କିଭଳି ସୃଷ୍ଟି ହୁଏ ଗ୍ଲାସିୟର ? ଦେଖନ୍ତୁ କ’ଣ ରହିଛି ଗ୍ଲାସିୟର ଫାଟିବା ପଛର କାରଣ ।

କନକ ବ୍ୟୁରୋ : ପାହାଡରୁ ଖସିଲା ପ୍ରଳୟ । ଦେଶ ଦେଖିଲା ପ୍ରକୃତିର ମହାପ୍ରକୋପ । ପ୍ରକୃତିର ଏମିତି କରାଳ ରୂପ ପୂରା ଉତରାଖଣ୍ଡକୁ ଦୋହଲାଇ ଦେଇଛି । ଉତରାଖଣ୍ଡ ଚମୋଲି ଜିଲ୍ଲା ଅନ୍ତର୍ଗତ ତପୋବନ ଅଂଚଳରେ ଗ୍ଲାସିୟର ଫାଟି ଅତଡା ଧସିବା ପରେ ପାଣି ସୁଅରେ ଧୋଇ ହୋଇଯାଇଛି ଋଷିଗଙ୍ଗାରେ ତିଆରି ହୋଇଥିବା ଏନଟିପିସି ପ୍ଲାଂଟ । ହଜି ଯାଇଛି ଶହ ଶହ ନଦୀକୂଳିଆ ଘର । ସ୍ଥିତି ଏମିତି ହୋଇଛି, ଏବେ କେଉଁଠି ଘର, କେଉଁଠି ପ୍ରକଳ୍ପ ଥିଲା, ତାହା ଚିହ୍ନିବା ବି ମୁସ୍କିଲ୍ । ଜଳପ୍ରଳୟରେ ଶତାଧିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।

ଦୀର୍ଘ ୭ ବର୍ଷ ପରେ ଉତରାଖଣ୍ଡର ଚମୋଲିରେ ପୁଣି ଥରେ ଦେଖିବାକୁ ମିଳିଛି ପ୍ରକୃତିର ଭୟାନକ ରୂପ । ଗ୍ଲାସିୟର ଫାଟି ଅଚାନକ ବଡ଼ ବନ୍ୟା ଆସିବାରୁ ଅନେକ ବସତି ଛାରଖାର ହୋଇଯାଇଛି, କେତେକ ପୋଲ ମଧ୍ୟ ଭାଙ୍ଗିଯାଇଛି । ତେବେ କେଉଁଠି ନା କେଉଁଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯେ ଏହି ଗ୍ଲାସିୟର କିଭଳି ସୃଷ୍ଟି ହୁଏ ଏବଂ ଏହା ଫାଟେ କାହିଁକି । ଆସନ୍ତୁ ଜାଣିବା ଗ୍ଲାସିୟରର ସୃଷ୍ଟି ନେଇ ପୂରା ତଥ୍ୟ ।

ପାହାଡର ଶିଖରରେ ବର୍ଷ ତମାମ ଗୋଟିଏ ସ୍ଥାନରେ ବରଫପାତ ଯୋଗୁଁ ସୃଷ୍ଟି ହୋଇଥାଏ ଗ୍ଲାସିୟର । ଗ୍ଲାସିୟର ୨ ପ୍ରକାର ଥାଏ । ତାହା ହେଉଛି, ଅଲପାଇନ୍, ଏବଂ ଆଇସ୍ ସିଟ୍ସ ଅର୍ଥାତ ବରଫ ଚଟାଣ । ପାହାଡର ଗ୍ଲାସିୟରକୁ ଅଲପାଇନ୍ ଶ୍ରେଣୀଭୁକ୍ତ କରାଯାଇଛି । ଗ୍ଲାସିୟର ଫାଟିବାର ପ୍ରମୁଖ କାରଣ ହେଉଛି ମାଧ୍ୟାକର୍ଷଣ ବଳ । ଗ୍ଲାସିୟର ଚଟାଣର ବିଭିନ୍ନ କୋଣରେ ଚଳନ ଏବଂ ତାପାୟନ ବୃଦ୍ଧି ଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବା ଆରମ୍ଭ ହୋଇଥାଏ । ଏବଂ ଏହାର ବିଭିନ୍ନ ଭାଗ ଭାଙ୍ଗି ଅଲଗା ହୋଇଯାଏ ।

ଏହି ବିଶାଳ ବରଫ ଖଣ୍ଡ ଯେତେବେଳେ ଗ୍ଲାସିୟର ଭିତରେ ପ୍ରବାହିତ ହୁଏ, ସେତେବେଳେ ବରଫ ଅତି ଦ୍ରୁତଗତିରେ ତରଳିବା ଆରମ୍ଭ କରିଥାଏ । ଆଉ ଏହା ଦ୍ୱାରା ଅଚାନକ ନଦୀ ଗୁଡିକରେ ବନ୍ୟା ଆସିଯାଏ । ଏହି ସମୟରେ ସ୍ରୋତ ଅତି ପ୍ରଖର ରହୁଥିବାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେଉଥିବାର ଅନେକ ନଜିର ରହିଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡରେ ନିଖୋଜ ଓଡ଼ିଆ ଯୁବକଙ୍କ ମିଳୁନି ପତ୍ତା । ହିମସ୍ଖଳନ ଖବର ପରେ ରେଣୀ ବ୍ୟାରେକଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ ସ୍ତ୍ରୀ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ନିଖୋଜ ହୋଇଛନ୍ତି । ବାଂଶଡା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ମିଳୁନି ପତା । ଉତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜ୍ରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖଠାରୁ ଡ୍ରୋଜର ଡ଼୍ରାଇଭର ଭାବେ କାମ କରୁଥିଲେ ।

ରବିବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ହୋଇଯାଇଥିବା ବେଳେ ନାଗାର୍ଜୁନ ମଧ୍ୟ ଭାସି ଯାଇଥିବା ଅନୁମାନ କରାଯାଉଛି । ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଫୋନରେ ସ୍ୱାମୀଙ୍କ ସହ ଯୋଗାଯୋଗ କରି ନିରାଶ ହେବା ପରେ ତପୋବନର ରେଣୀ ବ୍ୟାରେଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ନନ୍ଦାଦେବୀରେ ହିମସ୍ଖଳନ ଯୋଗୁ ଅଳକାନନ୍ଦା ଓ ଧୋଲିଗଙ୍ଗା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା ବେଳେ ନାଗାର୍ଜୁନଙ୍କର କୌଣସି ପତା ମିଳୁନଥିବା ଅଧିକାରୀ ଜଣଙ୍କ କହିଛନ୍ତି । ଏପଟେ ଗାଁରେ ନାଗାର୍ଜୁନଙ୍କ ପତ୍ନୀ ୨ମାସର ଶିଶୁ ପୁତ୍ର, ବାପା, ମା ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ।

from Kanak News
via <a href="https://ifttt.com/?

ଡକାୟତ ଗ୍ୟାଙ୍ଗରେ ସାଂସଦଙ୍କ ପ୍ରତିନିଧି ! ଅପରାଜିତାଙ୍କ ସହ ଅଭିଯୁକ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ।

କନକ ବ୍ୟୁରୋ  : ଡକାୟତ ଗ୍ୟାଙ୍ଗରେ ସାଂସଦଙ୍କ ପ୍ରତିନିଧି! ଏଭଳି ଏକ ସାଂଘାତିକ ଘଟଣା ଏବେ ସାମ୍ନାକୁ ଆସିଛି । ଗତ ୭ ତାରିଖରେ ସହିଦନଗର ପୋଲିସ ଗିରଫ କରିଥିବା ଏକ ଡକାୟତ ଗ୍ୟାଙ୍ଗରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଥିବା କୁହାଯାଉଛି । ଏପରିକି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଗିରଫ ହୋଇଥିବା ଅଭିଯୁକ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ମିଳିଥିବା ସୂଚନା ମୁତାବକ, ଗତ ୭ ତାରିଖ ରାତିରେ ରାଜଧାନୀରେ ଏକ ଡକାୟତ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ଡକାୟତି ଉଦ୍ୟମକୁ ପଣ୍ଡ କରି ଡକାୟତ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲା ସହିଦନଗର ପୋଲିସ । ସେମାନଙ୍କ ଠାରୁ କାର, ବନ୍ଧୁକ, ଗୁଳି ସହ ଲୁହାରଡ ଜବତ କରିଥିଲା ପୋଲିସ । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିଶ୍ୱଜିତ ସ୍ୱାଇଁ ନାମକ ଯୁବକ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ୱାର୍ଡ ପ୍ରତିନିଧି ବୋଲି ଜଣାପଡିଛି ।
ବିଏମସିର ୧୭ ନମ୍ବର ୱାର୍ଡରେ ଅପରାଜିତାଙ୍କ ପ୍ରତିନିଧି ଭାବେ କାମ କରୁଥିଲା ବିଶ୍ୱଜିତ୍ । ଏପରିକି ଅପରାଜିତାଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ବିଶ୍ୱଜିତଙ୍କୁ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେଣୁ ଏଠି ପ୍ରଶ୍ନ ଉଠୁଛି ବିଶ୍ୱଜିତଙ୍କ ଅପରାଧିକ କାର୍ଯ୍ୟକଳାପ ବାବଦରେ ଜାଣିନଥିଲେ କି ଅପରାଜିତା? ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଅପରାଜିତା ନିଜର ପ୍ରତିନିଧି ଭାବରେ କିଭଳି ବାଛିଲେ ।  ଏବେ ବିଶ୍ୱଜିତଙ୍କ ଗିରଫ ପରେ ଅପରାଜିତାଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଏହି ଗିରଫଦାରୀ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

from Kanak News
via <a href="https://ifttt.com/?

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କ ପରଲୋକ : ବଲିଉଡ ଜଗତରେ ଶୋକର ଛାୟା

କନକ ବ୍ୟୁରୋ : ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ପରଲୋକ। ସେ ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ । ‘ରାମ ତୈରୀ ଗଙ୍ଗା ମୈଲୀ’ର ଏହି କଳାକାରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ତାଙ୍କର ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ପ୍ରଖ୍ୟାତ ଚଳଚ୍ଚିତ୍ର ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ କୋମଲ ନହଟା ଟ୍ୱିଟରରେ ଶୋକ ପ୍ରକାଶ କରିଛନ୍ତି । ତେବେ ତାଙ୍କ ପରିବାର ପକ୍ଷରୁ ରଣଧୀର କପୁର ତାଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । ରାଜୀବଙ୍କ ପ୍ରଶଂସକ ଓ ବଲିଉଡ୍‌ କଳାକାରମାନେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ସୋସିଆଲ୍‌ ସାଇଟ୍‌ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ସେ ୧୯୮୩ ମସିହାରେ ‘ଏକ୍‌ ଜାନ୍‌ ହୈ ହମ୍‌’ ଚଳଚ୍ଚିତ୍ରରୁ ନିଜର ବଲିଉଡ୍‌ ଡେବ୍ୟୁ କରିଥିଲେ । ୧୯୮୫ ମସିହାରେ ବାପା ସୋ’ମ୍ୟାନ୍ ରାଜ୍‌ କପୁରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମ ତୈରୀ ଗଙ୍ଗା ମୈଲୀ’‌ରେ ମଧ୍ୟ ସେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହାବ୍ୟତୀତ ସେ ଆସାମ, ବୟ, ଜବର୍‌ଦସ୍ତ, ହମ୍‌ ତୋ ଚଲେ ପରଦେଶ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଶେଷ ଥର ପାଇଁ ୧୯୯୦ ମସିହାରେ ‘ଜିମ୍ମେଦାର‌’ ଚଳଚ୍ଚିତ୍ରରେ ନଜର ଆସିଥିଲେ । ତା’ପରେ ସେ ନିର୍ଦ୍ଦେଶନାକୁ ବାଛିଥିଲେ। ସେ ଋଷି କପୁର ଓ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ପ୍ରେମଗ୍ରନ୍ଥ’ର ନିର୍ଦ୍ଦେଶନା ଦେଇଥିଲେ ।

from Kanak News
via <a href="https://ifttt.com/?

ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ : ଧାନ ଉଠୁନଥିବାରୁ ନିଆଳି ବ୍ଲକ ଧାନ ମଣ୍ଡିରେ ଶୀତ କାକରରେ ପଡିରହିଛନ୍ତି ଚାଷୀ

କନକ ବ୍ୟୁରୋ : ମଣ୍ଡିରେ ଧାନ ନ ଉଠିବାରୁ ମଣ୍ଡିରେ ଚାଷୀ ଶୀତ କାକରରେ ପଡିରହିଛନ୍ତି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ପଲିଥିନ ତଳେ ରହୁଛନ୍ତି । ଏହା ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ତାମ୍ପଦାର ଧାନମଣ୍ଡିର ଦୃଶ୍ୟ । ମଣ୍ଡି ଖୋଲୁ ନଥିବା ଯୋଗୁଁ ୮ ଦିନ ହେଲା ଖୋଲା ଆକାଶ ତଳେ ଶୀତ କାକର ଧାନକୁ ଜଗି ବସିଛି ଚାଷୀ ।

ମାଧବ ସେବା ସମବାୟ ସମିତି ଅଧୀନରେ ଥିବା ତାମ୍ପଦା ଗ୍ରାମର ଅଧିକାଂଶ ପଞ୍ଜିକୃତ ଚାଷୀ ହୋଇଥିବା ବେଳେ ମଣ୍ଡିଠାରୁ ସେମାନଙ୍କ ଘର ୫କିମି ଦୂର । ଯାନବାହନର ଅସୁବିଧା ଯୋଗୁଁ ମାଧବ ମଣ୍ଡିକୁ ଧାନ ଆଣିବାରେ ୫୦୦ ଶହ ଟଙ୍କା ଦେବାକୁ ପଡୁଛି । ତାମ୍ପଦା ଗ୍ରାମର ଚାଷୀମାନେ କିଛିଦିନ ତଳେ କଟକ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଚାଷିଙ୍କ ସମସ୍ୟା ଦୁର କରିବା ପାଇଁ ଏକ ଚିଠି ଦେଇଥିଲେ ମଣ୍ଡି ଖୋଲିବା ପାଇଁ । ହେଲେ ଏଯାଏ ମଣ୍ଡି ଖୋଲିନାହିଁ ।

from Kanak News
via <a href="https://ifttt.com/?

କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ : ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଗଲେ ୧୦ ଜଣିଆ ଟିମ

କନକ ବ୍ୟୁରୋ : କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ । ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ୧୦ ଜଣିଆ ଟିମ କୋଟିଆ ଅଭିମୁଖେ ଯାଇଛନ୍ତି । କୋଟିଆରେ ଆନ୍ଧ୍ର ନିର୍ବାଚନ ଷଡଯନ୍ତ୍ର କରୁଥିବା ବେଳେ ବିଜେପି ଟିମ ପହଚିଂ ସ୍ଥିତି ଅନୁଧ୍ୟାନ କରିବ ।

ପୂର୍ବରୁ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଆସୁଛି ବିଜେପି । ଦଳର ନେତା କହିଛନ୍ତି, ସେଠାରେ କେତୋଟି ଗାଁ ରହିଛି ସରକାରଙ୍କୁ ଜଣାନାହିଁ । ତେଣୁ ଆଗାମୀ ୧୩ ତାରିଖରେ ଆନ୍ଧ୍ର ନିର୍ବାଚନ ପୂର୍ବରୁ କୋଟିଆକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ହରଡଘଣାରେ ପକାଇବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ରାଜ୍ୟ ବିଜେପି । କୋଟିଆରେ ପହଚିିଂ ସ୍ଥିତି ଅନୁଧ୍ୟାନ କରିବା ପରେ ଆସନ୍ତାକାଲି ଦିନ ଗୋଟାଏରେ ସାମ୍ବାଦିକ ସମ୍ମିଳନୀ କରି ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କହିଛି ।

from Kanak News
via <a href="https://ifttt.com/?

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ଘଟଣା : କିରାଣୀ ଗିରଫ ପରେ ଅଧିକାରୀ ଛାନିଆ; କାହାଠାରୁ ସାହାସ ପାଇ ସଂସ୍ଥାରେ ଯୌନ କେଳେଙ୍କାରୀ ଚଲାଇଥିଲା ସୁରେଶ

କନକ ବ୍ୟୁରୋ : ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ପଦାକୁ ଆସିବା ପରେ ଏବେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଛି । ଅନୁଷ୍ଠାନର ପୂର୍ବତନ ସଂପାଦକ ସୁରେଶ ବେହେରା ଓ ଖୋର୍ଦ୍ଧା ଜିଲ୍ଲା ସାମାଜିକ ନିରାପତା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କୁ ମିଶାଇ ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି । ହେଲେ ସରକାରୀ ଅନୁଦାନକୁ ଆତ୍ମସାତ କରିବାରେ ସହଯୋଗ କରୁଥିବା କିରାଣି ବନ୍ଧା ହେବା ପରେ ଏବେ ଅଧିକାରମାନଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ଜଣେ କିରାଣୀ କିଭଳି ଏତେ ବଡ଼ କାଣ୍ଡ କରୁଥିଲେ ଓ ଉପରିସ୍ଥ ଅଧିକାରୀ କିଭଳି କିଛି ଜାଣି ପାରୁନଥିଲେ ।

ଯୁବତୀଙ୍କୁ ଯୋଗାଇ ଏମାନଙ୍କ ମୁହଁ ବନ୍ଦ କରାଯାଉଥିଲା କି । ଏହି ଅଫିସରମାନେ କିଏ, ଲୋକେ ଏସବୁ ପ୍ରଶ୍ନର ଉତର ଜାଣିବାକୁ ଚାହୁଁଛନ୍ତି । ପୁଲିସ ସୁଚନାନୁସାରେ, ଜେଲ ହାଜତରେ ଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା ଚାଲିଛି । ତଦନ୍ତରେ ଆହୁରି ଅନେକ କିଛି ବାକି ରହିଛି ଓ ବହୁ ରହସ୍ୟ ଉପରୁ ପର୍ଦ୍ଦା ହଟିନାହିଁ ବୋଲି ପୁଲିସ ନିଶ୍ଚିତ ହୋଇଛି । ଏଠାରେ କିରାଣୀ ମଉଜମଜଲିସ କରି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାଦ ହଡ଼ପ କରୁଥିଲେ । ଏହା ଅଧିକାରୀଙ୍କ ବିନା ଜ୍ଞାତସାରରେ ଚାଲୁଥିବ ବୋଲି ବିଶ୍ୱାସ କରିହେଉନାହିଁ । ଏହି କେଳେଙ୍କାରୀ ପଛରେ କିଛି ଅଧିକାରୀଙ୍କ ପଚ୍ଛନ୍ନ ହାତ ଥିବା ପୁଲିସ ସନ୍ଦେହ କରୁଛି ।

from Kanak News
via <a href="https://ifttt.com/?

ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଜିତିଲା ଇଂଲଣ୍ଡ । ୪ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ ଇଣ୍ଡିଆ

କନକ ବ୍ୟୁରୋ : ଚେନ୍ନାଇରେ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଏହି ମ୍ୟାଚରେ ଭାରତଠାରୁ ଇଂଲଣ୍ଡ ୨୨୭ ରନରେ ବିଜୟଲାଭ କରିଛି । ଫଳରେ ଦୀର୍ଘ ୪ ବର୍ଷ ପରେ ଭାରତ ଘରୋଇ ମାଟିରେ ଟେଷ୍ଟ ମ୍ୟାଚ ହାରିଛି । ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୭ରେ ଟେଷ୍ଟ ମ୍ୟାଚରେ ପରାଜିତ ହୋଇଥିଲା ।

ଏହି ମ୍ୟାଚରେ ଭାରତକୁ ୪୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ ଦଳ । ହେଲେ ଟିମ ଇଣ୍ଡିଆ ଏହାକୁ ପୂରଣ କରିବାରେ ଅସଫଳ ହୋଇଥିଲେ । ବିରାଟ କୋହଲି ଓ ରିଷବ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୯୨ ରନରେ ଅଲଆଉଟ ହୋଇ ଯାଇଥିଲା ।

ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡ ଦମଦାର ପାଳି ଖେଳିଥିଲା । ଜୋ ରୁଟଙ୍କ ଦମଦାର ଦ୍ୱିଶତକ ବଳରେ ଇଂଲଣ୍ଡ ୫୭୮ ରନର ବିଶାଳ ସ୍କୋର ଛିଡା କରିଥିଲା । ହେଲେ ଭାରତ ତାର ପ୍ରଥମ ଇଂନିସରେ ଭଲ ପ୍ରଦର୍ଶନ କରିପାରିନଥିଲା । ପନ୍ତଙ୍କ ୯୧, ୱାସିଂଟନ ସୁନ୍ଦରଙ୍କ ୮୫ ଓ ପୂଜାରାଙ୍କ ୭୩ ରନ ବଳରେ ଭାରତ ୩୩୭ ରନ କରିଥିଲା ।

ହେଲେ ଦ୍ୱିତୀୟ ଇଂନିସରେ ଇଂଲଣ୍ଡକୁ ଅଟକାଇବାରେ ସଫଳ ହୋଇଥିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଦମଦାର ବୋଲିଂରେ ୧୭୮ ରନରେ ପାଭିଲିୟନ ଫେରିଯାଇଥିଲା ଇଂଲଣ୍ଡ ଦଳ । ଏହି ମ୍ୟାଚରେ ଅଶ୍ୱିନୀ ୬ ୱିକେଟ ନେଇଥିଲେ ।

from Kanak News
via <a href="https://ifttt.com/?

ନକଲି ଘିଅ ପରେ ନଷ୍ଟ ହେଲା ନକଲି ମସଲା : ଜଗତପୁରରେ ବସ୍ତା ବସ୍ତା ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡାକୁ ପଡିଆରେ ଫୋପାଡିଲା ପୁଲିସ

କନକ ବ୍ୟୁରୋ : ଦିନକ ତଳେ ନକଲି ସୁବାଷ ଘିଅକୁ ପୋତିଥିଲା ପୁଲିସ । ଆଉ ଆଜି ନକଲି ମସଲାକୁ ନଷ୍ଟ କରାଯାଉଛି ।  କିଛି ମାସ ମଧ୍ୟରେ କଟକରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ମସଲା ଜବତ କରାଯାଇଥିଲା । ଏହି ନକଲି ମସଲାକୁ ବଜାରକୁ ଛାଡିବାକୁ ବସିଥିଲେ ଅପମିଶ୍ରଣକାରୀ । ଏବେ ପୁଲିସ ଏହି ସବୁ ମସଲାକୁ ଏକ ପଡିଆରେ ନେଇ ନଷ୍ଟ  କରିଛି ।

from Kanak News
via <a href="https://ifttt.com/?

ସୋସିଆଲ ମିଡିଆରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସର ରଣନୀତି : ଆରମ୍ଭ ହେଲା ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ କ୍ୟାମ୍ପେନ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସର ରଣନୀତି । ଆରମ୍ଭ ହେଲା ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ । ସାରା ଦେଶରେ ସୋସିଆଲ ମିଡିଆ ଯୋଦ୍ଧା ପ୍ରସ୍ତୁତ କରିବ କଂଗ୍ରେସ । ସୋସିଆଲ ମିଡିଆରେ ଲୋକଙ୍କ ମତାମତ ଓ ସୋସିଆଲ ମିଡିଆରେ ଲୋକପ୍ରିୟତା ଦେଖି ଏହି ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଶୁଭାରମ୍ଭ କଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ୨୧ଟି ସଂସଦୀୟ କ୍ଷେତ୍ରରେ ୨୧ ହଜାର ସ୍ୱେଚ୍ଚାସେବୀ ନିୟୋଜିତ ହେବେ । ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଚିଂବେ ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started