ସୀମା ବିବାଦ ନେଇ ପ୍ରତିକ୍ରିୟା ରଖିଲେ ଆନ୍ଧ୍ର ବିଧାନପରିଷଦର ଅଧ୍ୟକ୍ଷ : ମହମ୍ମଦ ଅହମ୍ମଦ ସରିଫ କହିଲେ, ଆପୋଷ ଆଲୋଚନାରେ ହୋଇପାରିବ ସମାଧାନ

କନକ ବ୍ୟୁରୋ : ଓଡିଶାରେ ଆନ୍ଧ୍ରର ବିଧାୟକ ଓ ଅଧିକାରୀ । ଦୁଇ ଜଣ ବିଧାୟକଙ୍କ ସହ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓଡିଶାରେ ପହଚିଂଛନ୍ତି । ବିଧାନସଭାରେ ଆନ୍ଧ୍ରର ଏହି ପ୍ରତିନିଧି ମାନଙ୍କ ସହ ଆଲୋଚନା ଚାଲିଛି । ଓଡିଶା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଏକାଧିକ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ତେବେ ଉଭୟ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଭାଷା ଭିତିକ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ଜଣାପଡିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨ ରାଜ୍ୟ ମଧ୍ୟରେ ସୀମା ବିବାଦ ଏବେ ଚରମରେ ପହଚିଂଛି । କୋରାପୁଟ ଓ ଗଜପତି ଜିଲ୍ଳାର ସୀମାନ୍ତବର୍ତୀ ଗାଁ ଗୁଡିକରେ ପଂଚାୟତ ନିର୍ବାଚନ କରୁଛି ଆନ୍ଧ୍ର । ଯାହାକୁ ନେଇ ଓଡିଶା ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେଣୁ ଆନ୍ଧ୍ର ପ୍ରତିନିଧି ଓଡିଶାରେ ଥିବା ବେଳେ ସୀମା ବିବାଦ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ କି ନାହିଁ ତା ଉପରେ ନଜର ରହିଛି । ଓଡିଶାର ପ୍ରତିବାଦ ପ୍ରସଙ୍ଗରେ ଆନ୍ଧ୍ର ପ୍ରତିନିଧି କଣ ଆଭିମୁଖ୍ୟ ରଖିବେ, ତାକୁ ମଧ୍ୟ ଅପେକ୍ଷା କରାଯାଇଛି ।

from Kanak News
via <a href="https://ifttt.com/?

ଏଣିକି ଶ୍ରୀମନ୍ଦିରର ବିକାଶ କାର୍ଯ୍ୟରେ କେହି ଦେଇପାରିବେନି ବାଧା  । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ, ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । 

କନକ ବ୍ୟୁରୋ : ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ । ଓଡ଼ିଶାର ସାଂସଦ  ମାନେ ଏନଏମଏର ବାଇ ଲକୁ ପ୍ରତ୍ୟାହୃତ କରିବାକୁ ଭେଟି ଦାବି ଜଣାଇଥିଲେ । ଉଭୟ ବିଜେଡି-ବିଜେପି ସାଂସଦଙ୍କ ଦାବି ପରେ ବାଇ ଲକୁ ପ୍ରତ୍ୟାହୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ଏହାପୂର୍ବରୁ ବିଜେଡି ସାଂସଦ ମାନେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏନଏମଏର ପ୍ରସ୍ତାବିତ ବାଇ ଲକୁ ପ୍ରତ୍ୟାହୃତ କରିବାକୁ ଦାବି ଜଣାଇଥିଲେ । ଆଉ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବାଇ-ଲ ପ୍ରତ୍ୟାହୃତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ବିଜେପି ସାଂସଦ ମାନେ ମଧ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏହି ବାଇ-ଲ କୁ ସ୍ଥଗିତ କରିବାକୁ ଦାବି କରିଥିଲେ । ଓଡ଼ିଶାବାସୀ ତଥା ହିନ୍ଦୁଙ୍କର ଧାର୍ମିକ ବିଶ୍ୱାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଜୀତୀୟ ଐତିହ୍ୟ ପ୍ରାଧିକରଣ ବାଇ -ଲକୁ ସ୍ଥଗିତ ରଖିବା ନେଇ ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ । ଏ ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗକୁ ଏହାର ସମାଧାନ ପାଇଁ କଣ ରାସ୍ତା ବାହାରିପାରିବ ସେ ନେଇ ସାଂସଦମାନେ ବିଭାଗୀୟ ମନ୍ତ୍ରୀଙ୍କ ସହ ବିଚାର ବିମର୍ଷ କରିଥିଲେ । ଆଉ ବିଜେଡି-ବିଜେପି ସାଂସଦଙ୍କ ଆଲୋଚନା ପରେ ଏହି ବାଇ-ଲକୁ ପ୍ରତ୍ୟାହୃତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ବାଇ-ଲ ପ୍ରତ୍ୟାହୃତ ହେବା ପୂର୍ବରୁ ପୁରୀରୁ କେନ୍ଦ୍ର ସରକାରଙ୍କୁ କଡା ବାର୍ତ୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସ୍ତାବିତ ବାଇ ଲକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ନବୀନ କହିଥିଲେ । ଏପରିକି କେହି ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ଅଟକାଇ ପାରିବେନି ବୋଲି କହିଥିଲେ ନବୀନ ।

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ କରିଥିବା ଅପିଲ ଉପରେ ରାକେଶ ଟିକାୟତଙ୍କ ବୟାନ । ‘ଆଲୋଚନା ପାଇଁ ଆମେ ପ୍ରସ୍ତୁତ ହେଲେ ଏମଏସପିକୁ ଆଇନସିଦ୍ଧ କରିବାକୁ ସରକାର ଦିଅନ୍ତୁ ପ୍ରତିଶୃତ’

କନକ ବ୍ୟୁରୋ : ଆଜି ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ଆନ୍ଦୋଳନ ବନ୍ଦ କରିବାକୁ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏଭଳି ଅପିଲ ପରେ କୃଷକନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି । ଟିକାୟତ କହିଛନ୍ତି କି ଭୋକ ଉପରେ ବେପାର କରନ୍ତୁ ନାହିଁ । ଏଭଳି କରୁଥିବା ଲୋକଙ୍କୁ ଦେଶ ବାହାରିକୁ ପଠାଇ ଦିଆଯିବ ।

ଏହା ସହ ସେ କହିଛନ୍ତି କି ଯଦି ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ଆମେ ପ୍ରସ୍ତୁତ ଅଛୁ ହେଲେ ଆମେ ପୂର୍ବରୁ ଯେଉଁ ଦାବି ଉଠାଇଛୁ ସେଥିରୁ ଆମେ ଉହୁରିବୁ ନାହିଁ । ନୂତନ କୃଷି ବିଲରେ ସରକାର ଯେଉଁ ୧୫ ଟି ପ୍ରାବଧାନକୁ ସଂଶୋଧନ କରିବାକୁ ଚାହୁଁଛନ୍ତି ତାହା ସରକାର ସ୍ପଷ୍ଟ କରନ୍ତୁ ଓ ତା’ପରେ ଆମକୁ ଆଲୋଚନାକୁ ଡାକନ୍ତୁ । ଏହା ସହ ଶ୍ରୀ ଟିକାୟତ କହିଛନ୍ତି କି ଦୁଗ୍ଧ ମାମଲାରେ ଦେଶର ଅବସ୍ଥା ଠିକ୍ ନାହିଁ । ଏହା ଉପରେ ନୂତନ କୃଷିବିଲ୍ ଲାଗୁ ହେଲେ ତୁର୍କି ଭଳି ଭାରତକୁ ବି ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବାହାର ଦେଶରୁ ମଗାଇବାକୁ ପଡିବ । ସେ ଆହୁରି କହିଛନ୍ତି କି ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଅପିଲ୍ କରିବା ପୂର୍ବରୁ ସମସ୍ତ ସାଂସଦ ମାନଙ୍କୁ ଅପିଲ୍ କରନ୍ତୁ କି ସେମାନେ ତାଙ୍କ ପେନସନ୍ ଛାଡି ଦିଅନ୍ତୁ ।

କହିରଖୁ କି ସୋମବାର ପ୍ରଧାନମନ୍ତ୍ରୀ ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ କହିଥିଲେ କି ନୂତନ କୃଷିବିଲ୍ ଲାଗୁ ହେଲେ ବି ଏମଏସପି ଆଗଭଳି ବଳବତ୍ତର ରହିବ । କୃଷକ ମାନେ ଆନ୍ଦୋଳନରୁ ଉହୁରି ଯାଆନ୍ତୁ । ସରକାର କୃଷକ ମାନଙ୍କ ସହିତ ଆଗରୁ ଆଲୋଚନା କରିଛନ୍ତି ଓ ଆଗକୁ ବି ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।

from Kanak News
via <a href="https://ifttt.com/?

ଇତିହାସ ରଚିବ ଆମେରିକା । ଦେଶର ବନ୍ଦ ହେବ ମୃତ୍ୟୁଦଣ୍ଡ । ନିର୍ବାଚନୀ ପ୍ରତିଶୃତି ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଜୋ-ବାଇଡେନ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ତାଙ୍କ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦେବାର ଥିବା ପ୍ରାବଧାନକୁ ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାଇଡେନ୍ ରାଷ୍ଟ୍ରପତି ହେବା ପୂର୍ବରୁ ନିର୍ବାଚନ ସମୟରେ ଦେଶର ଲୋକମାନଙ୍କୁ ଏଭଳି ପ୍ରତିଶୃତି ଦେଇଥିଲେ । ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଜୋ-ବାଇଡେନ ମୃତ୍ୟୁଦଣ୍ଡକୁ ବିରୋଧ କରିଛନ୍ତି । ଏହା ସହ ମୃତ୍ୟୁଦଣ୍ଡ ନେଇ ଥିବା ଆଇନଗତ ପ୍ରାବଧାନ ହଟାଇବାକୁ ସେ ଦେଶର ଆଇନଜୀବୀ ମାନଙ୍କ ସହ ପରାମର୍ଶ କରିବା ଆରମ୍ଭ କରିଛନ୍ତି ।

ଏସୋସିଏଟେଡ ପ୍ରେସର ସୂଚନା ମୁତାବକ ବାଇଡେନ ପ୍ରଶାସନର ଅଧିକାରୀ ମାନେ କହିଛନ୍ତି କି ଦେଶରେ ମୃତ୍ୟୁଦଣ୍ଡ ବନ୍ଦ କରିବା ପୂର୍ବରୁ ବାଇଡେନ୍ ଏନେଇ ଥିବା ଆଇନଗତ ପ୍ରାବଧାନ ଉପରେ ସମ୍ପୂର୍ଣ୍ଣ ବିଶ୍ଳେଷଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏନେଇ ଯଦି ବାଇଡେନ ସନ୍ତୁଷ୍ଟି ପ୍ରକାଶ କରିବେ ତେବେ ଖୁବ୍ ଶୀଘ୍ର ଆମେରିକାରୁ ମୃତ୍ୟୁଦଣ୍ଡ ଦେବା ନେଇ ଥିବା କାନୁନ୍ ରଦ୍ଦ ହେବ ।

ବର୍ତ୍ତମାନ ବାଇଡେନଙ୍କ ସହିତ ମୃତ୍ୟୁଦଣ୍ଡ ଆଇନ ଶେଷ କରିବାକୁ ନେଇ ହୋଇଥିବା ଚର୍ଚ୍ଚାରେ ସାମିଲ ହୋଇଥିବା ଅଧିକାରୀ ମାନେ ଏହା ଉପରେ କିଛି କହିବାକୁ ମନା କରିଦେଇଛନ୍ତି । ହ୍ୱାଇଟ୍ ହାଉସର ପ୍ରେସ ସଚିବ ଜେନ୍ ପାକ୍ସି ଶୁକ୍ରବାର ଦିନ କହିଛନ୍ତି କି ଗଣମାଧ୍ୟମ ଆଗରେ ଏନେଇ କିଛି କହିବାର ସମୟ ଆସିନାହିଁ ।

from Kanak News
via <a href="https://ifttt.com/?

ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ : କହିଲେ, କୃଷି ଆଇନରେ ହୋଇପାରିବ ସଂଶୋଧନ; ଏମଏସପି ଥିଲା, ଅଛି ଓ ରହିବ

କନକ ବ୍ୟୁରୋ : ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା କାଳରେ ମଧ୍ୟ ଚାଷୀଙ୍କ ଉତ୍ପାଦ ବଢିଛି । ସେହିପରି ସରକାର ଆଣିଥିବା କୃଷି ଆଇନକୁ ହେଉଥିବା ବିରୋଧ ପ୍ରସଙ୍ଗରେ ମତାମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ସରକାର କୌଣସି ଆଇନ ଆଣିଲେ ତାହା ଚୂଡାନ୍ତ ନୁହେଁ । ଏଥିରେ ସଂସ୍କାର ପାଇଁ ସଂଶୋଧନ ମୂଳକ ପ୍ରସ୍ତାବ ଆସିଲେ ତାହାକୁ ଗ୍ରହଣ କରାଯିବ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ଏପରିକି ଆନ୍ଦୋଳନରତ ଚାଷୀଙ୍କୁ ଭରସା ଦେବାକୁ ଯାଇ ମୋଦି କହିଛନ୍ତି, ଦେଶରେ ଏମଏସପି ଥିଲା,ଅଛି ଓ ଆଗକୁ ରହିବ ମଧ୍ୟ । ତେବେ ଚାଷୀଙ୍କ ଉନ୍ନତି ପାଇଁ ସରକାର ନେଉଥିବା ପଦକ୍ଷେପରେ ସହଯୋଗ ପାଇଁ ସେ ବିରୋଧୀଙ୍କୁ ଆହ୍ୱାନ କରିଛନ୍ତି ।

from Kanak News
via <a href="https://ifttt.com/?

ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ଦୟନୀୟ ବ୍ୟାଟିଂ : ୩୩୭ ରନରେ ଅଲଆଉଟ୍ ଭାରତ; ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୨୪୧ ରନରେ ପଛୁଆ ଭାରତ

କନକ ବ୍ୟୁରୋ : ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ଦୟନୀୟ ବ୍ୟାଟିଂ ପ୍ରଦର୍ଶନ । ଇଂଲଣ୍ଡର ପ୍ରଥମ ଇନିଂସର ୫୭୮ ରନ୍ ଜବାବରେ ଭାରତର ପ୍ରଥମ ଇନିଂସ ୩୩୭ ରନରେ ସୀମିତ ରହିଛି । ଫଳରେ ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡ ଠାରୁ ୨୪୧ ରନରେ ପଛୁଆ ରହିଛି । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୮୫ ରନରେ ଅପରାଜିତ ରହିଥିଲେ ।

ରିସଭ ପନ୍ତ ୯୧, ପୂଜାରା ୭୩, ଅଶ୍ୱିନ୍ ୩୧, ଶୁଭମନ ଗିଲ୍ ୨୯, ରୋହିତ ଶର୍ମା ୬ ଏବଂ ଆଜିଙ୍କ୍ୟା ରାହାଣେ ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଭାରତ ୩୩୭ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ଭାରତକୁ ଫଲୋଅନ୍ ନଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ଦ୍ୱିତୀୟ ଇନିଂସର ପ୍ରଥମ ବଲରେ ଆର ଅଶ୍ୱିନ୍ ଭାରତକୁ ସଫଳତା ଦେଇଥିଲେ । ଇଂଲଣ୍ଡ ଓପନର ରୋରି ବର୍ଣ୍ଣସଙ୍କୁ ରାହାଣେଙ୍କ ହାତରେ କ୍ୟାଚ ଆଉଟ୍ କରିଥିଲେ ଅଶ୍ୱିନ୍ ।

from Kanak News
via <a href="https://ifttt.com/?

ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା : ସୀମା ବିବାଦ ଭିତରେ ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ଆଲୋଚନା

କନକ ବ୍ୟୁରୋ : ଓଡିଶାରେ ଆନ୍ଧ୍ରର ବିଧାୟକ ଓ ଅଧିକାରୀ । ଦୁଇ ଜଣ ବିଧାୟକଙ୍କ ସହ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓଡିଶାରେ ପହଚିଂଛନ୍ତି । ବିଧାନସଭାରେ ଆନ୍ଧ୍ରର ଏହି ପ୍ରତିନିଧି ମାନଙ୍କ ସହ ଆଲୋଚନା ଚାଲିଛି । ଓଡିଶା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଏକାଧିକ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ତେବେ ଉଭୟ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଭାଷା ଭିତିକ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ଜଣାପଡିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ୨ ରାଜ୍ୟ ମଧ୍ୟରେ ସୀମା ବିବାଦ ଏବେ ଚରମରେ ପହଚିଂଛି । କୋରାପୁଟ ଓ ଗଜପତି ଜିଲ୍ଳାର ସୀମାନ୍ତବର୍ତୀ ଗାଁ ଗୁଡିକରେ ପଂଚାୟତ ନିର୍ବାଚନ କରୁଛି ଆନ୍ଧ୍ର । ଯାହାକୁ ନେଇ ଓଡିଶା ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେଣୁ ଆନ୍ଧ୍ର ପ୍ରତିନିଧି ଓଡିଶାରେ ଥିବା ବେଳେ ସୀମା ବିବାଦ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ କି ନାହିଁ ତା ଉପରେ ନଜର ରହିଛି । ଓଡିଶାର ପ୍ରତିବାଦ ପ୍ରସଙ୍ଗରେ ଆନ୍ଧ୍ର ପ୍ରତିନିଧି କଣ ଆଭିମୁଖ୍ୟ ରଖିବେ, ତାକୁ ମଧ୍ୟ ଅପେକ୍ଷା କରାଯାଇଛି ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନରେ ବିଦେଶୀ ଲିଙ୍କ୍ ପ୍ରସଙ୍ଗ । ପାକିସ୍ତାନ ଓ ଖଲିସ୍ତାନ ସହ ଯୋଡି ହୋଇଥିବା ୧୧୭୮ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ କୃଷକ ମାନେ କରିଥିବା ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ପରେ ସରକାର ପୁରା ସତର୍କ ହୋଇଛନ୍ତି । ଏନେଇ ସରକାରଙ୍କ ତରଫରୁ ସୋସିଆଲ ମିଡିଆ ଉପରେ ସମ୍ପୁର୍ଣ୍ଣ ନଜର ରଖାଯାଇଛି । ଏହାସହ ଗୁରୁବାର ଦିନ ସରକାରଙ୍କ ତରଫରୁ ଟ୍ୱିଟର କମ୍ପାନୀକୁ ଏକ ନୋଟିସ୍ ବି ଜାରି କରାଯାଇଛି । ଏହି ନୋଟିସରେ ସରକାର ମାଇକ୍ରୋବ୍ଲଗିଙ୍ଗ ସାଇଟକୁ କହିଛନ୍ତି କି ୧୧୭୮ ଆକାଉଣ୍ଟକୁ ବନ୍ଦ କରାଯାଉ । ସରକାରଙ୍କ କହିବା କଥା କି ଏହି ସବୁ ଆକାଉଣ୍ଟ ପାକିସ୍ତାନ କିମ୍ବା ଖଲିସ୍ତାନ ସହିତ ଜଡିତ ରହିଛି ।

କହିରଖୁ କି ଏହା ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ କି ଜାନୁଆରୀ ୩୦ ତାରିଖରେ ହିଂସା ଉଦ୍ରେକକାରୀ ଟ୍ୱିଟ୍ କରିଥିବା ୨୫୭ ଟି ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଉ । ସୂଚନା ଥାଉକି ଟ୍ୱିଟର ପାଇଁ ଥିବା ଅଧିନିୟମର ଧାରା ୬୯ ମୁତାବକ ସରକାରଙ୍କ ଏଭଳି ନିର୍ଦ୍ଦେଶ ମାନିବାକୁ ଟ୍ୱିଟର ବାଧ୍ୟ । ଗୃହମନ୍ତ୍ରଣାଳୟ ଓ ଅନ୍ୟ ସୁରକ୍ଷା ବିଭାଗର ଆଲୋଚନା ପରେ ଆଇଟି ମନ୍ତ୍ରଣାଳୟ ତରଫରୁ ଟ୍ୱିଟରରୁ ଏଭଳି ଆକାଉଣ୍ଟ ଗୁଡିକୁ ବନ୍ଦ କରିବାକୁ କହିଛନ୍ତି ।

ହେଲେ ଏବେ ବି ସରକାରଙ୍କ ନୋଟିସ ଉପରେ ଟ୍ୱିଟର କୌଣସି ପ୍ରତିକ୍ରିୟା ରଖିନାହିଁ । ସୂଚନା ମୁତାବକ ସରକାରଙ୍କ ତରଫରୁ ଯେଉଁ ଆକାଉଣ୍ଟ ଗୁଡିକୁ ବନ୍ଦ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦିଆଯାଇଛି ସେହି ଆକାଉଣ୍ଟ ମଧ୍ୟରୁ ଅଧିକାଂଶ ଆକାଉଣ୍ଟ ଖଲିସ୍ତାନୀ ସମର୍ଥକ ମାନଙ୍କର ରହିଛି । ଏହି ଆକାଉଣ୍ଟ ଗୁଡିକ ବିଦେଶରୁ ପରିଚାଳିତ ହେଉଛି ।
ଆଇନଗତ ଭାବେ ଟ୍ୱିଟର ଏକ ମଧ୍ୟସ୍ଥି ଓ ସେ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ଟ୍ୱିଟର ଯଦି ସରକାରଙ୍କ ନିର୍ଦ୍ଦେଶ ପାଳନ ନ କରେ ତେବେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ : କୋଭିଡ୍‌ ଯୁଦ୍ଧରେ ବିଜୟ ସରକାରଙ୍କର ନୁହେଁ, ଭାରତର ବାହାଦୁରି

କନକ ବ୍ୟୁରୋ : ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟସଭାରେ ନିଜ ସଂବୋଧନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଦେବା ସହିତ ବିରୋଧୀଙ୍କ ଟାର୍ଗେଟ୍ କରିଛନ୍ତି ।

ମୋଦି କହିଛନ୍ତି, ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସମସ୍ତେ ଉପସ୍ଥିତ ଥିଲେ ଭଲ ହୋଇଥାନ୍ତା । ବର୍ତ୍ତମାନ କରୋନା କାଳରେ ଭାରତକୁ ଉତ୍କଣ୍ଠାର ସହ ଅନେଇ ରହିଛି ସାରା ବିଶ୍ୱ । ଭାରତ ପାଇଁ କରୋନା କାଳ ବଡ ସୁଯୋଗ ଆଣିଦେଇଛି । ଭାରତ ଉପରେ ଆଜି ସମସ୍ତଙ୍କର ବିଶ୍ବାସ ବଢ଼ିଛି । ଭାରତ ଉପରେ ଆଜି ସାରା ବିଶ୍ବର ନଜର, ବିଶ୍ବ ଭାରତଠାରୁ ଅନେକ କିଛି ଆଶା ରଖୁଛି । ଖୁବ କମ୍ ସମୟରେ ଭାରତ କୋରୋନା ଟିକା ପ୍ରସ୍ତୁତ କରିଛି । ଆମ ଗଣତନ୍ତ୍ର ଲୋକଙ୍କ ଦ୍ବାରା ପରିଚାଳିତ । ସଙ୍କଟ ସମୟରେ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରିଛନ୍ତି ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ବଢ଼ିବା ପାଇଁ ଗରିବୀରୁ ମୁକ୍ତି ନିହାତି ଜରୁରୀ । କୋରୋନା କାଳରେ ରେକର୍ଡ ପୁଞ୍ଜିନିବେଶ ହୋଇଛି । ଛୋଟ ଚାଷୀଙ୍କୁ ଆମେ ଋଣ ଦେବାର ବ୍ୟବସ୍ଥା କରିଛୁ । ଆମେ ଫସଲ ବୀମା ଯୋଜନାର ପରିସୀମା ବଢ଼ାଇଛୁ । କୃଷକ ଆନ୍ଦୋଳନ ଉପରେ ପାର୍ଲାମେଣ୍ଟରେ ଚର୍ଚ୍ଚା ହେଲା । କୃଷକ ଆନ୍ଦୋଳନ କଣ ପାଇଁ ହେଉଛି କେହି କହିଲେନି । କୃଷି ଆଇନକୁ ନେଇ ବିରୋଧୀ ୟୁଟର୍ଣ୍ଣ କରିଛନ୍ତି । ଆନ୍ଦୋଳନ ଚାଷୀଙ୍କୁ ଓହରିବାକୁ ଅପିଲ କରୁଛି । MSP ଥିଲା, ଅଛି ଆଉ MSP ରହିବ । କ୍ଷୁଦ୍ର ଚାଷୀଙ୍କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛୁ ।

from Kanak News
via <a href="https://ifttt.com/?

କେନ୍ଦୁଝରରୁ ୨ ହାତୀ ଦାନ୍ତ ଓ ବାଘ ଛାଲ ଜବତ : ଗ୍ରାହକ ବେଶରେ ଯାଇ ୩ ଜଣଙ୍କୁ କଲା ଗିରଫ କ୍ରାଇମବ୍ରାଂଚ ଏସଟିଏଫ

କନକ ବ୍ୟୁରୋ : କ୍ରାଇମବ୍ରାଂଚ ଏସଟିଏଫ୍ ହାତରେ ଧରାପଡିଛନ୍ତି ବନ୍ୟପ୍ରାଣୀ ଜନ୍ତୁଙ୍କ ସାମଗ୍ରୀ ବିକ୍ରି କରୁଥିବା ରାକେଟ୍ । କେନ୍ଦୁଝରରୁ ୨ ହାତୀ ଦାନ୍ତ ଓ ବାଘ ଛାଲ ଜବତ କରିଛି କ୍ରାଇଣବ୍ରାଂଚ ଏସଟିଏଫ୍ । ଦଲାଲଙ୍କୁ ଧରିବାକୁ ଗ୍ରାହକ ବେଶରେ ଯାଇଥିଲେ କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ । ହାତୀ ଦାନ୍ତ ଓ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଥିଲା ଏସଟିଏଫ୍ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହା ପଛରେ କୌଣସି ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started