ଦିବ୍ୟାଙ୍ଗଙ୍କୁ କଲ୍ୟାଣ ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା ? ଏନେଇ ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶକୁ ରିମାଣ୍ଡରେ ଆଣିପାରେ ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା । ଏହି ମାମଲାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ । ରିମାଣ୍ଡରେ ନେବାକୁ ଆଜି ଆବେଦନ କରିପାରେ ପୋଲିସ । ସୁରେଶ ବେହେରାଙ୍କୁୁ ଗିରଫ କରିବା ପରେ ଗତକାଲି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ତାପରେ ବଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରାଙ୍କ ସମେତ ୬ଜଣଙ୍କୁ କମିସନରେଟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଖୋର୍ଦ୍ଧା ଡିଏସଏସଓର ସିନିଅର ସେକ୍ସନ ଅଫିସର ସଂଗ୍ରାମ ଦାସ, କଟକର ଜଣେ ରାଣୀ ମହୁମାଛି, ଭୁବନେଶ୍ୱରର ଜଣେ ଦଲାଲ ଲୁଲୁ ଓ ସଂପୃକ୍ତ ଅନୁଷ୍ଠାନର ଜଣେ କର୍ମୀ ରାକେଶ କୁମାର ଷଡଙ୍ଗୀ ଗିରଫ ହୋଇଥିଲେ । ପୂର୍ବରୁ ସୁରେଶର ମୁଖ୍ୟ ସହଯୋଗୀ ମଧୁମଂଜରୀ ଧଳକୁ ଗିରଫ କରିଥିଲା ପୁଲିସ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ମଧୁମଂଜରୀ ଓ ସୁରେଶ ବେହେରା ୫ ହଜାର ଟଙ୍କାର ଲୋଭ ଦେଖାଉଥିବା ନେଇ ଅଭିଯୋଗ ଆସିଥିଲା । ଭିନ୍ନକ୍ଷମ ମହିଳାଙ୍କୁ ଯୌନ ନିର୍ଯାତନା ସହ ଯୌନ ଶୋଷଣରେ ଲିପ୍ତ ହେବା ପାଇଁ ବାଧ୍ୟ କରୁଥିବାର ସାଂଘାତିକ ଅଭିଯୋଗ ରହିଛି ଏହି ଅଭିଯୁକ୍ତଙ୍କ ବିରୋଧରେ ।

ସଂସ୍ଥାରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି କେଳେଙ୍କାରୀ। ଅଡିଟର୍‌ମାନଙ୍କୁ ଖୁସି କରାଇ ଅଭିଯୁକ୍ତ ସୁରେଶ ସଂସ୍ଥାକୁ ମିଳୁଥିବା ସମସ୍ତ ଆର୍ଥିକ ଅନୁଦାନର ୭୦ ଭାଗ ଆତ୍ମସାତ୍‌ କରୁଥିଲା। ଏଥିରୁ ସଂଯୁକ୍ତା, ବାସନ୍ତୀ ଓ ରାକେଶ କିଛି କିଛି ଭାଗ ପାଉଥିଲେ। କିନ୍ତୁ ସିଂହଭାଗ ଥିଲା ସୁରେଶର। ପ୍ରାଥମିକ ଆକଳନ ଅନୁସାରେ ସେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସରକାରୀ ଅନୁଦାନକୁ ଆତ୍ମସାତ କରିବା ପାଇଁ ବିଧିବଦ୍ଧ ଷଡ଼୍‌ଯନ୍ତ୍ର ରଚିଥିଲା। ଦେହଜୀବୀମାନଙ୍କ ପଛରେ ଅନୁଦାନ ଟଙ୍କା ଉଡ଼ାଉଥିବା ସୁରେଶ କିନ୍ତୁ ଅତି କମ୍‌ ଟଙ୍କା ଦରମାରେ ବା ଷ୍ଟାଇପେଣ୍ଡ୍‌ରେ ଇନ୍‌ଷ୍ଟ୍ରକ୍ଟରମାନଙ୍କୁ ଖଟାଉଇଥିଲା। ଏଣେ ଏଥିରେ ସୁରେଶକୁ ବଡ଼ ସହାୟତା ଯୋଗାଉଥିଲେ ଖୋର୍ଦ୍ଧା ଡିଏସ୍‌ଏସ୍‌ଓ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାସ।

ରେକର୍ଡପତ୍ରକୁ ଠିକ୍‌ଠାକ୍ କରାଇ ଦେଉଥିଲେ। ସବୁ ପ୍ରକାର ଅଭିଯୋଗପତ୍ରକୁ ତଳୁ ହିଁ ଚାପି ଦେଉଥିଲେ ଓ ଉପରସ୍ତରରେ ପହଞ୍ଚିବାକୁ ଦେଉନଥିଲେ। ଫଳରେ ଦୀର୍ଘ ଦିନ ଧରି ଏଭଳି କାରବାର ସୁରୁଖୁରୁରେ ଚାଲିଥିଲା। କିନ୍ତୁ ଏସବୁ ସେ ବିନା ମୂଲ୍ୟରେ କରୁନଥିଲେ। ଏଥିପାଇଁ ସେ ନିୟମିତ ଏହି ଅନୁଷ୍ଠାନକୁ ଯିବା ଆସିବା କରିବା ସହ ନିଜର ଯୌନକ୍ଷୁଧା ମେଣ୍ଟାଉଥିଲେ ବୋଲି ପ୍ରମାଣ ମିଳିଛି। ସଂଗ୍ରାମଙ୍କୁ ସୁନ୍ଦରୀ ଯୁବତୀ ଯୋଗାଇବା ପାଇଁ ଅଭିଯୁକ୍ତ ସୁରେଶକୁ ସହଯୋଗ କରୁଥିଲେ ପ୍ଲେସ୍‌ମେଣ୍ଟ ଅଫିସର ରାକେଶ ଷଡ଼ଙ୍ଗୀ ଓ ବ୍ୟୁଟିସଆନ୍‌ ସଂଯୁକ୍ତା । ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଜେରା କଲାବ‌େଳେ ସୁରେଶ ଏସବୁ ସ୍ବୀକାର କରିଥିଲା।

ସୂଚନାଯୋଗ୍ୟ ନୂଆପଡା ସିନାପାଲିର ଜଣେ ମହିଳା ଗତବର୍ଷ ନଭେମ୍ବର ୨୩ ତାରିଖରେ ସମ୍ପାଦକ ସୁରେଶଙ୍କ ବିରୋଧରେ ଠକେଇ, ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏପରିକି ସଂସ୍ଥାକୁ ଅଡିଟ୍ କରିବାକୁ ଆସୁଥିବା ବରିଷ୍ଠ ଅଧିକାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ।

ଏହି ଅନୁଷ୍ଠାନରେ ଚାଲିଥିବା ଯୌନ କାରବାରର ରାଣୀ ମହୁମା‌ଛି ଥିଲା ବ୍ୟୁଟିସିଆନ୍‌ ସଂଯୁକ୍ତା । ସଂସ୍ଥାର ପୂର୍ବତନ ସମ୍ପାଦକ ତଥା ଯୌନ କାରବାରର କାର୍ପଟ୍‌ଦାର ସୁରେଶର ଇଙ୍ଗିତରେ ସବୁ ଚାଲିଥିଲା। ଅଡିଟ୍‌ କରିବାକୁ ଆସୁଥିବା ଅଫିସରଙ୍କୁ ଖୁସି କରିବା ପାଇଁ ଯୋଗାଇ ଦିଆଯାଉଥିଲା ଯୁବତୀ । ଅନ୍ୟ ଦୁଇ ମହିଳା ସାଜିଥିଲେ ଦଲାଲ । ବଡ଼ କଥା ହେଉଛି, ବହୁ ଅଫିସରଙ୍କ ପସନ୍ଦ ଥିଲା ଅଣଓଡ଼ିଆ ଯୁବତୀ । ତେଣୁ ଅଧିକ ସଂଖ୍ୟାରେ ବଙ୍ଗୀୟ ଯୁବତୀମାନଙ୍କୁ ଏଠାରେ ନିୟୋଜିତ କରାଯାଉଥିଲା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଡିଟ୍‌ ହେଉଥିଲା । ପ୍ରାୟ ସମସ୍ତେ ଅଣଓଡ଼ିଆ ଯୁବତୀ ଚାହୁଥିଲେ । ‌ଯୁବତୀ ଯୋଗାଉଥିଲେ ରାକେଶ ଓ ବାସନ୍ତୀ । ବାସନ୍ତୀ କଟକରେ ରହି ଏହି ଦଲାଲି କରୁଥିଲା ।

ପୁଲିସ ସୂଚନାନୁସାରେ, ବାସନ୍ତୀ ବିଭିନ୍ନ ଜାଗାକୁ ଝିଅ ଯୋଗାନ୍ତି ଓ ଏହା ତା’ର ଏକପ୍ରକାର ମୁଖ୍ୟ ବେଉସା। ତେଣୁ ବହୁ ଓଡ଼ିଆ ଓ ଅଣଓଡ଼ିଆ(ବଙ୍ଗୀୟ) ଯୁବତୀ ତା’ ରୢାକେଟ୍‌ରେ ଅଛନ୍ତି। ବାସନ୍ତୀ ପାଖରୁ ଅନୁଷ୍ଠାନକୁ ରାକେଶ ହିଁ ଦେହଜୀବୀମାନଙ୍କୁ ନେବା ଆଣିବା କରିଥାଏ। ଦେହ ବେପାର ପାଇଁ ନିୟୋଜିତ ହେଉଥିବା ଯୁବତୀମାନଙ୍କୁ ସଂସ୍ଥାକୁ ମିଳୁଥିବା ସରକାରୀ ଅନୁଦାନରୁ ଖର୍ଚ୍ଚ କରାଯାଉଥିଲା । ତେବେ ବେଳେବେଳେ ସଂସ୍ଥାରେ କାମ କରୁଥିବା ଝିଅମାନଙ୍କୁ ମଧ୍ୟ ଯୌନ କାରବାରରେ ନିୟୋଜିତ କରାଯାଉଥିଲା । ଏଥିପାଇଁ ସଂଯୁକ୍ତା କାହାକୁ ଧମକାଉଥିଲା ତ କାହାକୁ ମୋଟା ଦରମାର ଲୋଭ ଦେଖାଉଥିଲା । ପୁଣି କାହାକୁ ଇମୋସନାଲ୍‌ ବ୍ଲାକ୍‌ମେଲିଂ କରି ସଂଯୁକ୍ତା ଏହି କାରବାର ଚଳାଇ ଆସୁଥିଲା ।

from Kanak News
via <a href="https://ifttt.com/?

ଜେଲ‌ରେ ଲଭ୍‌ ସେକ୍ସ ଓ ଧୋକା : ଟିଟିଲାଗଡ ଥାନାରେ ଅଭିଯୋଗ ଆଣିଲେ ପୂର୍ବରୁ ସବ୍-ଜେଲରେ ଥିବା ଜଣେ ମହିଳା

କନକ ବ୍ୟୁରୋ : ଟିଟିଲାଗଡ଼ ଜେଲ୍‌ ଭିତରେ ଲଭ୍‌, ସେକ୍ସ ଓ ଧୋକାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଟିଟିଲାଗଡ ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବରୁ ଜେଲରେ ଥିବା ଜଣେ ଥିବା ମହିଳା । ଟିଟିଲାଗଡ ସବ ଜେଲରେ ଜଣେ ବିଚାରାଧୀନ କଏଦୀ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଏବେ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ।

ଅଭିଯୋଗ ଅନୁସାରେ, ପୀଡିତା ଜଣକ ଘରୋଇ କଳହ ମାମଲାରେ ଅକ୍ଟୋବର ୨୯ରେ ଜେଲ ଯାଇଥିଲେ । ସେଠାରେ ଜିଏସଟି ଠକେଇ ମାମଲାରେ ବିଚାରଧିନ ଥିବା କଏଦୀ ତୀର୍ଥଙ୍କର ପଟେଲଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ତୀର୍ଥଙ୍କର ମହିଳାଙ୍କୁ ପ୍ରେମନିବେଦନ କରିବା ସହ ବିବାହ ପ୍ରତିଶ୍ରୁତି ଦେଇ ଜେଲ ଭିତରେ ଶାରିରୀକ ସଂପର୍କ ରଖିଥିଲେ । ଜେଲ ଭିତରେ ଉଭୟଙ୍କୁ ମିଳାମିଶା କରିବା ପାଇଁ ଜେଲର କିଛି କର୍ମଚାରୀ ମଧ୍ୟ ସହଯୋଗ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଜେଲରୁ ମହିଳା ମୁକୁଳିବା ପରେ ଏବେ ଅଭିଯୁକ୍ତ ଜଣକ ତାଙ୍କୁ ଚିହ୍ନି ନଥିବା କହି ଧରାଛୁଆଁ ଦେଉନଥିବା ସେ ଅଭିଯୋଗ କରିଛନ୍ତି ।

ପୀଡିତାଙ୍କ ଅଭିଯୋଗ ଟିଟିଲାଗଡ ଉପକାରାଗାର ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ଜେଲ ଭିତରେ ପୁରୁଷ ମହିଳାଙ୍କ ଅଲଗା ସେଲ୍‌ ଥିବା ବେଳେ କେମିତି ଉଭୟଙ୍କ ଭେଟ ହେଉଥିଲା ? ଖାଲି ଭେଟ ତ ନୁହେଁ, ଶାରୀରିକ ସଂପର୍କ ପାଇଁ କେମିତି ପାଉଥିଲେ ସୁଯୋଗ ? ଯଦି ମହିଳାଙ୍କ ଅଭିଯୋଗ ସତ, ତାହେଲେ ସାଙ୍ଘାତିକ । ହୁଗୁଲା ସୁରକ୍ଷା ବ୍ୟବସ୍ଥା ପାଇଁ ଦାୟୀ କିଏ ? ବର୍ତ୍ତମାନ ପୁଲିସ ତଦନ୍ତ ଚଳାଇଥିବା ବେଳେ ଜେଲ ଭିତରର ସିସିଟିଭି ସବୁ କଥାର ଗୁମର ଖୋଲିବ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ : ଭାସିଗଲେ ଶତାଧିକ ଲୋକ; ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏବେ ବି ଜାରି ରହିଛି ଉଦ୍ୟମ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲିରେ ପ୍ରକୃତି ଯେଉଁ ତାଣ୍ଡବ ରଚିଛି କିଛି ଲୋକଙ୍କ ଜୀବନ ଯିବା ସହ ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରଳୟ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାମରେ ସାମିଲ ଅଛନ୍ତି ଆଇଟିବିପି ଯବାନ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ । ଉତ୍ତରାଖଣ୍ଡର ହିମସ୍ଖଳନରେ ଯେତେବେଳେ ମାଡି ଆସିଥିଲା ପାଣି ଓ ମାଟି ଅତଡା, ସେତେବେଳେ ଏହି ଟନେଲ ଭିତରେ କାମ କରୁଥିଲେ ଶ୍ରମିକମାନେ । ଭିତରେ କାମ କରୁଥିବା ଲୋକେ କିପରି ଜାଣିବେ ବାହାରେ ପ୍ରକୃତି କେଉଁ ରୂପ ଧାରଣ କରୁଛି । କେତେ ଭୟଙ୍କର ଥିବ ସେହି ସମୟର ଅନୁଭୂତି । ଯେତେବେଳେ ଟନେଲ ଭିତରେ ମାଟି ଓ ପାଣି ପଶି ପୁରା ରୁଦ୍ଧ ହୋଇଯାଇଥିବ ।

ଶ୍ରମିକମାନେ ବାହାରିବାକୁ ବାଟ ପାଇନଥିବେ । ହେଲେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଦେବଦୂତ ଭଳି ପହଂଚିଥିଲେ ଆଇଟିବିପିର ଯବାନ । ଭିତରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ୧୬ରୁ ୧୭ଜଣଙ୍କୁ ଉଦ୍ଧାର କରିଛନ୍ତି ଆଇଟିବିପି ଯବାନ । ଉଦ୍ଧାର ପାଇଥିବା ଶ୍ରମିକଙ୍କ ଖୁସି କହିଲେ ନସରେ । ମୃତ୍ୟୁର ଟନେଲ ଭିତରୁ ସୁରକ୍ଷିତ ବାହାରି ଆସିବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଶ୍ରମିକ । ତେବେ ଆଉ ଏକ ଟନେଲ ଭିତରେ କିଛି ଶ୍ରମିକ ଫସି ରହିଥିବା କୁହାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ରାତିରେ ପାଣି ପୁଣି ଥରେ ବଢ଼ିବା କାରଣରୁ ଟନେଲରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା ।

from Kanak News
via <a href="https://ifttt.com/?

ଆଜିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା : ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା । ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ ପାଠ ପଢା । ଏହା ଅପ୍ରେଲ ୩୦ ତାରିଖ ଯାଏଁ ଚାଲିବ । ସୋମବାର ଠାରୁ ଶନିବାର ଯାଏଁ ସକାଳ ୮ଟା ୩୦ ମିନିଟରୁ ଦିନ ୧୦ଟା ୩୦ ମିନିଟ ଯାଏ ପାଠ ପଢାହେବ । ଦୁଇ ଘଂଟାରେ ୩ଟି ପିରିୟଡରେ ପାଠପଢ଼ା ହେବ । ଏହି ସମୟରେ ଛାତ୍ରଛାତ୍ରୀଙ୍କୁ କୌଣସି ସାମୟିକ ବିରତି ଦିଆଯିବ ନାହିଁ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ରବିବାର ଛୁଟି ଦିନ ରହିବ ।

ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲା ୟୁନିଟ୍ ଟେଷ୍ଟ ଦେବେ । ଏପ୍ରିଲ୍ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ହେବ । ତେବେ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଦିନ ୧୧ଟାରୁ ଅପରାହ୍ଣ ୪ଟା ଯାଏ ଚାଲିବ । ଏହି ସମୟ ମଧ୍ୟରେ ୭ଟି କ୍ଲାସ ହେବ । ଦିନ ଗୋଟାଏ ୪୦ ରୁ ୨ଟା ୧୦ ପର୍ଯ୍ୟନ୍ତ ଅଧଘଂଟା ଖେଳଛୁଟି ବା ବିରତି ରହିବ । କିନ୍ତୁ ପୂର୍ବ ସୂଚୀ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ରବିବାର ଦିନ ମଧ୍ୟ ଜାରି ରହିବ ।

from Kanak News
via <a href="https://ifttt.com/?

ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା ।

କନକ ବ୍ୟୁରୋ: ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା । ସୁନ୍ଦରଗଡ ଜିଲ୍ଲା ପାଇଁ କୁନା ବିହାରୀ ଦାସ ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସେହିପରି ସୁନ୍ଦରଗଡ ବିଧାନସଭା କ୍ଷେତ୍ର ପାଇଁ ଦେବାଶିଷ ମଲ୍ଲିକ, ତଳସରା ପାଇଁ ଦେବୀ ପ୍ରସାଦ ତ୍ରିପାଠୀ, ବଣାଇ ପାଇଁ ରଞ୍ଜିତ ମହାପାତ୍ର ନିଯୁକ୍ତ ହୋଇଛନ୍ତି । ତାଙ୍କ ସହ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସଂଗ୍ରାମକେଶରୀ ପାଇକରାୟ, ରଘୁନାଥପାଲି ପାଇଁ ଶିଶିର ପରିଜା, ରାଜଗାଙ୍ଗପୁର ପାଇଁ ଆଶିଷ ଚକ୍ରବର୍ତ୍ତୀ ଓ ରାଉରକେଲା ପାଇଁ ଅସିତ ପଟ୍ଟନାୟକ ସହପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ୪ ହଜାର ୭ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୋଦି । ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ କଲେ ଉତ୍ସଗୀକୃତ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ସଡକ ପରିବହନ ବିଭାଗର ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି । ମୋଟ୍ ୪ ହଜାର ୭ଶହ କୋଟିରୁ ଅଧିକ ଏହି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରି ମୋଦି କହିଛନ୍ତି, ଉଜ୍ୱଳା ଯୋଜନା ପରେ ଏଲପିଜି ଗ୍ୟାସ ସଂଯୋଗ ଏବଂ ଚାହିଦା ଉଭୟ ବୃଦ୍ଧି ପାଇଛି । ତେଣୁ ଏଲପିଜି ଗ୍ୟାସ ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ଆଜି ପଶ୍ଚିମବଙ୍ଗରେ ୨ ହଜାର ୪୩୩ କୋଟିର ଢୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ଲୋକାର୍ପିତ କରିଛନ୍ତି । ସେହିପରି ହଳଦିଆଠାରେ ହଜାରେ କୋଟି ଟଙ୍କାରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲକୁ ଶୁଭାରମ୍ଭ କରିଛନ୍ତି ମୋଦି । ଏହା ଓଡିଶା ସମେତ ପୂର୍ବ ଭାରତରେ ଏଲପିଜି ଆବଶ୍ୟକତାକୁ ପୂରଣ କରିବ । ୧ ହଜାର ୨୦ କୋଟି ଟଙ୍କାରେ ତିଆରି ହେବାକୁ ଥିବା ହଳଦିଆ ରିଫାଇନାରିର ଦ୍ୱିତୀୟ କାଟାଲିଟିକ- ଡିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିଛନ୍ତି । ୪୧ ନମ୍ବର ଜାତୀୟ ରାଜପଥରେ ୧୯୦ କୋଟି ଟଙ୍କାର ବ୍ୟୟରେ ନିର୍ମିତ ୪ ଲେନ ବିଶିଷ୍ଟ ଫ୍ଲାଏ ଓଭରକୁ ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

from Kanak News
via <a href="https://ifttt.com/?

ସମ୍ବଲପୁର ରାସ୍ତା କଡରେ ମେଲିଛି ସୁନ୍ଦର କଣ୍ଢେଇର ପସରା । ରଙ୍ଗବେରଙ୍ଗ କଣ୍ଢେଇ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ।

କନକ ବ୍ୟୁରୋ: ସମ୍ବଲପୁର ରାସ୍ତାକଢରେ ପସରା ମେଲିଛି ରାଜ୍ୟ ବାହାରର କଣ୍ଢେଇ । ସୁନ୍ଦର ତଥା ଆକର୍ଷଣୀୟ ହୋଇଥିବାରୁ ଲୋକେ ବି ଏହାକୁ ପସନ୍ଦ କରୁଥିବାରୁ ବ୍ୟବସାୟ ବି ଭଲ ଚାଲିଛି । ଧାଡି ଧାଡି ହୋଇ ସଜେଇ ହୋଇଥିବା ଏହି କଣ୍ଢେଇ ସବୁ ରାଜ୍ୟ ବାହାରୁ ଆସିଛି । ସମ୍ବଲପୁର ସହରର ମୁଖ୍ୟ ରାସ୍ତା ମାନଙ୍କରେ ଦେଖିବାକୁ ମିଳୁଛି । ରଙ୍ଗ ବେରଙ୍ଗର ଏହି କଣ୍ଢେଇରେ ଯେମିିତି କାରିଗରୀ ହୋଇଛି ସମସ୍ତ ମନକୁ ଆକର୍ଷିତ କରୁଛି । ତେବେ ବ୍ୟବସାୟୀମାନେ ଅନ୍ୟ ରାଜ୍ୟରୁ କଣ୍ଢେଇ ଆଣି ଏଠାରେ ବ୍ୟବସାୟ କରୁଛନ୍ତି ।

ରାସ୍ତାକଡରେ ଯେଉଁ ପ୍ରକାରର ସୁନ୍ଦର ସୁନ୍ଦର ଡିଜାଇନ୍ର କଣ୍ଢେଇ ମିଳୁଛି ତାହା ଅନ୍ୟ ଦୋକାନ କିମ୍ବା ସୋରୁମରେ ମିଳିପାରୁନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାସ୍ତା କଡରେ ମିଳୁଥିବା ଏହି କଣ୍ଢେଇର ଦାମ୍ ୨୦୦ରୁ ୩୦୦ଟଙ୍କା ଯାହାକି ଦୋକାନରେ ମିଳୁଥିବା କଣ୍ଢେଇଠାରୁ କାହିଁ କେତେ ଗୁଣରେ କମ୍ । ତେବେ ଏମାନେ ମଧ୍ୟ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ କଣ୍ଢେଇ ପସରା ଲଗାଉଥିବାରୁ ଛୋଟ ଛୁଆଙ୍କ ନଜରକୁ ଆସୁଛି । ତେବେ କେବଳ ଛୋଟ ଛୁଆ ନୁହଁନ୍ତି ବୟସ୍କ ମଧ୍ୟ ଏହି କଣ୍ଢେଇକୁ କିଣୁଛନ୍ତି ।

from Kanak News
via <a href="https://ifttt.com/?

ସୁକିନ୍ଦାର ସଫଳ ଚାଷୀ ଦିଲ୍ଲିପ ମହାନ୍ତି । ବିଦେଶୀ କୋଳି ଚାଷ କରି ଏବେ ଚର୍ଚ୍ଚାରେ । 

କନକ ବ୍ୟୁରୋ: ମନଦେଇ ଚାଷ କଲେ ଚାଷରୁ ମଧ୍ୟ ଜଣେ ଆଶାନୁରୂପ ଅର୍ଥ ରୋଜଗାର କରିପାରିବ । ଯାହା କରି ଦେଖାଇଛନ୍ତି କଟକ ଜିଲ୍ଲା ନିଆଳି ଅଂଚଳର ଚାଷୀ ଦିଲ୍ଲିପ୍ ମହାନ୍ତି । ଘର ନିଆଳିରେ ହୋଇଥିଲେ ବି ଯାଜପୁରର ସୁକିନ୍ଦା ବ୍ଲକ୍ କରଡାପାଳ ଅଂଚଳରେ ଥିବା ତାଙ୍କ ଶ୍ୱଶୁର ଘର ଜମିରେ ସଫଳ ଚାଷର ନମୁନା କରି ଦେଖାଇଛନ୍ତି । କେବଳ ନିଜେ ନୁହେଁ ଏହି ଗାଁର ୧୦ରୁ ଉର୍ଦ୍ଧ ଲୋକଙ୍କୁ ନିୟୋଜିତ କରି ସେମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରାଇପାରିଛନ୍ତି । ପ୍ରଥମେ ସେ ଘୁଷୁରୀ ଚାଷ କରୁଥିଲେ। ଏବେ ତା ସହିତ କରୁଛନ୍ତି କୋଳି ଚାଷ, ପନିପରିବା ଚାଷ ଓ ମାଛ ଚାଷ । ଥାଇଲାଣ୍ଡ, ବଙ୍ଗଳାଦେଶ ପ୍ରଭୃତି ଦେଶବିଦେଶର କୋଳି ଚାଷ କରି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲିପ୍  । ବିଭିନ୍ନ ପ୍ରକାର ଉନ୍ନତ ମାନର ଚାଷ କରି ସେ ଆଜି ଜଣେ ସଫଳ ଚାଷୀ ଭାବେ ବେଶ୍ ସୁନାମ ଅର୍ଜନ କରିପାରିଛନ୍ତି ।

୭ଏକର ଜମିରେ ଫଳିଛି ବାଇଗଣ, ଝୁଡଙ୍ଗ, କ୍ୟାପସିକମ୍, ଲଙ୍କା, ଟମାଟୋ ଭଳି ଭିନ୍ନ ଭିନ୍ନ ପ୍ରକାରର ପନିପରିବା । କେବଳ ଏତିକି ନୁହେଁ ମାଛ ଚାଷ ଏବଂ ଘୁଷୁରୀ ଫାର୍ମ ବି ରହିଛି । ଏଥିସହ ଥାଇଲାଣ୍ଡ ଓ ବାଙ୍ଗଲାଦେଶ୍ର ବିଭିନ୍ନ ପ୍ରକାର କୋଳି ଗଛ ରହିଛି । ଏ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା କରଡାପାଳ ଗାଁ ଦିଲ୍ଲୀପ ମହାନ୍ତିଙ୍କ ଫାର୍ମ । କରୋନା ଯୋଗୁଁ ତାଲାବନ୍ଦ ହେବା ପରେ ଘରେ ନ ବସି ଚାଷ ପ୍ରତି ମନ ବଳାଇଥିଲେ   ଦିଲ୍ଲୀପ । ଆଉ ଏହି ସମୟରେ କେବଳ ପନିପରିବା, ମାଛ ଚାଷ  ନକରି ବିଦେଶର କିଛି କୋଳି ଚାଷ ବି କରିଛନ୍ତି ।

ଚାଷରୁ ବି ଜଣେ ଭଲ ଅର୍ଥ ଉପାର୍ଜନ କରିପାରେ । ଚାକିରିରୁ ଯାହା ନମିଳିପାରିବ ତାହା ଚାଷରୁ ହିଁ ମିଳିପାରିବ  । ଏହା ପ୍ରମାଣ କରି ଦେଖାଇଛନ୍ତି ନିଆଳିର ଚାଷୀ ଦିଲ୍ଲିପ୍ ମହାନ୍ତି  । ନିଜର ନିଷ୍ଠା ଓ ପରିଶ୍ରମ ଯୋଗୁଁ ଦିଲ୍ଲିପ୍ ଆଜି ଚାଷକାମରେ ସଫଳତା ପାଇ ପାରିଛନ୍ତି  । କରଡାପାଳ ଭଳି ଏକ ପାହାଡିଆ ଅଂଚଳରେ କମ୍ ପାଣି ବ୍ୟବହାର କରି ଅତ୍ୟାଧୁନିକ ପ୍ରଣାଳୀରେ କୃଷିକାର୍ଯ୍ୟ କରି ସେ ଆଜି ଭଲ ଲାଭବାନ୍ ହୋଇପାରିଛନ୍ତି  । ରାସାୟନିକ ସାର ଔଷଧ ବ୍ୟବହାର କରିବା ପରିବର୍ତ୍ତେ ଘୁଷୁରୀ ଓ ଗାଈ ଗୋବର ବ୍ୟବହାର କରି ସେ କରିଛନ୍ତି ଏହି ଚାଷ । ସବୁଠୁ ବଡ କଥା ହେଉଛି ଏହି ଫାର୍ମରେ ସେ ଲୋକଙ୍କୁ ନିଯୁକ୍ତି ବି ଦେଇଛନ୍ତି ।

ଚାଷୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରୀ କରୁଛନ୍ତି । ବେକାର ଲୋକ ଚାକିରି ପଛରେ ନଯାଇ କୃଷି କାର୍ଯ୍ୟରେ ମନବଳାଇଲେ ଜିଲ୍ଲା ତଥା ରାଜ୍ୟରୁ ବେରୋଜଗାରୀ ସମସ୍ୟା ଦୂର ହୋଇପାରନ୍ତା  । କୋରୋନା ମହାମାରୀ ଭଳି ବିପତି ସମୟରେ ଏଭଳି ଶିକ୍ଷା ଦେଇଛନ୍ତି ଏହି ଶିକ୍ଷିତ ଚାଷୀ ଦିଲ୍ଲିପ୍ ମହାନ୍ତି  ।

from Kanak News
via <a href="https://ifttt.com/?

କେନ୍ଦ୍ର ସରକାରଙ୍କ ଦ୍ୱାରା ବାଇ-ଲ ଜାରି ହେବା ପରେ ଆରମ୍ଭ ହେଲା ରାଜନୀତି । ଜାଣନ୍ତୁ ଏହି ପ୍ରସଙ୍ଗରେ କିଏ କଣ କହିଲେ ?

କନକ ବ୍ୟୁରୋ : ଜାତୀୟ ସ୍ମାରକ କର୍ତୃପକ୍ଷ ପୁରୀ ମନ୍ଦିରକୁ ନେଇ ବାଇ-ଲ ଜାରି କରିବା ପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ଏହି ଟୁଇଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ଅପମାନଜନକ । ଜୀବନ୍ତ ଠାକୁରଙ୍କ ମନ୍ଦିରକୁ ‘ମୈାସଲିୟମ’ ଶ୍ରେଣୀଭୁକ୍ତ କରିଛି କେଦ୍ର । ମୈାସଲିୟମ ହେଉଛି – ଗମ୍ବୁଜ ଆକୃତିରେ ନିର୍ମିତ ଏକ କବରସ୍ଥାନ । ପିନାକୀ ଲେଖିଛନ୍ତି ଏହା ଠାକୁରଙ୍କ ପ୍ରତି ଅପମାନ ଏବଂ ଓଡିଆଙ୍କ ଭାବାବେଗକୁ ଏହା ଆଘାତ ଦେଇଛି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ମନ୍ଦିର ଓ ଅନ୍ୟ ଆଠଟି କିର୍ତୀରାଜିକୁ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ କଥା ହୋଇଛନ୍ତି । ଧର୍ମେନ୍ଦ୍ର ଟୁଇଟ କରି ଲେଖିଛନ୍ତି, ଏହି ବାଇ-ଲ ଅନେକ କଟକଣା ଲାଗୁ କରୁଛି । ତେଣୁ ଅଧିକ ସମୟ ଓ ଆଲୋଚନା ପରେ ନିଷ୍ପତି ନେବା ଉଚିତ । ସଂସ୍କୃତି ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଆଶ୍ୱାସନା ଦେଇଛନ୍ତି, ମନ୍ଦିରର ବିକାଶ ଓ ସ୍ଥାନୀୟ ଲୋକଙ୍କ ଭାବାବେଗକୁ ଆଘାତ ଦେଲା ପରି କୈାଣସି ପଦକ୍ଷେପ ନିଆଯିବ ନାହିଁ । ଏପଟେ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି ।

from Kanak News
via <a href="https://ifttt.com/?

ଚାକିରି ନୁହେଁ ଚାଷ ଦେଇଛି ରୋଜଗାର । ଫୁଲବାଣୀର ଗୋଲକ କହଁର ଜୈବିକ ପଦ୍ଧତିରେ ଚାଷ କରି ହୋଇଛନ୍ତି ସଫଳ ।

କନକ ବ୍ୟୁରୋ: ଇଂଜିନିୟର ଯୁବକଙ୍କୁ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଇଂଜିନିୟର ଚାକିରି ଛାଡି ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଛନ୍ତି ଜଣେ ଇଂଜିନିୟର । ନିଜେ ଜଣେ ସଫଳ ଚାଷୀ ହେବା ସବ ଚାଷ କାମରେ ଗାଁର ୪-୫ ଜଣ ବେକାର ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଚାଷ ଜମିରେ ଯୁବ ଇଂଜିନିୟର । ରାତି ପାହିବା କ୍ଷଣି ହାତରେ କୋଡି-କୋଦାଳ ଧରି ଚାଷ ଜମିରେ ପହଂଚି ଯାଆନ୍ତି ସିଭିଲ ଇଂଜିନିୟର ଗୋଲକ ବିହାରି କହଁର । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ପଦାସାହିର ଗୋଲକ ୨୦୨୦ ମସିହାରେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ସିଭିଲି ଇଂଜିନିୟର ଭାବେ ପାସ କରିବା ପରେ ହାଇଦ୍ରାବାଦରେ ଚାକିରି ପାଇଥିଲେ । ହେଲେ ସେଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳୁନଥିଲା । ତେଣୁ ସେ ଘରକୁ ଫେରି ଆସି, ବଡ ଭାଇଙ୍କ ପ୍ରେରଣାରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଗୋଲକ ଅଢେଇ ଏକର ଜମିରେ ମଟର, କୋବି, ଆଳୁ, ଟମାଟୋ ଓ ବିନ୍ ଭଳି ପନିପରିବା ଚାଷ କରୁଛନ୍ତି ।

ଗୋଲକଙ୍କ ଜମିରେ ଫଳିଥିବା ଏହି ପନି ପରିବାରେ ସାର କି କୀଟନାଷକ ପ୍ରୟୋଗ କରନ୍ତି । ଗାଇ, ଛେଳି ଓ ମେଣ୍ଡାଙ୍କ ଗୋବରରେ ଜୈବିକ ଖତ ପ୍ରସ୍ତୁତ କରି ଚାଷ କରୁଛନ୍ତି ଯୁବ ଇଂଜିନିୟର ଗୋଲକ । ଆଉ ଚାଷ କାମରେ ନିଜକୁ ନିୟୋଜିତ କରିବା ସହ ନିଜ ଗାଁର ୪ରୁ ୫ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଏବେ ଗାଁର ଚାଷୀମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ଓ ଜୈବିକ ସାରରେ ଚାଷ କରିବା ପାଇଁ ଶିକ୍ଷା ଦେଇଛନ୍ତି ଏହି ଯୁବ ଇଂଜିନିୟର ଚାଷୀ । ଆଉ ପୁଅର ଏଭଳି କାମ ଦେଖି ବେଶ ଖୁସି ହୁଅନ୍ତି ମାଆ । ଇଂଜିନିୟର ଗୋଲକ କହଁରଙ୍କ ଚାଷ କାମକୁ ଦେଖି ବର୍ତମାନ ସମୟରେ ଚାକିରି ପଛରେ ଧାଇଁ ନିରାଶ ହେଉଥିବା ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଶ୍ଚୟ ପ୍ରେରଣା ପାଇବେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started