ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦଙ୍କ ବିଦାୟୀ ଦିନରେ ମୋଦିଙ୍କ ଆଖିରେ ଲୁହ । କୋହ ରଖିପାରିଲେନି ପ୍ରଧାନମନ୍ତ୍ରୀ, ୨୦୦୭ ଆତଙ୍କୀ ଆକ୍ରମଣ ଘଟଣାରେ ଆଜାଦଙ୍କ ଭୂମିକା ମନେ ପକାଇ ହେଲେ ଭାବବିହ୍ୱଳ ।

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ବିଦାୟୀ ଦିନରେ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋକି ପାରିଲେନି ଲୁହ । ୨୦୦୭ ମସିହାର ଜମ୍ମୁକାଶ୍ମୀରର ଏକ ଆତଙ୍କବାଦୀ ଆକ୍ରମଣ ବେଳେ ଗୁଲାମ ନବୀ କରିଥିବା ସହାୟତା ମନେପକାଇ ହେଲେ ଭାବବିହ୍ୱଳ । କହିଲେ, ରାଜନୈତିକ ବିଚାରଧାରାର ମତଭେଦ ଠାରୁ ଉର୍ଦ୍ଧରେ ବନ୍ଧୁତା ।

ଜୁଲାଇ ୨୦୦୭, କଶ୍ମୀର । ଗୁଜରାଟରୁ କଶ୍ମୀର ବୁଲିବାକୁ ଯାଇଥିବା ଏକ ଟୁରିଷ୍ଟ ବସ ଉପରେ ଆତଙ୍କବାଦୀମାନେ ହମଲା କରିଦେବା ପରେ ଚାରିଆଡେ ଶୋକର ଛାୟା ଖେଳିଗଲା । କିଏ ମାକୁ ହରାଇଲା, ଆଉ କିଏ ବାପା । ସେତେବେଳେ ଜମ୍ମୁକଶ୍ମୀରର ମୁଖ୍ୟମନ୍ତ୍ରୀ ଥାନ୍ତି ଗୁଲାମ ନବୀ ଆଜାଦ । ନିଜେ ଆଜାଦ ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତତ୍ପ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଉଥିଲେ । ମଙ୍ଗଳବାର ରାଜ୍ୟସଭାରୁ ବିଦାୟ ନେଉଥିବା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ ମୋଦୀ ।

ପ୍ରଧାନମନ୍ତ୍ରୀ ଏଭଳି ଭାବପ୍ରବଣ ହୋଇଯାଇଥିଲେ ଯେ, ତାଙ୍କ ପାଟିରୁ କଥା ବାହାରିନଥିଲା । ବିରୋଧୀ ନେତାଙ୍କ ଭିତରେ କଡା ବାକ୍ ଯୁଦ୍ଧ ଆପଣ ଅନେକ ସମୟରେ ଦେଖିଥିବେ । ବିଚାରଧାରାର ମତଭେଦ ଭିତରେ କିନ୍ତୁ ପରସ୍ପର ପ୍ରତି ଏଭଳି ସମ୍ମାନର ଦୃଶ୍ୟ ବି ଦେଖିବାକୁ ମିଳେ ।

ମୋଦୀଙ୍କ ଅଭିଭାଷଣକୁ ଏପଟେ ଗୁଲାମ ନବୀ ଆଜାଦ ବେଶ ଶ୍ରଦ୍ଧାର ସହ ଶୁଣୁଥିଲେ ଏବଂ ହାତଯୋଡି ପ୍ରତିସମ୍ମାନ ଜଣାଉଥିଲେ । ଏବଂ ନିଜ ଅଭିଭାଷଣରେ ସେହି ଘଟଣାକୁ ଉଲ୍ଲେଖ କରିଥିଲେ । ୭୧ବର୍ଷୀୟ ଗୁଲାମ ନବୀ ନିଜ ଅଭିଭାଷଣରେ କହିଥିଲେ ସେ ପାକିସ୍ତାନ ଯାଇନାହାନ୍ତି ଏବଂ ଜଣେ ହିନ୍ଦୁସ୍ଥାନୀ ମୁସଲିମ ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି । ଯଦି ଜଣେ ମୁସଲିମ ଗର୍ବ ଅନୁଭବ କରିପାରିବେ, ସେ ହେଉଛି ଜଣେ ଭାରତୀୟ ମୁସଲିମ ।

from Kanak News
via <a href="https://ifttt.com/?

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ବିବାହ ଉତ୍ସବରେ ଫଟୋସୁଟ ବେଳେ ଫଟୋଗ୍ରାଫରଙ୍କୁ ବରର ମାଡ । ପଦାକୁ ଆସିଲା ଭିଡିଓର ସତ ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏକ ବିବାହ ଉତ୍ସବରେ ବର ବଧୂଙ୍କ ଫଟୋସୁଟ ଚାଲିଛି । ଏହି ସମୟରେ ଫଟୋଗ୍ରାଫର ଜଣକ ବରକୁ ଅଣଦେଖା କରି କେବଳ ନୂଆବୋହୁର ଫଟୋ ଉଠାଇବା ସହ ତାଙ୍କୁ ଫଟୋ ପୋଜ ବତାଉଥିଲେ ହେଲେ ଏଥିରେ ଖପ୍ପା ହୋଇଯାଇଥିଲେ ବର । ଏବଂ କେହି କିଛି ବୁଝିବା ଆଗରୁ ଫଟୋଗ୍ରାଫରଙ୍କୁ ମାଡ ମାରିଥିଲେ ବର । ଏହି ଘଟଣାରେ ହସି ହସି ଗଡି ଯାଇଥିଲେ ନୂଆବୋହୁ ।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ରେଣୁକା ମୋହନ ନାମକ ଜଣେ ୟୁଜର ଏହି ଭିଡିଓକୁ ସେୟାର କରିଥିଲେ । ଯାହାକୁ ଅଳ୍ପ ସମୟ ମଧ୍ୟରେ ୧୦ଲକ୍ଷରୁ ଅଧିକ ଲୋକ ଦେଖିବାକୁ ସହ ଲାଇକ ଓ ସେୟାର କରିଥିଲେ । ତେବେ ଭିଡିଓର ସତ୍ୟତା ନେଇ ସେ ସ୍ପଷ୍ଟ ଭାବେ କିଛି ଜାଣିନଥିବା ଲେଖିଥିଲେ ।

ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଏହାର ସତ୍ୟତା ପଦାକୁ ଆସିଛି । ଏହି ଭିଡିଓରେ ନଜର ଆସିଥିବା ବଧୂ ଜଣକ ନିଜେ ଏହାର ଉତ୍ତର ରଖିଛନ୍ତି । ପ୍ରକୃତରେ ବଧୂବେଶରେ ନଜର ଆସିଥିବା ଯୁବତୀ ଜଣକ ହେଉଛନ୍ତି ଛତିଶଗଡର ଅଭିନେତ୍ରୀ ଅନିକ୍ରିତି ଚୌହ୍ୱାନ । ଏହା ତାଙ୍କ ଫିଲ୍ମ ସୁଟିଂ ସମୟର ଏକ ଭିଡିଓ ବୋଲି ଲେଖିଛନ୍ତି ଅନିକ୍ରିତି ।

from Kanak News
via <a href="https://ifttt.com/?

ଜୋ ବାଇଡେନଙ୍କ ସହ ମୋଦୀଙ୍କ ଆଲୋଚନା । ଆଂଚଳିକ ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଂଚଳିକ ପ୍ରସଙ୍ଗ ଓ ଭାରତ ଆମେରିକା ଦ୍ୱିପାକ୍ଷିକ ପ୍ରସଙ୍ଗରେ ହୋଇଛି ଆଲୋଚନା । ଏହାସହ ଜଳବାୟୁ ପରିବର୍ତ୍ତନ ବିରୋଧରେ ଆଗକୁ ଏକାଠି କାମ କରିବାକୁ ସହମତି ହୋଇଛି । ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହ ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିୟମ ଆଧାରିତ ଅର୍ନ୍ତଜାତୀୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ମୋଦୀ ।

ଜୋ ବାଇଡେନ ବିଜୟୀ ହେବା ପରେ ଆମେରିକା ସହ ଭାରତର ସମ୍ପର୍କ କିପରି ରହିବ ସେ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା । ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନଜରରେ ରଖି ଏହି ଆଲୋଚନାକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନା ସମ୍ପର୍କରେ ଆମେରିକା ମଧ୍ୟ ଏକ ବିବୃତି ଜାରି କରିଛି । କୋଭିଡ ମହାମାରୀ ବିରୋଧରେ ଲଢେଇ, ଜଳବାୟୁ ପରିବର୍ତ୍ତନ ଦିଗରେ ପୁଣି ଥରେ ମିଳିତ ଭାବେ କାମ କରିବା ଓ ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହୋଇ ଲଢିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଇଛି ।

ଏହା ପୂର୍ବରୁ ନଭେମ୍ବର ୮ ତାରିଖରେ ବାଇଡେନ ଯେତେବେଳେ ନିର୍ବାଚନରେ ବିଜୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦୁଇ ରାଷ୍ଟ୍ର ପାଇଁ ଥିବା ସମାନ ଚ୍ୟାଲେଂଜ ଗୁଡିକୁ ମିଳିତ ଭାବେ ସାମ୍ନା କରିବା ପାଇଁ ଭାରତ ଓ ଆମେରିକା ଏକାଠି ଥିବା କହିଥିଲେ ମୋଦୀ । ଏହାପରେ ନଭେମ୍ବର ୧୭ତାରିଖରେ ଫୋନ୍ ଯୋଗେ ଉଭୟ ବାଇଡେନ ଓ ମୋଦୀ ଆଲୋଚନା କରି ଏକାଠି କାମ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଦୁଇ ଦେଶର ପ୍ରାଥମିକତା ଓ ବିଶ୍ୱସ୍ତରୀୟ ଆହ୍ୱାନ ଗୁଡିକୁ ନେଇ ଉଭୟ ରାଷ୍ଟ୍ର ମିଳିତ ଭାବେ କାମ କରିବେ ।

from Kanak News
via <a href="https://ifttt.com/?

ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପାଞ୍ଜିକାରଙ୍କ ବୈଠକ ପରେ ନୀତି ପ୍ରଶାସକଙ୍କ ସୂଚନା । 

କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ସୂଚନା ଦେଇଥିଲେ । ଚଳିତ ବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ପଡୁଥିବା ନେଇ ପୂର୍ବରୁ ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ପ୍ରକାଶ ପାଇଥିଲା ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ତପୋବନରେ ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଏବେ ବି ଫସିଛନ୍ତି ୩୦ରୁ ଅଧିକ ଶ୍ରମିକ, ଶତାଧିକ ନିଖୋଜ ।

କନକ ବ୍ୟୁରୋ: ରବିବାର ଉତ୍ତରାଖଣ୍ଡ ହୋଇଥିବା ପ୍ରଳୟ ପରେ ଶତାଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ରେସକ୍ୟୁ ଅପରେସନ । ଦ୍ୱିତୀୟ ଟନେଲରୁ ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଂଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ରବିବାର ଭୟାନକ ହିମସ୍ଖଳନକୁ ୫୫ ଘଂଟାରୁ ବି ଅଧିକ ସମୟ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।

ଏମାନଙ୍କୁ ଖୋଜିବା ପାଇଁ ଲାଗିପଡିଛି ସେନା । ହେଲିକପ୍ଟର ସାହାଯ୍ୟରେ ଯୋଶୀମଠରୁ ନେଇ ଚମୋଲୀର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଖୋଜା ଯାଉଛି । ଏବେ ସୁଦ୍ଧା ୩୩ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୧୯୫ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ଆଜି ତପୋବନ ନିକଟରୁ ଆଉ ୩ ଶବ ମିଳିଛି । ଏନେଇ ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ସୂଚନା ଦେଇଛନ୍ତି ।

ଏସଡିଆରଏଫ, ଏନଡିଆରଏଫ, ଆଇଟିବିପି ଜବାନ ଗତ ୩ ଦିନ ହେବ ଏଠାରେ ଉଦ୍ଧାରକାର୍ଯ୍ୟ କରୁଛନ୍ତି । ମୃତ୍ୟୁର ସୁଡଙ୍ଗରେ ଜୀବନ ଆଶା ପାଇଁ  ଉଦ୍ଧାରକାରୀ ଟିମ ନିଜର ପ୍ରୟାସ ଜାରି ରଖିଛନ୍ତି । ଉଦ୍ଧାରକାରୀ ଟିମ ପ୍ରୋକଲିନ ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସାହାଯ୍ୟରେ ଟନେଲ ଭିତର ରାସ୍ତା ସଫେଇ କରୁଛନ୍ତି । ଡାକ୍ତରଖାନାରେ ପହଁଚି ଗୁରୁତରଙ୍କୁ ଭେଟିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ଆକାଶମାର୍ଗରୁ ଘଟଣାସ୍ଥଳର ସମୀକ୍ଷା ମଧ୍ୟ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଭାରତୀୟ ବାୟୁସେନା ଚମୋଲୀରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି ଓ ସ୍ଥିତି ଉପରେ ନଜର ରଖାଯାଇଛି । ଏମଆଇ ୧୭ ହେଲିକପ୍ଟର ସାହାଯ୍ୟରେ ଡେରାଡୁନର ଯୋଶୀମଠ ପର୍ଯ୍ୟନ୍ତ ଏନଡିଆରଏଫ ଟିମକୁ ଅଣାଯାଉଛି ।

from Kanak News
via <a href="https://ifttt.com/?

ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ । ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ ।

କନକ ବ୍ୟୁରୋ: ଯାହା ସନ୍ଦେହ କରାଯାଉଥିଲା ତାହା ସତ ସାବ୍ୟସ୍ତ ହୋଇଛି । କରୋନା ଭୂତାଣୁ ସମ୍ପର୍କରେ ତଦନ୍ତ ପାଇଁ ଉହାନ ପ୍ରାନ୍ତ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ ଖାଲି ହାତରେ ଫେରୁଛନ୍ତି । ଏପରିକି ବିଶେଷଜ୍ଞ ମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ, ୨୦୧୯ ଡିସେମ୍ବର ପୂର୍ବରୁ ଉହାନ ଭୂତାଣୁ ମୁକ୍ତ ଥିଲା । ଏହାସହ ବାଦୁଡି ଦେହରୁ ଏହି ଭୂତାଣୁ ମଣିଷ ଶରୀରକୁ ଯାଇନଥିବା କୁହାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ପିଟର ବେନ ଏମ୍ବରେକ କହିଛନ୍ତି ଯେ, ଉହାନର ଲେବରୁ ଭୂତାଣୁ ସଂକ୍ରମଣ ହେବା ନେଇ କୌଣସି ସଙ୍କେତ ମିଳିନାହିଁ । ଡିସେମ୍ବର ୧୪ତାରିଖରେ କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ପହଚିଂଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମଧ୍ୟ ପହଂଚି ଯାଂଚ କରିଥିଲେ । ଚୀନର ଉହାନ ସହରରୁ ୨୦୧୯ ଶେଷ ବେଳକୁ ଏହି ମାରାତ୍ମକ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ଯେଉଁଥିରେ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ବିଶ୍ୱର ଅନେକ ରାଷ୍ଟ୍ରର ଅର୍ଥନୀତି ଭୁଶୁଡି ପଡିଛି । ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଆଜି ଯାଏଁ କରୋନା ଜନିତ ଲକଡାଉନ ଓ ସଟଡାଉନ କାରଣରୁ ହୋଇଥିବା ଅର୍ଥନୈତିକ ମାଡରୁ ବାହାରିପାରିନାହାନ୍ତି ।

from Kanak News
via <a href="https://ifttt.com/?

OLXରେ ୱାସିଂମେସିନ୍ ବିକ୍ରି ପାଇଁ ବିଜ୍ଞାପନ ଦେଇ ସାଇବର ଠକର ଫାଶରେ ଫଶିଗଲେ ଭୁବନେଶ୍ୱରର ଛାତ୍ରୀ । ଭୁଆଁ ବୁଲାଇ ଲୁଟି ନେଲା ଏକ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ସାଇବର ସୈତାନ ଜାଲରେ ବିଟେକ ଛାତ୍ରୀ । ବୋକା ବନାଇ ଲୁଟି ନେଲା ଲକ୍ଷେ ଟଙ୍କା । ମହଙ୍ଗା ପଡିଲା ଓଏଲଏକ୍ସରେ ବିଜ୍ଞାପନ । ଏକ ପୁରୁଣା ୱାସିଂ ମେସିନ ବିକ୍ରି କରିବାକୁ ବିଜ୍ଞାପନ ଦେଇ ହରଡଘଣାରେ ପଡିଛନ୍ତି ଏହି ବିଟେକ ଛାତ୍ରୀ । ଓଏଲଏକ୍ସରେ ବିଜ୍ଞାପନ ଦେଖିବା ପରେ ଯୁବତୀଙ୍କୁ ଟାର୍ଗେଟ କରିଥିଲା ସାଇବର ଠକ । ପ୍ରସ୍ତୁତ କରିଦେଇଥିଲା ଟଙ୍କା ଲୁଟର ଷଡଯନ୍ତ୍ର । ପ୍ରଥମେ ୱାଂସିମେସିନ କିଣିବା ପାଇଁ ଗ୍ରାହକ ବନିିଥିଲା । ଆଉ ତାପରେ ଅନଲାଇନରେ ଟଙ୍କା ପଠାଇବା ପାଇଁ କ୍ୟୁ-ଆର କୋଡ ପଠାଇ ଆକାଉଣ୍ଟକୁ ସଫା କରିଦେଇଥିଲା ।

ଆଡମିଶନ ପାଇଁ ବିଟେକ ଛାତ୍ରୀ ରଖିଥିଲେ ଟଙ୍କା । ହେଲେ ଆକାଉଂଟ ସଫା କରିଦେଲା ସାଇବର ଠକ । ମାତ୍ର ୩୦ ମିନିଟ ଭିତରେ ଆକାଉଂଟରୁ ଲକ୍ଷେ ଟଙ୍କା କଟିଯିବା ପରେ ଛାତ୍ରୀ ଜଣକ ସାଇବର ସେଲର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର ଦାବି ହେଲା, ଅଭିଯୁକ୍ତକୁ ଗିରଫ କର, ଟଙ୍କା ଫେରାଅ ।

ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ କହିବା ହେଲା, ହେଲପ ଡେସ୍କକୁ ଭୁବନେଶ୍ୱରରୁ ୩୬୮ଟି କଲ ଆସିଛି । ଅନଲାଇନରେ ଠକେଇ ହୋଇଛି ୫୨ଲକ୍ଷ ୧୬ ହଜାର । ଉଦ୍ଧାର ହୋଇଛି ୭ଲକ୍ଷ ୧୯ ହଜାର ଟଙ୍କା । ବିଶେଷ କରି ଜମତରା, ଦେଓଘର, ପଶ୍ଚିମବଙ୍ଗ, ବାଂଲାଦେଶ ସୀମାନ୍ତ ଗାଁ, ନୋଇଡା, ରାଜସ୍ଥାନ କେରଳରୁ ଅଧିକ ସାଇବର ଠକ ଅପରେଟ କରୁଛନ୍ତି । ତେଣୁ ସାବଧାନ ରୁହନ୍ତୁ କିଏ ଜାଣେ କାଲି ସକାଳେ ଆପଣଙ୍କୁ ବି ଜାଲରେ ପକାଇବାକୁ ଚେଷ୍ଟା କରିପାରେ ଏହି ସାଇବର ଲୁଟେରା ।

from Kanak News
via <a href="https://ifttt.com/?

ମହାପଞ୍ଚାୟତରେ ଗର୍ଜିଲେ ଚାଷୀ ନେତା ଟିକାୟତ । କହିଲେ, ୪ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାରିବ ।

କନକ ବ୍ୟୁରୋ: କୁରୁକ୍ଷେତ୍ରର ପିହୋବାରେ ମଙ୍ଗଳବାର କୃଷକ ମହାପଞ୍ଚାୟତରେ ସମ୍ବୋଧନ କରି ବଡ ବୟାନ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି ଏ ଆନ୍ଦୋଳନ ଆଗକୁ ବଢିବ ଏବଂ ପୂରା ଦେଶରେ ଖେଳିବ । ୪ ଲକ୍ଷ ନୁହେଁ ବଂର ଚାଷୀମାନେ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାର କରିବେ ବୋଲି ରାକେଶ ଟିକାୟତ କହିଛନ୍ତି ।

ମଙ୍ଗଳବାର ମହାପଞ୍ଚାୟତରେ ରାକେଶ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏବଂ ଏହି ଟ୍ରାକ୍ଟର ରାଲି କଥା ଉଲ୍ଲେଖ କରିଛନ୍ତି । ନିଜ ସମ୍ବୋଧନ ରଖିବା ପରେ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ରାକେଶ ଟିକାୟତ କହିଛନ୍ତି, ପ୍ରଧାନମନ୍ତ୍ରୀ  ତାଙ୍କ ଜୀବନରେ କଦାପି ଆନ୍ଦୋଳନ କରିନାହାନ୍ତି । ସେ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ସହୀଦ ଭଗତ ସିଂହ ଏବଂ ଲାଲକୃଷ୍ଣ ଆଡଭାନୀ ଆନ୍ଦୋଳନ କରିଛନ୍ତି ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀ ମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି । ଏ ଭିତରେ ଚାଷୀ-ସରକାରଙ୍କ ଭିତରେ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନି । କେନ୍ଦ୍ର ସରକାର କେବଳ ଏହି ନୂଆ ଆଇନରେ ସଂଶୋଧନ ପାଇଁ ରାଜିଥିବାବେଳେ ଚାଷୀ ନେତାମାନେ ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କରୁଛନ୍ତି ।

from Kanak News
via <a href="https://ifttt.com/?

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବା ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା।

କନକ ବ୍ୟୁରୋ : ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା ଦେଖି ତାହାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।

୨୦୧୯-୨୦ ଶିକ୍ଷାବର୍ଷ ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ପିଲାଙ୍କୁ ଚଳିତ ୨୦୨୧ ମେ ମାସରେ ମାଟ୍ରିକ ବୋର୍ଡ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଫର୍ମ ପୂରଣ ତାରିଖ ବଢ଼ାଇବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତାକାଲି ଗୋଟିଏ ଦିନରେ ଯଦି ସମ୍ପୂର୍ଣ୍ଣ ଫର୍ମ ପୂରଣ ହୋଇ ନ ପାରିଲା ତେବେ ମାଧ୍ୟମିକ ଶିକ୍ଷା ପରିଷଦ ସହ ଆଲୋଚନା କରି ଆଉ ଦୁଇ ଦିନ ବୃଦ୍ଧି କରାଯିବା ନେଇ ପଦକ୍ଷେପ ନିଆଯାଇ ପାରେ ବୋଲି ମନ୍ତ୍ରୀ କହିଛନ୍ତି ।

from Kanak News
via <a href="https://ifttt.com/?

ମାହାଙ୍ଗା ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ମୋଡ଼ । ନାବାଳକ ପୁଅ କହିଲେ, ମୃତ୍ୟୁ ପୂର୍ବରୁ ଫୋନ୍ କରିଥିଲେ ବାପା, କହିଥିଲେ ଦୁର୍ଘଟଣାରେ ମୃତ୍ୟୁ ହେଲେ, କାହାକୁ କରିବନି ଦାୟୀ । ଉଠିଲା ପ୍ରଶ୍ନ, ଦୁର୍ଘଟଣା ହେବ ବୋଲି କେମିତି ଜାଣିଥିଲେ ପ୍ରଫୁଲ୍ଲ ?

କନକ ବ୍ୟୁରୋ : କୁଳମଣି ବରାଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢୁଛି । ମୃତ୍ୟୁର ଦିନକ ପୂର୍ବରୁ ପ୍ରଫୁଲ୍ଲ ନିଜ ପୁଅକୁ ଫୋନ କରି କହିଥିଲେ, ସେ ଟେନସନରେ ଅଛନ୍ତି, ଯଦି ତାଙ୍କର କିଛି ହୋଇଯାଏ । ତେବେ କାହାକୁ ଦାୟୀ କରିବ ନାହିଁ, କି କାହାକୁ ଦୋଷ ଦେବ ନାହିଁ । ମୃତ୍ୟୁର ଦିନକ ପୂର୍ବରୁ ପ୍ରଫୁଲ୍ଲଙ୍କ ଏପରି ଫୋନ୍ କଲ୍ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପ୍ରଫୁଲ୍ଲ କେମିତି ଜାଣିଲେ ତାଙ୍କର କିଛି ହୋଇଯାଇପାରେ । କାହାକୁ ଦାୟୀ ନକରିବା ପାଇଁ ଘର ଲୋକଙ୍କୁ ପରାମର୍ଶ ଦେବା ପଛର କାରଣ କ’ଣ ।

‘୫ ତାରିଖ ସନ୍ଧ୍ୟା ୭ଟା ୯ମିନିଟରେ ମୋ ବାପା ଫୋନ୍ କରିଥିଲେ । ବାପା, ପଚାରିଲେ ମାମା କାହାଁନ୍ତି ? ମାମା, ମାମୁଁ ଘରକୁ ଯାଇଛନ୍ତି ବୋଲି କହିବା ପରେ ମୋତେ କହିଲେ, ମାମାକୁ କହିଦେବୁ, ମୁଁ ଟେନସନରେ ରହୁଛି । ମୋର ଯଦି ଆକ୍ସିଡେଣ୍ଟ ଘରିକା କ’ଣ ହୁଏ କାହାକୁ ଦାୟୀ କରିବେ ନାହିଁ । କାହାକୁ ଦୋଷ ଦେବନି ।’

ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ଏଭଳି କିଛି କହିଥିବା, ପ୍ରଫୁଲଙ୍କ ନାବାଳକ ପୁଅ କ୍ୟାମେରା ଆଗରେ ବୟାନ୍ ଦେଇଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ କୁଳମଣୀ ବରାଳଙ୍କ ପୁଅ ରାମାକାନ୍ତ ବରାଳଙ୍କୁ ଫୋନ୍ କରିବାର ପ୍ରାୟ ୫ ଘଂଟା ପରେ ଘରକୁ ଫୋନ୍ କରିଥିଲେ ବୋଲି ତାଙ୍କ ପୁଅ କହିଛନ୍ତି ।

ଯଦି ପ୍ରଫୁଲ୍ଲଙ୍କ ପୁଅ କହୁଥିବା କଥାକୁ ବିଶ୍ୱାସକୁ ନିଆଯାଏ, ତେବେ ପ୍ରଶ୍ନ ହେଉଛି, ମୃତ୍ୟୁର ଢ଼େର ପୂର୍ବରୁ ଆକ୍ସିଡେଂଟ୍ କଥା କାହିଁକି କହିଲେ ପ୍ରଫୁଲ୍ଲ ବିଶ୍ୱାଳ ? ପ୍ରଫୁଲ୍ଲ କେମିତି ଜାଣିଲେ ଆକ୍ସିଡେଂଟ୍ ହେବ ? ଆତ୍ମହତ୍ୟା କିମ୍ବା ହତ୍ୟା ଆଡକୁ ଇଙ୍ଗିତ କରୁଥିଲେ କି ପ୍ରଫୁଲ୍ଲ ?

ମୃତ୍ୟୁ ପୂର୍ବରୁ ମୃତ୍ୟୁ ନେଇ ଆକଳନ କରିବା ଏବଂ ଯଦି ଆକ୍ସିଡେଂଟ୍ ହୁଏ, ତାହାକୁ ଦାୟୀ କରିବେ ନାହିଁ ବୋଲି କହିବା, କେବଳ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରୁନାହିଁ, ବରଂ ଏହାକୁ ନେଇ ଅନେକ ସନ୍ଦେହ ମଧ୍ୟ ସାମ୍ନାକୁ ଆସିଛି । କୁଳମଣୀ ବରାଳଙ୍କ ହତ୍ୟା ପଛରେ ଗୋଷ୍ଠୀ ବିବାଦ ରହିଛି ବୋଲି ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ପ୍ରଫୁଲ୍ଲଙ୍କ ଏହି ଫୋନ୍ କଲ୍, କାହାଣୀରେ ନୂଆ ମୋଡ଼ ନେଇ ଆସିଛି । ବଡ଼ କଥା ହେଉଛି, ପ୍ରଫୁଲ୍ଲଙ୍କ ପତ୍ନୀ ମୃତ୍ୟୁ ସମ୍ପର୍କରେ ଜାଣିନଥିବା କହୁଥିବା ବେଳେ ତାଙ୍କ ନାବାଳକ ପୁଅ କହୁଛନ୍ତି, ବାପା ଟେନସନରେ ଥିଲେ ।

ପ୍ରଫୁଲ୍ଲ, ନିଜ ଘରକୁ ଫୋନ୍ କରିବାର ପ୍ରାୟ ୫ ଘଂଟା ପୂର୍ବରୁ ମୃତ କୂଳମଣୀ ବରାଳଙ୍କ ପୁଅ, ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲେ । ଗୋଟିଏ ୪୦ ମିନିଟର ଏହି କଥାବାର୍ତ୍ତାର ପୂରା ତଥ୍ୟ ପୁଲିସ୍କୁ ଜଣାଇଥିଲେ । ଯେଉଁଥିଲେ ରମାକାନ୍ତ ଦର୍ଶାଇଥିଲେ, ‘ନନା ମୁଁ କାବୁଆ କହୁଛି, ମୋର ଏବଂ ମୋର ସାନ ଭାଇର ପିଲାମାନେ ତୁମକୁ ଲାଗିଲେ । ଜଗନ୍ନାଥଙ୍କ ରାଣ ଖାଇ କହୁଛି, ଜଣେ ପ୍ରଭାବଶାଳୀ ବ୍ୟକ୍ତି ଆମକୁ ଫସେଇ ଦେଲା । ତାହାରି ପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ।’

ରମାକାନ୍ତ ପୁଲିସକୁ ଦେଇଥିବା ତଥ୍ୟ ଏବଂ ପ୍ରଫୁଲ୍ଲଙ୍କ ପୁଅ କହୁଥିବା କଥା ଭିତରେ ଗୋଟିଏ, ସମାନତା ରହିଛି । ଦୁଇଟି ଯାକ ଫୋନ୍ କଲରେ ପ୍ରଫୁଲ୍ଲ ଭୟଭିତ ଥିବା କହୁଥିଲେ । ତେବେ ସେ କାହିଁକି ଭୟଭିତ ଥିଲେ, ତାର ଉତ୍ତର କାହା ପାଖରେ ନାହିଁ । ଆଉ ଏସବୁ ଭିତରେ କଂଗ୍ରେସ ଅଭିଯୋଗ କରିଛି, ପ୍ରଫୁଲ୍ଲଙ୍କ ମୃତ୍ୟୁ ପଛରେ ନିଜ ଦଳର ଲୋକ ଥାଇପାରନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started