ନାଗାର୍ଜୁନ ବେଶ… ଆଶା ଥିଲା, ମଉଳିଗଲା !

କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି ।  ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜ୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରକ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଛନ୍ତି ମୁକ୍ତିମଣ୍ଡପ ସଭାର ସଦସ୍ୟ ।

ଚଳିତ ବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଅନୁମୋଦନ ନେଇ ପାଞ୍ଜିକାରକ ଓ ମୁକ୍ତି ମଣ୍ଡପ ପଣ୍ଡିତଙ୍କର ବୈଠକ ବସିଥିଲା । ଏହି ବୈଠକର ନିଷ୍ପତି ଅନୁସାରେ ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବପର୍ବାଣି ପାଳନ ହେବ । ଚଳିତ ବର୍ଷ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ପଡୁଥିବା ନେଇ ପୂର୍ବରୁ ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ପ୍ରକାଶ ପାଇଥିଲା ।

ଗତବର୍ଷ ନଭେମ୍ବର ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । କରୋନା ସଂକ୍ରମଣ ଭୟରେ ବିନା ଭକ୍ତରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ନାଗାର୍ଜୁନ ବେଶ ପଡିବ ବୋଲି କୁହାଯାଇଥିଲା । ଏପରିକି ସେବାୟତ ମାନେ କହୁଥିଲେ, ଲଗାତର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡିବା ନୁଆ ନୁହେଁ । ୧୯୬୭-୬୮ ଓ ୧୯୯୩-୯୪ରେ ଲଗାତର ନାଗାର୍ଜୁନ ବେଶ ପଡିଥିଲା । ତେଣୁ କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିପାରିନଥିବା ଭକ୍ତ ଆଶା କରିଥିଲେ, ଏବର୍ଷ ଶ୍ରୀଜିଉଙ୍କୁ ଯୋଦ୍ଧା ବେଶରେ ଦର୍ଶନ କରିବେ । ହେଲେ ନୁଆ ନୀତି ନିର୍ଘଂଟ ପରେ ଏହି ଆଶା ମଉଳିଯାଇଛି ।

from Kanak News
via <a href="https://ifttt.com/?

ବିଭତ୍ସ… ରାଉରକେଲାରେ ହୋଟେଲ ମାଲିକଙ୍କୁ ହତ୍ୟା

କନକ ବ୍ୟୁରୋ : ରାଉରକେଲାରେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଘରେ ପଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାଉରକେଲା ଡିଏଭି ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ବସେରା ହୋଟେଲର ମାଲିକ ସଜ୍ଜନ ମିତଲଙ୍କୁ ହତ୍ୟା କରାଯାଇଛି  । ଲୁହାରଡ଼ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଜମିଜମା ବିବାଦ ଓ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପ୍ଲାଂଟ ସାଇଟ ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଜାରି ରଖିଛି ।

ସିସିଟିଭିରେ କଏଦ ହୋଇଛି ହତ୍ୟାକାରୀଙ୍କ ଭିଡ଼ିଓ । ୨ଟି ବାଇକରେ ୩ ଜଣ ଦୁର୍ବୁତ ଆସିଥିବା ଭିଡିଓରୁ ଜଣାପଡୁଛି  । ପ୍ରଥମେ ଏକ ଧଳା ରଂଗର ସ୍କୁଟର ଆସି ଘର ସାମନାରେ ଅଟକୁଛି । ଏହା ପଛକୁ ଅନ୍ୟ ଏକ ବାଇକରେ ୨ ଜଣ ଦୁର୍ବର୍ୁତ୍ତ ଘର ସାମନା ଦେଇ ଆଗକୁ ଯାଉଛନ୍ତି । ଧଳା ସ୍କୁଟରରୁ ବାହାରି ଜଣେ ବ୍ୟକ୍ତି ସଜ୍ଜନ ମିତଲଙ୍କ ଘର ଭିତରକୁ ପଶୁଛନ୍ତି । କିଛି ସମୟରେ ସେ ବାହାରକୁ ବାହାରୁଥିବା ବେଳେ ପୂର୍ବରୁ ବାହାରେ ଥିବା ଅନ୍ୟ ଦୁଇ ଦୁର୍ବୁତ୍ତ ତାଙ୍କ ପାଖରେ ପହଚିିଂଛନ୍ତି । ହତ୍ୟାକାଣ୍ଡ ଘଟାଇ ଅତି ସହଜରେ ୩ ଦୁର୍ବୃତ୍ତ ସେଠାରୁୁ ଫେରାର ହୋଇଯାଉଛନ୍ତି । ହତ୍ୟାକାରୀଙ୍କୁ ଧରିବାରେ ଏହି ସିସିଟିଭି ଫୁଟେଜ ବଡ଼ ସୁରାଗ ହୋଇପାରେ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ପୂୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲର ମୂଲ୍ୟ । ମୁମ୍ବାଇରେ ପେଟ୍ରୋଲ ୯୪ ଟଙ୍କା ପାର

କନକ ବ୍ୟୁରୋ : ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଆଜି ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି କରାଯାଇଛି । ଏହା ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ଭାଙ୍ଗି ୯୪ ଟଙ୍କା ପାର କରିଥିବା ବେଳେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୭.୬୦ ଟଙ୍କାରେ ପହଂଚିଛି ।
ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଆଜି ପେଟ୍ରୋଲ ଉପରେ ଲିଟର ପିଛା ୩୦ ପଇଷା ଓ ଡିଜେଲ ଉପରେ ୨୫ ପଇଷା ମୂଲ୍ୟ ବୃଦ୍ଧି କରାଯାଇଛି । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଲଗାତର ଭାବେ ଅଶୌଦ୍ଧିତ ତୈଳଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବରେ ଦେଶରେ ତୈଳ ଦର ବଢୁଥିବା କୁହାଯାଇଛି । ସେପଟେ ବ୍ରେଣ୍ଟକୃଡ ଅଏଲର ବ୍ୟାରେଲ ପିଛା ମୂଲ୍ୟ ୬୧ ଡଲାର ବୃଦ୍ଧି ପାଇଛି ।
ବୁଧବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୮୭.୬୦ ଟଙ୍କା ଓ ଡିଜେଲ ୭୭.୭୩ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୯୪.୧୨ ଟଙ୍କା ଓ ଡିଜେଲ ର ଲିଟର ପିଛା ଦାମ ୮୪.୬୩ ଟଙ୍କା ରହିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲର ଦାମ ୮୯.୯୬ ଟଙ୍କା ରହିଥିବା ବେଳେ ଡିଜେଲ ୮୨.୯୦ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ୮୮.୯୨ ଟଙ୍କା ଓ ଡିଜେଲ ୮୧.୩୧ ଟଙ୍କା, ନୋଇଡାରେ ପେଟ୍ରୋଲର ଦାମ ଲିଟର ପିଛା ୮୬.୬୪ ଓ ଡିଜେଲର ଦାମ ୭୮.୧୫ ଟଙ୍କା ରହିଛି ।
ଲଗାତର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂୁଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଗତ ୧୦ ମାସ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୮ ଟଙ୍କା ବୃଦ୍ଧି ପାଇସାରିଲାଣି । ହେଲେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୌଣସି ସବସିଡି ଦେବାକୁ ପ୍ରସ୍ତୁତ ନଥିବା କୁହାଯାଇଛି ।

from Kanak News
via <a href="https://ifttt.com/?

ଆଜିଠୁ ଖୋଲିବ ଇଞ୍ଜିନିୟରିଂ କଲେଜ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ ।

କନକ ବ୍ୟୁରୋ : ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଆଜିଠୁ ଖୋଲିବ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ । କୋଭିଡ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ ।  ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ବି ଆରମ୍ଭ ହେବ ପାଠପଢା । 

କୋଭିଡ ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏବେ ରାଜ୍ୟରେ କରୋନାର ପ୍ରକୋପ ଧିରେ ଧିରେ କମିବା ପରେ ସବୁ ଶିକ୍ଷାନୁଷ୍ଠାନକୁ ଖୋଲୁଛନ୍ତି ସରକାର । ପୂର୍ବରୁ ରାଜ୍ୟରେ ମେଡିକାଲ କଲେଜ ମଧ୍ୟ ଖୋଲି ସାରିଛି ।

from Kanak News
via <a href="https://ifttt.com/?

କରୋନା ଚିହ୍ନୁଛି କୁକୁର । ସଂକ୍ରମଣ ହୋଇଛି କି ନା ସୁଙ୍ଘି ସୁଙ୍ଘି ଜାଣୁଛି ସେନାର କୁକୁର । 

କନକ ବ୍ୟୁରୋ : କରୋନା ଭୂତାଣୁର ଚିହ୍ନଟ କରିବା ପାଇଁ ବିଭିନ୍ନ ପ୍ରକାରର ଟେଷ୍ଟିଂ କିଟ ବାହାର କରାଯାଇଛି। ପାଟିରୁ ଏବଂ ନାକରୁ ସ୍ବାବ ନମୁନା ନେଇ ପରୀକ୍ଷା କରାଯିବା ସହ ବ୍ୟକ୍ତିଜଣକ କରୋନା ଆକ୍ରାନ୍ତ କି ନାହିଁ ଚିହ୍ନଟ କରାଯାଉଛି। ହେଲେ ଭାରତୀୟ ସେନାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ କୁକୁରକୁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଭାରତୀୟ ସେନାରେ ଥିବା କକର ସ୍ପାନିଏଲ ପ୍ରଜାତିର କୁକୁର କାସପରକୁ ଏହି କାମରେ ଲଗାଯାଇଛି। କାସପର ଭାରତୀୟ ଚିପିପାରେ ପ୍ରଜାତିର କୁକୁର ଜୟା ସହ ମିଶି ଲୋକଙ୍କ ପରିଶ୍ରାକୁ ଆଘ୍ରାଣ କରି ସେ କରୋନା ଆକ୍ରାନ୍ତ କି ନାହିଁ ଚିହ୍ନଟ କରୁଥିବା ଜଣାଯାଇଛି।

ଏପର୍ୟ୍ୟନ୍ତ କାସପର ଏବଂ ଜୟା ୩,୮୦୦ ନମୁନା ଆଘ୍ରାଣ କରି ପରୀକ୍ଷା କରିଥିବା ବେଳେ ସେ ମଧ୍ୟରୁ ୨୨ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କାସପର ଏବଂ ଜୟାଙ୍କ ଆଗରେ ପରିଶ୍ରା ଥିବା କିଛି ବକ୍ସ ରଖାଯାଉଥିବା ବେଳେ ସେମାନଙ୍କୁ ଆଘ୍ରାଣ କରିବାକୁ କୁହାଯାଏ। ଏହା ପରେ ସେମାନେ ଆଘ୍ରାଣ କରି ଯେଉଁ ବକ୍ସ ପାଖରେ ବସିପଡ଼ନ୍ତି, ସେ ବକ୍ସରେ ଥିବା ନମୁନା କରୋନା ପଜିଟିଭ ବୋଲି ଜଣାପଡ଼ିଥାଏ। କାସପର ଏବଂ ଜୟାଙ୍କୁ ସେନା ଯବାନଙ୍କ ମଧ୍ୟ‌ରେ କରୋନା ଭୂତାଣୁ ଚିହ୍ନଟ ପାଇଁ ସେପ୍ଟେମ୍ବର ମାସରୁ ବ୍ୟବହାର କରାଯାଉଛି।

from Kanak News
via <a href="https://ifttt.com/?

କରୋନା ଟିକାକରଣକୁ ନେଇ ଆସିଲା ଭଲ ଖବର : ଟିକା ନେଇ ସନ୍ତୁଷ୍ଟ ଅଛନ୍ତି ୯୭ ପ୍ରତିଶତ ଲୋକ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାରି ଭିତରେ କରୋନା ଟିକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟିକାକରଣଶ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସମଗ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ଆଗଧାଡିର କର୍ମୀଙ୍କୁ ଟିକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବ ।

ଏଯାଏ ୬୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପକ୍ଷରୁ ସୂଚନା ଦିଆଯାଇଛି । ସେମ।।ନଙ୍କ ପାଇଁ ଦ୍ୱିତୀୟ ଡୋଜ ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ।  ଦେଶର ମୋଟ ସଂକ୍ରମଣ ମାମଲାର ୪୫ ପ୍ରତିଶତ କେବେଳ କେରଳରେ ଏବଂ ୨୫ ପ୍ରତିଶତ  ମହାରାଷ୍ଟ୍ରରେ ରହିଛି । ଏହି ଦୁଇ ରାଜ୍ୟରେ କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରି  ସରକାରଙ୍କୁ କେତେକ ଜରୁରୀ ପଦକ୍ଷେପ ପାଇଁ ପରାମର୍ଶ ଦେଇଛନ୍ତି ।

ସେପଟ ରାଜ୍ୟରେ ବଢିବ ପ୍ରଥମ ପର୍ଯ୍ୟାୟ ଟିକାକରଣ ଅବଧି ।  ଯେତିକି  ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପାଇଁ ପଂଜୀକୃତ ହୋଇଛନ୍ତ ସେଥିରୁ ୭୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଲେଣି । ତଥାପି ଆହୁରି ୬୯ ହଜାର ୩୧୪ ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପାଇଁ ରହିଛନ୍ତି । ଆଜି  ଟିକାକରଣର ଶେଷ ଦିନ ଥିବା ବେଳେ ଏତେ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଟିଏ ଦିନରେ ଟିକା ଦେବା ଅସମ୍ଭବ ।  ତେଣୁ ଅବଧିକୁ ଆହୁରି କିଛିଦିନ ପାଇଁ ବଢାଯିବ ବୋଲି ସ୍ପଷ୍ଟ କରାଯାଇଛି ।  ତେବେ ସମସ୍ତଙ୍କୁ  ପ୍ରଥମ ଡୋଜ ଟିକା ପ୍ରଦାନ କରିବା ଲାଗି ଅବଧିକୁ ବୃଦ୍ଧି କରିବାକୁ ଯୋଜନା ହୋଇଛି ।  ତେବେ ଟିକାକରଣ ଅବଧିକୁ କେତେଦିନ ବଢାଯିବ ତାହା ସ୍ଥିର ହୋଇନଥିବା କହିଛନ୍ତି ରାଜ୍ୟ ନୋଡାଲ ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

ଟ୍ୟୁସନ ଶିକ୍ଷକଙ୍କ ମାଡରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର । ଥାନାରେ ଅଭିଯୋଗ, ଶିକ୍ଷକ ଅଟକ । 

କନକ ବ୍ୟୁରୋ : ଟ୍ୟୁସନ୍‌ ଶିକ୍ଷକଙ୍କ ମାଡ଼ରେ ସ୍ଥାନୀୟ କୋଳିଅଠା ଗ୍ରାମର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଛି । ଆହତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି।

ଅଭିଯୋଗ ମୁତାବକ, ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର କିଶୋର ମାଢ଼େଇଙ୍କ ପୁଅ ସୁଶିଲ ମାଢ଼େଇଙ୍କୁ ସେହି ଗ୍ରାମର ମୃତ୍ୟୁଞ୍ଜୟ ସାମଲ ଟ୍ୟୁସନ କରୁଥିଲେ। ଆଜି ସୁଶିଲ ଟ୍ୟୁସନ୍‌କୁ ଯାଇଥିଲା ବେଳେ ଶିକ୍ଷକ ନ ଥିବାରୁ କିଛି ସମୟ ପରେ ଶୌଚ ପାଇଁ ଘରକୁ ଚାଲି ଆସିଥିଲେ।

ପରିବାର ଲୋକମାନେ ଏ ସଂପର୍କରେ ଶିକ୍ଷକ ମୃତ୍ୟୁଞ୍ଜୟଙ୍କୁ ଫୋନ୍‌ କରି ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇପଡ଼ିଥିବା ମୃତ୍ୟୁଞ୍ଜୟ ଶୌଚ ପରେ ପୁନର୍ବାର ଟ୍ୟୁସନ୍‌କୁ ଆସିଥିବା ସୁଶିଲଙ୍କୁ ବେତରେ ମାଡ଼ ମାରିଥିଲେ। ଫଳରେ ତାଙ୍କ ବାମ ହାତ ଭାଙ୍ଗିଯିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଖବର ପାଇ ପରିବାର ଲୋକମାନେ ପହଞ୍ଚି ତାଙ୍କୁ ପ୍ରଥମ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏ ନେଇ ସୁଶିଲଙ୍କ ବାପା କିଶୋର ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଥାନା ଆଇଆଇସି ରଂଜନ କୁମାର ପ୍ରଧାନଙ୍କୁ ପଚାରିବାରୁ ଶିକ୍ଷକ ମୃତ୍ୟୁଞ୍ଜୟଙ୍କୁ ଥାନାରେ ଅଟକ ରଖାଯାଇ ଘଟଣାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନ ଦେଇ ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ବୟାନ । କହିଲେ ୪ ଲକ୍ଷ ନୁହେଁ ଏବେ ସରକାର ଦେଖିବେ ୪୦ ଲକ୍ଷ ଟ୍ରାକ୍ଟର ରାଲି । ଆହୁରି ଘମାଘୋଟ ହେବ ଲଢେଇ

କନକ ବ୍ୟୁରୋ : ନୂତନ କୃଷିବିଲକୁ ବିରୋଧ କରି ପ୍ରତିବାଦ କରୁଥିବା କୃଷକ ମାନେ ଏବେ ଆନ୍ଦୋଳନ ଆଡକୁ ଢଳିଛନ୍ତି । ଏନେଇ କୃଷକ ନେତା ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାପଞ୍ଚାୟତ ଆୟୋଜନ କରାଯାଇ ହଜାର ହଜାର କୃଷକ ମାନଙ୍କୁ ଆନ୍ଦୋଳନ ସହିତ ଯୋଡିବାକୁ ଚେଷ୍ଟା କରାଯାଉଛି ।
କୁରୁକ୍ଷେତ୍ରର ପିହୁଆ ଠାରେ ଆୟୋଜିତ ମହାପଞ୍ଚାୟତକୁ ସମ୍ବୋଧିତ କରି କିଷାନ ଆନ୍ଦୋଳନର ମୁ୍ଖ୍ୟ ତଥା ଭାରତୀୟ କିଷାନ ୟୁନିୟନର ସଭାପତି ରାକେଶ ଟିକାୟତ କହିଛନ୍ତି କି ସରକାର ୪ ଲକ୍ଷ ଟ୍ରାକ୍ଟର ରାଲି ଦେଖିଥିଲେ ହେଲେ ଏବେ ସରକାର ଦେଖିବେ ୪୦ ଲକ୍ଷ ଟ୍ରାକ୍ଟରର ରାଲି । ଏହା ସହ ସେ କହିଥିଲେ କି ପଞ୍ଜାବରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ସାରା ଦେଶକୁ ବ୍ୟାପିଛି । ଦେଶରୁ ହଜାର ହଜାର ସଂଖ୍ୟାରେ କୃଷକ ମାନେ ସ୍ୱତଃପ୍ରବୃତ ଭାବେ ଆନ୍ଦୋଳନରେ ଯୋଗ ଦେଉଛନ୍ତି । ଏହାକୁ ଦେଖି ସରକାର ଛାନିଆ ହେଲେଣି । ତେଣୁ ପ୍ରଧାନମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନଜୀବୀ କହିବାକୁ ବି ପଛାଉ ନାହାନ୍ତି । ଆନ୍ଦୋଳନ ଭାରତୀୟ ସମ୍ବିଧାନର ଏକ ଅଂଶ ବୋଲି ସେ କହିବା ସହ ସହୀଦ ଭଗତ ସିଂ, ଓ ଲାଲକୃଷ୍ଣ ଆଡଭାନୀଙ୍କ ନାମ ନେଇ ଶ୍ରୀ ଟିକାୟତ କହିଥିଲେ କି ଏମାନେ ବି ଆନ୍ଦୋଳନର ରାସ୍ତାରେ ଆସି ଦେଶ ପାଇଁ ଅନେକ କିଛି କରିଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ଜୀବନରେ କେବେ ଆନ୍ଦୋଳନ କରିନାହାନ୍ତି ବରଂ ସାଲିସ କରି ଦେଶକୁ ଭାଙ୍ଗିବାର ଅନେକ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।
କହିରଖୁ କି ପାଖା ପାଖି ୩ ମାସ ହେବ ନୂତନ କୃଷିବିଲ୍ କୁ ପ୍ରତ୍ୟାହାର କରିବା ଦାବିରେ କୃଷକ ମାନେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି । ଏନେଇ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୧୧ ଥର ବୈଠକ ହୋଇଥିଲେ ବି କିଛି ନିସ୍କର୍ଷ ବାହାରି ପାରିନାହିଁ । ସେପଟେ ଆନ୍ଦୋଳନକାରୀଙ୍କୁ ଆତଙ୍କବାଦୀ, ଖଲିସ୍ତାନୀ, ଟୁକଡେ ଟୁକଡେ ଗ୍ୟାଙ୍ଗ୍, ଦେଶ ବିରୋଧୀ ଶକ୍ତି କହି ସରକାରୀ ଦଳର କିଛି ନେତା ଆକ୍ଷେପ କରୁଥିବା ବେଳେ ରାଜ୍ୟସଭାରେ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନଜୀବୀ କହି ବିବାଦ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଜବାବରେ କୃଷକ ମାନେ ଏବେ ୪୦ ଲକ୍ଷ ଟ୍ରାକ୍ଟର ସହ ରାଲି କରିବେ ବୋଲି କହିଛନ୍ତି ରାକେଶ ଟିକାୟତ ।

from Kanak News
via <a href="https://ifttt.com/?

୧୧ କୋଟି ଟଙ୍କାରେ ବିକ୍ରି ହେଉଛି ୪୫ ବର୍ଷର ପୁରୁଣା କମ୍ପ୍ୟୁଟର । ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ସମଗ୍ର ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢୁଛି । ଲୋକମାନେ ନୂଆ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ଏପରି ପରିସ୍ଥିତିରେ ୪୫ ବର୍ଷ ପୁରୁଣା କମ୍ପ୍ୟୁଟରର ଚାହିଦା ବଢିବା ଭଳି ଖବର ସାମ୍ନାକୁ ଆସିଛି । ବାସ୍ତବରେ ଏହି ପୁରୁଣା କମ୍ପ୍ୟୁଟର ଏବେ,୧୧ କୋଟି ଟଙ୍କାରେ ବିକ୍ରି ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଏତେ ପୁରୁଣା କମ୍ପ୍ୟୁଟରରେ ଏଭଳି କଣ ଅଛି ଯେ, ମୂଲ୍ୟ ଏତେ ଅଧିକ ରହିଛି ? ମିଳିଥିବା ସୂଚନା ମୁତାବକ ଏହା ଏକ ସାଧାରଣ କମ୍ପ୍ୟୁଟର ନୁହେଁ ।

ବରଂ, ଏହି କମ୍ପ୍ୟୁଟରକୁ ଆପଲର ସହ-ପ୍ରତିଷ୍ଠାତା ସ୍ବର୍ଗତଃ ଷ୍ଟିଭ ଜବ୍ସ ପ୍ରସ୍ତୁତ କରିଥିଲେ । ରିପୋର୍ଟ ଅନୁଯାୟୀ, ୧୯୭୬ ମସିହାରେ ସହ-ପ୍ରତିଷ୍ଠାତା ଷ୍ଟିଭ୍ ୱୋଜନାଇକଙ୍କ ସହ ମିଶି ଷ୍ଟିଭ୍ ଜବ୍ସ ଏହି କମ୍ପ୍ୟୁଟରର ଡିଜାଇନ୍ କରିଥିଲେ । ଆଉ ସେତେବେଳେ ପ୍ରସ୍ତୁତ ହୋଇଥିବା ଏହି କମ୍ପ୍ୟୁଟର ଏବେ ସୋସିଆଲ ମିଡ଼ିଆ ଇବେରେ ବିକ୍ରି ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି । ଏହି ବିଜ୍ଞାପନରେ ଏହା ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ଦର୍ଶାଯାଇଛି । କମ୍ପାନୀର କହିବା ମୁତାବକ ଏହି କମ୍ପ୍ୟୁଟର କାର୍ୟ୍ୟକ୍ଷମ ଅବସ୍ଥାରେ ଅଛି।

ବିଜ୍ଞାପନରେ କୁହାଯାଉଛି ଯେ ଏହା ଏକ ବିରଳ ସୁଯୋଗ, କାରଣ ବର୍ତ୍ତମାନ ସର୍ବମୋଟ ୬ଟି ଆପଲ-୧ କମ୍ପ୍ୟୁଟର ହିଁ ରହିଛି । ଆଉ ଅନ୍ୟମାନଙ୍କ ଅପେକ୍ଷା ଏହି କମ୍ପ୍ୟୁଟର ସର୍ବୋତ୍ତମ ସ୍ଥିତିରେ ଅଛି । ବିଜ୍ଞାପନ ଦେଇଥିବା ବ୍ୟକ୍ତିଜଣକ କହିଛନ୍ତି ଯେ, ସେ ଏହି କମ୍ପ୍ୟୁଟରର ଦ୍ୱିତୀୟ ମାଲିକ । ୧୯୭୮ ମସିହାରେ, ଏହାର ପ୍ରଥମ ମାଲିକ ଆପଲ୍-୨ କମ୍ପ୍ୟୁଟର କିଣିବା ପରେ ଏହାକୁ ବିକ୍ରି କରିଦେଇଥିଲେ ।

from Kanak News
via <a href="https://ifttt.com/?

ଭଦ୍ରକ ଡାହାଣୀଗଡିଆ ହରିଶଙ୍କର ଗ୍ୟାରେଜରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୪ଟି ବସ ଓ ୨ଟି ସ୍କପ୍ରିଓ

କନକ ବ୍ୟୁରୋ : ଭଦ୍ରକ ଟାଉନଥାନା ଡାହାଣୀଗଡିଆ ସ୍ଥିତ ହରିଶଙ୍କର ଗ୍ୟାରେଜରେ ଅଗ୍ନିକାଣ୍ଡ । ନିଆଁ ଲାଗି ଗ୍ୟାରେଜରେ ଥିବା ୪ଟି ବସ ଓ ୨ଟି ସ୍କପ୍ରିଓ ଜଳିଯାଇଛି । ଅଗ୍ନିଶମ ବାହିନୀ ପହଚିଂ ନିଆଁକୁ ଆୟତ କରିଛି । ବିଳମ୍ବତ ରାତିରେ ଗ୍ୟାରେଜରେ ନିଆଁ ଲାଗିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ସେପଟେ, ଭଦ୍ରକ ବ୍ଲକ୍ କଲେଇ ଜିପିର ବଲାଜିତ୍ ପଡା ଗ୍ରାମରେ  ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ଏଥିସହିତ ଘରେ ଥିବା ଆସବାବ ପତ୍ର , ଟିଭି , ବାସନ କୁସନ୍ , ପୋଷାକ ଆଦି ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର  ଅନିଲ  ସ୍ୱାଇଁ,  ସୁରେନ୍ଦ୍ର ସ୍ବାଇଁ, ବାବିଲତା  ସ୍ୱାଇଁ, ଲକ୍ଷ୍ମୀଧର୍ ସ୍ୱାଇଁଙ୍କର ଘର ପୋଡ଼ି ପାଉଁଶ ହୋଇଯାଇଛି । କେବଳ ଏତିକି ନୁହେଁ ଦେବେନ୍ଦ୍ର ସ୍ୱାଇଁଙ୍କର ଝିଅ ବାହାଘର ଲାଗି କିଣା ଯାଇଥିବା ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started