ରାଜ୍ୟସଭାରେ କୋଷ୍ଟାଲ ହାଇୱେ ନେଇ ଗଡକରୀଙ୍କ ବୟାନ ପ୍ରସଙ୍ଗ : ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା; କହିଲେ, କୋଷ୍ଟାଲ ହାଇୱେ ଓଡିଶାର ଭାଗ୍ୟ ଭବିଷ୍ୟତ

କନକ ବ୍ୟୁରୋ : କୋଷ୍ଟାଲ ହାଇୱେ ନେଇ ରାଜ୍ୟସଭାରେ ଅଣ ତାରକାଙ୍କ ପ୍ରଶ୍ନରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । କହିଛନ୍ତି, ସେ ପ୍ରଥମରୁ ଯେଉଁ ସନେଦହ କରିଥିଲେ ତାହା ସ୍ପଷ୍ଟ ହୋଇଛି । ୪୩୫ କିଲୋମିଟରର ଉପକୂଳ ହାଇୱେ ଗୋପାଳପୁରରୁ ଦୀଘା ଯିବା କଥା ସେଥିରୁ ୫୦ କିଲୋମିଟର ହ୍ରାସ ପାଇ ୩୮୨ କିଲୋମିଟର ହୋଇଛି ।

କୋଷ୍ଟାଲ ହାଇୱେ ଓଡିଶାର ଭାଗ୍ୟ ଭବିଷ୍ୟତ । ଏହାକୁ ରାଜନୀତିକରଣ କରାନଯାଉ । ସମସ୍ତେ ଏନେଇ ଆଲୋଚନା କରି ସମ୍ମିଳିନ ସ୍ୱର ଉଠାଇବା ଦରକାର । । କେନ୍ଦ୍ର ସରକାର ଏନେଇ ପୁର୍ନବିଚାର କରନ୍ତୁ । ମୁଖ୍ୟମନ୍ତ୍ରୀ ଆଲୋଚନା ପରେ ବି ଗଡକରୀଙ୍କ ଏଭଳି ନିଷ୍ପତି ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସଂଜୟ ଦାସବର୍ମା ।

from Kanak News
via <a href="https://ifttt.com/?

ରାଜ୍ୟସଭାରେ କାନ୍ଦିଲେ ନରେନ୍ଦ୍ର ମୋଦି : ଗୁଲାମ ନବୀଙ୍କ ସଂପର୍କରେ କହିବା ବେଳେ ବାସ୍ପରୁଦ୍ଧ ହୋଇଗଲା କଣ୍ଠ

କନକ ବ୍ୟୁରୋ : ରାଜ୍ୟସଭାରେ କାନ୍ଦିଲେ ମୋଦି । ଏମିତି ଦୃଶ୍ୟ ଦେଶବାସୀ କେବେ ଦେଖିନଥିଲେ । ଦେଶର ଉନ୍ନତି ପାଇଁ କଠୋରରୁ କଠୋର ନିଷ୍ପତି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖି ଏଭଳି ଛଳ ଛଳ ହୋଇଯିବ କେହି କେବେ କଳ୍ପନା କରିନଥିବେ । କଥା କହିପାରୁନଥିଲେ । ପଦିଏ କହି ଢୋକେ ପାଣିପିଉଥିଲେ । କଣ୍ଠ ବାସ୍ପରୁଦ୍ଧ ହୋଇପହୁଥିଲା ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଶର ପ୍ରଧାନମନ୍ତ୍ରୀଙ୍କ ଏହି ଭାବବିହ୍ୱଳତା ଥିଲା ବିରୋଧୀ ଦଳର ନେତାଙ୍କ ପ୍ରତି । ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ସଂପର୍କରେ କହିଲା ବେଳେ ଏଭଳି କାନ୍ଦି ପକାଇଥିଲେ ମୋଦି । ରାଜ୍ୟସଭା ସଦସ୍ୟ ଭାବରେ ଆଜି ଗୁଲାମନବୀ ଆଜାଦଙ୍କ ଶେଷ ଦିନ । ତେଣୁ ସମ୍ବୋଧନରେ ଗୁଲାମ ନବୀ ଆଜାଦଙ୍କ ବ୍ୟକ୍ତିତ୍ୱକୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୋଦି ।

from Kanak News
via <a href="https://ifttt.com/?

ଆସନ୍ତା ୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ।

କନକ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ୧୫ ତାରିଖ ଦିନ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ ।

କରୋନା ପରଠାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୭ ଟଙ୍କା ଟପିଥିବା ବେଳେ ମାଲକାନଗିରିରେ ଏହା ୯୦ ଟପିଲାଣି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି । ଯାହା ଉଭୟ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡିଛି । ଏଭଳି ସ୍ଥଳେ କଂଗ୍ରେସ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୧୫ରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇ ଦର ବୃଦ୍ଧିକୁ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏପରିକି ରାଜ୍ୟର ସ୍ୱାର୍ଥ ଓ ଜନସଚେତନତା ଦୃଷ୍ଟିରୁ ଏହି ବନ୍ଦରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ନିରଞ୍ଜନ ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ତପୋବନ ଟନେଲରୁ କେମିତି ଉଦ୍ଧାର ହେଲେ ଶ୍ରମିକ ? ଭୟାନକ ହିମସ୍ଖଳନର ୩୬ ଘଂଟା ପରେ ଆସିଲା ସାଘାଂତିକ ଚିତ୍ର

କନକ ବ୍ୟୁରୋ : ଉତ୍ତରାଖଣ୍ଡ ତପୋବନ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ସମୟର ଚିତ୍ର ସାମ୍ନାକୁ ଆସିଛି । ଦୀର୍ଘ ପ୍ରାୟ ୩୬ ଘଂଟା ଫସି ରହିବା ପରେ ଶ୍ରମିକ ଉଦ୍ଧାର ପାଇଛନ୍ତି । ରବିବାର ହିମ ସ୍ଖଳନ ପରେ ଏହି ଟନେଲ ସଂପୂର୍ଣ୍ଣ ରୁଦ୍ଧ ହୋଇଯାଇଥିଲା । ଟନେଲକୁ ଅବରୋଧ କରିଥିବା ମାଟି କାଦୁଅକୁ ହଟାଛନ୍ତି ଉଦ୍ଧାରରେ ନିୟୋଜିତ ଯବାନ । ଏହାପରେ ଶ୍ରମିକଙ୍କ ପାଖରେ ପହଂଚିବାକୁ ସମର୍ଥ ହୋଇଛନ୍ତି ।

ତେବେ ସଂକୀର୍ଣ୍ଣ ଟନେଲରେ ଅତି ସତର୍କତାର ସହିତ ଉପରେ ଥିବା ରେଲିଂକୁ ଧରି ଧିରେଧିରେ ବାହାରକୁ ବାହାରିଛନ୍ତି ଶ୍ରମିକ । ଟନେଲ ଭିତରେ ଆଲୋକ ନଥିବାବେଳେ ଟର୍ଚ୍ଚ ଲାଇଟ ପକାଇ ବାଟ ଦେଖାଇଥିଲେ ଉଦ୍ଧାରକାରୀ ଦଳ । ଆଉ ଶେଷରେ ଟନେଲର ଏକ ସଂକୀର୍ଣ୍ଣ ରାସ୍ତା ଦେଇ ପଦାକୁ ବାହାରିବା ପାଇଁ ସମର୍ଥ ହୋଇଛନ୍ତି ଫସିରହିଥିବା ଶ୍ରମିକ । ଏହି ଚିତ୍ର ସାମ୍ନାକୁ ଆସିବା ପରେ ମୃତ୍ୟୁର ଏହି ଟନେଲ ଭିତରେ କେମିତି ଥିଲା ଶ୍ରମିକଙ୍କ ଅବସ୍ଥା ତାହା ଧିରେଧିରେ ଜଣାପଡୁଛି ।

ସେପଟେ ଉତରାଖଣ୍ଡ ଚମୋଲି ଜିଲ୍ଲାରୁ ଆଉ ୨ଟି ମୃତଦେହ ଉଦ୍ଧାର ହୋଇଛି । ରେଣୀ ଗାଁ ନିକଟରୁ ମିଳିଛି ଏହି ମୃତଦେହ । ଫଳରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮ରେ ପହଂଚିଛି । ଅନ୍ୟ ନିଖୋଜ ଶ୍ରମିକମାନଙ୍କ ଅନୁସନ୍ଧାନ ଜାରି ରହିଛି । ପ୍ରଥମ ଟନେଲର ୧୨୦ ମିଟର ଭିତରେ ପହଂଚି ସାରିଛନ୍ତି ଉଦ୍ଧାରକାରୀ ଦଳ । ଆଇଟିବିପି, ସେନା, ଏନଡିଆରଏଫ ଓ ଏସଡିଆରଏଫର ମିଳିତ ଟିମ୍ ତପୋବନ ଟନେଲରେ ପହଂଚିବାକୁ ସମର୍ଥ ହୋଇଛି ।

ହେଲେ ଦ୍ୱିତୀୟ ଟନେଲରୁ, ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଂଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ରବିବାର ଭୟାନକ ହିମସ୍ଖଳନକୁ ୩୬ ଘଂଟାରୁ ବି ଅଧିକ ସମୟ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।

from Kanak News
via <a href="https://ifttt.com/?

ଓଡ଼ିଶା ପାଇଁ ସୁନାମ ଆଣିଲେ ଷଷ୍ଠ ଶ୍ରେଣୀ ଛାତ୍ର : ତିଆରି କଲେ ଲଣ୍ଡ୍ରି ଆପ୍; ଲଣ୍ଡ୍ରିକୁ ଦିଆଯାଇଥିବା ଲୁଗା ସଂପର୍କରେ ଏହି ଆପ୍ ଜରିଆରେ କରିହେବ ଟ୍ରାକ୍

କନକ ବ୍ୟୁରୋ : ସମ୍ବଲପୁରର ବୈଦିକ ଇଣ୍ଟରନେସ୍‌ନାଲ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଅର୍ପିତା ନନ୍ଦ ଡ୍ରିମ୍‌ସ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବେଳେ ଏବେ ପୁଣି ଷଷ୍ଠ ଶ୍ରେଣୀର ଛାତ୍ର ଶ୍ଲୋକ ଅଗ୍ରୱାଲ ଲଣ୍ଡ୍ରି ଆପ୍ ତିଆରି କରି ନିଜ କମାଲ୍ ଦେଇଛନ୍ତି । ସେ କେବଳ ନିଜ ସ୍କୁଲର ଗୌରବ ବଢ଼ାଇଛନ୍ତି ତାହା ନୁହେଁ, ସମ୍ବଲପୁର ତଥା ଓଡ଼ିଶା ପାଇଁ ମଧ୍ୟ ସେ ସୁନାମ ଆଣିଛନ୍ତି । ଅନ୍‌ଲାଇନ୍ ଜିନିଷ କ୍ରୟରେ ଆପ୍ ମାଧ୍ୟମରେ ନିଜ ଜିନିଷ ଟ୍ରାକ୍ କରିବା ଭଳି ଏଣିକି ଏହି ଆପ୍ ଜରିଆରେ ଲଣ୍ଡ୍ରିକୁ ଦିଆଯାଇଥିବା ଲୁଗା ସଂପର୍କରେ ମଧ୍ୟ ଟ୍ରାକ୍ କରିହେବ । ଏହି ଆପ୍‌ରେ ଲୁଗା‌ ଦେବା, ଲୁଗା ଗ୍ରହଣ କରିବା, କେଉଁ ଲୁଗା ସଫେଇ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଆଦି ସଂପର୍କରେ ସହଜରେ ଜାଣିହେବ । ଏହାର ପରିଚାଳନା ବି ଖୁବ୍ ସହଜ ବୋଲି ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି ।

ଲକ୍‌ଡାଉନ୍ ସମୟରେ ସ୍କୁଲ ବନ୍ଦ ଥିବା ବେଳେ ଅନ୍‌ଲାଇନ୍ ମାଧ୍ୟମରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶ୍ଲୋକ ଏହି ଆପ୍ ତିଆରି କରିଛନ୍ତି । ଏହି ଆପ୍ ତିଆରି ପାଇଁ ତାଙ୍କୁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ସମ୍ବଲପୁର ଗୋଲଜବାର ନୟାପଡ଼ା ନିବାସୀ ବ୍ୟବସାୟୀ ବିମଳ ଅଗ୍ରୱାଲ ଓ ଜିନିଆ ଅଗ୍ରୱାଲଙ୍କ ସୁପୁତ୍ର ଶ୍ଲୋକଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ ଓ ସ୍କୁଲର ଅଧ୍ୟକ୍ଷ ପାର୍ଥୋ ମୁଖାର୍ଜୀ ମଧ୍ୟ ଏଥିପାଇଁ ଶ୍ଲୋକଙ୍କୁ ଶୁଭେଚ୍ଛା ଦେବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ଆପ୍‌କୁ ସ୍ବୀକୃତି ମିଳିଥିବା ବେଳେ ଏହା ଗୁଗୁଲ୍‌ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍‌ଧ ଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୮ ଜଣଙ୍କ ମୃତ୍ୟୁ, ୯୧୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ।

କନକ ବ୍ୟୁରୋ : ପୁଣି ଦେଶରେ କାୟା ମେଲାଇଲାଣି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୯୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୮ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ୧ କୋଟି ୮ ଲକ୍ଷ ୪୭ ହଜାର ୩୦୪ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୧୫୮ରେ ପହଞ୍ଚିଛି । ଏହାସହ ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି ।

https://platform.twitter.com/widgets.js

ଏସବୁ ଭିତରେ ଦେଶରୁ କରୋନାରୁ ସୁସ୍ଥ ହୋଇ ସାରିଲେଣି ୧ କୋଟି ୫ଲକ୍ଷ ୪୮ ହଜାର ୫୨୧ ଜଣ । ଏହାବାଦ୍ ଏବେ ମୋଟ ୧ ଲକ୍ଷ ୪୩ ହଜାର ୬୨୫ ଜଣ ସକ୍ରିୟ ଅଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪ ହଜାର ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ପଟେ କରୋନା ଟିକା ଆସିବା ପରେ ମହାମାରୀକୁ ନେଇ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବେ ଚିନ୍ତା ବଢାଇଛି । ସବୁଠୁ ବଡ କଥା ଦେଶରେ ଏବେ ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଥିବା ବେଳେ ମୋଟ ୬୨ ଲକ୍ଷ ୬୯ ହଜାର ୮ ଜଣ ଟିକା ନେଇ ସାରିଲେଣି ।

from Kanak News
via <a href="https://ifttt.com/?

ପୋଲିସ ହାଜତରେ ଗଞ୍ଜା : ମୁକୁଳାଇବା ପାଇଁ କେହି ଆସୁନାହାନ୍ତି; କୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥାନୀୟ ପୁଲିସର ଅପେକ୍ଷା

କନକ ବ୍ୟୁରୋ : ବେଳେବେଳେ ମାନବିକତା ହରାଇଥିବା ମଣିଷର ଶିକାର ହୁଅନ୍ତି ନିରୀହ ଜୀବଜନ୍ତୁ । ‌ଲୋଭଗ୍ରସ୍ତ ମଣିଷ‌ ପାଇଁ ବଳିପଡେ ସେମାନଙ୍କ ଜୀବନ । ହେ‌ଲେ ମଣିଷ ଚଞ୍ଚକତାର ଶୀକାର ହୋଇ ଜୀବଜନ୍ତୁ ଥାନା ହାଜତରେ ଦିନ କାଟିବା କଥା ଟିକେ ନିଆରା । ୨ଟି ଗଞ୍ଜା କୁକୁଡା ୨୫ଦିନ ହେଲା ପୋଲିସ ହେପାଜତରେ ରହିଛନ୍ତି । କେହି ଦାବିଦାର ମୁକୁଲାଇବା ପାଇଁ ଆସୁ ନଥିବାରୁ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି ସ୍ଥାନୀୟ ପୁଲିସ । ଏହି ଖବର ଯେତିକି କୌତୁହଳ ସୃଷ୍ଟି କରିଛି ସେତିକି ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏପରି ଅଜବ ଘଟଣା ।

ତେଲେଙ୍ଗାନା ରାଜ୍ୟ ଖମାମ ଜିଲ୍ଲା ଅନ୍ତର୍ଗତ ବାନାପୁର ଗାଁରେ ମକର ସଂକ୍ରାନ୍ତି ତଥା ପୋଙ୍ଗଲ ଉପଲକ୍ଷେ ଗଞ୍ଜା ଲଢ଼େଇର ଆୟୋଜନ କରାଯାଇଥିଲା । ଟଙ୍କା ବାଜି ଲଗାଇ ଏହି ଲଢ଼େଇ ହେଉଥିବାରୁ ମୁଦିଗୋଣ୍ଡା ଥାନା ପୁଲିସ ଜାନୁଆରି ମାସ ୧୦ତାରିଖ ଦିନ ଚଢ଼ାଉ କରିଥିଲା । ବହୁ ସଂଖ୍ୟାରେ ଜୁଆଡ଼ିଙ୍କୁ ପୁଲିସ ଗିରଫ କରିବା ସହ ଲଢ଼େଇ କରୁଥିବା ଦୁଇ ଗଞ୍ଜାଙ୍କୁ ଉଦ୍ଧାର କରିଥିଲା । ପୁଲିସ ମାମଲା ରୁଜୁ କରି ଜୁଆଡ଼ିଙ୍କୁ କୋର୍ଟଚାଲାଣ କରିଥିଲା । ଉଦ୍ଧାର ଦୁଇ ଗଞ୍ଜାଙ୍କୁ ନିଜ ହେପାଜତରେ ରଖିଥିଲା । ବାହାରେ ଛାଡ଼ିଲେ କେଉଁ ଆଡ଼େ ଚାଲିଯିବାର ଆଶଙ୍କା ରହିଥିବାରୁ ସେମାନଙ୍କୁ ହାଜ‌ତରେ ରଖିଥିଲା ପୁଲିସ ।

ଅନ୍ୟପକ୍ଷେ କୋର୍ଟ‌ରେ ଜାମିନ ମିଳିଯିବାରୁ ସମସ୍ତ ଜୁଆଡ଼ି ମୁକୁଳି ଯାଇଥିଲେ । ହେଲେ ଗଞ୍ଜାମାନଙ୍କୁ ମୁକୁଳାଇବାକୁ ଭୁଲିଗଲେ। ତେଣୁ ଥାନା ହାଜତରେ କଏଦୀଙ୍କ ଭଳି ରହିଛନ୍ତି ଦୁଇ ଗଞ୍ଜା। ପୁଲିସ ବି ମାମଲା ରୁଜୁ କରି ସାରିଥିବାରୁ ଏବେ ସେମାନଙ୍କୁ ଛାଡ଼ିପାରୁ ନଥିବା ଜଣାପଡ଼ିଛି। ବିଡ଼ମ୍ବନାର ବିଷୟ ନିରୀହ ପକ୍ଷୀଙ୍କ ମଧ୍ୟରେ ଲଢ଼େଇ କରି ଟଙ୍କା ରୋଜଗାର କରୁଥିବା ଆୟୋଜକ ଏମାନଙ୍କୁ ଆଲୋଡ଼ା ଭାବେ ଛାଡ଼ି ଯାଇଛନ୍ତି। ଏପରିସ୍ଥିତିରେ ପୁଲିସ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି। କୋର୍ଟ ନିର୍ଦ୍ଦେଶ ଦେଲେ ଉଭୟ ଗଞ୍ଜାଙ୍କୁ ନିଲାମ କରାଯିବ। ଅଧିକ ଟଙ୍କା ଯିଏ ଦେବ ତାଙ୍କୁ ଗଞ୍ଜା ଦିଆଯିବ ଏବଂ ଆଦାୟ ଟଙ୍କା ସରକାରଙ୍କ ତହବିଲକୁ ଯିବ ବୋଲି ପୁଲିସ କହିଛି।

from Kanak News
via <a href="https://ifttt.com/?

ରାସ୍ତାରେ ବୁଲୁଛି ହାତୀ : ଜୀବନକୁ ବିପଦରେ ପକାଇ ଅତି ପାଖରୁ ଫଟୋ ଉଠାଉଛନ୍ତି ଲୋକ

କନକ ବ୍ୟୁରୋ : ରାସ୍ତା ବୁଲୁଛି ହାତୀ । ଆଉ ଅତି ନିକଟରୁ ହାତୀର ଫଟୋ ନେଉଛନ୍ତି ଲୋକେ । ନା ଭୟ ନା ଡ଼ର ଏପରି ଅବସ୍ଥାରେ ହାତୀର ଅତି ନିକଟକୁ ଯାଇ ଫଟୋ ଉଠାଉଛନ୍ତି ଅମାନିଆ ଲୋକେ । ଗତ କିଛି ଦିନ ତଳେ ହାତୀ ଛୁଆ ଦେଖିବାକୁ ଯାଇଥିବାବେଳେ ୨ ଜଣଙ୍କ ଜୀବନ ଚାଳିଯାଇଥିଲା ଦନ୍ତା ଦଳିଦେବାରୁ । ହେଲେ ସେବେଠାରୁ ସେହି ପଳ୍ଲର ଗୋଟିଏ ଦନ୍ତା ହାତୀ ଏକାକି ଘୁରି ବୁଲୁଛି । ନିଦ୍ଧିଷ୍ଟ ଭାବେ ପ୍ରତ୍ୟୋକ ଦିନ ସନ୍ଧ୍ୟା ସମୟରେ ନିଧିଆପଲ୍ଲୀ ଓ ଖାରୀଗଡ଼ା ଗାଁ ନିକଟ ଦେଇ ଯିବା ଆସିବା କରୁଛି ।

ବିଜୟୱାଡ଼ା ରାଚିଂ କରିଡ଼’ର ଦେଇ ସବୁ ଦିନ ହାତୀ ଯିବା ଓ ଆସିବାକୁ ଦେଖିବା ପାଇଁ ପ୍ରତ୍ୟୋକ ଦିନ ୪ଟା ହୋଇଗଲେ ଲୋକଙ୍କ ଭିଡ଼ ଜମୁଛି । ବନ ବିଭାଗ କେବେ କେବେ ଘଉଡ଼ାଇବାକୁ ପହଁଚୁଛି ତ କେବେ ନାହିଁ । ଏଭଳି ସ୍ଥିତିରେ ହାତୀ ସହ ମାତି ଫଟୋ ଉଠାଇବା ନିସା ଲୋକଙ୍କୁ କାଳ ପାଲଟିବା ଭୟରେ ଅଚଂଳବାସୀ । କିଏ ମୋବାଇଲରେ ଫଟୋ ଓ ଭିଡ଼ିଓ ଉଠାଉଛି ତ, ଆଉ କିଏ ହାତୀର ଅତି ନିକଟକୁ ଯିବା ଲାଗି ଚେଷ୍ଟା କରୁଛି । ଏହାସହ ହାତୀକୁ ଦେଖି ପାଟିତୁଣ୍ଡ କରୁଛନ୍ତି । କିନ୍ତୁ ଦନ୍ତାଟି କାହାର କିଛି କ୍ଷତି କରୁନି । ପ୍ରତିଦିନ ଏଭଳି ଭାବେ ଏଠାରେ ଶତାଧିକ ଲୋକଙ୍କ ଭିଡ଼ ଜମୁଛି ।

ରାସ୍ତାର ଦୁଇ ପାର୍ଶ୍ବରେ ଗାଡ଼ି ଅଟକି ରହିଥିବା ବେଳେ ଲୋଙ୍କ ଫଟୋ ଉଠା ନିସା ହାତି ଗୋଡ଼ାଇ ଆସିଲେ କୁଆଡ଼େ ଯିବେ ? ମରିବାଟା ସାର ହେବ । ତେଣୁ ବନବିଭାଗ ଦନ୍ତାର ସୁରକ୍ଷା ଓ ଲୋକଙ୍କ ସୁରକ୍ଷାକୁ ଆଖିଆଗରେ ରଖି କାମ କରିବାର ବେଳ ଆସିଥିବା କୁହାଯାଉଛି ।

from Kanak News
via <a href="https://ifttt.com/?

ଏଣିକି ଭକ୍ତଙ୍କୁ ମିଳିବ ଆଶ୍ୱସ୍ତି : ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ହଟିଲା ଅସ୍ଥାୟୀ ବ୍ୟାରିକେଡ

କନକ ବ୍ୟୁରୋ : ହଟିଲା ଅସ୍ଥାୟୀ ବ୍ୟାରିକେଡ଼ । ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅସ୍ଥାୟୀର ବ୍ୟାରିକେଡ଼କୁ ହଟାଇଲା ପ୍ରଶାସନ । ଏବେ ଭକ୍ତମାନେ ପରମାନେଟ ବ୍ୟାରିକେଡ଼ରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୂର୍ବଭଳି ଚପଲ ଷ୍ଟାଣ୍ଡରେ ନିଜର ଚପଲ ଏବଂ ଜୋତା ରଖିବା ପରେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ ।

ପୂର୍ବରୁ ମାର୍କେଟ ଛକ ଠାରୁ ଥିବା ବ୍ୟାରିକେଡ଼କୁ ପ୍ରଥମେ ହଟାଇ ଦିଆଯାଇଥିଲା । ଏବେ ଯେହେତୁ ସାଧାରଣ ଦର୍ଶନ ବ୍ୟବସ୍ଥା ହେଲାଣି ତେଣୁ ଲୋକଙ୍କ ସୁବିଧା ପାଇଁ ବ୍ୟାରିକେଡ଼ ହଟାଇ ଦିଆଯାଇଛି । ଆଗକୁ ସରସ୍ୱତୀ ପୂଜା । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ରଥକାଠ ଆସିଥାଏ । ତେଣୁ ଏହି ବ୍ୟାରିକେଡ଼କୁ ହଟାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ।

from Kanak News
via <a href="https://ifttt.com/?

କଏଦୀ ବିକିଲେ ଜଳଖିଆ : ସମ୍ବଲପୁର ମଣ୍ଡଳ କାରାଗାର ପରିସରରେ ଜଳଖିଆ ବିକୁଛନ୍ତି କଏଦୀ; ସ୍ୱାବଲମ୍ବୀଭାବେ ବଂଚିବାର ପ୍ରୟାସକୁ ସାଧାରଣରେ ପ୍ରଶଂସା

କନକ ବ୍ୟୁରୋ : ଓଡ଼ିଆରେ ଏକ ପ୍ରସିଦ୍ଧ ଗୀତ ଥିଲା ‘ଆସ କିଏ ଖାଇବ ଆମ ରାଜା ବାବୁ ଘର ଖାନା’ । ହେଲେ ଏଠି ଆମେ କହୁଛୁ ଆସ କିଏ ଖାଇବ କଏଦୀଙ୍କ ଖାନା । କଏଦୀ କରିଛନ୍ତି ଟିଫିନ୍ ଦୋକାନ । ସ୍ୱାବଲମ୍ବୀଭାବେ ବଂଚିବାକୁ ପାଦେ ଆଗକୁ ବଢ଼ିଛନ୍ତି ସମ୍ବଲପୁର ମଣ୍ଡଳ କାରାଗାରର କଏଦୀ । ଜେଲ ପରିସରରେ କଏଦୀ କରିଛନ୍ତି ଜଳଖିଆ ଦୋକାନ ।

ନିଜ ହାତରେ ଜଳଖିଆ ତିଆରୀ କରିବା ସହ ଗ୍ରାହକଙ୍କୁ ବିକୁଛନ୍ତି । କଏଦୀଙ୍କ ଏଭଳି କାର୍ଯ୍ୟ ସାଧାରଣରେ ପ୍ରଶଂସା ଯୋଗ୍ୟ । ଅପରାଧ କରି କି କୌଣସି କାରଣ ବସତଃ ସିନା ଜେଲକୁ ଆସିଛନ୍ତି । ହେଲେ ଏବେବି ସମାଜରେ ଆତ୍ମ ସମ୍ମାନ ସହ ବଂଚିବାକୁ ତାଙ୍କର ଇଛା । ସେଥିପାଇଁ ତ ଜେଲ କଏଦୀ ହୋଇ ରହି ମଧ୍ୟ ଦେଇଛନ୍ତି ଜଳଖିଆ ଦୋକାନ । କଏଦୀଙ୍କ ଏଭଳି କାର୍ଯ୍ୟ ସାଧାରଣ ଲୋକଙ୍କୁ ବେଶି ଆକର୍ଷିତ କରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started