ମହାପ୍ରଭୁ ଜଗନ୍ନାଥଙ୍କ ବିକାଶ କାର୍ଯ୍ୟକୁ କେହି ଅଟକାଇପାରିବେନି । ପ୍ରସ୍ତାବିତ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର, ପୁରୀରୁ କେନ୍ଦ୍ରକୁ କଡା ବାର୍ତ୍ତା ଦେଲେ ନବୀନ ।

କନକ ବ୍ୟୁରୋ : ପୁରୀରୁ କେନ୍ଦ୍ରକୁ କଡା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଗସ୍ତ ସମୟରେ ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ ଲକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ନବୀନ । ପ୍ରସ୍ତାବିତ ବାଇ ଲକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ନବୀନ କହିଛନ୍ତି । ଏପରିକି କେହି ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ଅଟକାଇ ପାରିବେନି ବୋଲି କହିଛନ୍ତି ନବୀନ ।

ମହାପ୍ରଭୁଙ୍କ ଦର୍ଶନ ପରେ ନବୀନ କହିଛନ୍ତି, କରୋନା ସମୟରେ ପ୍ରଥମ ଥର ପାଇଁ ମନ୍ଦିରକୁ ଆସିଛି । କରୋନା ସମୟରେ ଓଡ଼ିଶାବାସୀ ଯେଉଁ ତ୍ୟାଗ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବୁଲି ବିକାଶ ମୂଳକ କାର୍ଯ୍ୟର ଦେଖିଛନ୍ତି ନବୀନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଚଳନ୍ତା କାରରେ ଲାଗିଲା ନିଆଁ : ଡ୍ରାଇଭର୍ ସୁରକ୍ଷିତ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : କଟକ ଜିଲ୍ଲା ମାହାଙ୍ଗା ଥାନା ମଧୁପୁରଠାରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିବା ସୂଚନା ରହିିଛି । ଗାଡ଼ିଟି ଦୋବନ୍ଧିଆରୁ ଜୟପୁର ଯାଉଥିବା ବେଳେ ମଧୁପୁରଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଗାଡ଼ିରେ ନିଆଁ ଲାଗିବା ପରେ ଗାଡ଼ିର ଡ୍ରାଇଭର୍‌ ଗାଡିରୁ ବାହାରି ପଡ଼ିଥିଲେ । ଧୀରେ ଧୀରେ ଗାଡ଼ିଟି ବେଶି ବେଶି ଜଳିବାକୁ ଲାଗିଥିଲା । ଡ୍ରାଇଭର୍‌ ଗାଡ଼ିରେ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ମଧ୍ୟ ସେଥିରେ ବିଫଳ ହୋଇଥିଲେ । ତେବେ, ଅଗ୍ନିକାଣ୍ଡ ‌କିପରି ଘଟିଛି ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

from Kanak News
via <a href="https://ifttt.com/?

ପୁରୀରେ ପହଞ୍ଚିଲେ ନବୀନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରର ପ୍ରସ୍ତାବିତ ବାଇ ଲ ପରେ ଶ୍ରୀମନ୍ଦିର ବିକାଶ କାମର କରିପାରନ୍ତି ସମୀକ୍ଷା ।

କନକ ବ୍ୟୁରୋ : ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ପୁରୀ ମନ୍ଦିର ପାଖକୁ ଯାଇଥିଲେ ମଧ୍ୟ କଟକଣା ପାଇଁ ମନ୍ଦିର ଭିତରକୁ ଯାଇନଥିଲେ ନବୀନ । କେବଳ ବିକାଶମୂଳକ କାର୍ଯ୍ୟର ତଦାରଖ କରି ପୁରୀ ମନ୍ଦିର ସାମ୍ନାରୁ ଫେରି ଆସିଥିଲେ ନବୀନ । ତେବେ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଂଟ ଅଥରିଟିଙ୍କ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଶ୍ରୀଜଗ୍ନନାଥ ହେରିଟେଜ କରିଡର ଗଠନ କରି ରାଜ୍ୟ ସରକାର ବିଭିନ୍ନ ବିକାଶମୂଳକ କାମ ଆଗେଇ ନେଉଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ଏଥିରେ ବାଧକ ସାଜି ବୋଲି କୁହାଯାଉଛି । ଏପରିକି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାତୀୟ କୀର୍ତିରାଜି  କର୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଏସବୁ ଘଟଣାକ୍ରମକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ନେଇ ସେଠାରେ ଆଲୋଚନା କରିପାରନ୍ତି ନବୀନ ।

from Kanak News
via <a href="https://ifttt.com/?

ଧୋତି ଓ ଶାଢି ପିନ୍ଧି ସ୍କିଂ କଲେ ଦମ୍ପତି । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଚାରିଆଡୁ ଛୁଟିଲା ପ୍ରଂଶସାର ସୁଅ ।

କନକ ବ୍ୟୁରୋ : ପୁରାତନ ଭାରତବର୍ଷର ପ୍ରମୁଖ ପୋଷାକ ଶାଢ଼ି ଓ ଧୋତି। ଧୀରେ ଧୀରେ ନୂଆ ନୂଆ ପୋଷାକ ସବୁ ବାହାରିବା ପରେ ପୁରୁଣା ପୋଷାକର ଚାହିଦା କମ୍‌ ହେବାରେ ଲାଗିଲା। ମାତ୍ର ଏବେ ବି କେହି କେହି ପୁରୁଣା ସଂସ୍କୃତିକୁ ତାଜା କରିବାକୁ ଚେ‌ଷ୍ଟା କଲେ ମନରେ ଅପୂର୍ବ ଆନନ୍ଦ ସୃଷ୍ଟି ହୁଏ। ଥରେ ଭାବନ୍ତୁ ତ ଭାରତବର୍ଷର ପ୍ରସିଦ୍ଧ ପୋଷାକ ଶାଢ଼ି ଓ ଧୋତିକୁ ଯଦି କେହି ବିଦେଶୀ ପରିଧାନ କରନ୍ତି ତାହାଲେ କେମିତି ଲାଗିବ? ଜଣେ ପ୍ରବାସୀ ଭାରତୀୟ ଦମ୍ପତି ଆମେରିକାରେ ଶାଢ଼ି ଓ ଧୋତି ପିନ୍ଧି ବରଫାଞ୍ଚଳରେ ସ୍କିଂ କରୁଥିବା ବେଳର ଏକ ଭିଡିଓ ନିକଟରେ ଇଣ୍ଟରନେଟରେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ନୀଳ ରଂଗର ଶାଢ଼ି ପରିଧାନ କରିଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ସମାନ ରଙ୍ଗର ସାର୍ଟ ପିନ୍ଧିଛନ୍ତି ଓ ତାହା ସହ ଏକ ଧଳା ରଙ୍ଗର ଧୋତି ପିନ୍ଧିଛନ୍ତି। ସେମାନେ ଶାଢ଼ି ଓ ଧୋତି ପିନ୍ଧି ସ୍କିଂ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଦିବ୍ୟା ମାୟିୟା ନାମକ ଏହି ମହିଳା ଜଣଙ୍କ ଭିଡିଓଟିକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି କି ‘ଆମକୁ କିଛି ପାଗଳାମୀ କରିବାର ଥିଲା। ଆମେ ତାହା କରିଲୁ।’

 

View this post on Instagram

 

A post shared by ivya aiya (@divyamaiya)

//www.instagram.com/embed.js

ଭିଡିଓରେ ଇଣ୍ଟରନେଟରେ ସେୟାର ହେବା ପରଠାରୁ ଏହାକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ୧୩ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି ଭିଡିଓଟିକୁ। ଏହି ଭିଡିଓ ଉପରେ ଅନେକ ଭଲ ଭଲ କମେଣ୍ଟ ସବୁ ମିଳିଛି ମଧ୍ୟ।

from Kanak News
via <a href="https://ifttt.com/?

ଗଜପତି ସୀମାରେ ଆନ୍ଧ୍ରର ନିର୍ବାଚନ ଚାଲକୁ ଶକ୍ତ ଝଟକା । ଲକ୍ଷ୍ମୀ ଶବରଙ୍କ ପରେ ପ୍ରଶାସନ ଚାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଦ୍ରୌପଦୀ ଶବର 

କନକ ବ୍ୟୁରୋ : ପଣ୍ଡ ହୋଇଛି ପଡୋଶୀର ଚାଲ । ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଁଥିବା ଆନ୍ଧ୍ର ପ୍ରଦେଶକୁ ଲାଗିଛି ଶକ୍ତ ଝଟ୍କା । ଗଜପତି ଜିଲ୍ଲା ପ୍ରଶାସନର ଚାପ ପରେ ଆନ୍ଧ୍ରପ୍ରଦେଶ ନିର୍ବାଚନରୁ ଓହରିଛନ୍ତି ଓଡିଶାର ପ୍ରାର୍ଥୀ । ପୂର୍ବରୁ ଗଜପତିର ଲକ୍ଷ୍ମୀ ସବର ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ଏବେ ଅନ୍ୟଜଣେ ପ୍ରାର୍ଥୀ ଦ୍ରୌପଦୀ ସବର ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ।
ଆନ୍ଧ୍ର ପ୍ରଦେଶର ସୋବା ପଂଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଏମାନେ ନାମାଙ୍କନ ଭରିଥିଲେ । ଓଡ଼ିଶା ଆନ୍ଧ୍ର ସୀମାନ୍ତ ଗଙ୍ଗବାଡ଼ ପଂଚାୟତର ୬ରୁ ଅଧିକ ଗାଁର ଶତାଧିକ ଲୋକଙ୍କର ଆନ୍ଧ୍ର ଭୋଟର ତାଲିକାରେ ନାଁ ପ୍ରକାଶ ପାଇଥିଲା । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ସରକାରଙ୍କ ଯୋଜନାର ଫାଇଦା ନେଉଥିବା ସୀମାନ୍ତବାସୀଙ୍କ ମଧ୍ୟରୁ ୨ ଜଣ ୱାର୍ଡ ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ରହିଛି । ତେଣୁ ଆଉକେହି ପ୍ରାର୍ଥୀ ରହିଛନ୍ତି କି ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ । ତେବେ ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ ପହଂଚି ଲୋକଙ୍କ ସହ ଆଲୋନଚା କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛି ।

from Kanak News
via <a href="https://ifttt.com/?

ଲାଲକିଲ୍ଲା ହିଂସାକାଣ୍ଡର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କ ଫୋର୍ସ । ସୁଖଦେବଙ୍କ ନାଁରେ ଘୋଷଣା ହୋଇଥିଲା ୫୦ ହଜାର ଟଙ୍କାର ପୁରସ୍କାର ।

କନକ ବ୍ୟୁରୋ : ଜାନୁଆରୀ ୨୬ ତାରିଖରେ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲି ସମୟରେ ଲାଲକିଲ୍ଲାରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ‘ମୋଷ୍ଟ୍‍ ଓ୍ଵାଣ୍ଡେଡ୍‌’ ଅଭିଯୁକ୍ତଙ୍କୁ ରବିବାର ଦିନ ‘ସ୍ପେଶାଲ ଟାସ୍କ୍‌ ଫୋର୍ସ’ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଖଦେବ ସିଂ। ତାଙ୍କ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା। ପ୍ରାୟ ୧୦୦ କିଲୋମିଟର୍‌ ଧାଁଦଉଡ଼ କରିବା ପରେ ପୁଲିସ ତାଙ୍କୁ ଚଣ୍ଡିଗଡ଼ରୁ ଗିରଫ କରିଛି। ଗତ ୧୦ ଦିନ ହେବ ଦିଲ୍ଲୀ ପୁଲିସ ତାଙ୍କୁ ଖୋଜୁଥିଲା।

ପୂର୍ବରୁ ତାଙ୍କୁ ଗିରଫ କରିବା ଲାଗି ପୁଲିସ କରିଥିବା ଦୁଇଟି ଉଦ୍ୟମ ବିଫଳ ହୋଇଥିଲା। ପ୍ରଥମ ଗିରଫ ଉଦ୍ୟମ ହୋଇଥିଲା ହରିୟାଣାସ୍ଥିତ କର୍ଣ୍ଣାଲରେ ଥିବା ତାଙ୍କ ଘରେ। ଦ୍ୱିତୀୟ ଉଦ୍ୟମ ହୋଇଥିଲା ଚଣ୍ଡିଗଡ଼ରୁ ପ୍ରାପ୍ତ ଗୁପ୍ତ ସୂଚନା ଆଧାରରେ। କିନ୍ତୁ, କିଛି ଦିନ ପରେ ଅନ୍ୟ ଏକ ଗୁପ୍ତ ସୂଚନା ଆଧାରରେ ସ୍ପେଶାଲ ଟାସ୍କ୍‌ ଫୋର୍ସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ଚଣ୍ଡିଗଡ଼ର ଏକ ମଲ୍‌ ନିକଟରେ ଅବସ୍ଥାନ କରୁଛନ୍ତି। ସେଠାରୁ ତାଙ୍କୁ ଗିରଫ କରାଯାଇ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚକୁ ଆଣାଯାଇଛି। ତାଙ୍କୁ ଆଜି ଅଦାଲତରେ ହାଜର କରାଯିବ।

ସରକାରୀ କର୍ତ୍ତୃପକ୍ଷମାନଙ୍କ ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩୮ଟି ଏତଲା ରୁଜୁ ହେବା ସହ ୧୨୬ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୁଲିସ ଆହୁରି ୭୦ରୁ ଅଧିକ ସନ୍ଦିଗ୍ଧ ମନେହେଉଥିବା ବ୍ୟକ୍ତିଙ୍କ ଚିତ୍ର ସଂଗ୍ରହକରି ସେମାନଙ୍କ ସଂକ୍ରାନ୍ତରେ ଅଧିକ ସୂଚନା ଯୋଗାଡ଼ କରୁଛି।

from Kanak News
via <a href="https://ifttt.com/?

ପ୍ରସ୍ତାବିତ ସ୍ୱତନ୍ତ୍ର ଚିଠା ଅଧିନିୟମକୁ ବିରୋଧ : ଶ୍ରୀମନ୍ଦିର ସେବାୟତଙ୍କ ପ୍ରବଳ ବିରୋଧ ପରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପକ୍ଷରୁ ବିକ୍ଷୋଭ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରକୁ ନେଇ ନ୍ୟାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକ କର୍ତୃପକ୍ଷ ଡ୍ରାଫ୍ ବାଇ-ଲ୍ ଜାରି କରିବା ପରେ ଓଡ଼ିଶାରେ ବଡ଼ ଧରଣର ପ୍ରତିକ୍ରିୟା ଦେଖାଦେଇଛି । ଶ୍ରୀମନ୍ଦିର ପ୍ରଶାସନ, ଜାତୀୟ ସ୍ମାରକ କର୍ତୃପକ୍ଷଙ୍କୁ ଚିଠି ଲେଖି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ସେପଟେ ସେବାୟତମାନେ ମଧ୍ୟ ବାଇ-ଲ’କୁ ନେଇ ଚିହିଙ୍କି ଉଠିଛନ୍ତି । ଶୀଘ୍ର ଏହାକୁ ପ୍ରତ୍ୟାହାର ନକଲେ ବଡ଼ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସ୍ମାରକ କର୍ତୃପକ୍ଷ ବାଇ-ଲ’ ଜାରି କରି କହିଛନ୍ତି, ଶ୍ରୀମନ୍ଦିରର ସବୁ ଦିଗରେ ୧୦୦ ମିଟର ଭିତରେ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ । ଏବଂ ଆଉ ୨୦୦ ମିଟର ଯାଏଁ କୌଣସି ବି ନିର୍ମାଣ ପାଇଁ ଅନୁମତ ଆବଶ୍ୟକ ପଡ଼ିବ ।

ଜାତୀୟ କୀର୍ତିରାଜି କର୍ତୁପକ୍ଷ ବା ଏନଏମଏ ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରିଥିବା ଐତିହ୍ୟ ବାଇ ଲ’କୁ ଶ୍ରୀମନ୍ଦିର ପରେ ଏକାକ୍ର କ୍ଷେତ୍ରରେ ବିରୋଧ । ଲିଙ୍ଗଦ୍ୱାର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ପ୍ରସ୍ତାବିତ ଅଧିନିୟମ ଲାଗୁ ହେଲେ ମନ୍ଦିର ଚାରିପ୍ଣଙ୍କ ରହୁଥିବା ସେବାୟତ ପରିବାର ପ୍ରଭାବିତ ହେବେ । ତେଣୁ ଏହାକୁ ପ୍ରତ୍ୟାହାର କରାନଗଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ ନବୀନ । କରୋନା ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଂଟ ଅଥରିଟିଙ୍କ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
ଶ୍ରୀଜଗ୍ନନାଥ ହେରିଟେଜ କରିଡର ଗଠନ କରି ରାଜ୍ୟ ସରକାର ବିଭିନ୍ନ ବିକାଶମୂଳକ କାମ ଆଗେଇ ନେଉଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ଏଥିରେ ବାଧକ ସାଜି ବୋଲି କୁହାଯାଉଛି । ଏପରିକି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଏସବୁ ଘଟଣାକ୍ରମକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ନେଇ ସେଠାରେ କରିପାରନ୍ତି ଆଲୋଚନା

from Kanak News
via <a href="https://ifttt.com/?

ରାୟଗଡାରୁ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ : କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ମୁନିଗୁଡାରୁ ୧ କୁଇଣ୍ଟାଲ ୮ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ । ଏଥିସହ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ମୁନିଗୁଡା ପୋଲିସ । କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଯାଉଥିଲା ବୋଲି ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

from Kanak News
via <a href="https://ifttt.com/?

ନବମ ଓ ଏକାଦଶ ପାଠପଢା ଆରମ୍ଭ । କୋଭିଡ୍ କଟକଣାକୁ ଦିଆଯାଉଛି ଗୁରୁତ୍ୱ, କ୍ଲାସରୁମରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କଲେ ଛାତ୍ରଛାତ୍ରୀ

ଆଜିଠାରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି। ଶ୍ରେଣୀରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିଛନ୍ତି। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଆଧାରରେ କ୍ଲାସରୁମ୍‌ର ଆୟତ୍ତନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା‌ କରାଯାଇଛି ।

୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ। ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ ଏବଂ ପ୍ରତିଦିନ ୩ଟି ପରିଅଡ୍‌ କରାଯିବ। ରବିବାର କ୍ଲାସ୍‌ ହେବ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତନ କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୭ଟି ପରିୟଡ୍‌ କ୍ଲାସ୍‌ କରାଯିବ। ଅପରାହ୍‌ଣ ୧ଟା ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଛୁଟି ହେବ। ୯ମ ଓ ଏକାଦଶ ଶ୍ରେଣୀରେ ମଧ୍ୟାହ୍ନଭୋଜନ ଛୁଟି ରହିବ ନାହିଁ। ସିଫ୍ଟ ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲରେ ରିପୋର୍ଟିଂ କରିବେ। ପିରିୟଡ୍‌ଗୁଡ଼ିକର ଆଲଟ୍‌ମେଣ୍ଟ ଏମିତି ହେବ, ଯେମିତି ପ୍ରଥମ ସିଫ୍ଟରେ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କ୍ଲାସ୍‌ ଅପରାହ୍‌ଣ ସାଢ଼େ ୧ଟା ସୁଦ୍ଧା ସରିବ। ଦ୍ବିତୀୟ ସିଫ୍ଟର ଶିକ୍ଷକ/ଶିକ୍ଷୟିତ୍ରୀ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ୟୁନିଟ୍‌ ଟେଷ୍ଟ ଏବଂ ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ କ୍ଲାସ ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଆଧାରରେ କ୍ଲାସରୁମ୍‌ର ଆୟତ୍ତନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା‌ କରାଯିବ। ଜାନୁଆରି ୩ରେ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଆଧାରରେ ହଷ୍ଟେଲ ଖୋଲି ଛାତ୍ରଛାତ୍ରୀଙ୍କ ରହିବା ବ୍ୟବସ୍ଥା କରାଯାଇଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started