କନକ ବ୍ୟୁରୋ: କୁହାଯାଏ ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏଥିପାଇଁ ଯେତେ ସମସ୍ୟା ଆସିଲେ ବି ତାହା ଉଦ୍ୟମି ମଣିଷ ଆଗରେ ହାରମାନେ । ସେ ଶାରୀରିକ ଅକ୍ଷମତା ହେଉ ଅବା ଅର୍ଥିକ ଅନଟନ, କିଛି ଫରକ ପଡେନି । ସେହିଭଳି ଏକ କାହାଣୀ ଆଜି ଆମେ ଦେଖିବା । ଶାରୀରିକ ଅକ୍ଷମ ହୋଇ ବି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ଅକ୍ଷମ, ସକ୍ଷମ, ଭିନ୍ନକ୍ଷମ, ଦିବ୍ୟାଙ୍ଗ, ଅଭିମାନୀ, ସ୍ୱାଭାମାନୀ, ଏସବୁ ଶବ୍ଦ ମଣିଷ ତିଆରି କରିଛି । କିନ୍ତୁ କିଏ କ’ଣ, କାହା ପାଖରେ କେଉଁ ଗୁଣ ରହିଛି, ତାହା ଏଇ ମଣିଷକୁ ସୃଷ୍ଟି କରିଥିବା ସୃଷ୍ଟିକର୍ତା ହିଁ ଶକ୍ତି-ସାମର୍ଥ କରିଛନ୍ତି । ଏଇ ଯେମିତି ଏମାନେ । ଶାରୀରିକ ଗଠନରେ ହୁଏତ କିଛି ବ୍ୟତିକ୍ରମ ରହିଛି, କିନ୍ତୁ ଅନ୍ୟ ପୂର୍ଣ୍ଣାଙ୍ଗ ମଣିଷଙ୍କ ଠାରୁ କୌଣସି ଗୁଣରେ ବିଲକୁଲ୍ କମ୍ ନୁହନ୍ତି ଏମାନେ । ଏମାନେ ସମସ୍ତେ ଜଣେ ଜଣେ ସ୍ୱାଭିମାନୀ ଆଉ ସ୍ୱତନ୍ତ୍ର ମଣିଷ । ଶାରିରିକ ଅକ୍ଷମତା ଥାଇ ବି ନିଜ ଦକ୍ଷତା ବଳରେ ଆତ୍ମନିର୍ଭରଶୀଳ ହୋଇ ଦୁନିଆକୁ ଦେଖାଇ ଦେଇଛନ୍ତି, ଏମାନେ ଅକ୍ଷମ ନୁହନ୍ତି ସକ୍ଷମ ।
ଦିବ୍ୟାଙ୍ଗ ଯୁବକ-ଯୁବତୀ ହାତ ପତେଇବେ ନାହିଁ, କାହା ଉପରେ ବୋଝ ହେବେନି, ଏହି ଲକ୍ଷ୍ୟ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୦ରୁ ୨୫ ଜଣ ଦିବ୍ୟାଙ୍ଗଙ୍କୁ ନେଇ ଏକ ସଂଗଠନ ଗଠନ କରିଛନ୍ତି ଭୁବନେଶ୍ୱରର ଭରତପୁର ୪ନମ୍ବର ୱାର୍ଡ଼ର ଡ଼ୁମୁଣି ସାହିର ଟୁନା ପୃଷ୍ଟି । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କ ଭଳି ସ୍ୱତନ୍ତ୍ର ଭାଇ-ଭଉଣୀଙ୍କୁ ନେଇ ଦିନରେ ଧୂପକାଠି ଓ ଫିନାଇଲ୍ ପ୍ରସ୍ତୁତ କରୁଥିବା ଏହି ସଂଗଠନ ରାତିରେ ବ୍ୟସ୍ତବହୁଳ ରାଜଧାନୀର ବିଭିନ୍ନ ସ୍ଥାନରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ କରନ୍ତି । ଆଉ ଏଇ ଦାନ ହୁଣ୍ଡିରେ ଯିଏ ଯାହା ଦିଅନ୍ତି ସେଥିରେ ଚଳନ୍ତି । ଶୀତୁଆ ରାତିରେ ଭୁବନେଶ୍ୱର ଭିଏସଏସ ନଗର ସ୍ଥିତ ଏକ ମନ୍ଦିର ଆଗରେ ଚାଲିଥିବା ଏହି ଭଜନ ସଂଧ୍ୟାର ଦୃଶ୍ୟ । ବାଦ୍ୟଯନ୍ତ୍ର ସହ ସୁନ୍ଦର ସଂଗୀତ ପରିବେଶଣ ହେଉଛି । ଆଉ ଏହି କାର୍ଯ୍ୟକ୍ରମ କରୁଥିବା ସମସ୍ତ ସଦସ୍ୟ ଜଣେ ଜଣେ ଭିନ୍ନ ମଣିଷ ।
from Kanak News
via <a href="https://ifttt.com/?