କୃଷକଙ୍କ ‘ଚକାଜାମ୍’ ଆନ୍ଦୋଳନ ଆଜି : ଓଡ଼ିଶାରେ ଚକାଜାମର ମଙ୍ଗ ଧରିବ ନବ ନିର୍ମାଣ କୃଷକ ସଂଗଠନ

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଆଜି ଓଡିଶାରେ ମଧ୍ୟ ଅଖଚକ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ ।

ତେବେ ଏହି ଆନ୍ଦୋଳନକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଚାଷୀ ଆନ୍ଦୋଳନ ହିଂସାତ୍ମକ ନ ହେଉ । ଆଲୋଚନାରୁ ନିଷ୍କର୍ସ ବାହାରିବ ବୋଲି କହିଛନ୍ତି ଶଶିଭୂଷଣ । ଅନ୍ୟପଟେ ଏହି ‘ଚକାଜାମ’କୁ ସମର୍ଥନ କରିଛି କଂଗ୍ରେସ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ବିଜେପି କୃଷି ଆଇନ ଲାଗୁ ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ମତ ଦୋହରାଇଛି ।

from Kanak News
via <a href="https://ifttt.com/?

ଆଜି ଚାଷୀ କରିବେ ‘ଚକାଜାମ’ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ

କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରିବାକୁ ନିଷ୍ପତ୍ତି ନେଇଛି ଚାଷୀ ସଂଗଠନ । ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକା ଜାମ୍ ଆନ୍ଦୋଳନ ବନ୍ଦ ରହିବ । ଦେଶର ଅନ୍ୟାନ୍ୟ ଭାଗରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଚାଷୀ ଆନ୍ଦୋଳନକୁ ଅଣଦେଖା, ଆନ୍ଦୋଳନ ସ୍ଥଳରେ ଇଂଟରନେଟ୍ ବ୍ୟାନ୍ ଏବଂ ବଜେଟରେ ଚାଷୀଙ୍କ ଦାବିକୁ ଉପେକ୍ଷା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ପରେ ଚାଷୀଙ୍କର ଏହା ସବୁଠାରୁ ବଡ ପ୍ରତିବାଦ କାର୍ଯ୍ୟକ୍ରମ ।

ଚାଷୀ କରିବେ ‘ଚକା ଜାମ୍’

– ଦେଶର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅଖ, ଚକ ବନ୍ଦ ହେବ
– ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା, ୩ ଘଂଟା ପାଇଁ ହେବ ‘ଚକା ଜାମ୍’ ଆନ୍ଦୋଳନ
– ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ‘ଚକା ଜାମ୍’ ଆନ୍ଦୋଳନ ହେବନାହିଁ
– ଏସବୁ ରାଜ୍ୟରେ ହିଂସାକାଣ୍ଡ ଆଶଙ୍କା କରୁଛି ଭାରତୀୟ କିଷାନ ୟୁନିୟନ୍
– ଦିଲ୍ଲୀକୁ ୩ଟି ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି
– ଆନ୍ଦୋଳନ ସମୟରେ ସୋସିଆଲ ମିଡିଆ ଉପରେ ସତର୍କ ନଜର ରଖାଯିବ
– ‘ଚକା ଜାମ୍’ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ହରିଆଣା ଗୃହ ମନ୍ତ୍ରୀ
– ଅମିତ ଶାହାଙ୍କୁ ଭେଟି ସୁରକ୍ଷା ବିବରଣୀ ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର
– ଗତକାଲି ଏହି ବୈଠକରେ ଉପସ୍ଥିତ ଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା
– ଆଜିର ‘ଚକା ଜାମ୍’ ଆନ୍ଦୋଳନରେ ସାମିଲ ହେଉନାହିଁ ଭାରତୀୟ କିଷାନ ସଂଘ

from Kanak News
via <a href="https://ifttt.com/?

ଚାଷୀଙ୍କ ଚକାଜାମକୁ କଂଗ୍ରେସର ସମର୍ଥନ । ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଓଡିଶା ପ୍ରଦେଶ କଂଗ୍ରେସ

କନକ ବ୍ୟୁରୋ: ଆସନ୍ତାକାଲିର ଚାଷୀ ସଂଗଠନଗୁଡ଼ିକ ଡାକରା ଦେଇଥିବା ଦେଶବ୍ୟାପୀ ‘ଚକା ଜାମ’କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ଚାଷୀ ଆନ୍ଦୋଳନକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ନେତା ସୁଦର୍ଶନ ଦାସ। ସେ କହିଛନ୍ତି ଯେ, ଆଜି ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ କଂଗ୍ରେସ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩୦ ଜିଲ୍ଲାର ସଭାପତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏତଦ୍‌ ବ୍ୟତୀତ ବୈଠକରେ ସମସ୍ତ ଜିଲ୍ଲାର ପ୍ରଭାରୀମାନେ ସାମିଲ ହୋଇଥିଲେ। ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ୍ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାଯାଇଛି। ସେହିପରି କଂଗ୍ରେସ ବ୍ଳକ ଓ ଜିଲ୍ଲାସ୍ତରରେ ନୂଆ କମିଟି ଗଠନ କରିବ ବୋଲି ଜଣାପଡ଼ିଛି।

ତେଣେ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି ଯେ, କଂଗ୍ରେସ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ପାଳନ କରିବ । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଏଭଳି ବନ୍ଦ ଡାକରା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି । ଆନ୍ଦୋଳନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଜାରି ରହିବ। ଏହି ସମୟରେ ଚକଅଖ ସବୁ ବନ୍ଦ ରହିବ ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ବିଜେପିିର ପରିବର୍ତ୍ତନ ଯାତ୍ରା । ଆସନ୍ତାକାଲି ଶୁଭାରମ୍ଭ କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ବେଙ୍ଗଲ ରାଜନୀତି ସରଗରମ ।

କନକ ବ୍ୟୁରୋ: ବେଙ୍ଗଲ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ପଶ୍ଚିମବଙ୍ଗ ରାଜନୀତି ସେତିକି ଜୋର୍ ଧରୁଛି । ବିଜେପି ମମତାଙ୍କ ଗଡକୁ ଭାଙ୍ଗିବାକୁ ଯୋଜନା କରୁଥିବାବେଳେ ଦିଦି ବି ବିଜେପିକୁ ଅକଳରେ ପକାଇବାକୁ ବସିଛନ୍ତି । ଏହାରି ଭିତରେ ଆସନ୍ତାକାଲିଠୁ ବିଜେପି ଆରମ୍ଭ କରୁଛି ପରିବର୍ତ୍ତନ ଯାତ୍ରା । ଯାହାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆରମ୍ଭ କରିବେ ।

ଆସନ୍ତାକାଲି ଜେପି ନଡ୍ଡା ନବଦୀପରୁ ଏହି ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିବେ । ଯାହାକି ପଶ୍ଚିମବଙ୍ଗ ପରିଭ୍ରମଣ କରିବାର ସୂଚନା ଅଛି । ହେଲେ ଏଯାବତ ଏନେଇ ପଶ୍ଚିମବଙ୍ଗ ସରକାର ବିଜେପିକୁ ଅନୁମତି ଦେଇନାହାନ୍ତି । ଯାହା ଫଳରେ ଏହି ଯାତ୍ରା କେତେ ବାଟ ଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅନ୍ୟପଟେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ପରିବର୍ତ୍ତନ ଯାତ୍ରା ପାଇଁ ଅନୁମତି ମିଳିଲେ ଚଙ୍ଗା ନହେଲେ ପଙ୍ଗା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଅର୍ଥାତ ଯାତ୍ରା ପାଇଁ ଅନୁମତି ନମିଳିଲେ ପରିସ୍ଥିତି ଖରାପ ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ହିଁ ଏହି ଯାତ୍ରା କେଉଁଠାରୁ କେଉଁଠାକୁ ଯିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

from Kanak News
via <a href="https://ifttt.com/?

କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ । 

କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟସଭାରେ  ଚାଷୀ ଆନ୍ଦୋଳନ ନେଇ ଚର୍ଚ୍ଚା । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଏ ନେଇ ଗୃହରେ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀ ଆନ୍ଦୋଳନ ବାହାନାରେ ସେ କଂଗ୍ରେସକୁ ଟାର୍ଗେଟ ବି କରିଛନ୍ତି ।  ଚାଷୀଙ୍କୁ ଡରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି । ଗାଁ ଓ କୃଷକଙ୍କ ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସର୍ବନିମ୍ନ ସହାୟକ ମୂଲ୍ୟରେ ଲାଭଂଶର ୫୦ପ୍ରତିଶତ ଯୋଡି ଦିଆଯିବା ଆରମ୍ଭ କରାଯାଇଥିବା କହିଛନ୍ତି ନରେନ୍ଦ୍ର ସିଂ ତୋମାର ।

ବିରୋଧୀ ଓ କୃଷକ ସଙ୍ଗଠନ ଏହି ଆଇନକୁ କଳା ଆଇନ ବୋଲି କହୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । ଏଥିରେ କଣ କଳା ରହିଛି ତାହା ସେମାନେ କୁହନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ କୃଷି ଆଇନକୁ ନେଇ ଅପପ୍ରଚାର କରାଯାଉଥିବା ବେଳେ ଆଇନର ପ୍ରାବଧାନକୁ ନେଇ କେହି ଚାଷୀଙ୍କୁ ବୁଝାଉନାହାନ୍ତି ।

ନୂଆ କୃଷି ଆଇନ ଦ୍ୱାରା ଚାଷୀଙ୍କ ଜମିକୁ ହଡପ କରିନିଆଯିବ ବୋଲି ଅପପ୍ରଚାର କରାଯାଇ ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି । ଏବଂ କଂଗ୍ରେସ ରକ୍ତରେ ଚାଷ କରେ ବିଜେପି ନୁହଁ ବୋଲି କହିଛନ୍ତି କେନ୍ଦ୍ର କୃଷୀ ମନ୍ତ୍ରୀ । କୃଷି ଆଇନରେ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ ତାମାନେ ଏହା ନୁହଁଯେ ଆଇନରେ କଣ ତ୍ରୁଟି ରହିଛି । କେବଳ ଗୋଟିଏ ରାଜ୍ୟର ଚାଷୀଙ୍କୁ ବିଭ୍ରାନ୍ତ କରାଯାଇଥିବା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।

ନୂଆ କୃଷି ଆଇନ ସମ୍ପର୍କରେ କହିବା ପରେ ଏହି ଆଇନକୁ ନେଇ ଚାଷୀଙ୍କ ମଧ୍ୟରେ ଅପପ୍ରଚାର କରାଯାଉଥିବା ରାଜ୍ୟସଭାରେ ନିଜ ବିବୃତିରେ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।

from Kanak News
via <a href="https://ifttt.com/?

ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଜାରି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦୁଇ ଦିନ ହେଲା ଲାଗିରହିଛି ତୁଷାରପାତ ।

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ତୁଷାରପାତ ।  ଦୁଇ ଦିନ ଧରି ଏଠାରେ ବରଫବର୍ଷା ହୋଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ତୁଷାରପାତରେ ଭରପୂର ମଜା ଉଠାଉଛନ୍ତି । ଉତ୍ତରାଖଣ୍ଡର ମସୁରୀରେ ପ୍ରବଳ ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢାଇଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

୧୯ବର୍ଷ ପରେ ସିମଲାରେ ଫେବ୍ରୁଆରୀ ମାସରେ ପ୍ରବଳ ତୁଷାରପାତ ହୋଇଛି । ଗତ ୧୨ଘଂଟାରେ ୫୭ସେଂଟିମିଟର ବରଫ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏପରିକି ରାସ୍ତା ଘାଟ, ଘର ଦ୍ୱାର ସବୁଆଡେ ଧଳା ବରଫର ଆସ୍ତରଣ ଜମିରହିଛି । କୁଲ୍ଲୁ, ଲାହଲ ସ୍ପିତି, କିନ୍ନୋର ସବୁଆଡେ ଜାରି ରହିଛି ତୁଷାରପାତ ।

 ସିମଲାରେ ଲଗାତର ବରଫବର୍ଷା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସିମଲା-କାଲକା ଟ୍ରେନରେ ବୁଲି ପ୍ରକୃତିର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପାହାଡ ଓ ଜଙ୍ଗଲ ଭିତରେ ଜମିରହିଛି ବରଫର ଆସ୍ତରଣ ଏହାରି ଭିତରେ ଗତି କରୁଥିବା ଟ୍ରେନରେ ବୁଲୁଛନ୍ତି । ଉତ୍ତର ଭାରତରେ ଜାରି ରହିଛି ବରଫବର୍ଷା । ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢାଇଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

from Kanak News
via <a href="https://ifttt.com/?

ଚୀନକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । କହିଲେ, ଚୀନ୍ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଆମେରିକା । 

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଏବଂ କହିଛନ୍ତି ଚ୍ୟାଲେଂଜର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ଅଛି ଆମେରିକା । ଦେଶ ସମ୍ମୁଖରେ ଚୀନ ରଖୁଥିବା ସମସ୍ତ ଆହ୍ୱାନର ମୁକାବିଲା କରିବ ସୁପରପାୱାର ଆମେରିକା । କିନ୍ତୁ ଦେଶର ବିକାଶ ପାଇଁ ବେଜିଂ ସହିତ ମିଳିତ ଭାବରେ କାମ କରିପାରେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବାଇଡେନ ।

ଚୀନ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହାସହ ଚୀନକୁ ସିଧାସଳଖ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । କହିଛନ୍ତି ଚ୍ୟାଲେଂଜର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଅଛି ଆମେରିକା । ଦେଶ ସମ୍ମୁଖରେ ଚୀନ ରଖୁଥିବା ସମସ୍ତ ଆହ୍ୱାନର ମୁକାବିଲା କରିବା ଲାଗି ପ୍ରସ୍ତୁତ ସୁପରପାୱାର ଆମେରିକା । କିନ୍ତୁ ଦେଶର ବିକାଶ ପାଇଁ ବେଜିଂ ସହିତ ମିଳିତ ଭାବରେ କାମ କରିପାରେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବାଇଡେନ ।

ଆମେ ଚୀନ୍ ଦ୍ୱାରା କରାଯାଉଥିବା ଆର୍ଥିକ ଶୋଷଣର ମୁକାବିଲା କରିବୁ । ମାନବାଧିକାର, ବୌଧିକ ଅଧିକାର, ବିଶ୍ୱ ଶାସନ ଉପରେ ଚୀନ୍ର ଆକ୍ରମଣକୁ କମ କରିବା ପାଇଁ ଦଣ୍ଡବିଧାନ କରାଯିବ । ତେବେ ଆମେରିକାର ହିତ ପାଇଁ ଆମେ ବେଜିଂ ସହ କାମ କରିବାକୁ ପ୍ରସ୍ତୁତ ।

ସେହିପରି ବିଶ୍ୱର ଅନ୍ୟ ରାଷ୍ଟ୍ର ଗୁଡିକ ପ୍ରତି କଣ ରହିବ ଆମେରିକାର ଆଭିମୁଖ୍ୟ ସେ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି । ସହଯୋଗୀ ତଥା ଅଂଶୀଦାରଙ୍କ ସହ କାର୍ଯ୍ୟ କରି ଅର୍ନ୍ତରାଷ୍ଟ୍ରୀୟ ମଂଚରେ ଆମେରିକା ଭୂମିକାକୁ ପୁନଃସ୍ଥାପତି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ ।

ଆମେ ଆମର ସହଯୋଗୀ ତଥା ଅଂଶୀଦାରଙ୍କ ସହ କାର୍ଯ୍ୟ କରିବୁ ଏବଂ ଅର୍ନ୍ତରାଷ୍ଟ୍ରୀୟ ମଂଚରେ ଆମ ଭୂମିକାକୁ ପୁନଃସ୍ଥାପତି କରିବା ସହ ଆମର ବିଶ୍ୱସନୀୟତା ଓ ନୈତିକ ଅଧିକାରକୁ ପୁନଃ ପ୍ରାପ୍ତି କରି ଦେଶ ଭିତରେ ସ୍ଥିତିକୁ ଦୃଢ କରିବା ପାଇର୍ କାର୍ଯ୍ୟ କରିବୁ ।

ବିଦେଶ ମନ୍ତ୍ରାଳୟ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ଏହି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏବଂ ଚୀନ୍ ସମେତ ଅନ୍ୟ ରାଷ୍ଟ୍ର ପ୍ରତି ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯେଉଁଠି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଚୀନ୍ ସହ ସମ୍ପର୍କ ବିବାଦ ଭିତରେ ରହିଥିଲେ ଏବେ ଦେଶର ହିତ ପାଇଁ ବେଜିଂ ସହ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ ।

from Kanak News
via <a href="https://ifttt.com/?

ଭାରତ ବିରୋଧୀ ଟୁଲ କିଟ ପଛରେ ରହିଛି କିଏ । ପରିବେଶ କର୍ମକର୍ତା ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲକିଟରେ ଜାନୁୟାରୀ ୨୬ ଦିଲ୍ଲୀ ଆନ୍ଦୋଳନର ରହିଥିଲା ବ୍ଲୁ ପ୍ରିଂଟ ।

କନକ ବ୍ୟୁରୋ : ଜାନୁୟାରୀ ୨୬ରେ ଦିଲ୍ଲୀର ଛାତିରେ ଯେଉଁ ଘଟଣା ଘଟିଲା, ଯେଉଁ ପରି ଭାବରେ ଟ୍ରାକ୍ଟର ରାଲିରେ ଆସି ଆନ୍ଦେଳନକାରୀ ଚାଷୀ ଲାଲକିିଲ୍ଲାକୁ କବଜା କଲେ । ଏହି ସବୁ ଘଟଣା ହଠାତ ହୋଇନଥିଲା, ଏଥିପାଇଁ ପ୍ରସ୍ତୁତ ହୋଇଥିଲା ବ୍ଳୁପ୍ରିଂଟ । ଆଉ ଏହା ପରେ ଏହି ଷଡଯନ୍ତ୍ରଙ୍କୁ ବାସ୍ତବରେ ପରିଣତ କରାଯାଇଥିଲା । ଆଉ ଏହି ଷଡଯନ୍ତ୍ରର ମୁଖା ଖୋଲିଛି ଏହି ଚେହେରା । ସାରା ବିଶ୍ୱରେ ପରିଚିତ ୧୮ବର୍ଷୀୟ ଗ୍ରେଟା ଥନବର୍ଗ ।

ପରିବେଶର ସୁରକ୍ଷା କଥା ଚିନ୍ତା କରି ବିଶ୍ୱ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ନେଇ ଗ୍ରେଟା ବେଶ ଜଣାଶୁଣା । କିନ୍ତୁ ଏବେ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନରେ ସାମିଲ ହୋଇ ଥିବା ଗ୍ରେଟା ନିଜେ ନିଜର ପର୍ଦ୍ଦାଫାଶ କରିଛନ୍ତି । ଏହି ଦସ୍ତାବିଜ ଉପରେ ନଜର ପକନ୍ତୁ । ଏହେଉଛି ସେହି ଗୁଗଲ ଡକ୍ୟୁମେଂଟ ଯାହାକୁୁ ୩ତାରିଖ ଦିନ ଗ୍ରେଟା ନିଜର ଟ୍ୱିଟର ଆକାଉଂଟରୁ ସେୟାର କରିବା ପରେ ପୁଣି ଡିଲିଟ କରିଦେଇଥିଲେ । କିନ୍ତୁ ଏହି ଡକ୍ୟୁମେଂଟରେ ଥିବା ଷଡଯନ୍ତ୍ର ସମସ୍ତଙ୍କ ସାମ୍ନାକୁ ଆସିସାରିଥିଲା । ଭାରତ ବିରୋଧୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଥିଲା ଯେଉଁଥିରେ ଗ୍ରେଟାଙ୍କ ପରି ବିଦେଶୀ ସେଲିବ୍ରିଟି ସାମିଲ ହୋଇଥିଲେ ।

ଭାରତ ବିରୋଧୀ ଏହି ଟୁଲ୍ କୁ ନେଇ ମାମଲା ରୁୁଜୁ ହୋଇଛି । ଦିଲ୍ଲୀ ପୋଲିସ ଏ ଘଟଣା ସମ୍ପର୍କରେ ଟୁଲ କିଟର ଲେଖକଙ୍କ ବିରୋଧରେ ମାମଲା ରୁଜୁ କରି ଦିଲ୍ଲୀ ପୋଲିସର ସାଇବର ସେଲ ଏହାର ତଦନ୍ତ କରୁଛି ।

ଏହି ଡକ୍ୟୁମେଂଟରେ ଭାରତ ବିରୋଧରେ ଚାଷୀ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଟୁଲ୍ କିଟ୍ ଯୋଗାଇ ଦିଆଯାଇଛି । ଚାଷୀ ଆନ୍ଦୋଳନକୁ ତୀବ୍ର କରିବା ପାଇଁ କଣ କଣ ପଦକ୍ଷେପ ନିଆଯିବ ସେନେଇ ଏହି ଟୁଲ୍ କିଟରେ ସମସ୍ତ ତଥ୍ୟ ଉପଲବ୍ଧ କରାଯାଇଛି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ସବୁସ୍ଥାନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସମ୍ପର୍କରେ ଏଠାରେ ଉଲ୍ଲେଖ ରହିଥିଲା । କେବେ ପ୍ରତିବାଦ କରିବାର ଅଛି? କେଉଁଠି ପ୍ରତିବାଦ କରିବାର ଅଛି?କେବେ କେଉଁ ହାସଟ୍ୟାଗକୁ ବ୍ୟବହାର କରି କ’ଣ ଟ୍ୱିଟ କରିବାର ଅଛି?ଆନ୍ଦୋଳନ ସମର୍ଥନରେ କେବେ ଡିଜିଟାଲ ଷ୍ଟ୍ରାଇକ କରିବାର ଅଛି? କେଉଁ ବଡ ବଡ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଟ୍ୟାଗ କରିବାର ଅଛି?ଫଟୋ ଓ ଭିଡିଓ ମ୍ୟାସେଜ କିପରି ପଠାଇବାର ଅଛି?ସୋସିଆଲ ମିଡିଆ କ୍ୟାମ୍ପେନର ସମ୍ପୂର୍ଣ୍ଣ ସିଡ୍ୟୁଲ ଦିଆଯାଇଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଟୁଲ କିଟ୍ରେ ଯେଉଁ ସବୁ କଥା ଉଲ୍ଲେଖ ଅଛି, ଠିକ୍ ସେହି ଢଙ୍ଗରେ ଆନ୍ଦୋଳନ ନାଁରେ ଚାଲିଛି ହିଂସା । ଏବେ ପ୍ରଶ୍ନ ଉଠୁଛି ଯେ, ଗ୍ରେଟା ପରି ବଡ ବଡ ଚେହେରାଙ୍କ ପଛରେ କାହାର ହାତ ଅଛି । ଯେଉଁମାନେ ଏମାନଙ୍କୁ ଆଗରେ ରଖି ଭାରତ ବିରୋଧୀ ଏଜେଣ୍ଡା ଚଳାଇଛନ୍ତି ।

from Kanak News
via <a href="https://ifttt.com/?

କ୍ରିକେଟ୍ ପଡିଆରେ ବିରାଟ କୋହଲି ଦେଖାଇଲେ ବଡପଣ । ଆହତ ଜୋ ରୁଟଙ୍କ କଲେ ସାହାଯ୍ୟ । ଆଇସିସି କଲା ପ୍ରଂଶସା

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ବିରାଟ ଦେଖାଇଲେ ବଡପଣ । ଆଇସିସିଠାରୁ ସାରା କ୍ରିକେଟ୍ ଜଗତ କଲା ପ୍ରଂଶସା । ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି କିଛି କରି ଦେଖାଇଛନ୍ତି ଯାହାକୁ ଦେଖି ସାରା କ୍ରିକେଟ୍ ଜଗତ ତାଙ୍କୁ ପ୍ରଂଶସାରେ ପୋତି ପକାଇଛି ।

https://platform.twitter.com/widgets.js

ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଖେଳାଯାଉଥିଲା । ଏହି ମ୍ୟାଚରେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍ ହଠାତ୍ ନିଜ ଗୋଡରେ କଷ୍ଟ ଅନୁଭବ କରି ପଡିଆ ଭିତରେ ବସି ପଡିଥିଲେ । ଏହି ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଯାଇ ତାଙ୍କ ଗୋଡକୁ ଉଠାଇ ଧରିବା ସହିତ ଷ୍ଟ୍ରିଚିଂ କରିବାକୁ ଲାଗିଥିଲା । ଏହି ଭିଡିଓକୁ ବିସିସିଆଇ ନିଜ ସୋସିଆଲ୍ ମିଡିଆରେ ସେଆର୍ କରିବା ପରେ ଏହାକୁ ଦେଖି କ୍ରିକେଟ୍ ଜଗତ କୋହଲିଙ୍କ ପ୍ରଂଶସା କରିଛି । ଆଇସିସି ମଧ୍ୟ ଏହି ଭିଡିଓକୁ ସେଆର୍ କରିବା ସହିତ ବିରାଟ ସମସ୍ତଙ୍କ ହୃଦୟ ଜିତିଥିବା କହିଛି । ଏହାସହିତ ଏହି ଭିଡିଓ କ୍ରିକେଟ୍ ଖେଳର ସ୍ପିରିଟ୍ କଥା କହୁଛି ବୋଲି ଆଇସିସି ଉଲ୍ଲେଖ କରିଛି ।

ଆଜିର ମ୍ୟାଚରେ ଇଂଲଣ୍ଡ ଦଳ ଜୋ ରୁଟଙ୍କ ଚତ୍ମକାର ଶତକୀୟ ଇଂନିସ ବଳରେ ୨୬୩ ରନ୍ କରିପାରିଛି । ରୁଟ୍ ମଧ୍ୟ ୧୨୮ ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ୨ଟି ୱିକେଟ୍ ନେଇଥିବାବେଳେ ଅଫ୍ ସ୍ପିନର ଅଶ୍ୱିନୀ ଗୋଟିଏ ୱିକେଟ୍ ନେଇଛନ୍ତି ।

from Kanak News
via <a href="https://ifttt.com/?

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ପୋଲିସ ନଜରରେ ବାୟୋଟେକ୍ ପାର୍କ, ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ

କନକ ବ୍ୟୁରୋ: ଚନ୍ଦକାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ଘଟଣା କମିସନରେଟ ପୁଲିସର ମୁଣ୍ଡ ବ୍ୟଥା ବଢାଇ ଦେଇଛି । ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳର ଯାଂଚ କରି ରକ୍ତଭିଜା ଛୁରୀ ଓ ଗ୍ଲୋବସ ଜବତ କରିଛି ପୋଲିସ । ତେବେ ତଦନ୍ତ ବେଳେ ଘଟଣାସ୍ଥଳରେ ଥିବା ଡଗସ୍କ୍ବାର୍ଡ ରକ୍ତଭିଜା ଛୁରୀ ଆଉ ଗ୍ଲୋବସକୁ ସୁଙ୍ଗି ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଦୌଡିଥିଲା । ଆଉ ପାଖରେ ଥିବା ଓଡିଶା ବାୟୋଟେକ ପାର୍କରେ ସିଧା ପହଂଚିଥିଲା ।

ବାୟୋଟେକର ମୁଖ୍ୟ ଫାଟକ ନୁହେଁ ବରଂ ପଛପଟେ ଭାଙ୍ଗିଯାଇଥିବା ପାଚେରୀର ଗଳାବାଟଟିକୁ ଇସାରା କରୁଥିଲା । ଆଉ ପରେ ମୁଖ୍ୟ ଫାଟକକ ସାମନାକୁ ଯାଇ କିଛି ଇସାରା କରିଥିଲା । ୭ରୁ ୮ଥର ପାର୍କ ଭିତରେ ଘୁରି ଘୁରି ପାଣିଟାବ ପାଖରେ ପହଂଚିଥିଲା ସନ୍ଧାନୀ କୁକୁର । ଗତକାଲି ପୋଲିସକୁ ଇସାରା ଦେଇଥିବା ପ୍ରତିଟି ଯାଗାକୁ ସାଇଂଟିଫିକ ଟିମ ସହ ଯାଇ ସରଜମିନ ତଦନ୍ତ କରିଛି ପୋଲିସ ।

ସନ୍ଦେହ କରାଯାଉଛି, ହତ୍ୟା କରିବା ପରେ ମୃତଦେହକୁ ଫୋପାଡିବାପାଇଁ ଏହି ସ୍ଥାନକୁ ଟିହ୍ନଟ କରିଥିଲେ । ତଦନ୍ତ କହୁଛି, ଏକାଧିକ ହତ୍ୟାକାରୀ ଏଥିରେ ସମ୍ପୃକ୍ତି ରହିଛି । ଆଉ ହତ୍ୟାକାଣ୍ଡ ପରେ ସେମାନେ ଏହି ବାୟୋଟେକ ପାର୍କ ଭିତରକୁ ଆସି ହାତ ଧୋଇଥିଲେ । ତେଣୁ ପୋଲିସର ସନ୍ଦେହୀ ଆଖି ଏବେ ଏହି ପାର୍କ ଭିତରେ ଥିବା ଲୋକଙ୍କୁ ଟାର୍ଗେଟ କରିଛି । ଛାନବିନ ବେଳେ ଲେବର ରୁମ ନିକଟରୁ ପୋଲିସକୁ ଏକ ଛୁରି ମିଳିଛି । ଯାହା କି ସନ୍ଦେହକୁ ଅଧିକ ଦୃଢୀଭୂତ କରୁଛି । କୁକୁର ମଧ୍ୟ ଏହି ହାତଧୁଆ ସ୍ଥାନକୁ ବାରମ୍ବାର ଆସିଥିଲା । ତେଣୁ ପୋଲିସ ଏହି ଅଂଚଳରେ ଅଧିକ ଖୋଳତାଡ ଜାରି ରଖିଛି ।

ପୋଲିସ ପାଇଁ ଚ୍ୟାଲେଂଜ ହେଉଛି ମହିଳାଙ୍କୁ ଚିହ୍ନଟ କରିବା । ସେଥିପାଇଁ ରାଜ୍ୟ ବାହାର ପୋଲିସକୁ ମୃତ ମହିଳାଙ୍କ ତଥ୍ୟ ପଠାଇବା ସହ ସବୁ ଜିଲ୍ଲାର ପୋଲିସକୁ ଏହି ତଥ୍ୟ ମାଗିଛି । ମହିଳା ପିନ୍ଧିଥିବା ଜାମାକୁ ଆଧାର କରି ପୋଷ୍ଟର ତିଆରି କରିବ ପୋଲିସ । ଯାହାକୁ ସର୍ବସାଧାରଣରେ ଲଗାଯିବ । ତେବେ ବର୍ତମାନ ସୁଦ୍ଧା ପୋଲିସ କଟାମୁଣ୍ଡ ପାଇନି କିମ୍ବା ମହିଳାଙ୍କ ପରିଚୟ ମଧ୍ୟ ପାଇପାରିନି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started