ଶନିବାର ପଦ୍ମବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପଦ୍ମବେଶରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରବିବାର ଅବକାଶ ନୀତି ଯାଏଁ ରହିବ ପଦ୍ମବେଶ 

କନକ ବ୍ୟୁରୋ: ପଦ୍ମ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ମହାପ୍ରଭୁ । ଆସନ୍ତା ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପଦ୍ମବେଶ ହେବ । ରାତିରେ ପଦ୍ମବେଶରେ ମଇଲମ ହୋଇ ଦେବଦର୍ଶନ ହେବ । ଯାହାକି ରବିବାର ଦିନ ଅବକାଶ ନୀତି ଯାଏଁ ରହିବ । ଏହା ଭିତରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ପଦ୍ମବେଶରେ ଦର୍ଶନ କରିପାରିବେ । ଅନ୍ୟପଟେ ଏବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁନି । ଶ୍ରୀମନ୍ଦିର ପଞ୍ଜିକା ସମୀକରଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

କ’ଣ ରହିବ ରାଜ୍ୟ ବଜେଟର ରୂପରେଖ ? ବଜେଟରେ କାହାକୁ ମିଳିବ କେତେ ? ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ ।

କନକ ବ୍ୟୁରୋ : କ’ଣ ରହିବ ବଜେଟର ରୂପରେଖ ? ବଜେଟରେ କାହାକୁ ମିଳିବ କେତେ ? ଆସନ୍ତା ୨୨ ତାରିଖରେ ଆସିବାକୁ ଯାଉଛି ରାଜ୍ୟ ବଜେଟ । କରୋନା ଯୋଗୁଁ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ଦୋହଲିଯାଇଛି, କେନ୍ଦ୍ରୀୟ ଅଂଶଧନ ମଧ୍ୟ କମିଛି । ଆଉ ଏପରି ସମୟରେ ବିଧାନସଭାରେ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷର ବଜେଟ ୧ଲକ୍ଷ ୭୦ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି । ଆଉ ଚଳିତ ବର୍ଷର ବ୍ୟୟବରାଦର ଭରଣା ପାଇଁ ରୁଣ ଭାରରେ ଛନ୍ଦି ହେବେ ରାଜ୍ୟ ସରକାର ।

ମାର୍ଚ୍ଚ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଦୋହଲି ଯାଇଥିଲା ଓଡ଼ିଶାର ଅର୍ଥନୀତି । ରାଜସ୍ୱ ସଂଗ୍ରହ ଉପରେ ପଡ଼ିଥିଲା କରୋନା ମାଡ଼ । ଅର୍ଥନୀତିକୁ ପୁଣି ଥରେ ବାଟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଏକାଧିକ ପ୍ୟାକେଜ୍ ମଧ୍ୟ ଘୋଷଣା କରିଥିଲେ । ଆଉ ଏଭଳି ସ୍ଥିତି ଭିତରେ ଆସନ୍ତା ୨୨ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଛି ବଜେଟ୍ । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟର ଚିଠା ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏଥର ବଜେଟର ପରିମାଣ ପ୍ରାୟ ଏକ ଲକ୍ଷ ୭୦ ହଜାର କୋଟି ଛୁଇଁପାରେ ।

ଋଣ ଯନ୍ତାରେ ଓଡ଼ିଶା ! ୧ ଲକ୍ଷ କୋଟି ଟପିପାରେ ରାଜ୍ୟର ଋଣ ବୋଝ । ଏତେ ବଡ଼ ପରିମାଣର ଋଣ ବୋଝ ଭିତରେ ଆଗାମୀ ବଜେଟ୍ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି । ଗୋଟିଏ ପଟେ କେନ୍ଦ୍ରୀୟ ଅନୁଦାନର ଅଂଶଧନ କମିଛି, ଆଉ ଗୋଟିଏ ପଟେ କରୋନା ଯୋଗୁଁ ରାଜ୍ୟର ରାଜସ୍ୱ ଆୟ ସଂକୁଚିତ ହୋଇଛି । ତେଣୁ କେଉଁ ବିଭାଗକୁ ମିଳିବ କେତେ ଗୁରୁତ୍ୱ ?

କରୋନା କାଳରେ ସବୁଠାରୁ ଅଧିକ ନିର୍ଭରଶୀଳ ଥିବା ବିଭାଗ, ସ୍ୱାସ୍ଥ୍ୟ ବିଭାଗକୁ ଆଗାମୀ ବଜେଟରେ ଅଧିକ ପ୍ରାଧାନ୍ୟ ମିଳିପାରେ । ୧୦ ହଜାର କୋଟିରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟ ବଜେଟ ହୋଇପାରେ । ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ଓ ସ୍ୱାସ୍ଥ୍ୟ ସେବାକୁ ଆହୁରି ପ୍ରଭାବୀ କରିବା ପାଇଁ ଗୁରୁତ୍ୱ ଦିଆଯାଇପାରେ । ନଗର ଉନ୍ନୟନ ଓ ପଂଚାୟତିରାଜ ବିଭାଗକୁ ମିଳିପାରେ ଗୁରୁତ୍ୱ । ଯେହେତୁ ଆଗକୁ ପୌରନିର୍ବାଚନ ଓ ପଂଚାତୟ ନିର୍ବାଚନ ରହିଛି, ତେଣୁ ଏଥିରେ ଅଧିକ ବ୍ୟୟବରାଦ କରିପାରନ୍ତି ରାଜ୍ୟ ସରକାର । ଏହା ସହିତ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ବ୍ୟବସ୍ଥା କରାଯାଇପାରେ । ମହାନଗର ନିଗମ ଓ ପୌରାଞ୍ଚଳର ଗରିବ ଲୋକଙ୍କ ପାଇଁ ମନରେଗା ଭଳି କାମ ଯୋଗଇବା ପାଇଁ ଏକ ବଡ଼ ଯୋଜନା ଆଣିପାରନ୍ତି ରାଜ୍ୟ ସରକାର । ସେହିପରି ପାନୀୟ ଜଳ, ଗ୍ରାମାଞ୍ଚଳ ବିକାଶ, ଶିକ୍ଷା, କୃଷି, କ୍ଷୁଦ୍ରଶିଳ୍ପ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିପାରନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବଜେଟର ପରିମାଣ ୧ଲକ୍ଷ ୫୦ ହଜାର କୋଟିକୁ ଛୁଇଁଥିଲା । ଯାହା, ପୂର୍ବ ବର୍ଷ ତୁଳନାରେ ୧୧.୫ ପ୍ରତିଶତ ଅଧିକ ଥିଲା । ଆଉ ଆସନ୍ତା ୨୨ ତାରିଖରେ ଉପସ୍ଥାପିତ ହେବାକୁ ଥିବା ବଜେଟର ପରିମାଣ ଗତବର୍ଷ ତୁଳନାରେ ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି ।

from Kanak News
via <a href="https://ifttt.com/?

କାଲିଠୁ ଖୋଲିବ ଇଞ୍ଜିନିୟରିଂ କଲେଜ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ ।

କନକ ବ୍ୟୁରୋ : ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ କାଲିଠୁ ଖୋଲିବ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ । କୋଭିଡ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ ।  ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ବି ଆରମ୍ଭ ହେବ ପାଠପଢା ।

କୋଭିଡ ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏବେ ରାଜ୍ୟରେ କରୋନାର ପ୍ରକୋପ ଧିରେ ଧିରେ କମିବା ପରେ ସବୁ ଶିକ୍ଷାନୁଷ୍ଠାନକୁ ଖୋଲୁଛନ୍ତି ସରକାର । ପୂର୍ବରୁ ରାଜ୍ୟରେ ମେଡିକାଲ କଲେଜ ମଧ୍ୟ ଖୋଲି ସାରିଛି ।

from Kanak News
via <a href="https://ifttt.com/?

ଏବର୍ଷ ହେବନି ଖଣ୍ଡଗିରି ମେଳା । ମେଳା ଉପରେ ରୋକ୍ ଲଗାଇଲା ବିଏମସି । କେବଳ ପାଳନ ହେବ ପରମ୍ପରା ।

କନକ ବ୍ୟୁରୋ: ଏ ବର୍ଷ ହେବନି ଖଣ୍ଡଗିରି ମେଳା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏହି ମେଳା ଉପରେ ରୋକ ଲଗାଇଛି ପ୍ରଶାସନ । କେବଳ ପରମ୍ପରାକୁ ବଜାୟ ରଖିବାକୁ ଏହି ମେଳା ପାଳନ ହେବ । ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି ନେଇଛି । ଅନ୍ୟପଟେ ପରମ୍ପରାକୁ ବଜାୟ ରଖିବାକୁ ଯାଇ କୋଭିଡ୍ ଗାଇଡଲାଇନ୍ ସହିତ କେବଳ ମେଳା ହେବ । ଏଠାରେ ସାମାଜିକ ଦୂରତା ଓ ସମସ୍ତ ପ୍ରକାର କୋଭିଡ୍ ନିୟମ ପାଳନ ହେବ । ମାଘ ସପ୍ତମୀରେ ଖଣ୍ଡଗିରିରେ ପ୍ରତିବର୍ଷ ମେଳା ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋଭିଡ୍ କାରଣରୁ କିନ୍ତୁ ଏହି ମେଳା ଉପରେ ରୋକ୍ ଲାଗିଛି ।

from Kanak News
via <a href="https://ifttt.com/?

ଶବ ଭାସୁଥିଲା, କାହାର କିଛି ପତ୍ତା ମିଳୁନଥିଲା । ମହାବାତ୍ୟା ପରର ଦୃଶ୍ୟ ଆଖି ଓଦା କରିଥିଲା । ସଂସଦରେ ବିଦାୟକାଳୀନ ଭାଷଣରେ ଓଡିଶାର ମହାବାତ୍ୟାର କାହାଣୀ ବଖାଣିଲେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ।

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସର ଟାଣୁଆ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଆଜି ରାଜ୍ୟସଭାରେ ନିଜର ଶେଷ ଉଦବୋଧନ ରଖିଛନ୍ତି । ଏହି ବିଦାୟୀ ଅଭିଭାଷଣରେ ଆଜାଦ ମନଖୋଲି ନିଜ ଜୀବନର ଅନେକ ଅଭୁଲା ମୂହୁର୍ତ୍ତ ବଖାଣିଥିଲେ । ସେ ଜୀବନରେ ମାତ୍ର ୫ ଥର ଚିତ୍କାର କରି କାନ୍ଦିଥିବା କହିଥିଲେ । ଇନ୍ଦିରା ଗାନ୍ଧି, ସଞ୍ଜୟ ଗାନ୍ଧି, ରାଜୀବ ଗାନ୍ଧିଙ୍କ ଅକାଳ ବିୟୋଗ, ୧୯୯୯ ମସିହାରେ ଓଡ଼ିଶାର ମହାବାତ୍ୟା ଓ ୨୦୦୫ ମସିହାରେ ଗୁଜୁରାଟରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ କାନ୍ଦିଥିଲେ ବୋଲି କହିଛନ୍ତି ।

ବିଦାୟୀ ଅଭିଭାଷଣରେ ଶ୍ରୀ ଆଜାଦ ୧୯୯୯ ଓଡ଼ିଶା ମହାବାତ୍ୟା ଓ ତତ୍କାଳୀନ ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କୁ ମନେ ପକାଇଥିଲେ । ସେ କହିଥିଲେ, ଓଡ଼ିଶାରେ ମହାବାତ୍ୟା ସମୟରେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା । ସେତେବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମହାବାତ୍ୟା ବିଷୟରେ କହିବା ସହ ଓଡ଼ିଶା ଗସ୍ତ କରିବାକୁ କହିଥିଲେ । ନିର୍ଦ୍ଦେଶ ମୁତାବକ ଓଡ଼ିଶା ଗସ୍ତ କରିଥିଲି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲାବେଳକୁ ଲୁଲୁ ତାଙ୍କର ପ୍ରାୟ ୧ ହଜାର ଯୁବକର୍ମୀଙ୍କ ସହ ପହଞ୍ଚିଥିଲେ । ରାସ୍ତା ଉପରେ ଗଛ ପଡ଼ିବା ସହ ପାଣି ଭର୍ତ୍ତି ଥିବାରୁ ଚାଲିଚାଲି ଯିବାକୁ ପଡ଼ିବ ବୋଲି ଲୁଲୁ ସୂଚନା ଦେଇଥିଲେ । ପରେ ଆମେ ହଜାରେ ଯୁବକର୍ମୀଙ୍କ ସହ ରାସ୍ତା ଉପରେ ପଡ଼ିଥିବା ଗଛ ସଫା କରି ପ୍ରାୟ ୧୦/୧୨ କିଲୋମିଟର ଚାଲିଚାଲି ସୁମଦ୍ର ତଟ ଯାଏଁ ଯାଇଥିଲୁ । ତିନି ଦିନ ତିନି ରାତି ରାସ୍ତା ସଫା କରି ସମୁଦ୍ର ତଟରେ ପହଞ୍ଚିଲାବେଳକୁ ଯାହା ଦେଖିଲି, ତାହା ହୃଦୟ ବିଦାରକ ଥିଲା । ସମୁଦ୍ରକୂଳରେ ଶହ ଶହ ଶବ ଭାସୁଥିଲା; ଯାହାକୁ ଦେଖି ଚତୁର୍ଥ ଥର ପାଇଁ ଚିତ୍କାର କରି କାନ୍ଦିଥିଲି ବୋଲି ଶ୍ରୀ ଆଜାଦ କହିଛନ୍ତି ।

from Kanak News
via <a href="https://ifttt.com/?

ଶେଷ ହେଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ୨୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ।

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାର କେବଳ ୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି ।

ଏହାସହ ଆଜି କ୍ୟାବିନେଟ ବୈଠକ ଶେଷ ହୋଇଛି । ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ହୋଇପାରେ ବୋଲି ସୂଚନା ମିଳିଛି । ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆସନ୍ତା ୨୨ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ ।

from Kanak News
via <a href="https://ifttt.com/?

ଜାନୁଆରୀ ୨୬ରେ ଲାଲକିଲ୍ଲାରେ ହିଂସାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ୭ ଦିନ ପାଇଁ ରିମାଣ୍ଡରେ ନେଲା ପୋଲିସ ।

କନକ ବ୍ୟୁରୋ: ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁୁକୁ ମଙ୍ଗଳବାର ତିସ ହଜାରୀ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି ବିଚାରପତି ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୋଲିସ ପକ୍ଷରୁ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଥିଲେ ହେଁ କୋର୍ଟ ୭ ଦିନ ପାଇଁ ରିମାଣ୍ଡ ଦେଇଛନ୍ତି । ମଙ୍ଗଳବାର କୋର୍ଟରେ ହାଜର ହେବା ସମୟରେ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଗତ ୧୫ ଦିନ ଧରି ଫେରାର୍ ରହିବା ପରେ ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ପଞ୍ଜାବର ଜିକରପୁରରୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୀପ ସିଦ୍ଧୁକୁ ଗିରଫ କରିଛି । ଏହାପରେ ତାଙ୍କୁ ପଚରାଉଚୁରା କରିବା ସମୟରେ ଅନେକ ବଡ ଘଟଣାର ଖୁଲାସା ହୋଇଥିବା ଜଣାପଡିଛି ।

ଗତ ଜାନୁଆରୀ ୨୬ ତାରିଖରେ ଚାଷୀମାନେ ଲାଲକିଲ୍ଲା ଭିତରେ ପଶି ସେଠାରେ ନିଜର ଧର୍ମୀୟ ପତାକା ଉଡାଇଥିଲେ । ଦିଲ୍ଲୀରେ ପ୍ରବଳ ହିଂସାକାଣ୍ଡ ମଧ୍ୟ ହୋଇଥିଲା । ଏହି ଘଟଣାରେ ଚାଷୀଙ୍କୁ ଉସୁକାଇବା ଘଟଣାରେ ଦୀପ ସିଦ୍ଧୁୁକୁ ଖୋଜା ଚାଲିଥିଲା । ଆଜି ତାଙ୍କୁୁ ଗିରଫ କରି ପୋଲିସ ରିମାଣ୍ଡରେ ନିଆଯାଇଛି ।

from Kanak News
via <a href="https://ifttt.com/?

ଅସହାୟ ଅବସ୍ଥାରେ ରାସ୍ତାକଡରେ ପଲିଥିଲା ତଳେ ଦିନ କାଟୁଛନ୍ତି ଅସହାୟ । ହିତାଧିକାରୀ ତାଲିକାରେ ନାଁ ଥାଇ ବି ହାତ ଗୁଞ୍ଜା ଦେଇ ନପାରିବାରୁ ମିଳୁନି ଅନୁମତି

କନକ ବ୍ୟୁରୋ : ରାଜ୍ୟ ହେଉ କି କେନ୍ଦ୍ର ସବୁବେଳେ ଗରିବଙ୍କ ପାଇଁ କେତେକଣ ଯୋଜନା କରୁଥିବାର କହୁଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ମାଲକାନଗିରି କାଲିମେଳା ବ୍ଲକର ଏମଭି-୭୯ ଅଂଚଳର ସାଲିବାନ ନାଗଙ୍କ ପରି ଅସହାୟ ପରିବାର କ୍ଷେତ୍ରରେ କିନ୍ତୁ ଏହା ସଂପୂର୍ଣ୍ଣ ଅଲଗା ।

ଏଇ ହାତରେ ବାଲି ସିମେଂଟ ଗୋଳେଇ ଅନେକ କୋଠା ତିଆରି କରିଛନ୍ତି ଏହି ବୃଦ୍ଧ ବ୍ୟକ୍ତି । ତାଙ୍କ ପରିଶ୍ରମରେ ସିନା ପକାରାସ୍ତା, କୋଠା ତିଆରି ହୋଇଛି, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଛାତ ନାହିଁ । ପଲିଥିନ ତଳେ ସ୍ୱାମୀ-ସ୍ତ୍ରୀ ଓ ଝିଅର ଜୀବନ ବିତୁଛି । ଆମେ କୁହୁଛୁ, ମାଲକାନଗିରି କାଲିମେଳା ବ୍ଲକ ଉପାନ୍ତ ଏମଭି-୭୯ ଜେଲ ସାହିରେ ରହୁଥିବା ସାଲିବାନ ନାଗଙ୍କ କଥା । ଏଇ କୁଡିଆ ଭିତରେ ରହୁଥିବା ପରିବାର ମୁହଁରେ ଦାନା ଦେବାକୁ ୭୦ ବର୍ଷିୟ ସାଲିବାନ କୁଲି କାମ କରୁଥିବା ବେଳେ ସ୍ତ୍ରୀ ବାସନ୍ତୀ ପର ଘରେ ବାସନ ମାଜୁଛନ୍ତି ।

ସାଲିବାନଙ୍କ ପରିବାର ବର୍ଷ ବର୍ଷ ଧରି ଜେଲ ସାହିରେ ଝାଟିମାଟିର କାଂଥ ଉପରେ ପଲିଥିନ୍ ଟାଣି ରହୁଛନ୍ତି । ହେଲେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କା ଘର ଯୋଜନାରେ ଏଯାଏଁ ଘରଟିଏ ମିଳି ପାରିନାହିଁ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଘର ପାଇଁ ଯୋଗ୍ୟ ହିତାଧିକାରୀ ତାଲିକାରେ ସାଲିବାନଙ୍କ ନାଁ ରହିଛି, ହେଲେ ସେ ହାତଗୁଂଜା ଦେଇ ପାରୁନଥିବାରୁ ଘର କାମ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ତେବେ ସାଲିବାନଙ୍କୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ପଂଚାୟତ ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଖରା-ବର୍ଷାରୁ ସମସ୍ତେ ରକ୍ଷା ପାଇବେ । ଚାଳ ଘରକୁ ନେଇ କେହି ଚିନ୍ତାରେ ରହିବେ ନାହିଁ । ତେଣୁ ସମସ୍ତଙ୍କୁ ପକା ଘର ଯୋଗାଇ ଦେବାକୁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି, ହେଲେ ସାଲିବାନଙ୍କ ଭଳି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ପାଇଁ ସରକାରୀ ଯୋଜନା କେବଳ ପ୍ରହସନ ପାଲଟିଛି ।

from Kanak News
via <a href="https://ifttt.com/?

ରାଜ୍ୟ ସରକାରଙ୍କ ବଡ ଘୋଷଣା । ୨୦୨୧ ମଇ ମାସରେ ମାଟ୍ରିକ ପରୀକ୍ଷା ଦେଇପାରିବେ ନବମ ପିଲା । ଯୁକ୍ତ ଦୁଇ ପ୍ରଥମ ବର୍ଷର ପିଲା ଦେବେ ଦ୍ୱିତୀୟ ବର୍ଷର ପରୀକ୍ଷା

କନକ ବ୍ୟୁରୋ: ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ ମାସରେ ମାଟ୍ରିକ ପରୀକ୍ଷା ଦେଇପାରିବେ । ଏନେଇ ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହା ସବୁ ଓଡିଆ ମାଧ୍ୟମ ପିଲାଙ୍କ ପାଇଁ ପଯୁଜ୍ୟ ହେବ ।

ସୂଚନାଯୋଗ୍ୟ ଯେ, କୋଭିଡ୍ ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ୨୦୨୧ ଜାନୁୁଆରୀ ମାସରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ କୋଭିଡ୍ ନିୟମାବଳୀ ସହ ସ୍କୁଲ ଖୋଲାଯାଇଛି । ତଥାପି ପିଲାମାନଙ୍କର ମାନସିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ପିଲାମାନଙ୍କର ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଡାଉଟ୍ କ୍ଲିୟର ପାଇଁ ସ୍ୱତନ୍ତ୍ର କ୍ଲାସ୍ ମଧ୍ୟ ବିଦ୍ୟାଳୟ ସ୍ତରରେ ହେବ । ସେହିପରି ୨୦୧୯-୨୦ ଶିକ୍ଷା ବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୧ ମଇ ମାସରେ ଯୁକ୍ତ ଦୁଇ ପରୀକ୍ଷା ଦେଇପାରିବେ ।

from Kanak News
via <a href="https://ifttt.com/?

୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ । ରାଜ୍ୟ ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ସୂଚନା

କନକ ବ୍ୟୁରୋ : କ୍ୟାବିନେଟ ବୈଠକରେ ୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି । ୧୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି । ପ୍ରକଳ୍ପ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ।

ଏହାସହ ଆଜି ଶେଷ ହୋଇଛି କ୍ୟାବିନେଟ ବୈଠକ । ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ସୂଚନା ମିଳିଛି । ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆସନ୍ତା ୨୨ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started