀଙ୍କୁ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ମହିଳା ଆରପିଏଫ ତୁରନ୍ତ ଉଦ୍ଧାର କରି ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ମହିଳା ଆରପିଏଫଙ୍କ କାମକୁ ଦେଖି ରେଳ ମନ୍ତ୍ରଣାଳୟ ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହାକୁ ସେୟାର କରିବା ସହିତ ମହିଳା ଆରପିଏଫଙ୍କୁ ପ୍ରଶଂସା କରିଛନ୍ତି।

https://platform.twitter.com/widgets.js

ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ଗୋଡ ଖସି ଯିବାରୁ ସେ ତଳେ ପଡ଼ି ଯାଇଥିଲେ। ଏତିକିବେଳେ ସେଠାରେ ଡ୍ୟୁଟିରେ ନିୟୋଜିତ ଥିବା ମହିଳା ଆରପିଏଫ୍ ଦୌଡ଼ି ଯାଇ ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଥିଲେ। ରେଳ ମନ୍ତ୍ରଣାଳୟ ଏହି ଭିଡିଓ କ୍ଲିପ୍ ସେୟାର୍ କରି ଲେଖିଛି, “ପ୍ରଥମେ ମାନବ ସେବା କରିବା: ବିଶାଖାପାଟନମ୍ ରେଳ ଷ୍ଟେସନରେ ଆରପିଏଫର ଜଣେ ସତର୍କ ମହିଳା କନଷ୍ଟେବଳ ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନ୍ ତଳେ ପଡ଼ିଯିବାରୁ ରକ୍ଷା କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

from Kanak News
via <a href="https://ifttt.com/?

ବନ୍ଧାହେଲେ ଅପରାଜିତାଙ୍କ ସହଯୋଗୀ । ପୋଷ୍ଟର ମରା ଘଟଣାରେ ଗଣ୍ଡଗୋଳକୁ ନେଇ ଗିରଫଦାରୀ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା ନୁଆ ମୋଡ ନେଇଛି । ଗତକାଲି ରାତିରେ ପୋଷ୍ଟରମରା ଘଟଣାକୁ ନେଇ ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ ଲକ୍ଷ୍ମୀସାଗର ପୁଲିସ ଦସ୍ୱବ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅତି ଘନିଷ୍ଠ ବ୍ୟକ୍ତିଥିବା ସୁଚନା ମିଳିଛି ।

ପୁରା ଘଟଣାକ୍ରମ ଥିଲା କିଛି ଏହିଭଳି । ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ ବୁଲି ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହାକୁ କିଏ ଲଗାଇଲା ଆଉ କାହିଁକି ଲଗାଇଲା ଚର୍ଚ୍ଚା ଭିତରେ ନୁଆ ଏକ ଦିଗ ସାମ୍ନାକୁ ଆସିଥିଲା । ସୁଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କିଛି ଯୁବକ ପେଷ୍ଟର ମାରୁଥିବା ବେଳେ ଅପରାଜିତା ଷଡଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଏହାକୁ ଦେଖିଥିଲେ ଏବଂ ଏହାର ପ୍ରତିବାଦ କରିଥିଲେ । ଏହାପରେ ଘଟଣସ୍ଥଳରେ ମାରପିଟ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ମାମଲା ପହଁଚିଥିଲା ଥାନାରେ ।

ବଡ କଥା ହେଉଛି, ମାମଲା ରୁଜ୍ଜୁ କରିଥିବା ବ୍ୟକ୍ତି ନିଜେ ପୋଷ୍ଟର ମାରୁନଥିଲେ ବୋଲି ଏତଲାରେ ଦର୍ଶାଇଥିଲେ । ଅପରାଜିତାଙ୍କ ସହଯୋଗୀ ଜବରଦସ୍ତି କିଛି ପୋଷ୍ଟର ସେମାନଙ୍କ ପାଖରେ ରଖି ଗଣ୍ଡଗୋଳ ଆରମ୍ଭ କରିଥିବା ଅଭିଯୋଗ କରିଥିଲେ । ଯାହା ପରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୁଲିସ ଏହି ମାମଲାରେ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଛି । ମାରପିଟ କରିଥିବା ଅଭିଯୋଗରେ ଅପରାଜିତାଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୁଚନା ମିଳିଛି ।

from Kanak News
via <a href="https://ifttt.com/?

ଦେଶରେ ମହଙ୍ଗା ହୋଇପାରେ ବିମାନଯାତ୍ରା । ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ସମ୍ଭାବନା ।

Air-india-and-Indigo

କନକ ବ୍ୟୁରୋ: ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି । ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ ବୃଦ୍ଧି କରିଛନ୍ତି । ସର୍ବନିମ୍ନ ଭଡ଼ା ୧୦ ପ୍ରତିଶତ ଓ ସର୍ବୋଚ୍ଚ ଭଡ଼ା ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ଫଳରେ ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ସମ୍ଭାବନା ରହିଛି ।

ଗତ ବର୍ଷ ମେ ମାସରେ ବିମାନ ଚଳାଚଳ ଉପରେ ଲାଗୁ କଟକଣା ସାମାନ୍ୟ କୋହଳ କରାଯିବା ପରେ ଡିଜିସିଏ ପକ୍ଷରୁ  ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡକୁ ହ୍ରାସ କରିଥିଲେ । ଏହାର ଅର୍ଥ ହେଉଛି ବିମାନ କମ୍ପାନିମାନେ ନିର୍ଦ୍ଦିଷ୍ଟ ଅବଧିର ଯାତ୍ରା ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ମୂଲ୍ୟର ଭଡ଼ା ଆଦାୟ କରିପାରିବେ ନାହିଁ । କଟକଣା କୋହଳ ପରେ ଅଳ୍ପ ବିମାନ ଚଳାଚଳ କରୁଥିବାରୁ କମ୍ପାନିମାନେ ଯେପରି ଅଧିକ ଭଡ଼ା ଲାଗୁ ନକରନ୍ତି ସେଥିପାଇଁ ଏହି ନିୟମ ଲାଗୁ କରାଯାଇଥିଲା ।

ଏବେ କିନ୍ତୁ ଘରୋଇ କ୍ଷେତ୍ରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିବାରୁ ସରକାର ପୁଣି ବିମାନ ଭଡ଼ାର ପ୍ରାଇସ ବ୍ୟାଣ୍ଡ୍ ବଢାଇ ତାହାକୁ ଲକଡାଉନ ପୂର୍ବ ସ୍ତରକୁ ନେଇଯାଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ବିମାନ କମ୍ପାନି ଲାଭରେ ରହିବେ କିନ୍ତୁ ଯାତ୍ରୀମାନଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼ିବ । କେତେକ କ୍ଷେତ୍ରରେ ବିମାନ ଭଡ଼ା ୫୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started