ରିଚାର୍ଜ କରିବା ନାଁରେ ଠକିବା ମାମଲା : ମୁହଁ ଖୋଲିଲେ ‘ସାଙ୍ଗଭି ଏଣ୍ଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ; କହିଲେ, ସ୍ମିମ ବିଷୟରେ ଲୋକଙ୍କୁ ଦିଆଯାଇଛି ଭୁଲ ତଥ୍ୟ

କନକ ବ୍ୟୁରୋ : ରିଚାର୍ଜ କରିବା ନାଁରେ ଲୋକଙ୍କୁ ଠକିବା ନେଇ ଅଭିଯୋଗ ହୋଇଥିବା କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । ସାଙ୍ଗଭି ଏଂଟରପ୍ରାଇଜର୍ସ’ର ମୁଖ୍ୟ ବିପ୍ର ସ୍ୱାଇଁ ଅଭିଯୋଗକୁ ଅସ୍ୱୀକାର କରିବା ସହ ମୂଳ ସ୍ମିମ ବିଷୟରେ ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଇଛି ଏବଂ କମ୍ପାନୀ କାହାରିକୁ ଠକି ନଥିବା କହିଛନ୍ତି ।

ସେପଟେ ଏହି ଠକେଇ ଘଟଣା ଅଭିଯୋଗରେ ଏଜେଂଟଙ୍କ ଉପରେ ଦୋଷ ଲଦିଛନ୍ତି କମ୍ପାନୀର ଆଇନଜୀବୀ । କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏହି ସଂସ୍ଥା ୯୯୯ ଟଙ୍କାରେ ମୋବାଇଲ୍ ରିଚାର୍ଜ କରି, ବର୍ଷକ ପାଇଁ ଅନଲିମିଟେଡ୍ କଲ୍ ସହ ଦୈନିକ ୨ ଜିବି ଡାଟାର ଅଫର ଦେଇ ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି । ଏମିତି ଏକ ଲୋଭନୀୟ ଅଫର ଜାଲରେ ପଡିଛନ୍ତି ରାଜ୍ୟର ହଜାର ହଜାର ଲୋକ । ମାତ୍ର ଦୁଇ-ତିନି ମାସ ପରେ ମାସିକ ରିଚାର୍ଜ ବନ୍ଦ ହୋଇଯିବାରୁ ବଡ଼ ଧରଣର ଠକାମୀ ପଦାକୁ ଆସିଥିଲା । ସେପଟେ ଏହି ଘଟଣାରେ ଗତକାଲି ଡିସିପିଙ୍କୁ ଭେଟିଥିଲେ ଠକେଇର ଶିକାର ହୋଇଥିବା ଏଜେଂଟ ।

from Kanak News
via <a href="https://ifttt.com/?

ନିଜର ଶକ୍ତି ବଢାଇବାକୁ ପାକିସ୍ତାନର ପ୍ରୟାସ । ଧିରେ ଧିରେ କାଙ୍ଗାଳ ପଥରେ ଗତିକରୁଥିବା ପାକିସ୍ତାନ କିଣିବାକୁ ଯାଉଛି ବୁଡା ଜାହାଜ

ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ତା’ର ଘନିଷ୍ଠ ବନ୍ଧୁ ଚୀନ୍‌ ଠାରୁ ୪ଟି ଆଧୁନିକ ଯୁଦ୍ଧପୋତ ଏବଂ ଆଠଟି ବୁଡ଼ାଜାହାଜ ଆଣିବ ବୋଲି ପାକିସ୍ତାନ ନୌସେନାର ମୁଖ୍ୟ କହିଛନ୍ତି।

ପାକିସ୍ତାନ ନୌସେନା ନିମନ୍ତେ ଜାନୁଆରି ୨୯ ତାରିଖ ଦିନ ଚୀନ୍‌ ଦ୍ୱିତୀୟ ‘ଟାଇପ୍‌ ୦୫୪ଏ/ପି’ ବହୁମୁଖୀ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତ ନିର୍ମାଣ ଆରମ୍ଭ କରିଛି । ଏହି ‘ଗାଇଡେଡ୍‌-ମିସାଇଲ୍‌’ ଯୁଦ୍ଧପୋତ ହେଉଛି ‘ଚୀନା ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ନୌସେନାର ମେରୁଦଣ୍ଡ । ସେମାନଙ୍କ ପାଖରେ ଏହିପରି ୩୦ଟି ଯୁଦ୍ଧପୋତ ରହିଛି ।

ଚୀନାର ନୌସେନା ବିଶେଷଜ୍ଞମାନେ କହନ୍ତି, ‘ଟାଇପ୍‌ ୦୫୪୧’ ଉପରେ ଆଧାରିତ ‘ଟାଇପ୍‌୦୫୪ଏ/ପି’ ହେଉଛି ବିକଶିତ ରାଡାର୍‌ ସିଷ୍ଟମ୍‌ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପଣ ବ୍ୟବସ୍ଥା ଥିବା ଚୀନ୍‌ର ସବୁଠୁ ଉନ୍ନତ ଯୁଦ୍ଧପୋତ।

୨୦୧୭ରେ ଚାରିଟି ‘ଟାଇପ୍‌୦୫୪ଏ/ପି’ ଯୁଦ୍ଧପୋତ ନିର୍ମାଣ କରିବା ଲାଗି ପାକିସ୍ତାନ ନୌସେନା ଚୀନ୍‌ ସହ ରାଜିନାମା କରିଥିଲା। ୨୦୨୦ ଅଗଷ୍ଟରେ ପ୍ରଥମ ଯୁଦ୍ଧପୋତର ନିର୍ମାଣ ଆରମ୍ଭ ହୋଇଛି।

ଚୀନ୍‌ର ରାଷ୍ଟ୍ରାୟତ ଖବରକାଗଜ ‘ଗ୍ଲୋବାଲ୍‌ ଟାଇମ୍ସ’କୁ ପାକିସ୍ତାନ ନୌସେନାର ଆଡ୍‌ମିରାଲ୍‌ ଏମ୍‌ ଅମଜାଦ ଖାଁ ନିଆଜି କହିଛନ୍ତି, ଆଧୁନିକିକରଣର ଅଂଶବିଶେଷ ଭାବେ ପାକିସ୍ତାନ ନୌସେନା ବନ୍ଧୁଭାବାପନ୍ନ ରାଷ୍ଟ୍ରମାନଙ୍କରୁ ନୂଆ ସରଞ୍ଜାମ ଆଣି ନିଜର ପୁରୁଣା ଯୁଦ୍ଧ ସରଞ୍ଜାମ ହଟାଇବାର ବ୍ୟବସ୍ଥା କରୁଛି।

ଏହା ବ୍ୟତିରେକେ, ଆଧୁନିକ ହେଲିକପ୍ଟର୍‌ ଏବଂ ଅଗଭୀର ଜଳରାଶିରେ ରହି ଯୁଦ୍ଧ କରିବା ଭଳି ବୁଡ଼ାଜାହାଜ ମଧ୍ୟ ଖରିଦ କରାଯିବ ବୋଲି ସେ କହିଛନ୍ତି।

from Kanak News
via <a href="https://ifttt.com/?

ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି : ଟିକାକରଣକୁ ପ୍ରଶଂସା କଲେ ପୋଲିସ ଡିଜି; କମିଶନର କହିଲେ, ‘ଗୁଳିକୁ ଡରୁନୁ, ଟିକାକୁ କାହିଁକି ଡରିବୁ’

କନକ ବ୍ୟୁରୋ : ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଜାରି ରହିଛି ଟିକାକରଣ । କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ଆଗଧାଡିର ଯୋଦ୍ଧା । ପୋଲିସି ଡିଜି ଅଭୟ ମଧ୍ୟ ଟିକାକରଣରେ ସାମିଲ ହୋଇଛନ୍ତି । ଏବଂ ଟିକାକରଣକୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି । ସେପଟେ କମିଶନର କହିଛନ୍ତି ‘ଗୁଳିକୁ ଡରିନୁ, ଟିକାକୁ କାହିଁକି ଡରିବୁ’ ।

ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଥିବା ବେଳେ ଟିକା ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଆଗେଇ ଆସିଛନ୍ତି । ଗଂଜାମ ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି । ଟିକା ନେବା ପରେ ନିଦ୍ଧାରିତ ସମୟ ଯାଏଁ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ । ଏହା ପରେ ଜିଲ୍ଲାପାଳ କହିଛନ୍ତି ଡ଼ରନ୍ତୁ ନାହିଁ ଟିକା ନିଅନ୍ତୁ । ସେହିପରି ଭୁବନେଶ୍ୱରରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି ।

ଏସବୁ ଭିତରେ ବରିଷ୍ଠ ଅଧିକାରୀମାନେ ଟିକା ନେବାବେଳର ଫଟୋ ଟ୍ୱିଟରରେ ଅପଲୋଡ କରିବାକୁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେବାସହ ସେମାନଙ୍କ ମନରୁ ଭୟ ଦୂରହେବ ଓ ଆତ୍ମବିଶ୍ୱାସ ବଢିବ । ଆଜିଠାରୁ ଗୃହ, ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ବହୁ ଚର୍ଚ୍ଚିତ ମାହାଙ୍ଗା ମର୍ଡର ମାମଲା : ଫେରାର ମୁଖ୍ୟ ଅଭିଯୁକ୍ତ ମୃତ, ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ସୂଚନା ।

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ନୂଆ ମୋଡ । ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର । ଟାଙ୍ଗୀ ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ନିର୍ମାଣଧୀନ ଟୋଲ ଗେଟ ନିକଟରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଥିବା ବେଳେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ହୋଇଛି । ତେବେ ଏହା ଦୁର୍ଘଟଣା ନା ସୁପରିକଳ୍ପତି ହତ୍ୟାକାଣ୍ଡ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳ ଗତ କିଛିଦିନ ହେବ ଫେରାର ହୋଇ ଯାଇଥିଲା । ଆଉ ହଠାତ୍ ଗତକାଲି ରାତିରେ ଟାଙ୍ଗୀ ଅଞ୍ଚଳରୁ ତାଙ୍କର ମୃତଦେହ ଉଦ୍ଧାର କରାଯିବାକୁ ନେଇ ରାଜନୀତି ତେଜିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଜେପି ଦାବି କରିଛି । ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ପାଖରେ ପୋଲିସ ପହଞ୍ଚି ପାରୁନଥିବା ବେଳେ ଏବେ ପ୍ରଫୁଲ୍ଲଙ୍କ ମୃତ୍ୟୁ  ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ ପ୍ରଫୁଲ୍ଲଙ୍କ ମୃତ୍ୟୁ ସହ ମାହାଙ୍ଗା ମର୍ଡର ମାମଲା ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ପୂର୍ବରୁ ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଥିଲା ବିଜେପି ।

from Kanak News
via <a href="https://ifttt.com/?

ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନକୁ ନେଇ ଘନଉଛି ବିବାଦ : ୧୫ ଜଣଙ୍କ ନାମାଙ୍କନ ପରେ ଆନ୍ଧ୍ର କରୁଛି ନିର୍ବାଚନର ଜୋରଦାର ପ୍ରସ୍ତୁତି

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶା ଅନ୍ତର୍ଗତ କୋଟିଆ ଅଂଚଳରେ ପଂଚାୟତ ନିର୍ବାଚନ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଠିକ୍ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ କୋଟିଆ ପଂଚାୟତର ବିକାଶ ରାସ୍ତା ଖୋଲିଛନ୍ତି । କୋଟିଆ ପଂଚାୟତକୁ ଆଦର୍ଶ ପଂଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଖୁବ ଶୀଘ୍ର ସେ ନିଜେ କୋଟିଆ ଯିବେ ବୋଲି ସୂଚନା ଦେଇଛନ୍ତି ।

ତେବେ କୋଟିଆ ଅଂଚଳରେ ଆନ୍ଧ୍ର ପ୍ରଦେଶ ସରକାର ଜବରଦଖଲ ଏବଂ ସ୍ଥାନୀୟ ଅଂଚଳରେ ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ଯେଉଁ ବିତର୍କ ମୁଣ୍ଡ ଟେକିଛି ସେ ସଂପର୍କରେ କିଛି ବି କହିନଥିଲା । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୋଟିଆ ପଂଚାୟତରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ । ଏଥିରେ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଥିଲା ଓ ୫ କୋଟି ଟଙ୍କାର ଗୋଟିଏ ଜଳସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ପଂଚାୟତରେ ଏବେ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି ।

ସେପଟେ କିନ୍ତୁ ବଢ଼ିଚାଲିଛି ଆନ୍ଧ୍ରର ମନମାନି । କୋଟିଆ ପରେ ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଡୁମ୍ବା ପଂଚାୟତର ଦୁଇଟି ଗାଁ କୁଲାଡ଼ି ଓ ବାଂଜୁଆ ସାହି ଉପରେ ପଡ଼ୋଶୀ ଆନ୍ଧ୍ର ହାକିମାତ ଚଳାଇଛି । ଆନ୍ଧ୍ରରେ ପଂଚାୟତ ନିର୍ବାଚନରେ ଗଂଜାମର ଏହି ଦୁଇ ଗାଁକୁ ସାମିଲ କରାଯାଇଛି । ଏପରିକି ଏହି ଗାଁ ୨ଟିକୁ ଆନ୍ଧ୍ର ତାର ମଂଜୁଷା ମଣ୍ଡଳ ତାଳଗୁରାଣ୍ଡି ପଂଚ୍ରାତର ୱାଡ଼ ନଂ ୯ ଦର୍ଶାଯାଇଛି ।

from Kanak News
via <a href="https://ifttt.com/?

ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର : ପୋଲିସ ଇନଫର୍ମର ସନ୍ଦେହରେ ପୁଅକୁ ହତ୍ୟା କରିବା ପରେ ଗାଁଠାରୁ ଦୂରେଇ ରହିଲେ ଦୌପଦୀ ପାତ୍ରଙ୍କ ପରିବାର

କନକ ବ୍ୟୁରୋ : ମାଓ ଭୟରେ ଗାଁ ଛାଡ଼ିଲେ ସରପଂଚଙ୍କ ପରିବାର । ପୁଲିସ ଉପରୁ ଆସ୍ଥା ହରାଇ ଗାଁ ଛାଡ଼ିଥିବା ସୂଚନା । କନ୍ଧମାଳ ଜିଲ୍ଲା ବେଲଘର ଥାନା ଇଲାକାରେ ଲାଲ୍ ଆତଙ୍କରେ ଲୋକେ ଥରହର । କିଛିଦିନ ତଳେ ମାଓବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁ ପୁଅକୁ ହରାଇଥିବା ସରପଂଚଙ୍କ ପରିବାର ମଧ୍ୟ ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଛନ୍ତି । ଭଣ୍ଡରଙ୍ଗି ସରପଂଚ ଦୌପଦୀ ପାତ୍ରଙ୍କ ପୁଅ ଭବାନୀଙ୍କୁ ପୁଲିସ ଇନଫର୍ମର କହି ମାଓବାଦୀମାନେ ହାତଗୋଡ଼ ବାନ୍ଧୀ ଗଳାକାଟି ନିର୍ମମ ହତ୍ୟା କରିଥିଲେ । ତାଙ୍କର ସମ୍ପର୍କୀୟ ପୀତାମ୍ବରଙ୍କ ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଥିବା ବେଳେ ସରପଂଚଙ୍କ ପରିବାର ଆହୁରି ଭୟଭୀତ ହୋଇପଡ଼ିଥିଲେ ।

ବିଭିନ୍ନ ସମୟରେ ମାଓବାଦୀଙ୍କ ଧମକଚମକ ରହୁଥିବାରୁ ସରପଂଚଙ୍କ ପରିବାର ପୁଲିିସ ଉପରୁ ଆସ୍ଥା ହରାଇ ନିଜ ସୁରକ୍ଷା ପାଇଁ ଗାଁ ଛାଡ଼ି ପଡ଼ୋଶୀ ଜିଲ୍ଲା କଳାହାଣ୍ଡି ଛାଡ଼ି ଚାଲିଯାଇଥିବା ସୂଚନା ରହିଛି । ଏଭଳି ଘଟଣା ଘଟିବା ପରେ ମଧ୍ୟ ଘଟଣା ସ୍ଥଳରେ ପୋଲିସ ନପହଂଚିବାରୁ ଗାଁଲୋକ ଭୟଭୀତ ହୋଇପଡ଼ିଛନ୍ତି । ସୂଚନା ଅନୁସାରେ ଏବେବି ଶହେରୁ ଅଧିକ ମାଓବାଦୀମାନେ ସେମାନଙ୍କ ଶକ୍ତି ବୃଦ୍ଧି ପାଇଁ ଜଙ୍ଗଲରେ ଘୁରି ବୁଲୁଛନ୍ତି ।

from Kanak News
via <a href="https://ifttt.com/?

ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ : ଗଂଜାମରେ ଟିକା ନେଲେ ଜିଲ୍ଲାପାଳ ଓ ଏସପି; କହିଲେ ଭୟ ନକରି ଟିକାକରଣ ପାଇଁ ଆଗକୁ ଆସନ୍ତୁ

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କୋଭିଡ ୱାରିୟର୍ସଙ୍କୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଥିବା ବେଳେ ଟିକା ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଆଗେଇ ଆସିଛନ୍ତି । ଗଂଜାମ ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ ।

ଏହା ପରେ ଜିଲ୍ଲାପାଳ କହିଛନ୍ତି ଡ଼ରନ୍ତୁ ନାହିଁ ଟିକା ନିଅନ୍ତୁ । ଏସବୁ ଭିତରେ ବରିଷ୍ଠ ଅଧିକାରୀମାନେ ଟିକା ନେବାବେଳର ଫଟୋ ଟ୍ୱିଟରରେ ଅପଲୋଡ କରିବାକୁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେବା ସହ ସେମାନଙ୍କ ମନରୁ ଭୟ ଦୂରହେବ ଓ ଆତ୍ମବିଶ୍ୱାସ ବଢିବ । ଆଜିଠାରୁ ଗୃହ, ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ପୁଣି ଅଲୋଡା ହେଲା ଶିଶୁ କନ୍ୟା : ନଦୀପଠା ନିକଟ ଜଙ୍ଗଲରୁ ନବଜାତକ ଶିଶୁକନ୍ୟା ଠାବ; କନ୍ୟାକୁ କୋଳେଇ ନେଲେ ଦିବ୍ୟାଙ୍ଗ ଯୁବକ

କନକ ବ୍ୟୁରୋ : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ନବଜାତ ଶିଶୁ କନ୍ୟାକୁ ନଦୀ ପଠାରେ ଦୟନୀୟ ଅବସ୍ଥାରେ କୈାଣସି ଅଜଣା ଲୋକ ଫିଙ୍ଗି ଦେବା ପରେ ଉଦ୍ଧାର ଘଟଣା କେନ୍ଦ୍ରାପଡା ମହାକାଳପଡାରେ ଚର୍ଚ୍ଚାର ବିଷୟ ହୋଇଛି । ଅଳାଇଲୋ ଗାଁର ରମାକାନ୍ତ ସେଠୀ ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଗାଁ ଛକରେ ଏକ ଦୋକନ କରି ନିଜ ପରିବାର ଚଳାନ୍ତି । ରମାକାନ୍ତ ଗୋବରୀ ନଦୀ ଉପରେ ଥିବା ସେତୁ ନିକଟକୁ ଯାଇଥିବାବେଳେ ହଠାତ୍ ନଦୀ ପଠାରେ ଥିବା ଜଙ୍ଗଲ ମଧ୍ୟରୁ ଜଣେ ଶିଶୁର କାନ୍ଦ ଶୁଣିଥିଲେ ।

ପାଖକୁ ଯାଇ ଦେଖନ୍ତି ତ ଜଣେ ନବଜାତ ଶିଶୁ କନ୍ୟାକୁ କେହି ଜଣେ ଫିଙ୍ଗି ଦେଇଯାଇଛି । ଶିଶୁଟି ଦୟନୀୟ ଅବସ୍ଥାରେ ପଡିଥିବାର ଦେଖି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରେ ଶୁଶୁଟିକୁ ଉଦ୍ଧାର କରି ରମାକାନ୍ତ ନିଜ ଘରକୁ ନେଇଯାଇଥିଲେ । ଖବରପାଇ ଜିଲ୍ଲା ସିଡବ୍ଲୁସି କମିଟିର ଟିମ୍ ଏବଂ ମହାକାଳପଡା ଥାନାର ପୋଲିସ ରମାକାନ୍ତଙ୍କ ଘରେ ପହଁଚିବା ପରେ ଶିଶୁ କନ୍ୟାକୁ ହସ୍ତାନ୍ତର କରାଯାଇଥିଲା । ସି ଡବ୍ଲୁ ସି ଶିଶୁକୁ ନିଜ ହେପାଜତରେ ନେବା ସହିତ ସିକିତ୍ସା ମଧ୍ୟ କରାଇଛନ୍ତି । ଦୁନିଆକୁ ଭଲ ଭାବରେ ଦେଖିନଥିବା ଜଣେ କେମଳମତି ନବଜାତ ଶିଶୁକୁ ଏପରି ଭାବରେ ଫିଙ୍ଗି ଦେବା ଘଟଣାକୁ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି ।

from Kanak News
via <a href="https://ifttt.com/?

ଗଞ୍ଜାମରେ ଏଣିକି ବ୍ୟାଟେରି ଚାଳିତ ଗାଡିରେ ଉଠିବ ଆବର୍ଜନା । ପୁରୁଷୋତ୍ତମପୁର, ପୋଲସରା ବିଜ୍ଞାପିତ ଅଞ୍ଚଳରେ ଅଭିଯାନ ଆରମ୍ଭ 

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର, ପୋଲସରା ବିଜ୍ଞାପିତ ଅଂଚଳରେ ଆରମ୍ଭ ହୋଇଛି ଲୋକଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡିରେ ଆବର୍ଜନା ଉଠାଇବା ଅଭିଯାନ । ମହିଳାମାନେ ନିଜର ଜୀବନଜୀବିକା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ଏହି ଗାଡିଗୁଡିକୁ ଧରି ସାହି ସାହି ବୁଲୁଛନ୍ତି । ଅଳିଆ, ଆବର୍ଜନା ସଂଗ୍ରହ କରୁଛନ୍ତି । ଟିମରେ ଥିବା ସମସ୍ତ ସଦସ୍ୟ ମହିଳା । ଗାଡି ଡ୍ରାଇଭରଠାରୁ ଆରମ୍ଭ କରି ସୁପରଭାଇଜର, ସ୍ୱଛ ସାଥୀ ବି ମହିଳା ।

ସକାଳୁ ସକାଳୁ ନିଜ ଘର କାମ ସାରି ଏହି ସଫେଇ କାମରେ ଯୋଗ ଦେଇ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି ମହିଳାମାନେ । ଏନଏସି ତରଫରୁ ଡ୍ରାଇଭିଙ୍ଗ ଶିକ୍ଷା ସାରିବା ପରେ ସହରର ଗଳି କନ୍ଦି ବୁଲି ବୁଲି ଲୋକଙ୍କଠାରୁ ଅଳିଆ ଆବର୍ଜନା ସଂଗ୍ରହ କରିବା ପରେ ଏହି ଗାଡିରେ ନେଇଯାଆନ୍ତି । ମହଳାମାନେ ନିଜର ଘର ସଫା, ସୁତରା ରଖିଥାନ୍ତି ତେଣୁ ମହିଳାମାନେ ଏହି ଦାଇତ୍ୱ ନେଲେ ପରିମଳ ଅବସ୍ଥା ସୁଧୁରିବ ବୋଲି ପ୍ରଶାସନ ଆଶା ରଖିଛି ।

from Kanak News
via <a href="https://ifttt.com/?

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ : ଲଦ୍ଦାଖର ବିଭିନ୍ନ ଅପହଞ୍ଚ ଓ ପାହାଡି ଇଲାକାରେ ବୁଲିଲେ ଯୋଗବ୍ୟାସ

କନକ ବ୍ୟୁରୋ : ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ । ଲଦାଖର ବିଭିନ୍ନ ଅପହଂଚ ଓ ପାହାଡି ଇଲାକାରେ ବୁଲିଛନ୍ତି ଯୋଗବ୍ୟାସ । ଲଦାଖ ପ୍ରଶାସନର ଅନୁମତି ନେଇ ସେ ରେଜାଂଲା ୱାର ମେମୋରିଆଲରେ ପହଂଚିଥିଲେ । ଏପରିକି ଗିଲଗିଟ ବାଲତିସ୍ତାନକୁ ଲାଗି ରହିଥିବା ପାକିସ୍ତାନ ସୀମାରେ ପହଂଚିଥିଲେ ଯୋଗବ୍ୟାସ । ସିଆଚିନର ନୁବ୍ରାଭ୍ୟାଲିରେ ପହଂଚିବା ସହ ଭାରତ ସୀମାର ଶେଷ ଗାଁ ଥାଙ୍ଗରେ ପହଂଚିଛନ୍ତି । ଏଲଏସିରେ ଥିବା ପାକିସ୍ତାନ ବର୍ଡର ପୋଷ୍ଟକୁ ପାଖରୁ ଦେଖିବା ସହ ଫଟୋ ଉଠାଇଛନ୍ତି । ଭୁପୃଷ୍ଠରୁ ପ୍ରାୟ ୧୭ ହଜାର ଫୁଟ ଉଚ୍ଚରେ ଥିବା ଭାରତ-ଚୀନ ସୀମାର ଜିରୋ ଲାଇନରେ ପହଂଚି ପାରିଛନ୍ତି ଏହି ଓଡିଆ ପର୍ବତାରୋହୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started