ପ୍ରଳୟର ପୂର୍ବାଭାଷ ପାଇଥିଲେ କି ଅଳକାନନ୍ଦ ନଦୀର ମାଛ ? ହିମସ୍ଖଳନ ପୂର୍ବରୁ ଦୁଇକୂଳରେ ଗଦା ହୋଇଗଲେ ହଜାର ହଜାର ମାଛ । 

କନକ ବ୍ୟୁରୋ : ପାହାଡ ଶୀର୍ଷରେ ବାନ୍ଧିଥିବା ବରଫ ଭିତରେ ହଠାତ୍ ହେଲା ବିସ୍ଫୋରଣ । ଏହା ପରେ ତଳମୁଣ୍ଡରେ ରଚିଲା ପ୍ରଳୟର ତାଣ୍ଡବ । କିନ୍ତୁ ସେହିଦିନ ସକାଳ ୯ଟା ବେଳେ ଅଳକାନନ୍ଦା ନଦୀ ଓ ଉପନଦୀରେ ଦେଖିବାକୁ ମିଳିଥିବା ଏକ ବିରଳ ଦୃଶ୍ୟ । ନଦୀ କୂଳ ହୋଇଗଲା ରୂପେଲି । କାରଣ ଦୁଇକୂଳରେ ଗଦା ହୋଇଗଲେ ହଜାର ହଜାର ମାଛ । ଏପଟେ ଲୋକେ ବି ମନଭରି ବୋହିନେଇଗଲେ ଏସବୁ ମାଛ । ତେବେ ମାଛଙ୍କ ଏଭଳି ବ୍ୟବହାର ପଛର କାରଣ କଣ?  ସେମାନେ ପାଇଲେ କି ପ୍ରଳୟର ପୂର୍ବର ସଂକେତ?

ସକାଳୁ ଶାନ୍ତ ଥିବା ଉତରଖଣ୍ଡର ପରିବେଶ ହଠାତ୍ ହୋଇପଡିଲା ଅଶାନ୍ତ । ସୁ-ସୁ ଗର୍ଜନ କରି ବହି ଆସିଥିଲା ମାଟି ମିଶା ପାଣି । ଉତରାଖଣ୍ଡର ଚମୋଲି ଜିଲ୍ଲାରେ ଏହି ବରଫସ୍ଖଳନ ଯେଉଁ ବିଭିଷୀକା ରଚିଛି, ତାହା ସମସ୍ତଙ୍କ ଛାତି ଥରାଇଦେଇଛି । ଏହାର ପ୍ରଭାବ ପଡିଲା ଉତରାଖଣ୍ଡର ଜେସିମଠ ଜିଲ୍ଲାର ଅନେକ ଅଂଚଳରେ । ହିମସ୍ଖଳନରେ ଧୋଇ ହୋଇଯାଇଛି ଅନେକ ନଦୀକୂଳିଆ ଗାଁ । ମାଟି ଉପରେ ଏବେ କୌଣସି ଚିହ୍ନବର୍ଣ୍ଣ ନାହିଁ । ଶତାଧିକ ଘରକୁ ଧୋଇ ପୁରା ସଫା କରିଦେଇଛି ହିମସ୍ଖଳନ ।

ରବିବାର ସକାଳୁ ଉତରାଖଣ୍ଡର ଲାସୁ ଗାଁରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଗାଁ କୂଳରେ ବହିଯାଉଥିବା ଅଳକାନନ୍ଦା ନଦୀ କୂଳ ହଠାତ୍ ଦେଖାଗଲା ରୂପେଲୀ । କାରଣ ଦୁଇ କୂଳରେ ଭର୍ତି ହୋଇଯାଇଥିଲେ ହଜାର ହଜାର ମାଛ । ଚାହୁଁ ଚାହୁଁ ଏହି ଖବର ପ୍ରଚାର ହୋଇଗଲା ଏବଂ ନଦୀ ପାଖରେ ଜମା ହୋଇଗଲେ ହଜାର ହଜାର ଲୋକ । ଝୁଡି, ବାଲଟି, ହାଣ୍ଡିରେ ବୋହି ନେଇଗଲେ ପୁଳା ପୁଳା ମାଛ । ଏପରିକି ଲୋକଙ୍କୁ ମାଛ ନେବା ପାଇଁ ଜାଲ ପକାଇବାକୁ ମଧ୍ୟ ପଡିନଥିଲା ।

ମାଛ ସଂଗ୍ରହ କରିବାରେ ମସ୍ଗୁଲ୍ ଥିବା ଲୋକେ ଜାଣି ନଥିଲେ ଆଗକୁ ଆସୁଛି ମହାବିପତି । କାରଣ ଏହି ଗାଁ ଥିଲା ହିମସ୍ଖଳନ ସ୍ଥାନଠାରୁ ୭୦ କିଲୋମିଟର ଦୂରରେ । ତେବେ ଅଳକାନନ୍ଦା କୂଳରେ କାହିଁକି ଘଟିଲା ଏଭଳି ଘଟଣା । ବିପର୍ଯ୍ୟୟର ସଂକେତ ଜାଣିପାରିଥିଲା କି ମାଛ?

ଏଭଳି ଆଶଙ୍କା କରିବା ପଛରେ ରହିଛି ଏକ କାରଣ । ଚାମେଲି ଜିଲ୍ଲାର ରେଣୀ ଗାଁରେ  ହିମସ୍ଖଳନ ହୋଇଥିବା ବେଳେ ଅଳକାନନ୍ଦାର ତଳମୁଣ୍ଡରେ ବିଭିନ୍ନ ନଦୀରେ ଦେଖିବାକୁ ମିଳିଥିଲା ଲାସୁ ଗାଁର ଦୃଶ୍ୟ । ନନ୍ଦପ୍ରୟାଗ, ଲଙ୍ଗାସୁ, କର୍ଣ୍ଣପ୍ରୟାଗ ଆଦି ସ୍ଥାନରେ ନଦୀକୂଳ ମାଛମୟ ହୋଇଯାଇଥିଲା । ନଦୀର ସୁଅରେ ଭାସୁଥିବା ମାଛ ହଠାତ୍ କୂଳକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏପରିକି ୨-୩ କିଲୋଗ୍ରାମ ଓଜନର ମାଛ ବି ଲୋକଙ୍କ ହାତରେ ପଡିଛି ।

ଅଳକାନନ୍ଦା ଅବବାହିକାର ଦୃଶ୍ୟ ଏଭଳି ପ୍ରଶ୍ନ ସୃଷ୍ଟି କରିବା ସ୍ୱାଭାବିକ । ବିଜ୍ଞାନୀମାନଙ୍କ ମତରେ ମାଛମାନଙ୍କର ଇନ୍ଦ୍ରିୟ ପାଖରେ ନିଜ ଚାରି ପାଖର ପରିବର୍ତନକୁ ଜାଣିବାର କ୍ଷମତା ରହିଛି । ଜଳଚର ଜୀବଙ୍କ ପାଖରେ ଥିବା ଇନ୍ଦ୍ରିୟ ଜଳର ଗତି ଓ ଚାପକୁ ବାରିପାରେ । ଏହା ହିଁ ସେମାନଙ୍କ ଗତିବିଧିକୁ ପ୍ରଭାବିତ କରିଥାଏ । ତେଣୁ ଅଳକାନନ୍ଦା ନଦୀ ଅବବାହିକାରେ ନଦୀକୂଳରେ ମାଛ ଜମା ହେବା ଏହାର ଏକ ପ୍ରଭାବ ହୋଇପାରେ ବୋଲି କୁହାଯାଉଛି । ବାସ୍ତବରେ ଏହି ଘଟଣା ପଛର କାରଣ ନେଇ ଅନେକ ମତ ରହିଥିବା ବେଳେ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।

from Kanak News
via <a href="https://ifttt.com/?

ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ । ପିସିସି ନେତୃତ୍ୱ ପରିବର୍ତନ ପାଇଁ ଭୁବନେଶ୍ୱରର ହୋଟେଲରେ ଚାଲିଲା ଅସନ୍ତୁଷ୍ଟଙ୍କ ବୈଠକ, ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ, ସାଂସଦଙ୍କ ସମେତ ପୁରୁଖା ନେତା ।

କନକ ବ୍ୟୁରୋ : ରାଜ୍ୟରେ କଂଗ୍ରେସ ନେତୃତ୍ୱ ପରିବର୍ତନ ପାଇଁ ମେଳି ବାନ୍ଧିଲେ ନେତା । ସେମାନଙ୍କର ଗୋଟିଏ ଦାବି ପିସିସି ପରିବର୍ତ୍ତନ ହେଉ । ଆଗକୁ ପିପିଲି ଉପନିର୍ବାଚନ ଏବଂ ଆସନ୍ତା ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା ରହିଛି । ଏହାରି ଭିତରେ ପଦାକୁ ଆସିଛି କଂଗ୍ରେସର ପୁରୁଣା ରୋଗ ।

ରାଜଧାନୀର ଏକ ହୋଟେଲରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ବୈଠକ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଏକାଠି ହୋଇଥିଲେ କଂଗ୍ରେସର ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ଜିଲ୍ଲା ସଭାପତି ଓ ସମ୍ପାଦକ । ବୈଠକରେ ସାମିଲ ହୋଇଥିବା ଏହି ନେତାଙ୍କ ଗୋଟିଏ ଦାବି ହେଲା ନେତୃତ୍ୱ ପରିବର୍ତନ ।

ଗୋଟିଏ ପଟେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି, କଂଗ୍ରେସକୁ ଆଗକୁ ନେବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଦେଖାଯାଉଛି, କଂଗ୍ରେସର ନେତୃତ୍ୱ ପରିବର୍ତନର ପୁରୁଣା ରୋଗ ଆଜି ଯାଏଁ ଥମିନାହିଁ । କିଛି ଦିନ ପୂର୍ବରୁ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ଦିଲ୍ଲୀରେ ଏଆଇସିସି କାର୍ଯ୍ୟାଳୟରେ ଡେରା ପକାଇଥିଲେ । ସାଂଗଠନିକ ସମ୍ପାଦକ କେ ସି ଭେନୁଗୋପାଳଙ୍କୁ ଭେଟି ପିସିିସି ପରବର୍ତନର ନାରା ଦେଇଥିଲେ । ଆଜି ଦେଖିବାକୁ ମିଳିଥିଲା ଏହି ଅସନ୍ତୁଷ୍ଟ ନେତାଙ୍କ ବୈଠକ । ଏହି ମେଳି ସମ୍ପର୍କରେ ଚେଲା କୁମାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।

ଅନ୍ୟପଟେ ପିସିସି ସଭାପତି ଆଜିର ବୈଠକକୁ ନେଇ କହିଛନ୍ତି, ତାଙ୍କ ପାଖରେ ଖବର ନାହିଁ । ବରିଷ୍ଠ କଂଗ୍ରେସ ବିଧାୟକ କହିଛନ୍ତି ଯେତେ ମେଳି ହେଲେ ବି କିଛି କରିପାରିବେ ନାହିଁ ଅସନ୍ତୁଷ୍ଟ ।

from Kanak News
via <a href="https://ifttt.com/?

କେମିତି ଅଚାନକ୍ ପାହାଡ ଉପରୁ ମାଡି ଆସିଥିଲା ପ୍ରଳୟ । ସାମ୍ନାକୁ ଆସିଲା ଘଟଣା ବେଳର ଦୃଶ୍ୟ ।

କନକ ବ୍ୟୁରୋ : ହିମସ୍ଖଳନ ବେଳେ କେମିତି ଥିଲା ସ୍ଥିତି ତାର ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ହିମସ୍ଖଳନ ବେଳେ ଋଷିଗଙ୍ଗା ହାଇଡ୍ରୋ ଇଲେକଟ୍ରିକ ପ୍ରୋଜେକ୍ଟର କର୍ମଚାରୀ କିପରି କାଦୁଅ ପାଣିରେ ଭାସିଯାଇଛନ୍ତି ସେହି ସମୟରଦୃଶ୍ୟ । ହିମସ୍ଖଳନ ପରେ ଯେତେବେଳେ କାଦୁଅ ପାଣି ପ୍ରବଳ ବେଗରେ ମାଡି ଆସିଥିଲେ ଜୀବନ ବଂଚାଇବା ପାଇଁ ଡ୍ୟାମର କିଛି କର୍ମଚାରୀ ଉପରକୁ ଚଢିଯାଇଥିଲେ । ହେଲେ ନିଜକୁ ବଂଚାଇ ପାରିନଥିଲେ ।

ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସିଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଲା । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଏବେବି ଶତାଧିକ ଲୋକଙ୍କର କୌଣସି ପତା ମିଳିନି ।

ଫେବ୍ରୁଆରୀ, ୭ତାରିଖ ରବିବାର ଦିନର ସେହି ସମୟର ଦୃଶ୍ୟ । ଯେତେବେଳ ହିମସ୍ଖଳନ ଯୋଗୁଁ ମାତ୍ର କେଇ ମୁହୁର୍ତରେ ପାଣି କାଦୁଅରେ ଭାସିଯାଇଥିଲା ସବୁ । ପ୍ରବଳ ବେଗରେ ମାଡି ଆସିଥିବା କାଦୁଅରୁ ନିଜକୁ ସୁରକ୍ଷିତ କରିବା ପାଇଁ କିଛି ପଦକ୍ଷେପ ନେବା ପୂର୍ବରୁ ସବୁଆଡୁ ରାସ୍ତା ବନ୍ଦ ହୋଇଯାଇଥିଲା । ଆଉ କାଦୁଅ ପାଣିରେ ଭାସିଯାଇଥିଲା ସବୁକିଛି ।

ଘଟଣାକୁ ୩ଦିନ ବିତିଯାଇଥିବା ବେଳେ ପ୍ରଥମ ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଦ୍ୱିତୀୟ ସୁଡଙ୍ଗରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ସମୟ ଯେତିକି ଗଡି ଗଡି ଯାଉଛି ଆଶଙ୍କା ସେତିକି ବଢି ବଢି ଚାଲିଛି ।

ହିମସ୍ଖଳନ ପରେ ଏବେ ଏନଟିପିସିର ନିର୍ମାଣଧୀନ ତପୋବନ ପାୱାର ପ୍ରଜେକ୍ଟର କିଛି ସାଟେଲାଇଟ ଇମେଜ ଆସିିଛି । ଯେଉଁଥିରେ ପ୍ରଳୟର ପୂର୍ବ ଏବଂ ପର ସ୍ଥିତି ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ଏହି ଦୁଇଟି ଫଟୋ ଉପରେ ନଜର ପକାନ୍ତୁ ପ୍ରଥମ ଫଟୋଟି ୨୦୧୮ନଭେମ୍ବର ମାସର ଏବଂ ଦ୍ୱିତୀୟ ଫଟୋଟି ପ୍ରଳୟ ପରେ ଫେବ୍ରୁଆରୀ ୯ତାରିଖର ଫଟୋ । ହିମସ୍ଖଳନରେ ପରେ ଡ୍ୟାମଟି ସମ୍ପୂର୍ଣ୍ଣ ଭାବେ କାଦୁଅରେ ପୋତି ହୋଇଯାଇଛି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରୁ ବାଇ-ଲ’ ହଟିବା ପରେ ଜୋର ଧରିଲା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଅଧିନିୟମ ପ୍ରତ୍ୟାହାର ଦାବି । ମୁହାଁମୁହିଁ ହେଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ସାସଂଦ ଅପରାଜିତା ଷଡ଼ଙ୍ଗୀ ।

କନକ ବ୍ୟୁରୋ : ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପୁରୀରୁ ହଟିଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ କାଏମ ରହିଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସଗରମ ହୋଇଛି । ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ କରି ଭୁବନେଶ୍ୱର ସାଂସଦଙ୍କୁ କଡା ଟିପ୍ପଣୀ କରିଛନ୍ତି । ସେପଟେ ସେବାୟତ କହିଛନ୍ତି ଏକାମ୍ରକ୍ଷେତ୍ର ସହ ଧୋକ୍କା ହୋଇଛି । ତୁରନ୍ତ ବାଇ-ଲ’ ପ୍ରତ୍ୟାହୃତ ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ରକ୍ଷେତ୍ର ପୁରାଇ ଦିଆଯିବ ନାହିଁ ।

ଅପରାଜିତା ବନାମ ଅଶୋକ ପଣ୍ଡା । ମନ୍ତ୍ରୀଙ୍କ ଟାର୍ଗେଟରେ ଭୁବନେଶ୍ୱର ସାଂସଦ । ଏକାମ୍ରକ୍ଷେତ୍ରରେ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତାବିତ ବାଇ-ଲ’ କାଏମ ରହିବା ମାମଲାରେ ସାଂସଦଙ୍କୁ ଘେରିଛନ୍ତି ମନ୍ତ୍ରୀ । ଟୁଇଟ କରି ଲେଖିଛନ୍ତି ଏହି ଅଧିନିୟମ ଏକାମ୍ରକ୍ଷେତ୍ରର ବିକାଶରେ ବାଧକ ହେବ । ହେଲେ ଭୁବନେଶ୍ୱର ସାଂସଦ କାହିଁକି ଚୁପ୍ ରହିଛନ୍ତି । ଏକାମ୍ର କ୍ଷେତ୍ରର ବିକାଶରେ ବାଧକ ହେଉଥିବା ବ୍ୟକ୍ତିକୁ ଭୁବନେଶ୍ୱରବାସୀ କ୍ଷମା କରିବେ ନାହିଁ ବୋଲି ଟୁଇଟ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେପଟେ ସଂସଦର ଅଧିବେଶନ ପରେ ଭୁବନେଶ୍ୱର ପହଂଚି ସମସ୍ତ ତଥ୍ୟ ବୁଝିବେ ବୋଲି କହିଛନ୍ତି ଅପରାଜିତା ।

ସେପଟେ ଏନଏମଏର ବାଇ-ଲ’କୁ ନେଇ ତାତିଛନ୍ତି ଶ୍ରୀଲିଙ୍ଗରାଜଙ୍କ ସେବାୟତ । କହିଛନ୍ତି ନିୟମ ପ୍ରତ୍ୟାହାର ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ରକ୍ଷେତ୍ର ପୂରାଇ ଦିଆଯିବ ନାହିଁ । ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରାଯାଇଥିବା ବାଇ-ଲ’କୁ ବିରୋଧ ପରେ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ସେହି ସମାନ ଆଧାର ଥିଲେ ମଧ୍ୟ ଏକାମ୍ରକ୍ଷେତ୍ରର ଲିଙ୍ଗରାଜ ମନ୍ଦିର, ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରର ବାଇ-ଲ’ ପ୍ରତ୍ୟାହାର ହେଉ ନାହିଁ ।

from Kanak News
via <a href="https://ifttt.com/?

ଓଡ଼ିଶାରେ ଆନ୍ଧ୍ର କରୁଛି ମାମଲତି । ଆନ୍ଧ୍ର ଭୋଟରେ ଭାଗ ନେବା ପାଇଁ ଓଡ଼ିଶା ଲୋକଙ୍କୁ ବୁଝାଉଛନ୍ତି ଆନ୍ଧ୍ର ଅଫିସର, ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।

କନକ ବ୍ୟୁରୋ : ଆସନ୍ତା ୧୩ ତାରିଖରେ କୋଟିଆରେ ଆନ୍ଧ୍ର ସରକାର କରୁଛନ୍ତି ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ଏବେ କୋଟିଆରେ ଡେରା ପକାଇଛନ୍ତି । ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ବୁଝାଇବା ସହିତ ମତଦାନ କିପରି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ସହିତ କଥା ହେଉଛନ୍ତି । ଅନ୍ୟପଟେ ଆନ୍ଧ୍ରର ଏହି ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇବାକୁ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସେପଟେ ରାଜ୍ୟ ବିଜେପିର ଏକ ଟିମ କୋଟିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

କୋରାପୁଟର କୋଟିଆ, ଗଜପତିର ଗଙ୍ଗାବାଡ, ଗଞ୍ଜାମର ପାତ୍ରପୁର ଏବଂ ମାଲକାନଗିରିର ଜୁମଡାଙ୍ଗ । ପଂଚାୟତ ନିର୍ବାଚନ ପାଇଁ ଏସବୁ ଅଂଚଳରେ ପୋଷ୍ଟର ଲଗାଇ ଓଡିଶା ସରକାରଙ୍କ ଉଦାସିନତା ପ୍ରଦର୍ଶନ କରୁଛି ଆନ୍ଧ୍ର । ଭୋଟରଙ୍କୁ ହାତେଇବାକୁ ଚାଲିଛି ପ୍ରୟାସ । କୋଟିଆରରେ କେମିତି ସୁରୁଖୁରୁରେ ହେବ ନିର୍ବାଚନ, କେମିତି ଭୋଟ ଦେବେ ଭୋଟର ସେନେଇ ବୁଝାଉଛନ୍ତି ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ଏହି ଟିମରେ ଅଛନ୍ତି, ପାର୍ବତୀପୁରମ ସବଡିଭିଜନର ଉପ ଜିଲ୍ଳାପାଳ ଭି .ଧେ କାରେ ଓ ସାଲୁର ମଣ୍ଡଳର ତହସିଲଦାର ଶ୍ରୀନିବାସ ରାଓ । ଏହି ପ୍ରାଶାସନିକ ଟିମ କୋଟିଆବାସୀଙ୍କ ପାଖରେ ପହଂଚିଛନ୍ତି । ଆସନ୍ତା ୧୩ ତାରିଖରେ କୋଟିଆରେ ହେବାକୁ ଯାଉଛି ପଂଚାୟତ ନିର୍ବାଚନ । ଏହା ପୂର୍ବରୁ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ଏହି ଅଭିଯାନ ଆନ୍ଧ୍ର-ଓଡିଶା ବିବାଦକୁ ଅଧିକ ଘନୀଭୂତ କରିଛି ।

ସେପଟେ ଆନ୍ଧ୍ରର ଏହି ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇବାକୁ ଭାରତ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ତୁରନ୍ତ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି । କେବଳ କୋଟିଆ ନୁହେଁ, ଆନ୍ଧ୍ର ନିର୍ବାଚନ କରୁଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ନିର୍ଦେଶ ଦେବାକୁ ଆବେଦନ କରିଛି ଏହି ସଂସ୍ଥା ।

ଏପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ କୋଟିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଜେପି କହିଛି, ଗୁଇନ୍ଦା ବିଭାଗ ଫେଲ ମାରିବାରୁ ଆନ୍ଧ୍ର ଏଠାରେ ନିର୍ବାଚନ କରିବାକୁ ସକ୍ଷମ ହୋଇଛି । ରାଜ୍ୟ ସରକାର ପ୍ରତି ଗାଁର ପ୍ରତିନିଧିଙ୍କ ସହିତ କଥା ହୋଇ ସର୍ବଦଳୀୟ ବୈଠକ ଡାକି, ବିବାଦର ସମାଧାନ କରନ୍ତୁ ।

from Kanak News
via <a href="https://ifttt.com/?

ରାଜଧାନୀରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣା । ଚିହ୍ନଟ ପାଇଁ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କଲା କମିଶନରେଟ ପୋଲିସ ।

କନକ ବ୍ୟୁରୋ : ମୁଣ୍ଡ ବିହିନ ମୃତ ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗ୍ରହ କଲା ପୋଲିସ । ଭୁବନେଶ୍ୱର ଚନ୍ଦକା ଦାସପୁର ରାସ୍ତାକଡରୁ ମହିଳାଙ୍କ ମୂୁଣ୍ଡ ବିହୀନ ମୃତଦେହ ମିଳିଥିଲା । କଟାମୁଣ୍ଡ ଏଯାଏଁ ମିଳିନଥିବା ବେଳେ ମୃତ ମହିଳାଙ୍କ ପରିଚୟ ବି ମିଳିନାହିଁ । ମହିଳାଙ୍କ ପରିଚୟ ଖୋଜୁଥିବା କମିଶନରେଟ ପୋଲିସ ମୃତ ମହିଳାଙ୍କ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କରିଛି ।

ଡ଼ିଜିଟାଇଜ ଦ୍ୱାରା ତାଙ୍କର ଫିଙ୍ଗର ପ୍ରିଂଟ ସଂଗ୍ରହ କରାଯାଇଛି । ଏନସିଆରବି ତଥା ନ୍ୟାସନାଲ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ପାଖରେ ଥିବା ଫିଙ୍ଗର ପ୍ରିଂଟର ମ୍ୟାଚିଂ ପାଇଁ ଡ଼ାଟା ବ୍ୟାଙ୍କକୁ ସାମ୍ପୁଲ ପଠାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ।

ଗତ ୪ ତାରିଖରେ ଚନ୍ଦକା-ଦାସପୁର ଅଞ୍ଚଳରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ଯାହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କୁହାଯାଇଥିଲା । ତେବେ ମହିଳା ଜଣକ କିଏ ଏବଂ ସେ କେଉଁଠାରୁ ଆସିଛନ୍ତି ତା ଏଯାଏଁ ପୋଲିସ ପତ୍ତା ଲଗାଇପାରିନି ।

ଏହାସହ ପୋଲିସ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି । ଅନ୍ୟପଟେ ପୋଲିସ ଏହି ମହିଳାଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଲଗାଇଛି । ଏଥିରେ ତାଙ୍କ ହାତରେ ଥିବା ଏକ ଟାଟୁର ଚିହ୍ନ ଥିବା ସହିତ କିଛି କପଡାର ଫଟୋ ରହିଛି । ଯଦି କେହି ବ୍ୟକ୍ତି ଏହି ମହିଳାଙ୍କୁ ଚିହ୍ନଟ କରେ ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଓଡ଼ିଶାରେ ଆସିବ ନୂଆ କୃଷି ଆଇନ । ରାଜ୍ୟ ଭିତରେ ଯେଉଁଠି ଚାହିଁବ ଫସଲ ବିକ୍ରି କରି ପାରିବ ଚାଷୀ, ଖୁବଶୀଘ୍ର ଅଧ୍ୟାଦେଶ ଆଣିବେ ସରକାର ।

କନକ ବ୍ୟୁରୋ : ଓଡିଶାରେ ଆସିବ ନୂଆ କୃଷି ଆଇନ୍ । ନୂଆ ଆଇନ୍ ଅନୁସାରେ ଚାଷୀ ରାଜ୍ୟ ଭିତରେ ଯେଉଁଠି ଚାହିଁବ, ନିଜ ଧାନ ବିକ୍ରି କରିପାରିବ । ଏନେଇ ଖୁବ୍ ଶୀଘ୍ର ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି ସରକାର । ସେପଟେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ସହ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ ।

ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶରେ ହଟଚମଟ ଚାଲିଥିବା ବେଳେ ପ୍ରଚଳିତ କୃଷି ବଜାରର ଢାଞ୍ଚାକୁ ବଦଳାଇବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ପ୍ରତିଦ୍ୱନ୍ଦ୍ୱିିତାମୂଳକ ବଜାର ସୃଷ୍ଟି କରି କୃଷି ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ କୃଷିଜାତ ଦ୍ରବ୍ୟର ବିକ୍ରୟ ଉପରେ ଭୌଗଳିକ ପ୍ରତିବନ୍ଧକ ହଟିବ ଏବଂ ଉତ୍ପାଦକମାନଙ୍କୁ ସେମାନଙ୍କ ଉତ୍ପାଦନକୁ ରାଜ୍ୟର ଯେକୌଣସି ସ୍ଥାନରେ ବିକ୍ରି କରିବାକୁ ଅନୁମତି ମିଳିବ । ଅର୍ଥାତ୍ ଚାଷୀ ତା’ର ଉତ୍ପାଦନକୁ ରାଜ୍ୟର ଯେକୌଣସି ସ୍ଥାନରେ ବିକ୍ରି କରିପାରିବ । କ୍ୟାବିନେଟର ଅନୁମୋଦନ ପରେ ଏ ନେଇ ଖୁବଶୀଘ୍ର ଅର୍ଡିନାନସ ଆଣିବାକୁ ଯାଉଛନ୍ତି ସରକାର ।

କୃଷିଜାତ ଦ୍ରବ୍ୟ ବିକ୍ରି ଉପରେ ବିଭିନ୍ନ କଟକଣା ରହିଛି । ସରଳ ଭାଷାରେ କହିବାକୁ ଗଲେ କଳାହାଣ୍ଡିର ଚାଷୀ ତା’ର ଧାନକୁ ସ୍ୱାଭାବିକ ଭାବେ କଟକରେ ବିକ୍ରି କରିପାରୁନାହିଁ, ବରଗଡ଼ର ଚାଷୀ, ଭୁବନେଶ୍ୱରରେ ତା’ର ଉତ୍ପାଦନକୁ ବିକିବା ନେଇ ସମସ୍ୟାରେ ପଡୁଛି ।  କେନ୍ଦ୍ରର କୃଷି ଆଇନ ଭଳି କୃଷିଜାତ ଦ୍ରବ୍ୟର ବିକ୍ରୟ ନେଇ ଅଧ୍ୟାଦେଶ ଆଣୁଛନ୍ତି ରାଜ୍ୟ ସରକାର । ନଜର ପକାଇବା ଏହି ପ୍ରସ୍ତାବିତ ଅଧ୍ୟାଦେଶ ରେ କ’ଣ ରହିଛି ।

– ରାଜ୍ୟ ମଧ୍ୟରେ ବଜାରର ବିଭାଜନକୁ ରଦ୍ଦ କରିବା ଅର୍ଥାତ୍ ଗୋଟିଏ ରାଜ୍ୟ ଗୋଟିଏ ବଜାର

– ସମଗ୍ର ରାଜ୍ୟକୁ ଏକ ଏନ୍ଫୋର୍ସମେଂଟ ଏରିଆ ଭାବେ ଘୋଷଣା କରିବା

– ଉନ୍ନତ ବଜାର ପାଇଁ ଗୋଦାମ କିମ୍ବା ଶୀତଳ ଭଣ୍ଡାରକୁ ସଂଗଠିତ କରିବା

– ଇ-ବାଣିଜ୍ୟକୁ ପ୍ରୋତ୍ସାହିତ କରାଯିବ

– ଏକକ ପଏଂଟରେ ବଜାର ଶୁଳ୍କ ଆଦାୟ

– ରାଜ୍ୟବ୍ୟାପୀ ଏକକ ବାଣିଜ୍ୟ ଲାଇସେନ୍ସ ପ୍ରଦାନ

– ରାଜ୍ୟ ବଜାର କମିଟିର ଉନ୍ନତ ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନ

ସେପଟେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ସହ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରକୁ ଅନୁରୋଧ କରାଯିବ । ରାଜ୍ୟ କ୍ୟାବିନେଟରେ ପୁଣିଥରେ ଏହି ନିଷ୍ପତି ନିଆଯାଇଛି ।

from Kanak News
via <a href="https://ifttt.com/?

ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଓ ପଲିଥିନ ନେଲେ ୧୦୦ ଟଙ୍କା ଜରିମାନା 

କନକ ବ୍ୟୁରୋ : ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ସକାଳ ୭ଟାରୁ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରୀମନ୍ଦିର ଭିତରେ ନିର୍ଦ୍ଧାରିତ ସ୍ଥାନରେ ଭକ୍ତ ଜାଳିପାରିବେ ଦୀପ । ଏଣିକି ଆନନ୍ଦ ବଜାର ଭିତରେ ମଧ୍ୟ ଭକ୍ତ ସେବନ କରିପାରିବେ ମହାପ୍ରସାଦ । ଏହାସହ ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଟଙ୍କା ଜରିମାନା ଦେବାକୁ ହେବ । ଶ୍ରୀମନ୍ଦିର ଭିତରକୁ ପଲିଥିନି ନେଲେ ୧୦୦ ଟଙ୍କା ଜରିମାନା ଦେବାକୁ ହେବ ।

କୋଭିଡ ମହାମାରୀ କାରଣରୁ ଦୀର୍ଘଦିନ ହେବ ଶ୍ରୀମନ୍ଦିର ବନ୍ଦ ରହିଥିଲା । ହେଲେ ଏବେ ଶ୍ରୀମନ୍ଦିରକୁ ଖୋଲି ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରକୁ ଖୋଲିବା ସହ ଏବେ ସବୁ ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛନ୍ତି ।

from Kanak News
via <a href="https://ifttt.com/?

ପୁରୀ ପାଇଁ ଗୋଟେ ନିୟମ… ଏକାମ୍ରକ୍ଷେତ୍ର ପାଇଁ ଆଉ ଗୋଟେ?

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଓଡିଶାର ସାଂସଦମାନେ ଭେଟିବା ପରେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର କରାଯାଇଛି । ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’କୁ ହଟାଇ ନିଆଯାଇଥିବାବେଳେ, ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ପାଇଁ ଏହି ନିୟମକୁ ପ୍ରତ୍ୟାହାର କରାଯାଇ ନାହିଁ । ଏହା ଜଣାପଡିବା ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷ କରି ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେମାନଙ୍କ କହିବା ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଇଁ ୧୨ ମାସରେ ୧୩ ଯାତ୍ରା ଖଂଜା ହୋଇଛି । ଏହିସବୁ ଯାତ୍ରାରେ ପ୍ରଭୁ ଲିଙ୍ଗରାଜ, ମନ୍ଦିର ନିକଟରେ ଥିବା ମନ୍ଦିରଗୁଡିକୁ ଯାତ୍ରା କରନ୍ତି । ସେଥିପାଇଁ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଭଳି ବହୁ ମନ୍ଦିରରେ ସେବାୟତମାନଙ୍କୁ ଥଇଥାନ କରାଯାଇଛି । ଏପରିକି ସେବାପୂଜା ସୁରୁଖୁରୁରେ କରିବା ପାଇଁ ସେବାୟତ ସାହିଗୁଡିକ ମନ୍ଦିର ପାଖରେ ଗଢିଉଠିଛି । ଯେହେତୁ ପ୍ରାସ୍ତାବିତ ବାଇ-ଲ’ ଅନୁସାରେ ମନ୍ଦିରର ୩ଶହ ମିଟର ପରିଧି ଏକପ୍ରକାର କଟରଣା ଅଂଚଳ ଭାବେ ଚିହ୍ନଟ ହେବ । ଏବଂ ଏନଏମଏର ବିନା ଅନୁମତିରେ ଏଠାରେ ବିକାଶ କାମ ହୋଇପାରିବ ନାହିଁ । ତେଣୁ ସେବାୟତ ପରିବାର ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା କରୁଛନ୍ତି । କେନ୍ଦ୍ରର ନିଷ୍ପତି ପ୍ରତ୍ୟାହାର ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନଙ୍କୁ ଏକାମ୍ର କ୍ଷେତ୍ରରେ ପୁରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା । ଟ୍ୱିଟ କରି ସେ କହିଛନ୍ତି, ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ଆଉ ଭୁବନେଶ୍ୱର ସାଂସଦଙ୍କ ନୀରବତା ତାଙ୍କ ମୁଖା ଖୋଲିଦେଇଛି । ଯେଉଁମାନେ ଏକାମ୍ରକ୍ଷେତ୍ର ପ୍ରକଳ୍ପରେ ବାଧା ଆଣିବା ପାଇଁ ଯେଉଁମାନେ ଉଦ୍ୟମ କରୁଛନ୍ତି, ଭୁବନେଶ୍ୱରବାସୀ ତାଙ୍କୁ କେବେ କ୍ଷମା ଦେବେନାହିଁ । ଅଶୋକ ପଣ୍ଡାଙ୍କର ଏହି ଟ୍ୱିଟ ଦର୍ଶାଉଛି, ଆଗାମୀ ଦିନରେ ମାମଲା ରାଜନୈତିକ ବାଦ ବିବାଦ ଭିତରକୁ ଆସିପାରେ ।

from Kanak News
via <a href="https://ifttt.com/?

ଟୀକାକରଣରେ ସନ୍ତୁଷ୍ଟ ୯୭% ଲୋକ : କେନ୍ଦ୍ର

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା କମିଛି । ଏହାରି ଭିତରେ କରୋନା ଟୀକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟୀକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସମଗ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ଆଗଧାଡିର କର୍ମୀଙ୍କୁ ଟୀକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବ । ଏଯାଏଁ ୬୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେମ।।ନଙ୍କ ପାଇଁ ଦ୍ୱିତୀୟ ଡୋଜ ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ । ଦେଶର ମୋଟ ସଂକ୍ରମଣ ମାମଲାର ୪୫ ପ୍ରତିଶତ କେବଳ କେରଳରେ ଏବଂ ୨୫ ପ୍ରତିଶତ ମହାରାଷ୍ଟ୍ରରେ ରହିଛି । ଏହି ଦୁଇ ରାଜ୍ୟରେ କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ କେତେକ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ଏପଟ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଅବଧି ବଢିବାର ସୂଚନା ମିଳିଛି । ଯେତିକି ସ୍ୱାସ୍ଥ୍ୟକର୍ମୀ ଟୀକା ନେବା ପାଇଁ ପଂଜୀକୃତ ହୋଇଛନ୍ତି ସେଥିରୁ ୭୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟୀକା ନେଇସାରିଲେଣି । ତଥାପି ଆହୁରି ୬୯ ହଜାର ୩୧୪ ସ୍ୱାସ୍ଥ୍ୟକର୍ମୀ ଟୀକା ନେବା ପାଇଁ ରହିଛନ୍ତି । ଆଜି ଟୀକାକରଣର ଶେଷ ଦିନ ଥିବା ବେଳେ ଏତେ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଟିଏ ଦିନରେ ଟୀକା ଦେବା ଅସମ୍ଭବ । ତେଣୁ ଅବଧିକୁ ଆହୁରି କିଛିଦିନ ପାଇଁ ବଢାଯିବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ଟିକାକରଣ ଅବଧିକୁ କେତେଦିନ ବଢାଯିବ ତାହା ସ୍ଥିର ହୋଇନଥିବା କହିଛନ୍ତି ରାଜ୍ୟ ନୋଡାଲ ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started