ଏବେ ବି କୁହେଳିକା ଭିତରେ ଝରାଫୁଲ ମୃତ୍ୟୁ ମାମଲା । ସ୍ଥିତିକୁ ଦେଖି, ରମାଦେବୀ ଛାତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ବଢ଼ୁଛି ସନ୍ଦେହ ।

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ରହସ୍ୟ ଉପରୁ କେବେ ହଟିବ ପରଦା? ସ୍ଥିତିକୁ ଦେଖି ମୁଖ୍ୟ ଅଭିଯୁକ୍ତ ରାକେଶ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ପୋଲିସ ଏକପ୍ରକାର ସ୍ପଷ୍ଟ ହୋଇଥିବା କୁହାଯାଉଛି । ଏପରିକି ଜଣେ ପେଶାଦାର ଅପରାଧୀ ଭଳି ତଥ୍ୟା, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ରାକେଶ ।

ପ୍ରମାଣ ନଷ୍ଟ କରିବାକୁ ରାକେଶର ଉଦ୍ୟମ!
– ଭୁବନଶ୍ୱରରୁ ନେଇ ଝରାଫୁଲଙ୍କ ମୃତଦେହକୁ ଯାଜପୁର କୁଆଖିଆରେ ଫିଙ୍ଗିବା
– ସ୍କୁଟରରୁ ନମ୍ବର ପ୍ଲେଟକୁ କାଢି ଲୁଚାଇ ରଖିବା
– ଏପରିକି ନିଜେ ପିନ୍ଧିଥିବା ପ୍ୟାଂଟ, ସାର୍ଟକୁ ଲୁଚାଇ ରଖିବା
– ଝରାଫୁଲଙ୍କ ମୋବାଇଲ ଫୋନକୁ ଫିଙ୍ଗିଦେବା

ଏଭଳି ଘଟଣାରୁ ରାକେଶ ଅପରାଧ କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ସ୍ପଷ୍ଟ ହେଉଛି । ହେଲେ ନିଜ ପ୍ରେମିକାଙ୍କୁ କାହିଁକି ହତ୍ୟାକଲା ରାକେଶ, ଏହି ପ୍ରଶ୍ନ ପାଖରେ ଅଟକି ଯାଇଛି ପୋଲିସ । ରାକେଶକୁ ରିମାଣ୍ଡରେ ଆଣି ପଚରା ଉଚରା ବେଳେ ମନଗଢା କାହାଣୀ କହି ନିଜକୁ ନିର୍ଦ୍ଦୋଶ ପ୍ରମାଣ କରିବାକୁ ଚେଷ୍ଟା କରିଥିଲା ରାକେଶ । ତେଣୁ ହତ୍ୟାର କାରଣ ପାଖରେ ପହଂଚି ପାରୁନାହିଁ କୁଆଖିଆ ପୋଲିସ । ତେବେ ମିଳିଥିବା ସୂଚନା ଅନୁସାରେ ୩ଟି ଥିଓରୀକୁ ନେଇ ଆଗକୁ ବଢୁଛି ପୋଲିସ ।

ହତ୍ୟା କାରଣର ସମ୍ଭାବ୍ୟ ଥିଓରୀ
୧ – ଝରାଫୁଲଙ୍କ ତରଫରୁ ବିବାହ ପାଇଁ ରାକେଶ ଉପରେ ଚାପ ପଡୁଥିଲା କି?
୨- ଅନ୍ୟ କାହାସହ ଶାରୀରିକ ସଂପର୍କ ରଖିବାକୁ ଝରାଫୁଲଙ୍କୁ ରାକେଶ ବାଧ୍ୟ କରୁଥିଲା କି?
୩- ରାକେଶ ଅନ୍ୟ କୌଣସି ଯୁବତୀଙ୍କ ସହ ସଂପର୍କ ରଖି ଝରାଫୁଲଙ୍କୁ ଧୋକା ଦେଉଥିଲା କି?

ରାକେଶ ରଙ୍ଗିଲା ମିଜାଜର ହୋଇଥିବାରୁ ତୃତୀୟ ଥିଓରୀଟି ଉପରେ ପୋଲିସ ଅଧିକ ଗୁରୁତ୍ୱ ଦେଉଛି । ଧର୍ମବିହାର ଶିବସାଇ ଗେଷ୍ଟ ହାଉସରେ ଏମିତି କଣ ହେଲା ଯେ, ଦୁହିଁଙ୍କ ଭିତରେ ଝଗଡା ହେଲା ଓ ରାକେଶ ତାର ପ୍ରେମିକାଙ୍କୁ ହତ୍ୟା କରିବାକୁ ପଛାଇଲା ନାହିଁ. ଏହି ରହସ୍ୟ ପଛରେ ପଡିଛି କୁଆଖିଆ ପୋଲିସ । ସେଥିପାଇଁ ରାକେଶକୁ ପୁଣିଥରେ ପୋଲିସ ରିମାଣ୍ଡରେ ଆଣିପାରେ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ଆଦିବାସୀଙ୍କ ପାତ୍ର ଭାବେ ବ୍ୟବହାର ଲାଉତୁମ୍ବାର ନୂଆ ଅବତାର । କାରୁକାର୍ଯ୍ୟ ଭରା ତୁମ୍ବାର ବଢିଛି ଆଦର ।

କନକ ବ୍ୟୁରୋ: ଆଦିବାସୀଙ୍କ ପ୍ରିୟ ଲାଉତୁମ୍ବା ଏବେ ଦେଶ ତଥା ବିଦେଶରେ ନିଜ ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉତୁମ୍ବାରେ ବିଭିନ୍ନ କାରୁକାଯ୍ୟଁ ଲୋକଙ୍କ ମନ ମୋହୁଥିବା ବେଳେ ଏହାକୁ ଦେଶବିଦେଶରେ ପହଁଚାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ଏଭଳି ଉଦ୍ୟମ ଆରମ୍ଭ କରିଛି ରାୟଗଡ଼ାର ପ୍ରେରଣା ଅନୁଷ୍ଠାନ ।

ଦିନଥିଲା ଲାଉ କେବଳ ଆଦିବାସୀଙ୍କ ଖାଦ୍ୟ ସହ ପାତ୍ରର ଭୁମିକା ଗ୍ରହଣ କରୁଥିଲା । ଯେଉଁଥିରେ ଆଦିବାସୀ ଜଙ୍ଗଲକୁ ପାଣି ଓ ମାଣ୍ଡିଆ ଜାଉଭଳି ତରଳ ପଦାର୍ଥ ନେବା ଆଣିବା ପାଇଁ ବ୍ୟବହାର କରୁଥିଲେ । ସମୟାନୁକ୍ରମେ ପ୍ଲାଷ୍ଟିକ ବୋତଲ ଲାଉ ତୁମ୍ବାର ସ୍ଥାନ ନେଲା ଆଉ ନିଜ ପରିଚୟ ହଜାଇବାକୁ ବସିଲା ଆଦିବାସୀଙ୍କ ପାରମ୍ପରିକ ଲାଉତୁମ୍ବା । ମାତ୍ର ହଜି ଯାଉଥିବା ଏହି ଲାଉତୁମ୍ବା ପୁଣିଥରେ ଫେରିଛି । ସେ ବି ଏକ ବ୍ୟବସାୟର ମାଧ୍ୟମ ହୋଇ । ଗାଁ ଗହଳିରେ ଅବ୍ୟବହୃତ ଲାଉତୁମ୍ବାକୁ ସଂଗ୍ରହ କରାଯାଇ ବିଭିନ୍ନ କିସମର ଘର ସାଜସଜ୍ଜ।। ଜିନିଷରେ ରୁପାନ୍ତରିତ କରିବାର ପ୍ରଚେଷ୍ଟା ଜାରି ରହିଛି । ଯାହାକି ଏବେ ଆଦିବାସୀଙ୍କ ଜୀବନ ଜୀବିକାରେ ସହାୟ ହୋଇପାରିଛି ।

ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଚଂଳରେ ବିଭିନ୍ନ କିସମର ଖାଦ୍ୟ ଉପଯୋଗୀ ଏବଂ ଜଙ୍ଗଲି ଲାଉ ଦେଖିବାକୁ ମିଳିଥାଏ । ମିଳୁଥିବା ଲାଉଗୁଡିକର ଆକାର, କିଶମ , ଗଠନରେ ସାମଞ୍ଜସ୍ୟ ନଥିବା ଫଳରେ ଏହା ଦ୍ୱାରା ପ୍ରସ୍ତୁତ ସାମଗ୍ରୀରେ ଦ୍ୱିତୀୟତା ନଥିବା ଯୋଗୁଁ ଏହାର ଚାହିଦା ଦେଶ ତଥା ବିଦେଶରେ ରହିଛି । ଏପରିକି ଲାଉ ପରିବେଶ ଉପଯୋଗୀ ଓ ଏଥିରେ ପୋକ ନ ଲାଗିବା ଫଳରେ ଏହା ଦୀର୍ଘସ୍ଥାୟୀ । ଏହି କଳା ଆଗରୁ ବିଦେଶରେ ବେସ ନା କରିଥିବା ବେଳେ ଆଗାମୀ ଦିନରେ ଲାଉତୁମ୍ବା କଳା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିବା ସହ ଆଦିବାସୀଙ୍କ ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ହୋଇପାରିବ ।

from Kanak News
via <a href="https://ifttt.com/?

ରହସ୍ୟ ବଢ଼ାଇଲା ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । କୁଳମଣୀ ବରାଳଙ୍କ ପୁଅକୁ ଫୋନ୍ କରିଥିଲେ ପ୍ରଫୁଲ୍ଲ ବିଶ୍ୱାଳ 

କନକ ବ୍ୟୁରୋ : ଯାହାଙ୍କ ନାଁରେ ହତ୍ୟାଭଳି ସଙ୍ଗୀନ ମାମଲା ଥିଲା, ଯିଏ ଗିରଫଦାରୀ ଭୟରେ ମାସେରୁ ଅଧିକ ସମୟ ଧରି ଘୁରିବୁଲୁଥିଲା, ସେହି ବ୍ୟକ୍ତିର ଅଚନାକ୍ ମୃତ୍ୟୁ ହୋଇଯିବା ଯେତିକି ବଡ଼ ଦ୍ୱନ୍ଦ ସୃଷ୍ଟି କରିଛି, ତାଠୁ ଅଧିକ ଆଶ୍ଚର୍ଯ୍ୟ କରୁଛି, ଯାହାଙ୍କୁ ହତ୍ୟା କରାଯାଇଛି, ତାଙ୍କ ପୁଅକୁ ଫୋନ୍ କରିବା । ମହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲେ । ଯାହାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

୫ ତାରିଖ ଶୁକ୍ରବାର । ସମୟ ପ୍ରାୟ ୨ଟା ୫ । ମହାଙ୍ଗା ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲା । ନିଜ ବାପାର ହତ୍ୟା ପଛରେ ମୃତ୍ୟୁ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳର ଫୋନ୍ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ରମାକାନ୍ତ । ହେଲେ ପ୍ରଫୁଲ୍ଲ ସହ ପ୍ରାୟ ଗୋଟିଏ ମିନିଟ୍ ୪୦ ସେକେଣ୍ଡ କଥା ହୋଇଥିଲେ ।

ଫୋନ୍ରେ ରାମାକାନ୍ତ, ପ୍ରଫୁଲ୍ଲ ସହ କ’ଣ କଥା ହୋଇଥିଲେ ତାହା କ୍ୟାମେରା ଆଗରେ କହିନଥିଲେ ବି ପ୍ରଫୁଲ୍ଲ ବିଶ୍ୱାଳ ସହ କଥାବାର୍ତାର ସମସ୍ତ ତଥ୍ୟ ପୁଲିସ୍କୁ ଦେଇଛନ୍ତି ରମାକାନ୍ତ । କିନ୍ତୁ ପ୍ରଶ୍ନ ହେଉଛି- ପ୍ରଫୁଲ୍ଲଙ୍କର ଏମିତି କ’ଣ ଆବଶ୍ୟକତା ପଡ଼ିଲା ଯେ, ମୃତ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲା । ଯିଏ ବହୁ ଚର୍ଚ୍ଚିତ ମର୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ, ସେ କାହିଁକି ହତ୍ୟା ହୋଇଥିବା କୁଳମଣୀଙ୍କ ପୁଅକୁ ଫୋନ୍ କରିବେ? ଏହି ଦୁଇ ଜଣଙ୍କ ମଧ୍ୟରେ କ’ଣ କଥାବାର୍ତା ହୋଇଥିଲା, ତାହା ଏବେ ପୁଲିସ୍ର ନାଲି ଫିତା ତଳେ ରହିଛି । ଯାହା, ପୁଲିସ୍ ସାମ୍ନାକୁ ଆଣିବା ହୁଏତ ଜରୁରୀ ।

ଏପଟେ କଟକ ଗ୍ରମାଂଚଳ ଏସ୍ପି କହିଛନ୍ତି- ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଏଯାଏଁ କେବଳ ଦୁର୍ଘଟଣାଜନତି ବୋଲି କୁହାଯିବ । ତାଙ୍କ ମୃତ୍ୟୁ ପଛର ଅନ୍ୟ କିଛି କାରଣ ସମ୍ପର୍କରେ ଏଯାଏଁ କୌଣସି ସୂଚନା ନାହିଁ । ତେବେ ଯଦି କେହି ମୃତ୍ୟୁ ପଛର ଅନ୍ୟ କାରଣ ଜଣାଇବାକୁ ଚାହାନ୍ତିଁ, ତେବେ ଆମେ ନିଶ୍ଚୟ ଏହା ଉପରେ ନଜର ଦେଇ ତଦନ୍ତ କରିବୁ ।

ଏପଟେ ମୃତ ପ୍ରଫୁଲ୍ଲ ବିଶ୍ୱାଳର ପରିବାର ଲୋକ, ଏହା ଦୁର୍ଘଟଣା ଜନତି ମୃତ୍ୟୁ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଗତ ଜାନୁୟାରୀ ୨ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଫୁଲ୍ଲ ବିଶ୍ୱାଳ । ଘଟଣାରେ ପରେ ସେ ଫେରାର ହୋଇ ଯାଇଥିବା ବେଳେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି । ମୃତ କୂଳମଣିଙ୍କ ପୁଅର ଅଭିଯୋଗ ଆଧାରରେ ମୋଟ ୧୩ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ଏବଂ ୯ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।

from Kanak News
via <a href="https://ifttt.com/?

ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ ଆଣିଲା ହିମସ୍ଖଳନ । ଜଳ ପ୍ରଳୟରେ ଶତାଧିକ ମୃତାହତ ଆଶଙ୍କା । ସର୍ବାଧିକ ପ୍ରଭାବିତ ହେଲା ଋଷିଗଙ୍ଗା ଶକ୍ତି ପ୍ରକଳ୍ପ 

କନକ ବ୍ୟୁରୋ : ୨୦୧୩ ପରେ ଉତ୍ତରାଖଣ୍ଡରେ ପୁଣି ଆସିଛି ପ୍ରଳୟ । ସେତେବେଳେ ବାଦଳ ଫଟା ବର୍ଷା ଆଣିଥିଲା ଜଳପ୍ରଳୟ, ଏବେ ହିମସ୍ଖଳନ ଆଣିଛି ଭୟାନକ ଚିତ୍ର । ପ୍ରକୃତିର ତାଣ୍ଡବ ଦେବଭୂମି ଉତ୍ତରାଖଣ୍ଡରେ ଭୟାବହତା ସୃଷ୍ଟି କରିଛି । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସିଥିଲା । ହିମସ୍ଖଳନ ପରେ ଭୀଷଣ ଆକାର ନେଇ ମାଡି ଆସିଥିବା ଜଳଶ୍ରୋତ ରୁଷିଗଙ୍ଗା ଶକ୍ତି ପ୍ରକଳ୍ପକୁ ପ୍ରଭାବିତ କରିଛି ।

ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସୁଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଇଛି । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୂରା ଭାସି ଯାଇଛି । ହିମସ୍ଖଳନରରେ ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଶହେରୁ ଅଧିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ସ୍ଥାନରେ କାମ କରୁଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କ ପତା ମିଳୁନଥିବାରୁ ଉଦ୍ଧାର କାମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି ।

ଚମୋଲି ଜିଲ୍ଲାର ରେଣି ଗାଁରେ ହୋଇଥିଲା ହିମ ସ୍ଖଳନ । ଫଳରେ ଅକଳନନ୍ଦା ଓ ଧୋଲିଗଙ୍ଗା ନଦୀରେ ବନ୍ୟା ଆସି ଉପକୂଳରେ ଥିବା ଜନବସତିକୁ ପ୍ରଭାବିତ କରିଛି । ଅନେକ ଘର ଭସାଇ ନେଇଥିବା ଆଶଙ୍କା କରାଯାଉଛି । ଜୋଶିମଠ ଅଂଚଳରେ ମଧ୍ୟ ବନ୍ଧ ଭାଙ୍ଗିଥିବା ସୂଚନା ମିଳୁଛି । ଏସଡିଆରଏଫ ଓ ଆଟିବିପି ଟିମ୍ ଉଦ୍ଧାର କାମରେ ଲାଗିଛନ୍ତି ।

କେତେକ ସ୍ଥାନରେ ୨୦୧୩ଠାରୁ ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଏହି ବିପର୍ଯ୍ୟୟ ଖବର ମିଳିବା ମାତ୍ରେ ଦିଲ୍ଲୀରୁ ୪ଟି ଏନଡିଆରଏଫ୍ ଟିମ୍ ଆକାଶପଥରେ ବାହାରି ଆସି ଡେରୁଡୁନରେ ପହଁଚି ସାମିଲ ହୋଇଛି ଉଦ୍ଧାରକାମରେ । ଉଦ୍ଧାର କାମରେ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର ।

ରେଣି ଗାଁ ନିକଟ ପାହାଡ ତଳେ ତିଆରି ହେଉଥିବା ପାୱାର ପ୍ରୋଜେକ୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଠାରେ କାମ କରୁଥିବା ପ୍ରାୟ ୧୫୦ ଶ୍ରମିକ ଓ କର୍ମଚାରୀ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ମୃତାହତଙ୍କ ବାବଦରେ ସୂଚନା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତରାଖଣ୍ଡରେ ବିପର୍ଯ୍ୟୟ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଟ୍ୱିଟ କରି ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।

from Kanak News
via <a href="https://ifttt.com/?

ପୁରୀ ଶ୍ରୀ ମନ୍ଦିର ପାଇଁ କେନ୍ଦ୍ର ସରକାର ଆଣିଲେ ବାଇ-ଲ’ । ସବୁଆଡେ ହେଲା ବିରୋଧ । ଜାଣନ୍ତୁ, କଣ କହୁଛି ଏହି ବାଇ-ଲ?

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ କେମିତି ବାସଗୃହ ଓ ବ୍ୟବସାୟିକ ଅନୁଷ୍ଠାନ ଘେରି ରହିଛି । ଆଉ ଏଭଳି ସ୍ଥିତିରେ ନ୍ୟାସନାଲ ମନ୍ୟୁମେଂଟ ଅଥରିଟି ବା ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ନୂଆ ବାଇ-ଲ’ ପୁରୀ ପାଇଁ ଚଡକ ଭଳି ପଡିଛି । ବାଇ-ଲ ବା ଉପ ନିୟମ ଜାରି କରିବା ପରେ ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ସେବାୟତ । କୈାଣସି ପରିସ୍ଥିତିରେ ଏଭଳି ନିୟମକୁ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଚେତାବନୀ ଦେଇଛନ୍ତି ।

ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଜାତୀୟ ସ୍ମାରକ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଏଥିରେ ମୁଖ୍ୟ ପ୍ରଶାସକ କହିଛନ୍ତି, ପ୍ରଭୁ ଜଗନ୍ନାଥ, ସେବକ ଏବଂ ଭକ୍ତଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ ଏହି ବାଇ-ଲ କୁ ପ୍ରତ୍ୟାହାର କରାଯାଉ । ଯଦି ଜାତୀୟ ସ୍ମାରକ କର୍ତୃପକ୍ଷ ଚାହୁଁଛନ୍ତି ତେବେ ପୁରୀ ଆସି ଆଲୋଚନା କରିପାରନ୍ତି ।

ପୁରୀ ମନ୍ଦିରକୁ ନେଇ ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ଏହା ପ୍ରଥମ ବାଇ-ଲ । ଏଥିରେ କୁହାଯାଇଛି,
୧. ପୁରୀ ମନ୍ଦିରର ସବୁ ଦିଗରେ ୧୦୦ମିଟର ପର୍ଯ୍ୟନ୍ତ ନିଷିଦ୍ଧ କ୍ଷେତ୍ର ରହିବ । ଏହି କ୍ଷେତ୍ରରେ କୈାଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ ।
୨. ପୁରୀ ମନ୍ଦିରର ସବୁ ଦିଗରେ ୧୦୦ମିଟରରୁ ୩୦୦ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ କ୍ଷେତ୍ର ହେବ । ଏଠାରେ କୈାଣସି ନିର୍ମାଣ କିମ୍ବା ମରାମତି ପାଇଁ ସ୍ମାରକ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡିବ ।

from Kanak News
via <a href="https://ifttt.com/?

ସମ୍ବଲପୁରୀ ଗୀତ ଗାଇଲେ ଦୁଇ ଆସାମୀ ଭଉଣୀ । ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦିଙ୍କ ଡାଲଖାଇ ଓ ରଙ୍ଗବତୀ ଗାଇ ଚର୍ଚ୍ଚାରେ ।

କନକ ବ୍ୟୁରୋ: ଆସାମୀ ଝିଅ ଗାଉଛନ୍ତି ସମ୍ବଲପୁରୀ ଗୀତ । ଆଉ ଯାହାର ତାଲେ ତାଲେ ଝୁମୁଛନ୍ତି ଦର୍ଶକ । ସମ୍ବଲପୁରୀ ଶାଢୀ ସାଙ୍ଗକୁ ଡାଲଖାଇ ଓ ରଙ୍ଗବତୀ ଗୀତ ଗାଇ ଏବେ ଚର୍ଚ୍ଚାରେ ଦୁଇ ଭଉଣୀ ଅନ୍ତରା ଏବଂ ଅଙ୍କିତା ।

ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦି । ଓଡିଆ ଲୋକଙ୍କ ପାଇଁ ଏ ନାଁ ବୋଧ ହୁଏ ଅଜଣା । ହେଲେ ଏହି ଦୁଇ ଭଉଣୀଙ୍କ ସମ୍ବଲପୁରୀ ଗୀତ ଏବେ ଚାରିଆଡେ ଚର୍ଚ୍ଚାରେ । ସୋସିଆଲ୍ ମିଡିଆଠୁ ଆରମ୍ଭ କରି ୟ୍ୟୁଟୁବ୍, ଇନଷ୍ଟାଗ୍ରାମ ସବୁଠି ଏବେ ଏହି ଦୁଇ ଭଉଣୀଙ୍କ ଗୀତ ଦେଖିବାକୁ ମିଳୁଛି । ଅନେକ ଲୋକ ଏହାକୁ ସେଆର୍ କରି ପ୍ରଂଶସା ମଧ୍ୟ କରିଛନ୍ତି । ଓଡିଆ ଠିକ୍ ଭାବେ ଜାଣିନଥିଲେ ବି ଅଙ୍କିତା ଓ ଅନ୍ତରାଙ୍କ ଏହି ଗୀତ ଏବେ ଶ୍ରୋତାମାନଙ୍କ ମନ ଜିଣିବାରେ ଲାଗିଛି ।

ଅନ୍ତରା ନନ୍ଦି ଏହି ଗୀତକୁ ନିଜର ସୋସିଆଲ୍ ମିଡିଆ ଆକାଉଂଟରେ ସେଆର୍ କରି ଲେଖିଛନ୍ତି, ଓଡିଆ ଗୀତ ଗାଇବାକୁ ତାଙ୍କୁ ଅନେକ ଲୋକ ଅନୁରୋଧ କରିି ଆସୁଥିଲେ । ତେଣୁ ଏବେ ସେ ଏହି ଦୁଇ ସମ୍ବଲପୁରୀ ଗୀତକୁ ବାଛିଛନ୍ତି । ଏଥିପାଇଁ ଶିବାନୀ ପଣ୍ଡା ଓ ଝାରସୁଗୁଡାରେ ରହୁଥିବା ତାଙ୍କ ଗୁରୁଜୀ ଦିନେଶ ପଲାଇଙ୍କୁ ଧନ୍ୟବାଦ ଦେଇଛନ୍ତିା

ତେବେ ଆପଣ ଭାବୁଥିବେ ଏହି ଦୁଇ ଭଉଣୀ କିଏ । ଆଉ ଏମାନେ ଏହି ସମ୍ବଲପୁରୀ ଗୀତ ଗାଇଲେ କାହିଁକି । ଅସଲ କଥା ହେଲା ଅନ୍ତରା ନନ୍ଦି ହେଉଛନ୍ତି ଜଣେ ଜଣାଶୁଣା କଣ୍ଠଶିଳ୍ପୀ । ସେ ୨୦୦୯ ମସିହାରେ ସିଙ୍ଗିଙ୍ଗ୍ ରିୟାଲିଟି ସୋ ‘ସା ରେ ଗା ମା ଲିଟିଲ୍ ଚାମ୍ପସରେ’ ଫାଇନାଲିଷ୍ଟ ବି ରହିସାରିଛନ୍ତି ।

ଲକଡାଉନ୍ ସମୟରେ ଅନ୍ତରା ନନ୍ଦି ତାଙ୍କ ଭଉଣୀ ଅଙ୍କିତା ନନ୍ଦିଙ୍କ ସହ ମିଶି ବିଭିନ୍ନ ଭାଷାରେ ଗୀତ ଗାଇବା ଆରମ୍ଭ କରିଥିଲେ । ଆଉ ଏହି ଗୀତକୁ ସେ ନିଜ ଘରେ ଗାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଲୋକମାନଙ୍କର ଏଥିପ୍ରତି ଆଗ୍ରହ ଦେଖି ଦୁଇ ଭଉଣୀ ମରାଠୀ , ବେଙ୍ଗଲୀ, ଗୁଜରାଟୀ, କନ୍ନଡ ଭାଷାରେ ମଧ୍ୟ ଗୀତ ଗାଇଥିଲେ । ହେଲେ ଏବେ ସମ୍ବଲପୁରୀ ଡାଲଖାଇ ଓ ରଙ୍ଗବତୀ ତାଙ୍କୁ ଚର୍ଚ୍ଚାକୁ ନେଇଆସିଛି ।

from Kanak News
via <a href="https://ifttt.com/?

ଖାଣ୍ଟି ଓଡ଼ିଆ ଗୀତର ଅନନ୍ୟ ଅନୁଭୂତି ଦେବାକୁ ମ୍ୟୁଜିକ୍ ସାଇନଟିଷ୍ଟ ପ୍ରେମାନନ୍ଦଙ୍କ ପ୍ରୟାସ । ଓଲିଉଡର ୧୫ ଜଣ ସୁନାମଧନ୍ୟ କଣ୍ଠଶିଳ୍ପଙ୍କୁ ନେଇ ରେକର୍ଡ କଲେ ଗୀତ ।

କନକ ବ୍ୟୁରୋ : ଓଡିଆଙ୍କ ଅସ୍ମିତାକୁ ନେଇ ଗୀତ । ଓଲିଉଡ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଭିବ ଓଡିଶାର ପରମ୍ପରା, ଭାଷା ଓ ସଂସ୍କୃତି ଓ ପରମ୍ପରାର ସଙ୍ଗୀତ । ଓଡିଶା ଓ ଓଡିଆଙ୍କୁ ନେଇ ଏକ ଭିନ୍ନ ଧରଣର ଗୀତ ପ୍ରସ୍ତୁତ କରାଯାଇଛି । ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ, ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମ୍ୟୁଜିକ ସାଇନଟିଷ୍ଟ ପ୍ରେମାନନ୍ଦ ।

ଏହି ଗୀତକୁ ଗାଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଆଗଧାଡିର ୧୫ଜଣ କଣ୍ଠଶୀଳ୍ପ । ଗୀତର ବୋଲ ରହିଛି ଏ-ମାଟି ଓଡିଶା, ଏ-ଜାତି ଓଡିଆ । ଏହି ଗୀତକୁ ଭୁବନେଶ୍ୱର ନିଳାଦ୍ରୀବିହାରରେ ଥିବା ସୌମେଶ ଷ୍ଟୁଡିଓରେ ରେକର୍ଡିଂ କରାଯାଇଛି । ହ୍ୟୁମାନ ସାଗର, ଅନନ୍ୟାଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର ଆଦି ଗାୟକ ଗୀତଟିକୁ ଗାଇଛନ୍ତି । ଖୁବ ଶୀଘ୍ର ଏହା ଲଂଚ ହେବ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ମତୃକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ସରକାର ୪ ଲକ୍ଷ ଲେଖାଏଁ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

ଏଥିସହ ଏହି ଭୟଙ୍କର ଜଳପ୍ରଳୟ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି । ସେଠାରେ ଏବେ ଉଦ୍ଧାରକାରୀ ଦଳ ଜୋରସୋରରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ରହିଛି । ତେବେ ଏବେ ବି ସବୁ ଲୋକ ଉଦ୍ଧାର ହୋଇପାରିନାହାନ୍ତି । ଏଯାବତ ଏହି ଘଟଣାରେ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଆଗକୁ ମଧ୍ୟ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଆଜି ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ଜଳପ୍ରଳୟ ଦେଖିବାକୁ ମିଳିଛି । ହିମସ୍ଖଳନ ଫଳରେ ୧୦୦ରୁ ୧୫୦ ଲୋକ ଆହତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହୁରି ଅଧିକ ଉଦ୍ଧାରକାରୀ ଦଳ ଉତ୍ତରାଖଣ୍ଡ ପହଞ୍ଚୁଥିବା ନେଇ ସୂଚନା ରହିଛି ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଠାରୁ ଭାରତ-ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ । ରାଜସ୍ଥାନରେ ପହଂଚିଲେ ଆମେରିକୀୟ ସେନା । ଦୁଇ ସପ୍ତାହ ଧରି ଚାଲିବ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ସୋମବାରଠାରୁ ପାକିସ୍ତାନ ସୀମାନ୍ତରେ ଭାରତ-ଆମେରିକାର ସୈନ୍ୟମାନେ ଦୁଇ ସପ୍ତାହ ଧରି ମିଳିତ ସମରାଭ୍ୟାସ କରିବେ । ଏନେଇ ରବିବାର ଦିନ ଆମେରିକାର ସୈନ୍ୟମାନେ ରାଜସ୍ଥାନରେ ପହଂଚିଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୭୦ ଜଣ ଆମେରିକୀୟ ସୈନ୍ୟ ରାଜସ୍ଥାନରର ସୁରଟଗଡରେ ପହଂଚିଥିବା କହିଛନ୍ତି ପ୍ରତିରକ୍ଷା ଅଧିକାରୀ । ସେମାନେ ରାଜସ୍ଥାନରେ ପହଂଚିବାରେ ସମରାଭ୍ୟାସ ସ୍ଥଳି ‘ମହାଜନ ଫିଲ୍ଡ ଫାଇରିଂ ରେଞ୍ଜ’ ଅଭିମୁଖେ ଯାତ୍ରା କରିଥିବା ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି । ‘ମହାଜନ ଫିଲ୍ଡ ଫାଇରିଂ ରେଞ୍ଜ’ ଏହା ହେଉଛି ଆମେରିକା ସମରାଭ୍ୟାସର ୧୬ ଶ ସଂସ୍କରଣ ବୋଲି ସେ ସୂଚନା ଦେଇଛନ୍ତି । ଏହି ସମରାଭ୍ୟାସ ଫେବୃଆରୀ ମାସ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆମେରିକାରେ ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ପ୍ରଥମ ମିଳିତ ସମରାଭ୍ୟାସ ।

from Kanak News
via <a href="https://ifttt.com/?

ଯେବେ ଅନୀଲ କୁମ୍ବଲେ କରିଥିଲେ କମାଲ । ନିଜ ବୋଲିଂରେ ପୋଛି ଦେଇଥିଲେ ପୂରା ପାକିସ୍ତାନ ଟିମକୁ । ଗୋଟିଏ ଇଂନିସରେ ଏକାକୀ ନେଇଥିଲେ ୧୦ ୱିକେଟ ।

କନକ ବ୍ୟୁରୋ : ଯେତେବେଳେ ତାଙ୍କ ହାତରେ ଥାଏ ବଲ । ନିଜ ସ୍ପିନର ଯାଦୁଗରିରେ ସେ ଦେଖାନ୍ତି କମାଲ । ଭାରତୀୟ କ୍ରିକେଟ ଜଗତରେ ସେ ହେଉଛନ୍ତି ଜଣେ କିମ୍ବଦନ୍ତୀ ଖେଳାଳି । ଅନୀଲ କୁମ୍ବଲେ ଦିନ ଥିଲା ନିଜେ ଏକାକୀ ଭାରତୀୟ ବୋଲିଂ ବିଭାଗକୁ ସମ୍ଭାଳିବାର ଦକ୍ଷତା ରଖୁଥିଲେ । ନିଜ ବୋଲିଂରେ ବଡ ବଡ ଟିମକୁ ଧରାଶାୟୀ କରିଦେଉଥିଲେ କୁମ୍ବଲେ । ଆଜି ଆମେ ଏମିତି ଏକ ଟେଷ୍ଟ ମ୍ୟାଚ କଥା କହିବୁ ଯେଉଁଥିରେ ଦେଖିବାକୁ ମିଳିଥିଲା କୁମ୍ବଲେଙ୍କ କମାଲ । ଫେବୃଆରୀ ୭ ତାରିଖ ଅର୍ଥାତ ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଇତିହାସ ରଚିଥିଲେ ଏହି ଭାରତୀୟ କ୍ରିକେଟର ।

କ୍ରିକେଟ ଇତିହାସରେ ଆପଣ ସଚିନଙ୍କ ଶହେ ଅନ୍ତରାଷ୍ଟ୍ରିୟ ଶତକ ଦେଖିଥିବେ, ଆଉ ମୁଥୟା ମୁରଲୀ ଧରନଙ୍କ ୮୦୦ତମ ୱିକେଟ ମଧ୍ୟ ଦେଖିଥିବେ । ହେଲେ ଆମେ ଆଜି କହିବୁ ଅନିଲ କୁମ୍ବଲେଙ୍କ ସେହି ୧୦ ୱିକେଟ କଥା । ଯାହାକି ସେ ଗୋଟିଏ ଇଂନିସରେ ନେଇଥିଲେ ।
ସ୍ଥାନ ଥିଲା ଦିଲ୍ଲୀ, ଆଉ ଷ୍ଟାଡିୟମ ଥିଲା ଫିରୋଜ ଶାହ କୋଟଲା । ୧୯୯୯ ମସିହା ଫେବୃଆରୀ ୨ ତାରିଖରେ ହୋଇଥିଲା ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ୨ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ହାରିସାରିଥାଏ । ଦ୍ୱିତୀୟ ମ୍ୟାଚରେ ଭାରତ ବଦଲା ନେବା ପାଇଁ ପୂରାପୂରି ପ୍ରସ୍ତୁତ ହୋଇ ମୈଦାନକୁ ଓହ୍ଲାଇଥାଏ । ଯଦି ଏହି ମ୍ୟାଚ ପାକିସ୍ତାନ ଜିତି ଯାଇଥାନ୍ତା ତେବେ ଭାରତ ଏହି ଟେଷ୍ଟ ସିରିଜରେ ପରାସ୍ତ ହୋଇଥାନ୍ତା । ହେଲେ ଏମିତି ହେବାକୁ ଦେଇନଥିଲେ ଅନୀଲ କୁମ୍ବେଲ ।

ଫେବୃଆରୀ ୨ରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା ଦଳ । ସକଲିନ ମୁସ୍ତାକଙ୍କ ବୋଲିଂକୁ ସାମ୍ନା କରିପାରିନଥିଲା ଟିମ ଇଣ୍ଡିଆ । ଦଳ ପକ୍ଷରୁ ସାଦଗୋପନ ରମେଶ ୬୦ ଓ ମହମ୍ମଦ ଆଝାରୁଦ୍ଦିନ ୬୭ କରିଥିଲେ ଫଳରେ ଦଳ ୨୫୨ ରନ କରିବାରେ ସକ୍ଷମ ହୋଇଥିଲା ।

ପାକିସ୍ତାନ ମଧ୍ୟ ତାର ପ୍ରଥମ ଇଂନିସରେ ବିଫଳ ହୋଇଥିଲା । ଏହି ଇଂନିସରେ କୁମ୍ବଲେ ନିଜ ବୋଲିଂରେ ଝଲକ ଦେଖାଇଥିଲେ । ସେ ଏହି ଇଂନିସରେ ୪ଟି ୱିକେଟ ନେଇଥିଲେ । ଏହାସହ ହରଭଜନ ସିଂ ୩, ଭେଙ୍କଟେଶ ପ୍ରସାଦ ୨ ଓ ଶ୍ରୀନାଥ ଗୋଟିଏ ୱିକେଟ ନେଇଥିଲେ । ଫଳରେ ପାକିସ୍ତାନ ମାତ୍ର ୧୭୨ ରନ କରିଥିଲା । ଏହାପରେ ଭାରତ ତାର ଦ୍ୱିତୀୟ ଇଂନସରେ ଚମତ୍କାର ଖେଳି ୩୩୯ର ବଡ ସ୍କୋର କରିଥିଲା ।

ପାକିସ୍ତାନର ଦ୍ୱିତୀୟ ଇଂନିସ ବେଳକୁ ସାମ୍ନାରେ ଥାଏ ୪୨୦ ରନର ଟାର୍ଗେଟ । ଏହି ବିଜୟ ଲକ୍ଷ୍ୟ ନେଇ ମୈଦାନ ଓହ୍ଳାଇଥିଲା ପାକିସ୍ତାନ । ଆରମ୍ଭରୁ ୧୦୧ରନର ବଡ ପାର୍ଟନରସିପ କରି ଭାରତୀୟଙ୍କୁ ଚମକାଇ ଦେଇଥିଲା ପାକିସ୍ତାନ । ହେଲେ ୨୪ ଓଭର ବେଳକୁ କୁମ୍ବଲେଙ୍କ ପ୍ରଥମ ଶିକାର ହୋଇଥିଲେ ସାହିଦ ଆଫ୍ରିଦି । ଏହାପରେ ଗୋଟିଏ ପରେ ଗୋଟିଏ ପାକିସ୍ତାନୀ ଖେଳାଳିଙ୍କ ୱିକେଟ ନେଇଯାଇଥିଲେ କୁମ୍ବଲେ । ଏହି ଇଂନିସରେ ମୋଟ ୧୦ ୱିକେଟ ନେଇ ପୂରା ପାକିସ୍ତାନ ଟିମକୁ ପୋଛି ଦେଇଥିଲେ କୁମ୍ବଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started