ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଭାମଞ୍ଚରୁ ମମତାଙ୍କୁ କଲେ ଟାର୍ଗେଟ୍ । ଚାଷୀଙ୍କ ପ୍ରତି ଅନ୍ୟାୟ କରି ଦିଦି କରୁଛନ୍ତି ଅହଂକାର ରାଜନୀତି

କନକ ବ୍ୟୁରୋ : ଆଜି (ଶନିବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଗସ୍ତ କରିଛନ୍ତି । ସେଠାରେ ଏକ ରାଲିକୁ ସମ୍ବୋଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଶ୍ରୀ ନଡ୍ଡା କହିଛନ୍ତି କି ଦିଦି (ମମତା ବାନାର୍ଜୀ) ନିଜର ଜିଦ୍, ଅହଂକାର ଓ ଅଭିମାନକୁ ନେଇ ରାଜନୀତି କରୁଛନ୍ତି । ଫଳରେ ରାଜ୍ୟର ୭୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବଞ୍ଚିତ ହୋଇଛନ୍ତି ।

ଅନ୍ୟପଟେ ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଦଳ ପାଇଁ ସମର୍ଥନ ଯୋଗାଡ କରିବାରେ ଲାଗିଛି । ଏନେଇ ୫ ଦିନ ଧରି ପରିବର୍ତ୍ତନ ରଥଯାତ୍ରା କରିବାକୁ ଦଳ ଯୋଜନା କରିଛି । ଏହି କ୍ରମରେ କେନ୍ଦ୍ରୀୟ ବିଜେପି ନେତାମାନେ ଘନ ଘନ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଏଭଳି କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ବିଜେପି ଚେଷ୍ଟା କରୁଥିବା ବେଳେ ତୃଣମୂଳ କଂଗ୍ରେସ ତରଫରୁ ଆଜିଠାରୁ ଦୁଇଦିନିଆ ବାଇକ୍ ରାଲିର ଶୁଭାରମ୍ଭ କରାଯାଇଛି । ଏହାସହ ପୁଣିଥରେ ସତ୍ତାକୁ ଫେରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ସ୍ଥାନରେ ପଦଯାତ୍ରା ଜାରି ରଖିଛନ୍ତି ।

ବିଜେପି ଆରମ୍ଭ କରିବାକୁ ଥିବା ପରିବର୍ତ୍ତନ ରଥଯାତ୍ରାକୁ କୋଲକତା ପୋଲିସ ଅନୁମତି ଦେଇନାହିଁ । ଅନୁମତି ନ ମିଳିଲେ ବି ରଥଯାତ୍ରା ବାହାରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏନେଇ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀ କହିଛନ୍ତି କି କୋର୍ଟ ରଥଯାତ୍ରା ପାଇଁ ସ୍ଥଗିତାଦେଶ ଦେଇ ନଥିବାରୁ ରଥଯାତ୍ରା ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ କି ଜିଲ୍ଲା ପ୍ରଶାସନ ଏହା ଉପରେ ରୋକ୍ ଲଗାଇବାର ଅଧିକାର ପାଇ ନାହିଁ ।

from Kanak News
via <a href="https://ifttt.com/?

ସେନାରୁ ଅବସର ନେବା ପରେ ବୀର ପୁଅକୁ ଗାଁରେ ମିଳିଲା ସମ୍ମାନ । ଲୋକଙ୍କ ପାପୁଲିରେ ଚାଲି ଚାଲି ଗଲେ ଯବାନ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ଜିରନ ଗ୍ରାମରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୧୭ବର୍ଷ ପରେ ସେନାରୁ ଅବସର ନେଇ ଗାଁକୁ ଫେରିଥିବା ଯବାନଙ୍କୁ ନିଆରା ଶୈଳୀରେ ସ୍ବାଗତ କରାଯାଇଛି।

ଯବାନ ବିଜୟ ବାହାଦୁର ସିଂ ୨୦୦୪ ଜାନୁଆରି ୩ରେ ସେନାରେ ଯୋଗ ଦେଇଥିଲେ। ସେ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେବା ପରେ ଜମ୍ମୁ-କଶ୍ମୀର, କାରଗିଲ, ଲେହ ଲଦ୍ଦାଖ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଜୟପୁର ଓ ବିକାନେରରେ କାମ କରିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ୧୭ ବର୍ଷ ୨୬ଦିନ ଦେଶ ପାଇଁ ନିଜର ସେବା ଦେବା ପରେ ତାଙ୍କୁ ଅବସର ମିଳିଥିଲା। ଅବସର ପରେ ଯବାନ ବିଜୟ ଗାଁକୁ ଫେରିବା ଖବର ପାଇବା ପରେ ଗ୍ରାମବାସୀ ସ୍ବତନ୍ତ୍ର ଆୟୋଜନ କରିଥିଲେ।

ଯବାନଙ୍କ ପାଦରେ ଧୂଳି ଲାଗିବନି ବୋଲି, ଯବାନଙ୍କ ପାଦକୁ ତଳେ ଲଗାଇ ଦେବେ ନାହିଁ ବୋଲି ଗ୍ରାମବାସୀ ଧାଡ଼ିଧାଡ଼ି ହୋଇ ବସିଥିଲେ। ଆଉ ହାତକୁ ତଳେ ରଖିଥିଲେ। ଯବାନ ବିଜୟ ସିଂ ପ୍ରଥମେ ସମସ୍ତଙ୍କୁ ନମସ୍କାର କରି ଗ୍ରାମବାସୀଙ୍କ ହାତ ଉପରେ ପାଦ ରଖି ଗ୍ରାମ ଭିତରକୁ ପ୍ରବେଶ କରିଥିଲେ। ଏହାକୁ ନେଇ ଯବାନ ବିଜୟ କହିଛନ୍ତି, ‘ଗ୍ରାମବାସୀ ମୋତେ ଏଭଳି ସ୍ବାଗତ କରିବେ ମୁଁ ଭାବି ପାରି ନଥିଲି। ଏଭଳି ସ୍ବତନ୍ତ୍ର ଆୟୋଜନ ଦେଖି ମୁଁ ନିଜକୁ ଗର୍ବ ଅନୁଭବ କରୁଛି।

ଯବାନ ବିଜୟ ବି ସିଂ ସେନାକୁ ଯିବାକୁ ଇଚ୍ଛା ରଖିଥିବା ଯୁବକଙ୍କୁ ପ୍ରଶିକ୍ଷଣ ଦେବାକୁ ଚାହାନ୍ତି। ସେ ନିଜର ସହଯୋଗୀଙ୍କ ସହିତ ମିଶି ଏକ ‘ସୈନିକ ପାଠଶାଳା’ ଆରମ୍ଭ କରିଛନ୍ତି। ସମ୍ପ୍ରତି ଜିରନ ଗ୍ରାମରୁ ୬୦ଜଣ ଯବାନ ସେନାରେ ନିଜର ସେବା ପ୍ରଦାନ କରୁଛନ୍ତି।’

from Kanak News
via <a href="https://ifttt.com/?

କୋରାପୁଟ ପରେ ଆନ୍ଧ୍ର ଭୋଟର ତାଲିକାରେ ଗଜପତି ଜିଲ୍ଲାର ଗ୍ରାମବାସୀଙ୍କ ନାଁ । ବିବାଦୀୟ ଗଙ୍ଗାବାଡ ପଂଚାୟତର ଏକାଧିକ ଗ୍ରାମବାସୀଙ୍କୁ ତାଲିକାଭୁକ୍ତ କରିଛି ପଡୋଶୀ ରାଜ୍ୟ ।

କନକ ବ୍ୟୁରୋ: ଆନ୍ଧ୍ର ଭୋଟର ତାଲିକାରେ ଓଡ଼ିଶା ଲୋକଙ୍କ ନାଁ । ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତର ଏକାଧିକ ଲୋକଙ୍କ ନାଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ରହିଛି । ୬ରୁ ଆଧିକା ଗାଁର ପ୍ରାୟ ଶହେ ଜଣ ଗ୍ରାମବାସୀଙ୍କ ନାଁ ରହିଛି ଆନ୍ଧ୍ର ପ୍ରଦେଶ ସବାକୋଟ ପଂଚାୟତର ଭୋଟର ତାଲିକାରେ । ଆନ୍ଧ୍ରର ରାଜନୈତିକ ଦଳର ପତାକା ଓ ପ୍ରଚାର ପତ୍ର ଲାଗିବା ପରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ଗଙ୍ଗାବାଡ଼ ପଂଚାୟତର ମାଣିକପାଟଣା ଗାଁର ଜଣେ ମହିଳା ଆନ୍ଧ୍ର ପଂଚାୟତ ନିର୍ବାଚନରେ ସବା ପଂଚାୟତର ୱାର୍ଡ଼ ସଭ୍ୟ ଭାବେ ଅଂଶ ଗ୍ରହଣ କରିଛନ୍ତି ।
ତେବେ ସୀମାକୁ ନେଇ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି । ଉଭୟ ସରକାରଙ୍କ ପରିଚୟ ପତ୍ର ଲୋକଙ୍କ ପାଖରେ ରହିଥିବା ବେଳେ ସବୁଆଡ଼ୁ ଲୋକେ ଲାଭ ପାଉଛନ୍ତି । ଆନ୍ଧ୍ରର ଚଳିତ ପଂଚାୟତ ନିର୍ବାଚନରେ ସାମିଲ ହୋଇଛନ୍ତି ଓଡ଼ିଶାର ଜନସାଧାରଣ । ଏମିତିକି ସେଠାର ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ଖବର ପ୍ରସାରଣ ପରେ ପ୍ରଶାସନ ପହଂଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶା ସରକାରଙ୍କ ଉଦାସୀନତା ଯୋଗୁଁ ଲୋକେ ବାଧ୍ୟ ହୋଇ ଆନ୍ଧ୍ର ସରକାରଙ୍କ ପ୍ରଲୋଭନର ଶିକାର ହେଉଛନ୍ତି ବୋଲି   କହିଛନ୍ତି ସ୍ଥାନୀୟ ବାସିନ୍ଦା ।

from Kanak News
via <a href="https://ifttt.com/?

ପାହାଡ ପାଖରେ ଘର, ପଲିଥିନ ତଳେ ଜୀବନ । ଗରିବ, ଅସହାୟ ବୋଲି ହାଡଭଙ୍ଗା ଜାଡରେ କଟୁଛି ରାତି । ପାଲ ତଳେ ବିତୁଛି ୧୨ଟି ଜୀବନ ।

କନକ ବ୍ୟୁରୋ: ପାହାଡ ତଳେ ଘର, ପଲିଥିନ ତଳେ ଜୀବନ । ଭଙ୍ଗା କାନ୍ଥ ଲେଖା ଏମାନଙ୍କ ଭାଗ୍ୟ ଆଉ ଭାଗ୍ୟକୁ ଆଦରି ବଢୁଛନ୍ତି ଭବିଷ୍ୟତ । ନା ଶକ୍ତ କବାଟ ଅଛି, ନା ଖଣ୍ଡେ ଝରକା । ମାଟିକାନ୍ଥ ବି ମାଟିରେ ମିଶିବାକୁ ବସିଲାଣି । ଆଉ ଏତିକି ବେଳେ ଏହି ପାଲ ହିଁ ଭରସା, ପଲିଥିନ ହିଁ ସାହା । ବାଉଁଶ କେଇଁ ଖଣ୍ଡର ଘର ଭିତରେ ଅତି ଦୟନୀୟ ଭାବେ ଜୀବନ ଅତିବାହିତ କରୁଛନ୍ତି ୧୨ ଜଣ ସଦସ୍ୟ ।

ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ବାଳିଆ ଗାଁର ଏହି ପାହାଡ ତଳେ ରହୁଛନ୍ତି ଗୋଟିଏ ପରିବାର । ଆଜି ନୁହେଁ କି କାଲି ନୁହେଁ ଦୀର୍ଘ ୫ ବର୍ଷ ହେବ ଏହି ଭଙ୍ଗା କୁଡିଆରେ କଟୁଛି ଦିନରାତି । କେବେ ଘରେ ପାହାଡି ପାଣି ପଶିଯାଏ ତ କେବେ ଜଙ୍ଗଲୀ ଜନ୍ତୁ । ସାପ, ବିଲୁଆ, କୁକୁର ଆଦିର ଭୟ ସେମାନଙ୍କୁ ସବୁବେଳେ ଘାରେ । ହେଲେ ସେହି ଭୟ ଭିତରେ ଭାଗ୍ୟକୁ ଭରସି ବଞ୍ଚିବାକୁ ପଡେ । କାରଣ ସେମାନେ ଗରିବ, ସେମାନେ ଅସହାୟ ।

ସ୍ତ୍ରୀ, ତିନି ପୁଅ, ବୋହୂ ଓ ନାତିନାତୁଣି ନେଇ ଏଇ ଭଙ୍ଗା ଘରେ ରୁହନ୍ତି ସୁବାସ ବାରିକ । ସରକାରୀ ଯୋଜନାରେ ଘର ଖଣ୍ଡେ ସୁବାସଙ୍କ ପାଇଁ ସାତ ସପନ ପାଲଟିଥିବା ବେଳେ ସରକାରୀ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହେଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ସେପଟେ ଦୂରରୁ ଏ ଘରକୁ ଦେଖିଲେ ଏଠି ଜୀବନ କେତେ ଦୁର୍ଦଶାରେ ବିତୁଥିବ ସ୍ପଷ୍ଟ ଜାଣି ହେଉଛି । ଥରେ ଭାବିଲେ ଏ ହାଡ ଭଙ୍ଗା ଶୀତରେ ଯେତେବେଳେ ସଞ୍ଜ ନଇଁଲେ ଲୋକେ ଘରୁ ବାହାରୁ ନାହାନ୍ତି । ତାଟି କବାଟ ଦେଇ ଘରେ ରହୁଛନ୍ତି ସେଠି ଏମାନେ କେମିତି ଜାଡର ଯନ୍ତ୍ରଣା ସହୁଥିବେ, ଶୀତର ,ସାମ୍ନା କରୁଥିବେ ଭାବିଲେ । ଖାଲି ଶୀତ ନୁହେଁ ଖରା ବର୍ଷାକୁ ବି ସହିଥାନ୍ତି । ତେଣୁ ଅଭାବର ଅନ୍ଧାରରେ ଥିବାରୁ ଏମାନେ ସରକାରୀ ସାହାଯ୍ୟକୁ ଅନେଇ ରହିଛନ୍ତି ।

from Kanak News
via <a href="https://ifttt.com/?

ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଦେଶବ୍ୟାପୀ ଚକାଜାମ । ଦିଲ୍ଲୀରେ ପଶି ପାରିଲେନି ଚାଷୀ ।

କନକ ବ୍ୟୁରୋ : ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଦେଶବ୍ୟାପୀ ଚକାଜାମ । ସରକାରଙ୍କ କୃଷି ଆଇନକୁ ବିରୋଧ କରି ଏହି ଚକାଜାମ କରିଥିଲେ କୃଷକ ସଂଗଠନ । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ଛାଡିକି ଅନ୍ୟ ସବୁ ରାଜ୍ୟ ଚକାଜାମ କରିଥିଲେ କୃଷକ ସଂଗଠନ । ଦିନ ୧୨ଟାରୁ ଦିନ ୩ଟା ଯାଏଁ ଏହି ଆନ୍ଦୋଳନ ହୋଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ କୃଷକମାନେ ଚକାଜାମ କରିଥିଲେ । ଫଳରେ କିଛି ସ୍ଥାନରେ ରାସ୍ତା ଖାଁ ଖାଁ ନଜର ଆସିଥିଲା ।

ସେପଟେ ଦିଲ୍ଲୀରେ ଏହି ଚକାଜାମ କରିନଥିଲେ କୃଷକ ସଂଗଠନ । କାରଣ ଜାନୁଆରୀ ୨୬ ହିଂସା ପରେ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୀମାରେ କଡା ପହରା ଦେଉଛନ୍ତି ସୁରକ୍ଷାକର୍ମୀ । ସାରା ଭାରତରେ କିଛି କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ବାଙ୍ଗାଲୋରରେ ଏକ ପୋଲିସ ଷ୍ଟେସନ ବାହାରେ ପ୍ରଦର୍ଶନ କରୁଥିବା ବେଳେ କିଛି ପ୍ରଦର୍ଶନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ ।

ସେପଟେ ଶାହଜାହା ସୀମାରେ ଜାତୀୟ ରାଜପଥ ବନ୍ଦ କରିଦେଇଛନ୍ତି କୃଷକ । ଏଥିପାଇଁ ଲୋକଙ୍କୁ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସେପଟେ ରାଞ୍ଚି-କୋଲକାତା ଜାତୀୟ ରାଜପଥରେ ମଧ୍ୟ କୃଷକମାନେ ଆନ୍ଦୋଳନ କରିଥିଲେ ।

ସେପଟେ ରାଜ୍ୟରେ ମଧ୍ୟ ଚକାଜାମର ପ୍ରଭାବ ପଡିଥିଲା । କଟକ- ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ କରିଥିଲେ। ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଅନ୍ୟ ଜିଲ୍ଲାରେ ମଧ୍ୟ ଏହାର କିଛି ପ୍ରଭାବ ଦେଖିବାକୁ ମିଳିଥିଲା ।

from Kanak News
via <a href="https://ifttt.com/?

କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ ? ତାହେଲେ ହୋଇଯାଆନ୍ତୁ ସାବଧାନ । ଏବେ ସାଇବର ଠକଙ୍କ ନଜର ଆପଣଙ୍କ କ୍ୟୁଆର କୋଡ

କନକ ବ୍ୟୁରୋ : କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ । ତାହେଲେ ହୋଇଯାଆନ୍ତୁ ସାବଧାନ । ଗୋଟିଏ ଭୁଲ ଯୋଗୁଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । କିଛି କ୍ଷଣ ମଧ୍ୟରେ ଠକ ଲୁଟି ନେବେ ଆପଣଙ୍କ ଟଙ୍କା । ତେଣୁ ଏହି ଟ୍ରାନଞ୍ଜାକ୍ସନ କରିବା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ ।

ବର୍ତ୍ତମାନ ସମୟରେ ଅନେକ ଲୋକ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ପେଟ୍ରୋଲ ପମ୍ପ ତେଲ ପକାଇଲେ କି ଦୋକାନ ବଜାରରୁ କିଛି କିଣିଲେ କ୍ୟୁଆର କୋର୍ଡ ମାଧ୍ୟମରେ ପେମେଣ୍ଟ କରିଥାନ୍ତି । ଏହା ମାଧ୍ୟମରେ ସହଜରେ ଜଣକଠାରୁ ଅନ୍ୟ ଜଣକ ପାଖକୁ ଟଙ୍କା ନେଣ ଦେଣ ହୋଇପାରିଥାଏ । ହେଲେ ଏହି ସହଜ ଉପାୟ ଆମକୁ ଅନେକ ସମୟରେ ଅସୁବିଧାରେ ପକାଇପାରେ ।

ଯେତେବେଳେ ପେଟ୍ରୋଲ ପମ୍ପ କି ଦୋକାନରେ କ୍ୟୁଆର କୋର୍ଡରେ ଆମେ ପେମେଣ୍ଟ କରିଥାଉ । ସେହି ସମୟରେ ଏହି ଠକାମୀର ଶିକାର ହୋଇଥାଉ । ଠକମାନେ ଅନେକ ସମୟରେ କ୍ୟୁଆର କୋଡକୁ ବଦଳାଇ ଦେଇଥାନ୍ତି । ଯାହାଫଳରେ ଆମେ ଟଙ୍କା ପଠାଇଲେ ଏହି ଟଙ୍କା ସିଧା ଠକମାନଙ୍କ ଆକାଉଣ୍ଟକୁ ପଳାଇଥାଏ । ଏଭଳି ଠକାମୀକୁ କ୍ୟୁଆର କୋର୍ଡ ଫିସିଙ୍ଗ କୁହାଯାଇଥାଏ । ତେଣୁ ଯେତେବେଳେ ବି ଆମେ କ୍ୟୁଆର କୋର୍ଡ ମାଧ୍ୟମରେ ଟଙ୍କା ପଠାଇବା ସେହି ସମୟରେ ରିସିଭରଙ୍କ ନାଁ କନଫର୍ମ କରିଦେବା ଆବଶ୍ୟକ ।

ଏହି କ୍ୟୁଆର କୋର୍ଡ ଫିସିଙ୍ଗ ବିଭିନ୍ନ ପ୍ରକାରର ଥାଏ । ଅନେକ ସମୟରେ ଆପଣଙ୍କୁ ମେସେଜ କି ଇମେଲ ମାଧ୍ୟମରେ କ୍ୟୁଆର କୋର୍ଡ ଆସିଥାଏ । ଯେଉଁଥିରେ ଠକମାନେ ଆପଣଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି । ଯାହା ଦ୍ୱାରା ଆପଣଙ୍କୁ କ୍ୟୁଆର କୋର୍ଡ ସ୍କାନ କରି ୟୁପିଆଇ ନମ୍ବର ଦେଇ ଟଙ୍କା ନେବାକୁ କହିଥାନ୍ତି । ହେଲେ ଯତେବେଳେ ଆପଣ କ୍ୟୁଆର କୋର୍ଡ ସ୍କାନ କରିବେ ସାଙ୍ଗେ ସାଙ୍ଗେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଠକମାନଙ୍କ ଆକାଉଣ୍ଟକୁ ଚାଲିଯିବ ।

ଗତକିଛି ହେବ ଅନଲାଇନରେ ଠକେଇ ବଢିବାର ଲାଗିଛି । ବିଭିନ୍ନ ଉପାୟ ଅବଲମ୍ବନ କରି ଠକମାନେ ଅନଲାଇନରେ ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । କେତେବେଳେ ନ୍ୟୁଡ କଲ ମାଧ୍ୟମରେ ତ କେତେବେଳେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ଠକିବାକୁ ଏହି ଭଳି ନୂଆ ଉପାୟ ଖୋଜିଛନ୍ତି ଠକ । ତେବେ ଏହା ପୂର୍ବରୁ ଆମକୁ ସାବଧାନ ରହିବା ଜରୁରୀ ।
ଏଭଳି ଅନଲାଇନ ଠକେଇର ବିଭିନ୍ନ ମାମଲା ଗତ କିଛି ଦିନ ହେବ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଠକମାନଙ୍କଠାରୁ ସତର୍କ ରହିବାକୁ ମଧ୍ୟ ପୋଲିସ ପକ୍ଷରୁ ସତର୍କ କରାଯାଉଛି । ତେଣୁ ଆମକୁ ଅନଲାଇନରେ ଏଭଳି ଟ୍ରାଞ୍ଜାକ୍ସନ କରିବା ପୂର୍ବରୁ ସତର୍କ ରହିବା ନିହାତି ଆବଶ୍ୟକ ।

from Kanak News
via <a href="https://ifttt.com/?

କଥା ବଦଳାଇଲେ କଟକ ଜିଲ୍ଲାପାଳ: କହିଲେ, ଟିକା ନନେଲେ କାହାର କଟାଯିବନି ଦରମା; ହେଳା ନକରି ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ ଆହ୍ୱାନ

କନକ ବ୍ୟୁରୋ : ଟିକା ନନେଲେ ଦରମା କଟିବ । କଟକ ଜିଲ୍ଲାପାଳ ଗତକାଲି ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଆଜି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଟିକା ନନେଲେ କାହାର ଦରମା କଟିବନି ବୋଲି କହିଛନ୍ତି କଟକ ଜିଲ୍ଳାପାଳ ଭବାନୀଶଙ୍କର ଚଇନି । ସ୍ୱେଚ୍ଚାକୃତ ଟିକାଦାନକୁ ହେଳା ନକରି ଟିକା ନେବା ଉଚିତ୍ ବୋଲି କହିଛନ୍ତି ଜିଲ୍ଲାପାଳ ।

୧୦ ଫେବୃଆରୀ ସୁଦ୍ଧା ଟିକା ନନେଲେ ଦରମା ବନ୍ଦ ହେବ ବୋଲି ଗତକାଲି ଜିଲ୍ଲାପାଳ କହିଥିଲେ । ଏନେଇ କଟକ ମହାନଗର ନିଗମ, ଏସସିବି କତୃପକ୍ଷଙ୍କୁ ଜିଲ୍ଲାପାଳ ଚିଠି ଲେଖିଥିଲେ । ତେବେ, ଜାନୁଆରୀ ୧୬ ତାରଖରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ଏହି ଟିକାକରଣ କ୍ଷେତ୍ରରେ ରାଜ୍ୟରେ କଟକ ପଛୁଆ ହୋଇ ରହିଛି, ଯାହା ରାଜ୍ୟ ପାଇଁ ଅପବାଦର ବିଷୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

from Kanak News
via <a href="https://ifttt.com/?

ଆରବିଆଇ ଆଣିବ ନିଜସ୍ୱ ଡିଜିଟାଲ କରେନ୍ସି । ବ୍ୟବହାର ଓ ସୁରକ୍ଷାକୁ ନେଇ କାମ କରୁଛି କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି

କନକ ବ୍ୟୁରୋ: ଘରୋଇ ଡିଜିଟାଲ କରେନ୍ସି (ପିଡିସି), ଭର୍ଚୁଆଲ କରେନ୍ସି (ଭିସି) ଓ କ୍ରିପ୍ଟୋ କରେନ୍ସି ର ଲୋକପ୍ରିୟତା ବଢୁଥିବା ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ ବି ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଘୋଷଣା କରିଛନ୍ତି । ଏହାର ମଡେଲ କିଭଳି ରହିବ ଓ ଏହାକୁ ଘରୋଇ ଡିଜିଟାଲ କରେନ୍ସି ଭଳି ବ୍ୟବହାର କରାଯିବ ନା ଆଇନଗତ ଭାବେ କିଛି ପରିବର୍ତ୍ତନ କରାଯିବ ସେ ନେଇ କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି ବର୍ତ୍ତମାନ କାର୍ଯ୍ୟ କରୁଛି ଓ ଏନେଇ ଶୀଘ୍ର ନିଷ୍ପତ୍ତି ଆସିବ ବୋଲି ଆରବିଆଇର ଡେପୁଟି ଗଭର୍ନର ବିଭୁ ପ୍ରସାଦ କାନୁନଗୋ ଶୁକ୍ରବାର ସୂଚନା ଦେଇଛନ୍ତି ।
ପୂର୍ବରୁ ବିଟ୍ କଏନ କାରବାରକୁ ନେଇ ଆରବିଆଇ ଆଶଙ୍କା ପ୍ରକଟ କରିଥିଲା । ହେଲେ ଏହାକୁ ନଜରରେ ରଖି ନିଜସ୍ୱ ଏକ ଭର୍ଚୁଆଲ କରେନ୍ସି ପ୍ରଚଳନ ସପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ମତ ରଖିଥିଲା । ଘରୋଇ ଡିଜିଟାଲ କରେନ୍ସି ଉପରେ କଟକଣା ଲଗାଇବାକୁ ସରକାର ଗତ ସପ୍ତାହରେ ଅଗ୍ରସର ହୋଇଥିଲେ ।
ଆରବିଆଇର ନିଜସ୍ୱ ଡିଜିଟାଲ କରେନ୍ସି ବାବଦରେ ଗଭର୍ନର ଡ.ଶକ୍ତିକାନ୍ତ ଦାସ କହିଛନ୍ତି କି ଡିଜିଟାଲ କରେନ୍ସିକୁ ବିଚାରକୁ ନେଇ ଅଦ୍ୟାବଧି ଦସ୍ତାବିଜ ଜାରି କରାଯାଇଛି । ଏନେଇ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କର ଆନ୍ତଃ କମିଟିର ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ । ସେପଟେ ଆରବିଆଇର ଡେପୁଟି ଗଭର୍ନର ବିଭୁ ପ୍ରସାଦ କାନୁନଗୋ କହିଛନ୍ତି କି ପୂର୍ବରୁ ମୁଦ୍ରାନୀତି କମିଟି ପକ୍ଷରୁ ଆରବିଆଇର ନିଜସ୍ୱ ଡିଜିଟାଲ କରେନ୍ସି ବାବଦରେ ଘୋଷଣା କରାଯାଇଛି ।
କହିରଖୁ କି ଡିଜିଟାଲ କରେନ୍ସି (ପିଡିସି), ଭର୍ଚୁଆଲ କରେନ୍ସି (ଭିସି) ଓ କ୍ରିପ୍ଟୋ କରେନ୍ସି ଗତ କିଛିବର୍ଷ ହେବ ବେସ୍ ଲୋକପ୍ରିୟତା ହାସଲ କରିଛି । ହେଲେ ଏହି କରେନ୍ସି ଗୁଡିକର ବ୍ୟବହାରକୁ ନେଇ ସରକାର ଏବଂ ନିୟାମକ ଏବେ ବି ଆଶଙ୍କାରେ ରହିଛନ୍ତି । ହେଲେ ବର୍ତ୍ତମାନ ଭାରତୀୟ ମୁଦ୍ରାର ଡିଜିଟାଲ କରେନ୍ସି ଆଣିବା ଓ ତାହାକୁ ପ୍ରଚଳନ କରିବା ଭଳି ବିଭିନ୍ନ ଦିଗ ଉପରେ ପ୍ରସ୍ତୁତ ଚାଲିଥିବା କଥା ରିଜର୍ଭବ୍ୟାଙ୍କ ପକ୍ଷରୁ ଜାନୁଆରୀ ମାସରେ କୁହାଯାଇଥିଲା ।

from Kanak News
via <a href="https://ifttt.com/?

ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ । 

କନକ ବ୍ୟୁରୋ : ରେଳ ଅନୁଦାନ ପ୍ରସଙ୍ଗରେ ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛି ବିଜେପି । ଗତକାଲି ରେଳ ବଜେଟକୁ ନେଇ ବିତର୍କ କରିବାକୁ ଡାକରା ଦେଇଥିଲା ବିଜେଡି ।

ଆଜି ସାମ୍ବାଦିକ ସମ୍ମିଳନୀ କରି ଗୋଲକ ମହାପାତ୍ର କହିଛନ୍ତି, ମାଷ୍ଟର କ୍ୟାଂଟିନ ଛକ ଆସନ୍ତୁ ଖୋଲା ବିତର୍କ ପାଇଁ ଆମେ ପ୍ରସ୍ତୁତ ଅଛୁ । ରାଜ୍ୟରେ ଯଦି ରେଳ ପ୍ରକଳ୍ପ ଆଗେଇ ପାରୁନି ତେବେ ସେଥିପାଇଁ ରାଜ୍ୟ ସରକାରଙ୍କ ଅପରାଗତା ଦାୟୀ । ୬ରୁ ୭ ବର୍ଷ ଭିତରେ ୧୪ ହଜାର କୋଟି ନୁହେଁ ୩୬ ହଜାର କୋଟି ଆସିଛି । ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ଶାସକ ଦଳ ନେତା ।

ରାଜ୍ୟରେ ରେଳର ବିକାଶ ନହୋଇପାରିବାର କାରଣ ଜମି ଅଧିଗ୍ରହଣ, ଆଇନଶୃଙ୍ଖଳା, ଫରେଷ୍ଟ କ୍ଲିଅରାନ୍ସ ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ବୋଲି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।

from Kanak News
via <a href="https://ifttt.com/?

ଖୁବଶୀଘ୍ର ଖୋଲିବ ପ୍ରଥମ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।

କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହେଉଛି । ପ୍ରଥମରୁ ଅଷ୍ଟମ ଖୋଲିବାକୁ ଏସଆରସି ମାର୍ଗଦର୍ଶିକା ଜାରି କରିଛନ୍ତି । ଅଙ୍ଗନବାଡ଼ି ଖୋଲିଲାଣି । କେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲାଯିବ ସେ ନେଇ ମନ୍ତ୍ରୀ ସ୍ପଷ୍ଟ ଭାବେ ସୂଚନା ଦେଇ ନ ଥିଲେ ବି  ଠିକ ସମୟରେ ଖୋଲାଯିବ ବୋଲି କହିଛନ୍ତି।

ସେପଟେ, ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ଶିକ୍ଷାଦାନରେ ନିୟୋଜିତ ହେବେ । ତେବେ ରବିବାର କ୍ଲାସ ହେବନି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started