ପୁଷ୍ପଲତା, ସଞ୍ଜୟ ଓ ପ୍ରୀତିରଞ୍ଜନ… କଟାମୁଣ୍ଡର ତ୍ରିକୋଣୀୟ କାହାଣୀ । କେମିତି ରାତାରାତି କଟାଗଲା ମୁଣ୍ଡ ? ପୋଲିସ ଫିଟାଇଲା ପେଡି…

କନକ ବ୍ୟୁରୋ: ଭୁବନେଶ୍ୱରରେ ବହୁଚର୍ଚ୍ଚିତ ମୁଣ୍ଡବିହୀନ ମୃତୁଦେହ ମିଳିବା ଘଟଣା । ମୁଣ୍ଡକାଟ ଘଟଣାର ହେଲା ପର୍ଦ୍ଦାଫାଶ । କଟାମୁଣ୍ଡର ପେଡି ଖୋଲିବା ସହ ଗୋଟି ଗୋଟି କାହାଣୀ କହିଲେ ପୋଲିସ କମିଶନର । ତେବେ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡକଟା ହୋଇଥିବା ଜଣାପଡିଛି । କାଳେ ପୋଲିସ ହାତରେ ସହଜରେ ଧରାପଡିଯିବେ ସେଥିଲାଗି ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିଲେ ଅପରାଧୀ ।

ତେବେ ଭୁବନେଶ୍ୱର ଅନ୍ଧାରୁଆ- ଦାସପୁର ରାସ୍ତାରେ କଟାମୁଣ୍ଡ ରହସ୍ୟର ପର୍ଦ୍ଦାଫାସ ହୋଇଛି । ବିବାହ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତ ମହିଳା ମଞ୍ଚେଶ୍ୱର ଧୀରକୁଟବସ୍ତିର ପୁଷ୍ପଲତା ରାଉଳ । ମହିଳାଙ୍କୁ ଗଂଜାମ ଅଂଚଳର ସଂଜୟ ନାମକ ଜଣେ ବୋଲେରୋ ଡ୍ରାଇଭର ହତ୍ୟା କରିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ସଞ୍ଜୟ ନାମକ ଜଣେ ଯୁବକଙ୍କ ସହ ପୁଷ୍ପଲତା ରହିଥିଲେ । ଭରତପୁର ଅଂଚଳରେ ଏକ ଘର କରି ସଂଜୟଙ୍କ ସହ କିଛି ଦିନ ରହିଥିଲେ । ଏହାପରେ ପ୍ରୀତିରଂଜନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ । ଯାହାକୁ  ସହଜରେ ଗ୍ରହଣ କରିପାରିନଥିଲେ ସଂଜୟ ।

ଘଟଣାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ଗଣ୍ଡଗୋଳ ହେବା ସହ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ସଂଜୟ । ନିଜର ସହଯୋଗୀ ସହ ଏକ ଗାଡିରେ ଅନ୍ଧାରୁଆ ଦାସପୁର ନେଇ ସେଠାରେ ମୁଣ୍ଡକୁ କାଟି ମୁଣ୍ଡ ବିହୀନ ଶରରୀକୁ ଫୋପାଡି ଦେଇଥିଲେ । ଏବଂ କଟାମୁଣ୍ଡକୁ ନେଇ ଅନ୍ୟ ଜାଗାରେ ପୋତି ଦେଇଥିଲା । ହତ୍ୟା ପରେ ଦଶପଲ୍ଲାରେ ବନ୍ଧୁଙ୍କ ଘରେ ଲୁଚିଥିଲେ ଅଭିଯୁକ୍ତ ।

ତେବେ ଚାଞ୍ଚଳକର ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅପରାଧୀଙ୍କୁ ଗିରଫ କରାଯାଇଛି । କୋର୍ଟ ଚାଲାଣ କରାଯାଇଛି । ମୃତ ମହିଳାଙ୍କ ପରିଚୟ ପାଇବା କମିସନରେଟ ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ଥିଲା । ମୃତ ମହିଳାଙ୍କ ପରିଚୟ ପାଇଁ ପୋଲିସ ଛାନଭିନ ଜୋରଦାର କରିଥିଲା । ପୋଷ୍ଟର ମାରି ପରିଚୟ ଖୋଜିଥିଲା ପୋଲିସ । ପୋଲିସ  ପକ୍ଷରୁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ଆଉ ପୋଲିସକୁ ଗତ ୯ ତାରିଖରେ ହତ୍ୟାକାଣ୍ଡର ସ୍ପଷ୍ଟ ସୂଚନା ମିଳିଥିଲା ।

from Kanak News
via <a href="https://ifttt.com/?

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ସୁପ୍ରିମକୋର୍ଟ ନିୟମର ଉଲ୍ଲଘଂନ କରୁଛି ଆନ୍ଧ୍ର । ରାଜନେତା କହିଲେ, ବରଦାସ୍ତ କରାଯିବନି ।

କନକ ବ୍ୟୁରୋ: ଦିନକୁ ଦିନ କୋଟିଆକୁ ନେଇ ବିବାଦ ତେଜିବାରେ ଲାଗିଛି । ଏକତରଫା ଆନ୍ଦ୍ର କୋଟିଆରେ ପଚାଂୟତ ନିର୍ବାଚନ କରୁଥିବା ବେଳେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ । ରାଜ୍ୟ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ନଚେତ୍ କୋରାପୁଟବାସୀ ଆନ୍ଧ୍ରରେ ଧସେଇ ପସିବେ କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି । ଅନ୍ୟପଟେ ତାରାଙ୍କ ସହ ଏହି କଥାରେ ସ୍ୱର ମିଳାଇଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର ।

ଆଉ ଦିନକ ପରେ ଅର୍ଥାତ୍ ୧୩ ତାରିଖରେ କୋରାପୁଟ କୋଟିଆର ୩ଟି ପଚାଂୟତରେ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର । ୨ଟି ପଚାଂୟତ ତଳଗେଂଜଈପଦର ଓ ଫଗୁଣ ସିନେରିରେ ର୍ନିଦ୍ୱନ୍ଦରେ ର୍ପାଥୀ ଜିତିଥିବା ବେଳେ ଫାଟୁ ସିନେରିରେ ହେବ ନିର୍ବାଚନ । ଗୁପ୍ତ ଭାବେ ନିର୍ବାଚନ କରିବା ପାଇଁ ଆନ୍ଧ୍ରର ନେତା ଓ ପ୍ରଶାସନ ଅଧିକାରୀ ଲୋକଙ୍କୁ ଲୋଭ ଦେଖାଉଛନ୍ତି । ଆନ୍ଧ୍ରର ଲୋଭଣିଆ କଥାରେ କୋଟିଆବାସୀ ଓଡ଼ିଶା ମାଟିକୁ ଆପଣାର କହୁଥିଲେ ମଧ୍ୟ ଉଭୟ ଓଡ଼ିଶା ଓ ଆନ୍ଧ୍ରରେ ଭୋଟ ଦେଉଥିବା କହିଛନ୍ତି ।

କୋଟିଆରେ ନିର୍ବାଚନ ଆୟୋଜନ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲଙ୍ଘନ କରିଛି ଆନ୍ଧ୍ର । କୋଟିଆର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଲାଗିଛି । ଏହାକୁ ନେଇ ୨୦୦୬ ମାର୍ଚ୍ଚ ୩ ତାରିଖରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ବିବାଦର ସମାଧାନ ନହେବାରୁ ସ୍ଥିତାବସ୍ଥା ବଜାୟ ରଖିଥିଲେ କୋର୍ଟ । କୋଟିଆବାସୀ ଓଡିଶାରେ ଭୋଟ ଦେଉଥିଲେ । କେବଳ ପ୍ରତିନିଧି ବାଛୁଥିବା ଆନ୍ଧ୍ର ଏବେ ନିର୍ବାଚନ ଆୟୋଜନ କରି କୋର୍ଟଙ୍କ ନିୟମର ଖୋଲା ଉଲଂଘନ କରିଛି, ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଓଡିଶାର ଜନପ୍ରତିନିଧି । ଏପଟେ ନିର୍ବାଚନ ସମୟ ଯେତିକି ପାଖଉଛି, ବିବାଦ ସେତିକି ତେଜୁଛି । ତେଣୁ ଆଗକୁ ଆନ୍ଧ୍ର କିପରି ନିର୍ବାଚନ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

from Kanak News
via <a href="https://ifttt.com/?

ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬କୋଟି ଟଙ୍କାର ଇନଜେକସନ, ପରିବାର ଲୋକ ଏପରି ଏକାଠି କରୁଛନ୍ତି ଟଙ୍କା

କନକ ବ୍ୟୁରୋ: ପାଞ୍ଚ ମାସର ଜଣେ ଶିଶୁ ମୁମ୍ବାଇ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛି। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଇନଜେକସନ ଦିଆଯିବ। ତୀରା କାମତ ନାମକ ଶିଶୁକୁ ଏସଏମଏ-ଟାଇପ ୧ ରୋଗ ହୋଇଛି। ଏହି ରୋଗର ଚିକିତ୍ସା ପାଇଁ ଆମେରିକାରୁ ଆସୁଥିବା ଇନଜେକସନ ମୂଲ୍ୟ ୧୬କୋଟି ଟଙ୍କା ରହିଛି। ଶିଶୁର ପିତା-ମାତା ଝିଅର ଚିକିତ୍ସା ପାଇଁ ବହୁତ କଷ୍ଟରେ ସୋସିଆଲ ମିଡିଆରୁ ପାଖାପାଖି ୧୦କୋଟି ଟଙ୍କା ଏକାଠି କରି ପାରିଛନ୍ତି।

ତୀରା କାମତ ଶିଶୁର ଚିକିତ୍ସା ମୁମ୍ବାଇର ଏକ ହସ୍ପିଟାଲରେ ଚାଲିଛି। ତୀରା ଏସଏମଏ-ଟାଇପ ୧ ରୋଗ ସହିତ ସଂଘର୍ଷ କରୁଛି। ଏକ୍ସପର୍ଟଙ୍କ କହିବାନୁସାରେ, ଏହି ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ଯଦି ଏଭଳି ଇନଜେକସନ ଦିଆ ନଯାଏ ତେବେ ୧୮ମାସ ମଧ୍ୟରେ ଉକ୍ତ ରୋଗୀର ଜୀବନ ଚାଲିଯିବାର ସମ୍ଭାବନା ରହିଛି। ସେଥିପାଇଁ ଆମେରିକାରୁ ଏହି ମହଙ୍ଗା ଇନଜେକସନ ମଗାଇବା ଜରୁରୀ । ଏହି ଇନଜେକସନ ମୂଲ୍ୟ ୧୬କୋଟି ଟଙ୍କା ରହିଛି। ତୀରାଙ୍କ ସ୍ବାସ୍ଥ୍ୟକୁ ନେଇ ପରିବାର କ୍ରମାଗତ ଟୁଇଟରରେ ପୋଷ୍ଟ କରିଥାଆନ୍ତି। ଏହା ଜରିଆରେ ପରିବାରଲୋକ ଶିଶୁର ଚିକିତ୍ସା ପାଇଁ ଏତେ ପରିମାଣରେ ଟଙ୍କା ଏକାଠି କରିପାରିଛନ୍ତି। ଏଥିସହିତ ଲୋକମାନଙ୍କ ସମର୍ଥନ ବି ତୀରା ଓ ତାଙ୍କ ପିତା ମିହିର ଓ ପ୍ରିୟଙ୍କାଙ୍କୁ ମିଳୁଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ସେ ମୋଦୀଙ୍କୁ ଅନୁରୋଧ କରି କହିଥିଲେ କି ବାହାରୁ ଆସୁଥିବା ଇନଜେକସନର ଟାକ୍ସକୁ ଛାଡ଼ କରାଯାଉ। ଏହି ଘଟଣାକୁ ମୋଦୀ ଗୁରୁତର ସହ ନେଇ ଇନଜେକସନ ଟାକ୍ସରେ ପାଖାପାଖି ୬କୋଟି ଟଙ୍କା ଛାଡ଼ କରିଛନ୍ତି।

from Kanak News
via <a href="https://ifttt.com/?

ଚମୋଲି ସ୍ଥିତ ଋଷିଗଙ୍ଗାରେ ଅଚାନକ ବଢୁଛି ଜଳସ୍ତର । ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି । ଟର୍ନେଲ ଭିତରେ ପାଣି ପଶିଯିବାରୁ ଉଦ୍ଧାର କାର୍ଯ୍ୟ ଠପ୍

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲି ସ୍ଥିତ ରାଣୀ ଗାଁରେ ଗୁରୁବାର ପୁଣି ଜଳ ପ୍ରଳୟ ଦେଖିବାକୁ ମିଳିଛି । ଋଷିଗଙ୍ଗା ନଦୀର ଜଳସ୍ତର ହଠାତ୍ ବଢିଯିବା କାରଣରୁ ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କୁ ଉଚ୍ଚ ସ୍ଥାନକୁ ପଳାଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଟର୍ନେଲ ଭିତରେ ଚାଲିଥିବା ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦେଇଛି ପ୍ରଶାସନ । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତିକୁ ପ୍ରଶାସନ ଉଚ୍ଚ ସ୍ଥାନକୁ ନେଇଯାଉଥିବା ଦେଖିବାକୁ ମିଳିଛି ।
କିଛିଦିନ ପୂର୍ବରୁ ଚମୋଲି ଠାରେ ହିମସ୍କଳନ ହେବା ଫଳରେ ଅଚାନକ୍ ବନ୍ୟା ଆସିଯାଇଥିଲା । ଯାହା ଫଳରେ ୩୫ ଉର୍ଦ୍ଧ ଲୋକଙ୍କର ଜୀବନ ଯିବା ସହ ୧୫୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ରାଜ୍ୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନିଖୋଜ ଲୋକଙ୍କୁ ଉଦ୍ଧାର କାର୍ଯ୍ୟା ଚାଲିଥିବା ବେଳେ ପୁଣି ଆଜି ହଠାତ୍ ଜଳସ୍ତର ବଢିବା ପରେ ବିପଦ ଦେଖା ଦେଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଆଜି ଜଳସ୍ତର ବଢୁଥିବା ଦେଖିବା ପରେ ପ୍ରଶାସନ ପକ୍ଷରୁ ପାଖା ପାଖି ୨୦୦ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାରଙ୍କ ସୂଚନା ମୁତାବକ ତପୋବନରେ ହାଇ ଆଲର୍ଟ ଜାରି କରାଯାଇଛି । ଯେଉଁଠାରେ ଉଦ୍ଧାର କାର୍ଯ୍ୟ ଚାଲୁଥିଲା ସେଠାରୁ ଉଦ୍ଧାକାରୀଦଳ ସହ ସ୍ଥାନୀୟ ବାସିନ୍ଦା ଓ ଯନ୍ତ୍ରପାତି ସବୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ରାଣୀ ଗାଁରେ ଏନଡିଆରଫ୍ ଟିମ ନିୟୋଜିତ ଅଛନ୍ତି ।

from Kanak News
via <a href="https://ifttt.com/?

ମୁଣ୍ଡବିହୀନ ମର୍ଡର ମିଷ୍ଟ୍ରୀ: କିଏ ଏହି ପୁଷ୍ପଲତା? ପଢ଼ନ୍ତୁ…କଟାମୁଣ୍ଡର ପୂରା କାହାଣୀ

କନକ ବ୍ୟୁରୋ: ଖୋଲିଲା କଟାମୁଣ୍ଡ କାହାଣୀର ରହସ୍ୟ । ବିବାହ ବିବାଦରୁ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିଥିବା ଖୁଲାସା । ବର୍ବର ହତ୍ୟାକାଣ୍ଡର ପୂରା ଖୁଲାସା କଲେ କମିଶନରେଟ୍ ପୋଲିସ୍ । ମୃତକ ମହିଳା ଜଣକ ପୁଷ୍ପଲତା ରାଉଳ, ସେ ମଞ୍ଚେଶ୍ୱର ଧିରକୁଟ ବସ୍ତିରେ ରହୁଥିଲେ । ପୁଲିସକୁ ଗତ ୯ ତାରିଖରେ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ ସୂଚନା ମିଳିଥିଲା । ମୃତ ମହିଳା ମଂଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିଲେ ଓ ତାଙ୍କ ନାମ ପୁଷ୍ପଲତା ରାଉଳ । ମହିଳାଙ୍କୁ ଗଂଜାମ ଅଂଚଳର ସଂଜୟ ନାମକ ଜଣେ ବୋଲେରୋ ଡ୍ରାଇଭର ହତ୍ୟା କରିଥିବା କମିସନରେଟ ପୁଲିସ ସୂଚନା ଦେଇଛନ୍ତି ।

ତେବେ ପ୍ରଥମ ବିବାହ ବିଚ୍ଛେଦ ପରେ ମହିଳା ଜଣକ ଭରତପୁର ଅଂଚଳରେ ଏକ ଘର କରି ସଂଜୟଙ୍କ ସହ କିଛି ଦିନ ରହିଥିଲେ । ଏହାପରେ ପ୍ରୀତିରଂଜନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ସଂଜୟ । ଘଟଣାକୁ ନେଇ ଉଭୟଙ୍କ ଭିତାରେ ପାଟିତୁଣ୍ଡ ଗଣ୍ଡଗୋଳ ହେବା ସହ ମହିଳାଙ୍କ ତଂଟି ଚିପି ହତ୍ୟା କରିଥିଲା ସଂଜୟ । ନିଜର ସହଯୋଗୀ ସହ ଏକ ଗାଡିରେ ଅନ୍ଧାରୁଆ ଦାସପୁର ନେଇ ସେଠାରେ ମୁଣ୍ଡକୁ କାଟି ମୁଣ୍ଡ ବିହିନ ଶରରୀକୁ ଫୋପାଡି ଦେଇଥିଲେ । ଏବଂ କଟାମୁଣ୍ଡକୁ ନେଇ ଅନ୍ୟ ଜାଗାରେ ପୋତି ଦେଇଥିଲେ ।

ଉଭୟ ସଞ୍ଜୟ-ଚନ୍ଦୁ ଆଇଗିଣିଆ ବଜାରରୁ ଛୁରୀ, ଗ୍ଲୋଭସ୍ କିଣିଥିଲେ । ଏହାପରେ ବିଳମ୍ବିତ ରାତିରେ ବସ୍ତିରେ ପୁଷ୍ପଲତାକୁ ହତ୍ୟା କରି ମୁଣ୍ଡକୁ କାଟିଦେଇଥିଲେ । ପରେ ହତ୍ୟାକାଣ୍ଡ ଭିଆଇ ଦଶପଲ୍ଲାରେ ଯାଇ ଲୁଚିଥିଲେ ଏବେ ବୋଲେରୋ ଗାଡ଼ି, କଟାମୁଣ୍ଡ ଅନ୍ୟ ସବୁ ହତ୍ୟାସାମଗ୍ରୀ ଜବତ କରାଯାଇଛି ।

from Kanak News
via <a href="https://ifttt.com/?

ଆହୁରି ୧୦ ବର୍ଷ ମୁଖ୍ୟମନ୍ତ୍ରୀ ରହିବାକୁ ଦୃଢୋକ୍ତି କରିବା ସହ ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । କଂଗ୍ରେସ କହିଲା ତୁରନ୍ତ ମାଗନ୍ତୁ କ୍ଷମା

କନକ ବ୍ୟୁରୋ : ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନଜୀବୀ କହିବା ପରେ ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବୁଧବାର ଦିନ ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ପ୍ରସଙ୍ଗ କରି ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।

କହିରଖୁ କି ବୁଧବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଗଲଗୋଣ୍ଡାର ନାଗାର୍ଜୁନ ସାଗର ଅଞ୍ଚଳରେ ଏକ ସରକାରକାରୀ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଜନସଭାକୁ ସମ୍ବୋଧିତ କରୁଥିଲେ । ଠିକ୍ ଏହି ସମୟରେ କେତେଜଣ ମହିଳାଙ୍କ ସମେତ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକେ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରି ପ୍ରଦର୍ଶନ କରିଥିଲେ । ଏହା ଦେଖି କେସିଆର ଖୁବ୍ ରାଗିଯାଇ କହିଥିଲେ କି ‘ ତୁମେମାନେ ଯେଉଁଠାରୁ ଆସିଥିଲ ସେଠାକୁ ଚାଲିଯାଅ, ରହିବାର ଅଛି ତ ଶାନ୍ତିର ବାତାବରଣ ବଜାୟ ରଖନ୍ତୁ ’ । ପ୍ରଦର୍ଶନକାରୀ ମହିଳାଙ୍କୁ ଇଙ୍ଗିତ କରି କେସିଆର କହିଥିଲେ କି ‘ଆମ୍ମା ତୁମ ଭଳି ବହୁତ କୁକୁର ଅଛନ୍ତି’, ତେଣୁ ଅଯଥା ଅଶାନ୍ତି ନ କର ଶୀଘ୍ର ଏ ସ୍ଥାନ ଛାଡି ଚାଲି ଯାନ୍ତୁ’ ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବିରୋଧୀ ମାନେ ହଙ୍ଗାମା ଆରମ୍ଭ କରିଛନ୍ତି । ବିରୋଧୀ ମାନେ ଦାବି କରିଛନ୍ତି କି ମୁଖ୍ୟମନ୍ତ୍ରୀ ଦେଇଥିବା ଟିପ୍ପଣିକୁ ନେଇ ସେ ଭୁଲ ମାଗନ୍ତୁ । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ମଣିକମ୍ ଟାଗୋର କହିଛନ୍ତି କି ମୁଖ୍ୟମନ୍ତ୍ରୀ ଭୁଲି ଯାଉଛନ୍ତି କି ମହିଳା ମାନଙ୍କୁ ସେ କୁକୁର ବୋଲି କହିଛନ୍ତି । ଯାହାପାଇଁ ସେ ଏଭଳି ଆସନରେ ବସିଛନ୍ତି ତାଙ୍କୁ ଏଭଳି କହି ଗଣତନ୍ତ୍ରର ଅପମାନ କରିଛନ୍ତି ବୋଲି ମଣିକମ୍ କହିଛନ୍ତି ।

from Kanak News
via <a href="https://ifttt.com/?

ମହିଳାଙ୍କୁ ମୁଣ୍ଡକାଟି ହତ୍ୟା କରିବା ଘଟଣା : କେମିତି ଓ କାହିଁକି ମହିଳାଙ୍କୁ ହତ୍ୟା କଲେ ଅଭିଯୁକ୍ତ; ଘଟଣାର ଖୁଲାସା କଲେ କମିଶନରେଟ୍ ପୋଲିସ

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା । କଟାମୁଣ୍ଡ ରହସ୍ୟ ଉପରୁ ପରଦା ହଟାଇଲା କମିଶନରେଟ ପୋଲିସ । ସେ କହିଛନ୍ତି, ମୃତ ମହିଳାଙ୍କ ପରିଚୟ ପାଇବା କମିସନରେଟ ପୁଲିସ ପାଇଁ ଏକ ବଡ ଚାଲେଞ୍ଜ ଥିଲା । ମୃତ ମହିଳାଙ୍କ ପରିଚୟ ପାଇଁ ପୁଲିସ ପ କ୍ଷରୁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ହେଲେ ପୁଲିସକୁ ଗତ ୯ ତାରିଖରେ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ ସୂଚନା ମିଳିଥିଲା । ମୃତ ମହିଳା ମଂଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିଲେ ଓ ତାଙ୍କ ନାମ ପୁଷ୍ପଲତା ରାଉଳ । ମହିଳାଙ୍କୁ ଗଂଜାମ ଅଂଚଳର ସଂଜୟ ନାମକ ଜଣେ ବୋଲେରୋ ଡ୍ରାଇଭର ହତ୍ୟା କରିଥିବା କମିସନରେଟ ପୁଲିସ ସୂଚନା ଦେଇଛନ୍ତି ।

ପ୍ରଥମ ବିବାହ ବିଚ୍ଛେଦ ପରେ ମହିଳା ଭରତପୁର ଅଂଚଳରେ ଏକ ଘର କରି ସଂଜୟଙ୍କ ସହ କିଛି ଦିନ ରହିଥିଲେ । ଏହାପରେ ପ୍ରୀତିରଂଜନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ସଂଜୟ । ଘଟଣାକୁ ନେଇ ଉଭୟଙ୍କ ଭିତାରେ ପାଟିତୁଣ୍ଡ ଗଣ୍ଡଗୋଳ ହେବା ସହ ମହିଳାଙ୍କ ତଂଟି ଚିପି ହତ୍ୟା କରିଥିଲା ସଂଜୟ । ନିଜର ସହଯୋଗୀ ସହ ଏକ ଗାଡିରେ ଅନ୍ଧାରୁଆ ଦାସପୁର ନେଇ ସେଠାରେ ମୁଣ୍ଡକୁ କାଟି ମୁଣ୍ଡ ବିହିନ ଶରରୀକୁ ଫୋପାଡି ଦେଇଥିଲେ । ଏବଂ କଟାମୁଣ୍ଡକୁ ନେଇ ଅନ୍ୟ ଜାଗାରେ ପୋତି ଦେଇଥିଲେ ।

ତେବେ ଗତ ୪ତାରିଖରେ ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ କରି ତଦନ୍ତ ଚଳାଇଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

from Kanak News
via <a href="https://ifttt.com/?

ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା : କାହିଁକି ଶରୀରରୁ ମୁଣ୍ଡକୁ ଅଲଗା କରିଥିଲେ ଅଭିଯୁକ୍ତ ? ହତ୍ୟା ଉପରୁ ରହସ୍ୟ ଉଠାଇବ ପୋଲିସ

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା । ମିଳିଲା ମୁଣ୍ଡ ବିହୀନ ମହିଳାଙ୍କ କଟାମୁଣ୍ଡ । ଘଟଣାରେ ୨ଜଣ ଅଭିଯୁକ୍ତ ଅଟକ ରଖିବା ପରେ ସେମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କରାଯାଇଥିଲା । ଏହା ପରେ ମିଳିଥିଲା କଟାମୁଣ୍ଡ । ସକାଳୁ ୨ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ କରିଥିଲା ପୋଲିସ । ମୃତଦେହ ମିଳିବା ସ୍ଥାନ ଠାରୁ ୨ କିଲୋମିଟର ଦ୍ୱରରେ ପୋତା ହୋଇଥିଲା କଟାମୁଣ୍ଡ । ମୃତ ମହିଳା ଜଣଙ୍କ ଭରତପୁର ବସ୍ତିରେ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତାଙ୍କ ନାଁ ପୁଷ୍ପଲତା ବୋଲି ଜଣାପଡ଼ିଛି । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା ।

ଘଟଣା ଉପରୁ ଧୀର ଧୀରେ ପରଦା ଉଠିବାରେ ଲାଗିଛି । ପ୍ରଥମେ ପରିଚୟ ମିଳିବା ପରେ ଅଭିଯୁକ୍ତ ଦୁଇଜଣ ଚିହ୍ନଟ ହୋଇଛନ୍ତି । ତେବେ ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟଜଣଙ୍କ ସହ ରହୁଥିଲେ । ଅଭିଯୁକ୍ତ ଓ ତାର ସହଯୋଗୀ ମହିଳାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି ।କାହିଁକି ମହିଳାଙ୍କୁ ହତ୍ୟା କଲେ ଅଭିଯୁକ୍ତ । ହତ୍ୟା କରିବା ପରେ ଶରୀରରୁ ମୁଣ୍ଡକୁ ଅଲଗା କରିବାର କାରଣ କ’ଣ ଥିଲା ? ହତ୍ୟା ଉପରୁ ରହସ୍ୟ ଉଠାଇବ ପୋଲିସ । ପ୍ରେସମିଟ୍ ସାଢେ ୨ଟାରେ ପ୍ରେସମିଟରେ ସବିଶେଷ ସୂଚନା ଦେବ ପୋଲିସ ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗ କୋଚବିହାର ରାଲିରେ ବିଜେପି ନେତା ଅମିତ୍ ଶାହାଙ୍କ ଅଜବ୍ ବୟାନ । ସ୍ଥିତି ଏମତି ହେଲାଣି ଯେ ନିର୍ବାଚନ ପୂର୍ବରୁ ଦିଦି କହିବେ ଜୟ ଶ୍ରୀରାମ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହା ଗୁରୁବାର ଦିନ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏନେଇ ରାଜବଂଶୀ ଗଡ ଭାବେ ପରିଚିତ ପଶ୍ଚିମବଙ୍ଗର କୋଚବିହାର ଠାରେ ଏକ ସଭାକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି କି ଏହି ପରିବର୍ତନ ଯାତ୍ରା ହେଉଛି ପଶ୍ଚିମବଙ୍ଗକୁ ସୁନାର ବାଙ୍ଗଲା ଭାବେ ନିର୍ମାଣ କରିବା ପାଇଁ ଉଦ୍ଧିଷ୍ଠ । ଏହା ସହ ଶ୍ରୀ ଶାହା ଦାବି କରିଛନ୍ତି କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ରୋକିବା ପରିବର୍ତ୍ତେ ସେମାନଙ୍କୁ ସ୍ଥାୟୀ ବାସିନ୍ଦା ଭାବେ ରହିବାର ସୁଯୋଗ ସୃଷ୍ଟି କରୁଛନ୍ତି ।

ହେଲେ ବିଜେପିର ଏହି ପରିବର୍ତ୍ତନ ଯାତ୍ରା ମାଧ୍ୟମରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଚେଷ୍ଟା କରୁଛି । ଏହାସହ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୨୦୦ ଆସନରେ ବିଜୟୀ ହେବ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି କି ମମତା ରାଜ୍ୟକୁ ବିନାଶ ଦିଗରେ ନେଇ ଯାଉଛନ୍ତି । ଏନେଇ ସେ ସଭାରେ ଉପସ୍ଥିତ ଲୋକମାନଙ୍କୁ ଅନୁରୋଧ କରିଥିଲେ କି ତୃଣମୂଳକୁ ୧୦ ବର୍ଷ ସୁଯୋଗ ଦେଲ , ହେଲେ ବିଜେପିକୁ ମାତ୍ର ୫ ବର୍ଷ ସୁଯୋଗ ଦିଅ । ଆମେ ଆପଣଙ୍କୁ ୫ ବର୍ଷରେ ଆପଣଙ୍କ ସୁନାର ବାଙ୍ଗଲ୍। ଫେରାଇଦେବୁ ଓ ରାଜ୍ୟରେ ବେକାର ଯୁବକ ଯୁବତୀ ମାନେ କିଭଳି କର୍ମ ନିଯୁକ୍ତି ପାଇ ପାରିବେ ତାହା ଉପରେ ବିଶେଷ ଫୋକସ କରିବୁ । ଏହାସହ ବିଜେପି ସରକାର ଆସିଲେ ରାଜ୍ୟରେ କୃଷକ ମାନଙ୍କ ଆୟ ଦ୍ୱିଗୁଣିତ କରାଯିବ । ଅନ୍ୟପଟେ ସେ ମମତା ବାନାର୍ଜୀଙ୍କ ଉପରେ ଆରୋପ ଲଗାଇ କହିଛନ୍ତି କି ମମତାଙ୍କ ଗୁଣ୍ଡାଙ୍କ ଉପରେ ଭରସା ନାହିଁ ହେଲେ ଟିଏମସିର ଦଙ୍ଗା ପ୍ରମୁଖଙ୍କୂୁ ବିଜେପିର ବୁଥ୍ ପ୍ରମୁଖ ଟକ୍କର ଦେବାକୁ ପୁରା ପ୍ରସ୍ତୁତ ଥିବା କଥା ସୂଚାଇ ଦେଇଛନ୍ତି ।

ଏହାସହ ବାରମ୍ବାର ଜୟ ଶ୍ରୀରାମ ନାରାକୁ ନେଇ ଉତ୍ତେଜିତ ହେଉଥିବା ମମତାଙ୍କୁ ଚିଡାଇବାକୁ ଯାଇ ଶ୍ରୀ ଶାହା କହିଛନ୍ତି କି ପଶ୍ଚିମବଙ୍ଗରେ ସ୍ଥିତି ଏଭଳି ହେବାକୁ ବସିଲାଣି କି ନିର୍ବାଚନ ପୂର୍ବରୁ ମମତା ଆମ ସାଙ୍ଗରେ ଜୟ ଶ୍ରୀରାମ ନାରା ପକାଇବାକୁ ବାଧ୍ୟ ହେବେ ।

from Kanak News
via <a href="https://ifttt.com/?

ଅନ୍ଧବିଶ୍ୱାସର ହେଲା ଅନ୍ତ । ଆଠମଲ୍ଲିକ ବେଲଦୁଳା ଗାଁରେ ପ୍ରଥମଥର ପାଇଁ ନିର୍ମାଣ ହେଲା କୋଠାଘର ।

କନକ ବ୍ୟୁରୋ: ଘ‌ରେ ଛାତ ପଡିଲେ ଠାକୁରାଣୀ ରାଗିବେ , ଗାଁରେ ଅନିଷ୍ଟ ହେବ । ଛାତଘର ଗାଁକୁ ବିପଦ ଏମିତି ଏକ ଅନ୍ଧବିଶ୍ୱାସରେ ଆବାହମାନ କାଳରୁ ବୁଡି ରହିଥିବା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ବେଲାଦୁଲା ଗାଁରେ ଆଜି ପ୍ରଥମଥର ଲାଗି ଛାତଘର ନିର୍ମାଣ ହୋଇଛି । ପ୍ରଶାସନ ସହ‌ଯୋଗରେ କୋଠାଘର ଛାତ ପକାଯାଇଛି ।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗ୍ରାମପଞ୍ଚାୟତର ବେଲାଦୁଲା ଗାଁରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଛାତ ଘର ନ ଥିଲା । ଘରେ ଛାତ ପକାଇଲେ ଗାଁକୁ ବିପଦ ବୋଲି ଶହଶହ ବର୍ଷ ଧରି ଏକ ଅନ୍ଧବିଶ୍ୱାସ ରହି ଆସିଛି । କନ୍ଧପଡ଼ା ନାଳ ଓ ମହାନଦୀର ମିଶ୍ରଣ ସ୍ଥଳରେ ଥିବା ମା ମାଉଳି ଠାକୁରାଣୀଙ୍କ ଭୟରେ ବେଲାଦୁଲାର ବଡ଼ସାହି, ସାନସାହି ଓ ସୁଦସାହିର ଲୋକମାନେ ଘରେ ଛାତ ପକାଉ ନ ଥିଲେ । ଏପରିକି କୌଣସି ସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, କୋଠାଘର, ଆବାସ ଗୃହର ମଧ୍ୟ ଛାତ ପଡି ପାରୁ ନ ଥିଲା। ଫଳରେ ସମସ୍ତ ସରକାରୀ ଯୋଜନାରୁ ଗ୍ରାମବାସୀ ବାଦ ପଡୁଥିଲେ । ଗ୍ରାମବାସୀଙ୍କ ମନରୁ ଏଭଳି ଅନ୍ଧବିଶ୍ୱାସ ହଟାଇବା ପାଇଁ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ବହୁବାର ଗାଁକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଶେଷରେ କନ୍ଧପଡ଼ା ପଞ୍ଚାୟତ ଅନୁଦାନ ଅର୍ଥରୁ ବେଲାଦୁଲା ଗାଁର ବଡ଼ସାହିରେ ଏକ କୋଠଘର ନିର୍ମାଣ ପାଇଁ ଗ୍ରାମବାସୀଙ୍କୁ ରାଜି କରାଇଥିଲେ। ୩ ଲକ୍ଷ ଟଙ୍କାରେ ଏହି ଘର ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଆଉ ଆଜି ଗାଁରେ ଗ୍ରାମବାସୀଙ୍କ ସହଯୋଗରେ ଛାତ ପକାଯାଇଛି ।

ବିଡିଓ ଆଚାର୍ଯ୍ୟ ଓ କନି‌ଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ଛାତପକା କାର୍ଯ୍ୟ ତଦାରଖ କରିଥିଲେ। ଗ୍ରାମ ଗୋଷ୍ଠୀ ସହାୟିକା ସୁନିତା ମେହେରଙ୍କ ନେତୃତ୍ୱରେ ଗାଁର ମହିଳାମାନେ ସିମେଣ୍ଟ କଂକ୍ରିଟ ମୁଣ୍ଡରେ ବୋହି ଛାତ ଉପରକୁ ନେଉଥିବା ଦେଖାଯାଇଥିଲା । ଏହି ବେଲାଦୁଲା ଗାଁର ୯୦ ବର୍ଷୀୟ ଧରଣୀ ମେହେର କହନ୍ତି ଯେ କେବଳ ଚାଳ କୁଡ଼ିଆକୁ ନେଇ ଏହି ଗାଁ ବସ୍ତି ବସିଥିଲା । ସେଦିନୁ ମା ମାଉଳିଙ୍କ ଭୟରେ କେହି ପକ୍କାଘର ନିର୍ମାଣ କରୁନଥିଲେ l ପ୍ରଶାସନ ପକ୍ଷରୁ ଗାଁରେ ଆଜି କୋଠାଘର ଛାତ ପଡୁଥିବାରୁ ଖୁସି ଲାଗୁଛି ବୋଲି ସେ କହିଛନ୍ତି। ଗାଁର ୮୫ ବର୍ଷ ବୟସ୍କ ଖଗେଶ୍ୱର ମେହେର କହିଛନ୍ତି, ଗାଁରେ ଯିଏ ଛାତ ଘର ନିର୍ମାଣ କରିବ, ତାର ମୃତ୍ୟୁ ହେବ ବୋଲି ଅନ୍ଧବିଶ୍ୱାସ ରହିଥିଲା। ଆଜି ଗାଁକୁ ଏହି ଅନ୍ଧବିଶ୍ୱାସରୁ ପ୍ରଶାସନ ମୁକ୍ତ କରିଛି । ଏଥି‌ରେ ଗାଁ ଲୋକେ ସହଯୋଗ କରିଥିଲାବେଳେ ଆଗକୁ ଏହି ଗାଁରେ ବିଭିନ୍ନ ସରକାରୀ ଯୋଜନାରେ ଛାତଘର ନିର୍ମାଣ କରିବାର ବାଟ ଫିଟିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started