ତଣ୍ଟି ଚିପି ମାରିଲେ, ମୁଣ୍ଡ କାଟି ନେଲେ । କଟାମୁଣ୍ଡ ମହିଳାଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଚିହ୍ନଟ ପାଇଁ ପୋଲିସ ମାରିଲା ପୋଷ୍ଟର । 

କନକ ବ୍ୟୁରୋ : ଚନ୍ଦକା ଦାସପୁର ରାସ୍ତାକଡରୁ ମହିଳାଙ୍କ କଟାମୁଣ୍ଡ ମିଳିବା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପ୍ରଥମେ ତଣ୍ଟି  ଚିପି ହତ୍ୟା କରାଯିବା ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡ ଅଲଗା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।  । ଅଧିକ ପ୍ରମାଣପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଚ୍ଚେଦ କରାଯାଇଛି । ଏମ୍ସରେ ରି ପୋଷ୍ଟମର୍ଟମ କରାଯାଇଛି । ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ ।

ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା ଯେ, ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି । ତଣ୍ଟି ଚିପି ଦେବାରୁ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ତାଙ୍କ ମୁଣ୍ଡ କାଟି ନିଆଯାଇଛି । ଏସବୁ ଭିତରେ ମୂୁଣ୍ଡ ବିହୀନ ମହିଳାଙ୍କୁ ଚିହ୍ନଟ ପାଇଁ ପୋଷାକ ଆଧାରରେ ପୋଷ୍ଟର ବନାଯାଇଛି । ଏହି ପୋଷ୍ଟରୁକୁ ସର୍ବସାଧାରଣ ସ୍ଥାନରେ ଲଗାଯାଇଛି ।  ପୋଷ୍ଟରରେ ମହିଳାଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି । ମହିଳା ବୟସ ୩୦ରୁ ୩୫ ଓ ଡାହାଣ ହାତରେ ତ୍ରିଶୁଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଛି । ମୃତ ମହିଳାଙ୍କ ସଠିକ ପରିଚୟ ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଚାଷୀଙ୍କ ଚକାଜାମକୁ ନେଇ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା : ସିଂଘୁ, ଗାଜିପୁର, ଟିକରି ବର୍ଡରରେ ପୁଲିସ ଛାଉଣୀ

କନକ ବ୍ୟୁରୋ : ନୂତନ କୃଷି ଆଇନ୍‌କୁ ବିରୋଧ କରି ଆଜି ଦେଶବ୍ୟାପୀ ‘ଚକା ଜାମ୍‌’ ହେଉଥିବା ବେଳେ ଦିଲ୍ଲୀର ମେଟ୍ରୋ ଷ୍ଟେସନଗୁଡ଼ିକ‌ରେ ହାଇ ଆର୍ଲଟ ଜାରି କରାଯାଇଛି । ଏଥିସହ ଲାଲ୍ କିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି । ଦିଲ୍ଲୀ ପୁଲିସ୍‌ ଚିଠି ଲେଖି ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌କୁ ଆବଶ୍ୟକ ପଡ଼ିଲେ ପ୍ରାୟ ୧୨ଟି ମେଟ୍ରୋ ଷ୍ଟେସନ୍‌‌କୁ ସଟ୍‌ଡାଉନ୍‌ କରିବାକୁ ପ୍ରସ୍ତୁତ ରହିବାକୁ କହିଛି । ନୂଆଦିଲ୍ଲୀର ଡିସିପି ଡିଏମ୍‌ଆର୍‌ସିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଡିସିପି କହିଛନ୍ତି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ମେଟ୍ରୋ କର୍ମଚାରୀମାନେ ପ୍ରସ୍ତୁତ ରହିବା ଉଚିତ ।

ଚାଷୀ କରୁଛି ଚକାଜାମ୍ :

– କୃଷି ଆଇନ ପ୍ରତ୍ୟାହାର ଦାବିରେ ଚକାଜାମ୍ ଆନ୍ଦୋଳନ
– ଦେଶବ୍ୟାପୀ ୩ଘଂଟିଆ ଚକାଜାମ କରୁଛି ଚାଷୀ ସଂଗଠନ
– ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ଅଖ, ଚକ ବନ୍ଦ
– ଦିଲ୍ଲୀ, ୟୁପି ଓ ‘ଚକା ଜାମ୍’ ଆନ୍ଦୋଳନକୁ ବାଦ
– ହିଂସାକାଣ୍ଡ ଆଶଙ୍କା ଯୋଗୁଁ କିଷାନ ୟୁନିୟନର ନିଷ୍ପତି
– ଦିଲ୍ଲୀରେ ୫୦ ହଜାର ସୁରକ୍ଷାକର୍ମୀ ମୁତୟନ
– ୧୨ଟି ମେଟ୍ରୋ ଷ୍ଟେସନ୍କୁ ବନ୍ଦ କରାଯାଇଛି
– ମଣ୍ଡି ହାଉସ, ଆଇଟିଓର ପ୍ରବେଶ-ପ୍ରସ୍ଥାନ ପଥ ବନ୍ଦ
– ଜନପଥ, ଲାଲ୍କିଲ୍ଲାର ପ୍ରବେଶ-ପ୍ରସ୍ଥାନ ପଥ ବନ୍ଦ
– ସୁରକ୍ଷା ଛାଉଣୀ ଭିତରେ ଦିଲ୍ଲୀର ଲାଲ୍କିଲ୍ଲା
– ଟିକିରି, ସିନ୍ଧୁ ଓ ଗାଜିପୁର ସୀମାରେ ସୁରକ୍ଷା କଡ଼ାକଡ଼ି

from Kanak News
via <a href="https://ifttt.com/?

ଚାଷୀଙ୍କ ୩ ଘଣ୍ଟିଆ ଚକା ଜାମ୍ । ଦିଲ୍ଲୀ ସୀମା ସିଲ୍, ୧୦ ମେଟ୍ରୋ ଷ୍ଟେସନ ବନ୍ଦ, ଗାଜିପୁର ଓ ସିଂଘୁ ସୀମାରେ ୫୦ ହଜାର ସୁରକ୍ଷା କର୍ମୀ ମୁତୟନ

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷିବିଲ୍ କୁ ବିରୋଧ କରି ୨ ମାସରୁ ଅଧିକ ସମୟ ହେବ ଧାରଣାରେ ବସିଥିବା କୃଷକ ମାନଙ୍କ ଡାକରାରେ ଆଜି ସାରା ଦେଶରେ ୩ ଘଣ୍ଟିଆ ଚକା ଜାମ୍ ଆନ୍ଦୋଳନ କରାଯାଉଛି । ଏହି ଚକା ଜାମ୍ ଆନ୍ଦୋଳନ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇଛି ଓ ଏହା ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । କିଛି ନିଦ୍ଧିଷ୍ଟ କାରଣ ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ବାଦ ଦେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ନେଇ ଭାରତୀୟ କିଷାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଜାନୁଆରୀ ୨୬ ତାରିଖରେ ହୋଇଥିବା ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଦିଲ୍ଲୀରେ ଚକା ଜାମ୍ ଆନ୍ଦୋଳନ ହେଉନଥିବା ବେଳେ ବି କୃଷକ ମାନେ ଆନ୍ଦୋଳନରେ ବସିଥିବା ବିଭିନ୍ନ ସୀମାରେ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସୂଚନା ମିଳିଛି । ଏହାସହ ବହୁସ୍ତରୀୟ ବ୍ୟରିକେଡ୍ ବ୍ୟବସ୍ଥା ବି କରାଯାଇଥିବା ଦେଖିବାକୁ ମିଳିଛି ।

କୃଷକ ମାନଙ୍କର ଏହି ଚକାଜାମ୍ ଆନ୍ଦୋଳନକୁ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କାଭଦ୍ରା ଗାନ୍ଧୀ ଏନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏଭଳି କଳା କୃଷିଆଇନକୁ କେନ୍ଦ୍ରସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
ଓଡିଶାରେ ବି କୃଷକମାନେ କିଛି କିଛି ସ୍ଥାନରେ ଚକାଜାମ୍ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଓଡିଶାର ନବନିର୍ମାଣ କୃଷକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବାରେ ପରେ ଏଠାରେ କିଛି ମାତ୍ରାରେ ପ୍ରତିଫଳନ ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ଓଡିଶାରେ ଚାଷୀଙ୍କ ଚକାଜାମ ଆନ୍ଦୋଳନ : ସମ୍ବଲପୁର, ଜୟପୁର, ବାଲେଶ୍ୱରରେ ରାସ୍ତା ରୋକକରି ଚାଷୀଙ୍କ ଚକାଜାମ; ଭୁବନେଶ୍ୱର ହଂସପାଳରେ ପ୍ରତିବାଦ ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ଚକା ଜାମ୍ କରୁଛନ୍ତି ଚାଷୀ ସଂଗଠନ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ ।  ମିଳିଥିବା ସୂଚନା ଅନୁଯାୟୀ, କଟକ- ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଜାରି ରହିଛି। ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜପଥର ଉଭୟ ପଟେ ଶହଶହ ସଂଖ୍ୟକ ଗାଡ଼ି ଅଟକି ରହିଛି ।

ଦେଶବ୍ୟାପୀ ଅଖଚକ ଜାମକୁ ସମର୍ଥନ କରି ଆଜି ମାଷ୍ଟରକ୍ୟାଣ୍ଟିନରେ ଏଆଇଟିୟୁସି ଓ ବିକେଏମୟୁର ଶତାଧିକ ଚାଷୀ ଓ ଶ୍ରମିକ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଓ ଆନ୍ଦୋଳନକୁ ଜୋରଦାର କରୁଛନ୍ତି। ପୁଲିସ ରାସ୍ତା ଅବରୋଧ କରୁଥିବା ଚାଷୀମାନଙ୍କୁ ଉଠାଇ ନେଉଥିବାର ଦେଖିବାକୁ ମିଳୁଛି । ଏଣେ କଟକର ମଧୁପାଟଣା ଛକଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଆରମ୍ଭ ହୋଇଛି । ସେଠାରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି ।

ଜଗତସିଂହପୁର ଜିଲ୍ଲାରେ ନବନିର୍ମାଣ କୃଷକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ମିଳିତ ଆନୁକୁଲ୍ୟରେ ଚକା ଜାମ ଦିନ ୧୨ ଟା ରୁ ଅପରାହ୍ନ ୩ ଟା ଯାଏ କରାଯାଉଛି। ଜଗତସିଂହପୁର ଟାଉନ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସହ ବିଭିନ୍ନ ବ୍ଲକ୍ ରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଉଛି ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ପରିବର୍ତ୍ତନ ରଥଯାତ୍ରା ପାଇଁ ବିଜେପିକୁ ମିଳିଲାନି ଅନୁମତି । ସେପଟେ ତୃଣମୂଳ କଂଗ୍ରେସର ବାଇକ୍ ରାଲିକୁ ଅନୁମତି ଦେଲା ରାଜ୍ୟ ପ୍ରଶାସନ । କଡା ଜବାବ୍ ରଖିଲେ ବିଜେପି ନେତା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନାହିଁ । ହେଲେ ରାଜନୀତି ଏତେ ସରଗରମ ହୋଇଛି ଯେ ଲାଗୁଛି ଯେମିତି ପଶ୍ଚିମବଙ୍ଗରେ ଚାଲିଛି ନିର୍ବାଚନୀ ପ୍ରଚାର । ବିଜେପି ପକ୍ଷରୁ ଶନିବାର ଠାରୁ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ ହେବାକୁ ଥିଲା ଓ ଏହାସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କ ଏକ ସଭା ପାଇଁ ପୋଲିସ ବିଭାଗ ପକ୍ଷରୁ ଅନୁମତି ମଗାଯାଇଥିଲା । ହେଲେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଜେ,ପି ନଡ୍ଡାଙ୍କ ସଭା ପାଇଁ ଅନୁମତି ମିଳିଥିବା ବେଳେ ପରିବର୍ତ୍ତନ ରଥଯାତ୍ରା ପାଇଁ ଆଜି ମଧ୍ୟାହ୍ନ ସୁଦ୍ଧା ଅନୁମତି ମିିଳିନାହିଁ । ରଥଯାତ୍ରା ପାଇଁ ଅନୁମତି ନମିଳିବାରୁ ବିଜେପି ଓ ଟିଏମସି ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ନେତା କହିଛନ୍ତି କି ପରିବର୍ତ୍ତନ ରଥଯାତ୍ରା ହେଲେ ମମତାଙ୍କ ସବୁ ଗୁମର ପଦାରେ ପଡିଯିବ । ତେଣୁ ମମତା ବାନାର୍ଜୀ ପୋଲିସ ପ୍ରଶାସନ ଉପରେ ଚାପ ପକାଇ ଆବେଦନକୁ ଖାରଜ କରିଛନ୍ତି ।
ଅନ୍ୟପଟେ ତୃଣମୂଳ କଂଗ୍ରେସ ପକ୍ଷରୁ ଶିନିବାର (ଆଜି) ଠାରୁ ଆରମ୍ଭ ହେବାକୁ ଥିବା ବାଇକ୍ ରାଲିକୁ ଅନୁମତି ଦେଇଛି ପଶ୍ଚିମବଙ୍ଗ ପୋଲିସ    । ଟିଏମସି ପକ୍ଷରୁ ନଦୀଆ ଜିଲ୍ଲାର ନବଦ୍ୱୀପରେ ଦୁଇଦିନ ଯାଏ ଏହି ରାଲି ଚାଲିବ । ଏହି ରାଲି ଛପରା ଠାରୁ ଆରମ୍ଭ ହୋଇ ତ୍ରିବେଣୀ, କୃଷ୍ଣାନଗର ଦେଇ ପଲାସୀରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଏନେଇ କୃଷ୍ଣାନଗର ପୋଲିସ ଅଧିକ୍ଷକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ନବଦ୍ୱୀପ ରାଲିକୁ ଅନୁମତି ଦିଆଯାଇଛି କିନ୍ତୁ ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ ଅନୁମତି ଦିଆଯାଇ ନାହିଁ ।

from Kanak News
via <a href="https://ifttt.com/?

ମାଟ୍ରିକ ପାସ୍ କରି ଚାକିରୀ ଖୋଜୁଥିବା ବେକାରୀଙ୍କ ପାଇଁ ଖୁସି ଖବର । ରେଳ ବିଭାଗ ଆଣିଲା ୨୫୦୦ ରୁ ଅଧିକ ନିଯୁକ୍ତି । ବିନା ପରୀକ୍ଷାରେ ମିଳିବ ଚାକିରୀ

କନକ ବ୍ୟୁରୋ :  ଆପଣ ମାଟ୍ରିକ ପାସ୍ କରି ଚାକିରୀ ଖୋଜୁଛନ୍ତି କି ? ଯଦି ହଁ ତେବେ ଭାରତୀୟ ରେଳ ବିଭାଗ ଆପଣଙ୍କ ପାଇଁ ଆଣିଛି ଏକ ବଡ ସୁଯୋଗ । ସେଂଟ୍ରାଲ ରେଲୱେ ପକ୍ଷରୁ ଟ୍ରେଡ୍  ଶିକ୍ଷାର୍ଥୀ ମାନଙ୍କ ପାଇଁ ୨୫୩୨ ପଦବୀରେ ନିଯୁକ୍ତି ଦେବାକୁ ଘୋଷଣା କରିଛି । ରେଲୱେ ରିକ୍ରୁଟିମେଣ୍ଟ ସେଲ ବା (ଆର.ଆର.ସି) ପକ୍ଷରୁ ବିଭିନ୍ନ ଟ୍ରେଡରେ ନିଯୁକ୍ତି ଦିଆଯିବ ।

ରେଳ ବିଭାଗର ସୂଚନା ମୁତାବକ ଟ୍ରେଡ୍ ଶିକ୍ଷାର୍ଥୀ ମାନଙ୍କ ପାଇଁ ଖାଲି ଥିବା ଏହି ପଦବୀ ନିମନ୍ତେ ଆଜି (୦୬.୦୨.୨୦୨୧) ଠାରୁ ଆଶାୟୀ ମାନେ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀ ମାନେ www.rrccr.com  ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ । କହିରଖୁ କି ମୁମ୍ବାଇ, ଭୂସାବଲ, ପୁଣେ, ନାଗପୁର, ଓ ସୋଲପୁର ସମେତ ଆହୁରି ଅନେକ ରିଜନ ପାଇଁ ଆବେଦନ କରିବାର ସୁଯୋଗ ରହିଛି ।

ଏହି ପଦବୀ ପାଇଁ ଆପଣ ଆବେଦନ କରିବାକୁ ଚାହୁଁଥିଲେ ଆପଣ ନିଶ୍ଚିନ୍ତ ଭାବେ କୌଣସି ସଂସ୍ଥା ବା ବୋଡରୁ ମାଟ୍ରିକ ପାସ୍ କରିବା ସହ ଯେଉଁ ବିଭାଗ ପାଇଁ ଆବେଦନ କରୁଛନ୍ତି ତାହା ଉପରେ ଆପଣ ଆଇଟିଆଇ କରିଥିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ଆବଦନକାରୀଙ୍କ ବୟସ ୧୫ ବର୍ଷରୁ କମ୍ କିମ୍ବା ୨୪ ବର୍ଷରୁ ଅଧିକ ହୋଇନଥିବା ଜରୁରୀ । ବୟସର ଗଣନା ୦୧.୦୧.୨୦୨୧ ଆଧାରରେ କରାଯିବ । ଏନେଇ ଆପଣ ୦୬.୦୨.୨୦୨୧ ଠାରୁ ୦୫.୦୩.୨୦୨୧ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଅବେଦନକାରୀଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଏହାସହ ଆପଣଙ୍କର ଚୟନ ପ୍ରକ୍ରିୟା ବେଳେ ଆପଣଙ୍କୁ କୌଣସି ଲିଖିତ ପରୀକ୍ଷା ବା ଇଣ୍ଟରଭ୍ୟୁ ଦେବାକୁ ପଡିବ ନାହିଁ । କେବଳ ମାଟ୍ରିକ ପରୀକ୍ଷାରେ ଆପଣଙ୍କୁ ମିଳିଥିବା ନମ୍ବର ମୁତାବକ ମେରିଟ୍ ପ୍ରସ୍ତୁତ ହେବ । ଏହି ମେରିଟ୍ ଲିଷ୍ଟ ମାଧ୍ୟମରେ ଆବେଦନକାରୀଙ୍କୁ ଚୟନ କରାଯିବ  ।

from Kanak News
via <a href="https://ifttt.com/?

ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ଶ୍ବାସରୁଦ୍ଧ କରି ହତ୍ୟା ସନ୍ଦେହ ଦୃଢ଼ୀଭୂତ

କନକ ବ୍ୟୁରୋ : ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇନାହିଁ। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ହିଁ ତାଙ୍କୁ ଭୁବନେଶ୍ବରର ଓୟୋ ଶିବସାଇ ଗେଷ୍ଟହାଉସ୍‌ରେ ହତ୍ୟା କରିଛି ଏବଂ ପ୍ରମାଣ ନଷ୍ଟ ପାଇଁ ଶବକୁ ୧୦୦ କିମି ଦୂର ଯାଜପୁର ଜିଲ୍ଲାର କୁଆଖିଆ ନିକଟରେ ‌ଫିଙ୍ଗିଛି । ରାକେଶଙ୍କୁ ରିମାଣ୍ଡରେ ଆଣି ଜେରା ଏବଂ କ୍ରାଇମ୍‌ ସିନ୍‌ ରିକ୍ରିଏଟ କରିବା ବେଳେ ପୁଲିସକୁ ଏ ନେଇ ଠୋସ୍‌ ପ୍ରମାଣ ମିଳିଛି । ପୁଲିସ ଏବେ ବି ଘଟଣାର ବିଭିନ୍ନ ଦିଗକୁ ନେଇ ତର୍ଜମା କରିବା ସହ ତଦନ୍ତ ଚଳାଇଛି।

ତେବେ ଝରାଫୁଲକୁ ଏତେ ପ୍ରେମ କରୁଥିବା ରାକେଶ ହଠାତ୍ ତା’କୁ କେଉଁ କାରଣରୁ ତା’କୁ ହତ୍ୟା କଲା ? କେମିତି ହତ୍ୟା କଲା ? ରାକେଶ ଏକୁଟିଆ ମାରିଛି ନା ହତ୍ୟାକାଣ୍ଡରେ ଆଉ କେହି ସାମିଲ ଅଛି ? ତଦନ୍ତକାରୀ ପୁଲିସକୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ତେଣୁ ଟିକିନିଖି ପ୍ରମାଣ ଯୋଗାଡ଼ କରିବା ପାଇଁ ପୁଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ ଜାନୁଆରି ୨୬ ତାରିଖ ରାତିରେ ଝରାଫୁଲ ଏବଂ ରାକେଶ ଭୁବନେଶ୍ବର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସ୍‌ର ୨୦୧ ନମ୍ବର ରୁମ୍‌ରେ ରାତ୍ରିଯାପନ କରିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଆଉ କ୍ରୋଧରେ ଅନ୍ଧ ହୋଇ ରାକେଶ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ବୋଲି କୁହାଯାଉଛି । କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ ପାଇଁ ଯାଜପୁର ପୁଲିସ ଭୁବନେଶ୍ବରର ସଂପୃକ୍ତ ଗେଷ୍ଟ ହାଉସ୍‌କୁ ଯାଇଥିବା ବେଳେ ଏ ନେଇ ଅନେକ ତଥ୍ୟ ମିଳିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହାର ସୁରାକ୍ ମିଳିଥିବାବେଳେ ଖୋଦ୍ ରାକେଶ ମଧ୍ୟ ପୁଲିସ ଆଗରେ ଏହା ମାନିଥିବା କୁହାଯାଉଛି । ରାତିରେ ସେମାନଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ନେଇ ଗେଷ୍ଟହାଉସ୍‌ କର୍ମଚାରୀମାନେ ପୁଲିସ ଆଗରେ ପ୍ରକାଶ କରିଛନ୍ତି। ତେବେ ଏହି ଝଗଡ଼ା କାହିଁକି ହୋଇଥିଲା ଏବଂ ଝଗଡ଼ା ପରେ ରାକେଶ ଝରାଫୁଲଙ୍କୁ କେମିତି ହତ୍ୟା କଲା, ତାହା ସେମାନେ ଜାଣି ନଥିବା କହିଛନ୍ତି ।

ଅପରପକ୍ଷରେ ଝରାଫୁଲର ମୋବାଇଲ ଏବଂ ଏକ ‌‌ଡ୍ରେସ୍‌କୁ ପୁଲିସ ଜବତ କରିଥିବା ଜଣାପଡ଼ିଛି । ଝରାଫୁଲର ଶବ ଯେଉଁଠି ଫିଙ୍ଗା ଯାଇଥିଲା, ତାହାଠାରୁ ଅଳ୍ପ ଦୂରରେ ରାକେଶ ମୋବାଇଲଟିକୁ ଫିଙ୍ଗି ଦେଇଥିଲା । ପରେ ଜଣେ ସ୍ଥାନୀୟ ବ୍ୟକ୍ତି ମୋବାଇଲଟିକୁ ପାଇ ସାଙ୍ଗରେ ନେଇ ଯାଇଥିଲେ । ତେଣୁ ପୁଲିସ ରାକେଶକୁ ଡେମୋ ପାଇଁ ନେଇଥିଲା ବେଳେ ମୋବାଇଲ ପାଇ ନ ଥିଲା । ତେବେ ମୋବାଇଲ ପାଇଥିବା ବ୍ୟକ୍ତିଜଣକ ଏହାକୁ ପୁଲିସକୁ ଫେରାଇ ଦେଇଥିବାରୁ ପୁଲିସ ଏଥିରୁ ଅନେକ ତଥ୍ୟ ହାସଲ କରିବ ବୋଲି ଆଶା ବାନ୍ଧିଛି । ସେହିପରି ସ୍କୁଟି ଲୁଚାଇଥିବା ସ୍ଥାନରୁ ପୁଲିସ ଝରାଫୁଲଙ୍କ ଏକ ଡ୍ରେସ୍‌ ମଧ୍ୟ ଜବତ କରିଛି । ରାକେଶ ଜାଣିଶୁଣି ଡ୍ରେସ୍‌ଟିକୁ ଲୁଚରାଇଥିବାରୁ ଏଥିରେ ମଧ୍ୟ ହତ୍ୟାର କିଛି ପ୍ରମାଣ ରହିଥିବା ବିଚାର କରାଯାଉଛି ।

from Kanak News
via <a href="https://ifttt.com/?

ଆଇପିଏଲ ୨୦୨୧ : ସଚିନଙ୍କ ପୁଅ ଅର୍ଜୁନ କରିପାରନ୍ତି ଏଣ୍ଟ୍ରି, ନିଲାମୀରେ ଭାଗ ନେବାକୁ କରିଛନ୍ତି ରେଜିଷ୍ଟ୍ରେସନ ।

କନକ ବ୍ୟୁରୋ : ୨୦୨୧ ଆଇପିଏଲ ପାଇଁ ଆସନ୍ତା ଫେବ୍ରୁଆରୀ ୧୮ରେ ଖେଳାଳି ନିଲାମୀ ହେବ । ଏଥିପାଇଁ ମୋଟ ୧୦୯୭ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି । କିଛି ପୁରୁଣା ଚେହେରା ନିଲାମ ପ୍ରକ୍ରିୟାରୁ ବାଦ୍ ପଡିଥିବା ବେଳେ କିଛି ନୂଆ ଚେହେରା ଏଣ୍ଟ୍ରି ମାରିଛନ୍ତି । ଆଉ ଏହି ନୂଆ ଚେହେରାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅର୍ଜୁନ ତେନ୍ଦୁଲକର । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମଥର ପାଇଁ ଆଇପିଏଲର ନିଲାମୀ ପ୍ରକ୍ରିୟାରେ ଭାଗ ନେଇଛନ୍ତି । ଆଉ ସମସ୍ତଙ୍କର ନଜର ରହିଛି କେଉଁ ଟିମ୍ ଅର୍ଜୁନଙ୍କୁ କିଣିବ?

ଯଦି ଆଇପିଏଲରେ ଅର୍ଜୁନ ଏଣ୍ଟ୍ରି ମାରନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । କାରଣ ପୂର୍ବରୁ ଆଇପିଏଲର ସର୍ବାଧିକ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ନେଟ ବୋଲର ରହିଛନ୍ତି ଅର୍ଜୁନ । ଏପରିକି ଚଳିତ ଥର ମୁମ୍ବାଇ ପକ୍ଷରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମ୍ୟାଚ୍ ଖେଳିଛନ୍ତି ଅର୍ଜୁନ । ବାମହାତୀ ଦ୍ରୁତ ବୋଲର ଅର୍ଜୁନ ନିଜର ଏହି ପର୍ଦାପଣ ଟୁର୍ଣ୍ଣାମେଣ୍ଟରେ ସେଭଳି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ୩ ଓଭର ବୋଲିଂ କରି ୩୪ ରନ୍ ବ୍ୟୟ କରି ମାତ୍ର ଗୋଟିଏ ୱିକେଟ ହାତେଇଥିଲେ ଅର୍ଜୁନ । ଆଉ ଏବେ ଆଇପିଏଲରେ ନିଲାମିରେ ନିଜ ନାଁ ରେଜିଷ୍ଟ୍ରେସନ କରିଛନ୍ତି ଅର୍ଜୁନ । ମିଳିଥିବା ସୂଚନା ମୁତାବକ, ନିଲାମରେ ନିଜର ବେସ୍ ପ୍ରାଇସ ଅର୍ଜୁନ ୨୦ ଲକ୍ଷ ଟଙ୍କା ରଖିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

କେବଳ ଅର୍ଜୁନ ନୁହେଁ ବରଂ ଆଉ ଜଣେ ଭାରତୀୟ ଖେଳାଳି ମଧ୍ୟ ଚଳିତ ଆଇପିଏଲ ନିଲାମୀରେ ନିଜ ନାଁ ରେଜିଷ୍ଟ୍ରେସନ କରିଛନ୍ତି । ସ୍ପଟ ଫିକ୍ସିଂ ମାମଲାରେ ବିସିସିଆଇ ଦ୍ୱାରା ବ୍ୟାନ୍ ହୋଇଥିବା ଶ୍ରୀସନ୍ଥ ଦୀର୍ଘ ୭ ବର୍ଷ ପରେ ପୁଣିଥରେ ଆଇପିଏଲ ନିଲାମୀରେ ନିଜ ନାଁ ସାମିଲ କରାଇଛନ୍ତି । ୩୭ ବର୍ଷୀୟ ଶ୍ରୀସନ୍ଥ ଚଳିତଥର କେରଳ ପକ୍ଷରୁ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ପୁଣିଥରେ ଆଇପିଏଲକୁ ଫେରିବାକୁ ଚାହିଁ ବସିଛନ୍ତି । ୨୦୧୩ରେ ସ୍ପଟ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କୁ ବ୍ୟାନ୍ କରିଥିଲା ବିସିସିଆଇ । ତେବେ ୨୦୧୯ରେ ଶ୍ରୀସନ୍ଥଙ୍କ ଉପରୁ ଏହି ବ୍ୟାନ୍ ହଟାଯାଇଥିଲା ।

ସେହିଭଳି ବିଭିନ୍ନ ଦଳ ରିଲିଜ କରିଥିବା ଷ୍ଟାର ଖେଳାଳି ପୁଣିଥରେ ଆଇପିଏଲ ନିଲାମୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥ, ଜାସନ ରୟ, ଆରୋନ ଫିଞ୍ଚଙ୍କ ଭଳି ବଡ ଚେହେରା ରହିଛନ୍ତି । ଚଳିତଥର ଆଇପିଏଲ ଭାରତରେ ଖେଳାଯିବା ନେଇ ଅଧିକ ସମ୍ଭାବନା ରହିଛି । ଗତଥର କରୋନା କଟକଣା ପାଇଁ ଦୁବାଇରେ ଖେଳାଯାଇଥିଲା ଆଇପିଏଲ ଟୁର୍ଣ୍ଣାମେଣ୍ଟ ।  ଖେଳାଳିଙ୍କୁ ରିଲିଜ କରିବା ପରେ କିଙ୍ଗସ ଇଲେଭନ ପଞ୍ଜାବ ସର୍ବାଧିକ ୫୩.୨୦ କୋଟି ଟଙ୍କା ସହ ନିଲାମୀ ପ୍ରକ୍ରିୟାକୁ ଓହ୍ଲାଇବ । ଅଧିକ ଟଙ୍କା ରହିଥିବାରୁ ମନପସନ୍ଦର ଖେଳାଳିଙ୍କୁ ଟିମରେ ସାମିଲ କରିବା ପାଇଁ ପଞ୍ଜାବ ପାଖରେ ସୁଯୋଗ ରହିବ ।

from Kanak News
via <a href="https://ifttt.com/?

ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ‘ଚକାଜାମ’ ପାଳନ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ

କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ‘ଚକାଜାମ୍’ କରୁଛନ୍ତି ଚାଷୀ ସଂଗଠନ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକାଜାମ୍ ଆନ୍ଦୋଳନ ହେଉନାହିଁ । ଦେଶର ଅନ୍ୟାନ୍ୟ ଭାଗରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଚାଷୀ ଆନ୍ଦୋଳନକୁ ଅଣଦେଖା, ଆନ୍ଦୋଳନ ସ୍ଥଳରେ ଇଂଟରନେଟ୍ ବ୍ୟାନ୍ ଏବଂ ବଜେଟରେ ଚାଷୀଙ୍କ ଦାବିକୁ ଉପେକ୍ଷା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି ।

୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ପରେ ଚାଷୀଙ୍କର ଏହା ସବୁଠାରୁ ବଡ ପ୍ରତିବାଦ କାର୍ଯ୍ୟକ୍ରମ । କୃଷି ଆଇନକୁ ବିରୋଧ କରି ଆଜି ଓଡିଶାରେ ମଧ୍ୟ ଅଖଚକ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ ।

from Kanak News
via <a href="https://ifttt.com/?

ଧାନ ନଉଠିବା ନେଇ ବିଜେପିର ଧାରଣା : ମଣ୍ଡିରେ ପଡିରହିଛି ୨ଲକ୍ଷରୁ ଅଧିକ ବସ୍ତା ଧାନ; ୨୪ଘଣ୍ଟାରେ ଧାନ ନଉଠିଲେ ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ 

କନକ ବ୍ୟୁରୋ : ମଣ୍ଡିରୁ ଧାନ ନଉଠିବା ନେଇ ବିଜେପିର ବିକ୍ଷୋଭ । ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ ଉଠୁନଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ଓ ଧାରଣା କରିଛି ବିଜେପି । ଏହାସହ ସରକାରଙ୍କ ୨୪ଘଂଟାର ମହଲତ ଦିଆଯାଇଛି । ଜିଲ୍ଲାର ମଣ୍ଡି ଗୁଡିକରେ ୨ଲକ୍ଷ କ୍ୱିଂଟାଲ ଧାନ ପଡିରହିଛି ।

ଏବେ ବି ୧୨ଲକ୍ଷ ଚାଷୀଙ୍କ ଧାନ କିଣାଯାଇନଥିବା ଅଭିଯୋଗ କରି ଜିଲ୍ଲାର ସମସ୍ତ ମଣ୍ଡି ସମ୍ମୁଖରେ ବିଜେପିର କର୍ମକର୍ତ୍ତା ଧାରଣା ଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ୨୪ଘଂଟା ମଧ୍ୟରେ ସମାଧାନ ନହେଲେ ରାସ୍ତା ଜାମ କରାଯିବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started