କୋଇଲା ରୟାଲଟି ବୃଦ୍ଧି ନେଇ ଓଡ଼ିଶାର ଦାବିକୁ ରୋକଠୋକ ମନାକଲା କେନ୍ଦ୍ର : ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

କନକ ବ୍ୟୁରୋ : କୋଇଲା ରୟାଲଟି ବୃଦ୍ଧି ନେଇ ଓଡିଶାର ପ୍ରସ୍ତାବକୁ ରୋକଠୋକ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ଏ ସଂପର୍କିତ ସମସ୍ତ ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଗତକାଲି ରାଜ୍ୟସଭାରେ କୋଇଲା ରୟାଲଟି ବୃଦ୍ଧି ନେଇ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ।

ବିପୁଳ ପରିମାଣର କୋଇଲା ଯୋଗାଇ ଦେଉଥିବା ଓଡିଶା ଭଳି ରାଜ୍ୟ ପାଇଁ ରୟାଲଟି ବୃଦ୍ଧି କରାଯିବାର କୌଣସି ଯୋଜନା ରହିଛି କି ବୋଲି ପ୍ରଶ୍ନ କରିଥିବାବେଳେ ଏହାର ଉତର ରଖିଛନ୍ତି କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ମନ୍ତ୍ରୀଙ୍କ ଉତର ଏଭଳି ସଂକେତ ଦେଇଛି ଯାହା ଓଡିଶା ସମେତ କୋଇଲା ଯୋଗାଇ ଦେଉଥିବା ରାଜ୍ୟଗୁଡିକ ପାଇଁ ଉଦ୍ଦିଷ୍ଟ ।

from Kanak News
via <a href="https://ifttt.com/?

ଅନଲାଇନ ଠକେଇର ଶିକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ପୁରୁଣା ସୋଫା ବିକ୍ରି କରିବାକୁ ଦେଇଥିଲେ ବିଜ୍ଞାପନ, ଗ୍ରାହକ ସାଜି ୩୪ ହଜାର ଚଳୁ କରିଦେଲେ ସାଇବର ଠକ ।

କନକ ବ୍ୟୁରୋ : ଅନଲାଇନରେ କିଣାବିକା କରୁଥିଲେ ସାବଧାନ । ଗ୍ରାହକ ସାଜି ଆସିବେ, ଆଉ ଆକାଉଣ୍ଟ ଖାଲି କରିଦେବେ ସାଇବର ଠକ । ଆଉ ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି  ମୁଖ୍ୟମନ୍ତ୍ରୀଙ୍କ ଝିଅ । ଅନଲାଇନରେ ସୋଫା ବିକ୍ରି କରିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ । ଅନଲାଇନ ଠକେଇ ମାଧ୍ୟମରେ ୩୪୦୦୦ ଟଙ୍କା କେଜ୍ରିୱାଲଙ୍କ ଝିଅ ଠାରୁ ଠକି ନେଇଛନ୍ତି ସାଇବର ଠକ । 

ମିଳିଥିବା ସୂଚନା ମୁତାବକ, ଅନଲାଇନରେ କିଣାବିକାର ମାଧ୍ୟମ ପାଲଟିଥିବା ଓଏଲଏକ୍ସରେ ନିଜର ପୁରୁଣା ସୋଫା ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ କେଜ୍ରିୱାଲଙ୍କ ଝିଅ ହର୍ଷିତା । ଆଉ ବିଜ୍ଞାପନ ଦେଖିବା ପରେ ଗ୍ରାହକ ସାଜି ଉଭା ହୋଇଥିଲେ ସାଇବର ଠକ । ପୁରୁଣା ସୋଫା କିଣିବାକୁ କହି ହର୍ଷିତାଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରିଲା ସାଇବର ଠକ । ଆଉ ଏଥିପାଇଁ ପ୍ରଥମେ ହର୍ଷିତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ମଧ୍ୟ ପଠାଇଲା । ତେବେ ପୂରା ଟଙ୍କା ଦେବା ପୂର୍ବରୁ ଗୋଟିଏ କ୍ୟୁଆର କୋଡ ପଠାଇ ଏହାକୁ ସ୍କାନ କରିବାକୁ ହର୍ଷିତାଙ୍କୁ କହିଥିଲା ସାଇବର ଠକ । ପ୍ରଥମରୁ ଆକାଉଣ୍ଟକୁ କିଛି ଟଙ୍କା ଆସିଥିବାରୁ ହର୍ଷିତାଙ୍କର ମଧ୍ୟ ସାଇବର ଠକଙ୍କ ଉପରେ ଟିକିଏ ବି ସନ୍ଦେହ ହୋଇନଥିଲା । ବରଂ ପୂରା ଟଙ୍କା ପାଇବାକୁ ସାଇବର ଠକଙ୍କ କହିବା ଅନୁଯାୟୀ କୋଡ ସ୍କାନ କରିଥିଲେ ହର୍ଷିତା । କିନ୍ତୁ ଏହି ଗୋଟିଏ ଭୁଲ ଯେ ତାଙ୍କ ଆକାଉଣ୍ଟ ଖାଲି କରିଦେବ ତାହା କେବେ କଳ୍ପନା ମଧ୍ୟ କରିନଥିଲେ ହର୍ଷିତା ।

ସାଇବର ଠକ ପଠାଇଥିବା କୋଡ ସ୍କାନ କରୁକରୁ ଖାଲି ହୋଇଯାଇଥିଲା ଆକାଉଣ୍ଟ । ଦୁଇଟି ପର୍ଯ୍ୟାୟରେ ପ୍ରାୟ ୩୪ ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ । ପ୍ରଥମେ ୨୦ ହଜାର ଓ ପରେ ୧୪ ହଜାର ଟଙ୍କା, ଏପରି ଭାବେ ମୋଟ ୩୪ ହଜାର ଟଙ୍କା ବାସ୍ କିଛି କ୍ଷଣ ମଧ୍ୟରେ ହର୍ଷିତାଙ୍କ ଆକାଉଣ୍ଟରୁ ଉଡାଇନେଇଥିଲେ ସାଇବର ଠକ । ଠକେଇର ଶିକାର ହେବା ପରେ ଏ ବାବଦରେ ସିଭିଲ ଲାଇନ୍ସ ଥାନାରେ ମାମଲା ରୁଜୁ କରାଯାଇଛି ।  ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ । ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ଅନଲାଇନରେ କାରବାର କରୁଥିଲେ ସାବଧାନ, ପ୍ରତିପକ୍ଷ ଟଙ୍କା ଯାଇପାରୁନି ବୋଲି କୌଣସି ବିକଳ୍ପ ଦେଲେ ତାହାକୁ ଗ୍ରହଣ କରନ୍ତୁ ନାହିଁ । 

from Kanak News
via <a href="https://ifttt.com/?

ସକାଳୁ ଏକୁଟିଆ ମର୍ଣ୍ଣିଂୱାକ କରୁଥିଲେ ସାବଧାନ : ରାଜଧାନୀରେ ମାତିଛନ୍ତି ଲୁଟେରା; ଲୁଟି ନେଉଛନ୍ତି ଅଳଙ୍କାର

କନକ ବ୍ୟୁରୋ : ସକାଳୁ ଏକୁଟିଆ ମର୍ଣ୍ଣିଂୱାକ କରୁଥିଲେ ହୋଇଯାଆନ୍ତୁ ସାବଧାନ । ରାଜଧାନୀରେ ମାତିଛନ୍ତି ଲୁଟେରା । ଆଜି ସକାଳୁ ଜଣେ ମହିଳା ଏହିଭଳି ଲୁଟର ଶିକାର ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ସାମା ଆପାର୍ଟମେଂଟ ଗଳିରେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ୩ ଲୁଟେରା ।

ଭୁବନେଶ୍ୱର ଶାନ୍ତିନଗରରେ ରହୁଥିବା ମନୋରମା ସାହୁ ନାମକ ଏହି ମହିଳା ସାକଳ ପ୍ରାୟ ୭ଟା ବେଳେ ମର୍ଣ୍ଣିଂ ସାରି ଫେରୁଥିଲେ । ଏତିକିବେଳେ ସାମା ଆପାର୍ଟମେଂଟ ଗଳିରେ ଜଗିରହିଥିବା ୩ ଲୁଟେରାଙ୍କ ଭିତରୁ ଜଣେ ତାଙ୍କ ବେକରେ ଏକ କଟୁରୀ ଲଗାଇ ଚେନା ଦେବାକୁ କହିଥିଲା । ପରେ ସୁନା ଚେନଟିକୁ ଝାମ୍ପି ତାଙ୍କୁ ତଳେ ପକାଇ ଦେବାସହ ଚମ୍ପଟ ମାରିଥିଲା । ମନୋରମା ପାଟିକରି ଅନ୍ୟ ମାନଙ୍କୁ ଡାକିଲାବେଳକୁ ସେଠାରୁ ଚାଲିଯାଇଥିଲେ ୩ ଲୁଟେରା ।

from Kanak News
via <a href="https://ifttt.com/?

ଲାଲକିଲ୍ଲା ହିଂସାରେ ସାମିଲ ଥିବା ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ : ଦୀପ ସିଦ୍ଧୁଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍

କନକ ବ୍ୟୁରୋ : ଲାଲକିଲ୍ଲା ହିଂସାରେ ସାମିଲ ଥିବା ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ଦୀପ ସିଦ୍ଧୁଙ୍କୁଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଛି । ଜାନୁଆରୀ ୨୬ ହିଂସା ପରଠାରୁ ସେ ଫେରାର ଥିଲେ । ଜାନୁଆରୀ ୨୬ ହିଂସା ପରଠାରୁ ଫେରାର ଥିଲେ । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଲଭ ସିଦ୍ଧୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।

ପୂର୍ବରୁ ତାଙ୍କ ଗିରଫଦାରି ଲାଗି ଦିଲ୍ଲୀ ପୁଲିସ ନଗଦ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଏହି ସମୟରେ ସଂଗଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା କଥା କୁହାଯାଉଥିବା ଅନ୍ୟ ୪ଜଣଙ୍କ ଗିରଫଦାରି ଲାଗି ମଧ୍ୟ ଆହୁରି ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ଘୋଷଣା କରାଯାଇଥିଲା । ସେମାନେ ହେଲେ ଜଜବିର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକ୍‌ବାଲ୍‌ ସିଂହ।

ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ, ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିଲେ । ଆଉ ଏହାପରେ ହିଂସା ବ୍ୟାପିଥିଲା । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିଲେ । ଏହା ପରେ ଲାଲକିଲ୍ଲା ଉପରେ ଶିଖ ସଂପ୍ରଦାୟର ପତାକା ଉଡାଇବାକୁ ଉସୁକାଇଥିଲେ ।

from Kanak News
via <a href="https://ifttt.com/?

ଚୋର ଧରିବାକୁ ଯାଇ ନାକେଦମ୍ ହେଲା ପୋଲିସ : ପିଲା ଚୋର ସନ୍ଦେହରେ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ

କନକ ବ୍ୟୁରୋ : ଚୋର ଧରିବାକୁ ପୁଲିସ ନାକେଦମ୍‌ ହୋଇଛି । ସାଦା ପୋଷାକରେ ଯାଇଥିବା ବଅଁରପାଳ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହୋଇଛି ନିସ୍ତୁକ ମାଡ଼ । ପିଲା ଚୋର ସନ୍ଦେହରେ ଆମନା ଓ ସଂଜପଡା ଗ୍ରାମବାସୀ ସୋମବାର ସନ୍ଧ୍ୟାରେ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଲୋକଙ୍କ ପଥର ଓ କାଚ ବୋତଲ ମାଡରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏପଟେ ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଥିଲେ ମଧ୍ୟ ଗିରଫଦାରି ଭୟରେ ଉଭୟ ଗାଁ ପୁରୁଷଶୂନ୍ୟ ହୋଇଯାଇଛି ।

ପାରାଦୀପ ଆଇଓସିଏଲ୍‌ରୁ ପାଇପ ଯୋଗେ ସମ୍ବଲପୁରକୁ ତେଲ ଯୋଗାଣ କରାଯାଉଛି । ଗତ ୪ ତାରିଖରେ ବଉଳିଗଡ଼ ଜଙ୍ଗଲ ନିକଟରେ ଯାଇଥିବା ପାଇପ୍‌ ଲାଇନରୁ ୫ ଟ୍ୟାଙ୍କର ତେଲ ଚୋରି ହୋଇଥିବା ବିଭାଗ ପକ୍ଷରୁ ସୂଚନା ପାଇବା ପରେ ସୁରକ୍ଷା କର୍ମୀ ବଉଳିଗଡ଼ ଜଙ୍ଗଲ ପାଇପ୍‌ ଲାଇନ ନିକଟରେ ବୁଲାବୁଲି କରୁଥିବା କିଛି ଯୁବକଙ୍କ ସଂପର୍କରେ ଅନୁଗୁଳ ଏସ୍‌ପିଙ୍କୁ ଜଣାଇଥିଲେ । ଚୋରଙ୍କୁ ଧରିବା ପାଇଁ ବଅଁରପାଳ ପୁଲିସକୁ ଏସ୍‌ପି ନିର୍ଦେଶ ଦେଇଥିଲେ। ସୋମବାର ସକାଳେ ପାଇପ୍‌ ଲାଇନ ସୁରକ୍ଷା କର୍ମଚାରୀ ଓ ବଅଁରପାଳ ପୁଲିସ ମିଳିତ ଭାବେ ବଉଳିଗଡ଼ ଜଙ୍ଗଲରେ ଚଢଉ କରିଥିଲେ । ସେମାନେ ଜଙ୍ଗଲ ନିକଟରୁ ଗୋଟିଏ ନମ୍ବର ବିହୀନ କାର୍‌ ଜବତ କରିବା ସହ ତିନି ଜଣ ଯୁବକଙ୍କୁ କାବୁ କରି ଥାନାକୁ ନେଇଥିଲେ । ‌

ତେବେ ପୁଲିସ ଆଖିରେ ଧୂଳି ଦେଇ ସେଠାରୁ ଜଣେ ଚମ୍ପଟ ମାରିଥିଲା । ତାଙ୍କୁ ଧରିବା ପାଇଁ ସନ୍ଧ୍ୟାରେ ପୁଲିସ ଜାଲ ବିଛାଇଥିଲା । ଧରାପଡିଥିବା ଯୁବକମାନଙ୍କର ପୋଷାକ ପିନ୍ଧି ବଅଁରପାଳ ଥାନାର ଏସଆଇ ଦିଲୀପ ସାହୁ ଓ ଅନ୍ୟ କର୍ମଚାରୀମାନେ ଜବତ କାର୍‌ରେ ଆମନା ଗ୍ରାମ ନିକଟକୁ ଯାଇଥିଲେ । ଅଟକ ଥିବା ଯୁବକମାନଙ୍କ ଫୋନ୍‌ରୁ କଥା ହୋଇ ଫେରାର ‌ହୋଇଥିବା ଯୁବକକୁ ଡକାଇଥିଲେ। ପରେ ସେ ଆମନା ଗ୍ରାମ ନିକଟରେ ଥିବା ଜାଣିବା ପରେ ପୁଲିସ ସେଠାରୁ ହରିୟାଣା ଅଞ୍ଚଳର ସନ୍ଦୀପ କୁମାର ନାମକ ଯୁବକକୁ କାବୁ କରି ନେଇଥିଲା ।

ଏହି ଯୁବକକୁ ପୁଲିସ ଧରି ଥାନାକୁ ଆଣିବା ସମୟରେ ସୃଷ୍ଟି ହୋଇଥିଲା ମହାଭାରତ । ଆମନା ଗ୍ରାମ ଛକ ନିକଟରେ ଗ୍ରାମବାସୀମାନେ ଏହି ନମ୍ବରବିହୀନ ଗାଡିକୁ ଛାଡ଼ି ନଥିଲେ। ପିଲା ଚୋର ସନ୍ଦେହରେ ଗାଡିକୁ ଅଟକ ରଖି ବଚସା କରିଥିଲେ। ପୁଲିସ ଓ ସୁରକ୍ଷା କର୍ମୀମାନେ ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ସେମାନଙ୍କୁ ଛାଡ଼ି ନଥିଲେ । ଧରାପଡିଥିବା ଯୁବକଜଣକ ହିନ୍ଦୀରେ କଥାବାର୍ତା କରୁଥିବାରୁ ଲୋକେ ତାଙ୍କୁ ପିଲା ଚୋର ବୋଲି ନିଶ୍ଚିତ ହୋଇ ଯାଇଥିଲେ । ପରେ ପୁଲିସ ନେଇଥିବା ନମ୍ବର ବିହୀନ କାର୍‌କୁ ଭାଙ୍ଗି ଚୂରମାର କରିବା ସହିତ ଘଟଣାସ୍ଥଳକୁ ଯାଇଥିବା ବଅଁରପାଳ ପୁଲିସ ଗାଡିକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ଏହା ସହ ପୁଲିସ ପାଖରେ ଥିବା ସନ୍ଦୀପଙ୍କୁ ଛଡାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଏହାର ବିରୋଧ କରିବାରୁ ପୁଲିସକୁ ମାଡ଼ ମାରିବା ସହିତ କାଚ ବୋତଲ ଫିଙ୍ଗିଥିଲେ ଶତାଧିକ ଗ୍ରାମବାସୀ ।

ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ପାଖାପାଖି ଦୁଇ ଘଣ୍ଟା ଧରି ଚାଲିବା ପରେ ଘଟଣାସ୍ଥଳକୁ କଣ୍ଟାବଣିଆ ଥାନା ଅଧିକାରୀ ନିରଞ୍ଜନ ସେଠୀ ଓ ବଅଁରପାଳ ପୁଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । କିଛି ସମୟ ପରେ ଅନୁଗୁଳ ଏସଡିପିଓ ଅଶ୍ୱିନୀ କୁମାର ସାହୁ, ମୋଟଙ୍ଗା ଥାନା ଅଧିକାରୀ, ବାଲିମୀ ଥାନା ଅଧିକାରୀ ଓ ଦୁଇ ପ୍ଲାଟୁନ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ଘଟଣାରେ ତିନି ଜଣ ପୁଲିସ କର୍ମଚାରୀ ଓ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ପୁଲିସକୁ ମାଡ଼ ମାରିବା ସହ ଗାଡ଼ି ଭାଙ୍ଗିଥିବା କେତେକ ଲୋକଙ୍କୁ ପୁଲିସ ଅଟକ ରଖିଛି । ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏପଟେ ପୁଲିସ ଭୟରେ ଉଭୟ ଆମନା ଓ ସଂଜପଡା ଗାଁ ପୁରୁଷଶୂନ୍ୟ ହୋଇଯାଇଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ଚମୋଲିରେ ଉଦ୍ଧାରକାର୍ଯ୍ୟ ଜାରି : ହିମସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୬ମୃତଦେହ ଉଦ୍ଧାର; ଏବେ ବି ୧୭୧ ଜଣ ଲୋକ ନିଖୋଜ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟ ରଚିଛି ହିମସ୍ଖଳନ । ଗ୍ଲାସିୟର ଫାଟି ଆସିଥିବା ବିପର୍ଯ୍ୟୟରେ ଅନେକ ଅଂଚଳ ଛାରଖାର ହୋଇଯାଇଛି । ଏବେ ସୁଦ୍ଧା ୨୬ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ୨ଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଆଜି ବି ଫଶିରହିଥିବା ଲୋକଙ୍କୁ ବାହାର କରିବା ପାଇଁ ତପୋବନରେ ଥିବା ଦ୍ୱିତୀୟ ସୁଢ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ କାଦୁଅ, ମାଟିରେ ଭର୍ତି ହୋଇଥିବାରୁ ସୁଢ଼ଙ୍ଗର ମାତ୍ର ଶହେ ମିଟର ପର୍ଯ୍ୟନ୍ତ ଯାଇ ପାରିଛନ୍ତି ଉଦ୍ଧାରକାରୀ ଦଳ । ତେଣୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି । ସମୟ ବଢ଼ିବା ସହ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ପ୍ରାୟ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ଜଳ ବିଦ୍ୟୁତ ପ୍ରକଳ୍ପର ଏକ ଟନେଲ୍‌ର ଧ୍ବଂସାବଶେଷ ଭିତରେ ପୋତି ହୋଇ ରହିଥିବା ୩୯ ଜଣଙ୍କୁ ଉଦ୍ଧାର କରିବା ପାଇଁ ବିଶାଳ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ଆଇଟିବିପିର ୩ ଶହ ଯବାନ ଏବଂ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ର ୨ ଶହ ସଦସ୍ୟ ନିୟୋଜିତ ଅଛନ୍ତି । ପ୍ରାୟ ଅଢ଼େଇ କିମ୍ବ ଲମ୍ବ ଏହି ଟନେଲରେ ୧ କିମି ଅଂଚଳ ସଂପୂର୍ଣ୍ଣ ପୋତି ହୋଇଯାଇଛି । ଧ୍ବଂସାବଶେଷ ଭିତରୁ ଜୀବନର ସନ୍ଧାନ କରିବା ଉଦ୍ଧାରକାରୀ ଦଳ ପାଇଁ ବହୁତ ବଡ଼ ଚ୍ୟାଲେଂଜ ହୋଇଛି ।

ଗତକାଲି ପୂର୍ବାହ୍ନ ୧୧ଟା ବେଳେ ଚମୋଲି ଜିଲ୍ଲା ସ୍ଥିତ ନନ୍ଦା ଦେବୀ ‌ଗ୍ଲାସିୟରରେ ବିଶାଳ ବରଫ ଖଣ୍ଡ ଫାଟି ଯିବାରୁ ଅଳକନନ୍ଦା ଏବଂ ଧଉଳିଗଂଗାରେ ବଡ଼ ବନ୍ୟା ଆସିଥିଲା । ଏଥିରେ ତପୋବନ ଅଂଚଳ ଛାରଖାର ହୋଇଯିବା ସହ ଋଷିଗଂଗା ପ୍ରକଳ୍ପ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଗୃହ ମନ୍ତ୍ରାଳୟ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସଂପର୍କରେ ଅଛନ୍ତି । ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଓ ତତ୍କାଳ ସହାୟତା ପାଇଁ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି ।

ତପୋବନ ଅଂଚଳରେ ଦୁଇଟି ଜଳ ବିଦ୍ୟୁତ ପ୍ରକଳ୍ପ ନଷ୍ଟ ହୋଇଯାଇଥିବାରୁ ଆଗକୁ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ମଧ୍ୟ ଏଭଳି ପ୍ରକଳ୍ପକୁ ବିରୋଧ କରିଛନ୍ତି। ପ୍ରକୃତିକୁ ଧ୍ବଂସ କରିବାର ପରିଣତି ଏବେ ଭୋଗିବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି । ଅତି ସମ୍ବେଦନ ଅଂଚଳରେ ଏତେ ବଡ଼ ନିର୍ମାଣ କାର୍ଯ୍ୟକୁ ସରକାର କିଭଳି ମଂଜୁରି ଦେଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

from Kanak News
via <a href="https://ifttt.com/?

ଉହାନରୁ ବ୍ୟାପିଥିଲା କି କରୋନା ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାତରେ ବଡ଼ ପ୍ରମାଣ : ସି ଫୁଡ ମାର୍କେଟରୁ ଭାଇରସ ବ୍ୟାପିଥିବା କହିଲେ ଡବ୍ଲୁଏଚଓ ଟିମର ସଦସ୍ୟ

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ଭୂତାଣୁ, ଚୀନର ଉହାନରୁ ବ୍ୟାପିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାତରେ ପ୍ରମାଣ ଲାଗିଛି । ଚୀନରେ ଥିବା ଡବ୍ଲୁଏଚଓର ୧୪ ଜଣିଆ ଯାଂଚକାରୀ ଦଳ ଏସଂପର୍କିତ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଥିବା ଜଣାପଡିଛି । ଉହାନରେ ଥିବା ସି-ଫୁଡ ମାର୍କେଟରୁ ଏହି ମାରାତ୍ମକ ଭୂତାଣୁ ବ୍ୟାପିଛି ବୋଲି ଯାଂଚକାରୀ ଟିମର ନେତୃତ୍ୱ ନେଉଥିବା ଜୀବବିଜ୍ଞାନୀ ପିଟର ଦସଜ୍ୟାକ୍ ସୂଚନା ଦେଇଛନ୍ତି । ଏବେ ଡବ୍ଲୁଏଚଓର ୧୪ ଜଣିଆ ତଦନ୍ତକାରୀ ଦଳ ଚୀନରେ ରହି ଛାନଭିନ ଚଳାଇଛନ୍ତି ।

ଆଗାମୀ ୧୦ ତାରିଖରେ ଏହି ଟିମ୍ ଫେରିବ ବୋଲି ଜଣାପଡିଛି । ଡବ୍ଲୁଏଚଓ ଟିମ୍ ଫେରିବା ପରେ କରୋନା ଭୂତାଣୁର ଉତ୍ପତି ନେଇ ସବିଶେଷ ବିବରଣୀ ପ୍ରଦାନ କରିବେ । ହେଲେ ଏହା ପୂର୍ବରୁ ଟିମର ସଦସ୍ୟ, ଉହାନରୁ କରୋନା ବ୍ୟାପିଥିବା ନେଇ ସଂକେତ ଦେଇଛନ୍ତି । ହେଲେ ଚୀନରେଥିବା ବାୟୋସେଫ୍ଟି ଲାବୋରେଟୋରୀରୁ ଏହା ଲିକ ହୋଇଥିବା ନେଇ ଯାଂଚକାରୀ ଦଳ କିଛି କହିନାହାନ୍ତି । ଭୂତାଣୁର ଉତ୍ପତି ସନ୍ଧାନ କରିବା ପାଇଁ ଏହି ଟିମ୍ ଉହାନର ବିଭିନ୍ନ ଫୁଡ ମାର୍କେଟ ଓ ବାୟୋସେଫ୍ଟି ଲାବୋରେଟୋରୀରେ ଯାଂଚ କରି ନମୂନା ସଂଗ୍ରହ କରିଛନ୍ତି । ତଥ୍ୟ, ପ୍ରମାଣ ଭିତିରେ ଭୟାନକ ଭାଇରସର ଉତ୍ପତି ବାବଦରେ ଡବ୍ଲୁଏଚଓ ଯେଉଁ ରିପୋର୍ଟ ପ୍ରଦାନ କରିବ, ତାରି ଆଧାରରେ ଆଗକୁ ଏଭଳି ଭାଇରସକୁ ବ୍ୟାପିବାରେ ରୋକିହେବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଜେଲରୁ ମୁକୁଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ଶଶୀକଳା । କହିଲେ, ‘ମୁଁ ଫେରୁଛି… ଦେଖ କ’ଣ ହଉଛି’?…

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଜେଲରୁ ମୁକ୍ତ ହୋଇ ପଦାକୁ ବାହାରି ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଶଶୀକଳା ଖୁବ୍‌ ଶୀଘ୍ର ‘ପୂର୍ଣ୍ଣକାଳୀନ’ ରାଜନୀତିକୁ ଫେରିବେ ବୋଲି ଆଜି ଘୋଷଣା କରିଛନ୍ତି। ସୋମବାର ଦିନ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା କାଳରେ ଶଶୀକଳା କହିଛନ୍ତି, ମୁଁ ଖୁବ୍‌ ଶୀଘ୍ର ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ କରି ଆପଣମାନଙ୍କୁ ଭେଟିବି; ସବୁ ପ୍ରଶ୍ନର ଉତ୍ତର ରଖିବି। ଶଶୀକଳାଙ୍କ ଏହି ଘୋଷଣା ଏବେ ଏଆଇଏଡିଏମ୍‌କେ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ଏକଦା ଏଆଇଏଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜେ ଜୟଲଳିତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଶଶୀକଳାଙ୍କୁ ୬୬.୬୫ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରା ଯାଇଥିଲା। କିନ୍ତୁ, ସେତେବେଳକୁ ସେ ଜୟଲଳିତାଙ୍କୁ ହାତବାରିସ୍‌ କରି ଏଆଇଏଡିଏମ୍‌କେ ଦଳ ମଧ୍ୟରେ ନିଜର ଅଖଣ୍ଡ ପ୍ରତିପତ୍ତି ବିସ୍ତାର କରିବା ସହ ଅମାପ ସଂପତ୍ତି ଜମାକରି ସାରିଥିଲେ।
କିନ୍ତୁ, ଜୟଲଳିତାଙ୍କ ମୃତ୍ୟୁପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶଶୀକଳାଙ୍କୁ ଏଆଇଏଡିଏମ୍‌କେରୁ ବହିଷ୍କାର କରାଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ ଶଶୀକଳା ଏଆଇଏଡିଏମ୍‌କେ ପ୍ରତି ନିଜର ଆସ୍ଥା ପ୍ରକଟ କରି ଆସୁିଥିଲେ। କିନ୍ତୁ, ପରିବର୍ତ୍ତିତ ପରିସ୍ଥିତି ତଥା ଜୟଲଳିତାଙ୍କ ଅବର୍ତ୍ତମାନରେ ଏଆଇଏଡିଏମ୍‌କେ ଦଳ ଆଉ ତାଙ୍କୁ ଗ୍ରହଣ କରିବାର ମାନସିକତାରେ ନଥିଲା; କିମ୍ବା ନାହିଁ ମଧ୍ୟ।

ଏ ପରିସ୍ଥିତିରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବେଙ୍ଗାଲୁରୁ ଜେଲରେ ଚାରି ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ତାମିଲନାଡୁ ଫେରିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ। ଯଦିଓ ତାଙ୍କ ସମର୍ଥକମାନେ ତାଙ୍କର ଜେଲ ଫେରନ୍ତାକୁ ନେଇ ଖୁସି ଅଛନ୍ତି ଓ ତାଙ୍କୁ ସ୍ୱାଗତ କରିଛନ୍ତି; ତଥାପି ତାମିଲନାଡୁର ସମସ୍ତେ ତାଙ୍କ ଫେରିବାରେ ଖୁସି ନୁହଁନ୍ତି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ଦଳୀୟ ପତାକା ବ୍ୟବହାର କରି ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ହେତୁ ଏଆଇଏଡିଏମ୍‌କେ ଶଶୀକଳାଙ୍କ ବିରୋଧରେ ଦୁଇଟି ମାମଲା ମଧ୍ୟ ଆଗତ କରିଛି।

ଏଆଇଏଡିଏମ୍‌କେ ଶଶୀକଳାଙ୍କୁ ଦଳରୁ ବହିଷ୍କତ କରିଛି ଏବଂ ସେ ଏବେ ଦଳର ସଦସ୍ୟ ନାହାନ୍ତି ବୋଲି ଦଳ ଦାବୀ କରୁଥିବା ବେଳେ ଶଶୀକଳା ଏହାକୁ ମାନିବାକୁ କିନ୍ତୁ ନାରାଜ। ଜେଲରୁ ଫେରିବା ପରେ ନିଜ ଗାଡ଼ିରେ ଏଆଇଏଡିଏମ୍‌କେର ଦଳୀୟ ପତାକା ଲଗାଇ ବୁଲୁଛନ୍ତି ଶଶୀକଳା। ଏ ପରିସ୍ଥିତିରେ ଦଳର ମୁଖ୍ୟାଳୟ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଶଶୀକଳା କହିଛନ୍ତି ଅପେକ୍ଷା କର ଏବଂ ଦେଖ; ଆଗକୁ ବହୁତ କିଛି ଘଟିବାକୁ ଯାଉଛି। ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏବେ ଶଶୀକଳାଙ୍କ ତାମିଲନାଡୁକୁ ପ୍ରତ୍ୟାବର୍ତ୍ତନ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।

from Kanak News
via <a href="https://ifttt.com/?

ଆଜିଠୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସାହାଣ ମେଲା ଦର୍ଶନ : ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କୁ ଜଳ, କ୍ଷୀର ଓ ବେଲପତ୍ର ଲାଗି କରିପାରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ଆଜିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଅର୍ଥାତ ମନ୍ଦିର ଗର୍ଭଗୃହ ଭିତରକୁ ଯାଇ ଠାକୁରଙ୍କୁ ଜଳ, ଖିର ଓ ବେଲପତ୍ର ଆଦି ଲାଗି କରିପାରିବେ । ଦୀର୍ଘ ଦିନର କଟକଣା ପରେ ମହାପ୍ରଭୁଙ୍କ ଶକ୍ତି ନିକଟକୁ ଯାଇ ପୂଜାର୍ଚ୍ଚନା କରିପାରିବେ । ଗତ ୨ ତାରିଖରେ ବିଏମସି କମିଶନରଙ୍କ ସହ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିଲା ।

ତେବେ କରୋନା ସଂକ୍ରମଣକୁ ଦେଖି ଗତବର୍ଷ ମାର୍ଚ୍ଚ ୨୨ ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦର୍ଶନ ବନ୍ଦ ରହିଥିଲା । କିନ୍ତୁ କରୋନା ସଂକ୍ରମଣ କମିବା ପରେ ପ୍ରାୟ ୯ ମାସ ପରେ ଖୋଲିଥିଲା ଲିଙ୍ଗରାଜ ମନ୍ଦିର । ପୂର୍ବରୁ ଶ୍ରଦ୍ଧାଳୁମାନେ କେବଳ ଆଡକାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରୁଥିବାବେଳେ ଏବେ ଏହି କଟକଣାକୁ ସଂପୂର୍ଣ୍ଣ ହଟାଇ ଦିଆଯାଇଛି । ସେହିପରି ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂକୁ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ଭକ୍ତ କିମ୍ବା ସେବାୟତ ମନ୍ଦିର ଭିତରକୁ ପ୍ରବେଶ କଲାବେଳେ ପାନ, ଗୁଟଖା ଖାଇପାରିବେ ନାହିଁ । ମୁହଁରେ ମାକ୍ସ ପିନ୍ଧିବା ସହିତ ଅନ୍ୟୁନ ୬ ଫୁଟର ସାମାଜିକ ଦୂରତା ରଖିବେ ବୋଲି ନିର୍ଦ୍ଦେଶନାମା ରହିଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ତ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ : ନିଖୋଜ ଯୁବକ ଭଦ୍ରକ ଜିଲ୍ଲାର; ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ନିଖୋଜ ହୋଇଛନ୍ତି । ବାଂଶଡା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ପତା ମିଳୁନି । ଉତ୍ତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖଠାରୁ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ ।

ରବିବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ହୋଇଯାଇଥିବା ବେଳେ ନାଗାର୍ଜୁନ ମଧ୍ୟ ଭାସି ଯାଇଥିବା ଅନୁମାନ କରାଯାଉଛି । ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଫୋନରେ ସ୍ୱାମୀଙ୍କ ସହ ଯୋଗାଯୋଗ କରି ନିରାଶ ହେବା ପରେ ତପୋବନର ରେଣୀ ବ୍ୟାରେଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ । ନନ୍ଦାଦେବୀରେ ହିମସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧୋଲିଗଙ୍ଗା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା ବେଳେ ନାଗାର୍ଜୁନଙ୍କର କୌଣସି ପତା ମିଳୁନଥିବା ଅଧିକାରୀ ଜଣଙ୍କ କହିଛନ୍ତି । ଏପଟେ ଗାଁରେ ନାଗାର୍ଜୁନଙ୍କ ପତ୍ନୀ ୨ମାସର ଶିଶୁ ପୁତ୍ର, ବାପା, ମା ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started