ମଣ୍ଡିରୁ ଉଠିପାରୁନି ଧାନ : କୋଣାର୍କ ଗୋପ ବ୍ଲକ ଅଂଚଳ ଧାନ ମଣ୍ଡିରେ ଅବ୍ୟବସ୍ଥା; ୧୦ ଦିନ ହେଲା ପଡରହିଛି ବସ୍ତା ବସ୍ତା ଧାନ

କନକ ବ୍ୟୁରୋ : ଉତ୍ତରଠୁ ଉପକୂଳ ସବୁଠି ଚାଷୀ ସମସ୍ୟା । ନିଜର କଷ୍ଟ ଉପାର୍ଜିତ ଫସଲ ବିକ୍ରି କରିପାରିନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ପ୍ରାୟ ୧୦ ଦିନ ହେଲା ଶୀତ କାକରରେ ଧାନ ଜଗି ରହିଛନ୍ତି ଚାଷୀ ।

ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନ ନାଗପୁର ନିତେଇ ଗୌରୀ ଧାନ ମଣ୍ଡିରେ ଏଭଳି ସମସ୍ୟା ଲାଗି ରହିଛି । ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରକୃତ ଚାଷୀ ଧାନବିକ୍ରି କରିବାରୁ ବିଂଚିତ ହେଉଥିବା ଅଭିଯୋଗ ହୋଇଛି । ଟୋକନ ଅବ୍ୟବସ୍ଥା ଯୋଗୁଁ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି ଚାଷୀ । ଏପରିକି ମଣ୍ଡିରେ ବିଭାଗୀୟ ଅଧିକାରୀଙ୍କ ଦେଖା ମଧ୍ୟ ମିଳୁନି । ଯାହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି ।

from Kanak News
via <a href="https://ifttt.com/?

ଆନ୍ଧ୍ରରେ ପଢୁଛନ୍ତି ଓଡିଶା ପିଲା : ଗଞ୍ଜାମ ପାତ୍ରପୁର ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲରେ ଲେଖାଇଲେଣି ନାଁ

କନକ ବ୍ୟୁରୋ : ଆନ୍ଧ୍ର ସ୍କୁଲରେ ଓଡ଼ିଶାର ଛାତ୍ର ଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ସିମାନ୍ତ ଅଂଚଳରେ । ଇଛାପୁର ମଣ୍ଡଳରେ ଥିବା ଆନ୍ଧ୍ର ସ୍କୁଲର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୩୭ କିନ୍ତୁ ଏହି ସ୍କୁଲରେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କାରଣ ହେଉଛି ଏହି ସ୍କୁଲରେ ପଢିବା ପାଇଁ ମିଳୁଛି ମୌଳିକ ସୁବିଧା । ଯାହ ଫଳରେ ଏଠାରେ ଅଧିକ ଓଡ଼ିଶାର ପିଲା ପାଠ ପଢୁଛନ୍ତି ।

ଗଞ୍ଜାମ ଜିଲ୍ଲାକୁ ଲାଗିଛି ଆନ୍ଦ୍ରର ଇଛାପୁର ମଣ୍ଡଳ । ଏହି ମଣ୍ଡଳର ସିମାନ୍ତରେଥିବା ଅନେକ ସ୍କୁଲରେ ଆନ୍ଦ୍ର ଅପେକ୍ଷା ଓଡ଼ିଶାର ଛାତ୍ର ଛାତ୍ର ପାଠପଢୁଥିବା ଦେଖିବାକୁ ମିଳୁଛି । ଏହି ମଣ୍ଡଳରେ କୋଟା, ଶାସନମ ଗ୍ରାମରେ ରହିଛି ଜିଲ୍ଲା ପରିଷଦ ହାଇସ୍କୁଲ । ଏହି ସ୍କୁଲରେ ୪୩୭ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କାରଣ ହେଉଛି ଏହି ସବୁ ସ୍କୁଲରେ ପିଲାଙ୍କ ପାଇଁ ପାଠ ପଢିବାକୁ ରହିଛି ଅନେକ ସୁବିଧା । ପିଲାଙ୍କୁ ପଢିବା ପାଇଁ ଜୋତାଠାରୁ ଆରମ୍ଭ କରି ବହି ମାଗଣାରେ ମିଳୁଛି । ଯାହା ଫଳରେ ଓଡ଼ିଶା ପିଲାଙ୍କ ସଂଖ୍ୟା ସ୍କୁଲରେ ଅଧିକା ରହିଛି ।

ସରକାରୀ ହିସାବ ଅନୁଯାୟୀ, ପାତ୍ରପୁର ବ୍ଲକର ଗୁଡ଼ିପଦର ଓ ବି.ନୂଆଗାଁ ଗ୍ରାମପଞ୍ଚାୟତର ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ଆନ୍ଧ୍ରର ଟି.ବ୍ରହ୍ମପୁର, ଜଗନ୍ନାଥପୁର ଏବଂ ବଳରାମପୁର ସ୍କୁଲରେ ନାମ ଲେଖାଇଛନ୍ତି । ଅପରପ‌କ୍ଷେ ପାତ୍ରପୁର ଠାରୁ ୬କିମି ଦୂରରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳର କେ.ଶାସନମ୍‌ ଗ୍ରାମରେ ଜିଲ୍ଲା ପରିଷଦ ହାଇସ୍କୁଲ୍ ରହିଛି । ଏହି ସ୍କୁଲରେ ଷଷ୍ଠ ଠାରୁ ଦଶମ ଶ୍ରେଣୀ ଯାଏ ରହିଥିବା ବେଳେ ୪୩୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୌର ନିଗମ ଅର୍ନ୍ତଗତ ୧୦ଟି, ଚିକିଟି ବ୍ଲକର ୧୫ଟି, ପାତ୍ରପୁର ବ୍ଲକର ୨୦ଟି ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ୮ଟି ସ୍କୁଲରେ ସମୁଦାୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୬୯୫୮ଜଣ ତେଲୁଗୁ ଭାଷାଭାଷୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏଥିଲାଗି ପ୍ରତିବର୍ଷ ଆନ୍ଧ୍ର ସରକାର ଓଡ଼ିଶା ସରକାରଙ୍କୁ ବହି ଯୋଗାଇଥାନ୍ତି। ଶ୍ରୀକାକୁଲମ୍‌ରୁ ବହି ଆସିଥାଏ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ କେବଳ ମାତୃଭାଷା ବହି ତେଲୁଗୁର ଦିଆଯାଏ । ବାକି ବହି ପିଲାମାନେ ନିଜସ୍ବ ଉଦ୍ୟମରେ ସଂଗ୍ରହ କରି ପଢ଼ିଥାନ୍ତି । ଚଳିତବର୍ଷ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପଢୁଥିବା ତେଲୁଗୁ ଭାଷାଭାଷୀ ପିଲାଙ୍କୁ ତେଲୁଗୁ ଭାଷାର ସମସ୍ତ ପାଠ୍ୟ ପୁସ୍ତକ ଦେବା ଲାଗି ସ୍ଥିର ହୋଇଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ୨୪୮୦୩ ଖଣ୍ଡ ଓ ଅଷ୍ଟମ ‌ଶ୍ରେଣୀ ଲାଗି ୭୫୩୬ଖଣ୍ଡ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଟିବିପିଏମ୍‌କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ଆନ୍ଧ୍ର ବିଧାନ ପରିଷଦ ଗୃହ କମିଟି ବ୍ରହ୍ମପୁର ଆସି ତେଲୁଗୁ ଶିକ୍ଷାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ କଟାମୁଣ୍ଡ ମହିଳାଙ୍କ ମିଳିଲା ପରିଚୟ : ରାଜଧାନୀର ଏକ ବସ୍ତି ଅଂଚଳର ହୋଇଥିବା ସୂଚନା

କନକ ବ୍ୟୁରୋ : ମିଳିଲା ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତି ଅଂଚଳର ବୋଲି ସୁଚନା ମିଳିଛି । ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିବା ସୁଚନା ମିଳିଛି । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ । ଏହା ସହ ମହିଳାଙ୍କ ପୋଷାକ ଆଧାରରେ ପ୍ରଥମେ ଓଡ଼ିଆରେ ପୋଷ୍ଟର ଓ ପରେ ହିନ୍ଦୀ ଭାଷାରେ ପୋଷ୍ଟର ଜାରି କରିଥିଲା ପୋଲିସ । ମୃତ ମହିଳଙ୍କ ପରିଚୟ ନେଇ ସୁଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ ।

ଗତକାଲି ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗହ କରିଥିଲା ପୋଲିସ । ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ ତଦନ୍ତ ଜାରି ରଖିଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

from Kanak News
via <a href="https://ifttt.com/?

ଭ୍ୟାକସିନ ପାଇଁ ଭାରତକୁ ଡୋମିନିକା ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ : ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ ହଜାର ଭ୍ୟାକସିନ ପଠାଇଛି ଭାରତ

କନକ ବ୍ୟୁରୋ : ଭାରତ ମିତ୍ର ଦେଶ ଗୁଡିକୁ କରୋନା ଟିକା ମାଗଣା ଯୋଗାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋମିନିକାକୁ ମଧ୍ୟ ଭ୍ୟାକସିନ ଯୋଗାଇ ଦେଇଛି ଭାରତ । ଡୋମିନିକାକୁ ୩୫ହଜାର ଟିକା ପଠାଇଛନ୍ତି ଭାରତ ସରକାର । ଏହି ୩୫ହଜାର ଟିକା ଡୋମିନକର ଅଧା ଜନସଂଖ୍ୟାକୁ ଟିକାକରଣ କରିବାରେ ସଫଳ ହେବ ।

କାରଣ ଡୋମିନିକାର ମୋଟ ଜନସଂଖ୍ୟା ୭୨ହଜାର । ଡୋମିନିକାନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ତାଙ୍କୁ ଏତେଶୀଘ୍ର କରୋନା ଟିକା ମିଳିବ ବୋଲି ସେ ଆଶା କରିନଥିବା କହିଛନ୍ତି । ମଙ୍ଗଳବାର ଦିନ ଏହି ଦେଶକୁ କରୋନା ଟିକା ଯୋଗାଇଥିଲା ଭାରତ । ଡୋମିନିକାନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ନିଜେ ବିମାନ ବନ୍ଦରକୁ ଆସି ଏହାକୁ  ଗ୍ରହଣ କରିଥିଲେ ।

from Kanak News
via <a href="https://ifttt.com/?

ଆଜିଠୁ ସବୁଦିନ ଖୋଲା ଶ୍ରୀମନ୍ଦିର : ରବିବାର ବି ବଡଦେଉଳରେ ମିଳିବ ବଡ ଠାକୁରଙ୍କ ଦର୍ଶନ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ସମସ୍ତ ବ୍ୟବଧାନ ଦୂର ହୋଇଛି । ଏଥର ସବୁଦିନ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଓ ଭକ୍ତ ଚଳପ୍ରଚଳ କରୁଥିବା ସ୍ଥାନଗୁଡିକର ସାନିଟାଇଜ କରିବା ପାଇଁ ପ୍ରତି ରବିବାର ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିଲା । ଏଣିକି ଏହି କଟକଣା ହଟିବ । ଭକ୍ତଙ୍କ ପାଇଁ ସବୁଦିନ ଖୋଲା ରହିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।

ମନ୍ଦିର ପରିସରରେ ସମସ୍ତ ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ମନ୍ଦିରକୁ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁ ନିଜ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ଏହାଛଡା ମନ୍ଦିର ଭିତରେ କୌଣସି ମୂର୍ତିକୁ ସ୍ପର୍ଶ ନକରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ପାନ କିମ୍ବା ତମ୍ବାଖୁ ଖାଇ ମନ୍ଦିର ଭିତରେ ପ୍ରବେଶ କରି ଛେପ ପକାଇଲେ ଏକ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ ।

ଏହାଛଡା ଶ୍ରୀମନ୍ଦିର ଭିତରକୁ ପଲିଥିନ ବ୍ୟାଗ ନେବା ମନା, କେହି ଉଲ୍ଲଂଘନ କଲେ ଶହେ ଟଙ୍କାର ଜରିମାନା ଗଣିବେ । ସେହିପରି ମନ୍ଦିରର ନିର୍ଦ୍ଧିଷ୍ଟ ସ୍ଥାନରେ ଦୀପଦାନ କରିପାରିବେ ଶ୍ରଦ୍ଧାଳୁ । ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବା ପାଇଁ ମଧ୍ୟ ଅନୁମତି ମିଳିଛି । ପୁରୀବାସୀଙ୍କ ପାଇଁ ସକାଳ ୬ଟାରୁ ସକାଳ ୭ଟା ଯାଏଁ ଠାକୁର ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

from Kanak News
via <a href="https://ifttt.com/?

ପାରିବାରିକ କଳହରୁୁ କରୁଣ ପରିଣତି : ବୋହୂକୁ ଲଣ୍ଡା କଲେ ଶାଶୁଘର ଲୋକେ; ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଆସିଲା ଅଭାବନୀୟ ଦୃଶ୍ୟ

କନକ ବ୍ୟୁରୋ : କୁଚିଣ୍ଡା ଥାନା ପାରୁଆଭାଡ଼ି ଗାଁରେ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ପ୍ରତି ଜଘନ୍ୟ ଅବିଚାର କରାଯାଇଛି। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ତାଙ୍କୁ ଲଣ୍ଡା କରିବା ସହିତ ଜରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମହିଳାଙ୍କ ଶାଶୁ ଦୁଃଖୀ ଛତ୍ରିଆ, ଦେଡ଼ଶାଶୂ ସରସ୍ବତୀ ପ୍ରଧାନ, ନଣନ୍ଦ ଜୟକାନ୍ତୀ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅନ୍ୟମାନଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କୁଚିଣ୍ଡା ବ୍ଲକ୍‌ ପାରୁଆଭାଡ଼ି ପଞ୍ଚାୟତ ମହୁକୁମୁରାର ଗୋପାଳ ଛତ୍ରିଆଙ୍କ ପୁଅ ବବୁଲୁ ଉମନ୍ତି ଛତ୍ରିଆଙ୍କୁ ବିବାହ କରିଛନ୍ତି । ବବୁଲୁ ଝାରସୁଗୁଡ଼ାରେ ଶ୍ରମିକ ଭାବେ କାମ କରନ୍ତ । ଏଠାରେ ଘରେ ଉମନ୍ତି ଶାଶୁ ଓ ଶ୍ବଶୁରଙ୍କ ସହିତ ରୁହନ୍ତି । ତେବେ ବବୁଲୁଙ୍କ ଅନୁପସ୍ଥିତିରେ ପରିବାର ଲୋକ ଯୌତୁକ ଦାବି କରି ଉମନ୍ତିଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ପରିବାରରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ଏହି ଘଟଣାରେ ଉମନ୍ତିଙ୍କୁ ପରିବାର ଲୋକ ମାଡ଼ ମାରିବା ସହିତ ତାଙ୍କ ବ୍ଲାଉଜ୍‌ ଚିରି ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ପରିବାର ଲୋକ ଓଲଟା ତାଙ୍କ ଉପରେ ଦୋଷ ଲଦିଥିଲେ। ଏ ସଂକ୍ରାନ୍ତରେ ଗତ ୭ ତାରିଖରେ ଗାଁରେ ଏକ ସଭା କରାଯାଇ ଉମନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୬ ହଜାର ଟଙ୍କା ଅର୍ଥ ଦଣ୍ଡ ସହ ତାଙ୍କୁ ଲଣ୍ଡା କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ମୁଣ୍ଡ ଲଣ୍ଡା ଦଣ୍ଡକୁ ପରିବର୍ତ୍ତନ କରିବାକୁ ଉମନ୍ତିଙ୍କ ସ୍ବାମୀ ବବଲୁ ଯେତେ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନଥିଲେ ।

ସଭାରେ ଧନେଶ୍ୱର ଧାନ, ରତ୍ନାକର ଛତ୍ରିଆ, ଗୁରୁଚରଣ ଭାସ୍କର, ଶ୍ରୀ କର, ରାମ, ଲକ୍ଷ୍ମଣ, ଚଞ୍ଚଳା, ଗୋପାଳ ଛତ୍ରିଆଙ୍କ ଉପସ୍ଥିତିରେ କଙ୍ଗାରୁ କୋର୍ଟରେ ଏହି ନିଷ୍ପତ୍ତି ନିଆଯବା ସହିତ ତାଙ୍କୁ ଲଣ୍ଡା କରାଯାଇଥିବା ଉଭୟ ସ୍ବାମୀ ଓ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଲଣ୍ଡା କରାଯାଉଥିବା ବେଳେ ଗ୍ରାମର ଅନ୍ୟମାନେ ଦେଖୁଥିଲେ ମଧ୍ୟ କେହି ବିରୋଧ କରି ନଥିଲେ। ଘଟଣା ବିଷୟରେ ଥାନାରେ ଅଭିଯୋଗ କଲେ ଜାତିରୁ ବାହାର କରିଦିଆଯିବ ବୋଲି ‌ଧମକ ଦିଆଯାଇଥିଲା ବୋଲି ଉମନ୍ତି ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣାର ଦୁଇ ଦିନ ପରେ ଉମନ୍ତି ସ୍ବାମୀ ବାବୁଲୁ ସହିତ କୁଚିଣ୍ଡା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭିଣୋଇ ସୁଶାନ୍ତ, ନଣନ୍ଦଙ୍କ ସ୍ବାମୀ ଶଙ୍କର ମାଝୀ, କଙ୍ଗାରୁ କୋର୍ଟ ମୁଖ୍ୟ ଧନେଶ୍ୱର ଧାନ, ରତ୍ନାକର ଛତ୍ରିଆ, ଗୁରୁଚରଣ, ଭାସ୍କର, ଶ୍ବଶୁର ଗୋପାଳ ପ୍ରମୁଖଙ୍କୁ ଅଟକ ରଖି ପଚରାଉଚରା କରୁଛି।

from Kanak News
via <a href="https://ifttt.com/?

ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିପାରନ୍ତି ଇଂଲଣ୍ଡ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ : ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଣ୍ଡରସେନ୍

କନକ ବ୍ୟୁରୋ : ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିନପାରନ୍ତି ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ୍ । ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଣ୍ଡରସନ୍ । ତେବେ ଦ୍ୱିତୀୟ ଟେଷ୍ଟରୁ ଦଳ ତାଙ୍କୁ ବାହାରେ ରଖି, ଚୂଡାନ୍ତ ଦଳରେ ଷ୍ଟୁଆର୍ଟ ବ୍ରଡଙ୍କୁ ଖେଳାଇପାରେ । ଦ୍ବିତୀୟ ଟେଷ୍ଟରେ ଦଳ ଆଣ୍ଡରସନଙ୍କୁ ବିଶ୍ରାମ ଦେଇ ଅନ୍ୟତମ ପ୍ରମୁଖ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବାକୁ ଦଳ ବିଚାର କରୁଥିବା , କୋଚ୍ କ୍ରିସ୍ ସିଲଭରଉଡ୍ ସୂଚନା ଦେଇଛନ୍ତି । ଆଣ୍ଡରସନଙ୍କୁ ବାହାରେ ରଖିବା କଷ୍ଟକର ନିଷ୍ପତି ହୋଇଥିଲେ ମଧ୍ୟ ଇଂଲଣ୍ଡ ଏହା ଉପରେ ବିଚାର କରୁଥିବା , ଇଂଲଣ୍ଡ କୋଚ୍ କହିଛନ୍ତି ।

୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳାଳିଙ୍କୁ ବିଶ୍ରାମ ଆବଶ୍ୟକ । ଭାରତର ଗରମ ପରିବେଶରେ ଇଂଲଣ୍ଡ ଲଂବା ସିରିଜ ଖେଳିବ । ସେଥିପାଇଁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ନଜରରେ ରଖି ଦଳ ଏହାର ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଫିଟ୍ ରଖିବାକୁ ଯୋଜନା ରଖିଛି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଆଣ୍ଡରସନ୍ ଖେଳିଥିବା ବେଳେ ବ୍ରଡଙ୍କୁ ଦ୍ୱିତୀୟ ଟେଷ୍ଟ ଖେଳିବାର ସୁଯୋଗ ମିଳିଥିଲା । ଏହି ନିୟମକୁ ଦେଖିବାକୁ ଗଲେ ଆସନ୍ତା ଶନିବାର ଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଜେମ୍ସ ଆଣ୍ଡରସନଙ୍କୁ ଦଳ ବାହାରେ ରଖି, ଷ୍ଟୁଆର୍ଟ ବ୍ରଡଙ୍କୁ ସ୍ଥାନ ଦେଇପାରେ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ଏବେ ୧-୦ରେ ଆଗୁଆ ରହିଛି ।

from Kanak News
via <a href="https://ifttt.com/?

ଆଜି ତ୍ରିବେଣୀ ଅମାବାସ୍ୟା : ମାଆ ବିରଜାଙ୍କ ଜନ୍ମତିଥୀ; ବିରଜା ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି

କନକ ବ୍ୟୁରୋ : ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା । ମାଆ ବିରଜାଙ୍କ ଜନ୍ମତିଥୀ । ଏହି ଅବସରରେ ଯାଜପୁରରେ ମାଆଙ୍କ ପ୍ରସିଦ୍ଧ ପୀଠ ବିରଜା ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ହେଉଛି । ବଡି ଭୋରରୁ ନିତ୍ୟସ୍ନାନ ପରେ ବେଶ ଲାଗି ଓ ନୈବେଦ୍ୟ ସମର୍ପଣ ପରେ ସକାଳ ମହାସ୍ନାନ, ଚନ୍ଦନଲାଗି ପରି ନୀତି ହେବ ।

ସିଂହାସନରେ ଷୋଡଶ ଉପଚାର ଓ ସ୍ୱନ କ୍ଷେତ୍ର ପୂଜା କରାଯିବ । ପ୍ରତିବର୍ଷ ଏହି ତ୍ରିବେଣୀ ଅମାବାସ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ବିରଜା ମନ୍ଦିରରେ । ଚଳିତ ବର୍ଷ ମାଆଙ୍କ ଦର୍ଶନ ଶୃଂଖଳିତ ଭାବେ କରିବା ପାଇଁ ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଂଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ଫୋର୍ସ ସୁରକ୍ଷାରେ ମୁତୟନ ହୋଇଛନ୍ତି ।

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟରେ କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କଲା ଓଡିଶା; ଆଜି ହୋଇପାରେ ମାମଲାର ଶୁଣାଣି

କନକ ବ୍ୟୁରୋ : କୋଟିଆ ସୀମା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର । କୋଟିଆ ମାମଲାକୁ ନେଇ  ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଓଡିଶା ଦାଏର କରିଛି  ଅଦାଲତ ଅବମାନନା ମାମଲା । କୋଟିଆରେ ଆନ୍ଧ୍ରର ନିର୍ବାଚନ ପଦକ୍ଷେପ ସୁପ୍ରିମକୋର୍ଟଙ୍କ ନିଷ୍ପତିର ଉଲଂଘନ ଦର୍ଶାଇ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାର ପିଟିସନ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଦାଏର କରିଥିବା ଏହି ମାମଲାରେ , ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ, ବିଜୟ ନଗରମ୍ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କର୍ତୃପକ୍ଷ ଡକ୍ଟର ଏମ.ଏଚ ଜୱାହରଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ପକ୍ଷଭୁକ୍ତ କରାଯାଇଛି । ସୁପ୍ରିମକୋର୍ଟରେ ଆଜି ଏହି ମାମଲାର ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତା ୧୩ ଓ ୧୭ ତାରିଖରେ କୋଟିଆର ତିନୋଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ଘୋଷଣା କରିଛନ୍ତି । ସେଥିପାଇଁ ଏହି ମାମଲାର ତ୍ୱରିତ ଶୁଣାଣି ହୋଇପାରେ ।

ଓଡିଶା ସରକାରଙ୍କ ପକ୍ଷରୁ ଦାଏର ହୋଇଥିବା ମାମଲାରେ ଦର୍ଶାଯାଇଛି,  ୧୯୬୮ ମସିହା ଡିସେମ୍ୱର ୨ ତାରିଖ ଏବଂ ୨୦୦୬ ମାର୍ଚ ୩୦ ତାରିଖରେ ଆସିଥିବା ରାୟକୁ ଏବେ ଆନ୍ଧ୍ର ସରକାର ଉଲଂଘନ କରୁଛନ୍ତି । ୧୯୬୮ରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଥିଲା ସୁପ୍ରିମକୋର୍ଟଙ୍କର । ୨୦୦୬ ମସିହାର ଶୁଣାଣିରେ ପୂର୍ଣ୍ଣାଙ୍ଗ ରାୟରେ ସ୍ଥିତାବସ୍ଥା ବଜାୟ ପାଇଁ କହିଥିଲେ ସର୍ବୋଚ୍ଚ ଅଦାଲତ । ଏହାକୁ ପାଳନ ନକରି ବର୍ତମାନ ଆନ୍ଧ୍ର ଓଡିଶା ସୀମାନ୍ତ ଗାଁ କୋଟିଆରେ ନିର୍ବାଚନ କରିବାକୁ ଯାଉଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛନ୍ତି ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

ଧରାପଡ଼ିଲେ ହତ୍ୟା ଅଭିଯୁକ୍ତ ଦମ୍ପତି : ଭୁବନେଶ୍ୱରରୁ ଗାଡ଼ି ଭଡ଼ା ନେଇ ଗୁପ୍ତେଶ୍ୱର ଯାଉଥିବା ବେଳେ ଡ୍ରାଇଭରଙ୍କୁ ହତ୍ୟା କରି ଲୁଟି ନେଇଥିଲେ କାର

କନକ ବ୍ୟୁରୋ : ଧରାପଡିଲେ ହତ୍ୟା ଅଭିଯୁକ୍ତ ଦମ୍ପତି । ଭୁବନେଶ୍ୱରରୁ ଗୁପ୍ତେଶ୍ୱର ଯିବା ପାଇଁ ଗାଡି ଭଡାରେ ନେଇ ଡ୍ରାଇଭରକୁ ହତ୍ୟା କରି କାର ଲୁଟ କରିଥିବା ଲୁଟେରା ଦମ୍ପତିକୁ ଗିରଫ କରିଛି ପୁଲିସ । ରାଉରକେଲାର ଏକ ହୋଟେଲରୁ ଦୁଇ ଅଭିଯୁକ୍ତକୁ ବୋରିଗୁମା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଓ ଯୁବତୀଙ୍କ ଘର ଯାଜପୁର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି । ତାଙ୍କ ନିକଟରୁ ଗୋଟିଏ କାର ସହ ୩ଟି ମୋବାଇଲ ଜବତ କରାଯାଇଛି ।

ଜାନୁୟାରୀ ୨୪ରେ ଏହି ଯୁବକ ଯୁବତୀ ଦମ୍ପତିର ପରିଚୟ ଦେଇ ଭୁବନେଶ୍ୱରରୁ ସୁଧୀର ସାହୁଙ୍କ କାର ଭଡା କରି ଗୁପ୍ତେଶ୍ୱର ବାହାରିଥିଲେ । ସୁଧୀର ଗାଡି ନେଇ ଲୁଟେରା ଦଂପତିଙ୍କ ସହ ଯାଉଥିବା ବେଳେ ଜାନୁୟାରୀ ୨୫ରାତିରୁ ତାଙ୍କ ଫୋନ ସୁଇଚ ଅଫ୍ ହୋଇଯାଇଥିଲା । ଏନେଇ ପରିବାର ଲୋକ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ଗାଡିର ଜିପିଏସ ଟ୍ରାକ କରି କୋରାପୁଟର ବୋରିଗୁମାରେ ଠାବ କରିଥିଲା ପୁଲିସ । ଏହାର ଦିନକ ପରେ ଜାନୁୟାରୀ ୨୭ରେ ବୋରିଗୁମା ଛତ୍ରଲା ନିକଟରୁ ସୁଧୀରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହେଲେ କାର ଓ ସୁଧୀରଙ୍କ ପର୍ସ ମିଳିନଥିଲା । ସେହିପରି ଗାଡିଭଡା ନେଇଥିବା ଯୁବକ ଯୁବତୀଙ୍କର ମଧ୍ୟ କୌଣସି ପତା ମିଳିନଥିଲା । ବୋରିଗୁମ୍ମା ପୁଲିସ ଛାନଭିନ କରି ବୁଧବାର ରାଉରକେଲାରୁ ଏହି ଲୁଟ ଓ ହତ୍ୟା ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started