ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ 

କନକ ବ୍ୟୁରୋ : ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ । ପୁଣି କୋଏଲ ନଦୀରେ ବୁଡ଼ି ଗଲା ଜୀବନ । ନଦୀ ପାଣିରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତଦେହ ନଦୀପାଣିରେ ଭାସୁଥିବା ବେଳେ ଝିରିପାଣି ପୁଲିସ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । କୋଏଲନଗର ଭାଟା ବସ୍ତି ନିକଟ ନଦୀ କୂଳରେ ନାବାଳକଙ୍କ ଚପଲ ଓ ପୋଷାକ ପଡ଼ିରହିବାକୁ ଦେଖିବାକୁ ମିଳିଥିଲା । ଅନୁମାନ କରାଯାଉଛି କି କୌଣସି ପାଖ ଅଂଚଳର ଏହି ୩ ନାବାଳକ ଗାଧୋଇବାକୁ ଆସିଥିବା ବେଳେ ବୁଡ଼ି ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରି ନାହିଁ ।

ଅପରାହ୍ନ ପ୍ରାୟ ୩ଟାରେ ସେକ୍ଟର-୨୦ ବୈକୁଣ୍ଠଘାଟ ଭାଟାବସ୍ତି ନିକଟସ୍ଥ କୋଏଲ ନଦୀରେ ତିନି ନାବାଳକଙ୍କ ମୃତ ଶରୀର ଭାସୁଥିବା, କୂଳରେ ଚପଲ ଓ ପୋଷାକ ପଡ଼ିଥିବା ଦେଖି ସ୍ଥା‌ନୀୟ ବସ୍ତିବାସିନ୍ଦା ଏ ସଂକ୍ରାନ୍ତରେ ଝିରପାଣି ପୁଲିସ, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପୁଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ନାବାଳକଙ୍କ ଶବକୁ ନଦୀରୁ ଉଦ୍ଧାର କରିଥିଲେ । ପାରିପାର୍ଶ୍ବିକ ସ୍ଥିତିରୁ ଗାଧୋଉଥିବାବେଳେ ତିନି ଜଣ ବୁଡି ଯାଇଥିବା ପୁଲିସ ଅନୁମାନ କରୁଛି। ଶବ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

ତିନି ନାବାଳିକଙ୍କ ପରିଚୟ ମିଳିବା ପରେ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ଜଣାପଡ଼ିବ ବୋଲି ପୁଲିସ କହିଛି। ପାରିପାର୍ଶ୍ବିକ ସ୍ଥିତିରୁ ନାବାଳକମାନେ ସ୍ଥାନୀୟ ବାସିନ୍ଦା ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ରିପୋର୍ଟ ଲେଖା ହେବାବେଳକୁ ବିଳମ୍ବିତ ରାତି ସୁଦ୍ଧା ସେମାନଙ୍କୁ କେହି ଖୋଜାଖୋଜି କରିନାହାନ୍ତି। ନାବାଳକମାନଙ୍କ ମୃତ୍ୟୁ ପଛରେ ଅନ୍ୟ କାରଣ ଥିବା ଆଶଙ୍କାକୁ ବି ଏଡ଼ାଇ ଦେଇ ହେବନାହିଁ ।

from Kanak News
via <a href="https://ifttt.com/?

ଲଦାଖର ବିବାଦୀୟ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ : ଭାରତ-ଚୀନ୍ ମଧ୍ୟରେ ନବମ ରାଉଣ୍ଡ ଆଲୋଚନା ପରେ ନେଲେ ନିଷ୍ପତ୍ତି

କନକ ବ୍ୟୁରୋ : ଲଦାଖର ବିବାଦୀୟ ଅଂଚଳରୁ ଭାରତ ଓ ଚୀନ୍ ଆରମ୍ଭ କରିଛନ୍ତି ସୈନ୍ୟ ପ୍ରତ୍ୟାହାର । ଦୀର୍ଘ ମାସ ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଥିବା ଫ୍ରିକ୍ସନ ପଏଂଟରୁ ସୈନ୍ୟ ଅପସାରଣ ନେଇ ସହମତ ହେବା ପରେ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଗତ ବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ବିବାଦୀୟ ପ୍ୟାଙ୍ଗୋଙ୍ଗ ସୋ ଅଂଚଳରେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନ୍ ସେନା ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଅଧିକ ବଢିଥିଲା ।

ଲଦାଖର ଏଲଏସିକୁ ନେଇ ଯୁଦ୍ଧ ଭଳି ସ୍ଥିତି ଉପୁଜଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଭାରତ ଓ ଚୀନ୍ ଏହାର ଆଗୁଆ ପୋଷ୍ଟ ଗୁଡିକରେ ଯୁଦ୍ଧାସ୍ତ୍ର ଠୁଳ କରିଥିଲେ । ବର୍ତମାନ ଦୁଇ ଦେଶ ମଧ୍ୟରେ ନବମ ପ୍ରତିରକ୍ଷା ମଣ୍ଡଳୀ ସ୍ତରୀୟ ଆଲୋଚନା ପରେ ସୈନ୍ୟ ଅପସାରଣ ନେଇ ସହମତି ମିଳିଛି । ପୋଙ୍ଗୋଙ୍ଗ୍ ସୋ, ଉତର ଏବଂ ଦକ୍ଷିଣ ଅଂଶରୁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ତେବେ ଦୁଇ ଦେଶ ଏହି ନିୟମକୁ କେତେ ପାଳନ କରୁଛନ୍ତି ତାହା ଉପରେ ମଧ୍ୟ ନଜର ରଖାଯାଇଛି । ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏକ ଦୀର୍ଘ କାଳିନ ପ୍ରକ୍ରିୟା । ସେଥିପାଇଁ ଏହି ପ୍ରାରମ୍ଭିକ ସୈନ୍ୟ ଅପସାରଣକୁ ଅଧିକ ଗୁୁରୁତର ସହ ବିଚାରକୁ ନେଇଛନ୍ତି ଭାରତ ଓ ଚୀନ୍ ।

ଆଗରୁ ଭାରତ ପ୍ୟାଙ୍ଗୋଙ୍ଗ୍ ସୋ, ଚୁସୁଲ ଏବଂ ଗୋଗ୍ରା ହଟସ୍ପ୍ରିଙ୍ଗ୍ ଅଂଚଳରୁ ସୈନ୍ୟ ଅପସାରଣ କରିନେଇଥିଲା । କିନ୍ତୁ ଜୁନ୍ ମାସର ଘଟଣା ପରେ ଭାରତ ପୁଣି ଥରେ ଆଗୁଆ ପୋଷ୍ଟ ଗୁଡିକରେ ନିଜର ଉପସ୍ଥିତି ଜାହିର କରିଛି । ଭାରତୀୟ ସୈନ୍ୟ ବର୍ତମାନ ଠାକୁର ଠାରୁ ଗୁରୁଙ୍ଗ ହିଲ୍, ସ୍ପାଙ୍ଗରୁର ଗ୍ୟାପ୍ , ମାଗର ହିଲ୍, ମୁଖପାରୀ, ରେଜାଙ୍ଗ ଲା ଏବଂ ରେକିନ୍ ଲା ଯାଏଁ, ଚୁସୁଲ ସେକ୍ଟରର ରିଜ୍ ଲାଇନରେ ଭାରତୀୟ ସୈନ୍ୟ ସୁବିଧା ଜନକ ସ୍ଥିତିରେ ରହିଛନ୍ତି । ସେପଟେ ଭାରତ-ଚୀନ୍ ସୀମା ବିବାଦରେ ଆମେରିକା ତାହାର ପ୍ରତିକ୍ରିୟା ରଖିଛି । ଆମେରିକା କହିଛି ଭାରତର ସୀମା ନୀତି ସ୍ପଷ୍ଟ ଏବଂ ଏହି ପ୍ରସଙ୍ଗରେ ଆମେ ମିତ୍ର ରାଷ୍ଟ୍ର ସହିତ ରହିବୁ । ଆମେରିକାର ବାଇଡେନ୍ ପ୍ରଶାସନ ଏବେ ଭାରତ-ଚୀନ୍ ଏଲଏସି ବିବାଦ ଉପରେ ସତର୍କ ନଜର ରଖିଛି ।

from Kanak News
via <a href="https://ifttt.com/?

କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର । ବୁଧବାର ଆନ୍ଧ୍ର ବିରୋଧରେ ରାଜ୍ୟ ସରକାର ଅଦାଲତ ଅବମାନନା ମାମଲା ରୁଜୁ କରିବା ସହିତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୧୯୬୮ରେ ଏନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଥିଲା । ୨୦୦୬ରେ ପୂର୍ଣ୍ଣାଙ୍ଗ ରାୟରେ ବି ସ୍ଥିତାବସ୍ଥା ବଜାୟ ପାଇଁ କୋର୍ଟ କହିଥିଲେ । ହେଲେ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶ ସରକାର ଓଡିଶା ସୀମାନ୍ତ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିପାଇଁ କିଛି ଓଡିଆ ଲୋକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏବେ ଏହି ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଉଠା ଜଳସେଚନ୍ ପ୍ରକଳ୍ପକୁ ହୋଇ ପାରୁନି ବିଦ୍ୟୁତ ସଂଯୋଗ । ପଡିଆ ପଡିଛି ୫୦ ଜଣ ଚାଷୀଙ୍କ ଏକର ଏକର ଜମି ।

କନକ ବ୍ୟୁରୋ: ବିଦ୍ୟୁତ ବିଭାଗ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପଡିଆ ପଡୁଛି ୩୦ ଏକରରୁ ଉଦ୍ଧ୍ୱ ଚାଷ ଜମି । ୩ ବର୍ଷ ହେବ ଦୁର୍ଦ୍ଦଶା ଭାଗୁଛନ୍ତି ୫୦ରୁ ଅଧିକ ଚାଷୀ । ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣା କରିବା ପାଇଁ ଜଳ ସେଚନର ସୁବିଧା କରୁଛନ୍ତି, କିନ୍ତୁ ଯୋଜନାର କାର୍ଯ୍ୟକାରିତା କରୁଥିବା ବିଭାଗର ଉଦାସୀନତା ଯୋଗୁଁ ଚାଷ କରିନପାରି ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ ।

ବାଲେଶ୍ୱର ବାଲିଆପାଲ ବ୍ଲକ ଜାଠିଆ ଗାଁର ଚାଷୀ ନାରାୟଣ ପଣ୍ଡା, ୨୦୧୮ରେ ନିଜ ଜମିରେ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ବସାଇଥିଲେ। ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗରେ ଆବେଦନ କରିଥିଲେ । ବିଭାଗ ପକ୍ଷରୁ ଠିକାଦାର ନିକୁଞ୍ଜ ରାଉଳକୁ ବିଦ୍ୟୁତ୍ ସଂଯୋଗ ଦାୟିତ୍ୱ ଦିଆଯାଇଥିଲା । ହେଲେ ଠିକାଦାର ଜଣଙ୍କ, ବିଦ୍ୟୁତ ସଂଯୋଗ ପାଇଁ ୫ଟି ବିଦ୍ୟୁତ୍ ଖୁଂଟ ବାବଦକୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାରି ଭିତରେ ସେ ୫ଟି ବଦଳରେ ୪ଟି ଖୁଂଟି ବସାଇ ୧ ଲକ୍ଷ ୩ ହଜାର ଟଙ୍କା ନେଇ ସାରିଛି, କିନ୍ତୁ ବିଦ୍ୟୁତ ସଂଯୋଗ ନକରି ଆହୁରି ୮୦ ହଜାର ଟଙ୍କା ଦାବି କରୁଛି । ଏନେଇ ଚାଷୀ ଜଣଙ୍କ ବସ୍ତା ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ କମଳ ଲୋଚନ ମହାନ୍ତିଙ୍କୁ ଭେଟି ଗୁହାରି କରିଛନ୍ତି, କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଚାଷ ଜମିରେ ହୋଇଥିବା ଏହି ପ୍ରକଳ୍ପ ଉପରେ ଭରସା କରି ୫୦ରୁ ଅଧିକ ଚାଷୀ ୩ ବର୍ଷରେ ୬ ଥର ଧାନ ତଳି ପକାଇଛନ୍ତି, ହେଲେ ଠିକାଦାର ନିକୁଂଜ ଠିକ୍ ବିଦ୍ୟୁତ ସଂଯୋଗ ନଦେବାରୁ ଚାଷ ନଷ୍ଟ ହୋଇଛି । ଏଥର ବି ଠିକାଦାରକୁ ଭରସା କରି ଚାଷୀ, ରବି ଋତୁରେ ନାଳ ପୋଖରୀରୁ ପାଣି ତଳି ପକାଇଛନ୍ତି, କିନ୍ତୁ ପାଣି ନପାଇ ଏବର୍ଷ ବି ଚାଷ ନଷ୍ଟ ହେବାର ଆଶଙ୍କା ରହିଛି । ଏବାବଦରେ ବସ୍ତା ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ମୋହାନ୍ତିଙ୍କୁ ପଚାରିବାରୁ ସେ ଗଣମାଧ୍ୟମ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ନିଜ ବାଡିରେ ତଟକା ପରିବା ଫଳାଇଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହୋଇଛନ୍ତି ପୋଲସରାର ମହିଳା ଏସଏଚଜି ।

କନକ ବ୍ୟୁରୋ: ମହିଳାଙ୍କ ମୋ ବଗିଚା । ନିଜ ବାଡିରେ ଫଳାଇଛନ୍ତି ତଟକା ପରିବା । ଗଞ୍ଜାମ ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀରେ ପନିପରିବା ଚାଷ କରି ପରିବାର ଚଳାଉଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହେବା ସହିତ ନିଜ ଘର ପଛପଟ ଜମିରେ ଫୁଲକୋବି, ଝୁଡଙ୍ଗ, କଲରା, କଦଳି, କଖାରୁ, ବିନସ ସାଙ୍ଗକୁ ବହୁ ପରିବା ଚାଷ କରିଛନ୍ତି ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

ସକାଳୁ ଉଠି ଘରର କାମ ସାରି ଗ୍ରୁପର ସମସ୍ତ ସଦସ୍ୟମାନେ ବଗିଚାରେ ଲାଗିପଡନ୍ତି । ମାଟି କୋଡିବା ଠାରୁ ଆରମ୍ଭ କରି ଗଛ ଲଗାଇବା, ପାଣି ଦେଇ ଗଛର ଯତ୍ନ ନେବା ସହ ଉତ୍ପାଦିତ ପରିବା ତୋଳିବା କାମ ନିଜେ କରନ୍ତି ଏହି ମହିଳାମାନେ । ବିନା ସାରରେ ପରିବା ଉତ୍ପାଦନ ହେଉଥିବା ବେଳେ ଗ୍ରୁପ୍ର ଦଶ ଜଣ ମହିଳାଙ୍କ ପରିବାର ବେଶ ଖୁସିରେ ଚଳିଯାଏ ।

ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାର ଯୋଗାଇ ଦେଉଥିବା ଅର୍ଥକୁ ସଠିକ୍ ଦିଗରେ ବିନିଯୋଗ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ମାଆ ତାରିଣୀ ମହିଳା ଏସଏଚଜି ଗ୍ରୁପ୍ର ସଦସ୍ୟ ।

from Kanak News
via <a href="https://ifttt.com/?

ସହର ପାଖ ରାଜସ୍ୱ ଗାଁରେ କଲବଲ କଲା ପଥର ଖାଦାନ । ଜୀବନ ଜୀବିକାକୁ ଅସ୍ତବ୍ୟସ୍ତ କରି ପକାଇଲା କ୍ରସର । କଥା ଓ ବ୍ୟଥାକୁ ବୁଝିଲାନି ପ୍ରଶାସନ ।

କନକ ବ୍ୟୁରୋ: ଘରଦ୍ୱାର ଅଛି, ନଳ କୂଅ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବି ଅଛି । ରାଜସ୍ୱ ଗାଁକୁ ସରକାର କଂକ୍ରିଟ ରାସ୍ତା ବି କରିଛନ୍ତି । କିନ୍ତୁ ଗାଁରେ ରହିବାକୁ ଲୋକେ ଭୟ କରୁଛନ୍ତି । ଅନେକ ଲୋକ ତ ଗାଁ ଛାଡି ବିସ୍ଥାପନ ଜୀବନ ବିତାଉଛନ୍ତି । କାରଣ ଗ୍ରାମବାସୀଙ୍କୁ କଲବଲ କରୁଛି ଗାଁ ପାଖରେ ଥିବା ଦୁଇଟି କ୍ରସର । ଆଉ ପ୍ରଶାସନିକ ବାବୁ କ୍ରସର ମାଲିକଙ୍କୁ ଅନୁକମ୍ପା ଦେଖାଇ ଗ୍ରାମବାସୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ବଲାଙ୍ଗିର ସହରରୁ ୧୨ କିଲୋମିଟର ଦୂର ଟିଟିଲାଗଡ ରାସ୍ତାର ବାମ ପଡେ ମଠଖାଇ ପାହାଡ । ଆଉ ଏହି ପାହାଡର ପାଦ ଦେଶରେ ରହିଛି ରାଜ୍ୟ ସରକାରଙ୍କ ରାଜସ୍ୱ ଗାଁ ବାସୁପାଲି । ଏଠାରେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ, ନଳକୂପ, କୂଅ ରହିଛି । ଗାଁକୁ କଂକ୍ରିଟ ରାସ୍ତା ଲମ୍ବିଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ବି ତିଆରି ହୋଇଛି । କିନ୍ତୁ ଗାଁରେ ରହିବାକୁ ଚାହୁଁନାହାନ୍ତି ଗ୍ରାମବାସୀ । କିଛି ଲୋକ ତ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି । ଆଉ ଏସବୁ କାରଣ ହେଉଛି, ଗ୍ରାମବାସୀଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରି ପକାଇଛି ଗାଁକୁ ଲାଗି କରିଥିବା ଦୁଇଟି କ୍ରସର ଓ ପଥରଖାଦାନ ।

ରାତିରେ ପଥର ବ୍ଲାଷ୍ଟିଂ ଆଉ ଦିନରେ କ୍ରସରରେ ପଥର କାଟି ଗାଡିଗାଡି କରି ବୋହି ନେଉଛନ୍ତି କ୍ରସର ମାଲକ । ଫଳରେ ଘରଦ୍ୱାର ଧୂଳିରେ ପୋତି ହୋଇପଡିଛି, ଘରୁ ବାହାରିବା ମୁସ୍କିଲ ହୋଇପଡିଲା । ତେଣୁ ବାସୁପାଲି ଗାଁ ଛାଡି ସୁରଡିଙ୍ଗୁରିରେ ମୁଣ୍ଡ ଗୁଂଜିଛନ୍ତି ଲୋକେ । ଏଠି ବି କ୍ରସର ଧୂଳିରୁ ମୁକ୍ତି ନାହିଁ । ସହରର ବଡବାବୁଙ୍କ ନାକ ତଳେ ଥିବା ଗାଁରେ ଲୋକେ ଦୁର୍ଦିନରେ ରହୁଥିଲେ ମଧ୍ୟ ସବୁ ଜାଣିଶୁଣି ଚୂପ ବସିଛିି ପ୍ରଶାସନ । କ୍ରସର ମାଲିକଙ୍କୁ ଅନୁକମ୍ପା ଦେଖାଇ ଗରିବ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଉପଜିଲ୍ଲାପାଳ କହିଛନ୍ତି, ଖୁବ୍ଶୀଘ୍ର ତଥ୍ୟ ସଂଗ୍ରହ କରାଯାଇ, ଏହାର ସମାଧାନ କରାଯିବ । ସମସ୍ୟାକୁ ନେଇ ବର୍ଷ ବର୍ଷ ଧରି ତହସିଲଦାର ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । କିନ୍ତୁ ଏମାନଙ୍କ କଥା ଓ ବ୍ୟଥା କାହାକୁ ଦେଖାଯାଉ ନାହିଁ ।

from Kanak News
via <a href="https://ifttt.com/?

ସଂସଦରେ ସୀତା, ରାବଣ ଓ ପେଟ୍ରୋଲ । ରାଜ୍ୟସଭାରେ ସମାଜବାଦୀ ସାଂସଦଙ୍କ ପ୍ରଶ୍ନ, ଭାରତ ତୁଳନାରେ ସୀତାଙ୍କ ନେପାଳ ଓ ରାବଣଙ୍କ ଶ୍ରୀଲଙ୍କାରେ କମ୍ ରହିଛି ପେଟ୍ରୋଲ ଦର, ଦେଶରେ କମିବ କେବେ 

କନକ ବ୍ୟୁରୋ : ରାଜ୍ୟସଭାରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ନିଷାଦ ଏହି ପ୍ରଶ୍ନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ବୁଧବାର ଦିନ ରାଜ୍ୟସଭାରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ପ୍ରଶ୍ନ ରଖିଥିଲେ ଯେ, ସୀତା ମାତାଙ୍କ ନେପାଳରେ ତୈଳ ଦର ଭାରତ ତୁଳନାରେ କମ ରହିଛି, ସେହିପରି ରାବଣର ଶ୍ରୀଲଙ୍କାରେ ମଧ୍ୟ ଦର କମ ରହିଥିବା ବେଳେ ରାମଙ୍କ ଭାରତରେ ସରକାର ତୈଳ ଦର କେବେ କମ କରିବେ ।

ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ନିଷାଦଙ୍କ ପ୍ରଶ୍ନର ଉତର ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନେପାଳ ଓ ଶ୍ରୀଲଙ୍କା ସହ ଭାରତର ତୁଳନା ଠିକ୍ ନୁହେଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେହିପରି ସେଠାରେ ବହୁଳ ଭାବରେ ବ୍ୟବହାର ହେଉଥିବା କିରୋସିନି ଦରରେ ପଡୋଶୀ ରାଷ୍ଟ୍ର ଓ ଭାରତ ମଧ୍ୟରେ ବିଶେଷ ଫରକ ନଥିବା କହିଛନ୍ତି ।

ସେହିପରି କଂଗ୍ରେସ ସାଂସଦ କେସି ବେଣୁଗୋପାଳ ଏବେ ତୈଳ ଦର ସର୍ବାଧିକ ରହିଥିବା ନେଇ ପ୍ରଶ୍ନ ରଖିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବରେ ଏବେ ତେଲ ଦର ସବୁଠୁ ଅଧିକ ଅଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି । ତୈଳ ଦର ବୃଦ୍ଧିକୁ ନେଇ ରାଜନେତାଙ୍କ କଥା କଟାକଟି ଭିତରେ ଯଦି କିଏ ଅଧିକ ପ୍ରଭାବିତ ହେଉଛି ସେ ହେଉଛି ସାଧାରଣ ଜନତା ।

from Kanak News
via <a href="https://ifttt.com/?

ଏବେବି ଫସି ରହିଛନ୍ତି ୩୦ରୁ ଅଧିକ ଶ୍ରମିକ । ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ, ଶତାଧିକ ନିଖୋଜ ।

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ତପୋବନର ଦ୍ୱିତୀୟ ଟନେଲରେ ୩୦ରୁ ଅଧିକ ଶ୍ରମିକ ଫସିଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ରବିବାର ଭୟାନକ ହିମସ୍ଖଳନକୁ ୩ ଦିନ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏମାନଙ୍କୁ ଖୋଜିବା ପାଇଁ ଲାଗିପଡିଛନ୍ତି ଉଦ୍ଧାରକାରୀ ଦଳ । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏମଆଇ-୧୭ ଓ ଚିନୁକ ହେଲିକପ୍ଟର ।

ଉତ୍ତରାଖଣ୍ଡ ପ୍ରଳୟକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ଜାରି ରହିଛି ଉଦ୍ଧାରକାର୍ଯ୍ୟ । ରବିବାର ହିମସ୍ଖଳନ ପରେ ଶତାଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ଦ୍ୱିତୀୟ ଟନେଲରୁ ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଞ୍ଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ରବିବାର ଘଟିଥିବା ଭୟାନକ ହିମସ୍ଖଳନକୁ ୩ ଦିନ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏମାନଙ୍କୁ ଖୋଜିବା ପାଇଁ ଲାଗିପଡିଛନ୍ତି ଉଦ୍ଧାରକାରୀ ଦଳ । ଏବେ ସୁଦ୍ଧା ୩୨ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୧୯୦ରୁ ଅଧିକ ଲୋକଙ୍କ ପତା ମିଳୁନି । ମୃତକଙ୍କ ମଧ୍ୟରୁ ୨ଜଣ ପୋଲିସ କର୍ମୀ ଓ ଅନ୍ୟ ୬ଜଣଙ୍କର ପରିଚୟ ମିଳିଥିବା ବେଳେ ୨୪ଜଣଙ୍କ ପରିଚୟ ମିଳିନାହିଁ ।

ଉଦ୍ଧାରକାର୍ଯ୍ୟରେ ବାୟୁସେନାର ଭୂମିକା ବେଶ ଗୁରୁତ୍ୱ ବହନ କରୁଛି । ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି ଏମଆଇ-୧୭ ଓ ଚିନୁକ । ହେଲିକପ୍ଟର ସାହାଯ୍ୟରେ ଯୋଶୀମଠରୁ ନେଇ ଚମୋଲୀର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଖୋଜା ଯାଉଛି । ଏସଡିଆରଏଫ, ଏନଡିଆରଏଫ, ଆଇଟିବିପି ଯବାନ ଗତ ୩ ଦିନ ହେବ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । କଟର ସାହାଯ୍ୟରେ ଟନେଲ ଭିତରକୁ କାଟି ପ୍ରବେଶ କରିବାକୁ ପ୍ରୟାସ ଚଳାଇଛନ୍ତି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଯବାନ ।

ଅଢେଇ କିଲୋମିଟର ଲମ୍ବା ଟନେଲରେ ଭର୍ତି ହୋଇଥିବା ପାଣି ଓ କାଦୁଅକୁ ସଫା କରି ଭିତରକୁ ଯିବାରେ ଅନେକ ସମୟ ଲାଗିଯାଉଛି । ଏହି ଟନେଲ ଭିତରେ ୩୦ରୁ ୩୫ଜଣ ଶ୍ରମିକ ଫସିରହିଥିବା ସୂଚନା ରହିଛି । ତେବେ ସମୟ ଯେତିକି ଗଡି ଗଡି ଯାଉଛି ଆଶଙ୍କା ସେତିକି ବଢି ବଢି ଚାଲିଛି ।

ସେପଟେ ଏହି ବିପର୍ଯ୍ୟୟ ପରେ ପ୍ରାୟ ୧୨ରୁ ୧୩ଟି ଗାଁକୁ ସମ୍ପୂର୍ଣର୍ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କୁ ରାସନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏବଂ ଶୀଘ୍ର ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବାର ଯୋଜନା କରାଯାଉଛି । ଉତ୍ତରାଖଣ୍ଡରେ ଆସିଥିବା ଏହି ପ୍ରଳୟ ଗୋଟିଏ କଥା କହୁଛି, ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସେ, କାହାକୁ କହି ଆସେନି ଆଉ ଥରେ ଆସିଲେ ଏମିତି ଚିହ୍ନ ଛାଡେ ଯାହାକୁ ଭୁଲିହୁଏନି ।

from Kanak News
via <a href="https://ifttt.com/?

ଉତ୍ତରପ୍ରଦେଶରେ ଗୁଣ୍ଡାରାଜ । କାସଗଂଜରେ ବେଆଇନ ମଦ କାରଖାନାରେ ଚଢାଉ ବେଳେ ପୋଲିସ ଟିମ ଉପରେ ଆକ୍ରମଣ ଘଟଣାରେ କନଷ୍ଟେବଳ ସହିଦ 

କନକ ବ୍ୟୁରୋ : ଉତ୍ତରପ୍ରଦେଶ କାସଗଞ୍ଜ ଅଂଚଳରେ ମଙ୍ଗଳବାର ରାତିରେ ପୋଲିସ ଟିମ ଉପରେ ଆକ୍ରମଣ ହୋଇଛି । ସମ୍ପୃକ୍ତ ଅଂଚଳରେ ଥିବା ଏକ ବେଆଇନ ମଦ କାରଖାନା ସହ ଲିଙ୍କ ଅଭିଯୋଗରେ ଜଣଙ୍କୁ ୱାରେଂଟ ଦେବା ପାଇଁ ଯାଇଥିବା ବେଳେ ଜଣେ କନଷ୍ଟେବଳ ଓ ସବ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରିଥିଲେ ମଦ ମାଫିଆ ।

କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ଟିମ ଦୀର୍ଘ ସମୟ ଧରି ନଫେରିବା ପରେ ଆଉ ଏକ ପୋଲିସ ଟିମ ସେଠାକୁ ଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଘଟଣା ପରେ ପୁଲିସ ଏନକାଉଁଟରରେ ନିହତ ହୋଇଛି ମାଷ୍ଟରମାଇଣ୍ଡର ଭାଇ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି । ସେପଟେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

from Kanak News
via <a href="https://ifttt.com/?

ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ । ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ହଜାର ଭ୍ୟାକସିନ ପଠାଇଛି ଭାରତ ।

କନକ ବ୍ୟୁରୋ : ଭାରତ ମିତ୍ର ଦେଶ ଗୁଡିକୁ କରୋନା ଟିକା ମାଗଣା ଯୋଗାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋମିନିକାକୁ ମଧ୍ୟ ଭ୍ୟାକସିନ ଯୋଗାଇ ଦେଇଛି ଭାରତ । ଡୋମିନିକାକୁ ୩୫ହଜାର ଟିକା ପଠାଇଛନ୍ତି ଭାରତ ସରକାର । ଏହି ୩୫ହଜାର ଟିକା ଡୋମିନକର ଅଧା ଜନସଂଖ୍ୟାକୁ ଟିକାକରଣ କରିବାରେ ସଫଳ ହେବ । କାରଣ ଡୋମିନିକାର ମୋଟ ଜନସଂଖ୍ୟା ୭୨ହଜାର ।

ଡୋମିନିକାନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ତାଙ୍କୁ ଏତେଶୀଘ୍ର କରୋନା ଟିକା ମିଳିବ ବୋଲି ସେ ଆଶା କରିନଥିବା କହିଛନ୍ତି । ମଙ୍ଗଳବାର ଦିନ ଏହି ଦେଶକୁ କରୋନା ଟିକା ଯୋଗାଇଥିଲା ଭାରତ । ଡୋମିନିକାନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ନିଜେ ବିମାନ ବନ୍ଦରକୁ ଆସି ଏହାକୁ  ଗ୍ରହଣ କରିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started