ପୋତା ହେଲା କଟକରେ ଜବତ ନକଲି ଘିଅ : ଜଗତପୁରରୁ ନକଲି ସୁବାଷ ଘିଅ ଜବତ କରିଥିଲା ପୋଲିସ

କନକ ବ୍ୟୁରୋ : ପୋତାହେଲା ଜବତ ନକଲି ଘିଅ । ଘିଅର ବ୍ରାଣ୍ଡ ଅସଲି ଥିବା ବେଳେ ନକଲି ଥିଲା ମାଲ। କଟକ ଜଗତପୁରରେ ସୁବାଷ ଘିଅ ଉପରେ ପୋଲିସ କିଛି ଦିନ ପୂର୍ବେ ଚଢଉ କରି ଅପମିଶ୍ରିତ ସସ୍ ଓ ଘିଅ ଜବତ କରିଥିଲା ପୋଲିସ । ଆଜି ସେହି ସାମଗ୍ରୀ ଗୁଡ଼ିକୁ ପୋଲିସ ମାଟିରେ ପୋତି ନଷ୍ଟ କରିଛି । କିଛି ଦିନ ତଳେ କମ୍ପାନୀର ମୁଖ୍ୟ ସୁବାଷ ନାୟକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ପୂର୍ବ ଜବତ ସାମଗ୍ରୀକୁ ମାଟିରେ ପୋତି ନଷ୍ଟ କରିଛି ।

ଗ୍ରାହକଙ୍କ ବିଶା୍ୱସ ଜିତିବା ପାଇଁ ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଟିଭିରେ ବିଜ୍ଞାପନ ପ୍ରସାରଣ କରୁଥିଲା । ଲୋକେ ବି ସୁବାଷ ଘିଅକୁ ଅସଲି ମନେ କରି କିଣି ନେଉଥିଲେ । ହେଲେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଅସଲି ବ୍ରାଣ୍ଡରେ ନକଲି କାରବାର କରୁଥିଲା ଏହି ସଂସ୍ଥା ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କରାଳ ରୂପ । ଚମୋଲି ଜୋଶୀମଠରେ ଜଳ ପ୍ରଳୟ ଯୋଗୁଁ ସବୁ ଛାରଖାର । ଉଦ୍ଧାର କାର୍ଯ୍ୟରେ ୨୦୦ ଯବାନଙ୍କ ସହ NDRF ଟିମ୍

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲିରେ ଜଳ ପ୍ରଳୟ । ଏହି ଭୟଙ୍କର ହିମସ୍ଖଳନରେ ୧୦୦ରୁ ୧୫୦ ଆହତ ହୋଇଥିବା କହିଲେ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ । ସେପ୍ଣଙ୍କ ରିଲିଫ୍ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ, ଗୃହମନ୍ତ୍ରଣାଳୟ ଅଧିକାରୀଙ୍କ ଉପସ୍ଥିତରେ ବସିବ ବୈଠକ । ସେପଟେ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏସଡିଆରଏଫ ଓ ଆଟିବିପିର ୧୦ଟି ଟିମ୍ର ୨ଶହ ଜଣ ଯବାନ ଉଦ୍ଧାର କାମରେ ଲାଗିଛନ୍ତି । ରେଣି ଗାଁ ନିକଟ ପାହାଡ ତଳେ ତିଆରି ହେଉଥିବା ପାୱାର ପ୍ରୋଜେକ୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଠାରେ କାମ କରୁଥିବା ପ୍ରାୟ ୧୫୦ ଶ୍ରମିକ ଓ କର୍ମଚାରୀ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏସଡ଼ିଆରଫ ଓ ଆଇଟିବିପି ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏହାସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାହାଡ ଉପରୁ ଏତେ ମାତ୍ରାରେ ଜଳସ୍ରୋତ ବହୁଛି ଯେ, ସ୍ଥାନୀୟ ଅଚଂଳର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ହରିଦ୍ୱାର, ରିଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି । ପରିସ୍ଥିକୁ ନଜରରେ ରଖି ଲୋକେ ସତର୍କ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହାରି ଭିତରେ ଫସି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ହେଲପ୍୍ ଲାଇନ୍ ନମ୍ବର ଜାରି ହୋଇଛି । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ ଘଟଣା ବାବଦରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

from Kanak News
via <a href="https://ifttt.com/?

ମହଙ୍ଗା ପଡିଲା ପର୍ନ ଭିଡିଓ ସୁଟିଂ । ମୁମ୍ବାଇରୁ ଗିରଫ୍ ହେଲେ ଅଭିନେତ୍ରୀ ଗେହେନା ବଶିଷ୍ଟ । ପର୍ନ ଭିଡିଓ କରି ମୋବାଇଲ ଆପ୍ ରେ କରୁଥିଲେ ଅପଲୋଡ୍

କନକ ବ୍ୟୁରୋ : ସେମାନେ ସେଲିବ୍ରେଟି,ସେମାନେ ଆଇଡଲ, ହେଲେ ସେମାନଙ୍କ ମଧ୍ୟରୁ କିଛି କଳାକାରଙ୍କ କାମ ଯେ ଆମକୁ ଲଜ୍ଜିତ କରୁଛି ତାହା ବାରମ୍ବାର ଦେଖିବାକୁ ମିଳୁଛି । ୮୦ ଟି ବିଜ୍ଞାପନ, ୭ ଟି ୱେବ୍ ସିରିଜ୍ ଓ କିଛି ସିନେମାରେ କାମ କରିଥିବା ଗେହେନା ବଶିଷ୍ଟଙ୍କ କର୍ମ ଦେଶର କଳାକାରଙ୍କୁ ଅପମାନିତ କରିଛି ।

ଗେହେନା ପର୍ନ ଭିଡିଓ ସୁଟିଂ କରି ତାକୁ ମୋବାଇଲ ଆପ୍ ରେ ଅପଲୋଡ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ୍ କରିଛି ମୁମ୍ବାଇ ପୋଲିସ । ତାଙ୍କୁ ଗିରଫ୍ କରିବା ପରେ ତାଙ୍କ ସଂପତ୍ତି ଉପରେ ବି ପୋଲିସ ଚଢାଉ ଆରମ୍ଭ କରିଛି । ସେ ଖାଲି ପର୍ନ ଭିଡିଓ ସୁଟିଂ କରୁନଥିଲେ ଏହା ସହ ସେ ଏକ ପର୍ନ ର୍ୟାକେଟ୍ ଚଳାଉଥିବା କଥା ପୋଲିସ ତାଙ୍କୁ ପଚରା ଉଚରା ବେଳେ ଜାଣିବାକୁ ପାଇଛି । ପ୍ରକୃତରେ ଗେହେନା ହେଉଛନ୍ତି ଛତିଶଗଡର ମୂଳବାସିନ୍ଦା । ତାଙ୍କର ପ୍ରକୃତ ନାମ ବନ୍ଦନା ତିୱାରୀ ତାଙ୍କ ମା ଜଣେ ଗୃହିଣୀ ଓ ପିତା ଜଣେ ଶିକ୍ଷା ବିଭାଗର ଅଧିକାରୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଚଳଚିତ୍ର ଦୁନିଆରେ ପ୍ରବେଶ କରିବା ପୂର୍ବରୁ ବନ୍ଦନା ତାଙ୍କ ନାମ ବଦଳାଇ ଗେହେନା ବଶିଷ୍ଟ ରଖିଥିଲେ । ସେ ତେଲୁଗୁ ଚଳଚିତ୍ର ସହ ଅନେକ ୱେବ୍ ସିରିଜ୍ ଓ ବିଜ୍ଞାପନରେ କାମ କରିସାରିଛନ୍ତି ।

ପୋଲିସର ସୂଚନା ମୁତାବକ ଗେହେନା କିଛି ପ୍ରଡକ୍ସନ ହାଉସ ସହ ମିଳିତ ଭାବେ ପର୍ନ ଫିଲ୍ମ ସୁଟିଂ କରୁଥିଲେ । ଏହି ସିନେମା ଗୁଡିକୁ ସେ ମୋବାଇଲ ଆପ୍ ମାଧ୍ୟମରେ ଅପଲୋଡ କରୁଥିଲେ । ଏହି ଅପଲୋଡ ବାବଦକୁ ସେ ଗୋଟିଏ ସିନେମା ପାଇଁ ୨ ହଜାର ଟଙ୍କା ନେଉଥିଲେ ବୋଲି ପୋଲିସ କହିଛି । ପୋଲିସ ତାଙ୍କୁ ଗିରଫ୍ କରିବା ପରେ ମୁମ୍ବାଇର ମାଲାଡା-ମାଲୱାନୀ ଅଞ୍ଚଳର ଗ୍ରୀନପାର୍କ ନାମକ ଏକ ବଙ୍ଗଳାକୁ ସିଜ୍ କରିଛି । ଏହି ବଙ୍ଗଳା ମଧ୍ୟରୁ ଦୁଇଜଣ ଅଭିନେତା, ଜଣେ ଲାଇଟମ୍ୟାନ୍, ଜଣେ ମହିଳା ଫଟୋଗ୍ରାଫର, ଦୁଇଜଣ ଗ୍ରାଫିକ୍ସ ଡିଜାଇନରଙ୍କୁ ଗିରଫ୍ କରିବା ସହ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ବି ଜବତ୍ କରିଛି ପୋଲିସ ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ…୧୫୦ ଶ୍ରମିକ ନିଖୋଜ : ୧୦୦ରୁ ଅଧିକ ମୃତାହତ ଆଶଙ୍କା; ସତର୍କ ରହିବାକୁ ପରାମର୍ଶ

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ । ପାହାଡ ଉପରେ ବରଫଖଣ୍ଡ ତରଳି ସୁ-ସୁ ଗର୍ଜନ ଗର୍ଜନ କରି ବହି ଆସୁଛି ମାଟି ମିଶା ପାଣି । ଚମୋଲି ଜିଲ୍ଲାର ରେଣି ଗାଁ ନିକଟ ଜୋସିମଠ ନିକଟରେ ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସୁଛି । ଏହେଉଛି ସେହି ଭୟଙ୍କର ଦୃଶ୍ୟ । ହିମସ୍ଖଳନ ଯୋଗୁଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଶହେରୁ ଅଧିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏସଡିଆରଏଫ ଓ ଆଟିବିପିର ୧୦ଟି ଟିମର ୨ଶହ ଜଣ ଯବାନ ଉଦ୍ଧାର କାମରେ ଲାଗିଛନ୍ତି । ରେଣି ଗାଁ ନିକଟ ପାହାଡ ତଳେ ତିଆରି ହେଉଥିବା ପାୱାର ପ୍ରୋଜେକ୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଠାରେ କାମ କରୁଥିବା ପ୍ରାୟ ୧୫୦ ଶ୍ରମିକ ଓ କର୍ମଚାରୀ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏସଡ଼ିଆରଫ ଓ ଆଇଟିବିପି ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାହାଡ ଉପରୁ ଏତେ ମାତ୍ରାରେ ଜଳସ୍ରୋତ ବହୁଛି ଯେ, ସ୍ଥାନୀୟ ଅଚଂଳର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ହରିଦ୍ୱାର, ରିଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି । ପରିସ୍ଥିକୁ ନଜରରେ ରଖି ଲୋକେ ସତର୍କ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହାରି ଭିତରେ ଫସି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ହେଲପଲାଇନ୍ ନମ୍ବର ଜାରି ହୋଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ ଘଟଣା ବାବଦରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ଜିଲ୍ଲାପାଳ କହିଲେ, ଭୟଭୀତ ହେବାର ନାହିଁ, ଲୋକଙ୍କ ମତାମତ ପରେ ହେବ ଆଲୋଚନା

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ କୀର୍ତିରାଜି କର୍ତୃପକ୍ଷ ନୂଆ ବାଇ-ଲ ବା ଉପନିୟମ ଆଣିବାକୁ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି , ଏହି ପ୍ରସଙ୍ଗ ଏବେ ପ୍ରାଥମିକ ଅବସ୍ଥାରେ ଅଛି । ଭୟଭୀତ ହେବାର ନାହିଁ । ଲୋକଙ୍କ ମତାମତ ପରେ ଆଲୋଚନା କରାଯିବ ।  ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଶ୍ରୀମନ୍ଦିରର ୩ ଶହ ମିଟର ଅଂଚଳ ପାଇଁ କଟକଣା ଲାଗିବ ।

ସେପଟେ କେନ୍ଦ୍ର ସରକାର ଆଣିଥିବା ଏହି ବାଇ-ଲକୁ ନେଇ ଆପତି ଉଠାଇଛନ୍ତି ଶ୍ରୀମନ୍ଦିର ସେବାୟତ । ଭକ୍ତ-ଭଗବାନ ଓ ସେବାୟକଙ୍କ ଭାବାବେଗକୁ ଆଘାତ ଦେଇ ଏଭଳି ବାଇ-ଲ ଜାରି କରାଯାଇଥିବା ଅଭିଯୋଗ କରି ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେବାୟତ ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲା ବିଜେଡି; ସାଂସଦ ପିନାକୀ ମିଶ୍ର କହିଲେ, ଓଡିଆଙ୍କ ଭାବାବେଗକୁ ପହଂଚାଇଛି ଆଘାତ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଓ ଅନ୍ୟ କିଛି ମନ୍ଦିରର ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବାଇ-ଲ ବା  ଉପନିୟମ ଜାରି କରିବା ପରେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପାଇଁ ଅସାଧାରଣ କାମକୁ କେନ୍ଦ୍ର ସରକାର ବାଧା ପଂହଚାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଦିନ ରାତି କାମ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ଏଭଳି ବାଇ-ଲ କୁ ସେ ବିରୋଧ କରିଛନ୍ତି ।

ଏଥିସହ ସେ ଲେଖିଛନ୍ତି, ଓଡିଶା ଜୀବନ୍ତ ଭଗବାନଙ୍କୁ ‘ମସୌଲିୟମ’ ଶ୍ରେଣୀଭୁକ୍ତ କରାଯାଇଛି । ମସୌଲିୟମର ଓଡିଆ ଅର୍ଥ ହେଉଛି  ଏକ ଗମ୍ଭୁଜ ଆକୃତିର ନିର୍ମିତ କୋଠା ଭିତରେ ବଡ ବଡ ମହାପୁରୁଷଙ୍କୁ କବର ଦିଆଯାଏ । ପିନାକୀ ଏହି ଟ୍ୱିଟରେ ଲେଖିଛନ୍ତି, ଓଡିଆ ଜାତିର ଭାବାବେଗକୁ ଆଘାତ ପହଂଚାଯାଇଛି ଏବଂ ଏହା ଠାକୁରଙ୍କ ପ୍ରତି ଅପମାନ ବୋଲି କୁହାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଅପମାନ କେବେ ସହ୍ୟ କରିହେବନାହିଁ ବୋଲି ଟ୍ୱିଟ କରି ସେ ସଙ୍କେତ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଚେନ୍ନାଇ ବିମାନବନ୍ଦରରୁ କରିନେଲେ ଅପହରଣ । ପାଲଘରର ବେବାଜୀ ଜଙ୍ଗଲରେ ହାତ ଗୋଡ ବାନ୍ଧି ଜିଅନ୍ତା ଜାଳିଦେଲେ । ପଢନ୍ତୁ ଏମିତି କାହିଁକି କଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ସେ ଜଣେ ଯବାନ ଥିଲେ । ଜୀବନକୁ ବାଜି ଲଗାଇ ଦେଶବାସୀଙ୍କ ସୁରକ୍ଷା ପାଇଁ ଶତୃପକ୍ଷ ସହିତ ଲଢୁଥିଲେ । ହେଲେ ମାତ୍ର କିଛି ଟଙ୍କା ପାଇଁ କିଛି ଦୁର୍ବୃତ୍ତ ତାଙ୍କୁ ଗୋଡ ହାତ ବାନ୍ଧି ଜିଅନ୍ତା ଜାଳିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଠାରେ   ।
ସୂଚନା ମୁତାବକ ମୃତ୍ୟୁ ହୋଇଥିବା ଯବାନ ଜଣଙ୍କ ଭାରତୀୟ ନୌସେନାର ଜଣେ ଅଧିକାରୀ ।  ତାଙ୍କ ନାମ ସୁରଜ କୁମାର ଓ ତାଙ୍କ ଘର ଝାଡଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳର । ସେ ତାମିଲନାଡୁର କୁଇମ୍ବାଟୁରରେ କାର୍ଯ୍ୟରତ ଥିଲେ । ସେ ଜାନୁଆରୀ ୩୦ ତାରିଖରେ ଘରୁ ନିଜର କାର୍ଯ୍ୟସ୍ଥଳୀ କୁଇମ୍ବାଟୁର ବାହାରିଥିଲେ । ଏହି ସମୟରେ ତାଙ୍କୁ ଦୁର୍ବୃତ୍ତ ମାନେ ଚେନ୍ନାଇ ବିମାନବନ୍ଦର ନିକଟରୁ ଅପହରଣ କରିନେଇଥିଲେ । ଦୁର୍ବୃତ୍ତ ମାନେ ତାଙ୍କୁ ସେଠାରୁ ଅପହରଣ କରି ପାଲଘରର ବେବାଜୀ ଜଙ୍ଗଲରେ ରଖି ସୁରଜଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ।

ପରିବାର ଲୋକେ ଟଙ୍କା ଯୋଗାଡ କରିବାକୁ ସମୟ ମାଗିଥିଲେ । ହେଲେ ଦୁର୍ବୃର୍ତ୍ତ ମାନେ ସୁରଜଙ୍କ ପରିବାରକୁ ସମୟ ଦେଇ ନଥିଲେ । ଟଙ୍କା ନମିଳିବାରୁ ସେମାନେ ନୃଶଂସ ପାଲଟି ଯାଇଥିଲେ । ଜଙ୍ଗଲ ଭିତରେ ସୁରଜଙ୍କ ହାତଗୋଡ ବାନ୍ଧି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାକୁ କିଛି ସ୍ଥାନୀୟ ଯୁବକ ଦେଖିଥିଲେ । ଦୁର୍ବୃତ୍ତ ମାନେ ସେଠାରୁ ପଳାଇବା ପରେ ଯୁବକ ମାନେ ପୋଲିସ ସହାୟତାରେ ସୁରଜଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସୁରଜଙ୍କ ଶରୀରର ୯୦ ପ୍ରତିଶତ ଜଳି ଯାଇଥିଲା ।

ତାଙ୍କୁ ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ମୁମ୍ବାଇର ନେଭାଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଚେନ୍ନାଇ ବିମାନବନ୍ଦରର ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ : ପାହାଡ ଉପରୁ ବହି ଆସୁଥିବା ଜଳସ୍ରୋତ ଓ ମାଟି ଅତଡାରେ ଭାସିଗଲା ଘରଦ୍ୱାର; ନଦୀ କୂଳରୁ ଦୂରକୁ ଯିବାକୁ ଲୋକଙ୍କୁ ପରାମର୍ଶ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ଭୁସ୍ଖଳନ । ଧସିଲା ପାହାଡ଼ । ଜିଲ୍ଲାର ରେଣି ଗାଁ ନିକଟରେ ଏହି ପାହାଡ଼ ଧସିଥିବା ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ପୁରା ଗାଁ ଉପରକୁ ପାହାଡ଼ରୁ ମାଟି ଅତଡ଼ା ମାଡ଼ି ଆସିଥିବା ବେଳେ ଏହାର ପ୍ରଭାବରେ ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ଏହାର ପ୍ରଭାବରେ ନିକଟରେ ପାୱାର ପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛି । ଏହା ସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏନଡ଼ିଆରଫ ଟିମ୍ ପହଂଚି ଲୋକଙ୍କୁ ଉଦ୍ଧାର କରିଛି ।

from Kanak News
via <a href="https://ifttt.com/?

ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ : ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ; ୪ ଡ଼କାୟତ ଗିରଫ

କନକ ବ୍ୟୁରୋ : ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ । ଡ଼କାୟତ ଗ୍ୟାଙ୍ଗକୁ ଧରିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଘଟଣା ସ୍ଥଳରୁ ୪ଜଣ ଡ଼କାୟତଙ୍କୁ ଗିରଫ କଲା ପୋଲିସ । ଏହା ସହ ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ କରିଛି । ପୁଲିସକୁ ଦେଖି ୨ଜଣ ଅପରାଧି ଫେରାର ହୋଇଛନ୍ତି ।

୩ଟି ସୁନା ଚେନ ଓ କାନଫୁଲ ଜବତ କରି ପୋଲିସ ତନାଘନା କରିଛି । ତେବେ ବିଡ଼ିଏ କଲୋନୀରେ ଡ଼କାୟତି ପାଇଁ ପ୍ଲାନ୍ କରୁଥିଲେ ଡ଼କାୟତ । ବିଡ଼ିଏ ଦୁର୍ଗାମଣ୍ଡପ ପଡ଼ିଆରୁ ଗିରଫ ହୋଇଛନ୍ତି ୪ଜଣ ଡ଼କାୟତ । ଏମାନଙ୍କ ମଧ୍ୟରୁ ୩ଜଣ ଡ଼କାୟତ ହେଉଛନ୍ତି ଆଠଗଡ଼ ଅଂଚଳର । ଅନ୍ୟଜଣେ ପଣ୍ଡା ପାର୍କ ଅଂଚଳର ବୋଲି ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଟିକରୀ ସୀମାରେ ଜଣେ କୃଷକଙ୍କ ଆତ୍ମହତ୍ୟା । ଅନ୍ୟ ୨ ଜଣ ଚାଷୀଙ୍କ ଅସ୍ୱଭାବିକ ମୃତ୍ୟୁ । ସେପଟେ ୨ କୃଷକ ନେତାଙ୍କୁ ନିଲମ୍ବିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା

କନକ ବ୍ୟୁରୋ : ଗଡୁଛି ତାରିଖ, ବଢୁଛି ଦିନ, ଅସହ୍ୟ ହେଲାଣି ଚାଷୀ ଜୀବନ । ୨ ମାସରୁ ଅଧିକ ହେବ ଦିଲ୍ଲୀ ସୀମାରେ ଚାଲିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଆନ୍ଦୋଳନ ଉପରେ ରୋକ୍ ଲଗାଇବାକୁ ନା ସରକାର ପ୍ରସ୍ତୁତ ନା ନିଜ ଜିଦ୍ ରୁ ଉହୁରିବାକୁ ଅନ୍ନଦାତା ପ୍ରସ୍ତୁତ । ଏହାରି ମଧ୍ୟରେ ଚାଲିଥିବା ଆନ୍ଦୋଳନରେ ଅନେକ ଚାଷୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ କିଛି ଚାଷୀ ଧର୍ଯ୍ୟହରା ହୋଇ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି ।

ଗତକାଲି ରାତିରେ ଟିକରୀ ସୀମାରେ ଜଣେ ଚାଷୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କୃଷକ ଜଣଙ୍କ ସେକ୍ଟର-୯ ବାଇପାସ ପାର୍କରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀଙ୍କ ନିକଟରୁ ଏକ ଆତ୍ମହତ୍ୟା ନୋଟ୍ ମିଳିଛି । ଏହି ନୋଟରେ ଲେଖାଯାଇଛି କି ‘ସରକାର କେବଳ ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି । ଏହି କଳା କାନୁନ୍ କେବେ ପ୍ରତ୍ୟାହାର ହେବ ତା’ର କିଛି ନିଦ୍ଧିଷ୍ଟ ସୂଚନା ନାହିଁ, କଳା କାନୁନ ବାତିଲ ନହେବା ପର୍ଯ୍ୟନ୍ତ ମୁଁ ଏଠାରୁ ଯିବି ନାହିଁ ’ । ସେହିଭଳି ଭାବେ ଟିକରୀ ସୀମାରେ ଆଉ ୨ ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି । ଜଣେ କୃଷକଙ୍କ ଘର ପଞ୍ଜାବର ସାଙ୍ଗରୁର ଓ ଅନ୍ୟଜଣେ ମୋଗା ଜିଲ୍ଲାର ବୋଲି ଜଣାପଡିଛି । ହେଲେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତରୁ ସେମାନଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି ବୋଲି ପୋଲିସ ଅନୁମାନ କରିଛି ।

ସେପଟେ ଜାନୁଆରୀ ୨୬ ତାରିଖରେ କୃଷକ ମାନେ କରିଥିବା ଟ୍ରାକ୍ଟର ମାର୍ଚ୍ଚ ବେଳେ ସରକାରଙ୍କ ତରଫରୁ ଦିଆଯାଇଥିବା ରାସ୍ତାରେ ନଯାଇ ଲାଲ୍ କିଲ୍ଲା ଭିତରେ ପଶି ହିଂସା କରିଥିବା ଅଭିଯୋଗରେ ୨ ଜଣ କୃଷକ ନେତାଙ୍କୁ ନିଲମ୍ବିତ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ନିଲମ୍ବିତ ନେତାମାନେ ହେଲେ ଆଜାଦ୍ କିଷାନ ସମିତିର ଅଧ୍ୟକ୍ଷ ହରପାଲ୍ ସଂଘ ଓ ଭାରତୀୟ କିଷାନ ୟୁନିୟନ (କ୍ରାନ୍ତିକାରୀ) ନେତା ସୁରଜିତ୍ ସିଂ ଫୁଲ  । ଏହାସହ ସେଦିନ ଘଟିଥିବା ହିଂସା ବାବଦରେ ତଦନ୍ତ କରିବାରୁ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିର ରିପୋର୍ଟ ଆସିବା ପରେ ଅନ୍ୟ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started