ପିଏମ କିଷାନ ଯୋଜନାରୁ ବାଦ ପଡିବେ ୩୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ । ପାଇଥିବା ଟଙ୍କା ଫେରସ୍ତ ନେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ଅଯୋଗ୍ୟଙ୍କ ନାମରେ ରୁଜୁ ହେବ ମାମଲା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ସରକାର । ଏହି ଯୋଜନାରୁ ଲାଭ ପାଉଥିବା ଅଯୋଗ୍ୟ ଚାଷୀଙ୍କୁ ସ୍କାନରକୁ ଆଣିଛନ୍ତି କେନ୍ଦ୍ର ସରକାର । ଯେଉଁ ଅଯୋଗ୍ୟ ବ୍ୟକ୍ତି ମାନେ ନିଜକୁ ଚାଷୀ ବୋଲି କହି ଏହି ଯୋଜନାରୁ ଲାଭ ଉଠାଇଛନ୍ତି ସେମାନେ ଆଗାମୀ କିସ୍ତିରୁ ଆଉ ଟଙ୍କା ପାଇପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଏହି ଯୋଜନାରୁ ଲାଭ ଉଠାଉଥିବା ଚାଷୀଙ୍କ ମଧ୍ୟରେ ରହିଛନ୍ତି ୩୨.୯୧ ଲକ୍ଷ ଅଯୋଗ୍ୟ ଚାଷୀ । ସେମାନଙ୍କ ଖାତାକୁ ସରକାର ୨.୩୨୬ କୋଟି ଟଙ୍କା ଯାଇଥିବା ସରକାର କହିଛନ୍ତି । ଏବେ ସରକାର ସେହି ଅଯୋଗ୍ୟ ଚାଷୀ ମାନଙ୍କ ଠାରୁ ଟଙ୍କା ଆଦାୟ କରିବେ ବୋଲି ଜଣାପଡିଛି । ସୂଚନା ଥାଉକି ଏହି ଯୋଜନା ମାଧ୍ୟମରେ ସରକାର ଦେଶର ମୋଟ ୧୧ କୋଟି ୫୩ ଲକ୍ଷ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଉଛନ୍ତି ।
ଏନେଇ ଚଳିତ ସଂସଦରେ କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର କହିଥିଲେ କି ଅନେକ ଅଯୋଗ୍ୟ ଚାଷୀ ଏହି ଯୋଜନାରୁ ଲାଭ ଉଠାଉଛନ୍ତି । ସେମାନଙ୍କ ମଧ୍ୟରେ ଆୟକର ଦେଉଥିବା କିଛି କୃଷକ ମଧ୍ୟ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାରମାନେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି ।
ଏବେ ଆସନ୍ତୁ ଜାଣିବା ସରକାରଙ୍କ ହିସାବରେ କେଉଁମାନେ ଅଯୋଗ୍ୟ ଚାଷୀ :

  • ଯେଉଁ ଲୋକମାନେ କୃଷି ଜମିର ବ୍ୟବହାର ଚାଷ କାର୍ଯ୍ୟ ବଦଳରେ ଅନ୍ୟ କାମରେ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ ।
  • ଯେଉଁ ଶ୍ରମିକ ମାନେ ଅନ୍ୟ କୃଷକର ଜମିରେ ଚାଷ କାମ କରନ୍ତି ସେମାନେ ବି ଏହି ଯୋଜନା ପରିସରଭୁକ୍ତ ହୋଇପାରିବେ ନାହିଁ । ଯେଉଁ କୃଷକମାନେ ଚାଷ କରନ୍ତି ମାତ୍ର ସେମାନଙ୍କ ନାମରେ ଜମି ନଥାଏ ସେମାନେ ବି ଏହି ଯୋଜନାରୁ ବାଦ ପଡିବେ ।
  • ଯଦି ବି ଜମି ତାଙ୍କ ବାପା କିମ୍ବା ଜେଜେ ବାପାଙ୍କ ନାମରେ ରହିଥାଏ ତେବେ ସେମାନେ ବି ଏହି ଯୋଜନାରୁ ଲାଭ ଉଠାଇପାରିବେ ନାହିଁ  ।
  • ଜମିର ମାଲିକ ଯଦି ସରକାରୀ କର୍ମଚାରୀ କିମ୍ବା ଅବସର ନେଇ ସାରିଛନ୍ତି , କିମ୍ବା ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ କିମ୍ବା ମନ୍ତ୍ରୀ ହୋଇଥାନ୍ତି ତେବେ ସେମାନେ ବି ଏହି ଯୋଜନାରୁ ମିଳୁଥିବା ଲାଭ ସେମାନଙ୍କୁ ମିଳିବ ନାହିଁ ।
  • ପଞ୍ଜିକୃତ ଡାକ୍ତର, ଇଂଜିନିୟର, ଓକିଲ ଭଳି ପେଶାରେ ଥିବା ଲୋକ କିମ୍ବା ତାଙ୍କ ପରିବାର ଲୋକବି ଏହି ଯୋଜନାରୁ ବାଦ ପଡିବେ ।
  • ଯଦି କେହି ଜମି ମାଲିକ ୧୦ ହଜାରରୁ ଅଧିକ ଟଙ୍କା ପେନସନ୍ ପାଉଥା’ନ୍ତି ତେବେ ବି ସେମାନେ ଏହି ଯୋଜନାରେ ଅନ୍ତର୍ଭୂକ୍ତ ହୋଇପାରିବେ ନାହିଁ ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଶତକରୁ ବଞ୍ଚିଲେ ରିଷଭ ପନ୍ତ । ତୃତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆର ସ୍କୋର ୨୫୭

କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଲଢିଛି ଟିମ୍ ଇଣ୍ଡିଆ । ରିଷଭ ପନ୍ତ ଓ ଚିତେଶ୍ୱର ପୂଜାରାଙ୍କ ଇଂନିସ ବଳରେ ଦଳ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଛି । ହାତରେ ଏବେ ମାତ୍ର ୪ଟି ୱିକେଟ୍ ବାକି ଥିଲେ ବି ଦଳ ୩୨୧ ରନ୍ ପଛରେ ପଡିଛି ।

ଗତକାଲିର ଦମଦାର ଇଂନିସ ପରେ ଇଂଲଣ୍ଡ ଆଜି ୫୭୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଅଧିନାୟକ ଜୋ ରୁଟ୍ ଏଥିରେ ୨୧୮ ରନର ଦମଦାର ଇଂନିସ ଖେଳିଥିଲେ । ଏହାପରେ ଭାରତ ନିଜର ପାଳି ଆରମ୍ଭ କରିଥିଲା । ତେବେ ଦଳୀୟ ସ୍କୋର ମାତର୍ ୧୯ ରନ ଥିବାବେଳେ ରୋହିତ ଶର୍ମା ଆଉଟ୍ ହୋଇଥିଲେ । ଏହାପରେ ଦଳ ଶହେ ରନ୍ ଭିତରେ ୪ଟି ୱିକେଟ୍ ହରାଇ ସଂଘର୍ଷ କରୁଥିଲା । ଏହି ସମୟରେ ରିଷଭ ପନ୍ଥଙ୍କ ସହ ମିଶି ଚିତେଶ୍ୱର ପୂଜାରା କିଛି ଦର୍ଶନୀୟ ସଟ୍ ଖେଳିଥିଲେ ।

ରିଷଭ ପନ୍ଥ ଧୁଆଁଧାର ବ୍ୟାଟିଂ ଜାରି ରଖିବା ସହିତ ମାତ୍ର ୮୮ ବଲରୁ ୯୧ ରନ କରିଥିଲେ । ସେହିପରି ପୂଜାରା ୧୪୩ ବଲରୁ ୭୩ ରନ କରିଥିଲେ । ଅବଶ୍ୟ ତୃତୀୟ ଦିନର ଶେଷ ଆଡକୁ ଦଳ ଦୁହିଁଙ୍କ ୱିକେଟ୍ ହରାଇଥିଲା । ଏହାପରେ ୱାସିଂଟନ ସୁନ୍ଦର ଓ ଆର ଅଶ୍ୱିନୀ ଦଳ ପାଇଁ ବ୍ୟାଟିଂ ଜାରି ରଖିଛନ୍ତି ।

from Kanak News
via <a href="https://ifttt.com/?

ହୃଦୟଥରା ହିମସ୍ଖଳନ । ତପୋବନ ଡ୍ୟାମ ଅଞ୍ଚଳରୁ ୧୦ ମୃତଦେହ ଉଦ୍ଧାର । ଟନେଲରେ ଫଶିଥିବା ୧୬ ଜଣଙ୍କୁ ଉଦ୍ଧାର କଲେ ଆଇଟିବିପି ଯବାନ ।

କନକ ବ୍ୟୁରୋ: ଆଜି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ହଠାତ୍ ପାଣି ମାଡ଼ି ଆସିବାରୁ ୧୦୦-୧୫୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଧଉଳି ଗଙ୍ଗା ନଦୀରୁ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଛି। ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଏହା ସହ ତପୋବନ ଡ୍ୟାମ ପାଖ ଟନେଲରେ ଫସି ରହିଥିବା ୧୬ଜଣ ଶ୍ରମିକଙ୍କୁ ସଫଳତାର ସହ ଆଟିବିପି ଯବାନ ଉଦ୍ଧାର କରିଛନ୍ତି।

ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ବେଳେ କୌଣସି ପ୍ରକାରର ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ହେଲପଲାଇନ ନମ୍ବର ଜାରି କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକେ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ ବା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିପାରିବେ।

ଏହି ହିମସ୍ଖଳନ କାରଣରୁ ବିଦ୍ୟୁତ୍ ପ୍ରକଳ୍ପ ଋଷି ଗଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ରୁ ୫୦ଜଣ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ୟ୍ୟ ଚାଲିଛି। ଏହା ସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାରକାର୍ୟ୍ୟ ପାଇଁ ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ସହ ବାୟୁସେନାର ହେଲିକପ୍ଟରକୁ କାମରେ ଲଗାଯାଇଛି ।

ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଗାଁ ନିକଟ ଦେଇ ବହି ଯାଇଥିବା ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ହରିଦ୍ୱାର, ଋଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ନଜରରେ ରଖି ଲୋକେ ସତର୍କ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ । ଇନୋଭା କାରକୁ ଧକ୍କା ଦେଲା ବାଇକ୍ । ଡ୍ରାଇଭର ଆହତ, ମନ୍ତ୍ରୀ ସୁରକ୍ଷିତ

କନକ ବ୍ୟୁରୋ: ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋରାପୁଟ-ରାଣୀଗଡ-ବୋରିଗୁମ୍ମା ରାଜ୍ୟ ରାଜପଥ-୩୨୬ର ଛତର୍ଲା ନିକଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଇନୋଭା କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ କାର ଚାଳକ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ବାଇକ୍ ଚାଳକଙ୍କ ବାମ ଗୋଡ଼ରେ ଗୁରୁତର ମାଡ ହୋଇଥିବା ସୂଚନା ମିଳିଛି। ମନ୍ତ୍ରୀଙ୍କ କାରର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ମନ୍ତ୍ରୀ ସୁରକ୍ଷିତ ଅଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଆଜି କୋରାପୁଟ ଯାଇଥିଲେ। ସେଠାରେ ସେ ଏକ ବୈଠକରେ ଯୋଗଦେଇଥିଲେ। ବୈଠକ ସାରି ଆଜି ଅପରାହ୍ନ ୩ଟା ୧୫ରେ ନିଜ ଘର କୋଟପାଡ଼କୁ ଫେରୁଥିଲେ। ଏହି ସମୟରେ ୩୨୬ ନମ୍ବର ରାଜ୍ୟ ରାଜପଥର ଛତର୍ଲାଠାରେ ଏକ ବାଇକ ସାମ୍ନାକୁ ଆସିଯିବାରୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପରେ ମନ୍ତ୍ରୀ ଶ୍ରୀମତୀ ଦିଆନ ନିଜେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ରି‌ପୋର୍ଟ ଲେଖାଯିବା ବେଳକୁ ଗୁରୁତର ବାଇକ ଆରୋହୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିବା ପୁଲିସ ପାଇଲଟିଂ ଗାଡ଼ିରେ ଶ୍ରୀମତୀ ଦିଆନ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସମେତ ୫ ଗିରଫ ।

କନକ ବ୍ଯୁରୋ: ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରା । ସୁରେଶ ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ବନ୍ଧା ହୋଇଛି । ଏହାସହ ଖୋର୍ଦ୍ଧା ଡିଏସଏସଓ ସଂଗ୍ରାମ ଦାସ, କଟକର ଜଣେ ରାଣୀ ମହୁମାଛି, ଭୁବନେଶ୍ୱରର ଜଣେ ଦଲାଲ, ସଂପୃକ୍ତ ଅନୁଷ୍ଠାନର ଜଣେ କର୍ମୀ ରାକେଶ କୁମାର ଷଡଙ୍ଗୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ପୂର୍ବରୁ ଏହି ସାଙ୍ଘାତିକ ଅଭିଯୋଗରେ ସୁରେଶର ମୁଖ୍ୟ ସହଯୋଗୀ ମଧୁମଂଜରୀ ଧଳକୁ ଗିରଫ କରିଥିଲା ପୁଲିସ । । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ମଧୁମଂଜରୀ ଓ ସୁରେଶ ବେହେରା ୫ ହଜାର ଟଙ୍କାର ଲୋଭ ଦେଖାଉଥିବା ନେଇ ଅଭିଯୋଗ ଆସିଥିଲା । ଭିନ୍ନକ୍ଷମ ମହିଳାଙ୍କୁ  ଯୌନ ନିର୍ଯାତନା ସହ ଯୌନ ଶୋଷଣରେ ଲିପ୍ତ ହେବା ପାଇଁ ବାଧ୍ୟ କରୁଥିବାର ସାଂଘାତିକ ଅଭିଯୋଗ ରହିଛି ଏହି ଅଭିଯୁକ୍ତଙ୍କ ବିରୋଧରେ ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ଜଳପ୍ରଳୟକୁ ନେଇ ମତ ରଖିଲେ ମୋଦି । କହିଲେ, ସାରା ଦେଶ ଏବେ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ।

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିିତି ଉପରେ ମୁଁ ଲଗାତାର ନଜର ରଖିଛି । ସାରା ଭାରତ ଆଜି ଉତ୍ତରାଖଣ୍ଡ ସହିତ ଛିଡା ହେଇଛି । ଫସି ରହିଥିବା ପ୍ରତିଟି ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ମୁଁ କଥାବାର୍ତ୍ତା ଜାରି ରଖିଛି । ରବିବାର ପଶ୍ଚିମବଙ୍ଗର ହଳଦିଆରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆଜି ମୋଦୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ କୋଲକାତା ଯାଇଛନ୍ତି । ସେଠାରେ ସେ ପ୍ରଥମ ଜନସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଥମେ ଏହି ଉତ୍ତରାଖଣ୍ଡର ଜଳପ୍ରଳୟ କଥା କହିଛନ୍ତି । ସାରା ଦେଶ ଏବେ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ବୋଲି ମୋଦି ନିଜର ସମ୍ବୋଧନରେ କହିଛନ୍ତି ।

ଆଜି ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ଜଳପ୍ରଳୟ ଦେଖିବାକୁ ମିଳିଛି । ହିମସ୍ଖଳନ ଫଳରେ ୧୦୦ରୁ ୧୫୦ ଲୋକ ଆହତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହୁରି ଅଧିକ ଉଦ୍ଧାରକାରୀ ଦଳ ଉତ୍ତରାଖଣ୍ଡ ପହଞ୍ଚୁଥିବା ନେଇ ସୂଚନା ରହିଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ଟୁଇଟ୍ କରି ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ଜଳପ୍ରଳୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି । ଟୁଇଟ୍ କରି ନବୀନ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଘଟିଥିବା ଜଳପ୍ରଳୟକୁ ନେଇ ସେ ଚିନ୍ତିତ ଅଛନ୍ତି । ଏଥିସହ ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ଓ ଲୋକଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।

https://platform.twitter.com/widgets.js

ଆଜି ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ଜଳପ୍ରଳୟ ଦେଖିବାକୁ ମିଳିଛି । ହିମସ୍ଖଳନ ଫଳରେ ୧୦୦ରୁ ୧୫୦ ଲୋକ ଆହତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହୁରି ଅଧିକ ଉଦ୍ଧାରକାରୀ ଦଳ ଉତ୍ତରାଖଣ୍ଡ ପହଞ୍ଚୁଥିବା ନେଇ ସୂଚନା ରହିଛି ।

from Kanak News
via <a href="https://ifttt.com/?

ମାଓବାଦୀଙ୍କ ବଡ ଷଡଯନ୍ତ୍ର ବିଫଳ । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମାଓବାଦୀଙ୍କ ମରଣ ଯନ୍ତାରୁ ବର୍ତ୍ତିଲେ ଯବାନ ।

କନକ ବ୍ୟୁରୋ: ବିଫଳ ହେଲା ରକ୍ତମୁଖା ମାଓବାଦୀଙ୍କ ବଡ ଷଡଯନ୍ତ୍ର । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମରଣ ଯନ୍ତାରୁ ବର୍ତ୍ତିଗଲେ ଯବାନ । ସୁକୁମା ଜିଲ୍ଲା ପୋଲମପାଲି ଥାନା ଅନ୍ତର୍ଗତ ପଲମଡାଗୁ ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ କଂଟା ଜାଲ ବିଛାଇ ଦେଇଥିଲେ । ମାଟି ଖୋଳି ଲୁହା କଂଟା ପୋତି ସୁଖିଲା ପତ୍ର ଘୋଡେଇ ରଖିଥିଲେ । ଜଙ୍ଗଲ ଭିତରୁ ଲୁହା କଂଟା ପୋତା ସ୍ପାଇକ୍ ହୋଲ ଠାବ କରିଛନ୍ତି ସିଆରପିଏଫ ଯବାନ । ଗୋଟିଏ କି ଦୁଇଟି ନୁହେଁ ୩୯ଟି ସ୍ପାଇକ୍ ହୋଲ ଜରିଆରେ ମୃତ୍ୟୁର ଜାଲ ବିଛାଇଥିଲେ ମାଓବାଦୀ । ସ୍ପାଇକ୍ ହୋଲ ଠାବ କରି ସେଥିରୁ ପ୍ରାୟ ୭ଶହ ଲୁହା କଂଟା ଜବତ କରିଛନ୍ତି ସିଆରପିଏଫ ଯବାନ ।

from Kanak News
via <a href="https://ifttt.com/?

କରୋନା ମହାମାରୀ ବେଳେ ବି ଦେଶରେ ବଢିଛି ବିଦେଶୀ ମୁଦ୍ରାଭଣ୍ଡାର । ଚଳିତ ବର୍ଷ ବଢିଛି ୧୧୯ ବିଲିୟନ ଡଲାର । ବୈଦେଶିକ ଋଣ ପରିମାଣକୁ ଟପିଲା ଏହି ବିଦେଶୀ ମୁଦ୍ରାଭଣ୍ଡାର

କନକ ବ୍ୟୁରୋ : ଯେତେବେଳେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି, ଏହାର ପ୍ରଭାବରେ ଭାରତରେ ଅର୍ଥନୈତିକ ସ୍ଥିତି ମନ୍ଦାବସ୍ଥା ଦେଇ ଗତି କରୁଛି ତାହାରି ଭିତରେ ଏକ ଭଲ ଖବର ଆସିଛି । ଗତବର୍ଷ ତୁଳନାରେ ଭାରତରେ ବିଦେଶୀ ମୁଦ୍ରାଭଣ୍ଡାର ୧୧୯ ବିଲିୟନ ଡଲାର ବୃଦ୍ଧି ପାଇଁ ୫୯୦ ବିଲିୟନ ଆମେରିକାନ ଡଲାରରେ ପହଂଚିଛି ।

ଅନ୍ୟପଟେ ଭାରତର ମୋଟ ବୈଦେଶିକ ଋଣ ପରିମାଣ ୫୫୪ ବିଲିୟନ ଆମେରିକାନ ଡଲାର ଥିବା ବେଳେ ଏହାକୁ ଅତିକ୍ରମ କରିଛି ଦେଶର ବିଦେଶୀ ମୁଦ୍ରାଭଣ୍ଡାର । ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର୍ । ସେ କହିଛନ୍ତି କି ଭାରତ ବର୍ତ୍ତମାନ ନେଟ୍ କ୍ରେଡିଟର ଭାବେ ଉଭା ହୋଇଛି । ଏହାର ଅର୍ଥ ହେଉଛି ଦେଶର ମୋଟ ବୈଦେଶିକ ଋଣ ପରିମାଣ ଠାରୁ ବିଦେଶୀ ମୁଦ୍ରାଭଣ୍ଡାର ଉର୍ଚ୍ଚା ହେବା । ଯାହାକି ଭାରତର ଉତ୍ତମ ଆର୍ଥିକ ସ୍ଥିତି ଓ ବ୍ୟବସ୍ଥାକୁ ସୂଚାଉଛି ବୋଲି ସେ କହିଛନ୍ତି । ସେହିଭଳି ଯେତେବେଳେ ଗୋଟିଏ ଦେଶର ମୋଟ ବୈଦେଶିକ ଋଣ ପରିମାଣ ଠାରୁ ସେହି ଦେଶର ବିଦେଶୀ ମୁଦ୍ରାଭଣ୍ଡାରର ପରିମାଣ କମ ହୋଇଥାଏ ସେହି ଦେଶକୁ ନେଟ୍ ଡେବିଟର୍ ଭାବେ ଗଣନା କରାଯାଇଥାଏ । ଶ୍ରୀ ଠାକୁର୍ କହିଥିଲେ କି ଭାରତ ଏଭଳି ସଫଳତା ପାଇବା ପଛରେ ଦେଶରେ ସ୍ୱଚ୍ଛ ଶାସନ ଓ ନିୟମାବଳୀର କଡାକଡି ପାଳନ ହେଉଛି ମୁଖ୍ୟ କାରଣ । ଏହାସହ ସେ କହିଥିଲେ କି ବିଗତ ୪ ମାସ ମଧ୍ୟରେ ଯେଭଳି ଭାବେ ଜିଏସଟି ଆଦାୟ ବୃଦ୍ଧି ପାଇଛି ତାହାକୁ ନଜର କଲେ ଅନୁମାନ କରାଯାଉଛି କି ଦୃତଗତିରେ ଦେଶର ଅର୍ଥନୀତି ର ସୁଧାର ଆସୁଛି ।

from Kanak News
via <a href="https://ifttt.com/?

ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଁଥିବା ଆନ୍ଧ୍ର ପ୍ରଦେଶକୁ ଝଟକା । ନିର୍ବାଚନରୁ ଓହରିଲେ ଓଡିଆ ପ୍ରାର୍ଥୀ ।

କନକ ବ୍ୟୁରୋ: ପଣ୍ଡ ହେଲା ପଡୋଶୀର ଚାଲ । ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଥିବା ଆନ୍ଧ୍ର ପ୍ରଦେଶକୁ ଲାଗିଛି ଝଟ୍କା । ଗଜପତି ଜିଲ୍ଲା ପ୍ରଶାସନର ଚାପ ପରେ ଆନ୍ଧ୍ରପ୍ରଦେଶ ନିର୍ବାଚନରୁ ଓହରି ଗଲା ଓଡିଶାର ପ୍ରାର୍ଥୀ । ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ଗଜପତିର ଲକ୍ଷ୍ମୀ ସବର ।  ଆନ୍ଧ୍ର ସୋବା ପଂଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ ।

ଗତ କିଛି ଦିନ ହେଲା ଆନ୍ଧପ୍ରଦେଶ ଜୋର ଜବରଦସ୍ତ ଓଡିଶା ସୀମାରେ ପଶି ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ କିଛି ଓଡିଶାର ପ୍ରାର୍ଥୀ ମଧ୍ୟ ନାମାଙ୍କନ କରିଥିଲେ । ଏବେ ଗଜପତି ଜିଲ୍ଲା ପ୍ରଶାସନର ଚାପ ଫଳରେ ଲକ୍ଷ୍ମୀ ସବର ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started