ଅଧାକୋଟି ଟିକାକରଣରେ ଭାରତ ଆଗୁଆ : ମାତ୍ର ୨୧ ଦିନରେ ୫୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଗଲାଣି କରୋନା ଟିକା

କନକ ବ୍ୟୁରୋ : କରୋନା ଟିକାକରଣ ମାମଲାରେ ଭାରତ, ବିଶ୍ୱର ଅନ୍ୟ ସମସ୍ତ ଦେଶକୁ ପଛରେ ପକାଇଛି । ସାରା ବିଶ୍ୱରେ ଭାରତ ଦ୍ରୁତତମ ୫୦ ଲକ୍ଷ ଟିକାକରଣ କରି ନୂଆ ମାଇଲଖୁଂଟକୁ ଛୁଇଁଛି । ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାତ୍ର ୨୧ ଦିନ ଭିତରେ ଅଧାକୋଟି ଲୋକଙ୍କୁ ଟିକା ଦେଇଛି ଭାରତ ।

ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି, ଭାରତରେ ମାତ୍ର ୨୧ ଦିନରେ ୫୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରିଛି । ଆମେରିକାରେ ୫୦ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ୨୪ ଦିନ ସମୟ ଲାଗିଥିବା ବେଳେ ବ୍ରିଟେନରେ ୪୩ ଓ ଇସ୍ରାଏଲରେ ୪୫ ଦିନରେ ୫୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିଲା । ମୋନହର ଅଗ୍ନାନି କହିଛନ୍ତି ଶୁକ୍ରବାର ଦେଶରେ ୩ ଲକ୍ଷ ୩୧ ହଜାର ୨୯ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ୫୨ ଲକ୍ଷ ୯୦ ହଜାର ୪୭୪ ଜଣ କରୋନା ଟିକା ନେଇଥିବା ସେ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଭାଙ୍ଗିଯିବ ଲିଙ୍ଗରାଜ ସିଂହଦ୍ୱାର ମୁଖ୍ୟ କବାଟ ! ସୃଷ୍ଟି ହୋଇଛି ବଡ ବଡ ଫାଟ

ଏକାମ୍ର ପ୍ରକଳ୍ପ ଯୋଜନା କାର୍ଯ୍ୟକ୍ରମ ଜୋର୍‌ଦାର୍‌ ଚାଲିଛି । ମନ୍ଦିର ଚତୁଃପାର୍ଶ୍ବକୁ ସୁନ୍ଦର କରିବା ପାଇଁ ଉଚ୍ଛେଦ କାମ ପୁଣି ଆରମ୍ଭ ହୋଇଛି । କିନ୍ତୁ ମନ୍ଦିରର ସମସ୍ୟା ସମାଧାନ ହୋଇପାରୁନାହିଁ । ପୂର୍ବରୁ ମୁଖ୍ୟ ମନ୍ଦିରରୁ ପାଣି ଗଳିବା ଓ ଆର୍ଥିଂ ନ ଥିବା ସମସ୍ୟା ଥିଲା । ଏବେ ଆଉ ଏକ ସମସ୍ୟା ଦେଖା ଦେଇଛି । ସିଂହଦ୍ବାର ମୁଖ୍ୟ ଦୁଇ କବାଟରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଫାଟ ଯୋଗୁଁ ଏହା ଭାଙ୍ଗି ପଡ଼ିବା ସ୍ଥିତିରେ ରହିଛି । କୌଣସି ସମୟରେ ଏହା ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ଦେଖାଦେଇଛି ।

ସେବାୟତମାନଙ୍କ ସୂଚନାନୁସାରେ, ଶହଶହ ବର୍ଷର ଏହି କବାଟରେ ପିତ୍ତଳ ଚଦର ଦିଆଯାଇଛି । ୧୯୮୦ ମସିହାରେ ଜଣେ ବଦାନ୍ୟ ବ୍ୟକ୍ତି ସିଂହଦ୍ବାର କବାଟ ଦୁଇଟିକୁ ପିତ୍ତଳ ଚଦରରେ ଘୋଡ଼ାଇବା ପାଇଁ ଅର୍ଥଦାନ କରିଥିଲେ। ଫଳରେ ସିଂହଦ୍ବାର କବାଟ ଖୁବ୍‌ ଆକର୍ଷଣୀୟ ହୋଇଛି। କିନ୍ତୁ ଏହି ଚଦର ତଳେ ଥିବା କାଠ ଦୁର୍ବଳ ହୋଇ ପଡ଼ିଲାଣି। ପିତ୍ତଳ ପ୍ଲେଟ୍ ତଳେ କାଠ ଫାଟି ଆଁ କରିଛି। ଫଳରେ କବାଟ ବନ୍ଦ କଲା ବେଳକୁ ଏହି ଫାଟ ବାହାରକୁ ଦେଖାଗଲାଣି। ମରାମତି ହେଉ ନଥିବାରୁ ଏହି ଫାଟ ଦିନକୁ ଦିନ ବଡ଼ ଦେଖାଯାଉଛି। ବରିଷ୍ଠ ସେବାୟତମାନଙ୍କ କହିବା କଥା, ଏହି କବାଟ ବହୁ ବର୍ଷ ପୂର୍ବରୁ ଲାଗିଛି। ଏବେ ସିନା ପିତ୍ତଳ ଚଦର ଢ଼ଙ୍କା ଯାଇଛି, କିନ୍ତୁ କାଠ ବଦଳା ଯାଇ ନାହିଁ। ଫଳରେ କିଛି କିଛି ଅଂଶ ଦୁର୍ବଳ ହୋଇ ଫାଟ ସୃଷ୍ଟି ହେଲାଣି। ଏନେଇ ସେବାୟତଗଣ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଏଥିସହିତ ସେମାନେ ଏଏସ୍ଆଇକୁ ମଧ୍ୟ ଜଣାଇଥିଲେ। ତେବେ ଏହି ସମସ୍ୟାର ସମାଧାନ ରାସ୍ତା ସେମିତି ଫାଇଲ୍‌ ଭିତରେ ଚାପି ହୋଇ ରହିଯାଇଛି।

ବରିଷ୍ଠ ସେବାୟତ ତଥା ପୂଜାପଣ୍ଡା ନିଯୋଗର ସଭାପତି କାଶୀନାଥ ପୂଜାପଣ୍ଡା କହିଛନ୍ତି ଯେ ତାଙ୍କ ପିଲାବେଳୁ ସେ ଏହି କବାଟ ଲାଗିଥିବା ଦେଖି ଆସୁଛନ୍ତି। ଏବେ ଏହି କବାଟ ଦୋହଲିଲାଣି। କେତେବେଳେ ଭାଙ୍ଗି ତଳେ ପଡ଼ିବ, କହି ହେବ ନାହିଁ। ସେହିଭଳି ବଡୁ ନିଯୋଗ ସଭାପତି ଅଞ୍ଚଳ ବଟୁ ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ ମନ୍ଦିର ପ୍ରଶାସନ ଓ ଏଏସ୍‌ଆଇକୁ ଜଣାଇବା ପରେ ମଧ୍ୟ ପଦକ୍ଷେପ ଶୂନ। ତେଣୁ ନେଡ଼ିଗୁଡ଼ କହୁଣୀରେ ପହଞ୍ଚିଲେ ଯାଇ ଚେତିବେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ କହିବା କଥା ଏହି ସମସ୍ୟା ନେଇ ଏଏସ୍ଆଇକୁ ଜଣାଇଛୁ। ଏନେଇ ଟ୍ରଷ୍ଟବୋର୍ଡରେ ଆଲୋଚନା ହେବ। ଏଏସ୍ଆଇର ଭୁବନେଶ୍ବର ସଂଗ୍ରାଧୀକ୍ଷକ ସୁଶାନ୍ତ କୁମାର ଗୋଚ୍ଛାୟତ କହିଛନ୍ତି, ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ଏହା ବହୁ ପୁରୁଣା କବାଟ। ଏଏସ୍ଆଇର ନିୟମ ଅନୁଯାୟୀ, ଏହା ନୂଆ ଲାଗି ପାରିବ ନାହିଁ। ଏହାକୁ ମରାମତି କରାଯିବ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ହେବନି ଚକାଜାମ୍ ଆନ୍ଦୋଳନ : ଚାଷୀ ସଙ୍ଗଠନର ଘୋଷଣା ପରେ ବି ସଜାଗ ରହିଛି ଦିଲ୍ଲୀ ପୋଲିସ

କନକ ବ୍ୟୁରୋ : ଦିଲ୍ଲୀରେ ଚକା ଜାମ୍ ଆନ୍ଦୋଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ଚାଷୀ ସଂଗଠନ । ତଥାପି ପ୍ରସ୍ତୁତ ହୋଇ ରହିଛି ଦିଲ୍ଲୀ ପୋଲିସ । ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଓ ଉପଦ୍ରବକୁ ଦେଖି ଆଗୁଆ ସତର୍କ ହୋଇଛି ଦିଲ୍ଲୀ ପୋଲିସ । ପୂର୍ବରୁ ଆପଣ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାରେ କଂଟା ବିଛା ଯାଇଥିଲା । ଏପରିକି କଂଟାଯୁକ୍ତ ତାର ବି ବିଛା ଯାଇଥିଲା । ହେଲେ ଏବେ ଚାଲିଛି କଂକ୍ରିଟ୍ ପାଚେରୀ ନିର୍ମାଣ । ଚାଷୀଙ୍କ ଚମା ଜାମ୍ ଆନ୍ଦୋଳନକୁ ଦେଖି ତିନି ଥାକିଆ ବ୍ୟାରିକେଡିଂ କରିଛି ପୋଲିସ ।

ଦିଲ୍ଲୀକୁ ସଂଯୋଗ କରୁଥିବା ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଏହିଭଳି ବ୍ୟାରିକେଡିଂ କରାଯାଇଛି । ଉପଦ୍ରବକାରୀଙ୍କୁ ସାବାଡ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି ପୋଲିସ । ଦିଲ୍ଲୀ ସୀମାରେ ଓ ଭିତରେ ଅତିରିକ୍ତ ପୋଲିସ ବଳଙ୍କୁ ମୁତୟନ କରାଯାଇଛି । ରାଜୀବ ଚୌକ ଓ କେନ୍ଦ୍ରୀୟ ସଚିବାଳୟ ସମେତ ୧୨ଟି ମେଟ୍ରୋ ଷ୍ଟେସନକୁ ସର୍ଟ ନୋଟିସରେ ବନ୍ଦ କରିବାକୁ ପ୍ରସ୍ତୁତ ରହିବା ପାଇଁ ଚିଠି ଲେଖି ଜଣାଇ ଦିଆଯାଇଛି । ଚାଷୀଙ୍କ ଚକା ଜାମ ଆନ୍ଦୋଳନ ପୂର୍ବରୁ ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ, ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ହିଂସାତ୍ମକ ଆନ୍ଦୋଳନ ଉପରେ ସତର୍କ ନଜର ରଖିବାକୁ କହିଛନ୍ତି । ପରିସ୍ଥିତି ଅଣାୟତ ହେଲେ ବଳ ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ନେଇ ସଚିନଙ୍କ ଟ୍ୱିଟ୍ : ସୋସିଆଲ ମିଡିଆରେ ଲେଖିଥିଲେ, ଇଣ୍ଡିଆ ଟୁଗେଦର;ଚାଷୀଙ୍କୁ ଅପମାନ କହି ସଚିନଙ୍କ କଟଆଉଟରେ କାଳି ବୋଳିଲା କେରଳ ଯୁବ କଂଗ୍ରେସ

କନକ ବ୍ୟୁରୋ : କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ କଟଆଉଟରେ କଳା ବୋଳିଲା କଂଗ୍ରେସ । ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଥିଲେ କିଛି ବିଦେଶୀ ସେଲିବ୍ରିଟି । ଏହାକୁ ବିରୋଧ କରି ଟ୍ୱିଟ କରିଥିଲେ ସଚିନ ତେନ୍ଦୁଲକର । ହଲିଉଡ ପପ୍ ସେନସେସନ ରିହାନା ଓ ପରିବେଷ କର୍ମୀ ଗ୍ରେଟା ଥନବର୍ଗଙ୍କ ଭଳି ଅନ୍ତର୍ଜାତୀୟ ହସ୍ତୀ ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ।

ହେଲେ ଏହାକୁ ଭାରତୀୟଙ୍କ ଆଭ୍ୟନ୍ତରୀଣ ପ୍ରସଙ୍ଗ କହି ପୁରାଦେଶ ଏକାଠି ଥିବାର ବାର୍ତ୍ତା ଟ୍ୱିଟରରେ ଦେଇଥିଲେ ସଚିନ୍ । ଏହାକୁ ଅନୁସରଣ କରି ଅନେକ କ୍ରିକେଟ୍ ଖେଳାଳି ଓ ଫିଲ୍ମ ତାରକା ବିଦେଶୀ ସେଲିବ୍ରିଟିଙ୍କ ବିରୋଧରେ ବାହାରିଥିଲେ । ସୋସିଆଲ ମିଡିଆରେ ଇଣ୍ଡିଆ ଟୁଗେଦର ନାଁରେ କ୍ୟାମ୍ପେନ ଆରମ୍ଭ କରିଥିଲେ । ଯାହାକୁ ବିରୋଧ କରି କେରଳ ଯୁବ କଂଗ୍ରେସ ପକ୍ଷରୁ ସଚିନଙ୍କ ଫଟୋର କଟଆଉଟରେ କଳା ତେଲ ଢଳାଯାଇଛି । ନିଜର ହକ ପାଇଁ ଲଢେଇ କରୁଥିବା ଚୀଷାଙ୍କୁ ସଚିନ ଅପମାନ କରିଥିବା ଅଭିଯୋଗ କରି ଏହିଭଳି ପ୍ରତିବାଦର କଳା ବୋଳିଛି କେରଳ ଯୁବ କଂଗ୍ରେସ ।

from Kanak News
via <a href="https://ifttt.com/?

ସୁନା ନୁହେଁ କି ଟଙ୍କା ନୁହେଁ… ସାଙ୍ଗ ବାହାଘରେ ପେଟ୍ରୋଲ ଗିଫ୍ଟ । ପେଟ୍ରୋଲ୍ ମୂଲ୍ୟ ବୃଦ୍ଧି ନେଇ ଝାରସୁଗୁଡା ଯୁବକଙ୍କ ନିଆରା ପ୍ରତିବାଦ

ସାଙ୍ଗ ବାହାଘରେ ପେଟ୍ରୋଲ ଗିଫ୍ଟ । ସାଧାରଣତଃ ବାହାଘରରେ ସାଙ୍ଗମାନେ ହୁଅନ୍ତୁ ସମ୍ପର୍କିୟ, ଫୁଲ ବୁକେ, ଟଙ୍କା, ସୁନା ଜିନିଷ ଆଦି ଗିଫ୍ଟ ଦେଇଥାନ୍ତି । କିନ୍ତୁ ଝାରସୁଗୁଡାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି ସାଙ୍ଗ ବାହାଘରେ ସାଙ୍ଗମାନେ ସାଙ୍ଗକୁ କୌଣସି ସୁନା ଜିନିଷ ନୁହେଁ ବରଂ ପେଟ୍ରୋଲ ଗିଫ୍ଟ କରିଛନ୍ତି

ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ଦର ହୁ ହୁ ହୋଇ ବଢ଼ୁଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ସେହି ଅନୁସାରେ ବଢ଼ୁଛି। ତୈଳ ଦର ବୃଦ୍ଧିକୁ ଝାରସୁଗୁଡ଼ାର କିଛି ଯୁବକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଗୁରୁବାର ସ୍ଥାନୀୟ ପୁରୁଣାବସ୍ତି ନିବାସୀ ଘନଶ୍ୟାମ ପଟ୍ଟନାୟକଙ୍କ ସୁପୁତ୍ର ଦେବାଶିଷ ସହ ଶିବନିଙ୍କ ବିବାହ ଉତ୍ସବରେ ଉପହାର ସ୍ୱରୂପ ତାଙ୍କ ସହପାଠୀମାନେ ଏକ ଜାରକିନ୍‌ରେ ୫ ଲିଟର ପେଟ୍ରୋଲକୁ ଉପହାର ଭାବରେ ନବଦମ୍ପତିଙ୍କୁ ପ୍ରଦାନ କରିଥିଲେ। ବର୍ଦ୍ଧିତ ତୈଳ ଦର ଯୋଗୁଁ ମଧ୍ୟବିତ୍ତ ପରିବାର ଉପରେ ପଡୁଥିବା ଚାପ ବିରୋଧରେ ଏକ ଭିନ୍ନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି କହିଛନ୍ତି ସଂଗ୍ରାମ ମହାନ୍ତି।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ଦେଶରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବା ପରିବର୍ତ୍ତେ ଅହେତୁକ ଭାବରେ ବୃଦ୍ଧି ପାଉଛି। ଏହାକୁ ଯଥାଶୀଘ୍ର ବିଚାରକୁ ନେଇ ତୈଳ ଦର ହ୍ରାସ କରିବା ପାଇଁ ସ୍ଥାନୀୟ ଯୁବକମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

from Kanak News
via <a href="https://ifttt.com/?

ବାହୁବଳୀ-୨ର ସବୁ ରେକର୍ଡ ଭାଙ୍ଗିଦେବ ଏସଏସ ରାଜାମୌଳିଙ୍କ ଆଗାମୀ ଫିଲ୍ମ ଆରଆରଆର : ଆଗାମୀ ଦଶହରାରେ ୧୦ଟି ଭାଷାରେ ହେବ ରିଲିଜ

କନକ ବ୍ୟୁରୋ : ବାହୁବଳୀର ସବୁ ରେକର୍ଡ ଭାଙ୍ଗିଦେବ ଏସଏସ ରାଜାମୌଳିଙ୍କ ଆଗାମୀ ଫିଲ୍ମ ଆରଆରଆର । ଜୁନିୟର ଏନଟିଆର ଓ ରାମଚରଣ ତେଜାଙ୍କ ଅଭିନୀତ ଏହି ଫିଲ୍ମ ସାରା ଭାରତରେ ୧୦ଟି ବାଷାରେ ରିଲଜ ହେବାକୁ ଯାଉଛି । ଆଗାମୀ ଦଶହରା ଅକ୍ଟୋବର ୧୩ ତାରିଖରେ ଫିଲ୍ମ ରିଲିଜ କରିବାକୁ ଘୋଷଣା ହେବାପରେ ଚର୍ଚ୍ଚାରେ ରହିଆସିଛି ଏହି ଫିଲ୍ମ । କୁହାଯାଉଛି ଫିଲ୍ମର ବଜେଟ୍ ରହିଛି ୪ଶହ କୋଟି ।

ହେଲେ ଫିଲ୍ମ ରିଲିଜ ହେବା ଆଗରୁ ତାମିଲ, ତେଲୁଗୁ, ମାଲାୟଲମ ଓ କନ୍ନଡ ୪ଟି ଭାଷାରେ ଫିଲ୍ମର ଥିଏଟ୍ରିକାଲ ରାଇଟ୍ସ ପାଇଁ ୩୪୮ କୋଟି ଟଙ୍କାର ଅଫର ମିଳିସାରିଛି । ଆନ୍ଧ୍ରରେ ୧୬୫ କୋଟି, ତାମିଲନାଡୁରେ ୪୮ କୋଟି, କେରଳରେ ୧୫ କୋଟି, କର୍ଣ୍ଣାଟକରେ ୪୫ କୋଟି ଓ ତେଲେଙ୍ଗାନାରେ ୭୫ କୋଟି ଟଙ୍କାର ଥିଏଟ୍ରିକାଲ ରାଇଟ୍ସ ହାସଲ କରିଛି । ଏହାପୂର୍ବରୁ ବାହୁବଳୀ-୨ ରିଲିଜ ହେବା ଆଗରୁ ୨୧୫ କୋଟି ଟଙ୍କାର ଆୟ କରିଥିଲା ।

ଅବଶ୍ୟ ଫିଲ୍ମର ବକ୍ସ ଅଫିସ କଲେକ୍ସନ ୧୪ଶହ କୋଟି ଟଙ୍କା ଥିଲା । ହେଲେ ଆରଆରଆର- ଅର୍ଥାତ ରାଇଜ୍, ରୋର ଆଣ୍ଡ ରିଭୋଲ୍ଟ ଏହି ରେକର୍ଡକୁ ମଧ୍ୟ ଟପିଯିବ ବୋଲି ଆଶା କରାଯାଉଛି । ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ରିଲିଜ ହେବାକୁ ଯାଉଛି । ଏଥିରେ ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ସହ ହଲିଉଡ ଅଭିନେତ୍ରୀ ଏଲିସନ ଡୁଡି ବି ନଜର ଆସିବେ ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତିକୁ ଜୋରଦାର କରିବ ବିଜେପି : ନଦିଆର ନବଦ୍ୱୀପରୁ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତିକୁ ଜୋରଦାର କରିବ ବିଜେପି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ତୀବ୍ର ହେବାରେ ଲାଗିଛି । ପଶ୍ଚିମବଙ୍ଗବାସୀଙ୍କ ମନ ଜିତିବାକୁ ଆଜିଠାରୁ ରାଜ୍ୟବ୍ୟାପୀ ୫ଟି ପରିବର୍ତ୍ତନ ରଥଯାତ୍ରା କରିବ ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନଦିଆର ନବଦ୍ୱୀପ ଅଂଚଳରୁ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ କରିବେ ।

ହେଲେ ଏହି ପରିବର୍ତ୍ତନ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଅନୁମତି ଦିଆଯାଇ ନଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ଫେବ୍ରୁଆରୀ ୧୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତର ପଶ୍ଚିମବଙ୍ଗର କୁଚ୍ବେହାର ଅଂଚଳରୁ ଆଉ ଏକ ରଥଯାତ୍ରାର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ଝାଡଗ୍ରାମ, କାକଦ୍ୱୀପ ଓ ତାରାପୀଠ ଅଂଚଳରୁ ଆଉ ୩ଟି ରଥଯାତ୍ରା ବାହାର କରିବ ବିଜେପି । ଆଗାମୀ ୨୫ ଦିନଧରି ରାଜ୍ୟର ସମସ୍ତ ୨୯୪ ବିଧାନସଭା କ୍ଷେତ୍ରରେ ବୁଲିବାକୁ ଥିବା ବିଜେପି ରଥଯାତ୍ରାର ଶେଷ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

from Kanak News
via <a href="https://ifttt.com/?

ଆଜି ରାଜ୍ୟରେ ଟିକା ନେବେ ଆଗଧାଡିର କରୋନା ଯୋଦ୍ଧା : ହସ୍ପିଟାଲ ନଯାଇ ଅଫିସରେ ଟିକାନେବେ ଅଧିକାରୀ ଓ କର୍ମଚାରୀ

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କୋଭିଡ ୱାରିୟର୍ସଙ୍କୁ ଦିଆଯିବ କରୋନା ଟିକା । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଛି । ପୋଲିସ ଡିଜିଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀମାନଙ୍କୁ ଟିକା ଦିଆଯିବ । ଏପରିକି ବରିଷ୍ଠ ଅଧିକାରୀମାନେ ଟିକା ନେବାବେଳର ଫଟୋ ଟ୍ୱିଟରରେ ଅପଲୋଡ କରିବାକୁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେବାସହ ସେମାନଙ୍କ ମନରୁ ଭୟ ଦୂରହେବ ଓ ଆତ୍ମବିଶ୍ୱାସ ବଢିବ ।

ଆଜିଠାରୁ ଗୃହ, ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ ବୋଲି ଜଣାପଡିଛି । ହସ୍ପିଟାଲ ପରିବର୍ତ୍ତେ ଏମାନଙ୍କ ପାଇଁ ଅଫିସରେ ଟିକା ନେବାର ବ୍ୟବସ୍ଥା କରାଯାଇଛି । ସେହିପରି କଲ୍ୟାଣ ମଣ୍ଡପ ଓ ବିଭିନ୍ନ ଗୋଷ୍ଠୀକେନ୍ଦ୍ରରେ ଟିକା ଦେବାପାଇଁ ମାଇକ୍ରୋ ପ୍ଲାନିଂ ହୋଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

from Kanak News
via <a href="https://ifttt.com/?

ଆଜି ମହାନଦୀ ମାମଲାର ଶୁଣାଣି… କଣ ନିଆଯିବ ନିଷ୍ପତ୍ତି ତା ଉପରେ ସମସ୍ତଙ୍କର ନଜର

ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆଜି ମାମଲାର ଶୁଣାଣି କରିବେ। ଶୁଣାଣିରେ ଉଭୟ ଓଡିଶା ଓ ଛତିଶଗଡ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆପୋଷ ଆଲୋଚନାର ସ୍ଥିତି ସଂପର୍କରେ ଅବଗତ କରାଯିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଓଡିଶା ଦ୍ବାରା ଅଣମୌସୁମୀ ଋତୁ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ) ହୀରାକୁଦ ଜଳ ଭଣ୍ଡାରକୁ ଅତି କମ୍‌ରେ ୧.୫ ନିୟୁତ ଏକର ଫୁଟ ଜଳ ସୁନିଶ୍ଚିତ କରିବା ନେଇ ଅନ୍ତରୀଣ ବ୍ୟବସ୍ଥା ପାଇଁ ଛତିଶଗଡକୁ ପ୍ରସ୍ତାବ ଦିଆଯାଇଛି। ଏତଦ୍‌ବ୍ୟତୀତ ଟ୍ରିବ୍ୟୁନାଲଙ୍କ ଆସେସରମାନଙ୍କ ଦ୍ବାରା କମନ୍‌ ଇନ୍‌ଫର୍‌ମେଶନ ଫର୍ମାଟ୍‌ ସଂପର୍କୀତ ପ୍ରସଙ୍ଗ ଭିତ୍ତିକ ତଥ୍ୟକୁ ଦୁଇ ରାଜ୍ୟମାନଙ୍କ ନିକଟରୁ ଗ୍ରହଣ କରାଯାଇଥିବାରୁ ଏହାକୁ ଟ୍ରିବ୍ୟୁନାଲଙ୍କ ନିକଟରେ ଚୁଡାନ୍ତ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବାର ଆଶା କରାଯାଉଛି। ଅପରପକ୍ଷେ ଛତିଶଗଡ ଦ୍ବାରା ଟ୍ରିବ୍ୟୁନାଲଙ୍କ ଆସେସରଙ୍କ ନିକଟରେ କମନ୍‌ ଇନ୍‌ଫର୍‌ମେଶନ୍‌ ଫର୍ମାଟ୍‌ରେ ଯେଉଁ ପ୍ରସଙ୍ଗ ଭିତ୍ତିକ ତଥ୍ୟର ବିବରଣୀ ପ୍ରଦାନ କରାଯାଇଛି ସେଥିରୁ ଦୁଇଟି ପ୍ରସଙ୍ଗରେ ଆସେସର ଆପତ୍ତି ଉଠାଇଥିବାର ଜଣାପଡିଛି। ଆସନ୍ତାକାଲିର ଶୁଣାଣିରେ ଟ୍ରିବ୍ୟୁନାଲ ମହାନଦୀ ଜଳ ସଂପର୍କୀତ ତଥ୍ୟକୁ ଉଭୟ ଓଡିଶା ଓ ଛତିଶଗଡକୁ କେନ୍ଦ୍ରିୟ ଏଜେନ୍ସିମାନଙ୍କ ଦ୍ବାରା ଯୋଗାଇ ନ ଦେବା ପ୍ରସଙ୍ଗରେ ମଧ୍ୟ ଉଭୟ ରାଜ୍ୟମାନଙ୍କର ଦଲିଲକୁ ବିଚାର କରିପାରନ୍ତି। ଗତ ୭ ମାସରୁ ଉଭୟ ରାଜ୍ୟ ବିଭିନ୍ନ କେନ୍ଦ୍ରିୟ ଏଜେନ୍ସି ମାନଙ୍କଠାରୁ ମହାନଦୀ ଜଳ ସଂପର୍କୀତ ତଥ୍ୟ ଲୋଡିଥିଲେ ମଧ୍ୟ ଦୁଇ ରାଜ୍ୟମାନଙ୍କୁ ଅସଂପୂର୍ଣ୍ଣ ଦସ୍ତାବିଜ ଯୋଗାଇ ଦିଆଯାଇ ଥିବାର ଅଭିଯୋଗ ରହିଛି। ଏଥି ପୂର୍ବରୁ ଟ୍ରିବ୍ୟୁନାଲ ଦୁଇ ରାଜ୍ୟ ମାନଙ୍କ ଦ୍ବାରା ଦାଖଲ କରାଯାଇ ଥିବା ଆବେଦନ ଭିତ୍ତିରେ କେନ୍ଦ୍ରିୟ ସଂସ୍ଥାମାନଙ୍କୁ ନଥିପତ୍ର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

from Kanak News
via <a href="https://ifttt.com/?

ବିଶ୍ୱବ୍ୟାପୀ ଜୋରଦାର ହୋଇଛି କରୋନା ଟିକାକରଣ : ହେଲେ କେତେଦିନ ଚାଲିବ ମହାମାରୀ ବିରୋଧରେ ମହାଲଢେଇ ?

କନକ ବ୍ୟୁରୋ : ଭାରତ ସମେତ ସାରା ବିଶ୍ୱରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ଆଉ ପ୍ରଶ୍ନ ଉଠୁଛି- କେବେ କରୋନା ବିରୋଧୀ ଲଢେଇ ଶେଷ ହେବ ? ଅର୍ଥାତ କେତେ ପ୍ରତିଶତ ଲୋକଙ୍କ ଟିକାକରଣ ହେଲେ ମହାମାରୀକୁ ମାତ ଦେଇହେବ ? ଏବଂ ଏଥିପାଇଁ କେତେ ସମୟ ଲାଗିବ ? ବିଶେଷଜ୍ଞଙ୍କ କହିବା ହେଲା ବିଶ୍ୱବ୍ୟାପୀ ୭୫ରୁ ୮୫ ପ୍ରତିଶତ ଟିକାକରଣ ହେଲେ ଯାଇ କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ଜିତିହେବ । ମହାମାରୀକୁ ମାତ୍ ଦେବ ସମ୍ଭବ ହେବ । ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ବିଶ୍ୱବ୍ୟାପୀ ଚାଲିଥିବା କରୋନା ଟିକାକରଣରେ ରହିଛି । ଯାହାକୁ ନେଇ ବ୍ଲୁମବର୍ଗ ଏକ ଡାଟାବେସ ତିଆରି କରିଛି ।

କେବେ ସରିବ କରୋନା ବିରୋଧରେ ଲଢେଇ ?

– ବର୍ତ୍ତମାନ ଯେଉଁ ଗତିରେ ଟିକାକରଣ ଚାଲିଛି କରୋନା ବିରୋଧୀ ଲଢେଇ ଜିତିବାକୁ ୭ ବର୍ଷ ଲାଗିବ !
– ବିଶ୍ୱର ୭୫% ଲୋକଙ୍କୁ କରୋନା ଟିକାର ୨ଟି ଡୋଜ୍ ଦେବାକୁ ଅନ୍ୟୁନ ୭ ବର୍ଷ ସମୟ ଦରକାର
– ଆମେରିକାରେ ସାଢେ ୩ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇ ସାରିଛି
– ଚୀନରେ ୩ କୋଟିରୁ ଅଧିକ ଏବଂ ୟୁରୋପୀୟ ସଂଘରେ ଦେଢ କୋଟିରୁ ଅଧିକ ଲୋକଙ୍କ ଟିକାକରଣ
– ଇସ୍ରାଏଲରେ ୨ ମାସରେ ୭୫% ଅର୍ଥାତ ୫୩ ଲକ୍ଷ ଲୋକଙ୍କ ଟିକାକରଣ ଶେଷ ହୋଇଛି
– ଆମ ଦେଶରେ ରେକର୍ଡ ୨୧ ଦିନରେ ୫୨ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ ହୋଇସାରିଛି
– ବ୍ଲୁମବର୍ଗର ଆକଳନ, ବର୍ତ୍ତମାନ ଚାଲିଥିବା ଟିକାକରଣର ଗତି ଧିମା ହେଲେ ଏହି ଅବଧି ଆହୁରି ବଢିବ
– ଅର୍ଥାତ କାନାଡାରେ ଟିକା ପହଂଚି ପାରୁନଥିବାରୁ ୭୫% ଟିକାକରଣ ପାଇଁ ୧୦ ବର୍ଷ ସମୟ ଲାଗିପାରେ
– ତେବେ ବଜାରରେ ଆହୁରି ଅଧିକ ଟିକା ଉପଲବ୍ଧ ହେଲେ ଏହି ଅବଧି ଆହୁରି କମିଯିବା ସମ୍ଭାବନା

from Kanak News
via <a href="https://ifttt.com/?

Design a site like this with WordPress.com
Get started