ହରିପୁର, ସୁନାପୁର ବେଳାଭୂମିର ବିକାଶ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ । ବେଳାଭୂମି ବିକାଶରେ ଖର୍ଚ୍ଚ ହେବ ୨.୫୨ କୋଟି

କନକ ବ୍ୟୁରୋ: ରାଜ୍ୟର ସ୍ବର୍ଣ୍ଣାଭ ବେଳାଭୂମି ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍‌’ ବିଚର ମାନ୍ୟତା ମିଳିଛି। ରାଜ୍ୟର ଏକମାତ୍ର ବେଳାଭୂମି ଭାବେ ଏହି ମାନ୍ୟତା ପାଇଛି। ଗୋପାଳପୁର ନିକଟ ହରିପୁର ଏବଂ ଚିକିଟ ବ୍ଲକର ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ଢାଞ୍ଚାରେ ବିକାଶ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଉକ୍ତ ପ୍ରସ୍ତାବ କେନ୍ଦ୍ରରେ ବିଚାରାଧୀନ ରହିଥିବା ବେଳେ ରାଜ୍ୟ ସରକାର ଏକ ପାଦ ଆଗକୁ ଯାଇଛନ୍ତି। ହରିପୁର ଓ ସୁନାପୁର ବେଳାଭୂମିର ବିକାଶ ଲାଗି ପଦକ୍ଷେପ ନେଇଛନ୍ତି। ଏଥିଲାଗି ୨କୋଟି ୫୨ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି। ହରିପୁର ଲାଗି ୧ କୋଟି ୧୬ ଲକ୍ଷ ଏବଂ ସୁନାପୁର ପାଇଁ ୧ କୋଟି ୩୬ ଲକ୍ଷ ଟଙ୍କାର ଅଟ୍ଟକଳ ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇ ବେଳାଭୂମି ଲାଗି ୧କୋଟି ୨୬ଲକ୍ଷ ମଞ୍ଜୁର ହୋଇଛି। ହରିପୁର ଲାଗି ୫୮ ଲକ୍ଷ ଏବଂ ସୁନାପୁର ପାଇଁ ୬୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଅନୁଦାନ ମିଳିବା ପରେ କାମ ଆରମ୍ଭ ହେବ। ‘ବ୍ଲୁ ଫ୍ଲାଗ୍‌’ ବିଚ୍‌ ଢାଞ୍ଚାରେ ଏହି ବିକାଶ କରାଯିବ ବୋଲି ବ୍ରହ୍ମପୁର ଡିଏଫଓ ଅମ୍ଲାନ୍ କୁମାର ନାୟକ କହିଛନ୍ତି।

ହରିପୁର ଓ ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ବିଚ୍‌ ଢାଞ୍ଚାରେ ବିକାଶ କରାଯିବାର ଯୋଜନା ରହିଛି। ଏଥିଲାଗି ଗତ ଅକ୍ଟୋବର ମାସ ରାଜ୍ୟ ସରକାରଙ୍କ ସମନ୍ବିତ ଉପକୂଳ ବିକାଶ ପରିଚାଳନା ପ୍ରକଳ୍ପର ଏକ ପ୍ରତିନିଧି ଦଳ ଗଞ୍ଜାମ ଆସି ଏହି ବେଳାଭୂମି ଦ୍ବୟ ଅନୁଧ୍ୟାନ କରିଥିଲେ।

from Kanak News
via <a href="https://ifttt.com/?

ଆଇଟିଆର ତଥ୍ୟ ଲିକ ମାମଲାରେ ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ । ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ ।

କନକ ବ୍ୟୁରୋ: ଚାନ୍ଦିପୁରସ୍ଥିତ ଆଇଟିଆରର ଅସ୍ଥାୟୀ ଫଟୋଗ୍ରାଫର୍ ଈଶ୍ବର ବେହେରା ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଈଶ୍ବରଙ୍କ ବିରୋଧରେ ଚାନ୍ଦିପୁର ଥାନାରେ ୬/୧୫ ଏବଂ କ୍ରାଇମବ୍ରାଞ୍ଚରେ ୨/୧୫ ମାମଲା ରୁଜୁ ହୋଇ ଅଦାଲତରେ ବିଚାରାଧୀନ ଅଛି। ଈଶ୍ବର ଆଇଟିଆରର ଫଟୋଗ୍ରାଫର ଭାବେ କାର୍ଯ୍ୟରତ ଥାଇ ସେ ବିଦେଶୀ ଗୁପ୍ତଚରଙ୍କୁ ଆଇଟିଆର ସମ୍ବନ୍ଧରେ ତଥ୍ୟ ଲିକ୍ କରୁଥିବା ନେଇ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ରାଜ୍ୟ ଗୁଇନ୍ଦା ବିଭାଗକୁ ଅବଗତ କରାଇବା ସହ ତାର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲା। ଈଶ୍ବର କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ବିଦେଶୀ ଗୁପ୍ତଚର ଏଜେନ୍ସିକୁ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ଆସିଥିଲା। ଏନେଇ ୨୦୧୫ ଜାନୁଆରି ୨୪ ତାରିଖରେ ଚାନ୍ଦିପୁର ଥାନାରେ ମାମଲା ରୁଜୁ କରାଯାଇ ତାକୁ ଅଟକ ରଖାଯାଇଥିଲା।

ତେବେ ଦେଶ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ତଦନ୍ତରେ ଈଶ୍ବରଙ୍କ ଆକାଉଣ୍ଟକୁ ମୁମ୍ବାଇ, ଆବୁଧାବି, ମୁମ୍ବାଇ, ମିରଟ, ଆନ୍ଧ୍ରପ୍ରଦେଶ ଏବଂ ବିହାର ଆଦି ସ୍ଥାନରୁ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଚାନ୍ଦିପୁର ପୁଲିସ ଧାରା ୧୨୦ବି(ଅପରାଧିକ ଷଡଯନ୍ତ୍ର) ଏବଂ ୧୨୧ଏ(ଦେଶଦ୍ରୋହ)ରେ ମାମଲା ରୁଜୁ କରି ଈଶ୍ବରକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ମିରଟର ଆସିଫ୍ ଅଲ୍ଲୀ ଖାଁଙ୍କୁ ବାଲେଶ୍ବର ଅଣାଯାଇ ପଚରାଉଚୁରା କରାଯିବା ପରେ ତାକୁ ମଧ୍ୟ ମିରଟ ଜେଲକୁ ପଠାଯାଇଥିଲା।

ତେବେ ଏହି ମାମଲା ବାଲେଶ୍ବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (ପ୍ରଥମ)ଙ୍କ ଅଦାଲତରେ ବିଚାରାଧୀନ ରହିଥିବା ବେଳେ ଦୀର୍ଘଦିନ ଧରି ଜଣେ ମାତ୍ର ସାକ୍ଷୀ ପାଇଁ ମାମଲା ପଡ଼ିରହିବା ଯୋଗୁଁ ଈଶ୍ବରଙ୍କ ଓକିଲ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଦୁଇସପ୍ତାହ ମଧ୍ୟରେ ଏହି ମାମଲାର ଫଇସଲା ପାଇଁ ନିର୍ଦ୍ଦେଶ ଦେଇଥିଲେ।

from Kanak News
via <a href="https://ifttt.com/?

ଫନିରେ ଭାଙ୍ଗିଲା ଘରଦ୍ୱାର । ୨ ବର୍ଷ ହେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଛିି ପରିବାର । ସରକାରୀ ସହାୟତା ଅପେକ୍ଷାରେ ପ୍ରୀତି ନାୟକ ।

କନକ ବ୍ୟୁରୋ: ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୨ବର୍ଷ ହେବ ଜଣେ ଅସହାୟ ମହିଳା ପରିବାର ସହିତ ମୁଣ୍ଡଗୁଞ୍ଜିଛନ୍ତି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଯାହାଫଳରେ ସ୍ୱାସ୍ଥ୍ୟକେନ୍ଦ୍ରଟି ଜନସାଧାରଣଙ୍କ କାର୍ଯ୍ୟରେ ଲାଗିପାରୁନାହିଁ । ଏଭଳି ଏକ କୈାତୁହଳ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅଧୀନ ନିମାପଡ଼ା ବ୍ଲକ ଅନ୍ତର୍ଗତ ଧଳେଶ୍ୱର ପଞ୍ଚାୟତର ଉହାଙ୍ଗ ଗ୍ରାମରେ ।

୨୦୧୯ ମେ’ ୩ ତାରିଖରେ ଆସିଥିବା ବାତ୍ୟା ଫନି ନିମାପଡା ଉହାଙ୍ଗ ଗାଁର ପ୍ରୀତି ନାୟକଙ୍କ ଘରକୁ ଭାଙ୍ଗି ଦେଇଛି । ସେବେଠାରୁ ୨ ବର୍ଷ ହେଲା ପିଲା ଛୁଆଙ୍କୁ ଧରି ଉହାଙ୍ଗ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ପ୍ରୀତି । ଫନି କ୍ଷତିଗ୍ରସ୍ତଙ୍କ ତାଲିକାରେ ପ୍ରୀତିଙ୍କ ନାଁ ଥିଲେ ବି ଏଯାଏଁ ସରକାରୀ ସହୟତା ମିଳିନାହିଁ । ଫଳରେ ନିଜସ୍ୱ ଘର କରିନପାରି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶ୍ରୟ ନେଇଛନ୍ତି । ଏଇଠି ରହି ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି ପ୍ରୀତିଙ୍କ ପୁଅ ରଜତ । ଆଉ ଏତିକି ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରି ଯିବା ପାଇଁ ତାଗିଦ୍ କରୁଛନ୍ତି ସରକାରୀ କର୍ମଚାରୀ । ଯାହା ଫନି ପୀଡିତ ପ୍ରୀତିଙ୍କ ପାଇଁ ଅସହ୍ୟ ହୋଇପଡିଛି ।

ଫନି ବାତ୍ୟାରେ ଘରଦ୍ୱାର ସବୁ ନଷ୍ଟ ହୋଇଯାଇଛି । ପ୍ରୀତିଙ୍କ ସ୍ୱାମୀ ମୁଲ ଲାଗି ପରିବାର ପୋଷୁଥିବା ବେଳେ ଏଯାଏଁ ସରକାରଙ୍କ ଫନି ସହାୟତା ମିଳିନାହିଁ । ତେଣୁ ଘର ତୋଳିବା ସମ୍ଭବପର ହୋଇପାରୁନାହିଁ । ସେପଟେ ଘଟଣାର ତଦନ୍ତ ପରେ ସମସ୍ୟାର ସମାଧାନ କରାଯିବ, ସହାୟତା ଯୋଗାଇ ଦିଆଯିବ ବୋଲି ନିମାପଡା ତହସିଲଦାର କହିଛନ୍ତି ।

from Kanak News
via <a href="https://ifttt.com/?

ଏଲଏସିରୁ ପଛକୁ ହଟିଲା ଚୀନ ସେନା । ପିଙ୍ଗର ୮ ଅଞ୍ଚଳକୁ ଫେରିଲେ ପିଏଲଏ ଆର୍ମି, ସୀମାରେ ଫେରୁଛି ଶାନ୍ତି ।

କନକ ବ୍ୟୁରୋ: ଦୀର୍ଘ ଦିନର ଆଲୋଚନା ପରେ ଶେଷରେ ଏଲଏସିରୁ ପଛକୁ ହଟୁଛନ୍ତି ଚୀନ ସୈନ୍ୟ । ଗୁରୁବାର ପିଙ୍ଗର ୮ ଅଞ୍ଚଳକୁ ଚୀନ୍ ସୈନ୍ୟ ଫେରୁଥିବା ଦେଖିବାକୁ ମିଳିଛି । ଚୀନ ସୈନ୍ୟ ସହିତ ଭାରତୀୟ ଯବାନ ମଧ୍ୟ ପଛକୁ ହଟୁଛନ୍ତି, ଯାହାର ଭିଡିଓକୁୁ ଜାରି କରିଛି ଭାରତ ।

ଦୀର୍ଘ ମାସ ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ହେବା ପରେ ଏବେ ସହମତି ଭିତ୍ତିରେ ଦୁଇ ଦେଶ ଏଲଏସି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ଗତ ବତବର୍ଷ ଜୁନ ମାସରେ ପୂର୍ବ ଲଦାଖର ବିବାଦୀୟ ପୋଙ୍ଗୋଙ୍ଗ ସୋ ଅଞ୍ଚଳରେ ଭାରତୀୟ ସେନା ଉପରେ ଚୀନ ସେନା ଅତର୍କିତ ଆକ୍ରମଣ କରିଥିଲା । ଏଥିରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହାପରଠାରୁ ସୀମାରେ ଦୁଇ ଦେଶ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହୁଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଭାରତ ଓ ଚୀନ ଏହାର ପୋଷ୍ଟ ଗୁଡିକରେ ଯୁଦ୍ଧାସ୍ତ୍ର ଠୁଳ କରିଥିଲେ । ବର୍ତ୍ତମାନ ଦୁଇ ଦେଶ ଭିତରେ ନବମ ପ୍ରତିରକ୍ଷା ମଣ୍ଡଳୀ ସ୍ତରୀୟ ଆଲୋଚନା ହେବା ପରେ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି।

from Kanak News
via <a href="https://ifttt.com/?

ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତା ମାନଙ୍କୁ ମମତାଙ୍କ କଟାକ୍ଷ । କହିଲେ ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା, ଡୁମ୍ବା

କନକ ବ୍ୟୁରୋ : ଆଜି ପଶ୍ଚିମବଙ୍ଗରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ପରିବର୍ତ୍ତନ ରାଲି କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ କଟାକ୍ଷ କରି କଡା ସମାଲୋଚନା କରିବା ସହ ଜୋରଦାର କଟାକ୍ଷ କରିଛନ୍ତି ।
ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସହକର୍ମୀଙ୍କ ଉପରେ ବିଷୋଦଗାର କରି ଏକ ରାଲିରେ କହିଛନ୍ତି ଯେ ଦଳର କିଛି ଅମାନିଆ, ଦୁଷ୍ଟ, ଦୁବୃର୍ତ୍ତ ଓ ନଷ୍ଟ ଗାଈ ଏବେ ଦଳ ଛାଡ଼ି ଯାଇ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ନୂତନ ଭାବେ ଯୋଗ ଦେଇଥିବାରୁ ସେମାନେ ବର୍ତ୍ତମାନ ବହୁତ ଶବ୍ଦ କରୁଛନ୍ତିଟ୍ଟ ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବମ୍ବା ବମ୍ବା’…..
ସୁଶ୍ରୀ ବାନାର୍ଜୀ ବିଜେପିରେ ଯୋଗ ଦେଇଥିବା ତାଙ୍କ ପୂର୍ବତନ ସହକର୍ମୀଙ୍କୁ ଅପମାନିତ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହେବା ସହ ଭାଇରାଲ ହୋଇଛି ଏବଂ ସେ ତାଙ୍କ ଭାଷଣରେ ଏକ ଧାଡ଼ିରେ ଅନେକ ମନ୍ତବ୍ୟ ଦେଇଛନ୍ତିଟ୍ଟ ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବମ୍ବା ବମ୍ବା’ଟ୍ଟ ଉଲ୍ଲେଖଯୋଗ୍ୟ, ଟିଏମ୍‌ସିର ୧୮ ଜଣ ବିଧାୟକ ଏବଂ ଜଣେ ସାଂସଦ ଟିଏମ୍‌ସି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ବିଜେପିରେ ଏବେ ଟିଏମ୍‌ସି ନେତାଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଛି। ଯାହାକୁୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ସାଂସଦଙ୍କ ନିଖୋଜ ପୋଷ୍ଟରମରା ଘଟଣାରେ ୨ ଗିରଫ । ଅପରାଜିତାଙ୍କ ପିଏକୁ ବାନ୍ଧିଲା ପୋଲିସ । ଅନ୍ୟଜଣେ ସାଂସଦଙ୍କ ଘନିଷ୍ଠ ସୂଚନା ।

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା । ପୋଷ୍ଟରମାରି ବନ୍ଧାହେଲେ ୨ ଜଣ । ଘଟଣାରେ ୨ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୋଷ୍ଟର ମାରିଥିବା ଦୁଇ ଜଣ ସାଂସଦ ଅପରାଜିତାଙ୍କ ଅତି ଘନିଷ୍ଠ ସୂଚନା ।

ସବୁଠାରୁ ବଡ କଥା ହେଉଛି ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ସାଂସଦଙ୍କ ପିଏ । ଧନେଶ୍ୱର ବାରିକ ଅପରାଜିତାଙ୍କ ପିଏ ହୋଇଥିବା ବେଳେ ଜ୍ୟୋତିରଞ୍ଜନ ପଣ୍ଡା ଅପରାଜିତାଙ୍କ ଅତି ଏକାନ୍ତ ଅନୁଗତ ବୋଲି କୁହାଯାଉଛି । ତେବେ ସାଂସଦ ଦିଲ୍ଲୀରେ ଥିବା ବେଳେ କାହିଁକି ତାଙ୍କ ନାଁରେ ଏମିତି ପୋଷ୍ଟର ମରାଗଲା । ଦୁହେଁ ଅପରାଜିତାଙ୍କ ଘନିଷ୍ଠ ସତ୍ୱେ କାହିଁକି ପୋଷ୍ଟର ମାରିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ମାତ୍ର ଏହି ଘଟଣା ଅସନ୍ତୋଷକୁ ସୂଚାଉଛି ।

ତେବେ ପୁରୁଣା ଭୁବନେଶ୍ୱର କାନ୍ଥବାଡ, ଗଳିକନ୍ଦିରେ ସାଂସଦ ଅପରାଜିତାଙ୍କ ଫଟୋଥିବା ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଥିଲା । ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ଏକାମ୍ରକ୍ଷେତ୍ରର ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରରେ ଲାଗୁ କରିବାକୁ ପ୍ରସ୍ତାବ ରହିଛି । ଏହି ପ୍ରସଙ୍ଗକୁ ନେଇ କାହିଁକି ସାଂସଦ ମୁହଁ ଖୋଲୁ ନାହାନ୍ତି ବୋଲି ପୋଷ୍ଟରରେ ଲେଖା ଥିଲା । ବିରୋଧ ପରେ ପୁରୀ ଶ୍ରୀମନ୍ଦିରରୁ ଏହି ବାଇ-ଲ’ ହଟିଛି । ହେଲେ ଏହାକୁ କାହିଁକି ଭୁବନେଶ୍ୱର ସାଂସଦ ଅପରାଜିତା ବିରୋଧ କରୁ ନାହାନ୍ତି ବୋଲି ଭୁବନେଶ୍ୱର ବାସିନ୍ଦା ମତ ରଖିଛନ୍ତି ।

ସେପଟେ ନିଖୋଜ ପୋଷ୍ଟର ମାରିବା ଘଟଣାରେ ପ୍ରତିକ୍ରିୟା ରଖି ଅପରାଜିତା ଷଡ଼ଙ୍ଗୀ କହିଛନ୍ତିି ଭୁବନେଶ୍ୱରବାସୀ ତାଙ୍କୁ ଖୋଜୁଥିବା ଜାଣି ସେ ଖୁସି । ସଂସଦର ଅଧିବେସନ ସରିବା ପରେ ଭୁବନେଶ୍ୱର ଯାଇ ଏକ୍ରାମ ସ୍ଥିତି ଅନୁଧ୍ୟାନ କରିବେ । ଆଉ ଉକ୍ତ ଘଟଣାରେ ତାଙ୍କ ପିଏକୁ ବାନ୍ଧିଛି ପୋଲିସ ।

from Kanak News
via <a href="https://ifttt.com/?

ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀ ପଢିବେ ପାଠ । ଅପରାଧ ଘଟାଇଥିବା ଅନ୍ତେବାସୀ ପାଦ ଦେବେ ଶିକ୍ଷାର ମନ୍ଦିରରେ ।

କନକ ବ୍ୟୁରୋ: ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀ ପଢିବେ ପାଠ । ଏନେଇ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏକ ଶାଖା ବା ଶ୍ରେଣୀଗୃହ ଆରମ୍ଭ ହୋଇଛି । ପରିସ୍ଥିତିର ପଡି ଅପରାଧ ଘଟାଇଥିବା ଅନ୍ତେବାସୀ ଏହି ଶିକ୍ଷାର ମନ୍ଦିରରେ ପାଦ ଦେବେ । ଆଉ ପାଠ ପଢି ମନରେ ଥିବା ଅପରାଧି ମାନସିକତାରୁ ନିଜକୁ ମୁକ୍ତ କରିବେ ବୋଲି ଆଶା କରାଯାଉଛି ।

ଅପରାଧ ମାନସିକତାରୁ ବାହାରି ପାଠ ପଢିବେ କଏଦୀ । ସମ୍ବଲପୁର ମଣ୍ଡଳ କାରାଗାରର ଅନ୍ତେବାସୀ ପାଠ ପଢିବେ । ଅପରାଧ ରୂପୀ ଅନ୍ଧକାରକୁ ଦୂର କରିବା ପାଇଁ ଶିକ୍ଷା ହେବ ମାଧ୍ୟମ । ସମ୍ବଲପୁର ମଣ୍ଡଳ କାରାଗାରରେ ଓଏସଓୟୁ ଦ୍ୱାରା ପାଠପଢା ଯାଉଛି । ଜେଲ୍ ବିଭାଗ ଓ ଓଏସଓୟୁର ମିଳିତ ଉଦ୍ୟମରେ ସମ୍ବଲପୁର ମଣ୍ଡଳ ଜେଲ୍ ଭିତରେ ଶ୍ରେଣୀଗୃହର ଉଦଘାଟନ କରାଯାଇଛି ।

ପାଠ ପଢିବା ପାଇଁ ସମ୍ବଲପୁର ମଣ୍ଡଳ ଜେଲର ୧୫ ଜଣ ଅନ୍ତେବାସୀ ରେଜଷ୍ର୍ଟ୍ରେସନ କରିଛନ୍ତି । ଶିକ୍ଷକମାନେ ଜେଲ ଭିତରକୁ ଆସି ପାଠ ପଢାଇବା ସହ ପାଠ୍ୟପୁସ୍ତକ, କାଉନସିଲିଂ ସେସନ, ଇ-ଲାଇବ୍ରେରୀ ଓ ଅଡିଓ ଭିଡିଓ ଲେସନ ପ୍ରଭୃତି ପ୍ରଦାନ କରାଯିବ । ପାଠପଢାକୁ ନେଇ ଅନ୍ତେବାସୀ ଖୁସି ଥିବା ବେଳେ ଏହା ସେମାନଙ୍କ ମନରେ ଥିବା ଅପରାଧିକ ମାନସିକତାକୁ ଦୂର କରିପାରିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି କବିତା ସେୟାର କଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ

କନକ ବ୍ୟୁରୋ : ୭୭ ଦିନ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶ ବିଦେଶରୁ ସମର୍ଥନର ସୁଅ ଛୁଟିବାରେ ଲାଗିଛି । କେତେବେଳେ ଖେଳାଳୀ, ରାଜନେତା ଓ କଳାକାର ମାନଙ୍କର ସମର୍ଥନ ଆନ୍ଦୋଳନକୁ ମିଳୁଥିବା ବେଳେ କେତେବେଳେ ବିଦେଶୀ କଳାକାର ଓ ଅନ୍ୟ ବୃତ୍ତିରେ ଥିବା ଲୋକମାନେ ସେମାନଙ୍କର ସମର୍ଥନ ଜଣାଇ ଟ୍ୱିଟ୍ କରୁଛନ୍ତି । ହେଲେ ବଲିଉଡର ଚର୍ଚ୍ଚିତ ନାୟିକା ସୋନାକ୍ଷୀ ସିହ୍ନା ଏକ ନୂଆ ତରିକାରେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

 

View this post on Instagram

 

A post shared by Sonakshi Sinha (@aslisona)

//www.instagram.com/embed.js
ବଲିଉଡର ଏଭର ଗ୍ରୀନ ହିରୋଇନ୍ ସୋନାକ୍ଷୀ ସିହ୍ନା ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥାଆନ୍ତି । ତାଙ୍କର ବିଭିନ୍ନ ପୋଷ୍ଟ ବି ଲୋକମାନଙ୍କୁ ବେସ୍ ପସନ୍ଦ ଆସିଥାଏ । ହେଲେ କିଛିଦିନ ହେବ ଟ୍ୱିଟରକୁ ଅଲବିଦା କହିଥିବା ସୋନାକ୍ଷୀ ଏବେ ଇନଷ୍ଟାଗ୍ରାମରେ ବେସ୍ ଆକ୍ଟିଭ୍ ରହିଛନ୍ତି । ନିକଟରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ସୋନାକ୍ଷୀ ସେୟାର କରିଥିବା ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକ ମାନଙ୍କ ଉଦ୍ଦେଶ୍ୟରେ ସେ ଏହି କବିତା ସେୟାର କରିଛନ୍ତି । ଯେଉଁ ଭିଡିଓରେ ଆନ୍ଦୋଳନରତ କୃଷକ ମାନେ ନଜର ଆସୁଥିବା ବେଳେ ବ୍ୟାକଗ୍ରାଉଣ୍ଡରେ ଶୁଭୁଛି ସୋନାକ୍ଷୀଙ୍କ କବିତା । କବିତାର ଶୀର୍ଷକ ରହିଛି ‘ନଜର ମିଲାକେ ଖୁଦ ସେ ପୁଛୋ- କ୍ୟୁଁ’ । ଏହି କବିତାକୁ ପୋଷ୍ଟ କରି ସେ ଲେଖିଛନ୍ତି କି ଏହି କବିତା ସେହିମାନଙ୍କୁ ଉତ୍ସର୍ଗିକୃତ ଯେଉଁମାନେ ସାରା ଦେଶକୁ ଆହାର ଯୋଗାଉଛନ୍ତି । ସୋନାକ୍ଷୀଙ୍କ ଏଭଳି ଭାବେ କୃଷକଙ୍କୁ ସମର୍ଥନ କରିବା ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

from Kanak News
via <a href="https://ifttt.com/?

ନୀତି ଆୟୋଗ ଡେଲଟା ରାଙ୍କିଙ୍ଗର ଶ୍ରେଷ୍ଠ ୫ଟି ଜିଲ୍ଲାରେ ଓଡି଼ଶାର ୨ଟି ଜିଲ୍ଲା । ତାଲିକାର ଶୀର୍ଷରେ ଗଜପତି ।

କନକ ବ୍ୟୁରୋ: ମୌଳିକ ଭିତ୍ତିଭୂମ ବିକାଶରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡିଶାର ଗଜପତି ଜିଲ୍ଲା । ସର୍ବନିମ୍ନ ମୌଳିକ ଭିତ୍ତିଭୂମିର ବିକାଶ ଦିଗରେ କେଉଁ ଜିଲ୍ଲା କେତେ କାମ କରିଛି ତାକୁ ନେଇ ସାରା ଦେଶରେ ନିତି ଆୟୋଗ ଦ୍ୱାରା ଡେଲଟା ର୍ୟାକିଂ କରାଯାଇଛି ଆଉ ଏହି ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ଦୁଇଟି ଜିଲ୍ଲା ରହିଛି । ତାଲିକାର ଶୀର୍ଷରେ ଗଜପତି ଜିଲ୍ଲା ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି କୋରାପୁଟ ।

ମୌଳିକ ଭିତ୍ତିଭୂମ ବିକାଶ ପାଇଁ ସରକାର କରିଥିବା ଯୋଜନା, ଦେଶର କେଉଁ ଜିଲ୍ଲା କେତେ ମାତ୍ରାରେ ଫଳପ୍ରଦ ହୋଇଛି ଏବଂ ବିକାଶ ମୂଳକ କାମକୁ କିଏ ଅଧିକ ପ୍ରାଧାନ୍ୟ ଦେଇଛି । ଏହାକୁ ନେଇ ୨୦୨୦ ଏପ୍ରିଲ ମାସରୁ ଡିସେମ୍ବର ମାସ ଯାଏଁ ସର୍ଭେ କରିଥିଲେ ନୀତି ଆୟୋଗ । ଆଉ ଏହି ଡେଲଟା ର୍ୟାଙ୍କିଙ୍ଗରେ ଗଜପତି ଜିଲ୍ଲାକୁ ପ୍ରଥମ ସ୍ଥାନରେ ରଖିଛି ନୀତି ଆୟୋଗ ।

୨୦୨୦ ଏପ୍ରିଲରୁ ଡିସେମ୍ବର ଭିତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଜିଲ୍ଲାରେ ପ୍ରାୟ ୩୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରହିଥିଲା । ଗଜପତି ଜିଲ୍ଲାରେ ପ୍ରାୟ ୩୨ କିଲୋମିଟର ରାସ୍ତା କାମ ଶେଷ ହୋଇଛି, ଯାହା ୮୫ ପ୍ରତିଶତରୁ ଅଧିକ । ସେହିପରି ୧୪୯ଟି ସାର୍ବଜନୀନ ସେବା କେନ୍ଦ୍ର ପାଇଁ ଲକ୍ଷ୍ୟ ରଖିଥିଲେ ସରକାର, ୧୦୫ଟି ନିର୍ମାଣ ହୋଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୭୦ ପ୍ରତିଶତ । ନୀତି ଆୟୋଗଙ୍କ ସର୍ଭେ ଭିତରେ ଗଜପତି ଜିଲ୍ଲାରେ ୧୫୯୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି । ଏହି ସବୁ ତଥ୍ୟକୁ ଆଧାର କରି ଡେଲଟା ରାଙ୍କିଙ୍ଗରେ ଗଜପତି ଜିଲ୍ଲାକୁ ତାଲିକାର ୧ ନମ୍ବରରେ ରଖିଛନ୍ତି ନିତି ଆୟୋଗ । ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉଦ୍ୟମ ଯୋଗୁଁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରିଛି । ଆଉ ଏହି ସଫଳତା ପାଇଁ ବିଶେଷ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ ଭୂମିକା ରହିଛି । ସର୍ବନିମ୍ନ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।

from Kanak News
via <a href="https://ifttt.com/?

ଦାରିଦ୍ର ଆଗରେ ହାରିଗଲା ମମତା । ସ୍ୱାମୀକୁ ଭଲ କରିବା ପାଇଁ ପୁଅକୁ ବିକିଲା ମା’ । ଗଂଜାମ ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର ।

କନକ ବ୍ୟୁରୋ: ସିନ୍ଦୁର ପାଇଁ ମମତାକୁ ବିକ୍ରି କରିଦେଲା ମାଆ । ସ୍ୱାମୀଙ୍କ ଚିକିତ୍ସା ପାଇଁ ୫ ମାସକୁ କୁନି ପୁଅକୁ ବିକ୍ରି କରିଦେଇଛି ଜଣେ ମାଆ। ଏ ନିଷ୍ପତି କେତେ କଠୋର ତା’ କହିବାର ଆବଶ୍ୟକା ନାହିଁ । ଛୁଆଟିଏ ପାଇଁ ମାଆଟିଏ କେତେ ଦିଅଁ ଦେବତା ପୂଜା କରିଥାନ୍ତି । ହେଲେ ଗଂଜାମ ଜିଲ୍ଲା ଭଂଜନଗର ଯୋଗିମାରୀ ଗାଁରେ ଜଣେ ମାଆ ସ୍ୱାମୀର ଚିକିତ୍ସା ପାଇଁ ପୁଅକୁ ବିକି ଦେଇଥିବା ଖବର ସାମ୍ନାକୁ ଆସିଛି ।
ଗରିବୀର ଯନ୍ତ୍ରଣା ଆଗରେ ହାରିଗଲା ମାଆର ମମତା । ସ୍ୱାମୀଙ୍କ ଚିକିତ୍ସା ସାଙ୍ଗକୁ ପିଲାଙ୍କ ପେଟକୁ ଦାନା ଦେଇ ନପାରି ଶିଶୁ ବିକ୍ରିର ନିଷ୍ପତି ନେଇଛି ଜଣେ ମାଆ । ମାତ୍ର ୧୦ ହଜାର ଟଙ୍କାରେ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ପୁଅକୁ ବିକି ଦେଇଛି ଜଣେ ମାଆ । ଆଉ ସେହି ଟଙ୍କାରେ ସ୍ୱାମୀଙ୍କ ଚିକିତ୍ସା କରୁଛନ୍ତି । ଏମିତି ଜଣେ ଦୁଃଖୀ ମାଆ ହେଉଛନ୍ତି ଗଂଜାମ ଜିଲ୍ଲା ଭଂଜନଗର ଯୋଗିମାରୀ ଗାଁର ଝିଲି ନାୟକ ।

ଯୋଗିମାରୀ ଗାଁର ଦୁଃଖା ନାୟକ ମୁଲ ମଜୁରି ଲାଗି ସ୍ତ୍ରୀ-ପିଲା ଓ ବୁଢୀ ମାଆ ମୁହଁରେ ଦାନା ଦେଉଥିଲେ । କାମ କରିବା ବେଳେ ଗୋଡରେ ମାଡ ହୋଇଥିଲା । ସେହି ଆଘାତ ଯେ, ତାଙ୍କ ଜୀବନର ମୋଡ ବଦଳାଇ ଦେବ ତାହା ତାଙ୍କୁ ଜଣାନଥିଲା । ଗୋଡର କ୍ଷତ ତାଙ୍କୁ ଅଚଳ କରି ଦେବ, କୁନି ପୁଅକୁ ବିକ୍ରି କରିବାକୁ ବାଧ୍ୟ କରିବ, ସେକଥା କେବେ ଭାବି ନଥିଲେ ଦୁଃଖା କି ତାଙ୍କ ସ୍ତ୍ରୀ ଝିଲି । ପରିବାର ପିଲାଙ୍କ ମୁହଁରେ ଦାନା ଦେବା ସହ ସ୍ୱାମୀଙ୍କ ଚିକିତ୍ସା ପାଇଁ ୫ ମାସର ପୁଅକୁ ବିକ୍ରି କରିବାର କଠୋର ନିଷ୍ପତି ନେଇଥିଲେ ଝିଲି । ଆଉ ଛାତିରେ ପଥର ରଖି ମାତ୍ର ୧୦ ହଜାର ଟଙ୍କାରେ ମମତାକୁ ବିକି ସିନ୍ଦୁରର ଚିକିତ୍ସା କରୁଛନ୍ତି ଜଣେ ମାଆ । ଗରିବଙ୍କ ପାଇଁ ମାଳମାଳ ଯୋଜାନା ଘୋଷଣା କରୁଛନ୍ତି ସରକାର । ହେଲେ ଗରିବ ମାଆର ଏଭଳି କାହାଣୀ ଦେଖିବା ପରେ ମନରେ ପ୍ରଶ୍ନ ଉଠେ କାହା ପାଇଁ ସରକାରଙ୍କ ଗରିିବ ହଟାଅ ଯୋଜନା?

from Kanak News
via <a href="https://ifttt.com/?

Design a site like this with WordPress.com
Get started