ମନେ ରହିବେ କରୋନା ବିରୋଧୀ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କରୋନା ଯୋଦ୍ଧା ସ୍ମାରକ ।

କନକ ବ୍ୟୁରୋ : ମନେ ରହିବ କରୋନା ବିରୋଧୀରେ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧାଙ୍କ ତ୍ୟାଗ ଓ ସେବା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କୋଭିଡ୍ ୱାରିୟର ମେମୋରିଆଲ୍ ବା କରୋନା ଯୋଦ୍ଧା ସ୍ମାରକ । ବିଜୁ ପଟ୍ଟନାୟକ ପାର୍କରେ ଏହି ସ୍ମାରକ ପ୍ରତିଷ୍ଠା କରିବା ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ସେହିପରି ଏହାର ନିର୍ମାଣ କାର୍ଯ୍ୟ କରିବ ପୂର୍ତ ବିଭାଗ ।
ମହାମାରୀ କରୋନାରେ ଲଢ଼େଇ କରି ଯେଉଁ କରୋନା ଯୋଦ୍ଧାମାନେ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ସ୍କାରକ ପ୍ରତିଷ୍ଠା ହେବ । ଚଳିବ ବର୍ଷ ଅଗଷ୍ଟ ୧୫ ତାରିଖରେ ଏହାର ଉଦଘାଟନ କରାଯିବ । ଏ ନେଇ ପୂର୍ତ ବିଭାଗକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । କରୋନା ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ ମନେ ରଖିବା ପାଇଁ ଏଭଳି ପ୍ରୟାସ କରାଯାଇଛି ।

from Kanak News
via <a href="https://ifttt.com/?

ମୃତ୍ୟୁ ମୁହଁରୁ ଉଦ୍ଧାର ପରେ ଶ୍ରମିକ କହିଲେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ । ସୁଡଙ୍ଗରେ ଫସିଥିବା ଲୋକଙ୍କ ମୋବଇଲ୍ ସିଗନାଲରୁ ମିଳିଲା ସଙ୍କେତ ।

କନକ ବ୍ୟୁରୋ : କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ? ଉତରାଖଣ୍ଡରେ ହିମସ୍ଖଳନ ପରେ ଚମୋଲି ଜିଲ୍ଲାର ତପୋବନରେ ଥିବା ପ୍ରଥମ ସୁଡଙ୍ଗରେ ଫସି ଯାଇଥିବା ଶ୍ରମିକ ତାଙ୍କର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି । ପାଣି ଓ କାଦୁଅ ଭିତରେ ଫସିଥିବା ଶ୍ରମିକମାନେ କିପରି ଜୀବନ ବଂଚାଇବା ପାଇଁ ସଂଘର୍ଷ କରିଥିଲେ ଏବଂ ପରେ କିପରି ଦେବଦୂତ ସାଜି ପହଂଚିଥିଲେ ଆଇଟିବିିପି ଯବାନ ।

ଆପଣ ଦେଖୁଛନ୍ତି ସେହି ଘଟଣାର ଏକ ପ୍ରତିକାତ୍ମକ ଦୃଶ୍ୟ । ହିମସ୍ଖଳନ ପରେ ତପୋବନରେ ଥିବା ଶୁଡଙ୍ଗ ଭିତରକୁ ଅଚାନକ ମାଡିଆସିଲା ପାଣି । ଲୋକେ ଧାଁ, ଧଉଡ ଆରମ୍ଭ କରିଦେଲେ । ଟନେଲରେ କାମ କରୁଥିବା ଶ୍ରମିକମାନଙ୍କୁ ତୁରନ୍ତ ବାହାରି ଆସିବା ପାଇଁ କୁହାଯାଇଥିଲା । ହେଲେ ପ୍ରାୟ ୩ ଶହ ମିଟର ଭିତରେ ଥିବା ଶ୍ରମିକମାନେ କିଛି ବୁଝିବା ଆଗରୁ ଟନେଲରେ ଭର୍ତି ହୋଇଗଲା ପାଣି ଓ କାଦୁଅ । ଧିରେଧିରେ ଜଳସ୍ତର ବଢୁଥାଏ । ଆଉ ଜୀବନ ବଂଚାଇବା ପାଇଁ ଏହି ଶ୍ରମିକମାନେ କେବଳ ନିଜ ମୁହଁକୁ ପାଣିରୁ ବାହାରେ ରଖିବା ପାଇଁ ଟନେଲର ସିଲିଂରେ ଥିବା ଲୁହା ରଡକୁ ଧରି ଝୁଲିପଡିଥିଲେ ।

ଜୀବନ ବଂଚାଇବାକୁ ଟନେଲର ସିଲିଂରେ ଥିବା ଲୁହା ରଡକୁ ଧରି ଝୁଲିରହିଥିଲେ । ପାଣି ଅଳ୍ପ କମିବା ପରେ କାଦୁଅ ଭିତରେ ଚାଲି ଚାଲି କିଛି ବାଟ ଆଗକୁ ଆସିଥିଲେ । ଶୁଡଙ୍ଗ ଭିତରେ ମୋବାଇଲ ନେଟୱର୍କ ଥିବା ଦେଖି ସାମାନ୍ୟ ଆଶ୍ୱସ୍ତ ହେବା ପରେ ସଙ୍ଗେସଙ୍ଗେ ଫୋନ୍ କରି ଖବର ପହଂଚାଇଥିଲେ । ଦୀର୍ଘ ସମୟ ଧରି ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା ପରେ ଦେବଦୂତ ଭଳି ପହଂଚିଥିଲେ ଆଇଟିବିପିର ଯବାନ । ଯବାନଙ୍କୁ ଦେଖି ଶ୍ରମିକ ମାନେ ଆଶ୍ୱସ୍ତ ହୋଇଥିଲେ । ଆଉ ଏହା ହେଉଛି ତା ପରର ଦୃଶ୍ୟ । ଯେତେବେଳେ ଶ୍ରମିକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ଯବାନ । ସତେ ଯେମିତି ତାଙ୍କୁ ମିଳିଯାଇଥିଲା ଆଉ ଏକ ଜନ୍ମ । ଆଉ ଉଦ୍ଧାର ହୋଇଥିଲେ ସମସ୍ତ ଶ୍ରମିକ ।

ରବିବାର ଦିନ ଉତରାଖଣ୍ଡର ଚମୋଲି ଠାରେ ହିମସ୍ଖଳନରେ ଦୁଇଟି ଶୁଡଙ୍ଗ ଭିତରେ ଫସିରହିଥିଲେ ଶ୍ରମିକ । ତେବେ ପ୍ରଥମ ଶୁଡଙ୍ଗରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ଶୁଡଙ୍ଗରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

from Kanak News
via <a href="https://ifttt.com/?

ଭିନ୍ନକ୍ଷମ ମହିଳାଙ୍କୁ ଯୌନଶୋଷଣ ମାମଲାରେ ଆସିଲା ନୂଆ ଟୁଇଷ୍ଟ । ଅଭିଯୋଗକାରୀ ମହିଳା ବନିଲେ ଅଭିଯୁକ୍ତ ।

କନକ ବ୍ୟୁରୋ : ଭିନ୍ନକ୍ଷମଙ୍କୁ ହେଉଛି ଯୌନଶୋଷଣ । ଦିଆଯାଉଛି ମାନସିକ ନିର୍ଯାତନା । ଭିନ୍ନକ୍ଷମଙ୍କ ନାଁରେ ହେଉଛି ଟଙ୍କା ହଡ଼ପ । ଏହିଭଳି କିଛି ସାଂଘାତିକ ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ହଇଚଇ ଖେଳି ଯାଇଥିଲା । ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା କମିସନ ପର୍ଯ୍ୟନ୍ତ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ । ଏପଟେ ଅଭିଯୋଗର ଛାନଭିନ କରି କମିସନରେଟ୍ ପୁଲିସ ଯେଉଁ ନିର୍ଯାସରେ ପହଁଚିଛି, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ଅଭିଯୋଗକାରୀ ମହିଳା ବି ଯୌନ ନିର୍ଯାତନା ଘଟଣାର ଅଭିଯୁକ୍ତ ବୋଲି ଜାଣିବାକୁ ପାଇଛି ପୋଲିସ । ଏହି ମହିଳା ଜଣକ କ୍ୟାମେରା ଆଗରେ କାନ୍ଦି କାନ୍ଦି ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ ।

ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦୀର୍ଘଦିନ ଧରି ଚାଲିଥିବା ଯୌନ କେଳେଙ୍କାରୀ ଘଟଣାରୁ ନିଜେ ପର୍ଦ୍ଦା ଉଠାଇଛି ସଂସ୍ଥାର ସଂପାଦକ ସୁରେଶ ବେହେରା । ବାରମ୍ବାର ଜେରା ଓ ସିସିଟିଭି ଫୁଟେଜ୍ରୁ ପ୍ରମାଣ ମିଳିବା ପରେ କେଳେଙ୍କାରୀର କଳା କାହାଣୀ ନିଜେ ବଖାଣିଛି ମୁଖ୍ୟ ଅଭିଯୁକ୍ତ ।

ଅଡିଟର ଓ ଅଫିସରମାନଙ୍କୁ ଖୁସି କରି ଅନୁଦାନର ଅର୍ଥକୁ ହଡ଼ପ କରୁଥିଲା ସୁରେଶ । ଦେହଜୀବୀଙ୍କ ପଛରେ ଅନୁଦାନ ଟଙ୍କା ଉଡାଉଥିଲା, ସ୍ୱଳ୍ପ ପରିମାଣର ଷ୍ଟାଇପେଣ୍ଡ ଦେଇ ଇନଷ୍ଟ୍ରକଟରମାନଙ୍କୁ ଖଟାଉଥିଲା । ପୋଲିସ ଜାଣିବାକୁ ପାଇଛି, ଖୋର୍ଦ୍ଧା ଜିଲ୍ଲା ସାମାଜିକ ନିରାପତା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାସ, ସୁରେଶର ଏହି କଳା କାମ ସହାୟତା କରୁଥିଲେ, ଅଭିଯୋଗକୁ ତଳୁ ହିଁ ଚାପି ଦେଉଥିଲେ । ହଡ଼ପ କରୁଥିବା ଅନୁଦାନ ଅର୍ଥର କିଛି ଭାଗ ପ୍ଲେସମେଂଟ ଅଧିକାରୀ ଥିବା ରାକେଶ ଷଡ଼ଙ୍ଗୀ, କଟକର ଜଣେ ମହିଳା ଓ ସଂସ୍ଥାରେ ବିଉଟିସିଆନ୍ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ଦେଉଥିଲା ସୁରେଶ ।

ଗତ ନଭେମ୍ବର ମାସରେ ସୁରେଶଙ୍କ ବିରୋଧରେ ଠକେଇ, ଯୌନ ନିର୍ଯାତନାର ଅଭିଯୋଗ ଆସିଥିଲା । ପ୍ରଥମେ ଜଣେ ମହିଳା ଇନଷ୍ଟ୍ରକଟର୍ଙ୍କୁ ଗରିଫ କରିବା ପରେ ଏବେ ସୁରେଶ ସମେତ ଆଉ ୬ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ସେମାନଙ୍କ ମଧ୍ୟରେ ରହିଛି ଜଣେ ଅଭିଯୋଗକାରିଣୀ । ଯୌନ ଶୋଷଣ କାରବାରରେ ସେ ସାମିଲ ଥିବା, ଜାଣିବାକୁ ପାଇଛି ପୋଲିସ ।

from Kanak News
via <a href="https://ifttt.com/?

ପାଖେଇ ଆସୁଛି ଖଣ୍ଡଗିରି ମେଳା । ଯାତ୍ରା ପାଇଁ ହୋଇପାରୁନି ନିଷ୍ପତି । ଚାଲିଛି ବିଏମସିର ବିକଳ୍ପ ଜାଗା ଖୋଜା ।

କନକ ବ୍ୟୁରୋ : ଆଉ ମାତ୍ର ୧୦ ଦିନ ପରେ ଖଣ୍ଡଗିରି ମେଳା । ହେଲେ , ଚଳିତ ବର୍ଷ ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ସେ ନେଇ ସସପେନ୍ସ ଜାରି ରହିଛି । ଆୟୋଜକ, ଯାତ୍ରାପାର୍ଟି ମାଲିକ ଓ କଳାକାର ଯାତ୍ରା କରିବାକୁ ଅନୁମତି ଦେବାକୁ ନିବେଦନ କରୁଥିବାବେଳେ ପ୍ରଶାସନ କୌଣସି ଚୂଡାନ୍ତ ନିଷ୍ପତି ନେଇପାରି ନାହିଁ ।

ଖଣ୍ଡଗିରି ମେଳାରେ ଯାତ୍ରା ପରିବେଷଣ କରିବା ପାଇଁ ଜୋରସୋରରେ ଚାଲିଛି ରିହର୍ସାଲ । ଯାତ୍ରା ମଂଚରେ କିଭଳି ନିଖୁଣ ଅଭିନୟ କରିପାରିବେ ସେଥିପାଇଁ ଦିନରାତି ଏକ କରିଦେଇଛନ୍ତି କଳାକାର । ହେଲେ, ଚଳିତ ବର୍ଷ ଯାତ୍ରା ହେବ କି ନାହିଁ, ସେନେଇ ଲାଗି ରହିଛି ଅନିଶ୍ଚିତତା । ଆୟୋଜକଙ୍କ ପକ୍ଷରୁ କୋଭିଡ୍ କଟକଣା ମାନି ଯାତ୍ରା କରିବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଥିଲେ, ମଧ୍ୟ ବିଏମସି କୌଣସି ଚୂଡାନ୍ତ ନିଷ୍ପତି ନେଇପାରିନି ।

କମିଶନର, କହିଛନ୍ତି ପୂର୍ବ ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି । ଅନୁମତି ଦେଲେ ଦୈନିକ ୫୦ହଜାର ଲୋକଙ୍କ ସମାଗମ ହେବାର ଆକଳନ କରାଯାଉଚି । କୋରନା କଟକଣା ଯୋଗୁ ଏଠାରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ । ତେବେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଯାତ୍ରା ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

କୋଭିଡ୍ କଟକଣା ପାଇଁ ପ୍ରାୟ ୧୦ ମାସ ହେବ ଯାତ୍ରା ବନ୍ଦ ରହିଛି । ଯାତ୍ରା ବନ୍ଦ ଯୋଗୁଁ ଉଜୁଡି ଯାଇଛି କଳାକାରଙ୍କ ରୋଜଗାର । କରୋନା କମି କମି ଆସୁଥିବାରୁ ଓ କଳାକାରଙ୍କ ପେଟପାଟଣାର କଥା ହୋଇଥିବାରୁ, ଖଣ୍ଡଗିରି ମେଳାକୁ ଅନୁମତି ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି କଳାକାର ।

ଖଣ୍ଡଗିରି ଯାତ୍ରାକୁ ନେଇ ବେଶ୍ ଆଶାବାଦୀ ଥିଲେ ଯାତ୍ରା ପାର୍ଟି ମାଲିକ । ଭାବିଥିଲେ, ହଲ, ମଲ, ସବୁ କିଛି ଖୋଲି ଯାଇଥିବାରୁ ଏଥର ଯାତ୍ରା ପାଇଁ ଅନୁମତି ଦେବେ ସରକାର । କିନ୍ତୁ, ସରକାର ଯେଉଁଭଳି ପ୍ରସ୍ତାବ ଦେଉଛନ୍ତି, ତାକୁ ନେଇ ଚିନ୍ତାରେ ପଡିଛନ୍ତି ।
ଯାତ୍ରା ଉପରେ ହଜାର ହଜାର କଳାକାରଙ୍କ ସହ ବହୁ ସଂଖ୍ୟାରେ ଶ୍ରମିକ ଓ ବ୍ୟବସାୟୀଙ୍କ ଜୀବନ ଜୀବିକା ନିର୍ଭର କରୁଛି । ଏସବୁକୁ ନଜରରେ ରଖି ଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ବଢ଼ିବାରେ ଲାଗିଛି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ । ବଦଳିଲା ନିଷ୍ପତି, ଚିଠା ଅଧିନିୟମକୁ ପ୍ରତ୍ୟାହାର କଲେ ପ୍ରହ୍ଲାଦ ସିଂ ପଟେଲ

କନକ ବ୍ୟୁରୋ : ଓଡ଼ିଶାର ଚାପରେ ମୁଣ୍ଡ ନୁଆଁଇଲା କେନ୍ଦ୍ର । ଓଡିଶାର ତୀବ୍ର ପ୍ରତିବାଦ ପରେ ପୁରୀ ଶ୍ରୀମନ୍ଦିରକୁ ନେଇ କେନ୍ଦ୍ର ତାର ପ୍ରସ୍ତାବରୁ ଓହରିଯାଇଛି । ଜାତୀୟ କୀର୍ତିରାଜି କର୍ତୃପକ୍ଷ ଜାରି କରିଥିବା ବିଜ୍ଞପ୍ତି ପ୍ରତ୍ୟାହୃତ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଏନଏମଏ ଅଧ୍ୟକ୍ଷଙ୍କ ଅବଗତି ବିନା ବିଜ୍ଞପ୍ତି ଜାରି କରାଯାଇଥିବାରୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରହଲାଦ ସିଂ ପଟେଲ । ତେବେ ଏହି ନିଷ୍ପତି ଆସିବା ପୂର୍ବରୁ ବାଇ-ଲ ପ୍ରତ୍ୟାହାର ଦାବିରେ ଉଭୟ ବିଜେଡି ଓ ବିଜେପି ସାଂସଦ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ । ଆଉ ଏସବୁ ଭିତରେ ପୁରୀରୁ କେନ୍ଦ୍ରକୁ କଡା ବାର୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ପୁରା ଘଟଣାର ମୋଡ଼ ବଦଳାଇ ଦେଇଥିଲା ।

ଜଗନ୍ନାଥଙ୍କ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତା ହୁଏତ, କେନ୍ଦ୍ର ସରକାରଙ୍କୁ ନିଷ୍ପତି ବଦଳାଇବାକୁ ବାଧ୍ୟ କରି ଦେଇଛି । ପୁରୀ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଂଟ ଅଥରିଟିର ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ’କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି କରିବା କିଛି ଘଂଟା ପରେ ବଦଳିଯାଇଛି ନିଷ୍ପତି । କରୋନା କାଳରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓଡ଼ିଶା ଲୋକଙ୍କ ମଙ୍ଗଳ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ନବୀନ ପଟ୍ଟନାୟକ ।

ସ୍ୱତନ୍ତ୍ର ବାଇ-ଲ’କୁ ମୁଖ୍ୟମନ୍ତ୍ରୀଙ୍କ ଆପତିଠାରୁ ବିଜ୍ଞପ୍ତି ପ୍ରତ୍ୟାହାର ଭିତରେ ୪ଟି ଘଟଣା ହେବା ସାମ୍ନାକୁ ଆସିଛି । ପୁରୀରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ କଡା ବାର୍ତା ଦେବା । ବିଜେଡି ସାଂସଦମାନେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ-ଲ’କୁ ପ୍ରତ୍ୟାହାର କରିବା ପାଇଁ ଦାବି ଜଣାଇବା । ସମାନ ଢ଼ଙ୍ଗରେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ବିଜେପିର ସାଂସଦମାନେ କେନ୍ଦ୍ର ସଂସ୍ୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିବା । ଏବଂ ଶେଷରେ ବାଇ-ଲ ପ୍ରତ୍ୟାହୃତ ହୋଇଥିବା ନେଇ ପ୍ରହଲ୍ଲାଦ ପଟେଲ୍ ଟୁଇଟ୍ କରିବା । ଏହି ଚାରିଟି ଘଟଣା ଭିତରେ କିନ୍ତୁ ବିଜେଡି ଓ ବିଜେପି ସାଂସଦଙ୍କ ଭିତରେ ଶ୍ରେୟ ନେବା ପାଇଁ ଏକ ପ୍ରକାର ଉଦ୍ୟମ କରିବା ସ୍ପଷ୍ଟ ବାରି ହୋଇପଡୁଥିଲା ।

ଓଡ଼ିଶାର ବିଜେଡି ଓ ବିଜେପି ସାଂସଦଙ୍କ ସାକ୍ଷତ-ଆଲୋଚନା ପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଟ୍ୱିଟ୍ କରି ଲେଖିଥିଲେ- ଓଡ଼ିଶାର ସାଂସଦମାନେ ପୁରୀ ସମ୍ପର୍କୀତ ବିଜ୍ଞପ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବିଜ୍ଞପ୍ତି ଏନ୍ଏମ୍ଏ ଅଧ୍ୟକ୍ଷଙ୍କ ଅଗୋଚରରେ ଜାରି କରାଯାଇଥିଲା । ଏହାକୁ ତରନ୍ତ ପ୍ରତ୍ୟାହାର କରାଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି- ଜୟ ଜଗନ୍ନାଥ । ଏବଂ ଧର୍ମେନ୍ଦ୍ର ପ୍ରଧାନ ରିଟୁଇଟ୍ କରି ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।

ପୁରୀ ମନ୍ଦିରକୁ ନେଇ ଜାତୀୟ ସ୍ମାରକୀ ପ୍ରାଧିକରଣର ବାଇ-ଲ’ରେ କୁହାଯାଇଥିଲା, ଶ୍ରୀମନ୍ଦିରର ସବୁ ଦିଗରେ ୧୦୦ମିଟର ପର୍ଯ୍ୟନ୍ତ ନିଷିଦ୍ଧ କ୍ଷେତ୍ର ରହିବ । ଏହି କ୍ଷେତ୍ରରେ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ । ସେହିପରି ସବୁ ଦିଗରେ ୧୦୦ମିଟରରୁ ୩୦୦ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ କ୍ଷେତ୍ର ହେବ । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଜାତୀୟ ସ୍କାରକୀ ପ୍ରାଧିକରଣକୁ ଚିଠି ଲେଖି କହିଥିଲେ- ଶ୍ରୀଜଗନ୍ନାଥ ପ୍ରଭୁ, ସେବକ ଏବଂ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବାଇ-ଲ କୁ ପ୍ରତ୍ୟାହାର କରାଯାଉ ।

from Kanak News
via <a href="https://ifttt.com/?

ମୃତ୍ୟୁ ପୂର୍ବରୁ ଚାଞ୍ଚଲ୍ୟକର ତଥ୍ୟ ଛାଡିଗଲେ ପ୍ରଫୁଲ୍ଲ ବିଶ୍ୱାଳ । ମାହାଙ୍ଗା ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତର ଫୋନକଲ୍ ଆଣିଲା ଭିନ୍ନ ମୋଡ ।

କନକ ବ୍ୟୁରୋ: ‘ନନା ମୁଁ କାବୁଆ କହୁଛି, ମୋର ଏବଂ ମୋର ସାନ ଭାଇର ପିଲାମାନେ ତୁମକୁ ଲାଗିଲେ । ଜଗନ୍ନାଥଙ୍କ ରାଣ ଖାଇ କହୁଛି, ଜଣେ ପ୍ରଭାବଶାଳୀ ବ୍ୟକ୍ତି ଆମକୁ ଫସେଇ ଦେଲା । ତାହାରି ପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ।’
ମାତ୍ର ଗୋଟିଏ ମିନିଟ୍ ୪୦ ସେକେଣ୍ଡର କଥାବାର୍ତା ପରେ ଅଚନାକ୍ ଫୋନ୍ଟି କଟିଗଲା । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ କରିଥିବା ଫୋନ୍ କଲ୍ର ଏହି କିଛି ଅଂଶ ଯାହା ଏଫ୍ଆଇଆର୍ରେ ଅଛି, ଏବେ କାହାଣୀର ମୋଡ଼କୁ ବଦଳାଇ ଦେଇଛି ।

ଯଦି ଏଫ୍ଆଇଆର୍ରେ ରମାକାନ୍ତ ବିଶ୍ୱାଳ ଲେଖିଥିବା କଥା ସତ ତେବେ ଏଭଳି ପ୍ରଶ୍ନ ଆସିବା ସ୍ୱାଭାବିକ । କାରଣ, ପ୍ରଫୁଲ୍ଲ ବିଶ୍ୱାଳର ଏମିତି କ’ଣ ଆବଶ୍ୟକତା ପଡ଼ିଲା ଯେ, ମୃତ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲା । ଯିଏ ବହୁ ଚର୍ଚ୍ଚିତ ମର୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ, ଯିଏ କୂଳମଣୀ ବରାଳଙ୍କୁ ହତ୍ୟା କରିଥିବା ଅଭିଯୋଗ ଅଛି, ସେ କାହିଁକି ହତ୍ୟା ହୋଇଥିବା କୁଳମଣୀଙ୍କ ପୁଅକୁ ଫୋନ୍ କରିବ? ଏହି ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା କଥାବାର୍ତାର କିଛି ଘଂଟାର ପରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଠାବ ହୋଇଥିଲା ।

ପ୍ରଫୁଲ୍ଲ ଓ ରାମାକାନ୍ତ ଭିତରେ ହୋଇଥିବା କଥାବାର୍ତାର ସମସ୍ତ ତଥ୍ୟ ପୁଲିସକୁ ଜଣାଇଛନ୍ତି ରମାକାନ୍ତ । ତରବରିଆ ହୋଇ କଥା ହେବା ଏବଂ ଅଚନାକ୍ ଫୋନ୍ କାଟି ଦେବା ପଛରେ ପ୍ରଫୁଲ ଭୟବିତ ଥିବା ଆଶଙ୍କା କରାଯାଉଛି । ତେଣୁ ଘଟଣାକୁ ସନ୍ଦେହ ବଢୁଛି । ବଡ଼ କଥା ହେଉଛି ପୂର୍ବରୁ ପ୍ରଫୁଲ୍ଲଙ୍କ ମା’ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ ତାଙ୍କ ପତ୍ନୀ କହିଛନ୍ତି, ସେ ଦେଖି ନାହାଁନ୍ତି ତେଣୁ କେମିତି କହିବେ ।

ଏସବୁ ଭିତରେ କଟକ ଗ୍ରମାଂଚଳ ଏସ୍ପି କହିଥିଲେ-ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଏଯାଏଁ କେବଳ ଦୁର୍ଘଟଣାଜନତି ବୋଲି କୁହାଯିବ । ତାଙ୍କ ମୃତ୍ୟୁ ପଛର ଅନ୍ୟ କିଛି କାରଣ ସମ୍ପର୍କରେ ଏଯାଏଁ କୌଣସି ସୂଚନା ନାହିଁ । ଗତ ଜାନୁୟାରୀ ୨ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଫୁଲ୍ଲ ବିଶ୍ୱାଳ ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡରେ ଏବେ ବି ଚାଲିଛି ଉଦ୍ଧାର କାମ । ୨୦୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା । ୨୦ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ଦ୍ୱିତୀୟ ଦିନରେ ତପୋବନ ଟନେଲରେ ଆଗେଇ ଚାଲିଛି ଉଦ୍ଧାର କାମ । ନିର୍ମାଣାଧୀନ ଦ୍ୱିତୀୟ ଟନେଲ ଭିତରେ ଉଦ୍ଧାର କାମକୁ ତ୍ୱରାନ୍ୱିତ କରିଛନ୍ତି ଆଇଟିବିପି ଜବାନ । ନିଜେ ଆଇଟିବିପି ଡିଜି ପହଁଚି ଉଦ୍ଧାରକାମ ତଦାରଖ କରିଛନ୍ତି । ୨.୫ କିଲୋମିଟରର ଏହି ଟନେଲକୁ ଦେଖନ୍ତୁ । କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଉ କିଛି ଲୋକ ଏବେ ବି ଫଶି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାର ପ୍ରକ୍ରିୟା ଜାରି ରହିଛି ।

ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ମଧ୍ୟ ତପୋବନ ଟନେଲର ଉଦ୍ଧାର କାମ ଚାଲିଥିବା ଅଂଚଳରେ ପହଁଚି ନିଜେ ଏହାର ସମୀକ୍ଷା କରିଛନ୍ତି । ଉଦ୍ଧାର କାମରେ ଜେସିବି ଲଗାଯାଇଛି । ମାଟି ତଳେ ଫସିଥିବା ଶ୍ରମିକଙ୍କୁ ଠାବ କରିବାକୁ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଇଛି । ଏଥିପାଇଁ ଦିଲ୍ଲୀରୁ ସ୍ୱତନ୍ତ୍ର ଭାବେ ଡଗ୍ ସ୍କୁଆଡ୍ ଆସି ପହଁଚିଛି । ଫସିଥିବା ଲୋକଙ୍କୁ ବଂଚାଇବାକୁ ହେଲେ ୨୪ ଘଂଟା ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରବିବାର ସକାଳୁ ହିମସ୍ଖଳନ ପରେ ଏହି ଟନେଲ ଗୁଡିକରେ ଭର୍ତି ହୋଇଯାଇଥିଲା ମାଟି ଓ ପାଣି । ଯାହା ଭିତରେ ଫସିଥିଲେ ଶ୍ରମିକ । ଦ୍ୱିତୀୟ ଟନେଲରେ ପ୍ରାୟ ୩୬ ଜଣ ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ଶ୍ରମିକଙ୍କ ମଷ୍ଟର ରୋଲ୍ ଅନୁସାରେ ଏହି ଆକଳନ କରାଯାଉଛି ।

ଆଇଟିବିପି ଜବାନ , ଏସଡିଆରଏଫ୍ ଟିମ୍ ମଧ୍ୟ ଉଦ୍ଧାରକାମରେ ଲାଗିଛି । ରବିବାରର ଏହି ଲୋମଟାଙ୍କୁରା ପ୍ରାକୃତିକ ବିପର୍ଯ୍ୟୟ ପରେ ପ୍ରାୟ ଦେଢ ଶହ ଲୋକଙ୍କ ପତାମିଳୁନି । ପ୍ରଥମ ଟନେଲ ଭିତରେ ଫସିଥିବା ୧୬ ଜଣ ଶ୍ରମିକଙ୍କୁ ସଫଳତାର ସହିତ ଉଦ୍ଧାର କରିଛନ୍ତି ଆଇଟିବିପି ଜବାନ । ମୃତ୍ୟୁର ଟନେଲ ଭିତରୁ ସୁରକ୍ଷିତ ବାହାରି ଆସିବା ପରେ କିଛି ଏହିଭଳି ଖୁସିରେ ଆତ୍ମହରା ହୋଇପଡିଛନ୍ତି ଶ୍ରମିକ । ତେବେ ଆଉ ଏକ ଟନେଲ ଭିତରେ କିଛି ଶ୍ରମିକ ଫସି ରହିଥିବା କୁହାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ଉଦ୍ୟମ ।

ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଭୂମିକା ବେଶ ଗୁରୁତ୍ୱ ବହନ କରୁଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି, ୩ଏମଆଇ-୧୭, ଚିନୁକ, ୧ଏଏଲଏଚ । ଉତରାଖଣ୍ଡରେ ଆସିଥିବା ଏହି ପ୍ରଳୟ ଗୋଟିଏ କଥା କହୁଛି, ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ, କାହାକୁ କହି ଆସେନି ଆଉ ଥରେ ଆସିଲେ ଏମିତି ଚିହ୍ନ ଛାଡେ ଯାହାକୁ ଭୁଲିହୁଏନି ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୭୮ରେ ଇଂଲଣ୍ଡ ଅଲଆଉଟ । ବିଜୟ ପାଇଁ ଭାରତକୁ ଦରକାର ୩୮୧ ରନ

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୧୭୮ ରନରେ ଅଲଆଉଟ ହୋଇଥିବା ବେଳେ ଭାରତ ୧ ୱିକେଟ ହରାଇ ୩୯ ରନ କରିଛି । ଏହାସହ ମ୍ୟାଚର ୫ମ ଦିନରେ ଭାରତ ବିଜୟ ପାଇଁ ଆଉ ୩୮୧ ରନ ଆବଶ୍ୟକ କରୁଥିବାବେଳେ ହାତରେ ୯ଟି ଓ୍ବିକେଟ ଅଛି ।

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଚମତ୍କାର ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୪୬ ଓଭର ଖେଳି ୧୭୮ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଅଶ୍ୱିନୀ ୬ଟି ୱିକେଟ ହାସଲ କରିଥିଲେ ।

ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡ ଦମଦାର ପାଳି ଖେଳିଥିଲା । ଜୋ ରୁଟଙ୍କ ଦମଦାର ଦ୍ୱିଶତକ ବଳରେ ଇଂଲଣ୍ଡ ୫୭୮ ରନର ବିଶାଳ ସ୍କୋର ଛିଡା କରିଥିଲା । ହେଲେ ଭାରତ ତାର ପ୍ରଥମ ଇଂନିସରେ ଭଲ ପ୍ରଦର୍ଶନ କରିପାରିନଥିଲା । ପନ୍ତଙ୍କ ୯୧, ୱାସିଂଟନ ସୁନ୍ଦରଙ୍କ ୮୫ ଓ ପୂଜାରାଙ୍କ ୭୩ ରନ ବଳରେ ଭାରତ ୩୩୭ ରନ କରିଥିଲା ।

from Kanak News
via <a href="https://ifttt.com/?

ଧର୍ମୀୟ ଭାବନାକୁ ଆଘାତ କରି ବିକ୍ରି ହେଉଛି ଗୋବର୍ଦ୍ଧନ ପର୍ବତର ଶିଳା । ବିଜ୍ଞାପନ ଦେଇ ବିକ୍ରି କରୁଛି ଅନଲାଇନ୍ ସପିଂ କମ୍ପାନୀ

କନକ ବ୍ୟୁରୋ : କୋଟି କୋଟି ହିନ୍ଦୂୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାରେ ଥିବା ଗୋବର୍ଦ୍ଧନ ପର୍ବତର ଶିଳାକୁ ବିକ୍ରି କରୁଛି ଅନଲାଇନ୍ ସପିଂ କମ୍ପାନୀ । ଏହି  ସପିଂ କମ୍ପାନୀ ଇଣ୍ଡିଆ ମାର୍ଟରେ ମଧ୍ୟ ବିଜ୍ଞାପନ ଦେଇଛି । ବିଜ୍ଞାପନରେ ଶିଳାର ଦାମ ୫ ହଜାର ଟଙ୍କା ଲେଖା ଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଗିରି ଗୋବର୍ଦ୍ଧନ ଶୀଳା, ଗୋବର୍ଦ୍ଧନ ଷ୍ଟୋନ, ଗିରିରାଜ କୃଷ୍ଣ ଶିଳା ନାଁ ମଧ୍ୟ ରଖା ଯାଇଛି ।
ସୋମବାର ଦିନ ଏହି ବିଜ୍ଞାପନ ସୋସିଆଲ ମିଡିଆରେ ସାଧୁସନ୍ଥ ଓ ସ୍ଥାନୀୟ ଲୋକ ଦେଖିବା ପରେ ଭୀଷଣ ରାଗି ଯାଇଥିଲେ । ଏହାକୁ ନେଇ ଶ୍ରଦ୍ଧାଳୁ ଓ ସନ୍ଥ ମାନେ ଗୋବର୍ଦ୍ଧନ ଥାନା ଘେରାଉ କରି ହଙ୍ଗାମା କରିଛନ୍ତି । କମ୍ପାନୀ ମାଲିକ ନାମରେ ମାମଲା ରୁଜୁ କରି ତାଙ୍କୁ ଗିରଫ୍ କରିବାକୁ ଦାବି କରିଛନ୍ତି ସାଧୁସନ୍ଥ ମାନେ ।

ଏନେଇ ସାଧୁ ଦିନବନ୍ଧୁ ଦାସ ମହାରାଜ କହିଛନ୍ତି କି ଗିରିରାଜ ହେଉଛନ୍ତି ସାଧୁସନ୍ଥ ଓ ବ୍ରିଜବାସୀଙ୍କ ଇଷ୍ଟ ଦେବତା । ଧାର୍ମିକ ଗ୍ରନ୍ଥରେ ଗିରିରାଜଙ୍କ ଶିଳାକୁ ଗିରିରାଜ ପାଦଦେଶରୁ ବାହାରକୁ ନେବା ନିଷିଦ୍ଧ ରହିଥିବା ବେଳେ ଅନଲାଇନ୍ ସପିଂ କମ୍ପାନୀ ଏଭଳି କରିବା ଏକ ବଡ ଅପରାଧ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହାର ନେଇ ବ୍ରିଜବାସୀ ଅଭିଯୋଗ କରିଛନ୍ତି କି ଗୋବର୍ଦ୍ଧନ ପର୍ବତକୁ ବିକ୍ରି କରିଦେବାକୁ ଉଦ୍ୟମ ଚାଲିଛି । ଗୋବର୍ଦ୍ଧନ ଶିଳାର ଦାମ୍ ଲାଗାଇ ତାକୁ ଖୋଲା ଖୋଲି ବିକ୍ରି କରାଯାଉଛି । ଏଭଳି କରି ସେମାନେ ହିନ୍ଦୁ ଧର୍ମର ଭାବନକୁ ଆଘାତ ଦେଇଛନ୍ତି । ଏଭଳି ଲୋକଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।

from Kanak News
via <a href="https://ifttt.com/?

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା?

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ୧୫ ତାରିଖ ଯାଏଁ ଚାଲିବ ପରୀକ୍ଷା । ପ୍ରଥମ ଦିନ ମେ ୩ରେ ହେବ ମାତୃଭାଷା ଓଡିଆ ପରୀକ୍ଷା । ସକାଳ ୮ରୁ ୧୦ଟା ଯାଏଁ ପରୀକ୍ଷା ଚାଲିବ ।

ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡିଆ

ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ

ମେ ୭ (ଶୁକ୍ରବାର) ହିନ୍ଦୀ

ମେ ୮(ଶନିବାର) ସଂସ୍କୃତ 

ମେ ୧୦ (ସୋମବାର)ଗଣିତ ପରୀକ୍ଷା

ମେ ୧୨(ବୁଧବାର) ବିଜ୍ଞାନ

ମେ ୧୫ (ଶନିବାର) ସାମାଜିକ ବିଜ୍ଞାନ

ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର ।

୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ଯାଏଁ ଚାଲିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started