ରାଜ୍ୟସଭାରେ ଚୀନ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । କହିଲେ, ଚୀନ ସେନାକୁ ଫିଙ୍ଗର-୮ ପର୍ଯ୍ୟନ୍ତ ଫେରିବାକୁ ହେବ

କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ବି ଲାଗି ରହିଛି । ଭାରତର କିଛି ଅଞ୍ଚଳକୁ ଦଖଲ କରିବାକୁ ଚୀନ ପକ୍ଷରୁ ବାରମ୍ବାର ପ୍ରୟାସ ଜାରି ରହିଛି । ଏହାକୁ ନେଇ ଆଜି ରାଜ୍ୟସଭାରେ ଚୀନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ପୂର୍ବ ଲଦାଖରେ ଭାରତୀୟ ସେନା ଚୀନ ସେନାକୁ କଡା ଜବାବ୍ ଦେଉଛି । ହେଲେ ଚୀନ ଏଲଏସିରେ ଏବେ ବି ପ୍ରଚୁର ପରିମାଣର ଗୋଳାବାରୁଦ ଠୁଳ କରୁଛି । ତେବେ ଚୀନ ସହିତ ବାରମ୍ବାର ହେଉଥିବା ଆଲୋଚନା ଏବେ ସଫଳ ହେବାକୁ ଯାଉଛି ।
ପୂର୍ବ ଲଦାଖର ସ୍ଥିତିକୁ ନେଇ ବିରୋଧୀଦଳ ମାନେ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି । ବୁଧବାର ଦିନ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏହି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଶ୍ରୀ ଚୌଧୁରୀଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ରୀୟ ନେତା ବି,କେ ସିଂ କହିଥିଲେ କି ଏଭଳି ଗମ୍ଭୀର ପ୍ରସଙ୍ଗରେ ବିରୋଧୀ ଦଳ ବୁଝି ବିଚାରି ପ୍ରଶ୍ନ କରିବାର ଆବଶ୍ୟକତା ରହିଛି ।

ରାଜନାଥ ସିଂଙ୍କ ସୂଚନା ମୁତାବକ ପୈଙ୍ଗାଙ୍ଗ୍ ହ୍ରଦ ନିକଟରୁ ଚୀନ ସେନା ପ୍ରତ୍ୟାହାର କରିବା ନେଇ ବୁଝାମଣା ହୋଇଛି । ଭାରତ ତା’ର ବେସ୍ ଫିଙ୍ଗର ଠାରୁ ୩ ଓ ଚୀନ ତା’ର ବେସ୍ ଫିଙ୍ଗର ଠାରୁ ୮ ପାଦ ପଛକୁ ଫେରିବ ବୋଲି ହୋଇଥିବା ବୁଝାମଣାରେ ଉଲ୍ଲେଖ ରହିଛି । ଏହାସହ ଚୀନ ଭାରତ ସୀମାରେ କରୁଥିବା ସମସ୍ତ ନିର୍ମାଣ ବନ୍ଦ କରିବା ସହ ପୂର୍ବରୁ ସେମାନଙ୍କ ସେନା ଯେଉଁ ସୀମାରେଖା ନିକଟରେ ଥିଲେ ସେଠାକୁ ଫେରିଯିବା ନେଇ କଥାବାର୍ତ୍ତା ହୋଇଛି । ଏହାସହ ଗତକାଲି ଠାରୁ ଚୀନ ତା’ର ସେନାକୁ ପଛକୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଥିବା କଥା ପ୍ରତିରକ୍ଷାମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ଦାବି : ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ଓ ଉପନିୟମକୁ ପ୍ରତ୍ୟାହାର ପାଇଁ ଖୋର୍ଧା ଜିଲ୍ଲାପାଳ ଜାତୀୟ କୀର୍ତିରାଜି କର୍ତୃପକ୍ଷ, ଏନଏମଏ ଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି, ଏହି ଶୈବପୀଠ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ହୋଇ ରହିଛି ।

ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଲିଙ୍ଗରାଜ ଆସୁଛନ୍ତି । ପ୍ରତ୍ୟେକ ସୋମବାର, ଛୁଟିଦିନ ଓ ସପ୍ତାହନ୍ତରେ ଭକ୍ତ ସଂଖ୍ୟା ଲକ୍ଷେ ଟପୁଛି । ଏହାଛଡା ଏହି ବିଶ୍ୱପ୍ରସିଦ୍ଧ ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ବି ଅନେକ ପଦ କ୍ଷେପ ନେଇଛନ୍ତି । ତେଣୁ ଭଗବାନ, ସେବାୟତ ଓ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ।

ସେପଟେ, ବାଇ-ଲ ପ୍ରସଙ୍ଗରେ ଲିଙ୍ଗରାଜ ମନ୍ଦିରର ସେବାୟତ ନିଯୋଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ପୁରୁଣା ଭଜନ ମଣ୍ଡପରେ ଏକାଠି ହେବେ ସେବାୟତ । ବ୍ରାହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିରରୁ ବାଇ-ଲ ପ୍ରତ୍ୟାହୃତ କରିବା ପାଇଁ ଦାବି କରିଛନ୍ତି ମନ୍ଦିରର ସେବାୟତ ।

from Kanak News
via <a href="https://ifttt.com/?

ମହିଳାଙ୍କ କଟାମୁଣ୍ଡ ଘଟଣା: ୨ ଜଣଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଥିବା ସୂଚନା । 

କନକ ବ୍ୟୁରୋ: ମୁଣ୍ଡବିହୀନ ମହିଳାଙ୍କ ମର୍ଡର ଘଟଣାରୁ ଉଠିବ ପରଦା । ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । କାହିଁକି ଏବଂ କିଭଳି ମହିଳାଙ୍କୁ ମର୍ଡର କରାଯାଇଛି ସେନେଇ ସସପେନ୍ସ ଜାରି ରହିଥିବାବେଳେ ଆଜି ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ବୋଲି ସୂଚନା ମିଳିଛି । ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ରହୁଥିଲେ । ସେହି ବ୍ୟକ୍ତି ଓ ତାଙ୍କ ସହଯୋଗୀ କରିଛନ୍ତି ହତ୍ୟା । ଅଭିଯୁକ୍ତ ଘର ଗଞ୍ଜାମରେ , ରାଜଧାନୀର ଏକ ବସ୍ତିରେ ରହୁଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ।
ତେବେ ଆଜି ସକାଳୁ ମୁଣ୍ଡବିହୀନ ମହିଳାଙ୍କ ପରିଚୟ ମିଳିଥିଲା । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତି ଅଂଚଳର ବୋଲି ସୁଚନା । ପରିବାର ଲୋକ ତାଙ୍କୁ  ଚିହ୍ନଟ କରିଥିବା ମଧ୍ୟ ସୂଚନା । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ । ଏହା ସହ ମହିଳାଙ୍କ ପୋଷାକ ଆଧାରରେ ପ୍ରଥମେ ଓଡ଼ିଆରେ ପୋଷ୍ଟର ଓ ପରେ ହିନ୍ଦୀ ଭାଷାରେ ପୋଷ୍ଟର ଜାରି କରିଥିଲା ପୋଲିସ ।
ମୃତ ମହିଳଙ୍କ ପରିଚୟ ନେଇ ସୁଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ । ଗତକାଲି ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗହ କରିଥିଲା ପୋଲିସ । ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ  । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।  ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ ତଦନ୍ତ ଜାରି ରଖିଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

from Kanak News
via <a href="https://ifttt.com/?

ଏଲଏସି ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ : କହିଲେ, ସୀମାରେ ମଜଭୁତ ସ୍ଥିତିରେ ସେନା, ଚୀନ ସହ ଚାଲିଛି କଥାବାର୍ତା; ଛଡାଯିବନି ଏକ ଇଂଚର ଜମି

କନକ ବ୍ୟୁରୋ : ଏଲଏସି ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବଡ ବୟାନ ରଖିଛନ୍ତି । ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି । ପୋଙ୍ଗଙ୍ଗର ଉତ୍ତର-ପଶ୍ଚିମ ପ୍ରାନ୍ତରୁ ସୈନ୍ୟ ପ୍ରତ୍ୟାହାର ହେଉଛି । ଚୁକ୍ତି ଅନୁସାରେ ୪୮ଘଣ୍ଟା ଭିତରେ ସୈନ୍ୟ ପ୍ରତ୍ୟାହାର ହେବ । ଆଲୋଚନା ବେଳେ ଚୀନକୁ କଡା ବାର୍ତ୍ତା ଦିଆଯାଇଛି । ସେପ୍ଟେମ୍ବର ମାସରୁ ଆଲୋଚନା ଜାରି ରହିଛି । ଏଲଏସିରେ ଚୀନ ଅନୁପ୍ରବେଶ ଉଦ୍ୟମ କରିଛି । ଏଲଏସିରେ ଆମର ସ୍ଥିତି ସୁଦୃଢ ଅଛି । ଏକ ଇଞ୍ଚ ଜମି ବି କାହାକୁ ଦେବୁନୁ ।

ସେ ଆହୁରି ମଧ୍ୟ କହିଛନ୍ତି, ନିୟନ୍ତ୍ରଣ ରେଖାରେ ଆମେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ବଜାୟ ରଖିବାକୁ ପ୍ରତିବଦ୍ଧ। ଦ୍ୱିପାକ୍ଷିକ ସୁସମ୍ପର୍କ ଉପରେ ଭାରତ ସର୍ବଦା ଗୁରୁତ୍ୱାରୋପ କରି ଆସିଛି । ଦେଶର ସାର୍ବଭୌମତ୍ୱର ସୁରକ୍ଷା ନିମନ୍ତେ ଯେ କୌଣସି ଆହ୍ଵାନର ମୁକାବିଲା ଲାଗି ପ୍ରସ୍ତୁତ ବୋଲି ଭାରତୀୟ ସେନା ପ୍ରତିପାଦିତ କରିଥିବା କଥା ମଧ୍ୟ ସେ ଆଜି ରାଜ୍ୟସଭାରେ କହିଛନ୍ତି।ଏହାଛଡ଼ା, ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅନେକ ‘ଫ୍ରାକ୍ସନ୍‌ ଏରିଆ’ ନିର୍ମାଣ କରାଯାଇଥିବା କଥା ମଧ୍ୟ ସେ ସାସଂଦମାନଙ୍କୁ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଟ୍ୱିଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲେ ଭାରତ ସରକାର । ଆଦେଶ ଅବମାନନା କଲେ ଗିରଫ୍ ହୋଇପାରନ୍ତି ଟ୍ୱିଟରର ଉଚ୍ଚପଦସ୍ଥ ଅଧିକାରୀ !

କନକ ବ୍ୟୁରୋ : ଭାରତ ସରକାର ଓ ଟ୍ୱିଟର ମଧ୍ୟରେ କ୍ରମାଗତ ଭାବେ ବିବାଦ ବଢିବାରେ ଲାଗିଛି । ଅନ୍ୟ ଦେଶ ତୁଳନାରେ ଭାରତ ସହ ଟ୍ୱିଟର ପାତର ଅନ୍ତର କରୁଥିବା ଭାରତ ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । କହିରଖୁ କି ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ହିଂସା ପରେ ଭାରତ ସରକାର କେତକ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଟ୍ୱିଟରକୁ ଅନୁରୋଧ କରିଥିଲେ । ସରକାର ଯୁକ୍ତି ରଖିଥିଲେ କି ଏ ସବୁ ଆକାଉଣ୍ଟ ମାଧ୍ୟମରେ ହିଂସା ଉଦ୍ରେକକାରୀ ଟ୍ୱିଟ୍ କରାଯାଇ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଶକ୍ତି । ଏହା ସହ କିଛି ଆପତ୍ତି ଜନକ କଣ୍ଟେଟ୍ ଅପଲୋଡ କରାଯାଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି । ଭାରତ ସରକାରଙ୍କ ଏଭଳି ଅନୁରୋଧକୁ ରକ୍ଷା କରି ଟ୍ୱିଟର ପକ୍ଷରୁ ୨୫୭ ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ରଖା ଯାଇଛି । ହେଲେ ସରକାର ଦେଇଥିବା ଆହୁରି ଅନେକ ଆକାଣ୍ଟ ଏବେ ବି ଚାଲୁ ରହିଛି । ଏସବୁକୁ ବନ୍ଦ କରିବାକୁ ସରକାର ଏକ ଚିଠା ଦେଇଥିଲେ ବି ଏହାକୁ ବନ୍ଦ କରିବାକୁ ଟ୍ୱିଟର ଅମଙ୍ଗ ହୋଇଛି । କାରଣ ବାବଦରେ କହିଛି କି ଏଭଳି ଆକାଉଣ୍ଟ ବନ୍ଦ କରିବାର ଅର୍ଥ ଲୋକଙ୍କ ବାକ୍ ସ୍ୱାଧିନତା ଉପରେ ହସ୍ତକ୍ଷେପ କରିବା ।

କହିରଖୁ କି ଆମେରିକାର କ୍ୟାପିଟୋଲ ହିଲ୍ ହିଂସା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସହ ଅନ୍ୟ କିଛି ଲୋକଙ୍କ ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା ଟ୍ୱିଟର । ହେଲେ ଦିଲ୍ଲୀ ହିଂସାରେ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧ ଉପରେ ଟ୍ୱିଟର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଭାରତ ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହା ସହ ଯଦି ଟ୍ୱିଟର ଭାରତ ସରକାରଙ୍କ ଅନୁରୋଧକୁ ଅଗ୍ରାହ୍ୟ କରେ ତେବେ ଡିଜିଟାଲ ପ୍ଲାଟ୍ଫର୍ମ ଆଇନ ଅନୁଯାୟୀ ଟ୍ୱିଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କିଛି ଉଚ୍ଚପଦସ୍ଥ ଅଧିକାରୀ ଗିରଫ୍ ହୋଇପାରନ୍ତି ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ଭିତରକନିକାର ଆସିଲା ଭଲ ଖବର : ପ୍ରଥମ ଥର ପାଇଁ ଏକକାଳୀନ ଦେଖିବାକୁ ମିଳିଲା ୩ ଶହ ଡଲଫିନ

କନକ ବ୍ୟୁରୋ : ଭିତରକନିକାରେ ଦେଖିବାକୁ ମିଳିଛି ୫ପ୍ରକାରର ଡ଼ଲଫିନ୍ । ଭିତରକନିକା ଓ ରାଜନଗର ଅଂଚଳରେ ପ୍ରବାହିତ ନଦୀ ଓ ବଙ୍ଗୋପସାଗରରେ ଏହି ୫ ପ୍ରଜାତିର ଡ଼ଲଫିନ୍କୁ ଦେଖିବାକୁ ମିଳିଛି । ପୂର୍ବରୁ ଦେଢଶହରୁ ୨ଶହ ଡ଼ଲଫିନ୍ ଦେଖିବାକୁ ମିଳୁଥିବା ବେଳେ ଏଥରକ ୩ଶହ ଡ଼ଲଫିନ୍ ଦେଖିବାକୁ ମିଳିଛି ।

ପ୍ରତିବର୍ଷ ଏହି ଡ଼ଲଫିନ ମାନଙ୍କ ଜଳକ୍ରିଡ଼ା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ଡ଼ଲଫିନ୍ ଗଣନା ପାଇଁ ତାରିଖ ସ୍ଥିର କରାଯାଇଥିଲା । ମାତ୍ର ପାଗ ଖରାପ ଯୋଗୁଁ ଏହାକୁ ବାତିଲ କରାଯାଇ ଫେବୃଆରୀ ୫ ଓ ଫେବୃଆରୀ ୧୨ ତାରିଖରେ ଡ଼ଲଫିନ ଗଣନା ପାଇଁ ସ୍ଥିର କରାଯାଇଛି । ଫେବୃଆରୀ ୫ ତାରିଖରେ ହବାଳିଖଟି ନିକଟରେ ଏକକାଳିନ ୩ଶହ ଡ଼ଲଫିନ୍ ଚିହ୍ନଟ କରାଯାଇଛି ।

from Kanak News
via <a href="https://ifttt.com/?

ଅନୁଗୁଳର ବନ୍ତଳା ଥାନା ଖାଲିଗାଁରେ ଭୟଙ୍କର ନିଆଁ : ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ; ଗାଇଗୋରୁ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ପ୍ରକୋପରେ ଜଳିଗଲା ଘରଦ୍ୱାରା । ସର୍ବସାନ୍ତ ହୋଇଗଲେ ଗୋଟିଏ ପରିବାର । ଲକ୍ଷାଧିକ ଟଙ୍କାର ସମ୍ପତି ସମେତ ଗୋପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବିଳମ୍ବିତ ରାତିରେ ପରିବାରର ସମସ୍ତେ ଶୋଇଥିବା ବେଳେ ଘଟିଥିଲା ଅଗ୍ନିକାଣ୍ଡ । କିପରି ଏହି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ହେଲେ ସେତେବେଳେକୁ ନିଆଁର ପ୍ରକୋପରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।

from Kanak News
via <a href="https://ifttt.com/?

ଟ୍ରାକ୍ଟର ରାଲି ପରେ ଆଗାମୀ ୧୮ ତାରିଖରେ ୪ ଘଣ୍ଟିଆ ରେଳରୋକ୍ କରିବେ ଆନ୍ଦୋଳନରତ କୃଷକ । ୧୨ ତାରିଖରୁ ରାଜସ୍ଥାନର ସମସ୍ତ ଟୋଲଗେଟ୍ ଜାମ୍ କରିବେ ଚାଷୀ

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ନେବାରେ ଲାଗିଛି । ଜାନୁଆରୀ ୨୬ ତାରିଖରେ କୃଷକ ମାନେ ଟ୍ରାକ୍ଟର ରାଲି କରିଥିଲେ । ହେଲେ କିଛି ସୁଫଳ ନ ମିଳିବାରୁ ଚଳିତ ମାସ ୧୮ ତାରିଖରେ ସାରା ଦେଶରେ ୪ ଘଂଟା ପାଇଁ ରେଳରୋକ୍ କରିବାକୁ ପ୍ରସ୍ତୁତି ହେଉଛନ୍ତି ଚାଷୀ ସଂଗଠନ ମାନେ । ଏହା ସହ ୧୨ ତାରିଖ(ଆସନ୍ତା କାଲି) ଠାରୁ ରାଜସ୍ଥାନର ସମସ୍ତ ଟୋଲଗେଟ୍ ଆଗରେ କୃଷକ ମାନେ ଆନ୍ଦୋଳନ କରିବେ ଓ ଟୋଲ ଫି ଆଦାୟ କରିବାକୁ ଦେବେ ନାହିଁ ବୋଲି କୃଷକ ସଂଗଠନ ମାନଙ୍କ ପକ୍ଷରୁ କୁହାଯାଇଛି । ସୂଚନା ମୂୁତାବକ ୧୮ ତାରିଖ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ କୃଷକ ମାନେ ସାରା ଦେଶର ରେଳ ଧାରଣା ଉପରେ ବସି ରହି ରେଳ ଚଳା ଚଳ ବନ୍ଦ କରିବେ । କହିରଖୁ କି ଗତ ୬ ତାରିଖ ଦିନ ବି ନୂତନ କୃଷିବିଲ୍ ପ୍ରତ୍ୟାହାର ଦାବିରେ ସାରା ଦେଶରେ କୃଷକ ମାନେ ୩ ଘଂଟିଆ ଚକାଜାମ୍ ଆନ୍ଦୋଳନ କରିଥିଲେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ପ୍ରତ୍ୟାହାର ଓ ଏମଏସପିକୁ ଆଇନର ମାନ୍ୟତା ଦେବା ଦାବିରେ ୭୭ ଦିନ ଧରି କୃଷକ ମାନେ ଦେଶର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । କୃଷକ ମାନେ ଅଭିଯୋଗ ଆଣିଛନ୍ତି କି ନୂତନ କୃଷି ଆଇନ ଲାଗୁ ହେବା ପରେ ଏମଏସପି ଓ ମଣ୍ଡି ବ୍ୟବସ୍ଥା ଦୁର୍ବଳ ହୋଇଯିବ । ଯାହାର ଫାଇଦା କର୍ପୋରେଟ୍ ହାଉସ ମାନେ ଉଠାଇବେ । ଏହି ଆନ୍ଦୋଳନ ପରେ ଯଦି ସରକାର କୃଷକ ମାନଙ୍କ ଦାବି ଉପରେ କିଛି ନିଷ୍ପତ୍ତି ନ ନିଅନ୍ତି ତାହେଲେ କୃଷକ ମାନେ ଦେଶର ସବୁ ପଂଚାୟତରେ ସମାବେଶ କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରଥମେ ଉତ୍ତରପ୍ରଦେଶ, ହରିଆଣା, ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟ ମାନଙ୍କରେ ପଂଚାୟତ ସ୍ତରୀୟ ସମାବେଶ କରାଯିବ ।

from Kanak News
via <a href="https://ifttt.com/?

ରାଜ୍ୟରେ ମେଟ୍ରୋ ସ୍ୱପ୍ନ ଚୂରମାର : ରାଜ୍ୟସଭାରେ ମନ୍ତ୍ରୀ କହିଲେ, ଓଡିଶା ଦେଇନାହିଁ ପ୍ରସ୍ତାବ

କନକ ବ୍ୟୁରୋ : ମେଟ୍ରୋ ରେଳ ନେଟୱର୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ ବୋଲି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଂଚଳ ମନ୍ତ୍ରୀ ହରଦିପ୍ ସିଂ ପୁରୀ କହିଛନ୍ତି । ଓଡ଼ିଶାରେ ମେଟ୍ରୋ ରେଳ ନେଟୱର୍କ ପାଇଁ କୌଣସି ଯୋଜନା ଅଛି କି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ସାଂସଦ ଅଶ୍ୱିନୀ ବୈଷ୍ଣବ । ତେବେ ତାଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ହରଦିପ୍ ସିଂ ପୁରୀ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜ୍ୟ ସରକାର ପ୍ରସ୍ତାବ ରଖିଲେ କେନ୍ଦ୍ର ସରକାର ସହରାଂଚଳରେ ମେଟ୍ରୋ ରେଳ ଯୋଜନା ପାଇଁ ଆର୍ଥିକ ସହାୟତା ଯୋଗାଇଥାଆନ୍ତି । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଯାଏଁ ମେଟ୍ରୋ ରେଳ ବିକାଶ ପାଇଁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ହରଦିପ୍ ସିଂ ପୁରୀ କହିଛନ୍ତି ।

ଜାଣନ୍ତୁ କେତେ ଦୂର ଆଗେଇଛି କାମ ?

– ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର
– ଭୁବନେଶ୍ୱରରୁ କଟକକୁ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତାବ
– ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୃତି ଦେଇଥିଲା ବିଜେଡି
– କେନ୍ଦ୍ର ବଜେଟରେ ମେଟ୍ରୋ ରେଳ ପାଇଁ ୮୭, ୮୧୩ କୋଟି ଟଙ୍କା ଘୋଷଣା ହୋଇଥିଲା
– ଏହା ପରେ ରାଜ୍ୟରେ ମେଟ୍ରୋ ଗଡିବା ଆଶା ସଂଚାର ହୋଇଥିଲା
– ରାଜ୍ୟପାଳ ଅଭିଭାଷଣରେ ମେଟ୍ରୋ ଟ୍ରେନ ଗଡିବ ବୋଲି କହିଥିଲେ
– କିଏ ସର୍ଭେ କରିବ ପରିବହନ ନା ନଗର ଉନ୍ନୟନ ବିଭାଗ ତାହା ଏ ଯାଏଁ ସ୍ଥିର ହୋଇନି
– କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ, କ୍ରୁଟ ନିକଟରେ କୌଣସି ଖବର ନାହିଁ
– ରାଜଧାନୀ ଓ ଆଖପାଖ ଅଂଚଳରେ ପରିବହନ ସେବା ପାଇଁ ଗଠନ ହୋଇଛି କ୍ରୁଟ
– କେତେ କିମି ଅଂଚଳରେ ହେବ, କେତେ ଜମି ଅଧିଗ୍ରହଣ ହେବ , କେଉଁ ରୁଟରେ ହେବ ନେଇ ଆଲୋଚନା ହୋଇନାହିଁ

from Kanak News
via <a href="https://ifttt.com/?

ମିଆଁମାରକୁ ଆମେରିକାର ବଡ ଝଟକା । ସାମରିକ ଶାସନ ବିରୋଧରେ କଟକଣା ଜାରି କଲେ ବାଇଡେନ ସରକାର । 

କନକ ବ୍ୟୁରୋ : ମିଆଁମାର୍‌ ସାମରିକ ଶାସନ ବିରୋଧରେ ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେଡ଼୍‍ ନୂଆ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ କି, ସେନାବାହିନୀ ଏହି ଦକ୍ଷିଣଏସୀୟ ରାଷ୍ଟ୍ରର ଶାସନ କ୍ଷମତା ଅକ୍ତିଆର କରିବା ସହ ଦେଶର ପ୍ରକୃତ ନେତ୍ରୀ ଅଙ୍ଗ୍‌ ସୁ ଚି ଏବଂ ଅନ୍ୟ ବରିଷ୍ଠ ରାଜନେତାଙ୍କୁ ବନ୍ଦୀ କରିଛି। ବାଇଡେନ୍‌ କହିଛନ୍ତି ଯେ, ସେ ଜାରି କରିଥିବା ଆଦେଶ ଯୋଗୁଁ ମିଆଁମାରର ଜେନେରାଲମାନେ ଯୁକ୍ତରାଷ୍ଟ୍ର ଆମେରିକାରୁ ମିଳୁଥିବା ୧ ବିଲିୟନ୍‌ ଡଲାର୍‌ ସମ୍ପଦର ଉପଯୋଗ କରିପାରିବେ ନାହିଁ। ସେମାନଙ୍କ ବିରୋଧରେ ଆହୁରି ଅଧିକ କଟକଣା ମଧ୍ୟ ଜାରି କରାଯିବ। ସେ କହିଛନ୍ତି, ଅକ୍ତିଆର କରିଥିବା ଶାସନ କ୍ଷମତା ପ୍ରତ୍ୟାହାର କରିବା ସହ ସେନା ବର୍ମାର ନାଗରିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁ।

ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ବେସାମରିକ ସାମାଜିକ ସଙ୍ଗଠନ ଏବଂ ସେ ଦେଶର ଜନତାଙ୍କୁ ଉପକୃତ କରୁଥିବା ଅନ୍ୟାନ୍ୟ କ୍ଷେତ୍ର ନିମନ୍ତେ ମିଳୁଥିବା ଆମେରିକୀୟ ସହାୟତା ସବୁକୁ ସ୍ଥଗିତ ରଖିବା ଲାଗି ବାଇଡେନ୍‌ ତାଙ୍କ ପ୍ରଶାସନକୁ ଆଦେଶ ଦେଇଛନ୍ତି।

ବର୍ମାର ଜନତା ପ୍ରତିବାଦ କରୁଛନ୍ତି ଓ ବିଶ୍ୱବାସୀ ତାହା ଦେଖୁଛନ୍ତି ବୋଲି ମିଆଁମାରର ଅନ୍ୟ ଏକ ନାମ ଧରି ବାଇଡେନ୍‌ କହିଛନ୍ତି। ତେଣୁ, ଆମେ ଅତିରିକ୍ତ କଟକଣା ଜାରି କରିବାକୁ ପ୍ରସ୍ତୁତ ଏବଂ ଏହି ଉଦ୍ୟମରେ ସହଯୋଗ କରିବାକୁ ବିଶ୍ୱରେ ଥିବା ଆମର ମିତ୍ର ରାଷ୍ଟ୍ରମାନଙ୍କୁ ବି ଅନୁରୋଧ କରିବୁ।

from Kanak News
via <a href="https://ifttt.com/?

Design a site like this with WordPress.com
Get started