ଲଭ ଜିହାଦ୍ ଆଇନ୍ ଆଣିବାକୁ ନେଇ ପଛଘୁଞ୍ଚା ଦେଲେ ଗୁଜୁରାଟ ସରକାର । ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ପରେ ବଡ ନିଷ୍ପତ୍ତି

କନକ ବ୍ୟୁରୋ: ଲଭ୍ ଜିହାଦ ଆଇନ ଆଣିବାକୁ ପଛ ଘୁଂଚା ଦେଲେ ଗୁଜୁରାଟ ସରକାର । ଲଭ ଜିହାଦ ଆଇନ ରାଜ୍ୟରେ ଲାଗୁ ନକରିବା ପାଇଁ ବିଜୟୀ ରୁପାଣୀଙ୍କ ସରକାର ନିଷ୍ପତି ନେଇଛନ୍ତି । ପୂର୍ବରୁ ଗୁଜରାଟରେ ଧର୍ମାନ୍ତରୀକରଣକୁ ନେଇ ଆଇନ ରହିଥିବାରୁ ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହାଛଡା ରାଜ୍ୟ ସରକାର ଲଭ ଜିହାଦ ବିଲକୁ ବିଧାନସଭାରେ ଉପସ୍ଥାପନ କରିବା ଆଗୁର ଆଇନ ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ନେଇଥିଲେ । ସମସ୍ତେ ଲଭ ଜିହାଦ ବିଧେୟକ ବିରୋଧରେ ମତ ଦେବାକୁ ନିଜ ନିଷ୍ପତ୍ତିରୁ ଗୁଜରାଟ ସରକାର ଓହରି ଆସିଥିବା କୁହାଯାଉଛି ।

ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଲଭ ଜିହାଦ ବିରୋଧୀ ଆଇନ ଲାଗୁ ହୋଇଛି । ଏବେ ଗୁଜୁରାଟ ସରକାର ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଲଭ ଜିହାଦ ବିଲ ଉପସ୍ଥାପନ କରିବା ପାଇଁ ମନ ବଳାଇଥିଲେ । ହେଲେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ପରେ ଲଭ ଜିହାଦ ବିଲ ଅଧିବେଶନରେ ଉପସ୍ଥାନ କରିବା ସମ୍ଭାବନା କମ ବୋଲି ଚର୍ଚା ହେଉଛି । ଗୁଜରାଟରେ ଧର୍ମାନ୍ତରୀକରଣକୁ ନେଇ ଥିବା ଆଇନରେ ବଳପୂର୍ବକ କିମ୍ବା ପ୍ରଲୋଭିତ କରି କାହାର ଧର୍ମ ପରିବର୍ତନ କରାଗଲେ କଡା ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

from Kanak News
via <a href="https://ifttt.com/?

ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଗଲା ଟିକା । ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ସମ୍ମୁଖ ଯୋଦ୍ଧା ।

କନକ ବ୍ୟୁରୋ : ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା । ଫେବ୍ରୁଆରୀ ୬ ତାରିଖରୁ ରାଜ୍ୟର ଆଗଧାଡିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି କରୋନା ଟିକାକରଣ । ଏହି ପର୍ଯ୍ୟାୟରେ ପୋଲିସ ଡିଜିଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି କରୋନା ଟିକା । ସେହିପରି ରାଜ୍ୟର ସମସ୍ତ ଜିଲ୍ଲାରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଇଛି ଟିକା ।

ଟିକା ନେଇଛନ୍ତି ପୋଲିସ ଡିଜି । ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ଦିଆଯାଉଥିବା ବେଳେ ଏଥିରେ ନିଜେ ପୋଲିସ ଡିଜି ଅଭୟ ସାମିଲ ହୋଇ ଟିକାକରଣକୁ ପ୍ରଶଂସା କରିଛନ୍ତି । ସେହିପରି ଟିକା ନେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏବଂ ପୋଲିସ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ।

ସମସ୍ତଙ୍କ ଅପେକ୍ଷା ଥିଲା ଟିକାକରଣରେ କେବେ ପଡିବ ଆମ ପାଳି । ତେବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ସମସ୍ତ ଜିଲ୍ଲାପାଳ ଓ ଏସପି ଟିକାନେଇଛନ୍ତି । ବାଲେଶ୍ୱରର ଗାନ୍ଧିସ୍ମୃତିଭବନରେ ଟିକାକରଣ କେନ୍ଦ୍ରରେ ଟିକା ନେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ଛତ୍ରପୁରରେ ଟିକା ନେଇଛନ୍ତି ଗଂଜାମ ଜିଲ୍ଲାପାଳ ଓ ଏସପି । ମାଲକାନଗିରିରୁ ସମ୍ବଲପୁର, କନ୍ଧମାଳରୁ ପୁରୀ ସବୁଠାରେ ପୋଲିସ କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ଦିଆଯାଇଛି କରୋନା ଟିକା । ତେବେ କରୋନା ଟିକା ନିରାପଦ, କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ଟିକା ନେବା ପରେ ନିବେଦନ କରିଛନ୍ତି ।

ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ଟିକା ନେବା ସହିତ ଟିକାକରଣର ସମୟର ଫଟୋ ଉଠାଇଛନ୍ତି । ଏହି ଫଟୋକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବାକୁ କୁହାଯାଇଛି । ଫଳରେ ଅନ୍ୟମାନଙ୍କ ମନରେ କରୋନା ଟିକାକୁ ନେଇ ରହିଥିବା ଭୟ ଦୂରହୋଇପାରିବ ଓ ଟିକାନେବାକୁ ଆତ୍ମବିଶ୍ୱାସ ବି ବଢିବ ।

from Kanak News
via <a href="https://ifttt.com/?

ଆମେରିକାରେ ଭାଙ୍ଗିବ ଦୀର୍ଘ ବର୍ଷର ପରମ୍ପରା । ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର ।

କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର । ଦୀର୍ଘ ଦିନ ହେଲା ଅନୁସରଣ କରାଯାଇ ଆସୁଥିବା ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି । ଆମେରିକାର ଏକ ଟିଭି ଚ୍ୟାନଲେକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଜୋ ବାଇଡେନ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଟ୍ରମ୍ପ ଗୁଇନ୍ଦା ସୂଚନା ପାଇବା ଦେଶପ୍ରତି ବିପଦ ଓ ତାଙ୍କ ପାଟି ଲଗାମହୀନ । ତେଣୁ ଗୁଇନ୍ଦା ସୂଚନା ମିଳିଲେ ଟ୍ରମ୍ପ ଇୟାଡୁ ସିୟାଡୁ ବୟାନ ଦେଇ ଦେଶର ସମସ୍ୟା ବଢାଇବେ ବୋଲି କହିଛନ୍ତି ବାଇଡେନ ।

ଆମେରିକା ଇତିହାସରେ ପ୍ରଥମ ଥର ପାଇଁ କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ କ୍ଲାସିଫାଇଡ ଇଂଟିଲିଜେନ୍ସ ବା ଗୁଇନ୍ଦା ତଥ୍ୟ ଦିଆଯିବ ନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି । ଆମେରିକା ଚ୍ୟାନାଲ ସିବିଏସ ନ୍ୟୁଜକୁ ସାକ୍ଷାତକାର ଦେଇ ବାଇଡେନ କହିଛନ୍ତି, ଟ୍ରମ୍ପଙ୍କୁ କୌଣସି ପ୍ରକାର ଗୋପନୀୟ ତଥ୍ୟ ଦିଆଯିବ ନାହିଁ । କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟବହାର ଓ ତାଙ୍କ ପାଟି ଉପରେ ଭରସା କରାଯାଇ ପାରିବ ନାହିଁ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏପରି ଘୋଷଣା ବିସ୍ମୟଜନକ । କାରଣ ଆମେରିକାରେ ଦୀର୍ଘ ଦିନରୁ ପରମ୍ପରା ରହିଛି, ବର୍ତମାନର ରାଷ୍ଟ୍ରପତି ଯେତିକି ଗୁଇନ୍ଦା ସୂଚନା ପାଆନ୍ତି, ସେତିକି ସୂଚନା ପୂର୍ବତନ ରାଷ୍ଟ୍ରପତିଙ୍କୁ ମଧ୍ୟ ଦିଆଯାଇ ଥାଏ । ହେଲେ ଏଥର ସେହି ପରମ୍ପରା ଭାଙ୍ଗିବାକୁ ଯାଉଛି ।

ଏହାପୂର୍ବରୁ ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀ ଜେନ ସାକି ଚଳିତ ସପ୍ତାହର ଆରମ୍ଭ କହିଥିଲେ, ଟ୍ରମ୍ପଙ୍କୁ ଗୁଇନ୍ଦା ସୂଚନା ଦିଆଯିବ ନା ନାହିଁ, ସେ ଉପରେ ବିଚାର ବିମର୍ଶ ଚାଲିଛି । ଏବେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ହୁଏତ କ୍ୟାପିଟଲ ହିଲ ଦଙ୍ଗା ପରେ ଟ୍ରମ୍ପ ଉପରେ ଭରସା କରିପାରୁ ନାହାନ୍ତି ବାଇଡେନ । ଅନ୍ୟପଟେ ଗୋଇନ୍ଦା ସୂଚନା ପାଇବା ପୂର୍ବତନ ରାଷ୍ଟ୍ରପତିଙ୍କ ଅଧିକାର ପରିସର ଭୁକ୍ତରୁ ବଂଚିତ ହେବା ଟ୍ରମ୍ପଙ୍କ ପାଇଁ ଯେ ଏକ ବଡ ଅପମାନ ଏଥିରେ ସନ୍ଦେହ ନାହିଁ । ସେପଟେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଫେବୃୟାରୀ ୮ ପରେ ଯେକୌଣସି ଦିନ କ୍ୟାପିଟଲ ଦଙ୍ଗା ନେଇ ବୟାନ ଦେବା ପାଇଁ ତାଙ୍କୁ ସିନେଟକୁ ଡକାଯାଇପାରେ

from Kanak News
via <a href="https://ifttt.com/?

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ । ଟାଙ୍ଗୀ ନିକଟରେ ମିଳିଲା ମୃତଦେହ, ଅଜଣା ଟ୍ରକ ଧକ୍କା ଦେଇଥିବା ସନ୍ଦେହ । 

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପ୍ରଫୁଲ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ । ଟାଙ୍ଗୀ ଅଂଚଳର ନିର୍ମାଣାଧିନ ଟୋଲ ଗେଟ ନିକଟରୁ  ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ହେଲେ, ପ୍ରାୟ ମାସେ ହେବ ପୋଲିସ ତାଙ୍କୁ ଖୋଜୁଥିବାବେଳେ କେମିତି ସେହି ଅଂଚଳରୁ ତାଙ୍କ ମୃତ ଦେହ ମିଳିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ପ୍ରଫୁଲ୍ଲ ବିଶ୍ୱାଳ । ଜାନୁଆରୀ ୨ ତାରିଖ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ । ଯାହାକୁ ପୋଲିସ ଏତେ ଦିନ ହେଲା ଖୋଜୁଥିଲା, ଟାଙ୍ଗୀ ଟୋଲଗେଟ୍ ନିକଟରୁ ସନ୍ଦେହଜନକ ଭାବେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ବଡ କଥା ହେଉଛି, ଯେଉଁ ସବୁ ଅଂଚଳରେ ପୋଲିସ ଖୋଜୁଥିଲା, ସେହି ଅଂଚଳରୁ ମିଳିଛି ପ୍ରଫୁଲଙ୍କ ମୃତ ଦେହ ।

ପ୍ରଫୁଲଙ୍କ ମୃତଦେହକୁ ଏଭଳି ଅବସ୍ଥାରେ ଉଦ୍ଧାର କରାଯାଇଛି ତାହା ଦେଖାଇବା ସମ୍ଭବ ନୁହେଁ । ତାଙ୍କ ଶରୀର ବିଭିନ୍ନ ଅଂଗରୁ ମାଂସ ବାହାରିପଡିଛି । ଖଣ୍ଡବିଖଣ୍ଡିତ ହୋଇଯାଇଛି ଶରୀର । ମୃତଦେହକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ତାଙ୍କ ଉପରେ ଗାଡି ଚଢ଼ିଯାଇଛି । ହେଲେ, ଗାଡି ଚଢ଼ିବା ପରେ ମୃତ୍ୟୁ ହୋଇଛି କି, ମୃତ୍ୟୁ ପରେ ଗାଡି ଚଢ଼ା ଯାଇଛି ତାକୁ ନେଇ ସନ୍ଦେହ ଉପଜୁଛି ।

ଟାଙ୍ଗୀରୁ ପ୍ରଫୁଲଙ୍କ ମୃତ ଦେହ ମିଳିବା ପରେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ଯାହାକୁ ଦୀର୍ଘ ଦିନ ହେଲାଣି ପୋଲିସ ଖୋଜୁଥିଲା ସେ କେମିତି ସେହି ଅଂଚଳରେ ବୁଲୁଥିଲେ? କେମିତି ପାଉନଥିଲା ପୋଲିସ ? କେଉଁଠି ଲୁଚିଥିଲେ ପ୍ରଫୁଲ? ପୋଲିସ ଜାଣିଶୁଣି ତାଙ୍କୁ ଗିରଫ କରୁନଥିଲା କି? ତାଙ୍କର ମୃତ୍ୟୁ ହୋଇଛି ନା ହତ୍ୟା କରାଯାଇଛି? ମାରିବା ପରେ ଗାଡି ଚଢ଼ାଇ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଇନି ତ? ଯଦି ହତ୍ୟା କରାଯାଇଛି ତେବେ କିଏ ଓ କାହିଁକି ହତ୍ୟା କରିଛନ୍ତି?

ସେପଟେ ପ୍ରଫୁଲଙ୍କ ମୃତ୍ୟୁ ପାଇଁ ମୃତ କୂଳମଣି ବରାଳଙ୍କ ପୁଅକୁ ଦାୟୀ କରିଛନ୍ତି, ତାଙ୍କ ମାଆ ।  ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।  ଜାନୁୟାରୀ ୨ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିଲା  ।

ଘଟଣା ଦିନ କୂଳମଣି ଓ ଦିବ୍ୟସିଂହ ଏକ ବାଇକରେ ଘରକୁ ଫେରୁଥିବାବେଳେ ଆକ୍ରମଣ ହୋଇଥିଲା । ଏଥିରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା  । ଶାସକଦଳର ନେତାଙ୍କୁ ଏଥିପାଇଁ ଦାୟୀ କରିଥିଲା ବିଜେପି । ମୃତ କୂଳମଣିଙ୍କ ପୁଅର ଅଭିଯୋଗକୁ ଆଧାର କରି ମୋଟ ୧୩ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୯ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣ ଅଭିଯୁକ୍ତ ଫେରାର ଥିଲେ । ସେବେଠାରୁ ପ୍ରଫୁଲଙ୍କୁ ଖୋଜୁଥିଲା ପୋଲିସ ।

from Kanak News
via <a href="https://ifttt.com/?

ନବଦ୍ୱୀପରେ ନଡ୍ଡାଙ୍କ ପରିବର୍ତ୍ତନ ରଥଯାତ୍ରା । ମମତାଙ୍କ ଉପରେ ବର୍ଷିଲେ ବିଜେପି ଅଧ୍ୟକ୍ଷ । ବେଙ୍ଗଲ ରାଜନୀତି ସରଗରମ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ସମ୍ଭାବନା ହୋଇ ସାମ୍ନାକୁ ଆସୁଛି ବିଜେପି । ଆଉ ଏପରି ସମୟରେ ଦଳୀୟ କର୍ମୀଙ୍କ ମନରେ ନୂଆ ଉତ୍ସାହ ଓ ଜୋସ ଭରି ଦେବାକୁ ପଶ୍ଚିମବଙ୍ଗର ନବଦ୍ୱୀପରେ ପରିବର୍ତନ ରଥଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ସମାବେଶକୁ ସମ୍ବୋଧନ କରି ସେ ମମତା ସରକାର ଉପରେ ବର୍ଷିଛନ୍ତି ।

ଶନିବାର ପ୍ରଥମେ ମାଲଦାରେ ପହଂଚି ସେଠାରେ କୃଷକଙ୍କ ସହ ଭୋଜନ କରିଥିଲେ ଜେପି ନଡ୍ଡା । ଏହାପରେ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ । ମାଲଦାରେ ନଡାଙ୍କ ରାଲିରେ ରାସ୍ତା ଉପରେ ଜନସମୁଦ୍ର ଦେଖିବାକୁ ମିଳିଛି । ଏହି ଅବସରରେ ସେ କହିଛନ୍ତି ଏଥର ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହଟାଇବାକୁ ପଶ୍ଚିମବଙ୍ଗର ଜନତା ମନ ବଲେଇ ସାରିଲେଣି ।

ସେପଟେ ବିଜେପିକୁ କାଉଁଟର କରିବାକୁ ତୃଣମୂଳ କଂଗ୍ରେସ ଜନସମର୍ଥନ ରାଲି ନାଁରେ ଦୁଇ ଦିନିଆ ବାଇକ ରାଲି କରିବ । ଏହି ଯାତ୍ରା ଛପରାରୁ ଆରମ୍ଭ ହୋଇ ତ୍ରିବେଣୀ କୃଷ୍ଣନଗର ଦେଇ ପଲାସୀରେ ଶେଷ ହେବ । ଟିଏମସିର ରାଲିକୁ ସହଜରେ ଅନୁମତି ଓ ବିଜେପିର ରାଲି ପାଇଁ ଅନୁମତି ଦେବାରେ ପୁଲିସର ଟାଳଟୁଳ ନୀତିକୁ ନେଇ ରାଜନୈତିକ ବୟାନବାଜି ବି ତେଜିଛି ।

from Kanak News
via <a href="https://ifttt.com/?

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କୃଷକଙ୍କ ଚକାବନ୍ଦ ଆନ୍ଦୋଳନ । ଆଇନ୍ ପ୍ରତ୍ୟାହାର କରିବାକୁ ୨ ତାରିଖ ଯାଏଁ ସମୟ ଦେଲେ ଚାଷୀ ନେତା ।

କନକ ବ୍ୟୁରୋ: ଦେଶବ୍ୟାପୀ ୩ ଘଂଟିଆ ଚକାବନ୍ଦ ଆନ୍ଦୋଳନରୁ ଦିଲ୍ଲୀକୁ ବାଦ ଦେଇଥିଲେ ଚାଷୀ ସଂଗଠନ । ହେଲେ ସବୁଠୁ ଅଧିକ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା ଦେଶର ରାଜଧାନୀ ଦିଲ୍ଲୀରେ । ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲିର ଉପଦ୍ରବ ଓ ଲାଲକିଲ୍ଲାରେ ହିଂସାର ତିକ୍ତ ଅନୁଭୁତି ଦିଲ୍ଲୀ ପୁଲିସକୁ କୋରି ପକାଇଥିଲା । ତେଣୁ ୩ ଘଂଟିଆ ଚକାଜାମ ଡାକାରକୁ ନେଇ ସତର୍କ ପୁଲିସ ଦିଲ୍ଲୀ ଓ ଦିଲ୍ଲୀ ସୀମାରେ ଏପରି ସୁରକ୍ଷା ବ୍ୟବସ୍ଥା କରିଥିଲା, ଯାହା କେବେ ଦେଖିବାକୁ ମିଳିନଥିଲା ।

ମୁତୟନ ହେଲେ ୫୦ ହଜାର ସୁରକ୍ଷାକର୍ମୀ
ଦିଲ୍ଲୀ ସୀମା ଉପରେ ନଜର ରଖିଲା ଡ୍ରୋନ

ଚାଷୀଙ୍କ ଚକାଜାମ୍ ଆନ୍ଦୋଳନକୁ ଆଖିରେ ରଖି ତିନି ଥାକିଆ ବ୍ୟାରିକେଡିଂ ବ୍ୟବସ୍ଥା କରିଛି ପୋଲିସ । ଦିଲ୍ଲୀକୁ ସଂଯୋଗ କରୁଥିବା ସିଂଘୁ, ଟିକରି ଓ ଗାଜିପୁର ସୀମାରେ ବ୍ୟାରିକେଡିଂ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ଗାଜିପୁର ବର୍ଡରରେ ଲୁହବୁହା ଗ୍ୟାସ, ୱାଟର କ୍ୟାନନ ସହ ପ୍ରସ୍ତୁତ ହୋଇ ରହିଥିଲେ ସୁରକ୍ଷା କର୍ମୀ । ଦିଲ୍ଲୀ-ଗାଜିଆବାଦର ଲୋନି ସୀମା ସମେତ ସମ୍ବେଦନଶୀଳ ସ୍ଥାନଗୁଡିକରେ ଡ୍ରୋନ କ୍ୟାମେରା ଉଡାଇ ସ୍ଥିତି ଉପରେ ନଜର ରଖିଥିଲା ପୁଲିସ । ସେପଟେ ସିଙ୍ଘୁ ବର୍ଡରରେ କୃଷକଙ୍କ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିଥିଲେ ମଧ୍ୟ ଇଂଟରେନଟ ସେବା ବନ୍ଦ ରଖାଯାଇଛି । ସେପଟେ ଦିଲ୍ଲୀର ୧୮ଟି ମେଟ୍ରୋ ଷ୍ଟେସନକୁ ୩ ଘଂଟା ପାଇଁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଥିଲା । ଆଉ ଦିଲ୍ଲୀର ସହିଦ ପାର୍କରେ କୃଷକ ସଂଗଠନର ଚକାବନ୍ଦ ସମର୍ଥନରେ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ କରୁଥିବା ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୁଲିସ ।

କୃଷକ ସଂଗଠନର ୩ ଘଂଟିଆ ଚକା ବନ୍ଦ ପରେ ଗାଜି ବର୍ଡରରେ କୃଷକଙ୍କୁ ସମ୍ବୋଧିତ କରିଥିଲେ ଚାଷୀ ନେତା ରାକେଶ ଟିକାୟତ । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପାଇଁ ଆଇନ ଆଣିବାକୁ ଅକ୍ଟୋବର ୨ ତାରିଖ ଯାଏଁ ସମୟ ଦେଇଛନ୍ତି । ଦେଶବ୍ୟାପି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଚକାବନ୍ଦ ଆନ୍ଦୋଳନ । ତେବେ ଦିଲ୍ଲୀ, ଉତରପ୍ରଦେଶ ଓ ଉତରାଖଣ୍ଡକୁ ଛାଡି ଦେଶର ଅନ୍ୟସ୍ଥାନଗୁଡିକରେ କୃଷକ ସଂଗଠନ ରାଜପଥ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଛନ୍ତି ।

from Kanak News
via <a href="https://ifttt.com/?

ଏମଓୟୁ କରି ଅତ୍ୟାଧୁନିକ କ୍ୟାନସର ହସପିଟାଲ ନିର୍ମାଣରୁ ଓହରି ଯିବ କି ଟାଟା ? ୩ ବର୍ଷ ତଳେ ରାଜ୍ୟ ସରକାରଙ୍କ ସହ କରିଥିଲା ଚୁକ୍ତି

କନକ ବ୍ୟୁରୋ : ୨ ବର୍ଷ ତଳେ ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ୮୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ କରିବା ପାଇଁ ଶିଳାନ୍ୟାସ କରାଯାଇଥିଲା । ଓଡ଼ିଶା ସରକାରଙ୍କ ସହ ଟାଟା ଟ୍ରଷ୍ଟ କରିଥାନ୍ତା ଏହି କ୍ୟାନସର ହସ୍ପିଟାଲ । ଏବେ ଟାଟା ଟ୍ରଷ୍ଟ ଏହି ପ୍ରକଳ୍ପରୁ ଓହରିଯିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଟାଟା ଟ୍ରଷ୍ଟ ଏ ନେଇ ସ୍ପଷ୍ଟ କରୁନଥିବା ବେଳେ ଜଣେ ଉଦ୍ୟୋଗୀ-ଦମ୍ପତିଙ୍କ ଆର୍ଥିକ ସହାୟତାରେ କ୍ୟାନସର ହସ୍ପିଟାଲ ପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଥିବା ଚର୍ଚ୍ଚା ହେଉଛି ।

ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସହ ଟାଟା ଟ୍ରଷ୍ଟର ବୁଝାମଣା ହୋଇଥିଲା । ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା । ଘୋଷଣା କରାଗଲା ଦେଶରେ କ୍ୟାନସର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଟାଟା ଟ୍ରଷ୍ଟ, ଭୁବନେଶ୍ୱରରେ ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର ହସପିଟାଲ ଭଳି ଉନ୍ନତମାନର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବ । ଏଥିପାଇଁ ଟାଟା ଟ୍ରଷ୍ଟ ମାତ୍ର ୩୦୦ କୋଟି ଟଙ୍କା ଦେବାକୁ ଥିବା ବେଳେ ଓଡ଼ିଶା ସରକାର ବ୍ୟୟ କରିଥାନ୍ତେ ୫୦୦ କୋଟି ।

୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପାଇଁ କରାଗଲା ଶିଳାନ୍ୟାସ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା । ଚୁକ୍ତିର ପ୍ରାୟ ୩ ବର୍ଷ ପରେ ବି ଆଗେଇ ପାରିଲା ନାହିଁ କ୍ୟାନସର ହସ୍ପିଟାଲ ପ୍ରକଳ୍ପ ।

ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ କାନସର ହସପିଟାଲ ପ୍ରତିଷ୍ଠାକୁ ନେଇ ଏକ ନୂଆ ତଥ୍ୟ ସମାନାକୁ ଆସିଛି । ସୂଚନା ଅନୁସାରେ ଏକ ଓଡ଼ିଆ ଆଇଟି ଦମ୍ପତି ଏଥିପାଇଁ ୨୦୦ କୋଟି ଟଙ୍କା ଦାନ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଓ ବେଙ୍ଗାଳୁରର ଏକ ସଂସ୍ଥା ସହ ମିଶି ଏହି ହସ୍ପିଟାଲ ତିଆରି କରାଯିବାକୁ ଯୋଜନା କରାଯାଇଛି ।

ଓଡ଼ିଶାର ଖଣିଜ ସଂପଦରେ ଲାଭବାନ ହେଉଥିବା ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥା ଟାଟା, କାନ୍ସର ହସପିଟାଲ ପାଇଁ କାହିଁକି ଦେଉଛି ପଛଘୁଂଚା । ଓଡ଼ିଶା ସହ ଟଟା ଗ୍ରୁପର ରହିଛି ୧୦୦ ବର୍ଷର ସଂପର୍କ । କେନ୍ଦୁଝରଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲୁହା ଓ ମାଙ୍ଗାନିଜ ଖଣି ପାଇଛି ଟାଟା । କଳିଙ୍ଗନଗରରେ ରହିଛି ଟାଟାର ଷ୍ଟିଲ ପ୍ଲାଂଟ । ଗୋପାଳପୁରରେ ୩ ହଜାର ଏକର ଜମି ନେଇଛି ଟାଟା । ସେଠାରେ ଟାଟା କରିଛି ଫେରୋକ୍ରୋମ ପ୍ଲାଂଟ ଓ ଇଣ୍ଡଷ୍ଟ୍ରିଆଲ ପାର୍କ । ଢ଼େଙ୍କାନାଳରେ ଭୂଷଣ ଷ୍ଟିଲ ପ୍ଲାଂଟକୁ କିଣିଛି ଟାଟା । ଯେଉଁ ରାଜ୍ୟରୁ ଟାଟା ତାର ପରିଚୟ ପାଇ ଶିଳ୍ପ ସାମ୍ରାଜ୍ୟ ମେଲାଇଛି ବୋଲି କୁହାଯାଏ, ସେହି ରାଜ୍ୟ ପ୍ରତି ନିଜ କର୍ତବ୍ୟ ନିର୍ବାହ କରିବାରେ କାର୍ହିକି ପଛଘୁଂଚା ଦେଉଛି ।

ଓଡ଼ିଶାରେ ପ୍ରତିବର୍ଷ ପାଖାପାଖି ୭୦ ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏଭଳି ସ୍ଥିତିରେ ଟାଟା ମେମୋରିଆଲ୍ ହସପିଟାଲ ଭଳି ଉନ୍ନତମାନର ବ୍ୟବସ୍ଥା ଥିବା ହସପିଟାଲ ତିଆରିରେ ବିଳମ୍ବିତ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ଚନ୍ଦକାରେ ମିଳିଥିବା ମୁଣ୍ଡବିହୀନ ଶବର ମିଳୁନି ପରିଚୟ । ସେପଟେ ଲାଗିଲା ପୋଷ୍ଟର, ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା 

କନକ ବ୍ୟୁରୋ : ଭୁବନେଶ୍ୱରରୁ ମିଳିଥିବା ମୁଣ୍ଡବିହୀନ ଶବର ପରିଚୟ ଖୋଜୁଛି ପୋଲିସ । ଏନେଇ ମହିଳାଙ୍କ ପୋଷ୍ଟର ଲଗାଇଛି ପୋଲିସ, ପରିଚୟ ଦେଲେ ୫୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା ମଧ୍ୟ ହୋଇଛି । ମିଳିଥିବା କଟାମୁଣ୍ଡ ମହିଳାଙ୍କ ପରିଚୟ ପାଇବା ପାଇଁ ଏଭଳି ପଦକ୍ଷେପ ନେଇଛି ପୁଲିସ । କେବଳ ସେତିକି ନୁହେଁ ଲୋକଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଇଛି କଟାମୁଣ୍ଡ ମହିଳାଙ୍କ ପୋଷ୍ଟର ।

ହିନ୍ଦି ଓ ଓଡିଆ ଭାଷାରେ ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ ତିଆରି ହୋଇଛି ପୋଷ୍ଟର । ଏଥିରେ ରହିଛି ମୃତଦେହ ନିକଟରୁ ମିଳିଥିବା ପୋଷାକ, ଡାହାଣ ହାତ କହୁଣୀ ତଳକୁ ଥିବା ଏକ ତ୍ରିଶୂଳ ଆକାର ଚିତା ଏବଂ ମୁଣ୍ଡ ବିହିନ ମୃତ ଦେହର ଚିତ୍ର । ପୋଷ୍ଟରରେ ଉଲ୍ଲେଖ ଅଛି, ମହିଳା ଜଣ ପ୍ରାୟ ୫ ଫୁଟ୍ ୩ ଉଚ୍ଚ ବିଶିଷ୍ଟ ଏବଂ ରଙ୍ଗ ଗହମ ବର୍ଣ୍ଣ । ତାଙ୍କ ଦେହର ଗଠନ ମଧ୍ୟମ  । ତେବେ କୌଣସି ବ୍ୟକ୍ତି ଏମହିଳାଙ୍କ ସଂପର୍କରେ କୌଣସି ତଥ୍ୟ ପାଇଲେ ଚନ୍ଦକା ଥାନା ଅଧିକାରୀ ଏବଂ ଏସିପିଙ୍କୁ ଜଣାଇବା ପାଇଁ ଫୋନ ନମ୍ବର ମଧ୍ୟ ଦିଆଯାଇଛି ।

କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସରେ ଦ୍ୱିତୀୟ ଥର ପାଇଁ ମୁଣ୍ଡ ବିହିନ ମହିଳାଙ୍କର ଶବ ବ୍ୟବଚ୍ଛେଦ ହୋଇଛି । ପ୍ରଥମ ଶବ ବ୍ୟବଚ୍ଛେଦରେ ମହିଳାଙ୍କ ମୃତ୍ୟୁ ଶ୍ୱାସରୋଧରୁ ହୋଇଥିବା ଜଣାପଡିଛି । ତେଣୁ ମହିଳାଙ୍କୁ ତଂଟିଚିପି ହତ୍ୟା କରାଯିବା ପରେ, ମୁଣ୍ଡରୁ ଗଣ୍ଡିକୁ ଅଲଗା କରାଯାଇଥିବା ସ୍ପଷ୍ଟ କରିଛି ପୁଲିସ ।

ଗତ ୪ ତାରିଖ ଦିନ ଚନ୍ଦକା ଦାସପୁର ରୋଡ କଡରେ ମିଳିଥିଲା ମହିଳାଙ୍କ ମୁଣ୍ଡ ବିହିନ ଶବ । କିନ୍ତୁ ମହିଳାଙ୍କ ପରିଚୟ ଖୋଜିବା ପାଇଁ ନାକେଦମ୍ ହେଲାଣି କମିଶନରେଟ୍ ପୁଲିସ ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନକୁ ସେଲିବ୍ରେଟିଙ୍କ ସମର୍ଥନ । ପପଷ୍ଟାର ରିହାନା ପରେ ସମର୍ଥନ ଜଣାଇଲେ ହଲିଉଡ ଅଭିନେତ୍ରୀ ସୁସାନ ସାରାଡନ

କନକ ବ୍ୟୁରୋ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମର୍ଥନ ବଢିବାରେ ଲାଗିଛି । ପପଷ୍ଟାର ରିହାନାଙ୍କ ସମର୍ଥନ ପରେ ହଲିଉଡର ଆମେରିକୀୟ ଅଭିନେତ୍ରୀ ଓସ୍କାର ବିଜୟୀ ଅଭିନେତ୍ରୀ ସୁସାନ ସାରାଡନ କୃଷକ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ କରିଛନ୍ତି ।

https://platform.twitter.com/widgets.js

ସେ ଟୁଇଟ କରି ଲେଖିଛନ୍ତି, ଭାରତର କୃଷକ ଆନ୍ଦୋଳନକୁ ସେ ସମର୍ଥନ ଜଣାଉଛନ୍ତି । ସେମାନେ କିଏ, କାହଁକି ଆନ୍ଦୋଳନ କରୁଛନ୍ତି ଜାଣିବା ପାଇଁ ନ୍ୟୁଜ ଆର୍ଟିକଲକୁ ପଢିବାକୁ ସୁସାନ ସାରାଡନ ନିଜ ଫଲୋଅର୍ସଙ୍କୁ ନିବେଦନ କରିଛନ୍ତି । ତାଙ୍କର ଏହି ଟୁଇଟକୁ ୧୮ ହଜାର ୭ ଶହ ଲାଇକ ଓ ୭ ହଜାର କମେଂଟ ମିଳିଛି । ସୁସାନ ସାରାଡନ ହେଉଛନ୍ତି ହଲିଉଡର ଆଗଧାଡିର ଅଭିନେତ୍ରୀ । ହଲିଉଡ ମୁଭି ଷ୍ଟେପମମ, ଥେଲମା ଓ ଲୁଇସ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ କୋଟି କୋଟି ଦର୍ଶକଙ୍କ ମନରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

from Kanak News
via <a href="https://ifttt.com/?

ଓଡ଼ିଶା ଗାଁରେ ଭୋଟ କରି କବଜା କରିବାକୁ ଆନ୍ଧ୍ର କରୁଛି ଷଡଯନ୍ତ୍ର । କୋରାପୁଟ, ଗଂଜାମ ସୀମାନ୍ତ ଗାଁ ପରେ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତ ଉପରେ ପଡୋଶୀ ରାଜ୍ୟର ଆଖି

କନକ ବ୍ୟୁରୋ : କୋରାପୁଟର କୋଟିଆ ଅଂଚଳର କିଛି ଗାଁରେ ଆନ୍ଧ୍ର, ପଂଚାୟତ ନିର୍ବାଚନ କରି କିପରି ଏହି ଗାଁଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଚକ୍ରାନ୍ତ କରୁଛି, ତାହା ସାମନାକୁ ଆସିବା ପରେ ଗଂଜାମ ପାତ୍ରପୁର ବ୍ଳକର ୪ଟି ପଂଚାୟତରେ ଅନୁରୂପ ପ୍ରୟାସ କରୁଛି ଆନ୍ଧ୍ର । ଏବେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କିଛି ଗାଁ ଉପରେ ପଡିଛି ଆନ୍ଧ୍ରର ଆଖି । ସୀମାକୁ ନେଇ ବିବାଦ ଚାଲିଥିବା ଗଙ୍ଗାବାଡ଼ ପଂଚାୟତର ଅନେକ ଗ୍ରାମବାସୀଙ୍କ ନାଁ ରହିଛି ଆନ୍ଧ୍ର ପ୍ରଦେଶର ଭୋଟର ତାଲିକାରେ । ୬ରୁ ଅଧିକ ଗାଁରେ ଲାଗିଛି ଆନ୍ଧ୍ରର ରାଜନୈତିକ ଦଳର ପୋଷ୍ଟର ଓ ଦଳୀୟ ପତାକା । ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟାରେ କେବଳ ସାମିଲ ହୋଇନାହାନ୍ତି, ସାବା କୋଟା ପଂଚାୟତର ୱାର୍ଡମେମ୍ବର ସଭ୍ୟ ପାଇଁ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି ମାଣିକ ପାଟଣା ଗାଁର ମହିଳା ।

ସୀମାକୁ ନେଇ ବର୍ଷ ବର୍ଷର ବିବାଦ ଚାଲିଥିବା ବେଳେ ଦୁଇ ରାଜ୍ୟର ଭୋଟର ପରିଚୟ ରହିଛି ସୀମାନ୍ତରେ ଗ୍ରାମବାସୀଙ୍କ ନିକଟରେ । ଉଭୟ ରାଜ୍ୟର ସରକାରୀ ଯୋଜନାରୁ ଫାଇଦା ମଧ୍ୟ ପାଉଛନ୍ତି । ଓଡ଼ିଶାର ଗାଁରେ ଆନ୍ଧ୍ର ଭୋଟ କରୁଥିବା ସୂଚନା ପାଇବା ପରେ ଗଜପତି ଜିଲ୍ଲା ପ୍ରଶାସନ ଲୋକଙ୍କ ପାଖରେ ପହଁଚି ଆଲୋଚନା କରିଛି ।

ପଂଚାୟତ ନିର୍ବାଚନ କରି ଗାଁଗୁଡିକୁ କବଜା କରିବାକୁ ଚାହୁଁଛି ଆନ୍ଧ୍ର ପ୍ରଦେଶ । ସୀମା ବିବାଦକୁ ନେଇ ଓଡ଼ିଶା ସରକାର ଉଦାସୀନ ରହିଥିବା ବେଳେ ଷଡ଼ଯନ୍ତ୍ର ପରେ ଷଡ଼ଯନ୍ତ୍ର ରଚି ଚାଲିଛି ଆନ୍ଧ୍ର । ବିଭିନ୍ନ ଯୋଜନା କରି ସୀମାନ୍ତରେ ଥିବା ଗ୍ରାମବାସୀଙ୍କୁ ପ୍ରଲୋଭିତ କରିଚାଲିଛି ପଡୋଶୀ ।

ଏପଟେ କୋରାପୁଟ, ଗଂଜାମ ଓ ଗଜପତି ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ କିଛି ଲୋକ ଆନ୍ଧ୍ର ମୁହାଁ ହେଉଛନ୍ତି । ଓଡ଼ିଶା ମାଟିରେ ଆନ୍ଧ୍ର ନିର୍ବାଚନ ବନ୍ଦ ନହେଲେ ଏହି ଗାଁଗୁଡିକ ହାତଛଡ଼ା ହେବା ଆଶଙ୍କା ରହିଛି । ଆନ୍ଧ୍ର ସରକାରଙ୍କ ସହ ଆଲୋଚନା ହେଉ କିମ୍ବା ଆଇନଗତ ପ୍ରକ୍ରିୟା ଜରିଆରେ ଆନ୍ଧ୍ରର ନିର୍ବାଚନ ବନ୍ଦ କରିବାକୁ ଦାବି ଜୋର ଧରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started