ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଘାତକ ବୋଲିଂ । ଦ୍ୱିତୀୟ ଇଂନିସରେ ୧୭୮ ରନରେ ଅଲଆଉଟ ହେଲା ଇଂଲଣ୍ଡ ଦଳ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଚମତ୍କାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୪୬ ଓଭର ଖେଳି ୧୭୮ ରନ କରିବାରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଅଶ୍ୱିନୀ ୬ଟି ୱିକେଟ ହାସଲ କରିଛନ୍ତି । ଏହାସହ ଏବେ ଭାରତକୁ ୪୨୦ ରନର ଟାର୍ଗେଟ ଦେଇଛି ଇଂଲଣ୍ଡ ।

ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡ ଦମଦାର ପାଳି ଖେଳିଥିଲା । ଜୋ ରୁଟଙ୍କ ଦମଦାର ଦ୍ୱିଶତକ ବଳରେ ଇଂଲଣ୍ଡ ୫୭୮ ରନର ବିଶାଳ ସ୍କୋର ଛିଡା କରିଥିଲା । ହେଲେ ଭାରତ ତାର ପ୍ରଥମ ଇଂନିସରେ ଭଲ ପ୍ରଦର୍ଶନ କରିପାରିନଥିଲା । ପନ୍ତଙ୍କ ୯୧, ୱାସିଂଟନ ସୁନ୍ଦରଙ୍କ ୮୫ ଓ ପୂଜାରାଙ୍କ ୭୩ ରନ ବଳରେ ଭାରତ ୩୩୭ ରନ କରିଥିଲା ।

ଏହାପରେ ଇଂଲଣ୍ଡ ଏବେ ଦ୍ୱିତୀୟ ଇଂନିସରେ ପୂରା ଖରାପ ପ୍ରଦର୍ଶନ କରିଛି । ୧୭୮ ରନରେ ଅଲଆଉଟ ହେବା ସହ ଭାରତକୁ ୪୨୦ ରନର ବିଜୟ ଲକ୍ଷ୍ୟ ଦେଇଛି । ଏହି ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଏବେ ବ୍ୟାଟିଂ ଆରମ୍ଭ ଜାରି ରଖିଛି ।

from Kanak News
via <a href="https://ifttt.com/?

ବୟସ ହୋଇଗଲା ବୋଲି ବୁଢାବାପାକୁ ରାସ୍ତାରେ ଛାଡିଗଲେ ପୁଅବୋହୂ । ଯାତ୍ରା ଦେଖାଇବାକୁ କହି କେନ୍ଦ୍ରାପଡାରୁ ଆଣି କଟକରେ ଛାଡିଗଲେ…

କନକ ବ୍ୟୁରୋ: ବାପା ! ଦୁଇଟି ଅକ୍ଷରରେ ସାରା ବିଶ୍ୱ । ବାପା ଗୋଟେ ବିଶ୍ୱାସ ଡାକ, ନିଶ୍ୱାର ନାଁ । ବାପା ଆମ ଜୀବନରେ ବଡ ସେତୁବନ୍ଧ । ଯାହା ଉପରେ ଚାଲି ଆମେ ବଡ ହେଉ, ବଞ୍ଚିବା ଶିଖୁ । ପିଲାବେଳେ ବାପାଙ୍କ ଆଙ୍ଗୁଠି ଧରି ଯେଉଁପିଲା ବାଟଚଲା ଶିଖେ ସେହି ପୁଅ ବଡ ହେଲା ପରେ ବାପାଙ୍କ ହାତ ଛାଡିଦିଏ । ଆଜିର ଏ ସ୍ୱାର୍ଥପର ଦୁନିଆରେ ବାପାଙ୍କୁ ବାଡେଇବା, ବାପାଙ୍କୁ ବିଦା କରିଦେବା ଭଳି ଅନେକ ଖବର ସମ୍ବାଦପତ୍ରର ଶିରୋନାମା ପାଲଟୁଛି ଯାହାକୁ ଦେଖି ମନରେ ପ୍ରଶ୍ନ ଆସେ ଧିକ ସେ ପୁଅପଣିଆକୁ । ପୁଅ ଜନ୍ମ କରି କଣ ବାପା ପାପ କରିଛନ୍ତି ?
ସେମିତି ଏକ ଖବର ଆସିଛି ସିଲଭରସିଟି କଟକରୁ । ଯେଉଁଠି ଜଣେ ବାପାଙ୍କୁ ବାଟରେ ବେସାହାରା କରି ପଲାଇଛି ପୁଅ । ବୁଲାଇ ନେବାର ବାହାନା କରି ପର କରିଦେଇଛି ପୁଅ । ଖାଲି ପୁଅ ନୁହେଁ ବୁଢାବୟସରେ ରାସ୍ତା କଡରେ ୭୨ ବର୍ଷର ଏ ଅସହାୟ ବାପାଙ୍କୁ ଛାଡି ପଳାଇଛନ୍ତି ପୁଅବୋହୂ । ଆଉ ପର ସହରର ଭିଡ ଭିତରେ ପୁଅକୁ ଭାରି ଖୋଜୁଥିଲେ ବାପା । ହେଲେ ସେ କେମିତି ଜାଣିବେ ତାଙ୍କ ପୁଅ ତାଙ୍କୁ ଘରୁ ଆଣି ପର ସହରରେ ଛାଡିଯାଇଛି ବୋଲି…

କଟକ ଶିଶୁ ଭବନ ରାସ୍ତାକଡରୁ ଉଦ୍ଧାର ହୋଇଥିବା ଏ ବୃଦ୍ଧ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଗଜେନ୍ଦ୍ର ନାୟକ । ଶନିବାର ରାତିରୁ ମେଡିକାଲ ବାରଣ୍ଡାରେ ପଡିରହିଛନ୍ତି । ବୃଦ୍ଧଙ୍କୁ ଅସହାୟ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ମଉସାଙ୍କୁ ଖାଇବାକୁ ଦେଇଥିଲେ । ଅଭିଯୋଗ ହେଉଛି କି ଅଧରାତିରେ ପୁଅବୋହୂ ବୁଢାବାପାଙ୍କୁ ଏସବିଆଇ ଏଟିଏମ ନିକଟରେ ଛାଡି ଛୁ ମାରିଥିଲେ । ବାପାଙ୍କୁ ଯାତ୍ରା ଦେଖାଇବାକୁ ଆଣି କଟକ ରାସ୍ତାକଟରେ ଛାଡି ଦେଇଗଲେ । ତେବେ ପୋଲିସ ବୃଦ୍ଧଙ୍କ ଫଟୋ କେନ୍ଦ୍ରାପଡା ଥାନାକୁ ପଠାଇଥିବା ସୂଚନା ମିଳିଛି । ଆଉ ଏଭଳି ଏକ ଘଟଣାକୁ ଅନେକ ନିନ୍ଦା ବି କରିଛନ୍ତି ।

ତେବେ କଟକରୁ ଆସିଥିବା ବୁଢାବାପାର ଏ କରୁଣ କାହାଣୀ ହିଁ ବୟାନ କରୁଛି ସତରେ ମାନବିକତା ଧିରେଧିରେ ମରିମରି ଯାଉଛି । ସମସ୍ତେ ନୁହେଁ କିଛି ପୁଅ ବଡ ହେବା ପରେ ବାପାଙ୍କୁ ବୋଝ ଭାବୁଛନ୍ତି । ବାପାଙ୍କୁ ପର କରିଦେଉଛନ୍ତି । ତେବେ ବାପାଙ୍କୁ ଜୀବନରେ ବୋଝ ଭାବୁଥିବା ସେହି ପୁଅମାନଙ୍କୁ ଗୋଟିଏ ପ୍ରଶ୍ନ । ଯେଉଁ ବାପାକୁ ଆଜି ପର କରିବାକୁ ହାତ ଯାଉଛି ସେହି ବାପା କଣ ତୁମ ପାଇଁ କିଛି କରି ନାହାନ୍ତି ? ନିଜ ରକ୍ତକୁ ଝାଳ କରି ମଣିଷ କରିଥିବା ବାପାଙ୍କୁ ପୁଅମାନେ ଏମିତି ଉପହାର ଦେବା କେତେ ଦୂର ଠିକ? ବାପାଙ୍କୁ ବୋଝ ଭାବୁଥିବା ପୁଅମାନେ ନିଜ ବାପାଙ୍କ ତ୍ୟାଗକୁ ଥରେ ମନେପକାନ୍ତୁ । ଦେଖିବେ ଦିନେ ଦୁନିଆରୁ କମିଯିବ ଏମିତି ଘଟଣା । ଆଉ ବାପାମାନେ କହିବେ ମୋ ପୁଅ କୋଟିଏରେ ଗୋଟିଏ…

from Kanak News
via <a href="https://ifttt.com/?

ମାଓବାଦୀଙ୍କ ମୃତ୍ୟୁ ସାଜି ଆସୁଛନ୍ତି ମହିଳା କମାଣ୍ଡୋ । ଘଞ୍ଚ ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ କରିବେ ନିପାତ । ମାଟି ମାଆର ସୁରକ୍ଷା ପାଇଁ ସିଏଆରପିଏଫରେ ସାମିଲ ହେଲା ନାରୀଶକ୍ତି ।

କନକ ବ୍ୟୁରୋ: ନକ୍ସଲଙ୍କୁ ମିଳିବନି ନିସ୍ତାର, ଆସୁଛନ୍ତି ସିଆରପିଏଫର ନାରୀଶକ୍ତି । ବଣ ପାହାଡ ଘେରା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କୁ ଖୋଜି ଖୋଜି ନିପାତ କରିବେ ଲେଡି କମାଣ୍ଡୋ । ମାଓବାଦୀଙ୍କ ପାଇଁ କାଳ ସାଜି ଆସୁଛନ୍ତି କୋବ୍ରା ଫୋର୍ସ । ମୁହଁରେ ମାଟି ମାଆର ରଙ୍ଗ, ମୁଣ୍ଡରେ କଳା କପଡା ଆଉ ହାତରେ ଘାତକ ହତିଆର ଧରି, ଶତ ସିଂହର ବଳ ନେଇ ଏବେ ଜଙ୍ଗଲୀ ଦସ୍ୟୁଙ୍କ ସହ ଯୁଦ୍ଧ କରିବେ ଲେଡି କମାଣ୍ଡୋ ଆଉ ଶତ୍ରୁଙ୍କ ପାଇଁ ସାଜିବେ ସିଂହବାହିନୀ ।

ସେ ପାଣି ହେଉ କି ନିଆଁ, ଖରା ହେଉ ବି ବର୍ଷା, ସବୁପରିସ୍ଥିତିରେ ସଜାଗ ରହି ମାଓବାଦୀଙ୍କୁ ମାରିବେ ସିଆରପିଏଫର ଆଣ୍ଟି ନକ୍ସଲ କୋବ୍ରା ୱିଙ୍ଗସ । ମାଓବାଦୀ ମୁକାବିଲା ପାଇଁ ପୂର୍ବରୁ କୋବ୍ରା ବାଟାଲିୟନ ମୁତୟନ ଥିବାବେଳେ ଏବେ ପ୍ରଥମ ଥର ପାଇଁ କୋବ୍ରା ଗ୍ୟାଙ୍ଗରେ ସାମିଲ ହୋଇଛନ୍ତି ମହିଳା । ଗୁରୁଗ୍ରାମର ଏକ ସେନା ଟ୍ରେନିଂ ସେଣ୍ଟରରେ ଏହି ମହିଳାମାନଙ୍କ ପ୍ରଶିକ୍ଷଣ ଶେଷ ହେବା ପରେ ଏମାନଙ୍କୁ ମାଓ ଇଲାକାରେ ମୁତୟନ କରାଯିବ । ଓଡିଶା, ଛତିଶଗଡ ସୀମାନ୍ତବର୍ତ୍ତୀ ଇଲାକାରେ ନକ୍ସଲଙ୍କ ନିଦ ହଜାଇବାକୁ ଏମାନଙ୍କୁ କରାଯିବ ମୁତୟନ ।

ତେବେ ୩୪ ଜଣ ମହିଳାଙ୍କୁ ବର୍ତ୍ତମାନ କୋବ୍ରା ୟୁନିଟରେ ସାମିଲ କରାଯାଇଥିବା ବେଳେ ଆଗାମୀ ଦିନରେ ୧୦୦ ଜଣଙ୍କୁ ସାମିଲ କରାଯିବ । ତିନି ମାସ ଯାଏଁ ୩୪ ଲେଡି କମାଣ୍ଡୋଙ୍କୁ କଠୋର ଟ୍ରେନିଂ ଦିଆଯିବ । ଗୁଳିଚାଳନା, ଅସ୍ତ୍ରଶସ୍ତ୍ର ବାବହାର, ଅପରେସନର ରଣକୌଶଳ, ଶତ୍ରୁ ଶିବିରର ସନ୍ଧାନ, ବୋମା ନିଷ୍କ୍ରିୟ କଳା, ଅପରେସନ ବେଳେ କେମିତି ନଖାଇ ନପିଇ ଜଙ୍ଗଲରେ ନକ୍ସଲଙ୍କ ପ୍ରତି ଜବାବ ଦେଇହେବ ସେ ବାବଦରେ ଦିଆଯିବ ଟ୍ରେନିଂ ।

କୋବ୍ରା ବାହିନୀଙ୍କୁ ଏମିତି କଳାକୌଶଳ ମାଲୁମ, ଯେତେ ଘଞ୍ଚ ଜଙ୍ଗଲ ହୋଇଥିଲେ ବି ଏମିତି ଆକ୍ରମଣ କରନ୍ତି ମାଓବାଦୀ ତାର ପତ୍ତଅନ୍ତା ପାଆନ୍ତି ନାହିଁ । ଆଉ ଏବେ ମାଓବାଦୀଙ୍କ ଦମନ ପାଇଁ କାଳ ସାଜି ଆସୁଛନ୍ତି ଲେଡି କମାଣ୍ଡୋ ।

from Kanak News
via <a href="https://ifttt.com/?

କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ର କରୁଛି ନିର୍ବାଚନ । ତଳଗଞ୍ଜେଇ ପଦର ଓ ଫଗୁଣସିନେରିର ୨ ସରପଞ୍ଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ।

କନକ ବ୍ୟୁରୋ : ଓଡିଶା ଉପରେ ପଡୋଶୀର ଆଖି । ଆଗରୁ ସୀମାକୁ ମାଡି ଆସୁଥିଲା, ଆଉ ଏବେ ନିର୍ବାଚନ କରୁଛି । କୋରାପୁଟ କୋଟିଆର ୩ଟି ପଂଚାୟତରେ ନିର୍ବାଚନ ଆୟୋଜନ କରୁଛି ଆନ୍ଧ୍ର ପ୍ରଦେଶ । ଏହିକ୍ରମରେ କୋଟିଆର ତଳଗଂଜେଇ ପଦର ଓ ଫଗୁଣସିନେରିର ୨ ଜଣ ସରପଂଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । କେବଳ ଔପଚାରିକ ଘୋଷଣା ବାକି ରହିଛି ।

ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା । ହେଲେ ଓଡିଶାରୁ ଆନ୍ଧ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୨ ଜଣ ସରପଂଚ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଯେହେତୁ ଆଉ କେହି ପ୍ରାର୍ଥୀ ହୋଇ ନାହାନ୍ତି, ତେଣୁ ସେମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୧୩ରେ ପଟୁ ସିନେରିରେ ପଂଚାୟତ ନିର୍ବାଚନ କରିବ ଆନ୍ଧ୍ର ।

ସେପଟେ କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଓଡିଶା । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ଜଣାପଡିଛି । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ ।

ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର କରିଛନ୍ତି । ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆ ପଂଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଂଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି । ଆଗାମୀ ୧୩ ତାରିଖରେ ଏହି ଅଂଚଳରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି ।

ତେବେ ପୂର୍ବରୁ କେବଳ ଏହି ଅଂଚଳରେ ସରକାରୀ ଯୋଜନା ବିତରଣ କରୁଥିବା ଆନ୍ଧ୍ର ସରକାର ନିର୍ବାଚନ କରି ଓଡିଶାର ସୀମାନ୍ତ ଗାଁକୁ ନିଜ ଅକ୍ତିଆରକୁ ନେବାପାଇଁ ଷଡଯନ୍ତ୍ର କରିଛନ୍ତି । ଯାହାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ରଣନୀତି ପ୍ରସ୍ତୁତ ହେବାପରେ ସୁପ୍ରିମକୋର୍ଟରେ ଆନ୍ଧ୍ର ଚାଲବାଜିର ସମସ୍ତ ତଥ୍ୟ, ପ୍ରମାଣ ଉପସ୍ଥାପନ କରାଯିବ ବୋଲି ଜଣାପିଡିଛି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ପଛର ବିନ୍ଧାଣୀ କିଏ? ଶ୍ରେୟ ନେବାକୁ ହେଉଛି କି ଟ୍ୱିଟର ପୋଷ୍ଟ?

କନକ ବ୍ୟୁରୋ : ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ । ଗୋଟିଏ ପଟେ ପୁରୀରୁ ମୁଖ୍ୟମନ୍ତ୍ରୀଙ୍କ କଡା ବାର୍ତ୍ତା, ଆଉ ଅନ୍ୟପଟେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଓଡ଼ିଶାର ସାଂସଦ ମାନେ ଭେଟିବା ପରେ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହୃତ କରାଯାଇଛି । କିନ୍ତୁ ଏହି ବାଇ-ଲ ପ୍ରତ୍ୟାହୃତ ହେବା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତିର ଚର୍ଚ୍ଚା ।  କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇବା ପଛର ଶ୍ରେୟ କାହା ପାଖକୁ ଯିବ ତାହାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଉଭୟ ବିଜେପି-ବିଜେଡିର ସାଂସଦ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ  । କିନ୍ତୁ ଏକାଠି ନୁହେଁ ବରଂ ଅଲଗା ଅଲଗା ହୋଇ । ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କରିଥିବା ଟ୍ୱିଟରେ,  ଗୋଟିଏ ଫଟୋରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସହ ବିଜେପିର ଉଭୟ ରାଜ୍ୟସଭା ଓ ଲୋକସଭାର କିଛି ସାଂସଦ ତାଙ୍କୁ ଭେଟିବା ସହ ପୁରୀ ସମ୍ବନ୍ଧୀୟ ପ୍ରସ୍ତାବିତ ବାଇ-ଲ ବାବଦରେ ଆଲୋଚନା କରିଥିଲେ । ବିଜେପି ସାଂସଦଙ୍କ ସହ ଆଲୋଚନା ପରେ ଏହି ବାବଦରେ ଆସିଥିବା ନୋଟିଫିକେସନ ଏନଏମଏର ଚେୟାରମ୍ୟାନଙ୍କ ଅଜାଣତରେ ଜାରି କରାଯାଇଥିଲା ଯାହାକୁ ପ୍ରତ୍ୟାହୃତ କରାଗଲା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହି ଟ୍ୱିଟ୍ ଠିକ୍ ଅପରାହ୍ନ ୧୨ଟା ୫୩ ମିନିଟ୍ ସମୟରେ କରିଥିଲେ ।

https://platform.twitter.com/widgets.js

ଆଉ ଠିକ୍ ୧୧ ମିନିଟ୍ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଆଉ ଏକ ଟ୍ୱିଟ୍ ଆସିଲା ଯେଉଁଥିରେ ପ୍ରହଲ୍ଲାଦ ସିଂ ପଟେଲ ବିଜେଡିର ସାଂସଦଙ୍କ ସହ ଥିବାର ଦେଖିବାକୁ ମିଳିଥିଲା । ସେହି ସମାନ ବିଷୟବସ୍ତୁକୁ ଧରି ବିଜେଡି ସାଂସଦ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ, ଆଉ ପ୍ରହଲ୍ଲାଦ ମଧ୍ୟ ଏହି ବାଇ-ଲକୁ ପ୍ରତ୍ୟାହୃତ ନିର୍ଦ୍ଦେଶ ଦେଇଥିବା ଦେଇଥିବା ନେଇ ବିଜେଡି ସାଂସଦଙ୍କୁ କହିଥିଲେ । ଏପରିକି ଆଗକୁ ପୁରୀକୁ ନେଇ କୌଣସି କାର୍ଯ୍ୟ କରାଗଲେ ତାହା ସମସ୍ତଙ୍କର ସହମତିରେ ହେବ ବୋଲି ବିଜେଡି ସାଂସଦଙ୍କୁ କହିଥିଲେ ପ୍ରହଲ୍ଲାଦ । ଆଉ ଏହାପରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ବାଇ-ଲ ପ୍ରତ୍ୟାହୃତ ହୋଇଥିବା ନେଇ ଖବର ବାଜିଲା ।

https://platform.twitter.com/widgets.js

କିନ୍ତୁ ପ୍ରଶ୍ନ ଉଠୁଛି, ସମାନ ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀଙ୍କୁ ଅଲଗା ଅଲଗା ହୋଇ ଭେଟିବା ପଛର କଣ ରହିଛି ବଡ କାରଣ? ଉଭୟ ଦଳର ନେତା ଚାହିଁଥିଲେ ଏକସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖିପାରିଥାନ୍ତେ । ଯେହେତୁ ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ଏବଂ ଶ୍ରୀମନ୍ଦିରର ବିକାଶ ସହ ଏହି ପ୍ରସଙ୍ଗ ଜଡିତ ରହିଥିଲା ତେଣୁ ଏକାସାଥୀରେ ଯିବାରେ କଣ ବା ସମସ୍ୟା ରହିଥିଲା । କାରଣ ଉଭୟ ଦଳର ନେତା ରାଜ୍ୟବାସୀଙ୍କ ହକ୍ ତଥା ରାଜବାସୀଙ୍କ ସ୍ୱାର୍ଥ ସହ ଜଡିତ ରହିଥିବା ପ୍ରସଙ୍ଗରେ ଏକ ହୋଇ ଲଢେଇ କରିବାକୁ ଅନେକ ଥର ଆହ୍ୱାନ ଦେଇଛନ୍ତି । ଆଉ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକାଠି ଭେଟିବାକୁ ଯାଇଥିଲେ ହୁଏତ ରାଜ୍ୟବାସୀଙ୍କ ହକର ଲଢେଇରେ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଉଭୟ ଦଳ କାମ କରୁଛନ୍ତି ବୋଲି ଏକ ବାର୍ତ୍ତା ଯାଇଥାନ୍ତା ।   କିନ୍ତୁ ଏଭଳି କରିବା ପରିବର୍ତ୍ତେ  ନିଜ ଦଳୀୟ ସାଂସଦଙ୍କୁ ଧରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବା ପଛରେ ଲୁଚି ରହିଥିଲା କି ଶ୍ରେୟ ରାଜନୀତି? ଏଭଳି ଏକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ଏକଥା ଏଥିପାଇଁ କୁହାଯାଉଛି କାରଣ, ଏହି ବାଇ-ଲ ପ୍ରତ୍ୟାହୃତ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ଆମ ଦଳର ସାଂସଦଙ୍କ ସହ ପ୍ରସ୍ତାବିତ ବାଇ-ଲକୁ ସ୍ଥଗିତ ରଖିବାକୁ ଆଲୋଚନା ପରେ ଏହାକୁ ସଙ୍ଗେ ସଙ୍ଗେ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ସେଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଧର୍ମେନ୍ଦ୍ର । ସେହିଭଳି ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଜେଡି ସାଂସଦ ଭେଟି ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହୃତ କରିବାକୁ ଦାବି ଜଣାଇଥିବା ବେଳର ଫଟୋ ପୋଷ୍ଟ କରିଥିବା ବେଳେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି, ଗତକାଲି ଏହି ବାଇ-ଲକୁ ପ୍ରତ୍ୟାହୃତ କରିବାକୁ ୨୪ ଘଣ୍ଟା ସମୟ ଦେଇଥିଲୁ । ଆଉ ଆଜି ଏହି ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହୃତ କରିବା ମୋତେ ଖୁସି ଦେଇଛି ବୋଲି କହିଛନ୍ତି ଅମର । ଯାହା ଦର୍ଶାଉଛି ଯେ, ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହେବା ପରେ ଏହାର ଶ୍ରେୟ କିଏ ନେବ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

from Kanak News
via <a href="https://ifttt.com/?

ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ବିକଳ୍ପ ଜାଗା ଖୋଜା : ପୂର୍ବ ସ୍ଥାନରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ କହିଲେ ବିଏମସି କମିଶନର

କନକ ବ୍ୟୁରୋ : ଖଣ୍ଡଗିରି ଯାତ୍ରାର ଆୟୋଜନକୁ ନେଇ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି । ତା’ଛଡ଼ା ଖଣ୍ଡଗିରି ଯାତ୍ରାକୁ ଦୈନିକ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । ତେଣୁ ସେହି ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ । ଏଥିଲାଗି ବିକଳ୍ପ ସ୍ଥାନ ଖୋଜା ଚାଲିଛି ବୋଲି ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଏଣେ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏବାବଦରେ  ଆଲୋଚନା କରି ଉଭୟଙ୍କ ପରାମର୍ଶ ନିଆଯାଇଛି । କରୋନାର ସଫଳ ମୁକାବିଲାରେ ରାଜଧାନୀବାସୀଙ୍କ ସହଯୋଗ ମିଳିଛି । କୌଣସି ଭୁଲ ନିଷ୍ପତ୍ତି ପୁଣି ବୁମେରାଂ ହୋଇପାରେ । ଏଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ । ଏନେଇ ଆଜି ପୁଣି ଆୟୋଜକଙ୍କ ସହ ଆଲୋଚନା ହେବ ଓ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ଜବତ ନକଲି ସାମଗ୍ରୀ ମାଟିରେ ମିଶିଲା : ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲ ଉପରେ ରୋଲର୍‌ ମଡ଼ାଇ କରାଗଲା ନଷ୍ଟ

କନକ ବ୍ୟୁରୋ : ଗତ ଦୁଇମାସ ଭିତରେ କମିସନରେଟ୍‌ ପୁଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଘିଅ, ସ୍କ୍ବାସ୍‌, ସସ୍‌ ଓ ଆଚାର ପ୍ରଭୃତି ଜବତ କରିଥିଲା । ସୁବାସ କମ୍ପାନିରୁ ଜବତ କରାଯାଇଥିବା ସାମଗ୍ରୀ ସବୁକୁ ରବିବାର ସିଏମ୍‌ସି ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ ନଷ୍ଟ କରିଦେଇଛି । ଘିଅକୁ ମାଟିତଳେ ପୋତାଯାଇଥିବାବେଳେ ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲ ଉପରେ ରୋଲର୍‌ ମଡ଼ାଇ ନଷ୍ଟ କରି ଦିଆଯାଇଛି । ଅଦାଲତଙ୍କ ଅନୁମତି ପରେ ସେ ସବୁକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି ।

ରବିବାର ମଧ୍ୟାହ୍ନରେ ଜଗତପୁର ନୂତନ ଶିଳ୍ପାଞ୍ଚଳସ୍ଥିତ ସୁବାସ ଘିଅ କାରଖାନା ପରିସରରେ କମିସନରେଟ୍‌ ପୁଲିସର କଟକ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଆଇଆଇସି ରବୀନ୍ଦ୍ରନାଥ ମେହେର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ଓ ଖାଦ୍ୟ ସୁରକ୍ଷା ନିରୀକ୍ଷକ ଭଗବାନ ଲେଙ୍କା ପ୍ରମୁଖ ପହଞ୍ଚିଥିଲେ । ସେମାନଙ୍କ ଉପସ୍ଥିତିରେ ଜବତ କରାଯାଇଥିବା ବିପୁଳ ପରିମାଣର ଘିଅକୁ ମାଟିତଳେ ପୋତିଦିଆଯିବା ସହ ରୋଲର ଓ ଜେସିବି ଦ୍ୱାରା ଅପମିଶ୍ରିତ ସ୍କ୍ବାସ୍‌, ସସ୍‌ ଓ ଆଚାର ବୋତଲକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୩୦ ତାରିଖରେ କମିସନରେଟ ପୁଲିସ ପକ୍ଷରୁ ଏଠାରେ ଚଢ଼ାଉ କରାଯାଇ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଘିଅ, ରିଫାଇନ୍‌ ତେଲ, ଆଚାର, ସ୍କ୍ବାସ୍‌ ଓ ସସ୍‌ ସହିତ ଯନ୍ତ୍ରାଂଶଗୁଡ଼ିକୁ ଜବତ କରାଯାଇ କାରଖାନାକୁ ସିଲ କରାଯାଇଥିଲା। ଜବତ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଲବୋରେଟୋରିକୁ ପଠାଯାଇଥିଲା । ପରୀକ୍ଷାରେ ସେଗୁଡ଼ିକ ଅପମିଶ୍ରିତ ବୋଲି ପ୍ରମାଣିତ ହେବାପରେ ସେ ସବୁକୁ ନଷ୍ଟ କରିବା ପାଇଁ କମିସନରେଟ ପୁଲିସ ଅଦାଲତରେ ଆବେଦନ କରାଯାଇଥିଲା । ଅଦାଲତଙ୍କ ଅନୁମତି ମିଳିବା ପରେ ସେସବୁକୁ ନଷ୍ଟ କରାଯାଇ ମାଟିରେ ମିଶାଇ ଦିଆଯାଇଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ବର୍ଷ ବୟସରେ ପରଲୋକ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଜଣାଶୁଣା ସିନେ ସମୀକ୍ଷକ, ସୁ‌‌ଲେଖକ, ଚଳଚ୍ଚିତ୍ର ସାମ୍ବାଦିକ ରଣଧୀର ଦାସଙ୍କର ରବିବାର ସକାଳ ୧୦ଟା ୫୫ରେ ଡଗରପଡ଼ା ଷ୍ଟୋନି ରୋଡ୍‌ ବାସଭବନରେ ପରଲୋକ ଘଟିଛି । ତାଙ୍କୁ ୮୨ବର୍ଷ ‌ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ସୁଲେଖିକା ବିଜୟିନୀ ଦାସ, ବଡ଼ଭାଇ ଡାକ୍ତର ରଘୁବୀର ଦାସ, ସାନଭାଇ ଇଞ୍ଜିନିୟର ବଣ୍‌ବୀର ଦାସ, ପୁଅ ଅମରଜିତ ଦାସ, ବୋହୂ ମିନତୀ ଦାସ, ଝିଅ ମଧୁମିତା ମହାନ୍ତି, ଜ୍ବାଇଁ ସୌରଭ ମହାନ୍ତି, ନାତୁଣୀ ଅନ୍ବେଷାଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ କବି ଅମରେଶ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଆଇନଜୀବୀ ଯଶୋବନ୍ତ ଦାସ, ସମାଜସେବୀ ଶୈଳ ବେହେରା, ସାବିତ୍ରୀ ଚୌଧୁରୀ, ଅଭିନେତା ଚନ୍ଦନ ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଷ୍ଟୋନିରୋଡ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସତୀଚୌରା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ଅମରଜିତ ମୁଖାଗ୍ନି ଦେଇଥିଲେ ।

ରଣଧୀର ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ବିଶିଷ୍ଟ ଲେଖକ ତଥା ଚଳଚ୍ଚିତ୍ର ସାମ୍ବାଦିକ ରଣଧୀର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ‘ଲୋହିତ ସନ୍ଧ୍ୟା’, ‘ଗଳ୍ପ ଆଜି ଓ କାଲି’ ଭଳି ସାହିତ୍ୟ ରଚନା ସହ ଚଳଚ୍ଚିତ୍ର ଜଗତରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ରଣଧୀର ଦାସ ୧୯୩୮ମସିହା ସେପ୍ଟେମ୍ବର ୨୩ତାରିଖରେ ଡଗରପଡ଼ାରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍‌ସା କଲିଜିଏଟରୁ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍‌ସା କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ମାନ୍ଦ୍ରାଜ୍‌ରେ ସିଭିଲ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରି ବ୍ୟବସାୟ‌ରେ ପାଦ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କଟକ ଡଗରପଡ଼ା ଘରେ ‘ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ଗଢ଼ି ବହୁ ଓଡ଼ିଆ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶ୍ରୀ ଦାସ ‘ଜୀବନରଙ୍ଗ’ ନାମକ ଏକ ଓଡ଼ିଆ ପତ୍ରିକା ପ୍ରକାଶନ କରି ଦୀର୍ଘ ୪୫ବର୍ଷ ଧରି ତାହାର ସଂପାଦନା କରୁଥିଲେ। ‘ମଥୁରା ବିଜୟ’, ‘ମାଂସର ବିଳାପ ଭଳି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିବା ସହିତ ‘କଥା କହିବ ମୋ ମଥା ସିନ୍ଦୂର’ ଓ ‘ପୁଅ ଭାଙ୍ଗିଦେଲା ସୁନା ସଂସାର ଭଳି ଚଳଚ୍ଚିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ। ଶ୍ରୀ ଦାସ ‘ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ’, ‘ଲୋହିତ ସନ୍ଧ୍ୟା’, ‘ଗଳ୍ପ ଆଜି ଓ କାଲି’, ‘ଝଡ଼ ଓ ଝଙ୍କାର’, ‘ଶେଷ ପାହାଚ’ ଭଳି କଥା ସାହିତ୍ୟ ରଚନା କରି ‌ସ୍ବତନ୍ତ୍ର ପାଠକୀୟ ଶ୍ରଦ୍ଧା ଅର୍ଜନ କରିଥିଲେ।

ଚଳଚ୍ଚିତ୍ର ସମୀକ୍ଷା ଓ ସାରସ୍ବତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, କାଦମ୍ବିନୀ ସମ୍ମାନ, ଚିତ୍ରପୁରୀ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ। ଶ୍ରୀ ଦାସଙ୍କ ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ସଂପାଦିକା ମୀନାକ୍ଷୀ ଦେବୀ, ଓଡ଼ିଶା ଶିଶୁସାହିତ୍ୟ ଲେଖକ ସମ୍ମେଳନ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଗୀତକବି ସମାଜର ସଭାପତି ମନୋଜ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପୁଅ ରମାକାନ୍ତଙ୍କୁ ଫୋନ କରି କ’ଣ କହିଥିଲେ ଅଭିଯୁକ୍ତ ? ଥାନାରେ ମାମଲା ରୁଜୁ

କନକ ବ୍ୟୁରୋ : ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ଏକ ଏଫଆଇଆର ଦେଇଛନ୍ତି । ତାଙ୍କ ବାପାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ ତାଙ୍କୁ ଫୋନ୍ କରିଥିଲେ । ପ୍ରାୟ ୧ ମିଟର ୪୦ ସେକେଣ୍ଡ ଧରି କଣ କଥା ହୋଇଥିଲେ, ସେ ବାବଦରେ ଏହି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ରମାକାନ୍ତ । ତାଙ୍କୁ ଫୋନ୍ କରି ପ୍ରଫୁଲ୍ଲ ବିଶ୍ୱାଳ କହିଥିଲେ ସେ କାବୁଆ କହୁଛନ୍ତି । ତାଙ୍କର ଏବଂ ତାଙ୍କ ସାନଭାଇଙ୍କ ପିଲାମାନେ ରମାକାନ୍ତଙ୍କୁ ଲାଗିଲେ ଏବଂ ଜଗନ୍ନାଥଙ୍କ ରାଣ ଖାଇ କହିଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଫସାଇ ଦେଇଛନ୍ତି ।

ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ସେ ତିନି ତିନିଟି ହତ୍ୟାକାଣ୍ଡରେ ସାମିଲ ହେଲେ ବୋଲି ଫୋନ୍ କରି ରମାକାନ୍ତଙ୍କୁ ଜଣାଇଥିବା ଏଫଆଇଆରରେ ଉଲ୍ଲେଖ ରହିଛି । ଏପରିକି ଫୋନ୍ ଆସିବା ପରେ ସାଲେପୁର ଏସଡିପିଓଙ୍କୁ ତୁରନ୍ତ ଫୋନ୍ କରି ଏ ବାବଦରେ ଜଣାଇଥିଲେ ରମାକାନ୍ତ ବରାଳ । ଏସପଡିଓଙ୍କ ସହ କଥା ହେଲାବେଳେ ପୁଣି ସେହି ନଂବରରୁ ଫୋନ୍ ଆସିଥିଲା ବୋଲି ରମାକାନ୍ତ ଲେଖିଛନ୍ତି । ଏପରିକି ଫୋନ୍ ଆସିଥିବା ମୋବାଇଲ୍ ନଂବର ମଧ୍ୟ ଏଫଆଇଆରରେ ଦିଆଯାଇଛି ।

from Kanak News
via <a href="https://ifttt.com/?

ତପୋବନ ସୁଡଙ୍ଗ ଭିତରେ ଚାଲିଛି ଜୀବନ ବଞ୍ଚାଇବାକୁ ଯୁଦ୍ଧ । ସୁଡଙ୍ଗର ଶହେ ମିଟର ଭିରକୁ ପଶିଲା ଉଦ୍ଧାରକାରୀଦଳ । ୧୯ ଶବ ଉଦ୍ଧାର

କନକ ବ୍ୟୁରୋ : ଚମୋଲୀ ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡ ପୋଲିସ ବୟାନ ଜାରି କରିଛି । ପୋଲିସ ଦ୍ୱାରା କରାଯାଇଥିବା ଟ୍ୱିଟ୍ ମୁତାବକ ଏପର୍ଯ୍ୟନ୍ତ ୨୦୨ ଜଣ ଲୋକ ନିଖୋଜ ଥିବା କୁହାଯାଇଛି । ଏହା ସହ ବିଭିନ୍ନ ସ୍ଥାନରୁ ୧୯ ଟି ଶବ ଉଦ୍ଧାର କରାଯାଇଛି । ଏହାସହ ତପୋବନ ସୁଡଙ୍ଗ ଭିତରୁ ଲଗାତର ଭାବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ଉଦ୍ଧାରକାରୀଦଳ ଶହେ ମିଟର ଭିତରକୁ ପଶିବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ଅନ୍ୟପଟେ ସୁଡଙ୍ଗ ଭିତରେ ଏବେ ବି ୩୭ ରୁ ଅଧିକ ଲୋକ ଫସି ରହିଥିବା କୁହାଯାଉଛି ।

https://platform.twitter.com/widgets.js

ପୋଲିସର ସୂଚନା ମୁତାବକ କାଲି ହୋଇଥିବା ପ୍ରାକୃତିକ ଦୁର୍ବିପାକରେ ପାଖା ପାଖି ୨ ଶହ ଲୋକ ନିଖୋଜ ରହିଛନ୍ତି । ଏବେ ବି ନିଖୋଜ ଥିବା ଲୋକମାନଙ୍କ ପରିବାର ଲୋକେ ପୋଲିସ ନିକଟରେ ରିପୋର୍ଟ ଦାଖଲ କରୁଛନ୍ତି । ଏହାସହ ତପୋବନର ଏକ ଛୋଟ ଟର୍ନେଲରୁ ୧୨ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଇଟିବିପି ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ସ୍ନିଫର ଡଗର ସହାୟତା ନିଆଯାଉଛି । ଅନ୍ୟପଟେ ଆଜି ସକାଳୁ ବାୟୁସେନା ବି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହାସହ ଡେରାଡୁନର ଯୋଶୀମଠରେ ଉଦ୍ଧାର କାର୍ଯ୍ୟ କରିବାକୁ ସେନା ପଠାଇଛନ୍ତି ସରକାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started