ଖୋଲିବ କଟାମୁଣ୍ଡ କାହାଣୀ : ମିଳିଲା କଟାମୁଣ୍ଡ,କେଉଁଠି ଫୋପାଡିଥିଲେ ଅଭିଯୁକ୍ତ ? ସିନ୍ ରିକ୍ରିଏସନ୍ ବେଳେ କଟାମୁଣ୍ଡ ଦେଖାଇଲା ଅଭିଯୁକ୍ତ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଅନ୍ଧାରୁଆ-ଦାସପୁରରେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣା । ଘଟଣାରେ ୨ଜଣ ଅଭିଯୁକ୍ତ ଅଟକ ରଖିବା ପରେ ସେମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କରାଯାଇଥିଲା । ଏହା ପରେ ମିଳିଥିଲା କଟାମୁଣ୍ଡ । ସକାଳୁ ୨ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ କରିଥିଲା ପୋଲିସ । ମୃତଦେହ ମିଳିବା ସ୍ଥାନ ଠାରୁ ୨ କିଲୋମିଟର ଦ୍ୱରରେ ପୋତା ହୋଇଥିଲା କଟାମୁଣ୍ଡ । ମୃତ ମହିଳା ଜଣଙ୍କ ଭରତପୁର ବସ୍ତିରେ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତାଙ୍କ ନାଁ ପୁଷ୍ପଲତା ବୋଲି ଜଣାପଡ଼ିଛି ।

ଏବେ ସାଇଣ୍ଟିଫିକ୍ ଟିମ୍ କଟାମୁଣ୍ଡକୁ ଲ୍ୟାବକୁ ନେବ । ଜବତ ମୁଣ୍ଡ, ଗଣ୍ଡିର ଡିଏନ୍‌ଏ ପ୍ରୋଫାଇଲିଂ ହେବ । ପ୍ରକୃତରେ ମୁଣ୍ଡଟି ସମ୍ପୃକ୍ତ ମହିଳାଙ୍କର କି ନୁହେଁ ତାହା ଜଣାପଡ଼ିବ। ଜବତ ମୁଣ୍ଡକୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍ ପଠାଇଛି । ମହିଳାଙ୍କ କଟାମୁଣ୍ଡରେ ଲାଗିଥିବା ମାଟି ଓ ଘଟଣାସ୍ଥଳରେ ଥିବା ମାଟିକୁ ଲ୍ୟାବକୁ ନେଇ ପରୀକ୍ଷା କରାଯିବ । ପରବର୍ତ୍ତୀ ସମୟରେ କେଉଁ ଅସ୍ତ୍ରରେ ମହିଳାଙ୍କୁ ହତ୍ୟା କରାଯାଇଛି ସେ ବିଷୟରେ ପୋଲିସ ତଦନ୍ତ କରିପାରେ । କାହିଁକି ମହିଳାଙ୍କୁ ହତ୍ୟା କଲେ ? ହତ୍ୟା କରିବା ପରେ ମୁଣ୍ଡ କାଟ କରିବାର କାରଣ କ’ଣ ଥିଲା ସେ ନେଇ ପଚରାଉଚରା କରୁଛି ପୋଲିସ ।

from Kanak News
via <a href="https://ifttt.com/?

ଦିନର ସବୁଠୁ ଦୁଃଖଦାୟ ଖବର: ଟ୍ୟୁବୱେଲ ଗାତରେ ପଡ଼ି ଶିଶୁକନ୍ୟା ମୃତ, ସୋରରୁ ଆସିଲା ହୃଦୟ ବିଦାରକ ଘଟଣା ।

କନକ ବ୍ୟୁରୋ: ଦିନର ସବୁଠୁ ଦୁଃଖଦାୟ ଖବର । ଟ୍ୟୁବୱେଲ ପାଇଁ ଖୋଳାଯାଇଥିବା ଗାତରେ ପଡ଼ି ଶିଶୁ କନ୍ୟାର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଉଁଶ ଗଢିଆ ପଂଚାୟତ ଅଧିନ ଶାଳଗଢିଆ ଗାଁର ସନିଆ ନାୟକଙ୍କ ବର୍ଷକର ଶିଶୁ କନ୍ୟା ଏକ ଟ୍ୟୁବୱେଲ ଗାତରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ତେବେ ପିଲାଟି ତା ମାଆ ସାଙ୍ଗେ ମାଉସୀ ଘରକୁ ଯାଇଥିଲେ । ସେଠାରେ ତାଙ୍କ ମାଉସୀ ଘରେ ଖୋଳାଯାଇଥିବା ଏକ ଟ୍ୟୁବୱେଲ୍ ଗାତରେ ପଡ଼ିଯାଇଥିଲେ, ପରିବାର ଲୋକେ ସଙ୍ଗେ ସଙ୍ଗେ ଖଇରା ଡାକ୍ତରଖାନାକୁ ନେଇଯାଇଥିଲେ କିନ୍ତୁ ଡାକ୍ତର ସେଠାରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ।

from Kanak News
via <a href="https://ifttt.com/?

ଭରତପୁର ଜଙ୍ଗଲରୁ ମିଳିଲା ମହିଳାଙ୍କ କଟାମୁଣ୍ଡ : ମୃତ ମହିଳାଙ୍କ ନାଁ ପୁଷ୍ପଲତା, ଘର ଗଞ୍ଜାମରେ ସୂଚନା

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣା । ପୋଲିସକୁ ମିଳିଲା ବଡ ସଫଳତା । ଭରତପୁର ଜଙ୍ଗଲରୁ ମିଳିଲା ମହିଳାଙ୍କ କଟାମୁଣ୍ଡ । ରହସ୍ୟ ଉନ୍ମୋଚନ ପାଇଁ ୨ଅଭିଯୁକ୍ତକୁ ସ୍ପଟ ଉପରକୁ ନେଇଥିଲା ପୋଲିସ । ସିନ୍ ରି-କ୍ରିଏସନରେ କଟାମୁଣ୍ଡ ଅଭିଯୁକ୍ତ ଦେଖାଇଛନ୍ତି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ଯାଇ କଟାମୁଣ୍ଡ ଚିହ୍ନଟ କରିଛନ୍ତି । ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି । ମୃତ ମହିଳାଙ୍କ ନାଁ ହେଉଛି ପୁଷ୍ପଲତା , ଘର ଗଞ୍ଜାମରେ ବୋଲି ସୂଚନା ମିଳିଛି । ପୋଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି ଅଭିଯୁକ୍ତ ।

ସକାଳେ ୨ଜଣଙ୍କୁ ଅଟକ ରଖି ରଖି ପଚରା ଉଚରା କରିବା ପରେ ଘଟଣା ସ୍ଥଳକୁ ନେଇଛି ପୋଲିସ । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତିର ପୁଷ୍ପଲତା ବୋଲି ସୁଚନା ମିଳିଛି  । ପରିବାର ଲୋକ ତାଙ୍କୁ  ଚିହ୍ନଟ କରିଥିବା ସୁଚନା ଦେଇଛି ପୋଲିସ । ଏହି ଘଟଣାର ତଦନ୍ତ ଜାରି ରହିଥିବାରୁ ତେବେ ମହିଳା ଜଣଙ୍କ କେଉଁ ଅଂଚଳର ଏବଂ ତାଙ୍କ ପରିଚୟ ବିଷୟରେ ସବିଶେଷ ତଥ୍ୟ ଦେଇନି ପୋଲିସ । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ ।

ତେବେ ଅଭିଯୁକ୍ତ ମହିଳାଙ୍କୁ କାହିଁକି ହତ୍ୟା କଲେ ଓ କେଉଁ କାରଣରୁ ହତ୍ୟା କଲେ । ତା ଉପରୁ ପରଦା ଉଠିବ । ପୁରା ଘଟଣାର ଖୋଳତାଡ ଜାରି କରାଯାଇଛି । କଟାମୁଣ୍ଡ ମିଳିବା ସ୍ଥାନରୁ ମାଟି ମଧ୍ୟ ସଂଗ୍ରହ କରାଯାଇଛି । ପୂର୍ବରୁ ସେପଟେ ପୋଲିସ ପରକୀୟା ପ୍ରୀତି ନେଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିଲା । ଆଜି ଅଭିଯୁକ୍ତ ଚିହ୍ନଟ ହେବା ପରେ ଘଟଣା ଉପରୁ ପରଦା ଉଠିବ । ଏହି ଘଟଣା ଦୁଇ ଅଭିଯୁକ୍ତ ରହିଛନ୍ତି ନା ସେମାନଙ୍କ ସହିତ ଆଉ କେହି ସାମିଲ ଅଛନ୍ତି ସେ ବିଷୟରେ ଜଣାପଡିବ ।

from Kanak News
via <a href="https://ifttt.com/?

ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର : ଗତ ୪ ଦିନ ମଧ୍ୟରେ ସୁନା ଦରରେ ସର୍ବୋଚ୍ଚ ହ୍ରାସ

କନକ ବ୍ୟୁରୋ : ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ସୁନା ଓ ରୁପା ଦର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆଜି ସ୍ବର୍ଣ୍ଣ ଦର ପୁଣି ୦.୩୨ ପ୍ରତିଶତ କମ୍‌ ‌ହୋଇ ୧୦ ଗ୍ରାମ୍‌ ପିଛା ୪୭,୮୫୭ରେ ପହଞ୍ଚିଛି । ସେହିପରି ରୌପ୍ୟ ଦର କିଲୋ ପିଛା ୬୮ ହଜାର ୨୭୫ରେ ପହଞ୍ଚିଛି। ଗତ ୪ ଦିନ ମଧ୍ୟରେ ସୁନା ଦରରେ ଆଜି ସବୁଠାରୁ ଅଧିକ ହ୍ରାସ ଘଟିଛି ।

ବିଶ୍ବ ବଜାରରେ ସ୍ବର୍ଣ୍ଣ ଦର ୦.୨ ପ୍ରତିଶତ କମ୍‌ ହୋଇ ଡଲାର ପିଛା ୧,୮୩୮.୪୧ ଆଉନ୍ସରେ ପହଞ୍ଚିଛି । ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୌପ୍ୟ ଦର ୦.୪ ପ୍ରତିଶତ ହ୍ରାସ ପାଇ ୨୬.୮୯ ଡଲାର ଓ ପେଲେଡିୟମ୍‌ ଦର‌ ୦.୨ ପ୍ରତିଶତ ହ୍ରାସ ପାଇ ୨,୩୫୧.୨୪ ଡଲାରରେ ପହଞ୍ଚିଛି ।

ଉ‌ଲ୍ଲେଖ‌ଯୋଗ୍ୟ, କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକା ଆସିବାର ଖବର ପରେ ସାରା ବିଶ୍ୱରୁ ନିବେଶକମାନେ ସୁନା ବିକ୍ରି ଆରମ୍ଭ କରିଛନ୍ତି । ଏହି କାରଣରୁ ଘରୋଇ ବଜାରରେ ସୁନା ଦର ମଧ୍ୟ ହ୍ରାସ ପାଇଛି ।

from Kanak News
via <a href="https://ifttt.com/?

ଓଡିଶା ଓ ଆନ୍ଧ୍ର ସୀମାରେ କୋଟିଆ ଅଞ୍ଚଳକୁ ନେଇ ଲାଗିଥିବା ବିବାଦ ଉପରେ କାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଓଡିଶାର ଆବେଦନକୁ ଗ୍ରହଣ କରିଛନ୍ତି ଉଚ୍ଚନ୍ୟାୟାଳୟ

କନକ ବ୍ୟୁରୋ : ଓଡିଶା ଓ ଆନ୍ଧ୍ର ସୀମାରେ ଥିବା କୋଟିଆ ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ ବାରମ୍ବାର ସୀମା ଉଲଘଂନ କରାଯାଉଛି । ଏନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏହା ଉପରେ ଆସନ୍ତାକାଲି ଶୁଣାଣି ହୋଇପାରେ ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି । କହିରଖୁ କି ଓଡିଶା ସରକାର ଜରୁରୀ ଶୁଣାଣି ପାଇଁ କୋର୍ଟରେ ଆବେଦନ କରିଥିଲେ ।

ଦୀର୍ଘବର୍ଷ ହେବ କୋଟିଆ ଅଞ୍ଚଳକୁ ନେଇ ଓଡିଶା ଓ ଆନ୍ଧ୍ର ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆନ୍ଧ୍ରସରକାର ବାରମ୍ବାର କୋଟିଆ ଅଞ୍ଚଳରେ ପଶି ଲୋକଙ୍କୁ ରାସନ ସାମଗ୍ରୀ ସହ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବି ଦେଉଛନ୍ତି । ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଜୁଳି ପାଣି ପର୍ଯ୍ୟନ୍ତ ସବୁ ସେବାରେ ହସ୍ତକ୍ଷେପ କରୁଛି ଆନ୍ଧ୍ର । ଏନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ବି ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରିବାରେ ଲାଗିଛି । କିଛିଦିନ ପୂର୍ବରୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ନିର୍ବାଚନ କରାଯିବା ନେଇ ବି ପ୍ରସ୍ତୁତି ଶେଷ ହୋଇଥିଲା । କୋଟିଆ ଅଞ୍ଚଳର କିଛି ଲୋକ ଏହି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବି ନାମାଙ୍କନ ଦାଖଲ କରିସାରିଥିଲେ । ଏକଥା ପ୍ରଘଟ ହେବା ପରେ ରାଜ୍ୟ ସରକାର ତୁରନ୍ତ ଏହା ଉପରେ ହସ୍ତକ୍ଷେପ କରି ନିର୍ବାଚନରୁ ଉହୁରି ଆସିବାକୁ କୋଟିଆ ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଥିଲେ । ସେମାନେ ବି ନିର୍ବାଚନ ପାଇଁ ଦାଖଲ କରିଥିବା ପ୍ରାର୍ଥୀପତ୍ର ପତ୍ୟାହାର କରିନେଇଥିଲେ । ହେଲେ ଆନ୍ଧ୍ରର ବାରମ୍ବାର ଏଭଳି ଦାଦାଗିରି ବାବଦରେ ସୁପ୍ରିମ କୋର୍ଟରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରି ଏହି ମାମଲା ଉପରେ ଆସନ୍ତା କାଲି ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ସୁପ୍ରିମ କୋର୍ଟ ।

from Kanak News
via <a href="https://ifttt.com/?

ମହିଳାଙ୍କ ମୁଣ୍ଡକାଟ ଘଟଣା : କେଉଁଠି ପଡିଛି କଟାମୁଣ୍ଡ ? ଘଟଣାସ୍ଥଳରେ ଡେମୋ ଦେଖାଉଛନ୍ତି ଅଭିଯୁକ୍ତ

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା । ସିନ୍ ରିକ୍ରିସିଏନ କରୁଛନ୍ତି ଅଭିଯୁକ୍ତ । ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡ କାଟି ତାଙ୍କ ଶରୀରକୁ ଫୋପାଡି ଦେଇଥିଲେ । କିନ୍ତୁ ମହିଳାଙ୍କ କଟାମୁଣ୍ଡ ମିଳିପାରିନଥିଲା । ପୋଲିସ ଖୋଳତାଡ ଜାରି ରଖିଥିଲା । ଆଜି ମହିଳାଙ୍କ ପରିଚୟ ମିଳିଛି । ମହିଳାଙ୍କ ନାଁ ପୁଷ୍ପଲତା ବୋଲି କହିଛନ୍ତି ଅଭିଯୁକ୍ତ ।

ଆଜି ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା ପୋଲିସ । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତି ଅଂଚଳର ବୋଲି ସୁଚନା ମିଳିଛି । ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିବା ସୁଚନା ଦେଇଛି ପୋଲିସ । ଏହି ଘଟଣାର ତଦନ୍ତ ଜାରି ରହିଥିବାରୁ ତେବେ ମହିଳା ଜଣଙ୍କ କେଉଁ ଅଂଚଳର ଏବଂ ତାଙ୍କ ପରିଚୟ ବିଷୟରେ ସବିଶେଷ ତଥ୍ୟ ଦେଇନି ପୋଲିସ ।

ତେବେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ । ଏହା ସହ ମହିଳାଙ୍କ ପୋଷାକ ଆଧାରରେ ପ୍ରଥମେ ଓଡ଼ିଆରେ ପୋଷ୍ଟର ଓ ପରେ ହିନ୍ଦୀ ଭାଷାରେ ପୋଷ୍ଟର ଜାରି କରିଥିଲା ପୋଲିସ । ମୃତ ମହିଳଙ୍କ ପରିଚୟ ନେଇ ସୁଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ । ଗତକାଲି ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗହ କରିଥିଲା ପୋଲିସ । ଗତ ୪ତାରିଖରେ ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ ।

ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ ତଦନ୍ତ ଜାରି ରଖିଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

from Kanak News
via <a href="https://ifttt.com/?

ଚଳଚିତ୍ର ଅଭିନେତ୍ରୀ ସ୍ୱରା ଭାସ୍କର ରିହାନାଙ୍କୁ କହିଲେ ଟୁକଡେ ଟୁକଡେ ଗ୍ୟାଙ୍ଗର ଇଣ୍ଟର ନ୍ୟାସନାଲ ମେମ୍ବର । ଏମିତି ଯବାବ୍ ରଖିଲେ ରିହାନା ……

କନକ ବ୍ୟୁରୋ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପପ୍ ଷ୍ଟାର ରିହାନାଙ୍କ ଟ୍ୱିଟ୍ ପରେ ସେ ବେସ୍ ଚର୍ଚ୍ଚାରେ ରହିଛନ୍ତି । ଟ୍ୱିଟ୍ ମାଧ୍ୟମରେ ସେ ଭାରତୀୟଙ୍କୁ ତାଙ୍କପ୍ରତି ଆକର୍ଶିତ କରିବାକୁ ଚେଷ୍ଟା କରିଛନ୍ତି । କିଷାନ ଆନ୍ଦୋଳନକୁ ନେଇ ରିହାନାଙ୍କ ଏକ ଟ୍ୱିଟ ଉପରେ ବଲିଉଲ ଅଭିନେତ୍ରୀ ସ୍ୱରା ଭାସ୍କର ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ କି ସେ ରିହାନାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ଇଣ୍ଟରନ୍ୟାସନାଲ ମେମ୍ବର ବୋଲି କହିଛନ୍ତି । ରିହାନାଙ୍କୁ ନେଇ ସ୍ୱରାଙ୍କ ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି ଓ ଏହା ଉପରେ ୟୁଜର୍ସ ମାନେ ରି ଟ୍ୱିଟ୍ କରିବାରେ ଲାଗିଛନ୍ତି । ସ୍ୱରା ଭାସ୍କର ତାଙ୍କ ଟ୍ୱିଟ୍ ରେ ଏକ ଫଟୋ ବି ଅପଲୋଡ କରିଛନ୍ତି ।  ଯାହା କି ଏକ ଚା କପ୍ ଓ ତାହା ଉପରେ ୱାର୍କ, ୱାର୍କ ଓ ୱାର୍କ ବୋଲି ଲେଖାଯାଇଛି । କହିରଖୁ କି କୃଷକ ଆନ୍ଦୋଳନକୁ ନେଇ ରିହାନା ଏକ ଟ୍ୱିଟ୍ କରିଥିଲେ , ଯେଉଁଥିରେ ସେ ଲେଖିଥିଲେ କି ‘ଆମେ ସେମାନଙ୍କ ଉପରେ କାହିଁକି ଆଲୋଚନା କରୁନାହୁଁ’ ।

https://platform.twitter.com/widgets.js

ରିହାନାଙ୍କ ପରେ କୃଷକ ଆନ୍ଦୋଳନକୁ ନେଇ ମିଆ ଖଲିଫା, ଆମାଣ୍ଡା ସର୍ନୀ, ଓ ଗ୍ରେଟା ଥନବର୍ଗ ବି ଟ୍ୱିଟ୍ କରିଥଲେ । ଏମାନଙ୍କ ଟ୍ୱିଟ୍ କୁ ନେଇ କେନ୍ଦ୍ରସରକାରଙ୍କ ଠାରୁ ଆରମ୍ଭ କରି କିଛି ନେତା ଓ ଅଭିନେତା ବି ଟ୍ୱିଟରରେ ଜବାବ୍ ରଖିଥିଲେ । ଏଭଳି ସ୍ଥଳେ ସ୍ୱରା ଭାସ୍କରଙ୍କ କଥା ଯଦି କୁହାଯିବ ସେ ହେଉଛନ୍ତି ବଲିଉଡର ଜଣେ କଳାକାର ଓ ଏହାସହ ତାଙ୍କର ଏକ ସ୍ୱତନ୍ତ୍ର ବିଚାରଧାରାକୁ ନେଇ ସେ ଭାରତରେ ବେସ୍ ପରିଚିତ । ସେ ସବୁବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ରଖିବା ସହ ବିଭିନ୍ନ ଆନ୍ଦୋଳନ ସ୍ଥଳରେ ପହଂଚି ସରକାରଙ୍କୁ ଟାର୍ଗେଟ୍ କରିଥା’ନ୍ତି । ହେଲେ ତାଙ୍କର ମତକୁ ନେଇ ସେ ଅନେକ ସମୟରେ ଟ୍ରୋଲରେ ଶିକାର ହୋଇଛନ୍ତି । ମାତ୍ର ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଥିବା ଲୋକଙ୍କ ସବୁବେଳେ ସେ କଡା ଜବାବ୍ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଆନ୍ଧ୍ରରେ ପଢୁଛନ୍ତି ଓଡିଶା ପିଲା, ଗଞ୍ଜାମ ପାତ୍ରପୁର ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲରେ ଲେଖାଇଲେଣି ନାଁ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

କନକ ବ୍ୟୁରୋ: ଖବର ବାଜିଲା ପରେ ତଦନ୍ତ ଆରମ୍ଭ । ଆନ୍ଧ୍ର ସ୍କୁଲରେ ଓଡ଼ିଶାର ଛାତ୍ରଛାତ୍ରୀ ପଢୁଥିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ସିମାନ୍ତ ଅଂଚଳରେ ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଆନ୍ଧ୍ର ସ୍କୁଲରେ ପଢୁଥିବା ଘଟଣା ସାମ୍ନାକୁ ଆସିଥିଲା । ଇଛାପୁର ମଣ୍ଡଳରେ ଥିବା ଆନ୍ଧ୍ର ସ୍କୁଲର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୩୭ କିନ୍ତୁ ଏହି ସ୍କୁଲରେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କାରଣ ହେଉଛି ଏହି ସ୍କୁଲରେ ପଢିବା ପାଇଁ ମିଳୁଛି ମୌଳିକ ସୁବିଧା । ଯାହ ଫଳରେ ଏଠାରେ ଅଧିକ ଓଡ଼ିଶାର ପିଲା ପାଠ ପଢୁଛନ୍ତି । ଗଞ୍ଜାମ ଜିଲ୍ଲାକୁ ଲାଗିଛି ଆନ୍ଦ୍ରର ଇଛାପୁର ମଣ୍ଡଳ । ଏହି ମଣ୍ଡଳର ସିମାନ୍ତରେଥିବା ଅନେକ ସ୍କୁଲରେ ଆନ୍ଦ୍ର ଅପେକ୍ଷା ଓଡ଼ିଶାର ଛାତ୍ର ଛାତ୍ର ପାଠପଢୁଥିବା ଦେଖିବାକୁ ମିଳୁଛି ।

ତେବେ ଏହି ମଣ୍ଡଳରେ କୋଟା, ଶାସନମ ଗ୍ରାମରେ ରହିଛି ଜିଲ୍ଲା ପରିଷଦ ହାଇସ୍କୁଲ । ଏହି ସ୍କୁଲରେ ୪୩୭ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କାରଣ ହେଉଛି ଏହି ସବୁ ସ୍କୁଲରେ ପିଲାଙ୍କ ପାଇଁ ପାଠ ପଢିବାକୁ ରହିଛି ଅନେକ ସୁବିଧା । ପିଲାଙ୍କୁ ପଢିବା ପାଇଁ ଜୋତାଠାରୁ ଆରମ୍ଭ କରି ବହି ମାଗଣାରେ ମିଳୁଛି । ଯେଉଁମାନେ ତେଲୁଗୁ ପାଠ ପଢୁଛନ୍ତି ସେହିମାନଙ୍କୁ ଭଲ ପଢିବା ପାଇଁ ସୁବିଧା ମିଳୁଛି ।ଯାହା ଫଳରେ ଓଡ଼ିଶା ପିଲାଙ୍କ ସଂଖ୍ୟା ସ୍କୁଲରେ ଅଧିକା ରହିଛି ।

from Kanak News
via <a href="https://ifttt.com/?

ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ । ଫେବୃଆରୀ ୧୭ ତାରିଖକୁ ବୈଠକ ଡାକିଲେ ବାଚସ୍ପତି । କୋଭିଡ୍ କଟକଣାକୁ ଗୁରୁତ୍ୱ

କନକ ବ୍ୟୁରୋ: ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ଫେବୃଆରୀ ୧୭ ତାରିଖରେ ବୈଠକ ବସିବା ନେଇ ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ବୈଠକ ଫେବୃଆରୀ ୧୭ ତାରିଖ ୧୧.୩୦ ମିନିଟ୍ ରେ ବସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବାଚସ୍ପତି । ହେଲେ ବୈଠକରେ ଉପସ୍ଥିତ ହେବାକୁ ଥିବା ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର କୋଭିଡ ଟେଷ୍ଟ କରାଯିବ । ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ମଧ୍ୟରେ ବିଧାୟକ ଓ ମନ୍ତ୍ରୀଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଏହାସହ ବିଧାନସଭା ପରିସରରେ ସମସ୍ତ କୋଭିଡ୍ କଟକଣା ପାଳନ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଏହି ବୈଠକ ଅନୁଷ୍ଠିତ ହେବ ।

from Kanak News
via <a href="https://ifttt.com/?

ମନ୍ତ୍ରୀଙ୍କୁ ଘେରିଲେ ଚାଷୀ : ଟୋକନ ଥାଇ ଟାର୍ଗେଟ ନଥିବାରୁ ଧାନ ବିକ୍ରି କରିପାରିନଥିବା ଅଭିଯୋଗ

କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ଘେରିଲେ ଚାଷୀ । ଧାନ ସଂଗ୍ରହରେ ଅଚଳାବସ୍ଥା ନେଇ ସୁନ୍ଦରଗଡ଼ର ଶତାଧିକ ଚାଷୀ ଆଜି ସର୍କିଟହାଉସ ଆଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରାଉ କରିଛନ୍ତି । ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ମନ୍ତ୍ରୀ ସର୍କିଟହାଉସରେ ରାତ୍ରିଯାପନ କରିଥିଲେ। ଆଜି ସକାଳୁ ଶତାଧିକ ଚାଷୀ ଧାନ ଉଠାଣ ଦାବିରେ ଯାଇ ନାରାବାଜି କରି ସର୍କିଟ ହାଉସ ରାସ୍ତାକୁ ଅବରୋଧ କରିଛନ୍ତି। ମନ୍ତ୍ରୀ ଭିତରେ ରହିଯାଇଥିଲେ ।

ସର୍କିଟ ହାଉସରେ ଘଣ୍ଟାଏ ଅଟକି ରହିଲେ ମନ୍ତ୍ରୀ। ଏସପି ସାଗରିକା ନାଥ, ଉପଜିଲ୍ଲାପାଳ, ତହସିଲଦାର ଆସି ଵହୁ ଵୁଝାଶୁଝା ପରେ ବି ଚାଷୀ ନ ହଟିବାରୁ ପୁଲିସ ଜୋର୍ କରି ସେମାନଙ୍କୁ ହଟାଇଥିଲା । ଏହି ସମୟରେ କିଛି ଚାଷୀ ମନ୍ତ୍ରୀଙ୍କ ଗାଡ଼ି ଆଗରେ ଶୋଇଯାଇଥିଲେ । ପୁଲିସ ସେମାନଙ୍କୁ ଟେକି ହଟାଇବା ପରେ ମନ୍ତ୍ରୀ  ଶ୍ରୀ ଜେନା ସର୍କିଟହାଉସରୁ ବାହାରି ବିକାଶଭବନକୁ ଯାଇ ସମୀକ୍ଷା ଵୈଠକରେ ଯୋଗ ଦେଇଥିଲେ। ତେଵେ ମନ୍ତ୍ରୀ ଧାନ ସଂଗ୍ରହ ଟାର୍ଗେଟ ବଢ଼ାଇ ସମସ୍ତ ଚାଷୀଙ୍କ ଧାନ କିଣାଯିବ ଵୋଲି କହିଛନ୍ତି। ଚାଷୀଙ୍କ ଘେରାଉକୁ ନେଇ ସର୍କିଟହାଉସରେ ଵେଶ କିଛି ସମୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Video Player

from Kanak News
via <a href="https://ifttt.com/?

Design a site like this with WordPress.com
Get started