ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୪ ଓଡ଼ିଆ ଶ୍ରମିକ : ଚା’ କମ୍ପାନୀରେ କାମ ଦେବାକୁ କହି ମହାରାଷ୍ଟ୍ର ନେଇଯାଇଥିଲା ଦଲାଲ୍

କନକ ବ୍ୟୁରୋ : ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୪ ଓଡ଼ିଆ ଶ୍ରମିକ । ବିଜୟାୱାଡ଼ାର ରାମୁ ନାମକ ଜଣେ ଦଲାଲ ବ୍ରହ୍ମପୁରର ୫ଜଣ ଯୁବକଙ୍କୁ ଚା’କମ୍ପାନୀରେ କାମ ଦେବାର ପ୍ରଲୋଭନ ଦେଖାଇ ମହାରାଷ୍ଟ୍ରର ସୁଗା ଗାଁରେ ମାଛ ଧରିବା କାମରେ ଲାଗାଇଥିଲେ । ଆଉ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲା ଦଲାଲ । ତେବେ କୌଶଳ କ୍ରମେ ଜଣେ ଯୁବକ ସେମାନଙ୍କ କବଳରୁ ଖସି ଆସି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏନେଇ ଘଟଣା ସମ୍ପର୍କରେ ବ୍ରହ୍ମପୁର ଏସ୍ପିଙ୍କ ଦ୍ୱାରସ୍ତ ହୋଇଥିଲେ ଯୁବକଙ୍କ ପରିବାର ଲୋକ । ଏହା ପରେ ବ୍ରହ୍ମପୁର ଏସପି ଏକ ୫ଜଣିଆ ଟିମ୍ ତିଆରି କରି ସେମାନଙ୍କୁ ମହାରାଷ୍ଟ୍ର ପଠାଇଥିଲେ । ସେଠାରେ ମହାରାଷ୍ଟ୍ର ପୋଲିସ ସହଯୋଗରେ ଅନ୍ୟ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ବ୍ରହ୍ମପୁର ପୋଲିସ ସହାୟତାରେ ସେମାନଙ୍କୁ ବ୍ରହ୍ମପୁର ଅଣାଯାଇଛି । କରୋନା ମହାମାରୀ ପରେ କାମ ଆଶାରେ ଶ୍ରମିକ ମାନେ ବାହାର ରାଜ୍ୟକୁ ଯାଉଥିବା ବେଳେ ଏଭଳି ଦଲାଲଙ୍କ ଶିକାର ହେବାକୁ ପଡ଼ୁଛି ।

from Kanak News
via <a href="https://ifttt.com/?

ବଡ଼ ଖବର: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି, ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

କନକ ବ୍ୟୁରୋ: ବଡ଼ ଖବର । ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ପାଇଁ ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଚିଠି । ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେବାୟତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି  ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର କରିବାକୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ୍ କୁମାର । 

ତେବେ ଗତକାଲି ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ କିର୍ତୀରାଜି କର୍ତୃପକ୍ଷ ପ୍ରସ୍ତାବିତ ବାଇ-ଲ ଜାରି କରିଥିଲେ । ଏହାକୁ ବିରୋଧ କରୁଛନ୍ତି ସେବାୟତ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ କିର୍ତୀରାଜି କର୍ତୃପକ୍ଷ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି । ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । 

ଏପରିକି ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ୩୭ ଦଶମିକ ୦୬୧ ଏକର ଅଂଚଳ । ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଦଶମିକ ୩୮୫ ଏକର । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ବାଇ-ଲ ଉପରେ ଆପତି ଓ ପରାମର୍ଶ ମଗାଯାଇଛି । ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ କହିଛି ଜାତୀୟ କିର୍ତୀରାଜି କର୍ତୃପକ୍ଷ  । 

from Kanak News
via <a href="https://ifttt.com/?

ରାମମନ୍ଦିରକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବିବାଦୀୟ ବୟାନ । କହିଲେ ଅଯୋଦ୍ଧାରେ ରାମମନ୍ଦିର ନୁହେଁ ନିର୍ମାଣ ହେଉଛି ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟାଳୟ

କନକ ବ୍ୟୁରୋ : ମର୍ଯ୍ୟଦାପୁରୁଷ ରାମଚନ୍ଦ୍ରଙ୍କୁ ହିନ୍ଦୁଧର୍ମର ଅରାଧ୍ୟ ଦେବାତା ଭାବେ ପ୍ରତ୍ୟେକ ଭାରତୀୟ ମନେ କରନ୍ତି । ହେଲେ ଜଣେ ହିନ୍ଦୁଧର୍ମର ବାବା ଏବେ ରାମମନ୍ଦିର ନିର୍ମାଣକୁ ନେଇ ଯେଭଳି ବିବାଦୀୟ ବୟାନ ଦେଇଛନ୍ତି ତାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଅଯୋଦ୍ଧାରେ ରାମମନ୍ଦିର ନୁହେଁ ବରଂ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟାଳୟ ନିର୍ମାଣ ହେଉଛି ବୋଲି କହିଛନ୍ତି ଦ୍ୱାରକାଶରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ।

ମାଘ ମେଳାରେ ମୌନ ଅମାବାସ୍ୟା ସ୍ନାନ ପାଇଁ ଶନିବାର ପ୍ରୟାଗରାଜରେ ପହଂଚିଥିଲେ ଶଙ୍କରାଚାର୍ଯ୍ୟ । ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସ୍ୱାମୀ ସ୍ୱରୂପାନନ୍ଦ । ସେ କହିଥିଲେ କି କେହି ଗେରୁଆ ବସ୍ତ୍ର ପରିଧାନ କରିଦେଲେ ସେ ସନାତନୀ ଧର୍ମୀ ବୋଲି ବିବେଚିତ ହୋଇନଥାଏ । ପ୍ରଭୂ ଶ୍ରୀରାମ ଜଣେ ମହାପୁରୁଷ ନୁହନ୍ତି ବରଂ ସେ ଭଗବାନ ଓ ତାଙ୍କର ଉଭୟ ପାଶ୍ୱରେ ପୂଜା ପାଉଥିବା ପୁରୁଷ ୨ ଜଣ ହେଉଛନ୍ତି ମହାପୁରୁଷ ବୋଲି ଶଂକରାଚାର୍ଯ୍ୟ ମତ ରଖିଛନ୍ତି । ଅନ୍ୟପଟେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟକୁ ନେଇ ବି ସେ ପ୍ରଶ୍ନ କରିଥିଲେ । ସେ କହିଥିଲେ କି ପୂର୍ବରୁ ଯେଉଁ ଟ୍ରଷ୍ଟ ଗଠନ ହୋଇଥିଲା ସେଥିରେ ଶଙ୍କରାଚାର୍ଯ୍ୟଙ୍କ ସମେତ ମଣୋହି ଆଖଡାର କିଛି ଲୋକ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏବେ ଯେଉଁମାନେ ଟ୍ରଷ୍ଟରେ ସଦସ୍ୟ ଅଛନ୍ତି, ସେମାନଙ୍କ ମନରେ ପ୍ରଭୂ ଶ୍ରୀରାମ ନାହାନ୍ତି । ଏହାସହ ରାମମନ୍ଦିର ନିର୍ମାଣ ନେଇ ଚାଲିଥିବା ପାଣ୍ଠି ସଂଗ୍ରହକୁ ନେଇ ଶଂକରାଚାର୍ଯ୍ୟ କହିଛନ୍ତି କି ଲୋକମାନେ କୋଟି କୋଟି ଟଙ୍କା ଟ୍ରଷ୍ଟକୁ ଦାନ କରୁଛନ୍ତି । ହେଲେ ଟ୍ରଷ୍ଟ ସେହି ଟଙ୍କାର ହିସାବ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ସୁନା ଇଟା ପାଇଁ ଯେଉଁ ଟଙ୍କା ନିଆଯାଇଛି ତା’ର ହିସାବ କିଏ ଦେବ ବୋଲି ସେ ପ୍ରଶ୍ନ କରିଥିଲେ ।

ମାଘମେଳାକୁ ନେଇ ଶଂକରାଚାର୍ଯ୍ୟ କହିଛନ୍ତି କି ଏବେ ମାଘ ମେଳାରେ ତମାମ୍ ଶଂକରାଚାର୍ଯ୍ୟ ମାନେ ଯୋଗ ଦେଇଛନ୍ତି । ହେଲେ ସେମାନେ ଧର୍ମ ଅନୁସାରେ କାମ କରୁନଥିବା କଥା ଅଭିଯୋଗ କରିଛନ୍ତି ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ । ସେ କହିଛନ୍ତି କି ଶଂକରାଚାର୍ଯ୍ୟ ସିଏ ଯିଏ କି ଶିଦ୍ଧାନ୍ତକୁ ମାନି ଥାଏ ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମକୁ ସେବାୟତଙ୍କ ବିରୋଧ : ଅଧିନିୟମ ଅନୁସାରେ, ଜଗନ୍ନାଥ ମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ, ହୋଇପାରିବନି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତୃପକ୍ଷ ଜାରି କରିଛି ପ୍ରସ୍ତାବିତ ବାଇ-ଲକୁ ବିରୋଧ କରୁଛନ୍ତି ସେବାୟତ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ କିର୍ତୀରାଜି କର୍ତୃପକ୍ଷ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି ।

ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ପ୍ରୋହାବିଟେଡ୍ ଏରିଆ ବା ନିଷିଦ୍ଧ ଅଂଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ୩୭ ଦଶମିକ ୦୬୧ ଏକର ଅଂଚଳ ।

ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଦଶମିକ ୩୮୫ ଏକର । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ବାଇ-ଲ ଉପରେ ଆପତି ଓ ପରାମର୍ଶ ମଗାଯାଇଛି । ଜାନୁୟାରୀ ୧୮ରୁ ଏହି ଡ୍ରାଫ୍ଟ ନିୟମାବଳୀ ପ୍ରକାଶ କରାଯାଇଛି । ଏବଂ ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ ଆହ୍ୱାନ ଦିଆଯାଇଛି । ଏପଟେ ରାଜ୍ୟ ସରକାର ଐତିହ୍ୟ କରିଡର ପାଇଁ ଶ୍ରୀମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧରେ ଥିବା ଅଂଚଳକୁ ସଫା କରିଛନ୍ତି । ଏବେ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ଅଧିନିୟମ, ଏହି ଯୋଜନାରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।

from Kanak News
via <a href="https://ifttt.com/?

ଭାରତ-ଇଂଲଣ୍ଡ ଟେଷ୍ଟ: ପ୍ରଥମ ଇନିଂସରେ ୫୭୮ ରନ୍ କରି ଇଂଲଣ୍ଡ ଅଲ୍-ଆଉଟ୍, ୫୯ ରନରେ ୨ ୱିକେଟ୍ ହରାଇ ଭାରତ କରୁଛି ବ୍ୟାଟିଂ

କନକ ବ୍ୟୁରୋ : ୫୭୮ ରନ୍‌ କରି ଇଂଲଣ୍ଡ ଅଲ୍‌-ଆଉଟ୍ । ଚେନ୍ନାଇର ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ର ତୃତୀୟ ଦିନରେ ୫୭୮ ରନ୍‌ କରି ଇଂଲଣ୍ଡ ପ୍ରଥମ ଇନିଙ୍ଗ୍‌ସ୍‌ର ପରିସମାପ୍ତି ହୋଇଛି । ୧୯୦.୧ ଓଭର୍‌ରେ ଇଂଲଣ୍ଡ ସଂଗ୍ରହ କରିଥିବା ଏହି ୫୭୮ ରନ୍‌ରେ ଜୋ ରୁଟ୍‌ଙ୍କର ଅବଦାନ ହେଉଛି ୨୧୮ ରନ୍ ‌।

ସଦ୍ୟତମ ସୂଚନା ଅନୁସାରେ, ଭାରତ ବ୍ୟାଟିଙ୍ଗ୍‌ ଆରମ୍ଭ କରିବା ସହ ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତ ୧୪ ଓଭର ଖେଳି ୨ ୱିକେଟ୍ ହରାଇବା ସହ ମାତ୍ର ୫୯ ସଂଗ୍ରହ କରିଛି । ଭାରତୀୟ ଟିମ୍‌ ପକ୍ଷରୁ ଓପନିଙ୍ଗ୍‌ କରିଥିଲେ ଶୁଭମ୍‌ ଗିଲ୍‌ ଓ ରୋହିତ ଶର୍ମା । ୬ ରନ୍‌ କରିଥିବା ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କୁ ଜୋଫ୍ରା ଆର୍ଚର୍‌ ଆଉଟ୍‌ କରିଛନ୍ତି । ସେହିଭଳି ୨୯ ରନ୍ କରି ଶୁଭମ୍ ଗିଲ ମଧ୍ୟ ଜୋଫ୍ରାଙ୍କ ଶିକାର ହୋଇଥିଲେ ତାଙ୍କ ସ୍ଥାନରେ ବର୍ତ୍ତମାନ ପୂଜାରା ଓ କୋହଲି ମୈଦାନରେ ଅଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ପୁଣି ଆତଙ୍କ : ଘାଟିକିଆରୁ ପୁଣି ଝୁଲନ୍ତା ମୃତଦେହ ଠାବ; ଜଙ୍ଗଲ ଭିତରେ ଝୁଲିରହିଛି ମୃତଦେହ, ୧୫ରୁ ୨୦ ଦିନ ଧରି ଝୁଲିରହିଥିବା ଅନୁମାନ

କନକ ବ୍ୟୁରୋ : ରାଜଧାନୀରେ ଝୁଲନ୍ତା ମୃତଦେହ ଠାବ । ଭୁବନେଶ୍ୱର ଘାଟିକିଆ ଅଂଚଳରେ ଏକ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଘାଟିକିଆ ଅଂଚଳର ଏକ ଜଙ୍ଗଲ ଭିତରେ ମୃତଦେହଟି ଝୁଲି ରହିଥିବା ସୁଚନା ମିଳିଛି । ମୃତଦେହଟି ୧୦ରୁ ୧୫ ଦିନ ହେଲା ଝୁଲି ରହିଥିବା ନେଇ ଅନୁମାନ କରାଯାଉଛି । ଏପରିକି ଝୁଲି ରହିଥିବା ମୃତ ଦେହର ଆଣ୍ଠୁ ତଳକୁ କୁକୁର ଖାଇଦେଇଥିବା ସନ୍ଦେହ କରାଯାଉଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା : ଟେର ପାଉନି ପୁଲିସ; ଓଡିଆ ପରେ ହିନ୍ଦୀରେ ପୋଷ୍ଟର ଜାରି

କନକ ବ୍ୟୁରୋ : ଚନ୍ଦକା ଦାସପୁର ରାସ୍ତାକଡରୁ ମୁଣ୍ଡ ବିହୀନ ମହିଳାଙ୍କୁ ଚିହ୍ନଟ ପାଇଁ ଓଡ଼ିଆ ପରେ ହୀନ୍ଦିରେ ପୋଷ୍ଟର ଜାରି କଲା ପୋଲିସ । ଏହି ପୋଷ୍ଟରୁକୁ ସର୍ବସାଧାରଣ ସ୍ଥାନରେ ଲଗାଇବ ପୋଲିସ । ପୋଷ୍ଟରରେ ମହିଳାଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି । ମହିଳା ବୟସ ୩୦ରୁ ୩୫ ଓ ଡାହାଣ ହାତରେ ତ୍ରିଶୁଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଂଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଛି । ମୃତ ମହିଳାଙ୍କ ସଠିକ ପରିଚୟ ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ । ଗତକାଲି ପରିଚୟ ଦେଲେ ପଚାଶ ହଜାର ଟଙ୍କା ପୁରସ୍କାର ଦିଆଯିବ ଘୋଷଣା କରାଯାଇଛି ।

from Kanak News
via <a href="https://ifttt.com/?

କୋରାପୁଟ ଗସ୍ତରେ ପୁଲିସ ଡିଜି : ଦକ୍ଷିଣ-ପଶ୍ଚିମାଂଚଳ ରେଂଜର ୬ଟି ଜିଲ୍ଲା ଏସପିଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : କୋରାପୁଟ ଗସ୍ତରେ ପୋଲିସ ଡ଼ିଜି ଅଭୟ । ଆଇନ ଶୃଂଖଳା ଓ ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମିକ୍ଷା କରିଛନ୍ତି ପୋଲିସ ଡ଼ିଜି । ଅତିରିକ୍ତ ଡ଼ିଜି ଯଶୋବନ୍ତ ଜେଟୁଆ ଏବଂ ୬ଟିଜିଲ୍ଲାର ଏସପିଙ୍କ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ପୋଲିସ ଡ଼ିଜି ।

from Kanak News
via <a href="https://ifttt.com/?

ନାଟକର ନାଁ ‘ଝରାଫୁଲ’ । ଚର୍ଚ୍ଚାରେ ଥିବା ଝରାଫୁଲଙ୍କ କାହାଣୀ ଏବେ କାଳ୍ପନିକ ଭାବେ ଦେଖିବେ ଦର୍ଶକ ।

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଏବେ ଚର୍ଚ୍ଚାରେ । ଏହି ମୃତ୍ୟୁର ରହସ୍ୟ ଏବେ ବି ରହସ୍ୟ ଘେରରେ । ଏହି ସମୟରେ ପ୍ରସ୍ତୁତ ହେଉଛି ଯାତ୍ରାନାଟକ ଝରାଫୁଲ । ଭୁବନେଶ୍ୱର ଉପକଣ୍ଠ ଏହାର ଚାଲିଛି ରିହର୍ସଲ । କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି । ଯାତ୍ରା ଇନ୍ଦ୍ରଭୁବନ ଏହି ଯାତ୍ରା ପ୍ରସ୍ତୁତ କରୁଛି । ବାସ୍ତବ କାହାଣୀରୁ ଏହି ଯାତ୍ରା ପରିକଳ୍ପିତ ହୋଇଛି । କାହାଣୀର ରଚନା ଲିଲି ଦାସ କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଲିଟଲ ମାଷ୍ଟର ବିନୋଦ ରାଉତ ।

ତେବେ ନାଟକଟି ନାରୀ ହିଂସା, ନିର୍ଯାତନାର ସାରାଂଶକୁ ନେଇ ଆଧାରିତ କରାଯାଉଛି । ଏପରିକି ନାରୀ ମାନେ ଝରାଫୁଲ ଭଳି ନ ଝାଉଁଳି କେମିତି ସମାଜର ଥିବା ସୈତାନଙ୍କ ସଂହାର କରିବେ ସେନେଇ ଦୁଇ ଜଣ ଯାତ୍ରା ଅଭିନେତ୍ରର ‘ଝରାଫୁଲ’ ଭୂମିକାରେ ନଜର ଆସିବେ ।

from Kanak News
via <a href="https://ifttt.com/?

ଖୋର୍ଦ୍ଧା ସହର ଭିତରେ ପୁଣି ପଶିଲା ଦନ୍ତାହାତୀ : ବନବିଭାଗ ସହାୟତାରେ ଛଡାଗଲା ଜଙ୍ଗଲ

କନକ ବ୍ୟୁରୋ : ସହର ଭିତରେ ପଶିଲା ଦନ୍ତା ହାତୀ । ଗତକାଲି ରାତିରେ ଖୋର୍ଦ୍ଧା ସହର ଭିତରେ ଏକ ବଣୁଆ ହାତୀ ପଶି ଆସିଥିବା ବେଳେ ଲୋକେ ଟର୍ଚ୍ଚ ଲାଇଟ ଧରି ହାତୀକୁ ଘଉଡ଼େଇଥିଲେ । ସହର ଭିତରେ ହାତୀଙ୍କ ଉପଦ୍ରବ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏମିତି ବାରମ୍ବାର ଖୋର୍ଦ୍ଧା ସହର ଭିତରକୁ ହାତୀ ପଶିଆସିଥିବା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ମକୁନ୍ଦପ୍ରସାଦ ଅଂଚଳରେ ଦନ୍ତା ହାତୀ ପଶିଆସିଥିବା ବେଳେ ଲୋକେ ବନବିଭାଗକୁ ସୁଚନା ଦେଇଥିଲେ । ବନବିଭାଗ ପହଂଚି ହାତୀଟିକୁ ଘଉଡ଼େଇଛନ୍ତି । ବରୁଣେଇ ପାହାଡ଼ ନିକଟ ଜଙ୍ଗଲରୁ ହାତୀଟି ଆସୁଥିବା ନେଇ ସୁଚନା ମିଳିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started