ମଦ ପିଇ ୮ଜଣଙ୍କୁ କାର ଧକ୍କା କଲା ଯୁବକ । ଫେରାର ହେବା ବେଳେ କାନ୍ଥରେ ପିଟିହୋଇ ଜଳିଗଲା କାର, ଆଉ ତାପରେ…

ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀଲିଙ୍ଗରାଜ ମନ୍ଦିର-କପିଳେଶ୍ବର ରାସ୍ତାରେ ଏକ କାର୍‌ରେ ଥିବା ଦୁଇ ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ବେପରୁଆ ଭାବେ କାର୍‌ ଚଳାଇ ସେମାନେ ୮ରୁ ଅଧିକ ଲୋକଙ୍କୁ ଆହତ କରିଛନ୍ତି। ତେଣୁ ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ବହେ ଛେଚିବା‌ ପରେ ପୁଲିସ ଜିମା ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ଚାଳକ କାର୍‌କୁ ଏକ ଘର କାନ୍ଥରେ ପିଟି ଦେବାରୁ ସେଥିରେ ନିଆଁ ଲାଗି ଯାଇଥିଲା। ପୁଲିସ ପୋଡ଼ା କାର୍‌କୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇଜଣ ଯୁବକ ଏକ କାର୍‌ ଯୋଗେ ଶ୍ରୀଲିଙ୍ଗରାଜ ମନ୍ଦିରରୁ କପିଳେଶ୍ବର ଆଡ଼କୁ ଯାଉଥିଲେ। ମଦ ନିଶାରେ ଚୁର୍‌ ଚାଳକ ପ୍ରଥମେ ଦୁଇଜଣ ପର୍ଯ୍ୟଟକଙ୍କୁ ଧକ୍କା ଦେଇଥିଲା। ପରେ ଖରାଖିଆ ନିକଟରେ ମନୋଜ ନାମକ ଯୁବକଙ୍କୁ ଧକ୍କା ଦେଇଥିଲେ। ଏହାପରେ କପିଳେଶ୍ବର ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବା ସ୍ବାମୀ, ସ୍ତ୍ରୀ ଓ ଏକ ଛୋଟ ପିଲାକୁ ଧକ୍କା ଦେଇଥିଲା। ବାଟଯାକ ଦୁର୍ଘଟଣା ଘଟାଇ ଫେରାର୍ ହେବାକୁ ବସିଥିବା କାର୍‌ ଚାଳକକୁ ଲୋକେ ଗୋଡ଼ାଇବାରୁ ସେମାନେ କପିଳେଶ୍ବର ଗାଁ ଭିତରକୁ ପଶି ଯାଇଥିଲେ। ହଠାତ୍‌ ଚାଳକ ଭାରସାମ୍ୟ ହରାଇ କାର୍‌କୁ ନେଇ ଏକ କାନ୍ଥରେ ପିଟି ଦେଇଥିଲା। ଫଳରେ କାର୍‌ରେ ନିଆଁ ଲାଗି ଯାଇଥିଲା। ତେବେ କାର୍‌ ଜଳିବା ଦେଖି ଯୁବକଦ୍ବୟ ବାହାରି ଯାଇଥିଲେ। ପ‌ଛେ ପଛେ ଗୋଡ଼ାଇଥିବା ନିଶାସକ୍ତ ଯୁବକଦ୍ବୟଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସେଠାରେ ପହଞ୍ଚିଥିଲା ଓ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଦ୍ବୟଙ୍କୁ ଉଦ୍ଧାର କରିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ କାର୍‌ଟି ପ୍ରାୟ ପୋଡ଼ି ଯାଇଥିଲା। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ ସୂଚନା ଦେଇଛି।

from Kanak News
via <a href="https://ifttt.com/?

ପୁରୀ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୪ଶହକୁ ବୃଦ୍ଧି : ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୨୫ ଶିଶୁ

କନକ ବ୍ୟୁରୋ : ପୁରୀ କଣାସ ପଂଚାୟତ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୪ଶହକୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଭିତରେ ୨୫ ଶିଶୁ ଅଛନ୍ତି । ଜଣେ ପରେ ଜଣେ ଅସୁସ୍ଥ ହୋଇପଡିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପହଂଚି ତଦନ୍ତ କରିଥିବାବେଳେ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି ।

ସାମ୍ବାଦିକ, ଶିକ୍ଷକ, ପୋଲିସ, ତହସିଲ ଓ ବ୍ଲକ କର୍ମଚାରୀ ବି ଭୋଜି ଖାଇଥିଲେ । ହେଲେ ବିଳମ୍ବିତ ରାତିରେ ଅଚାନକ ଛାଡାବାନ୍ତି ଆରମ୍ଭ ହୋଇଯାଇଥିଲା । ଧିରେଧିରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହରେ ପହଂଚିଗଲା । କେଇ ଘଂଟା ଭିତରେ ଭର୍ତ୍ତି ହୋଇଗଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଭୋଜି ଖାଇଥିବା ଲୋକେ ଅସୁସ୍ଥ ହୋଇପଡିଥିବା ଅନୁମାନ କରାଯାଉଛି । ଜିଲ୍ଲା ଚିକିତ୍ସାଳୟର ୩ଟି ରାପିଡ ରେସ୍ପନ୍ସ ଟିମ୍ ଗାଁରେ ପହଂଛି ଚିକିତ୍ସା କରିଛନ୍ତି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସାଲାଇନ, ଇଂଜେକ୍ସନ ଏବଂ ଓଆରଏସ ଦିଆଯାଇଛି । ଗାଁରେ ଆଂଟିଡାଇରିଆଲ ଡ୍ରପ ଘରେଘରେ ବଂଟାଯିବା ପରେ ଏବେ ଲୋକେ ସୁସ୍ଥ ହେଉଛନ୍ତି ।

ମିଳିଥିବା ସୂଚନା ମୁତାବକ, ସହନା ଗାଁ’ର ମାନଗୋବିନ୍ଦ ଜୟସିଂହଙ୍କ ବଡ଼ପୁଅଙ୍କ ଗତ ୨ ତାରିଖରେ ବିବାହ ଥିଲା। ଏଥି ପାଇଁ ଗତକାଲି ପରିବାର ପକ୍ଷରୁ ଗାଁ’ରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ୧୫ ଶହରୁ ଅଧିକ ଲୋକ ବି ଆସି ଭୋଜି ଖାଇଥିଲେ। ଭୋଜି ଖାଇ ସାରି ଘରକୁ ଫେରିବା ପରେ ରାତି ପ୍ରାୟ ଗୋଟାଏରେ ପ୍ରଥମେ ଦୁପୁର ଗାଁ’ର ଜଣେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ଲାଗି ରହିବାରୁ ତାଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଜଣକ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସମସ୍ତଙ୍କଠାରେ ଝାଡ଼ାବାନ୍ତି ସହ ମୁଣ୍ଡ ବୁଲାଇବାର ଲକ୍ଷଣ ଦେଖା ଦେଇଥିଲା। ଅସୁସ୍ଥଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ଶଯ୍ୟା ଅଭାବ ପଡ଼ିବାରୁ ଶେଷରେ ଗୋଟିଏ ଶଯ୍ୟାରେ ଦୁଇଜଣ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଥିଲା। ତଥାପି ଶଯ୍ୟା ଅଭାବ ପଡ଼ିବାରୁ ଡାକ୍ତରଖାନା ବାରଣ୍ଡାରେ ଚିକିତ୍ସା କରାଯାଇଥିଲା।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଐତିହ୍ୟ ବିକାଶକୁ କେନ୍ଦ୍ରୀୟ ଝଟ୍‌କା: ଜଗନ୍ନାଥ ମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ; ହୋଇପାରିବନି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷ ଜାରି କରିଛି ପ୍ରସ୍ତାବିତ ବାଇ-ଲ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି ।

ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ପ୍ରୋହାବିଟେଡ୍ ଏରିଆ ବା ନିଷିଦ୍ଧ ଅଂଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ୩୭ ଦଶମିକ ୦୬୧ ଏକର ଅଂଚଳ ।

ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଦଶମିକ ୩୮୫ ଏକର । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ବାଇ-ଲ ଉପରେ ଆପତି ଓ ପରାମର୍ଶ ମଗାଯାଇଛି । ଜାନୁୟାରୀ ୧୮ରୁ ଏହି ଡ୍ରାଫ୍ଟ ନିୟମାବଳୀ ପ୍ରକାଶ କରାଯାଇଛି । ଏବଂ ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ ଆହ୍ୱାନ ଦିଆଯାଇଛି । ଏପଟେ ରାଜ୍ୟ ସରକାର ଐତିହ୍ୟ କରିଡର ପାଇଁ ଶ୍ରୀମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧରେ ଥିବା ଅଂଚଳକୁ ସଫା କରିଛନ୍ତି । ଏବେ ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ଅଧିନିୟମ, ଏହି ଯୋଜନାରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।

ନାସନାଲ ମନୁମେଂଟ ଅଥରିଟିର ‘ବାଇ-ଲ’ ଡ୍ରାଫ୍ଟକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଧିନିୟମ କଟକଣାଯୁକ୍ତ ଏବଂ ଶ୍ରୀମନ୍ଦିରର ଧାର୍ମିକ ଗୁରୁତ୍ୱ ଦୃଷ୍ଟିରୁ ଏଥିପାଇଁ ଅଧିକ ସମୟ ଓ ବିଚାର ଆବଶ୍ୟକ । ତାଙ୍କ ଟ୍ୱିଟରେ ଧର୍ମେନ୍ଦ୍ର କହିଛନ୍ତି, ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ତାଙ୍କୁ ଭରସା ଦେଇଛନ୍ତି ଯେ, କେନ୍ଦ୍ର ସରକାର ଏପରି କୌଣସି ପଦକ୍ଷେପ ନେବେ ନାହିଁ, ଯାହା ଲୋକଙ୍କ ଭାବାବେଗ ଉପରେ ଆଂଚ ଆଣିବ । ଏବଂ ଶ୍ରୀମନ୍ଦିର ବିକାଶରେ ବାଧା ସୃଷ୍ଟି କରିବ । ସେହିପରି ପ୍ରସ୍ତାବିତ ‘ବାଇ-ଲ’କୁ ଓଡ଼ିଆରେ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

from Kanak News
via <a href="https://ifttt.com/?

ଆଜି ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ : ହଳଦିଆରେ ୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦୀ 

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି । ଆଜିି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ପରିବର୍ତ୍ତନ ଯାତ୍ରାରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏଥିସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପଶ୍ଚିମବଙ୍ଗକୁ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏ ନେଇ ଟ୍ୱିଟ୍ କରି ମୋଦୀ କହିଛନ୍ତି ଯେ, ସେ ପଶ୍ଚିମବଙ୍ଗର ହଳଦିଆ ଯାଉଛନ୍ତି । ହଳଦିଆ ରିଫାଇନାରୀର କାଟାଲିଟିକ୍-ଆଇସୋଡିୱାକ୍ସିଂର ଶିଳାନ୍ୟାସ କରିବେ ।

ଏଥିସହ ବିପିସିଏଲ୍ ପକ୍ଷରୁ ନିର୍ମିତ ହୋଇଥିବା ଏଲପିଜି ଟର୍ମିନାଲ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଦୋଭି-ଦୁର୍ଗାପୁର ନାଚୁରାଲ୍ ଗ୍ୟାସ ପାଇପ୍ଲାଇନର ମଧ୍ୟ ଉଦଘାଟନ କରିବେ । ସେହିପରି ହଳଦିଆ ରାନିଚକରେ ହୋଇଥିବା ଫ୍ଲାଇଓଭର ଓ ଚାରିଟିକିଆ ରାସ୍ତାର ଶୁଭାରମ୍ଭ କରିବେ ମୋଦୀ । ଏଥର ନିର୍ବାଚନରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେବାକୁ ଯାଉଛି । ଗତକାଲି ନବଦ୍ୱୀପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପରିବର୍ତ୍ତନ ରଥ ଯାତ୍ରାର ଶୁଭାରମ୍ଭ କରିଥିଲେ ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧୀକରଣର ଡ୍ରାଫ୍ଟ ଅଧିନିୟମ । ଶ୍ରୀମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଜାରି କରିଛି ପ୍ରସ୍ତାବିତ ବାଇ-ଲ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ ସ୍ମାରକୀ ପ୍ରାଧୀକରଣ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି । ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ନିଷିଦ୍ଧ ଅଂଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ ।

ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକୀ ପ୍ରାଧୀକରଣର ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ପ୍ରାୟ ୩୭ ଏକର ଅଂଚଳ । ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଏକରରୁ ଅଧିକ । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ବାଇ-ଲ ଉପରେ ଆପତ୍ତି ଓ ପରାମର୍ଶ ମଗାଯାଇଛି । ଜାନୁୟାରୀ ୧୮ରୁ ଏହି ଡ୍ରାଫ୍ଟ ନିୟମାବଳୀ ପ୍ରକାଶ କରାଯାଇଛି । ଏବଂ ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ ଆହ୍ୱାନ ଦିଆଯାଇଛି । ଏପଟେ ରାଜ୍ୟ ସରକାର ଐତିହ୍ୟ କରିଡର ପାଇଁ ଶ୍ରୀମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧରେ ଥିବା ଅଂଚଳକୁ ସଫା କରିଛନ୍ତି । ଏବେ ଜାତୀୟ ସ୍ମାରକୀ ପ୍ରାଧୀକରଣର ପ୍ରସ୍ତାବିତ ଅଧିନିୟମ, ଏହି ଯୋଜନାରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।

from Kanak News
via <a href="https://ifttt.com/?

ଟିମ୍ ଇଣ୍ଡିଆର ଆଗାମୀ ୩ ବର୍ଷର ଖେଳସୂଚୀ ଘୋଷଣା କଲା ବିସିସିଆଇ । ଦେଖନ୍ତୁ, କେଉଁ ଦଳ ସହ ଖେଳିବ ଭାରତୀୟ କ୍ରିକେଟ୍ ଦଳ ।

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଆଗାମୀ ଖେଳସୂଚୀ ଘୋଷଣା କରିଛି ବିିସିସିଆଇ ।  ଆଗାମୀ ୩ ବର୍ଷରେ ଭାରତୀୟ କ୍ରିକେଟ୍ ଦଳ କେଉଁ କେଉଁ ସିରିଜ୍ ଖେଳିବ ସେ ନେଇ ଘୋଷଣା କରାଯାଇଛି | ତେବେ କାର୍ଯ୍ୟସୂଚୀ ଘୋଷଣା ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଖେଳାଳିଙ୍କ ପାଇଁ ଛୁଟି ଦାବି କରିଛନ୍ତି | ସେ କହିଛନ୍ତି ଯେ ଖେଳାଳିଙ୍କୁ ଆଇପିଏଲ ପରେ ଅତି କମରେ ଦୁଇ ସପ୍ତାହ ବିଶ୍ରାମ ଦିଆଯିବା ଉଚିତ |

ନଜର ପକାନ୍ତୁ ଟିମ୍ ଇଣ୍ଡିଆର ତିନିବର୍ଷିଆ କାର୍ଯ୍ୟସୂଚୀ
୨୦୨୧
ଏପ୍ରିଲ୍ ରୁ ମେ ୨୦୨୧
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୧)
ଜୁନ୍ ରୁ ଜୁଲାଇ ୨୦୨୧
ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ (ଜୁନ୍)
ଭାରତ ବନାମ ଶ୍ରୀଲଙ୍କା (୩ଟି ଦିନିକିଆ, ୫ଟି ଟି -୨୦)
ଏସିଆ କପ୍
ଜୁଲାଇ ୨୦୨୧
ଭାରତ ବନାମ ଜିମ୍ବାୱେ (୩ଟି ଦିନିକିଆ)
ଜୁଲାଇରୁ ସେପ୍ଟେମ୍ବର ୨୦୨୧
ଭାରତ ବନାମ ଇଂଲଣ୍ଡ (୫ ଟେଷ୍ଟ)
ଅକ୍ଟୋବର ୨୦୨୧
ଭାରତ ବନାମ ଦକ୍ଷିଣ ଆଫ୍ରିକା (୩ଟି ଦିନିକିଆ, ୫ଟି ଟି -୨୦)
ଅକ୍ଟୋବରରୁ ନଭେମ୍ବର ୨୦୨୧
ଆଇସିସି ଟି -୨୦ ବିଶ୍ୱକପ |
ନଭେମ୍ବର ରୁ ଡିସେମ୍ବର ୨୦୨୧
ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (୨ଟି ଟେଷ୍ଟ, ୩ଟି ଟି -୨୦)
ଭାରତ ବନାମ ଦକ୍ଷିଣ ଆଫ୍ରିକା (୩ଟି ଟେଷ୍ଟ, ୩ଟି ଟି -20)

୨୦୨୨
ଜାନୁୟାରୀରୁ ମାର୍ଚ୍ଚ
ଭାରତ ବନାମ ୱେଷ୍ଟଇଣ୍ଡିଜ୍ (୩ଟି ଦିନିକିଆ, ୩ଟି ଟି-୨୦)
ଭାରତ ବନାମ ଶ୍ରୀଲଙ୍କା (୩ଟି ଟେଷ୍ଟ, ୩ଟି ଟି -୨୦)
ଏପ୍ରିଲ୍ ରୁ ମେ ୨୦୨୨
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୨)
ଜୁଲାଇରୁ ଅଗଷ୍ଟ ୨୦୨୨
ଭାରତ ବନାମ ଇଂଲଣ୍ଡ (୩ଟି ଦିନିକିଆ, ୩ଟି ଟି -୨୦)
ଭାରତ ବନାମ ୱେଷ୍ଟଇଣ୍ଡିଜ୍ (୩ଟି ଦିନିକିଆ, ୩ଟି ଟି -୨୦)
ସେପ୍ଟେମ୍ବର ୨୦୨୨
ଏସିଆ କପ୍
ଅକ୍ଟୋବରରୁ ନଭେମ୍ବର ୨୦୨୨
ଆଇସିସି ବିଶ୍ୱ ଟି -୨୦ କପ୍ (ଅଷ୍ଟ୍ରେଲିଆ)
ନଭେମ୍ବରରୁ ଡିସେମ୍ବର ୨୦୨୨
ଭାରତ ବନାମ ବାଂଲାଦେଶ (୨ ଟେଷ୍ଟ, ୩ ଟି -୨୦)
ଭାରତ ବନାମ ଶ୍ରୀଲଙ୍କା (୫ଟି ଦିନିକିଆ)

୨୦୨୩
ଜାନୁୟାରୀ: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (୩ଟି ଦିନିକିଆ , ୩ ଟି -୨୦)
ଫେବୃଆରୀ ରୁ ମାର୍ଚ୍ଚ ୨୦୨୩
ଭାରତ ବନାମ ଅଷ୍ଟ୍ରେଲିଆ (୪ଟି ଟେଷ୍ଟ, ୩ଟି ଦିନିକିଆ, ୩ଟି ଟି -୨୦)

from Kanak News
via <a href="https://ifttt.com/?

ରାହୁଲଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ କରିବାକୁ ଜୋର ଧରିଲା ଦାବି । ଦିଲ୍ଲୀ ପରେ ଛତିଶଗଡରେ ପାରିତ ହେଲା ପ୍ରସ୍ତାବ ।

କନକ ବ୍ୟୁରୋ: ରାହୁଲଙ୍କୁ ପୁଣି କଂଗ୍ରେସ କମାଣ ଧରାଇବାକୁ ଜୋର ଧରିଲା ଦାବି । ଦିଲ୍ଲୀ ପରେ ଏବେ ଛତିଶଗଡ କଂଗ୍ରେସ ପକ୍ଷରୁ ମଧ୍ୟ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଶନିବାର ଛତିଶଗଡ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ ପଦ ଦେବାକୁ ପ୍ରସ୍ତାବ ପାରିତ ହୋଇଛି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଉପସ୍ଥିତିରେ ଏହି ପ୍ରସ୍ତାବ ପାରିତ ହୋଇଛି । ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ମଙ୍ଗ ସମ୍ଭାଳିବାକୁ ଦାବି କରାଯାଇଛି । ଏହାକୁ ଛତିଶଗଡ ପ୍ରଭାରୀ ପି ଏଲ ପୁନିଆ ଏବଂ ପ୍ରଦେଶ ଅଧ୍ୟକ୍ଷ ମୋହନ ମରକାମ ମଧ୍ୟ ସମର୍ଥନ ଜଣାଇଥିଲେ । କଂଗ୍ରେସ ଦଳରେ ଏବେ କିଏ ନେତୃତ୍ୱ ସମ୍ଭାଳିବ ସେନେଇ ଟଣାଓଟରା ଚାଲିଛି । କେତେକ ନେତା ରାହୁଲଙ୍କୁ ପୁଣି ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନେଇ ଗତ କିଛି ଦିନ ତଳେ ଦିଲ୍ଲୀ କଂଗ୍ରେସ ପକ୍ଷରୁ ମଧ୍ୟ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏବେ ଛତିଶଗଡ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ପ୍ରସ୍ତାବ ପାରିତ ହୋଇଛି ।

from Kanak News
via <a href="https://ifttt.com/?

ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍ ଟିକା ଯୋଗାଇଛି ଭାରତ । ଏବେ ବି ଧାଡିରେ ଅଛନ୍ତି ଆହୁରି ୨୫ ଦେଶ । ସୂଚନା ଦେବେ ବୈଦେଶିକା ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

କନକ ବ୍ୟୁରୋ: ଭାରତ ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍-୧୯ ଟିକା ଯୋଗାଇ ଦେଇଛି । ଆହୁରି ୨୫ଟି ଦେଶ ବିଭିନ୍ନ ସ୍ତରରେ ଭାରତ ପ୍ରସ୍ତୁତ କୋଭିଡ୍ ଟିକା ପାଇଁ ଧାଡିରେ ଅଛନ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ତେବେ ଏହି ଟିକା ପାଇଁ ଲାଗିଥିବା ଧାଡିରେ ତିନି ବର୍ଗର ଦେଶ ଅଛନ୍ତି । ଭାରତରୁ ଟିକା ପାଇବାକୁ ଆଗ୍ରହୀ ତିନି ବର୍ଗ ହେଲେ ଗରିବ, ମୂଲ୍ୟ ସମ୍ବେଦନଶୀଳ ଦେଶ ଓ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସହିତ ସିଧାସଳଖ କାରବାର କରୁଥିବା ଦେଶ । ଏହି ଘଟଣା ଆଜି ଭାରତକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୟଶଙ୍କର କହିଛନ୍ତି ।

ସେ କହିଛନ୍ତି, ଭାରତ ପକ୍ଷରୁ କେତେକ ଗରିବ ଦେଶକୁ ଅନୁଦାନ ଭିତ୍ତିରେ ଏହି ଟିକା ଯୋଗାଇ ଦିଆଯାଉଥିବା ବେଳେ କେତେକ ଦେଶ ଏହି ଟିକା ପ୍ରସ୍ତୁତକାରୀଙ୍କ ଠାରୁ ଭାରତ ସରକାରଙ୍କ ପକ୍ଷରୁ ଧାର୍ଯ୍ୟମୂଲ୍ୟ ସହିତ ଚାହୁଁଛନ୍ତି । ଆଉ କେତେକ ଦେଶ ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ସହିତ ସିଧାସଳଖ ଚୁକ୍ତି କରିଛନ୍ତି ଏବଂ ବ୍ୟବସାୟିକ ଭିତରେ ବୁଝାମଣା କରିଛନ୍ତି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ । ଦେଶରେ ବର୍ତମାନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦୁଇଟି ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି ।

from Kanak News
via <a href="https://ifttt.com/?

୧୪ ଲକ୍ଷ ଟଙ୍କାର ଗାଡି ଉପରେ ମିଳିବ ୩ ଲକ୍ଷ ଟଙ୍କାର ରିହାତି । ଜାଣନ୍ତୁ କିଏ ଦେଉଛି ଏଭଳି ସୁବିଧା ?

କନକ ବ୍ୟୁରୋ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ଗୁରୁବାର ଦିନ ‘ସୁଇଚ୍ ଦିଲ୍ଲୀ’ ଅଭିଯାନ ଆରମ୍ଭ କରିଥିଲେ । ‘ସୁଇଚ୍ ଦିଲ୍ଲୀ’ ଅଭିଯାନରେ ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଦିଲ୍ଲୀ ସରକାର ବୈଦ୍ୟୁତିକ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି କ୍ରୟ ଉପରେ ବ୍ୟାପକ ସବସିଡି ଯୋଜନା କରିଛନ୍ତି, ଏହା ବ୍ୟତୀତ ସଡକ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ କରାଯାଇଛି । ତେବେ ଜାଣନ୍ତୁ ସରକାର ଲାଗୁ କରିବାକୁ ଥିବା ସବସିଡି ଓ ଅନ୍ୟାନ୍ୟ ସୁବିଧା ପରେ ଗାଡିର ଦାମ କେତେ ରହିବ ।

ଦିଲ୍ଲୀ ସରକାର ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ଟାଟା ମୋଟର୍ସର ଇଲେକ୍ଟ୍ରିକ୍ କାର୍ ଟିଗର୍ ଇଭି ଏବଂ ନେକ୍ସନ୍ ଇଭି ଉପରେ ସବସିଡି ଦେଉଛନ୍ତି । ଟାଟା ନେକ୍ସନ୍ ଇଭି ତିନୋଟି ପ୍ରକାରରେ ଉପଲବ୍ଧ( XM, XZ + ଏବଂ XZ + LUX ) । ନେକ୍ସନ୍ ଇଭି XM ର ମୂଲ୍ୟ ୧୩.୯୯ ଲକ୍ଷରୁ ଆରମ୍ଭ ହେଉଥିବାବେଳେ XZ + ର ମୂଲ୍ୟ ୧୫.୪୦ ଲକ୍ଷ ଟଙ୍କା । XZ LUX ଟ୍ରିମର ମୂଲ୍ୟ ୧୬.୪୦ ଲକ୍ଷ ଟଙ୍କା ରହିଛି । ଇଲେକ୍ଟ୍ରିକ୍ ଗାଡିକୁ ଅଧିକ ଲୋକପ୍ରିୟ କରିବା ପାଇଁ ଦିଲ୍ଲୀ ସରକାର ଉଭୟ XM, XZ + କ୍ରୟ ଉପରେ ୧.୫୦ ଲକ୍ଷ ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ରୋଡ଼ ଟିକସ ଛାଡ ଏବଂ ପଞ୍ଜୀକରଣ ଫି (ପଞ୍ଜୀକରଣ ଶୁଳ୍କ) ଛାଡ ଆକାରରେ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ନେକ୍ସନ୍ ଇଭିର XM ଭାରିଆଣ୍ଟରେ ରୋଡ଼ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ଛାଡ ୧,୪୦,୫୦୦ ଟଙ୍କା ଥିବାବେଳେ XZ + ଟ୍ରିମରେ ଏହି ରିହାତି ୧,୪୯,୯୦୦ ଟଙ୍କା ରହିଛି ।

ଏହାର ଅର୍ଥ ହେଉଛି ନେକ୍ସନ୍ ଇଭି ଉପରେ ମୋଟ ୩ ଲକ୍ଷରୁ ଅଧିକ ଟଙ୍କା ରିହାତି ଦେଉଛନ୍ତି । ନେକ୍ସନ୍ ଇଭି ପରି ଦିଲ୍ଲୀ ସରକାର ଟାଟା ଟିଗର୍ ଇଭି ଉପରେ ରିହାତି ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଟିଗର ଇଭି କ୍ରୟ ଉପରେ ସର୍ବାଧିକ ୨.୮୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ରିହାତି ଭାବରେ ଦିଆଯାଉଥିବା ରାଶି ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ସୂଚନା ଥାଉ କି ଟାଟା ନେକ୍ସନ୍ ଇଭି ଥରେ ଫୁଲ ଚାର୍ଜିଂରେ ୩୧୨ କିଲୋମିଟର ଦୂରତା ଯାଇପାରିବ ।

ଏହି ବୈଦ୍ୟୁତିକ କାରର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିଛି । ସୂଚନା ଥାଉ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ‘ସୁଇଚ୍ ଦିଲ୍ଲୀ’ ଅଭିଯାନ ଆରମ୍ଭ କରିଥିଲେ । ଦେଶର ରାଜଧାନୀରେ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବୈଦ୍ୟୁତିକ ଯାନ କିଣିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଥିଲେ । କେଜ୍ରିୱାଲ କହିଥିଲେ ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ତାଙ୍କ ସରକାର କେବଳ ବୈଦ୍ୟୁତିକ ଯାନ ଭଡାରେ ନେବେ, କୌଣସି ପେଟ୍ରୋଲ ବା ଡିଜେଲ ଗାଡିକୁ ସରକାର ଲିଜରେ ନେବେ ନାହିଁ । ସେ କହିଥିଲେ ଯେ ୨୦୨୪ ସୁଦ୍ଧା ଦିଲ୍ଲୀର ମୋଟ ଗାଡି ପଞ୍ଜିକରଣରେ ବୈଦ୍ୟୁତିକ ଯାନ କିଭଳି ୨୫ ପ୍ରତିଶତରେ ପହଂଚିବ, ସରକାର ସେ ନେଇ ଲକ୍ଷ୍ୟ ରଖିଛନ୍ତି ।

from Kanak News
via <a href="https://ifttt.com/?

ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପିର ପରିବର୍ତନ ଯାତ୍ରା ଚାଲିଥିବା ବେଳେ ଆସନ୍ତାକାଲି ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଆସନ୍ତାକାଲି ପଶ୍ଚିମବଙ୍ଗ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ପରିବର୍ତନ ଯାତ୍ରାରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହାସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପଶ୍ଚିମବଙ୍ଗକୁ ଭେଟି ଦେବେ ପ୍ରଧାନମନ୍ତ୍ରୀ ।

https://platform.twitter.com/widgets.js

ଏନେଇ ଟ୍ୱିଟ୍ କରି ମୋଦୀ କହିଛନ୍ତି, ଆସନ୍ତାକାଲି ସେ ପଶ୍ଚିମବଙ୍ଗର ହଳଦିଆ ଯାଉଛନ୍ତି । ହଳଦିଆ ରିଫାଇନାରୀର କାଟାଲିଟିକ୍-ଆଇସୋଡିୱାକ୍ସିଂର ସେ ଶିଳାନ୍ୟାସ କରିବେ । ଏହାସହ ବିପିସିଏଲ୍ ପକ୍ଷରୁ ନିର୍ମିତ ହୋଇଥିବା ଏଲପିଜି ଟର୍ମିନାଲ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଦୋଭି-ଦୁର୍ଗାପୁର ନାଚୁରାଲ୍ ଗ୍ୟାସ ପାଇପ୍ଲାଇନ୍ର ମଧ୍ୟ ଉଦ୍ଘାଟନ କରିବେ । ସେହିପରି ହଳଦିଆ ରାନିଚକ୍ରେ ହୋଇଥିବା ଫ୍ଲାଇଓଭର ଓ ଚାରିଟିକିଆ ରାସ୍ତାର ଶୁଭାରମ୍ଭ କରିବେ ମୋଦୀ । ଏଥର ନିର୍ବାଚନରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେବାକୁ ଯାଉଛି । ଆଜି ନବଦ୍ୱୀପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପରିବର୍ତନ ରଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started