ଚାଷୀ ଆନ୍ଦୋଳନ ଭିତରେ ଆଖି ବୁଜିଲେ ଆଉ ୨ ଚାଷୀ । ଜଣେ ହୃଦଘାତରେ ଏବଂ ଆଉ ଜଣେ ଦୁର୍ଘଟଣାରେ ପ୍ରାଣ ହରାଇଲେ ।

କନକ ବ୍ୟୁରୋ: ସିଂଘୁ ଏବଂ ଟିକ୍ରି ସୀମା ଚାଷୀ ଆନ୍ଦୋଳନସ୍ଥଳରେ ମଙ୍ଗଳବାର ଆଉ ୨ ଜଣ କୃଷକଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନକାରୀ ଚାଷୀ ହରିନ୍ଦର (୫୦)ଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବ ସ୍ବେଚ୍ଛାସେବୀ ଦୀପକ (୨୮)ଙ୍କର ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଜଣାପଡ଼ିଛି। ଦୀପକ ଜାନୁଆରି ୨୬ ଟ୍ରାକ୍ଟର ରାଲିରେ ଆହତ ହୋଇଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ନିକଟରେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ରୋହତକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଚାଷୀମାନେ ଆନ୍ଦୋଳନସ୍ଥଳ ଛାଡ଼ି ଘରକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସଂସଦରୁ ନିବେଦନ କରିବା ପରେ ଏହାକୁ ନେଇ ପଂଜାବ ଏବଂ ହରିୟାଣା ଚାଷୀ ମହଲରେ ମନ୍ଥନ ଚାଲିଛି । ତେବେ ଚାଷୀ ନେତା ରକେଶ ଟିକାୟତ କହିଛନ୍ତି ଯେ ନୂଆ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଏବଂ ଅକ୍ଟୋବର ୨ ପୂର୍ବରୁ ଏହା ପ୍ରତ୍ୟାହାର ହେବନାହିଁ। ତେବେ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ଚାଷୀ ସଂଗଠନ ବିରୋଧ କରୁଥିବା ‌ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀ ସୀମାରେ ମୁତୟନ ଥିବା ଅତିରିକ୍ତ ପୁଲିସ ବାହିନୀକୁ ଇତିମଧ୍ୟରେ ପ୍ରତ୍ୟାହାର କରାଯାଇଛି ଏବଂ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ସ୍ଥାନୀୟ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ନ କରିବା ଏବଂ କୌଣସି ଅପ୍ରତ୍ୟାଶିତ ପଦକ୍ଷେପ ନ ନେବାକୁ ଚାଷୀ ନେତାମାନଙ୍କୁ ସ୍ଥାନୀୟ ପ୍ରଶାସନ ନିବେଦନ କରିଛି।

from Kanak News
via <a href="https://ifttt.com/?

ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ । ଲୋକଙ୍କ ନିକଟତର ହେବା ପାଇଁ ପ୍ରଶାସନର ଉଦ୍ୟମ । ଚର୍ଚ୍ଚାରେ ଦୁଇ ରାଜ୍ୟର ଭତ୍ତା ଟଙ୍କା ।

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶ ସରକାର ବିଭିନ୍ନ ଭତ୍ତା ବାବଦକୁ ୨୨୫୦ଟଙ୍କା ଦେଉଥିବାବେଳେ ଓଡ଼ିଶା ସରକାର ମାତ୍ର ୫ଶହ ଦେଉଛନ୍ତି। ପିଲାଙ୍କ ପାଠପଢା ଲାଗି ଜଗନ୍ନାନ୍‌ କିଟ୍‌ ପ୍ରଦାନ କରୁଛି ଆନ୍ଧ୍ର। ପଞ୍ଚାୟତ ନିର୍ବାଚନ ପୋଷ୍ଟରରେ ଆନ୍ଧ୍ରପ୍ରଦେଶ ଏହିଭଳି ‌ଭାବେ ଉଲ୍ଲେଖକରି ଲୋକମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଉଦ୍ୟମ କରୁଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଛି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ୍‌ର ୮ଟି ପଞ୍ଚାୟତର ୩୨ ଗାଁ। ଅଧିକାଂଶ ଗ୍ରାମବାସୀଙ୍କ ନିକଟରେ ଦ୍ୱୈତ ପ୍ରମାଣପତ୍ର ଅର୍ଥାତ ଆନ୍ଧ୍ର ଓ ଓଡ଼ିଶାର ଭୋଟର ପରିଚୟପତ୍ର ରହିଥିବା ଜଣାପଡ଼ିଛି।

ଆସନ୍ତା ୧୩ରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ। ଗଞ୍ଜାମର ସୀମାନ୍ତ ଗାଁ ଗୁଡ଼ିକରେ ଆନ୍ଧ୍ର ନିର୍ବାଚନ ତାତି ଦେଖା ଦେବାପ‌ରେ ସୀମାବିବାଦ ପ୍ରସଙ୍ଗ ପୁଣି ମୁଣ୍ଡ ଟେକିଛି। ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତ କୁଲାଡ଼ି ଗାଁର ସାବିତ୍ରୀ ଶବର ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଏହି ଗାଁ ଏବେ ଚର୍ଚ୍ଚାରେ। ଆନ୍ଧ୍ର ପଞ୍ଚାୟତ ନିର୍ବାଚନର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଆଜିଠାରୁ ପ୍ରଚାର ଆରମ୍ଭ ହୋଇଛି। ତେବେ କୁଲାଡ଼ି ଗାଁରେ ଆନ୍ଧ୍ରର ପୋଷ୍ଟର ନାହିଁ କି ପ୍ରଚାର ନାହିଁ। କିନ୍ତୁ ଗୁଡ଼ିଖଳା ଗାଁରେ ଆନ୍ଧ୍ର ପ୍ରଚାର ଗାଡ଼ି ବୁଲୁଥିବା ଆଜି ଗାଁରେ ଆନ୍ଧ୍ର ନିର୍ବାଚନର ପ୍ରଚାରପତ୍ର ଦେଖିବାକୁ ମିଳିଛି।

ଆନ୍ଧ୍ରପ୍ରଦେଶ ମଞ୍ଜୁଷା ମଣ୍ଡଳ ଅର୍ନ୍ତଗତ ତାଳଗୁରାଣ୍ଠି ପଞ୍ଚାୟତର ପ୍ରାର୍ଥୀମାନେ ଗୁଡ଼ିଖଳା ଗାଁରେ ଆନ୍ଧ୍ର ପୋଷ୍ଟର ମାରି ପ୍ରଚାର ଆରମ୍ଭ କରିଛନ୍ତି। ସେହିଭଳି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ପାତ୍ରପୁର ବ୍ଳକ୍‌ର ତୁମ୍ବା ଓ ବୁରାତାଲ ପଞ୍ଚାୟତର କୁଲାଡ଼ି, ବାଞ୍ଜୁଆସାହି, ଗୁଡ଼ିଖଳା, ବାବାନାସାହି ପ୍ରମୁଖ ଗ୍ରାମବାସୀ ଭୋଟ ଦେବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ତେବେ ସୀମାନ୍ତ ଗ୍ରାମବାସୀ ‌ଆସନ୍ତା ୧୩ ତାରିଖରେ ଯେଭଳି ଆନ୍ଧ୍ରକୁ ଭୋଟ ଦେବାକୁ ନ ଯିବେ ସେଥିଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ଲୋକଙ୍କୁ ମନେଇବା ଆରମ୍ଭ କରିଛି। ପାତ୍ରପୁର ବିଡ଼ିଓ ଓ ତହସିଲଦାର ସୀମାନ୍ତ ଗ୍ରାମଗୁଡ଼ିକୁ ଯାଇ ଲୋକଙ୍କ ସହ ବାରମ୍ବାର ଆଲୋଚନା କରିଛନ୍ତି।‌

ଆସନ୍ତା ୧୩ ତାରିଖରେ ସୀମାନ୍ତ ଗାଁ ଗୁଡ଼ିକ‌ରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମର ଆୟୋଜନ କରିଛି ପାତ୍ରପୁର ତହସିଲ। ଲୋକଙ୍କୁ ଆନ୍ଧ୍ର ନିର୍ବାଚନରେ ମତଦାନରୁ ଦୂରେଇ ରଖିବାକୁ ଏଭଳି ଯୋଜନା ହୋଇଛି। ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି, ସୀମାନ୍ତ ଗାଁ ଗୁଡ଼ିକରେ ଆମର ସବୁବେଳେ ମୋ ତହସିଲ କାର୍ଯ୍ୟକ୍ରମ ହେଉଛି। ରାଜସ୍ବ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆର୍‌ଓଆର୍‌, ପ୍ରାୟ ୮୦ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟାଯିବାର ଯୋଜନା ରହିଛି। ଏଥିରେ ସେଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହେବ।

from Kanak News
via <a href="https://ifttt.com/?

ଯାହା ସନ୍ଦେହ ଥିଲା ତାହା ସତ ପ୍ରମାଣିତ ହେଲା : ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ; ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ

କନକ ବ୍ୟୁରୋ : ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । ଚୀନର ଉହାନରେ କରୋନାର ଉତ୍ପତ୍ତିସ୍ଥଳ ଖୋଜିବାକୁ ଯାଇଥିବା  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ର ତଦନ୍ତକାରୀ ଦଳ ଖାଲି ହାତରେ ଫେରୁଛନ୍ତି । ଏପରିକି ଏହି ବିଶେଷଜ୍ଞମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନ ଭୁତାଣୁମୁକ୍ତ ଥିଲା । ତେବେ ବାଦୁଡ଼ି ଶରୀରରୁ କୌଣସିପ୍ରକାରେ ଏହି ଭୁତାଣୁ ମଣିଷ ଶରୀରକୁ ଯାଇଥିବା ଅନୁମାନ କରାଯାଉଛି । ତେବେ ଏନେଇ ଯଥେଷ୍ଠ ପ୍ରମାଣ ମିଳିପାରିନାହିଁ । ପ୍ରକୃତରେ କେଉଁ ପଶୁ ଶରୀରରେ ଏହି ଭୁତାଣୁ ସୃଷ୍ଟି ହୋଇଥିଲା ତାହା ଜଣାପଡ଼ିନାହିଁ ବୋଲି ଏହି ଦଳର ମୁଖ୍ୟ ଲିଆଙ୍ଗ ଓ୍ବାନିଆନ କହିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏହି ତଦନ୍ତ ପ୍ରାୟ ୧ ବର୍ଷ ବିଳମ୍ବରେ ହେଉଥିବାରୁ କରୋନା ଉତ୍ପତ୍ତି ସଂପର୍କରେ ସେପରି କିଛି ବିଶେଷ ତଥ୍ୟପ୍ରମାଣ ମିଳିବାର ଆଶା କମ ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ପୂର୍ବରୁ କହିଥିଲେ । ଉହାନରେ ତଦନ୍ତ ପାଇଁ ଡବ୍ଲୁଏଚଓ ଚୀନ ନିକଟରେ ଗତ ବର୍ଷ ଦାବି କରିଥିଲେ ମଧ୍ୟ ଚୀନ ବହୁ ବିଳମ୍ବରେ ସେମାନଙ୍କୁ ଅନୁମତି ଦେଇଥିଲା ।୨୦୧୯ରେ ଚୀନର ଏହି ଉହାନ ନଗରୀରେ ହିଁ ପ୍ରଥମ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା  । ଏହାପରେ ଉହାନକୁ ପ୍ରାୟ ୭୬ ଦିନ ପାଇଁ ଲକଡାଉନ କରାଯାଇଥିଲା । ଗତବର୍ଷ ଏପ୍ରିଲ ୮ରେ ଲକଡାଉନ ଖୋଲିବା ପରେ ଉହାନ କରୋନାମୁକ୍ତ ବୋଲି ଚୀନ ସରକାର ଘୋଷଣା କରିଥିଲେ ।

from Kanak News
via <a href="https://ifttt.com/?

ବାପାଙ୍କ ମୁହଁରେ ମୁଖାଗ୍ନି ଦେଲା ଝିଅ । ପୁରୁଣା ପରମ୍ପରାକୁ ପଛରେ ପକାଇ ସୃଷ୍ଟି କଲେ ନିଆରା ଉଦାହରଣ ।

କନକ ବ୍ୟୁରୋ: ସବୁ ବାପା-ମାଆଙ୍କ ଆଶା ଥାଏ ପୁଅଟିଏ ହେଲେ ବୁଢା ବୟସରେ ତାଙ୍କୁ ପୋଷିବ, ଆଉ ଜୀବନର ଶେଷ ସମୟରେ ତାଙ୍କ ମୁହଁରେ ମୁଖାଗ୍ନି ଦେବ । ତାଛଡା ଆମର ଏ ସମାଜ ବି ବାପା-ମାଆଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ପୁଅଙ୍କର କର୍ତ୍ତବ୍ୟ ବୋଲି ମାନିନେଇଛି । କିନ୍ତୁ ମାଲକାନଗିରି ସହର ଉପକଣ୍ଠରେ ଥିବା ପ୍ରଧାନୀଗୁଡା ଗାଁରୁ ଆସିଥିବା ଏହି ଚିତ୍ର ସମାଜକୁ ପରିବର୍ତ୍ତନର ଏକ ବାର୍ତ୍ତା ଦେଇଛି ।

ଗତ ଶନିବାର ରାତିରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ପ୍ରଧାନୀଗୁଡା ଗାଁର ସତ୍ୟ ନାରାୟଣ ନାୟକ । ସତ୍ୟ ନାରାୟଣଙ୍କ କେହି ପୁଅ ନଥିବାରୁ ମେଡିକାଲରେ ତାଙ୍କ ଯତ୍ନ ନେଉଥିଲେ ତାଙ୍କ ଝିଅ ସଂଯୁକ୍ତା । ବାପାଙ୍କ ସେବା କରିବାଠୁ ଆରମ୍ଭ କରି, ମେଡିସିନ୍ ଆଣିବା ପର୍ଯ୍ୟନ୍ତ ସବୁ କାମ କରୁଥିଲେ । ଆଉ ଭଗବାନଙ୍କ ପାଖରେ ନେହୁରା ହୋଇ ବାପାଙ୍କ ଆଶୁଆରୋଗ୍ୟ କାମନା କରୁଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ସେଦିନ ରାତିରେ ସଂଯୁକ୍ତା ତାଙ୍କ ବାପାଙ୍କୁ ସବୁଦିନ ପାଇଁ ହରାଇବସିଲେ । ସମ୍ପର୍କୀୟଙ୍କ ସହାୟତାରେ ଗାଁକୁ ଶବ ଅଣାଗଲା ସତ କିନ୍ତୁ ଅନ୍ତିମ କ୍ରିୟା କର୍ମ ପାଇଁ କେହି ଆଗକୁ ଆସିଲେନି । ମୃତ ଶରୀର ମୁହଁରେ ନିଆଁ ଟିକେ ଦେବାପାଇଁ ବି କେହି ରାଜି ହେଲେନାହିଁ । ଆଉ ଏହି ସମୟରେ ସମାଜର ସବୁ ବାଧାବିଘ୍ନର ବାଡକୁ ଡେଇଁ ବାପାଙ୍କ ମୁହଁରେ ମୁଖାଗ୍ନି ଦେଲେ ସଂଯୁକ୍ତା । ନିତି ଅନୁଯାୟୀ ସବୁ କ୍ରିୟା-କର୍ମ କରିବା ସହ ପୁଅର କର୍ତ୍ତବ୍ୟ ତୁଲାଇଲେ । ଆଉ ପୁଅ ନଥିଲେ କୌଣସି କାମ ଅଟକିଯିବନି ବୋଲି, ସମାଜକୁ ପରିବର୍ତ୍ତନର ଏକ ବଡ ବାର୍ତ୍ତା ଦେଲେ ।

from Kanak News
via <a href="https://ifttt.com/?

ଭାରତୀୟ କ୍ରିକେଟ ଇତିହାସରେ ଆଜିର ଦିନ ସ୍ମରଣୀୟ । ୧୯୫୨ ମସିହା ଫେବୃଆରୀ ୧୦ରେ ଭାରତ ଜିତିଥିଲା ପ୍ରଥମ ଟେଷ୍ଟ ମ୍ୟାଚ । 

କନକ ବ୍ୟୁରୋ : ଟେଷ୍ଟ କ୍ରିକେଟ ଇତିହାସରେ ଆଜିର ଦିନ ଭାରତ ପାଇଁ ସବୁଠାରୁ ସ୍ମରଣୀୟ ଦିନ । ଆଜିର ଦିନ ଭାରତ ଟେଷ୍ଟ କ୍ରିକେଟ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପି ବଦ୍ଧ ହୋଇ ରହିଛି । କାରଣ ଆଜିର ଦିନରେ ଅର୍ଥାତ ୧୯୫୨ ମସିହା ଫେବୃଆରୀ ୧୦ ତାରିଖରେ ଭାରତ ଜିତିଥିଲା ପ୍ରଥମ ଟେଷ୍ଟ ମ୍ୟାଚ । ଏହି ସଫଳତା ପାଇବା ପାଇଁ ଭାରତକୁ ଅପେକ୍ଷା କରିବାକୁ ପଡିଥିଲା ଦୀର୍ଘ ୨୦ ବର୍ଷ । ଏହି ଦିନ ଥିଲା ଭାରତ ପାଇଁ ଅତି ଖୁସିର ମୁହୂର୍ତ୍ତ  । ଆଉ ଏହି ମ୍ୟାଚର ହିରୋ ଥିଲେ ଭିନୋ ମଙ୍କଡ । କୁହାଯାଏ ଭିନୋ ମଙ୍କଡଙ୍କ ପ୍ରଦର୍ଶନ ହିଁ ଭାରତକୁ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବାର ସ୍ୱାଦ ଦେଇଥିଲା ।

୧୯୩୨ ମସିହାରେ ଭାରତରେ ଟେଷ୍ଟ କ୍ରିକେଟ ଜନ୍ମ ହୋଇଥିଲା । ଏହି ଦିନ ଭାରତ ନିଜ କ୍ରିକେଟ ଟିମ ଗଠନ କରିଥିଲା । ଆଉ ଭାରତ ତାର ପ୍ରଥମ ଟେଷ୍ଟ ମ୍ୟାଚ ଖେଳଥିଲା ଇଂଲଣ୍ଡ ବିପକ୍ଷରେ । ଏହି ମ୍ୟାଚ ଜରିଆରେ ଭାରତ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲା । ଏହି ଭାରତୀୟ ଟିମର କ୍ୟାପଟେନ ଥିଲେ ସିକେ ନାଇଡୁ । ହେଲେ ଟିମ ଇଣ୍ଡିଆ ଏହି ମ୍ୟାଚରେ ପରାଜୟ ହୋଇଥିଲା । ସେବେଠାରୁ ଦୀର୍ଘ ୨୦ ବର୍ଷ ଯାଏଁ ଭାରତ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇପାରିନଥିଲା । ହେଲେ ଏମିତି ଏକ ସମୟ ଆସିଲା ଯେଉଁଦିନକୁ ଭାରତ କେବେ ବି ଭୁଲି ପାରିବନି ।

ସ୍ଥାନ ଥିଲା ଚେନ୍ନାଇର ଚେମ୍ପକ ଷ୍ଟାଡିୟମ । ଆଉ ସାମ୍ନାରେ ଥିଲା ଇଂଲଣ୍ଡ ଦଳ । ୧୯୫୨ ମସିହା ଫେବୃଆରୀ ୬ ତାରିଖରେ ଆରମ୍ଭ ହୋଇଥିଲା ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ । ଭାରତ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ସମସ୍ତ ମ୍ୟାଚରେ ପରାଜିତ ହୋଇ ସାରିଥିଲା । ତେଣୁ ଏହି ମ୍ୟାଚରେ ଇଂଲଣ୍ଡର ପଲା ଭାରି ରହିଥିଲା । ହେଲେ କେହି ଭାବିନଥିଲେ ଭାରତ ସେହିଦିନ ତାର ପ୍ରଥମ ଟେଷ୍ଟ ମ୍ୟାଚ ଜିତିବ ବୋଲି ।

ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ ଡିକ ସ୍ପୋନର ଓ ଜ୍ୟାକ ରୋବର୍ଡସନଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୨୬୬ ରନ କରିବାରେ ସକ୍ଷମ ହୋଇଥିଲା । କାରଣ ଇଂଲଣ୍ଡର ଅନ୍ୟ କେହି ବ୍ୟାଟ୍ସମ୍ୟାନ ଭିନୋ ମଙ୍କଡଙ୍କ ଆଗରେ ତିଷ୍ଠି ପାରିନଥିଲେ । ଏହି ଇଂନିସରେ ମଙ୍କଡ ଏକାକୀ ୮ ୱିକେଟ ନେଇଥିଲା ।

ଏହି ଟେଷ୍ଟରେ ଭାରତ ତାର ପ୍ରଥମ ଇଂନିସରେ ଏକ ଅବିଶ୍ୱସନୀୟ ପାଳି ଖେଳିଥିଲା, ଯାହା ସାରା ବିଶ୍ୱ ଦେଖିଥିଲା । ପଙ୍କଜ ରଏ ଓ ପୋଲି ଉମ୍ରିଗାରଙ୍କ ଶତକୀୟ ପାଳିରେ ଭାରତ ୪୫୭ ରନ କରିଥିଲା । ଏହାପରେ ଫେବୃଆରୀ ୧୦ ତାରିଖରେ ଇଂଲଣ୍ଡ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା । ହେଲେ ଏଥର ବି ଭାରତୀୟ ବୋଲରଙ୍କ ଆଗରେ ବିଫଳ ହୋଇଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ । ଫଳରେ ୧୮୩ ରନରେ ଇଂଲଣ୍ଡ ଦଳ ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ ଭାରତ ଗୋଟିଏ ଇଂନିସ ଓ ୮ ରନରେ ବିଜୟୀ ହୋଇଥିଲା । ଏହି ଇଂନିସରେ ବି ଭିନୋ ମଙ୍କଡ ୪ଟି ୱିକେଟ ନେଇଥିଲେ । ଏହାସହ ଏହି ମ୍ୟାଚରେ ସେ ମୋଟ ୧୨ଟି ୱିକେଟ ନେଇ ଭାରତକୁ ପ୍ରଥମ ଟେଷ୍ଟ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏହିଭଳି ଭାବରେ ଭାରତ ତାର ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିଲା । ଆଉ ସେବେଠାରୁ ଆଜି ଯାଏଁ ଭାରତୀୟ କ୍ରିକେଟରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଏହି ୭୦ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ ଟିମ ଅନେକ ଉତଥାନ ପତନ ମଧ୍ୟ ଦେଖିଛି । ଏ ସବୁ ପରେ ଆଜି ସାରା ବିଶ୍ୱରେ ଭାରତ ଏକ ଶକ୍ତିଶାଳୀ କ୍ରିକେଟ ଟିମ ଭାବରେ ଛିଡା ହୋଇଛି ।

from Kanak News
via <a href="https://ifttt.com/?

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି । ବରଗଡରେ ଜଳସେଚନ ପାଇଁ ୩୪୦ କୋଟି । ୨୬ ହଜାର ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ

କନକ ବ୍ୟୁରୋ : ବରଗଡ଼ ଜିଲ୍ଲାରେ ଜଳସେଚନ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଏ ସଂକ୍ରାନ୍ତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଆଜି ମୋହର ଲଗାଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏକାଧିକ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିରେ କନ୍ଧମାଳ, ଯାଜପୁର ଜିଲ୍ଲାର କିଛି ଅଞ୍ଚଳ ସାମିଲ ଅଛି। କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ବରଗଡ଼ ଜିଲ୍ଲାରେ ଜଳସେଚନକୁ ସୁନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଏହି କ୍ରମରେ ବିଜେପୁର, ସୋହେଲା, ବରପାଲି, ଡୁଙ୍ଗୁରାପାଲିର ବ୍ଲକର ୨୬ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ସୁନିଶ୍ଚିତ କରାଯାଇଛି। ହୀରାକୁଦ ଡ୍ୟାମର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ବରଗଡ଼ ମୁଖ୍ୟ କେନାଲର ୩୪.୧୦ କିଲୋମିଟରରୁ ଉତ୍ତୋଳନ ବ୍ୟବସ୍ଥା ହୋଇଥିଲା। ପ୍ରକଳ୍ପ କାର୍ୟ୍ୟକାରୀ କରିବାକୁ ହେଲେ ମୁଖ୍ୟ କେନାଲ ଲାଇନିଂ ସହିତ ତତ୍‌ସଂଲଗ୍ନ ନିର୍ମାଣର ସଂପ୍ରସାରଣ ଓ ମରାମତି ବି ଆବଶ୍ୟକ। ଏହି କାର୍ୟ୍ୟ ଲାଗି ବରଗଡ଼ ମୁଖ୍ୟ କେନାଲକୁ ଅନ୍ୟୂନ ୨ବର୍ଷ ବନ୍ଦ କରିବାକୁ ହେବ। ବରଗଡ଼ ମୁଖ୍ୟ କେନାଲ ବନ୍ଦ ହେଲେ ଜଳସେଚନ ବାଧାପ୍ରାପ୍ତ ହେବ ଓ କେନାଲ ଉପରେ ନିର୍ଭର କରୁଥିବା ଚାଷୀ ବି ଅସନ୍ତୁଷ୍ଟ ହୋଇଥାନ୍ତେ।

ଏହାକୁ ଦୃଷ୍ଟିରେ କ୍ୟାବିନେଟ୍ ଏକ ବିକଳ୍ପ ପ୍ରସ୍ତାବ ହାତକୁ ନେଇଛନ୍ତି। ବରଗଡ଼ ମୁଖ୍ୟ କେନାଲର ହେଡ୍ ରେଗୁଲେଟରଠାରୁ ସିଧାସଳଖ ୩୪.୧୦ କିଲୋମିଟର ପର୍ୟ୍ୟନ୍ତ ପାଇପ ବିଛାଇ ଜଳ ଉତ୍ତୋଳନ କରି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ଯୋଗାଇ ଦିଆଯିବ। ଏଥିଲାଗି ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ୪ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ ହେଁ, ଏଲ୍‌ ଆଣ୍ଡ୍‌ ଟିକୁ ୩୪୦ କୋଟି ୩୬ଲକ୍ଷ ୧୬ ପଇସା ମୂଲ୍ୟରେ ଏହି ପ୍ରକଳ୍ପ ଦିଆଯାଇଛି। ସେ ହେଉଛି ସର୍ବନିମ୍ନ ବିଡର୍। ୩୦ ମାସ ମଧ୍ୟରେ କାର୍ୟ୍ୟ ସମ୍ପୂର୍ଣ୍ଣ ଲାଗି ଲକ୍ଷ୍ୟ ରଖାଯାଇଛି।

ଯାଜପୁର ଜିଲ୍ଲାର ଦୁଇଟି ଗ୍ରାମ୍ୟ ଜଳଯୋଗାଣ ପ୍ୟାକେଜ୍ ଅନୁମୋଦନ ଲାଭ କରିଛି। ଜିଲ୍ଲାର ୫ଟି ବ୍ଲକ ଅନ୍ତର୍ଗତ ୩୨୩ଟି ଗାଁର ୩ଲକ୍ଷ ୯୦ ହଜାର ୮୬୮ ଲୋକ ଏହାଦ୍ବାରା ଉପକୃତ ହେବେ। ଏଥିରେ ଦାନଗଦି ବ୍ଲକର ୧୦୪ଟି ଗାଁ ଅନ୍ତର୍ଗତ ୧ଲକ୍ଷ ୫୯ ହଜାର ୮୮ ଲୋକ ଅଛନ୍ତି। ସେହିଭଳି ରସୁଲପୁର ଅଞ୍ଚଳର ୧୬୦ଟି ଗାଁର ୧ଲକ୍ଷ ୭୮ ହଜାର ୫୭୦ ଜଣ, ଧର୍ମଶାଳା ବ୍ଲକ ୮ଟି ଗାଁର ୨୫୯୭, ବରୀ ବ୍ଲକର ଗୋଟିଏ ଗାଁର ୧୧୭୫ ଏବଂ ଯାଜପୁର ବ୍ଲକ ଅନ୍ତର୍ଗତ ୫୦ଟି ଗାଁର ୪୯ ହଜାର ୪୩୮ ଜଣ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ମୁମ୍ବାଇର ମେସର୍ସ କେଇସି-ବିଆର୍‌ସିସିପିଏଲ୍ ସଂସ୍ଥା ୨୫୪ କୋଟି ୨୭ଲକ୍ଷ ୨୦ ହଜାର ୨୦୦ ଟଙ୍କା ବ୍ୟୟରେ ଏହାର କାର୍ୟ୍ୟାନ୍ବୟନ କରିବେ। ୨୪ମାସରେ କାମ ସାରିବାକୁ ଲକ୍ଷ୍ୟ ରହିଛି।

କନ୍ଧମାଳର ୨ଟି ବ୍ଲକର ୩୨୯ଟି ଗାଁର ୧ଲକ୍ଷ ୫ହଜାର ୨୧୭ ଲୋକଙ୍କ ପାଇଁ ୧୮୫କୋଟି ୯୨ଲକ୍ଷ ଟଙ୍କା ବ୍ୟୟ ହେବ ଓ ମେସର୍ସ ଜେଏମ୍‌ସି ପ୍ରୋଜେକ୍ଟ୍ସ ଏହି କାର୍ୟ୍ୟ କରିବେ। ୨୪ ମାସରେ ସରିବାକୁ ଥିବା ଏହି ପ୍ରକଳ୍ପରେ ଟିକାବାଲିର ୧୨୯ଟି ଗାଁ ଓ ବାଲିଗୁଡାର ୨୦୦ଟି ଗାଁର ଲୋକେ ବିଶୁଦ୍ଧ ପାଣି ପାଇପାରିବେ। ଅନ୍ୟ ଏକ ନିଷ୍ପତ୍ତିରେ ‘୫ଟି’ କାର୍ୟ୍ୟକ୍ରମରେ ୩୦ଟି ଜିଲ୍ଲାରେ ପର୍ୟ୍ୟାୟକ୍ରମେ ସାମାଜିକ ସୁରକ୍ଷା ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ସ୍ଥିର କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ୧୦ଟି ଜିଲ୍ଲାରେ ଏହା କରାଯାଉଛି। ରାଜ୍ୟ ବଜେଟ୍‌ରୁ ୯ଟି ଜିଲ୍ଲା (ଖୋର୍ଧା, କଟକ, ପୁରୀ, କନ୍ଧମାଳ, ସମ୍ବଲପୁର, ଭଦ୍ରକ, ମାଲକାନଗିରି, ଗଞ୍ଜାମ ଓ ନବରଙ୍ଗପୁର ) ଏବଂ ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ଅର୍ଥରେ ସୁନ୍ଦରଗଡ଼ ଜିଲ୍ଲାରେ କରାଯିବ। ସେହିପରି ୮ଟି ଡିଏମ୍‌ଏଫ୍ ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ସଂପୃକ୍ତ ଜିଲ୍ଲାମାନେ ତ୍ବରାନ୍ବିତ କରିବେ ଓ ଅନ୍ୟ ୧୨ଟି ଜିଲ୍ଲାରେ ଦ୍ବିତୀୟ ପର୍ୟ୍ୟାୟରେ ୨୦୨୨-୨୩ ବର୍ଷରେ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ପ୍ରକଳ୍ପକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ। ଯେଉଁଥିରେ ଜରାନିବାସ, ନିରାଶ୍ରୟଙ୍କ ପାଇଁ ଆବାସିକ ବ୍ୟବସ୍ଥା, ଭୌତିକ ଚିକିତ୍ସା କେନ୍ଦ୍ର, ଚିକିତ୍ସା ବିଭାଗ ପୁନର୍ବାସ କେନ୍ଦ୍ର, ଦୃଷ୍ଟି ବାଧିତ, ଶ୍ରବଣ ବାଧିତ ଓ ମାନସିକ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ବ୍ୟବସ୍ଥା ରହିଛି। ଏହାବ୍ୟତୀତ ସାମାଜିକ ସୁରକ୍ଷା ଭିତ୍ତିଭୂ୍ମି ପ୍ରକଳ୍ପ ଗୁଡିକରେ କ୍ରୀଡା ପାଇଁ ଆବଶ୍ୟକ ସୁବିଧା, ସାଂସ୍କୃତିକ କେନ୍ଦ୍ର ଓ ଅତିରିକ୍ତ ପାଠ୍ୟକ୍ରମ ସୁବିଧା ରହିବ।

from Kanak News
via <a href="https://ifttt.com/?

ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ : ଶ୍ରୀମନ୍ଦିର ପାଞ୍ଜିକାରଙ୍କ ବୈଠକ ପରେ ନୀତି ପ୍ରଶାସକଙ୍କ ସୂଚନା

କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁଲର୍ଭ ନାଗାର୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜ୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରକ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଛନ୍ତି ମୁକ୍ତିମଣ୍ଡପ ସଭାର ସଦସ୍ୟ ।

ଚଳିତ ବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଅନୁମୋଦନ ନେଇ ଆଜି ପାଞ୍ଜିକାରକ ଓ ମୁକ୍ତି ମଣ୍ଡପ ପଣ୍ଡିତଙ୍କର ବୈଠକ ବସିଥିଲା । ଏହି ବୈଠକର ନିଷ୍ପତି ଅନୁସାରେ ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବପର୍ବାଣୀ ପାଳନ ହେବ । ଚଳିତ ବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ପଡୁଥିବା ନେଇ ପୂର୍ବରୁ ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ପ୍ରକାଶ ପାଇଥିଲା ।

from Kanak News
via <a href="https://ifttt.com/?

ଯେବେ ଭାରତକୁ ଅପମାନ କରିଥିଲା ଆମେରିକା, ସେବେ ତେଜସ ତିଆରି କରି ଆମେରିକାକୁ ଜବାବ ଦେଇଥିଲେ ଓଡିଆ ବୈଜ୍ଞାନିକ । ଆକାଶରେ ଆତଙ୍କ ରଚି ଶତ୍ରୁଙ୍କୁ ସାବାଡ କରୁଥିବା ତେଜସ ପଛରେ ରହିଛି ଓଡିଆ ପୁଅଙ୍କ ବଳିଷ୍ଠ ଅବଦାନ ।

କନକ ବ୍ୟୁରୋ: ତେଜସ ପଛରେ ଓଡିଆ ପୁଅ । ଲଢୁଆ ବିମାନରେ ଲାଗିଛି ଓଡିଆ ପୁଅଙ୍କ ବୁଦ୍ଧି । ଯେତେବେଳେ ଆକାଶରେ ଆକ୍ରମଣ ମୁଖା ହୋଇ ଉଡିଯାଏ ତେଜସ ସେତେବେଳେ ଆତଙ୍କରେ ଥରହର ହୁଏ ଶତ୍ରୁ । ଆଉ ମଝି ଆକାଶରେ ତେଜସର ତେଜ ଦେଖି ଭାରତ ଉପରେ ଆଖି ଉଠାଇବାକୁ ଶହେ ଥର ଭାବେ ଶତ୍ରୁଦେଶ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ହାଲୁକା ଲଢୁଆ ବିମାନ ତେଜସ ପଛରେ ଯେ ଜଣେ ଓଡିଆ ପୁଅଙ୍କ ହାତ ଅଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଜ୍ଞା ହଁ, ଲଢୁଆ ଯୁଦ୍ଧ ବିମାନ ପଛରେ ଲାଗିଛି ବ୍ରହ୍ମପୁରର ଓଡିଆ ବୈଜ୍ଞାନିକଙ୍କ ବୁଦ୍ଧି ।

ପଦ୍ମଶ୍ରୀ କୋଟା ହରିନାରାୟଣ । ଓଡିଶାର ବ୍ରହ୍ମପୁରରେ ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ବ୍ରହ୍ମପୁରରେ ସ୍କୁଲ ଶିକ୍ଷା ଶେଷ କରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ପାସ କରିଥିଲେ । ହରିନାରାୟଣ ଚାହିଁଥିଲେ ସେହିଠୁ ହିଁ ଚାକିରି କରି ନିଜ ଭବିଷ୍ୟତ ଗଢି ପାରିଥାନ୍ତେ । କିନ୍ତୁ ଦେଶ ମାତୃକା ବୋଧେ ତାଙ୍କ ଠାରୁ କିଛି ଅଲଗା ଚାହୁଁଥିଲା । ତେଣୁ ତ ସେ ବାଙ୍ଗଲୋର ଯାଇ ଏରୋସ୍ପେସ ଇଞ୍ଜିନିୟରିଂ ପଢିଥିଲେ । ପାଠପଢା ପରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହିଠି ହିଁ ତେଜସର ସ୍ରଷ୍ଟା ସାଜିଥିଲେ ହରିନାରାୟଣ ।

ଯେତେବେଳେ ୨୦୦୦ ମସିହା ଡିସେମ୍ବର ମାସରେ ଆମେରିକାର ଏକ ମାଗାଜିନ ପ୍ରକାଶ କରିଥିଲା ଯେ, ଭାରତ କେବେ ବି ନିଜ ଦେଶରେ ଲଢୁଆ ବିମାନ ନିର୍ମାଣ କରିପାରିବନି ବରଂ ବିମାନ ପାଇଁ ସେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବ । ଠିକ ସେତିକିବେଳେ ବିଶ୍ୱକୁ ଦେଶର ଦମ ଦେଖାଇବାକୁ ଅଣ୍ଟା ଭିଡିଥିଲେ ଓଡିଆ ବୈଜ୍ଞାନିକ କୋଟା ହରିନାରାୟଣ । ଲାଇଟ୍ କମ୍ବାକ୍ଟ ଏୟାରକ୍ରାଫ୍ଟ ବା ହାଲୁକା ଲଢୁଆ ବିମାନ ନିର୍ମାଣ କରିବାକୁ ଆରମ୍ଭ ହୋଇଥିଲା ମିଶନ । ଆମେରିକାରେ ପ୍ରକାଶ ପାଇଥିବା ଲେଖାର କେଇ ଦିନ ପରେ ଜାନୁୟାରୀ ୪, ୨୦୦୧ରେ ଆରମ୍ଭ ହେଲା ତେଜସ ଅଭିଯାନ ।

ତକ୍ରାଳୀନ ପ୍ରତିରକ୍ଷା ମନ୍ତ୍ରୀ ହରିନାରାୟଣଙ୍କୁ ଏହି ଟିମର ମୁଖ୍ୟ କରିଥିଲେ । ପ୍ରଥମେ ଏକ ଶକ୍ତ ଟିମ ଗଢା ହୋଇଥିଲା, ପରେ ନୂତନ ଜ୍ଞାନକୌଶଳର କମ୍ପ୍ୟୁଟର ଆଣି ଗବେଷଣା ଆରମ୍ଭ ହେଲା । ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ସହ ମିଶି କାମ ଆରମ୍ଭ କଲା । ତେବେ ଅନେକ ଗବେଷଣା ପରେ ୨୦୧୬ ମସିହାରେ ଆୟୋଜିନ ଆନ୍ତର୍ଜାତୀୟ ଏୟାର ସୋରେ ତେଜସକୁ ସାମ୍ନାକୁ ଅଣାଗଲା । ଆଉ ତେଜସ ବିଶ୍ୱବିଦିତ ହେଲା, ଚାରିଆଡୁ ବାଃ ବାଃ ମିଳିଲା । ଆଉ ଏହି ପ୍ରଶଂସାର ଶ୍ରେୟ କେବଳ ହରିନାରାୟଣଙ୍କୁ ହିଁ ଯାଇଥିଲା ।

ତେବେ ତେଜସ କାର୍ବନ ଫାଇଭରରେ ତିଆରି ହୋଇଥିବାରୁ ଏହାର ଓଜନ ବହୁତ କମ । ମାତ୍ର ଉଡାଉ ଆଖି ପିଛୁଳାକେ । ତେଜସର ଓଜନ ୬ ହଜାର ୫୬୦ କିଲୋଗ୍ରାମ । ଯାହା ୫୦ ହଜାର ଫୁଟ ଉଚ୍ଚରେ ଉଡିପାରେ । ଏହାର ଡେଣା ୮.୨ ମିଟର ଚଉଡା, ୧୩.୨ ମିଟର ଲମ୍ବା । ତେଜସ ଘଣ୍ଟା ପ୍ରତି ୧୩୫୦ କିଲୋମିଟର ଉଡାଣ ଭରିପାରେ । ଯାହା ଶତ୍ରୁଙ୍କୁ ସାବାଡ କରିବାରେ ବଡ ଭୂମିକା ନେଇଥାଏ । ଆଉ ଏହି ତେଜସର ବ୍ରହ୍ମା ହେଉଛନ୍ତି ବ୍ରହ୍ମପୁରର କୋଟା ହରିନାରାୟଣ ।

from Kanak News
via <a href="https://ifttt.com/?

ଉତରାଖଣ୍ଡ ଚମୋଲିରେ ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ : ଏବେବି ଫସିଛନ୍ତି ୩୦ରୁ ଅଧିକ ଶ୍ରମିକ, ଶତାଧିକ ନିଖୋଜ

କନକ ବ୍ୟୁରୋ : ହିମସ୍ଖଳନର କାରଣ କ’ଣ ? କାହିଁକି ଘଟିଲା ଏହି ପ୍ରଳୟ ? ଏହାର କାରଣ ଖୋଜା ଚାଲିଥିବା ବେଳେ ଏକ ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି । ରେଡିଓ ଆକ୍ଟିଭ୍ ଡିଭାଇସ୍ ଅର୍ଥାତ୍ ବିକିରଣ ଛାଡ଼ୁଥିବା କୌଣସି ଯନ୍ତ୍ର ପ୍ରଭାବରେ ହିମଖଣ୍ଡ ତରଳି ଏପରି ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆଉ ଏହି ଆଶଙ୍କା କରିଛନ୍ତି ଚମୋଲିର ତପୋବନ ଅଂଚଳର ରାଇନି ଗାଁର ଲୋକ । ସେମାନଙ୍କ କହିବା କଥା ୧୯୬୫ରେ ଏପରି ଏକ ରେଡିଓ ଆକ୍ଟିଭ୍ ଡିଭାଇସକୁ ନନ୍ଦା ଦେବୀ ଶୃଙ୍ଗରେ ରଖାଯାଇଥିଲା । ଆମେରିକୀୟ ଗୁଇନ୍ଦା ଏଜେନ୍ସି ଏଫବିଆଇ ଓ ଭାରତୀୟ ଗୁଇନ୍ଦା ଏଜେନ୍ସି ଆଇବିର ଏକ ମିଳିତ ଟିମ୍ ସେତେବେଳେ ଏହି ରେଡିଓ ଆକ୍ଟିଭ୍ ଡିଭାଇସକୁ ରଖିବାକୁ ଯାଇଥିଲେ ବୋଲି ସେମାନେ କହିଛନ୍ତି ।

ଚୀନ୍ ଉପରେ ନଜର ରଖିବା ଏହି ଯନ୍ତ୍ରର ଉଦ୍ଦେଶ୍ୟ ଥିଲା । ହେଲେ ସେଠାକୁ ଯାଇଥିବା ଟିମ୍ ନିର୍ଦ୍ଧାରିତ ଜାଗାରେ ଏହାକୁ ରଖିପାରି ନଥିଲେ । ପ୍ରତିକୂଳ ପରିବେଶ ଯୋଗୁଁ ଯାଇଥିବା ଦଳ ଯନ୍ତ୍ରକୁ ଛାଡ଼ି ଫେରିଆସିବାକୁ ବାଧ୍ୟ ହୋଇଥିଲା । ଫଳରେ ସେହି ଯନ୍ତ୍ରଟି ନନ୍ଦା ଦେବୀ ନିକଟରେ କେଉଁଠି ରହିଯାଇଥିଲା । ପରେ ଏହାକୁ ଉଦ୍ଧାର କରିବା ପାଇଁ ଅନ୍ୟ କିଛି ଟିମ୍ ଯାଇଥିଲେ ବି ଖୋଜି ପାଇନଥିଲେ । ଏହି ରେଡିଓ ଆକ୍ଟିଭ ଡିଭାଇସର ଜୀବନକାଳ ପ୍ରାୟ ଶହେ ବର୍ଷ ଆକଳନ କରାଯାଇଥିଲା । ତେଣୁ ରାଇନି ଗାଁ ଲୋକଙ୍କ କହିବା କଥା ହେଲା ସେହି ଯନ୍ତ୍ରଟି ଏବେବି ସେଠାରେ ରହିଛି ।

ଆଉ ଏଥିରୁ ବାହାରୁଥିବା ବିକିରଣ ଯୋଗୁଁ ହୁଏତ ବରଫ ଖଣ୍ଡ ତରଳିଛି, ଆଉ ହଠାତ୍ ଜଳ ପ୍ରଭାବିତ ହୋଇ ପ୍ରଳୟ ରଚାଇଛି । ସେମାନେ ଆଉ ଏକ କାରଣ ମଧ୍ୟ ଦର୍ଶାଇଛନ୍ତି । ଯେତେବେଳେ ହଠାତ୍ ଜଳ ପ୍ରଭାବିତ ହୋଇ ତଳକୁ ଆସୁଥିଲା, ସେମାନେ ଏକ ଅଜବ ପ୍ରକାର ଗନ୍ଧ ବାରିଥିଲେ, ଯାହା ସାଧାରଣତଃ ପାଣି, ମାଟି କିମ୍ବା ପାଣିରେ ଭାସିଆସିଥିବା ଜିନିଷର ଗନ୍ଧ ନଥିଲା । ତେଣୁ ବିକିରଣ ପ୍ରଭାବରେ ଆସି ଏପରି ହୋଇଥାଇପାରେ ବୋଲି ସେମାନେ ଆଶଂକା ପ୍ରକାଶ କରିବା ସହ ନିଖୋଜ ଯନ୍ତ୍ରଟିକୁ ଖୋଜି ତୁରନ୍ତ ଉଦ୍ଧାର କରାଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ହେବା ପରେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁରୀ ସେବାୟତ, ଅନ୍ୟପଟେ ଅମିତ ଶାହାଙ୍କୁ ଧନ୍ୟବାଦ ଦେଲେ, ଆଉ ଗୋଟିଏ ଗୋଷ୍ଠୀ ସେବାୟତ ।

କନକ ବ୍ୟୁରୋ : ବାଇ-ଲ ନିଷ୍ପତି ପ୍ରତ୍ୟାହାର ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ବିଜେପି ନେତାଙ୍କ ସହ ପୁରୀ ସେବାୟତ, ଏପଟେ ଭୁବନେଶ୍ୱରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉ ଏକ ସେବାୟତ ଟିମ । ରାଜ୍ୟରେ ଆରମ୍ଭ ହେଲା ରାଜନୈତିକ ବୟାନ ବାଜି ।

ଗୋଟିଏ ପଟେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଛନ୍ତି କିଛି ସେବାୟତ । ଅନ୍ୟ ଏକ ଦୃଶ୍ୟରେ ଦିଲ୍ଳୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ଆଉ କିଛି ସେବାୟତ । ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । କେଉଁମାନଙ୍କ ଯୋଗୁଁ ବାଇ-ଲ ପ୍ରତ୍ୟାହାର ହେଲା, ସେଥିପାଇଁ ଭାଗ ଭାଗ ହୋଇ ବିଜେଡି ଓ ବିଜେପି ନେତାଙ୍କୁ ଭେଟିଛନ୍ତି ସେବାୟତ ।

ସେବାୟତମାନେ ଭାଗଭାଗ ହୋଇ ଅଲଗା ଅଲଗା ରାଜନୈତିକ ଦଳର ନେତାଙ୍କୁ ଭେଟିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ରାଜନନୈତିକ ଦଳର କର୍ମୀଙ୍କ ଭଳି ସେବାୟତମାନେ ଭାଗ ଭାଗ ହୋଇ ଯାଇଛନ୍ତି କି?

ସେବାୟତମାନେ ଭେଟିବା ପରେ ଶ୍ରୀମନ୍ଦିରର ବିକାଶକୁ କେହି ରୋକିପାରିବେନି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ କେହି ଆକ୍ରମଣ କରିପାରିବେ ନାହିଁ ବୋଲି ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅମିତ୍ ଶାହା । ସେପଟେ ଶ୍ରୀମନ୍ଦିରକୁ ନେଇ ଏନଏମଏର ବାଇ-ଲ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started