ବାଇ ଲ’ ନିଷ୍ପତ୍ତି ପ୍ରତ୍ୟାହାର ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ପୁରୀ ସେବାୟତ । 

କନକ ବ୍ୟୁରୋ: ବାଇ ଲ’ ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ପରେ ପୁରୀ ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ମଙ୍ଗଳବାର ପୁରୀରୁ କିଛି ସେବାୟତ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ଯେ, ସବୁ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ । ଭାରତ ସରକାର ଯେଉଁ ଚକ୍ରାନ୍ତ କରିଥିଲେ ତାହା ଦ୍ୱାରା ପୁରୀର ଐତିହ୍ୟ ପରମ୍ପରାକୁ ନଷ୍ଟ ହୋଇଥାନ୍ତା । ମୁଖ୍ୟମନ୍ତ୍ରୀ କାଲି ପୁରୀ ଯାଇ ଜଗନ୍ନାଥଙ୍କ ପାଖରେ ଯେଉଁଭଳି ପ୍ରାର୍ଥନା କରିଥିଲେ ଓ ସେ ଠିକ୍ ବାହାରକୁ ଆଶିବା ପରେ ଏହା ପ୍ରତ୍ୟାହାର ହୋଇଛି । ପୁରୀରେ ଯେଉଁ ସବୁ କାମ ହେଉଛି ତାକୁ ବନ୍ଦ କରିବାକୁ ଏହି ଯୋଜନା ହୋଇଥିଲା ବୋଲି ସେ କହିଛନ୍ତି । ଏଥିସହ ପୁରୀବାସୀ ଓ ସେବାୟତମାନେ ଏବେ ଖୁସିଥିବା ସେ କହିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସଂକ୍ରାନ୍ତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏକ ବାଇ ଲ’ ଜାରି କରିଥିଲେ । ଯାହା ଫଳରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥାନ୍ତା । ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି ହେବା ସହିତ ଏହି ବାଇ ଲ’ କୁ ଫେରାଇ ନିଆଯାଇଛି । ଯାହାପରେ ଏବେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ଧନ୍ୟବାଦ ଜଣାଇଛନ୍ତି ।

from Kanak News
via <a href="https://ifttt.com/?

ଦୀର୍ଘ ୧୧ ମାସର ଉଦ୍ଧାର ପରେ ଗଜପତିକୁ ଫେରିଲା ନିଖୋଜ ଶିଶୁ । ଶିଶୁକୁ ହସ୍ତାନ୍ତର କଲା ପଶ୍ଚିମବଙ୍ଗର ମେଦିନପୁର ଶିଶୁ ସୁରକ୍ଷା କମିଟି

କନକ ବ୍ୟୁରୋ : ଓଡିଶା କୋଳକୁ ଫେରିଲା ନିଖୋଜ ଶିଶୁ । ଆଉ ଉଦ୍ଧାର ହେବାର ଦୀର୍ଘ ୧୧ ମାସ ପରେ ଶିଶୁକୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗର ମେଦିନପୁର ଶିଶୁ ସୁରକ୍ଷା ସମିତି । ଏକ ସ୍ୱତନ୍ତ୍ର ଟିମ୍ ଗଜପତି ଆସି ଜିଲ୍ଲା ପ୍ରଶାସନକୁ ଶିଶୁଟିକୁ ହସ୍ତାନ୍ତର କରିଛି । ଗତ ମାର୍ଚ ମାସରେ ଖଡଗପୁର ରେଳ ଷ୍ଟେସନରୁ ଶିଶୁଟିକୁ ଉଦ୍ଧାର କରିଛି ରେଳବାଇ ଚାଇଲ୍ଡ ଲାଇନ୍ ।

ତେବେ ସେତେବେଳେ ତାଲାବନ୍ଦ ଯୋଗୁଁ ଶିଶୁର ଠିକଣା ପାଇବାରେ କଷ୍ଟକର ହୋଇପଡିଥିଲା । ତେବେ ବିଳମ୍ବରେ ଶିଶୁଟିର ପରିଚୟ ମିଳିଥିଲା । ଶିଶୁଟି ପାରଳାଖେମୁଣ୍ଡିର ବୋଲି ଜଣାପଡିଥିଲା । ପରେ ଗଜପତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲା ମେଦିନପୁର ଶିଶୁ ସୁରକ୍ଷା ସମିତି । ଏବେ ଶିଶୁଟି ପଶ୍ଚିମବଙ୍ଗରୁ ଆସି ଓଡିଶାରେ ପହଂଚିଥିବା ବେଳେ ପରିବାର ଲୋକଙ୍କୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର । ନିଷ୍ପତ୍ତିକୁ ସ୍ୱାଗତ କଲେ ଗଜପତି ମହାରାଜା ।

କନକ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତ ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ତା ସହିତ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତୀୟ ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା କରିବା ନିମନ୍ତେ ଗଜପତି ଅନୁରୋଧ କରିଛନ୍ତି । ବିଶ୍ୱର ଅଗ୍ରଣୀ ଧାର୍ମିକ, ଆଧାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଜଗନ୍ନାଥ ଧାମର ରୂପାନ୍ତରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ହୋଇପାରିବ ବୋଲି ଗଜପତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସଂକ୍ରାନ୍ତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏକ ବାଇ ଲ ଜାରି କରିଥିଲେ । ଯାହା ଫଳରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥାନ୍ତା । ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି ହେବା ସହିତ ଏହି ବାଇ ଲ କୁ ଫେରାଇ ନିଆଯାଇଛି । ଯାହାପରେ ଏବେ ଗଜପତି ମହାରାଜା ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ।

from Kanak News
via <a href="https://ifttt.com/?

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍: ସ୍ଥାନ ପକ୍କା କରିବ ତ ଟିମ୍ ଇଣ୍ଡିଆ । ଏବେ ବି ରେସରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ।

କନକ ବ୍ୟୁରୋ: ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ଭୋଗିବା ପରେ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ବିଦାୟ ଦ୍ୱାରରେ ପହଞ୍ଚି ଯାଇଛି  ଟିମ୍ ଇଣ୍ଡିଆ । ଯଦି ଏହି ସିରିଜରେ ଦଳ ଆଉ ଗୋଟିଏ ବି ମ୍ୟାଚ୍ ହାରେ ତେବେ ଦଳ ଏହି ଚାମ୍ପିୟନସିପରୁ ବାହାର ହେଇଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟୁଜିଲାଣ୍ଡ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ସ୍ଥାନ ପକ୍କା କରିଥିବାବେଳେ ଦ୍ୱିତୀୟ ଟିମ୍ କିଏ ଫାଇନାଲକୁ ଯିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଭାରତ ଯିବ କି ଫାଇନାଲ୍?

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଯଦି ଟିମ୍ ଇଣ୍ଡିଆ ୨-୧ କିମ୍ବା ୩-୧ ଜିତିନିଏ ତେବେ ବିରାଟ ବାହିନୀ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପାଇଁ ଟିକେଟ୍ ହାସଲ କରିବ । ହେଲେ ଯଦି ଏହି ସିରିଜରେ ଦଳ ଆଉ ଗୋଟିଏ ବି ମ୍ୟାଚ୍ ହାରେ ତେବେ ବିଶ୍ୱ ଚାମ୍ପିୟନସିପରୁ ଦଳ ଆଉଟ୍ ହେବା ସହିତ ଅଷ୍ଟ୍ରେଲିଆ ଫାଇନାଲ୍ ଟିକେଟ୍ ହାତେଇବ ।

ରେସରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ

ଟିମ୍ ଇଣ୍ଡିଆ ଯଦି ଏହି ସିରିଜ୍ ହାରିଯାଏ ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭିତରୁ ଗୋଟିଏ ଦଳ ଫାଇନାଲ୍ ପାଇଁ ଟିକେଟ୍ ହାତେଇବ । ଇଂଲଣ୍ଡ ଯଦି ଭାରତ ବିପକ୍ଷ ସିରିଜକୁ ୩-୦,୩-୧, କିମ୍ବା ୪-୦ରେ ଜିତିନିଏ ତେବେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପହଞ୍ଚିବ । ସେହିଭଳି ଏହି ଭାରତ-ଇଂଲଣ୍ଡ ସିରିଜି ଯଦି ୧-୧ କିମ୍ବା ୨-୨ରେ ଡ୍ର ରହେ ତେବେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବ ।

from Kanak News
via <a href="https://ifttt.com/?

କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗ । ସୁପ୍ରିମ୍କୋର୍ଟ ଯିବେ ରାଜ୍ୟ ସରକାର । ପ୍ରକ୍ରିୟା ଆରମ୍ଭ କଲା ଆଇନ୍ ବିଭାଗ

କନକ ବ୍ୟୁରୋ : କୋଟିଆ ପାଇଁ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲାର କୋଟିଆର ୩ଟି ପଂଚାୟତରେ ଆନ୍ଧ୍ରପ୍ରଦେଶ ନିର୍ବାଚନର ଆୟୋଜନ କରିଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟକୁ ଯିବା ପାଇଁ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ ପାଇଁ ସରକାରଙ୍କ ପ୍ରସ୍ତୁତି । ଏନେଇ ଏଓଆର ଅର୍ଥାତ୍ ଆଡଭୋକେଟ୍ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖିଛନ୍ତି ସରକାର ।

କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଓଡିଶା । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ଜଣାପଡିଛି । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ ।

ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର ହୋଇଛି । ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆ ପଂଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଂଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି ।

from Kanak News
via <a href="https://ifttt.com/?

ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ । ଧାନ ଉଠୁନଥିବାରୁ ମଣ୍ଡିରେ ଶୀତ କାକରରେ ପଡିରହିଛନ୍ତି ଚାଷୀ ।

କନକ ବ୍ୟୁରୋ : କେବେ ତୁଟିବ ମଣ୍ଡି ବିବାଦ । କେବେ ମଣ୍ଡିରୁ ଘରକୁ ଫେରିବ ଚାଷୀ । ଆଉ କେତେ ରାତି ମଣ୍ଡିରେ ଜଗୁଆଳି ସାଜିବେ ଚାଷୀ । ଉପାନ୍ତ ନୁହେଁ ଉପକୂଳରୁ ଆସିଥିବା ମଣ୍ଡିର ଚିତ୍ରକୁ ଦେଖିବା ପରେ ଏଭଳି ଅନେକ ପ୍ରଶ୍ନ ଉଠିଛି । ତେବେ ଚାଷୀଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନର ଉଦାସିନତା ଯୋଗୁଁ ମଣ୍ଡିରେ ଧାନ ବିକ୍ରି ହୋଇ ପାରୁନାହିଁ । ଫଳରେ ଟୋକନ ପାଇଥିବା ଚାଷୀଙ୍କୁ ଶୀତ ରାତିରେ ମଣ୍ଡିରେ ରାତି ଉଜାଗର ରହିବାକୁ ପଡୁଛି ।

ଏ ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ । ଏହା ଉପକୂଳର । ସୋମବାର ରାତି ପ୍ରାୟ ୧୨ଟା ବେଳେ ଏମିତି ଥିଲା କଟକ ଜିଲ୍ଲା ନିଆଳି ବ୍ଲକ ତାମ୍ପଦାର ଧାନମଣ୍ଡିର ଦୃଶ୍ୟ । ମଣ୍ଡିରେ ଗଦା ହୋଇଥିବା କଷ୍ଟ ଉପାର୍ଜିତ ଫସଲକୁ ରାତି ଅନିଦ୍ରା ହୋଇ ଜଗି ରହିଥିଲେ ଚାଷୀ । କିଟମିଟ୍ ଅନ୍ଧାର ରାତିରେ ଧାନ ଜଗିବା ପାଇଁ ମଣ୍ଡିରେ ରାତ୍ରି ଜଗୁଆଳି ପାଲଟିଯାଇଛନ୍ତି ତାମ୍ପଦାର ଅଂଚଳର ଚାଷୀ । ମଣ୍ଡି ଖୋଲୁ ନଥô୍ବାରୁ ଦୀର୍ଘ ୮ ଦିନ ହେଲା ଏମିତି ଖୋଲା ଆକାଶ ତଳେ ଶୀତ କାକରରେ ଭୋକ ଉପାସରେ ପଡି ରହୁଛନ୍ତି । କିଛି ଚାଷୀ ଧାନ ବସ୍ତା ଉପରେ କମ୍ବଳ ଘୋଡାଇ ବସିଥିଲା ବେଳେ ଆଉ କିଛି ଚାଷୀ ଠେଙ୍ଗା ଧରି ଜଗି ରହୁଛନ୍ତି ।

ମାଧବ ସେବା ସମବାୟ ସମିତି ଅଧିନରେ ଥିବା ତାମ୍ପଦା ଗାଁର ଅଧିକାଂଶ ଚାଷୀ ପଂଜିକୃତ । ଗାଁ ଠାରୁ ମାଧବ ମଣ୍ଡିର ଦୂରତା ୫ କିଲୋମିଟର । ଫେବୃଆରୀ ୧ରୁ ତାମ୍ପଦାରେ ଉପ-ମଣ୍ଡି ଖୋଲିଛି । ୪୫ ଜଣ ଚାଷୀ ଉପମଣ୍ଡିକୁ ଧାନ ଆଣିଛନ୍ତି, କିନ୍ତୁ ଏଠାକୁ କୌଣସି କର୍ତ୍ତୃପକ୍ଷ ଆସୁନାହାନ୍ତି । ତେଣୁ ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ପଡିରହିଛି । ଏନେଇ ଚାଷୀମାନେ ଜିଲ୍ଲା ଯୋଗାଣ ଅଧô୍କାରୀ, ମଣ୍ଡି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ପିପିଲି ଚାନ୍ଦୁଆର ଚମକ ଛଡେଇ ନେଇଛି ଭୁବନେଶ୍ୱରରୁ ପୁରୀକୁ ଲମ୍ବିଥିବା ବାଇପାସ୍ । ବ୍ୟବସାୟ ରାସ୍ତାରେ କଣ୍ଟା ହୋଇଛି ବାଟ, ବଜାର ଦେଇ ଯାଉନି ବସ୍, ଆସୁନାହାନ୍ତି ଗ୍ରାହକ ।

କନକ ବ୍ୟୁରୋ : ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି ଓ ପରିବହନ ବିଭାଗର ନିରବତା ଯୋଗୁଁ ପିପିଲି ଚାନ୍ଦୁଆର ଚମକ ଛଡେଇ ନେଇଛି ବାଇପାସ୍ ରାସ୍ତା । ବାଇପାସ ରାସ୍ତା ହେବାରୁ ପିପିଲି ବଜାର ଦେଇ ଯାତାୟତ କରୁନାହିଁ ଯାତ୍ରୀ ବାହୀ ବସ୍ । ତେଣୁ ଚାନ୍ଦୁଆ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଖାଲି ଏହି ସମସ୍ୟା ନୁହେଁ, ବାଇପାସ୍ ଯୋଗୁଁ ପ୍ରାୟ ପିପିଲି ବଜାର ଠାରୁ ଅଢେଇ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି ବସ୍ । ତେଣୁ ପିପିଲି ବଜାରକୁ ଯିବା ପାଇଁ ବହୁ ଅସୁବିଧା ଭୋଗ କରୁଛନ୍ତି ଲୋକେ ।

ଚାନ୍ଦୁଆର ଚମକ ଛଡେଇ ନେଇଛି ରାସ୍ତା । ବ୍ୟବସାୟର ବାଟ ବନ୍ଦ କରିଦେଇଛି ବାଇପାସ୍ । ବାଇପାସ୍ ଦେଇ ବସ୍ ଯାତାୟତ କରୁଥିବାରୁ ପ୍ରଭାବିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ବ୍ୟବସାୟ । ବସ୍ ଗୁଡିକ ଯାତ୍ରୀଙ୍କୁ ନେଇ ବାଇପାସରେ ସିଧା ପୁରୀ ଓ ଭୁବନେଶ୍ୱର ଚାଲିଯାଉଛି । ତେଣୁ ପିପିଲିର ଚାନ୍ଦୁଆ ନଗରୀରେ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ବା ପର୍ଯ୍ୟଟକ । ଆଗରୁ ପିପିଲି ବଜାର ଦେଇ ବସ ଚଳାଚଳ କରୁଥିବା ବେଳେ ଯାତ୍ରୀ ପିପିଲି ବଜାରରେ ଓହ୍ଲାଇ ଚାନ୍ଦୁଆ କିଣୁଥିଲେ, ବ୍ୟବସାୟୀ ଦୁଇ ପଇସା ପାଉଥିଲେ ।

କେବଳ ଚାନ୍ଦୁଆ ବ୍ୟବସାୟ ପ୍ରଭାବିତ ହୋଇଛି, ତା ନୁହେଁ, ସ୍ଥାନୀୟ ଲୋକେ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି । ପରିବହନ ବିଭାଗର ନିରବତା ଯୋଗୁଁ ଘରୋଇ ବସ୍ ଗୁଡିକ ପିପିଲି ବଜାର ନଦେଇ ବାଇପାସରେ ପଳାଉଛି । ଆଉ ପିପିଲି ବଜାର ଠାରୁ ଅଢେଇ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି । ଫଳରେ ସ୍କୁଲ, କଲେଜ, ବ୍ଲକ ଅଫିସ, ଡାକ୍ତରଖାନା ଓ କୋର୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଲୋକଙ୍କୁ ପିପିଲି ବଜାର ଯାଏଁ ଚାଲି ଚାଲି ଯିବାକୁ ପଡୁଛି । ଯାତ୍ରୀବାହୀ ବସ୍ ଗୁଡିକ ପିପିଲି ବଜାର ଦେଇ ଯିବାକୁ ପରମିଟ୍ ରହିଛି, କିନ୍ତୁ ଏହାର ଉଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।

ସେପଟେ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଯାଂଚ କରାଯାଉଛି । ପରମିଟ୍ ଥାଇ ପିପିଲି ବଜାର ଦେଇ ବସ୍ ଚଳାଚଳ କରୁନଥିଲେ, ସେମାନଙ୍କ ପରମିଟ୍ ବାତିଲ କରାଯିବ ବୋଲି କହିଛନ୍ତି ପୁରୀ ଆଂଚଳିକ ପରିବହନ ଅଧିକାରୀ । କେବଳ ଘରୋଇ ବସ୍ ନୁହେଁ ସରକାରଙ୍କ ମୋ ବସ୍ ବି ବାଇପାସ୍ ଦେଇ ଯାତାୟତ କରୁଛି । ଫଳରେ କଟକ-ଭୁବନେଶ୍ୱର-ଅସ୍ତରଙ୍ଗ-କୋଣାର୍କ ଓ ପୁରୀରୁ ପିପିଲିକୁ ଆସୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

from Kanak News
via <a href="https://ifttt.com/?

ମେନ୍ଦରାଜପୁରର ଲୋମଟାଙ୍କୁରା ବସ୍ ଦୁର୍ଘଟଣାକୁ ପୂରିଲା ବର୍ଷେ । ରାସ୍ତା ମଝିରେ ମାଡି ଆସିଥିଲା ମୃତ୍ୟୁ, ନେଇଥିଲା ୧୨ଜଣଙ୍କ ଜୀବନ । ବର୍ଷ ବିତିଛି, କିନ୍ତୁ କ୍ଷତ ଭରିନି ।

କନକ ବ୍ୟୁରୋ : ୨୦୨୦ ମସିହା ଫେବୃଆରୀ ୯ ତାରିଖ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦରାଜପୁର ଗାଁ ଛକରେ ଘଟିଥିଲା ଏକ ଛାତିଥରା ଅଘଟଣ । ଏକ ନିର୍ବନ୍ଧ ଭୋଜିରେ ଯୋଗ ଦେବା ଲାଗି ପୁଅ ଘର ଲୋକଙ୍କୁ ନେଇ ଯାଉଥିବା ସିଲକ ସିଟି ନାମକ ଏକ ଘରୋଇ ବସ ୧୧ କେ.ଭି  ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆଶି ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୯ ଜଣ ଆହତ ହୋଇଥିଲେ । ଆଉ ଏଭଳି ଏକ ହୃଦୟଥରା ଘଟଣାକୁ ଆଜି ୧ ବର୍ଷ ପୂରିଛି । ଦୁର୍ଘଟଣାରେ  ୧୧ ଜଣ ଗୁରୁତରଙ୍କ ମଧ୍ୟରୁ ୬ଜଣ ପାଲିଟିଗଲେ ଭିନ୍ନକ୍ଷମ ବା ପଙ୍ଗୁ ।

ବର୍ଷେ ତଳେ, ଘଟିଥିବା ଦୁର୍ଘଟଣାରେ ବଦଳି ଯାଇଛି ଜୀବନର ମୋଡ । ୧୫ ବର୍ଷ ତଳୁ ବାପ ଛେଉଣ୍ଡ ହୋଇଥିବା ଦୁଇ ଝିଅଙ୍କ ମୁଣ୍ଡ ଉପରୁ ହଟିଯାଇଛି ମାଆର ପଣତ । ଗତ ବର୍ଷ ଗଂଜାମ ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦରାଜପୁର ଛକରେ ଘଟିଥିବା ବସ୍ ଟ୍ରାଜେଡିରେ ପ୍ରାଣ ହରାଇଥିଲେ ୧୨ ଜଣ । ମୃତକଙ୍କ ମଧ୍ୟରେ ଥିଲେ ଏଇ ଦୁଇ ଭଉଣୀଙ୍କ ମାଆ ଇ.ରାମ୍ମା । ମାଆଙ୍କୁ ହରାଇ ଭାଙ୍ଗି ପଡିଥିବା ଦୁଇ ଝିଅଙ୍କ ସାହାରା ଏବେ ୮୦ ବର୍ଷୀୟ ବୁଢୀ ମାଆ ।

ସେଦିନର ବସ୍ ଦୁର୍ଘଟଣା କେବଳ ଏମାନଙ୍କ ମାଆଙ୍କ ଜୀବନ ନେଇଛି ତା ନୁହେଁ ଅନେକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅନେକ ଦିବ୍ୟାଙ୍ଗ ହୋଇଯାଇଛନ୍ତି । ଘଟଣାରେ ୩୯ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଦୀର୍ଘ ୩ ମାସର ଚିକିତ୍ସା ପରେ ୬ ଜଣ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଡଙ୍କଲପାଡ ଗାଁର ବି.ଗୋପାଳଙ୍କ ସ୍ତ୍ରୀ ବି. ଶାରଦ ଏହି ଦୁର୍ଘଟଣାରେ ଦୁଇଟି ଯାକ ଗୋଡ ହରାଇଛନ୍ତି । ସେହିଭଳି ବି. ଦାମୋଦରଙ୍କ ପୁଅ ବି. ପ୍ରସାଦଙ୍କ ଶରୀରର ବିଭିନ୍ନ ଅଙ୍ଗ ପୋଡିଯାଇଛି ।

ଡଙ୍କଲପାଡ ଗାଁର ଜଣେ ଯୁବକଙ୍କ ନିର୍ବନ୍ଧ ପାଇଁ ବସ ଯୋଗେ ବାହାରିଥିଲେ ସଂପର୍କୀୟ ଓ ଗ୍ରାମବାସୀ । ଗାଁ ଠାରୁ ମାତ୍ର ୨ କିଲୋମିଟର ଯିବା ପରେ ମେନ୍ଦରାଜପୁର ଠାରେ ରାସ୍ତାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟିଥିଲା ବସ୍ ଦୁର୍ଘଟଣା । ପ୍ରଶାସନ ପକ୍ଷରୁ ମୃତକଙ୍କୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ହେଲେ ସବୁ ଦିନ ପାଇଁ ଦିବ୍ୟାଙ୍ଗ ପାଲଟିଯାଇଥିବା ବ୍ୟକ୍ତିଙ୍କ ଜୀବନ ଜୀବିକା ପାଇଁ କୌଣସି ସୁବିଧା ସହଯୋଗ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ବିହାର ନୀତିଶ ସରକାରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ଆଉ ୧୭ ନେତା ପାଇଲେ ମନ୍ତ୍ରୀ ପଦ । ଶହନବାଜ୍ ହୁସେନଙ୍କୁ ଉଦ୍ୟୋଗ ବିଭାଗର ଦାୟିତ୍ୱ

କନକ ବ୍ୟୁରୋ: ବିହାରରେ ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳର ବିସ୍ତାର କରିଛି । ମଙ୍ଗଳବାର ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଭାବେ ସାମିଲ କରାଯାଇଛି ।

ଆଜି ଶପଥ ଗ୍ରହଣ କରିଥିବା ୧୭ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ବିଜେପିରୁ ହୋଇଥିବାବେଳେ ବାକି ୮ ଜଣ ଜେଡିୟୁର ବୋଲି ଜଣାପଡିଛି । ସେମାନଙ୍କ ଭିତରେ ଜେଡିୟୁ ନେତା ମଦନ ସହନୀଙ୍କୁ ସମାଜ କଲ୍ୟାଣ ବିଭାଗର ମନ୍ତ୍ରୀ, ସଂଜୟ ଝାଙ୍କୁ ଜଳ ସଂଶାଧନ ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ମିଳିଛି । ସେହିଭଳି ସୁଶାନ୍ତ ସିଂହ ରାଜପୁତଙ୍କ ଭାଇ ନୀରଜ କୁମାରଙ୍କୁ ପର୍ଯ୍ୟାବରଣ ବିଭାଗର ଦାୟିତ୍ୱ ଦିଆଯାଇଛି ।

ଗତ ବିଧାନସଭା ନିର୍ବାଚନରେ ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସଫଳତା ପାଇଥିଲା । ଏହାପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଦାୟିତ୍ୱ ସମ୍ଭାଳିଥିଲେ । ସେତେବେଳେ ନୀତିଶଙ୍କ ସହ ୧୫ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଏବେ ବିହାରରେ ମନ୍ତ୍ରୀମଣ୍ଡଳର ବିସ୍ତାର ହେବା ସହିତ ଆଉ ୧୭ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

from Kanak News
via <a href="https://ifttt.com/?

ଦୁନିଆର ସବୁଠାରୁ ଖତରନାକ୍ ଗ୍ଲାସିୟର…ଯାହା ଆଣିପାରେ ପୂରା ବିଶ୍ୱ ପାଇଁ ଭୟଙ୍କର ଜଳପ୍ରଳୟ । ଦେଖନ୍ତୁ କେଉଁଠି ଅଛି ଏହି ଗ୍ଲାସିୟର

କନକ ବ୍ୟୁରୋ : ଉତ୍ତରାଖଣ୍ଡର ତପୋବନରେ ପ୍ରକୃତିର ତାଣ୍ଡବ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଥରେ ଭାବନ୍ତୁ, ଗ୍ଲାସିୟରର ଅପେକ୍ଷାକୃତ ଏକ ଛୋଟ ଅଂଶ ଖସିବା ଯଦି ଏତେ ବଡ ପ୍ରଳୟ ଆଣିଲା, ତେବେ ଯଦି ବଡ ଗ୍ଲାସିୟର ତରଳେ ତେବେ କେଉଁଭଳି ଭାବେ ବିପଦ ମାଡି ଆସିବ । ଆସନ୍ତୁ ଜାଣିବା କେଉଁଠି ରହିଛି ଦୁନିଆର ସବୁଠୁ ଖତରନାକ୍ ଗ୍ଲାସିୟର, ଯାହା ଭବିଷ୍ୟତରେ ଆଣିପାରେ ବଡ ଜଳପ୍ରଳୟ ।

ଥ୍ୱାଇଟସ୍ ଗ୍ଲାସିୟର । ଆଂଟାର୍କଟିକାର ପଶ୍ଚିମ ଭାଗରେ ଅବସ୍ଥିତ ଏହି ଗ୍ଲାସିୟର ସମୁଦ୍ର ମଧ୍ୟରେ ଅନେକ କିଲୋମିଟର ଗଭୀରତାରେ ବୁଡିଯାଇଛି । ଏହି ଗ୍ଲାସିୟରର ଆଭ୍ୟନ୍ତରୀଣ ମୋଟେଇ ପ୍ରାୟ ୪୬୮ କିଲୋମିଟର । ଅର୍ଥାତ ସମୁଦ୍ର ଭିତରେ ଏହା ଏକ ବିଶାଳ ରାକ୍ଷସ ପରି ବିସ୍ତାରିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଏକ ଶକ୍ତିଶାଳୀ ଜାହାଜ ଏହା ସହିତ ଧକ୍କା ହୁଏ, ତେବେ ଏକ ଭୟଙ୍କର ଦୁର୍ଘଟଣା ହୋଇପାରେ । ଏହି ବିପଦକୁ ବୁଝିବା ପାଇଁ ହେଲେ ଆପଣଙ୍କୁ ଏହାର ଆକାର ସମ୍ପର୍କରେ ଜାଣିବାକୁ ହେବ ।

ଏଠାରେ ଥିବା ବରଫ ସମଗ୍ର ବିଶ୍ୱରେ ସଂଗୃହୀତ ବରଫର ୫୦ ଗୁଣରୁ ଅଧିକ ଅଟେ । ଥ୍ୱାଇଟସ୍ ଗ୍ଲାସିୟରର କ୍ଷେତ୍ରଫଳ ହେଉଛି, ୧,୯୨,୦୦୦ ବର୍ଗ କିଲୋମିଟର । ଅର୍ଥାତ ଯଦି ତୁଳନା କରାଯାଏ, ତେବେ ଏହା ଗ୍ରେଟ୍ ବ୍ରିଟେନ୍ ଆକାରର । ଯେତେବେଳେ ଏତେ ବିଶାଳ ଗ୍ଲାସିୟର ତରଳିବ, ସେତେବେଳେ ସାରା ବିଶ୍ୱକୁ ଭୟଙ୍କର ବିପଦ ମାଡିଆସିବ । ଆଉ ଏହାର ଆରମ୍ଭ ମଧ୍ୟ ହୋଇଯାଇଛି ।

ସମୁଦ୍ର ଭିତରେ ଏହି ଗ୍ଲାସିୟର ଭିତରେ ଛିଦ୍ର ସୃଷ୍ଟି ହେଉଛି । ନାସାର ବୈଜ୍ଞାନିକମାନେ ଏହାର ସନ୍ଧାନ କରିଛନ୍ତି । ତେବେ ଯଦି ଗ୍ଲାସିୟର ଧିରେ ଧିରେ ତରଳିଯାଏ, ତେବେ ସବୁକିଛି ସ୍ୱାଭାବିକ ରହିବ । କିନ୍ତୁ ସମସ୍ୟା ହେଉଛି, ଏହାର ଦ୍ରୁତ ତରଳିବା । ଚିନ୍ତାର ବିଷୟ ହେଉଛି, ଏହାର ବିଶାଳ ଖଣ୍ଡଗୁଡିକ ଭାଙ୍ଗିଯାଉଛି ଏବଂ ଏହା ପରେ ସମୁଦ୍ର ସଂସ୍ପର୍ଶରେ ଆସିବାବେଳେ ସେଗୁଡିକ ତରଳିଯାଉଛି । ଆଉ ଏହି କାରଣରୁ ସମୁଦ୍ର ପତନ ମଧ୍ୟ ବୃଦ୍ଧି ପାଇଛି । କୁହାଯାଉଛି, ଆଗାମୀ ୧୫୦ ବର୍ଷ ମଧ୍ୟରେ ଗ୍ଲାସିୟର ସମ୍ପୂର୍ଣ୍ଣ ତରଳିଯିବ । ଆଉ ଏହା ବିରାଟ ବିନାଶ ଆଣିବ ।

ସାରା ବିଶ୍ୱରେ ସମୁଦ୍ରର ସ୍ତର ୨ରୁ ୫ ଫୁଟ୍ ବୃଦ୍ଧି ପାଇବ । ଏହି କାରଣରୁ ବନ୍ୟା ଆସିବ ଆଉ ଉପକୂଳବର୍ତୀ ଅଂଚଳ ଜଳ ଦ୍ୱାରା ବୁଡିଯିବ । ବିଭିନ୍ନ ଦେଶର କୋଟି କୋଟି ଲୋକଙ୍କର ଜୀବନ ଚାଲିଯାଇପାରେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started