ଭାରତରେ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ଆବେଦନକୁ କମ୍ପାନୀର ପ୍ରତ୍ୟାହାର । ଭାରତରେ ଫାଇଜର ଟିକାର ବ୍ୟବହାର ପାଇଁ ନାହିଁ ଅନୁକୂଳ ପରିବେଶ ।

କନକ ବ୍ୟୁରୋ : କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋ ଆଣ୍ଡ ଟେକ୍ ଭାରତରେ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଆବେଦନକୁ ପ୍ରତ୍ୟାହାର କରିନେଇଛି । ଜାତୀୟ ସଂବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଭାରତରେ ଫାଇଜର ଟିକାର ବ୍ୟବହାର ନେଇ ପରିବେଶ ଅନୁକୂଳ ନୁହଁ । ଏହି ଟିକାକୁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡିଥାଏ ।

ଏପରି ଥଣ୍ଡା ପରିବେଶ ଭାରତରେ ପାଇବା କଷ୍ଟକର । ଭାରତ ପରି ଗ୍ରୀଷ୍ମ ପ୍ରଧାନ ଦେଶରେ ଫାଇଜର ଟିକା ବ୍ୟବହାର ଏହି କାରଣରୁ କଷ୍ଟକର ରହିବ । ଏସବୁକୁ ଅନୁଧ୍ୟାନ କରିବା ପରେ ଫାଇଜର ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ଆବେଦନକୁ ପ୍ରତ୍ୟାହାର କରିନେଇଛି । ଦେଶରେ ଏବେ ଦୁଇଟି କରୋନା ଟିକା ବ୍ୟବହାର ହେଉଛି । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚୁଟ ନିର୍ମାଣ କରିଥିବା କୋଭିସିଲଡ ଟିକାକୁ କରୋନା ମୁକାବିଲାରେ ବ୍ୟବହାର କରାଯାଉଛି ।

from Kanak News
via <a href="https://ifttt.com/?

ଆରବିଆଇର ନୂଆ କ୍ରେଡିଟ୍ ପଲିସି ଘୋଷଣା । ସୁଧ ହାର ଅପରିବର୍ତ୍ତିତ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ସୂଚନା ।

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନୂଆ କ୍ରେଡିଡ ପଲିସି ଘୋଷଣା କରିଛି । ଏଥିରେ ସୁଧହାର ପୂର୍ବଭଳି ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ ୩ .୩୫ ପ୍ରତିଶତ ରହିଛି । ସେହିଭଳି ୨୦୨୧-୨୦୨୨ରେ ଜିଡିପି ୧୦.୫% ରହିବା ଅନୁମାନ କରାଯାଉଛି । ବଜେଟରେ ଏହା ୧୧% ରହିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏହି ସୂଚନା ଦେଇଛନ୍ତି । ବଜେଟ ପରେ ପ୍ରଥମ ଥର ଲାଗି ଆରବିଆଇ ନୂଆ କ୍ରେଡିଟ ପଲିସି ଘୋଷଣା କରିଛି ।

from Kanak News
via <a href="https://ifttt.com/?

ଝରାଫୁଲକୁ ହତ୍ୟା କରିଛି କି ରାକେଶ? ପୋଷ୍ଟମୋର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହେବା ଘଟଣା ଉଲ୍ଲେଖ କରାଯାଇଥିବା ସୂଚନା

କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଆସାମୀ ରାକେଶ ସ୍ୱାଇଁ ଉପରେ ଏବେ ସବୁଠାରୁ ବଡ ପ୍ରଶ୍ନ । ଝରାଫୁଲକୁ ଭଲ ପାଇ ସବୁଠାରୁ ବଡ ବିଶ୍ୱାସଘାତ କରିଛି କି ଏହି ଧୋକାବାଜ ? ହୋଟେଲ ରୁମ ଭିତରେ ନିରୀହ ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ଏଭଳି ଅନେକ ପ୍ରଶ୍ନ ଏବେ ରାକେଶ ଚାରିପଟେ ଘୁରିବୁଲୁଛି । ରିମାଣ୍ଡ ଅବଧି ସରିବା ପରେ ରାକେଶକୁ ଜେଲ ପଠାଇ ଦିଆଯାଇଛି ।

ଅନ୍ୟପଟେ ୩ଦିନ ରିମାଣ୍ଡରେ ରଖିବା ପରେ ଆଜି ପୋଲିସ କହିଛି ଆଉ ରିମାଣ୍ଡ ନେବାର ଆବଶ୍ୟକତା ନାହିଁ । ଅର୍ଥାତ ପୋଲିସ ରାକେଶ ଠାରୁ ସବୁ ସତ ଓଗାଳି ଦେଇଛି । କିନ୍ତୁ ଗଣମାଧ୍ୟମ ଆଗରେ ସେମାନେ କହୁନାହାନ୍ତି ପ୍ରକୃତରେ କଣ ଘଟିଛି । ଆଉ ତା ସହ ପୋଷ୍ଟମର୍ଟମରେ କୁଆଡେ ଏକ ବଡ ତଥ୍ୟ ସାମନାକୁ ଆସିଛି । ଶ୍ୱାସରୁଦ୍ଧ କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି । ଅର୍ଥାତ ନିଶ୍ୱାସ ନନେଇପାରିବା କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଛି ।

ଯଦି ଏହା ସତ ହୋଇଥାଏ ତେବେ ରାକେଶ ଉପରକୁ ଏହି ହତ୍ୟାର ଆରୋପ ସିଧାସଳଖ ଯିବା ନିଶ୍ଚିତ । କାରଣ ହୋଟେଲ ରୁମ ଭିତରେ ଆଉ କେହି ନଥିଲେ । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୁତ୍ରରୁ ଏହି ଖବର ଆସିଛି, ଯେ ଶ୍ୱାସରୁଦ୍ଧ ହୋଇ ଝରାଫୁଲଙ୍କ ମୃତ୍ୟୁ ଘଟିଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲେଖ ରହିଛି ।

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ରାତିରେ ଘଟିଥିବା ଏହି ଘଟଣା ପରେ ପ୍ରଥମେ ମନେ ହେଉଥିଲା ଭିନ୍ନ କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥାଇପାରେ । କାରଣ ତାଙ୍କର ଶରୀରରେ କୌଣସି ଆଘାତ ଚିହ୍ନ ନଥିବା କୁହାଯାଉଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଥିବା ସୂଚନା ପୁରା ଘଟଣାର ମୋଡ ବଦଳାଇ ଦେଇଛି । ଏପଟେ ଝରାଫୁଲଙ୍କ ଭିସେରା ରିପୋର୍ଟ ଖୁବଶୀଘ୍ର ଆସିଯିବ । ଏହି ରିପୋର୍ଟରୁ ତଥ୍ୟ ମିଳିଯିବ, ଯେ ଝରାଫୁଲଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ହୋଇପାରେ ।

from Kanak News
via <a href="https://ifttt.com/?

ରେଳ ବଜେଟକୁ ନେଇ ରାଜନୀତି । ପ୍ରେସମିଟ କରି ବିଜେପିକୁ ବିତର୍କ ପାଇଁ ଆହ୍ୱାନ କଲା ବିଜେଡି ।

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ତେଜିଲା ରାଜନୀତି । ଖୋଲା ବିତର୍କ ପାଇଁ ବିଜେପିକୁ ଆହ୍ୱାନ ଦେଲା ବିଜେଡି । ଏଥର ରେଳ ବଜେଟରେ ଓଡ଼ିଶା କେତେ ପାଇଲା, ଏହାର ପୂରା ହିସାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରି ଆଜି କାଉଂଟର ପ୍ରେସମିଟ୍ କରିଛି ବିଜେଡି । ବିଜେଡି ଅଭିଯୋଗ କରିଛି…

୨୦୨୧-୨୨ ରେଳ ବଜେଟରେ ବୈମାତୃକ ମନୋଭାବ ଦେଖାଇଛି କେନ୍ଦ୍ର
ଦାବି ରହିଥିଲା ୭,୨୦୦ କୋଟି, ମିଳିଛି ମାତ୍ର ୪,୫୦୦ କୋଟି
ଗତ ୭ ବର୍ଷରେ ୧ ଲକ୍ଷ ୪୦ ହଜାର କୋଟି ଦେଇଛି ଓଡ଼ିଶା
ସେହି ସମୟ ମଧ୍ୟରେ ରାଜ୍ୟ ପାଇଛି ମାତ୍ର ୧୪,୦୦୦ କୋଟି
ରାଜ୍ୟରେ ୬ଟି ଜିଲ୍ଲାରେ ଏବେ ବି ରେଳ ଲାଇନ ପଡିନାହିଁ
ଗତ ୭ ବର୍ଷରେ ମାତ୍ର ଗୋଟିଏ ନୂଆ ଜିଲ୍ଲାକୁ ରେଳ ଲାଇନ ଯାଇଛି
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ରାଜ୍ୟର ସବୁଠୁ ଧିମା ପ୍ରକଳ୍ପ
ଏପର୍ଯ୍ୟନ୍ତ ମାତ୍ର ୯୦ କିମି ରେଳପଥ ତିଆରି ହୋଇଛି
କଳାହାଣ୍ଡିରେ ରେଳ ୱାଗନ କାରଖାନା କାହିଁକି ହେଉନାହିଁ?
ତାଳଚେର-ବିମଳାଗଡ଼ ରେଳ ଲାଇନ କାହିଁକି ଧିମା ପଡିଛି?

ରେଳ ବଜେଟରେ ଓଡ଼ିଶା ନିରାଶ ହୋଇଥିବା ନେଇ ବିଜେଡି ଅଭିଯୋଗ ଉପରେ ଗତକାଲି ପ୍ରେସମିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନୂଆ ରେଳ ବଜେଟରେ ରାଜ୍ୟକୁ ମିଳିଥିବା ଅନୁଦାନର ପୂରା ହିସାବ ଦେଇଥିଲେ । ପାଖାପାଖି ୭ ହଜାର କୋଟି ଟଙ୍କା ରାଜ୍ୟକୁ ମିଳିଥିବା କହିଥିଲେ ଧର୍ମେନ୍ଦ୍ର । ହେଲେ ଏପଟେ ଓଡ଼ିଶା ପାଇଁ ରେଳ ବଜେଟରେ ବିଶେଷ କିଛି ନାହିଁ ବୋଲି ବିଜେଡି ଅଭିଯୋଗ ସହ ସ୍ୱର ମିଳାଇଛି କଂଗ୍ରେସ । ସେପଟେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିଥିବା ଦାବି କରିଛନ୍ତି ବିଜେପି ନେତା ।

from Kanak News
via <a href="https://ifttt.com/?

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ପଶ୍ଚିମବଙ୍ଗର ହଳଦିଆରୁ ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ  

କନକ ବ୍ୟୁରୋ : ତିନିଦିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ସେ ଏକ ପ୍ରେସମିଟ କରି କହିଛନ୍ତି, ପୂର୍ବ ଭାରତରେ ୨୦୧୪ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଦେଶରେ ଦାୟିତ୍ୱ ନେବା ପରେ ପୂର୍ବ ଭାରତକୁ ସର୍ବାଧିକ ପ୍ରାଥମିକତା ଦୋଇଛନ୍ତି । ପ୍ରଥମ ଥର ପାଇଁ ପ୍ରାକୃତିକ ଗ୍ୟାସ ପାଇପଲାଇନର କାମ ଆରମ୍ଭ କରାଯାଇଛି ।

ସେହିପରି ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହଳିଦିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ମୋଟ୍ ୪ ହଜାର ୭୦୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ଦୁର୍ଗାପୁର ସ୍ଥିତ ପାନାଗଡ଼ ଇଣ୍ଡଷ୍ଟ୍ରିଆଲ ପାର୍କର ଥିବା ମେଟ୍ରିକ୍ସ ଫର୍ଟିଲାଇଜର ଏଣ୍ଡ କେମିକାଲ୍ସ ଲିମିଟେଡ୍ ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସାକ୍ଷାତ୍ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଶାସନ ଭାର ଗ୍ରହଣ କରିବା ପରେ ପୂର୍ବ ଭାରତର ରାଜ୍ୟ ଗୁଡିକୁ ସର୍ବାଧିକ ପ୍ରଧାନ୍ୟ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଆସନ୍ତା ୭ ତାରିଖରେ ପଶ୍ଚିମବଙ୍ଗରୁ ଭାରତ ପେଟ୍ରୋଲିୟମ କର୍ପୋରେସନ (ବିପିସିଏଲ) ଦ୍ୱାରା ହଳଦିଆ ଠାରେ ୧୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲର ଲୋକାର୍ପଣ କରାଯିବ । ଏହି ଏଲପିଜି ଟର୍ମିନାଲ ପୂର୍ବ ଭାରତର ଏଲପିଜିର ବଢ଼ୁଥିବା ଚାହିଦାକୁ ପୂରଣ କରିବ ଏବଂ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ରନ୍ଧନ ଏଲପିଜି ଯୋଗାଇବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନର ଲୋକାର୍ପଣ କରିବେ । ଫଳରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପାଇପରେ ଗ୍ୟାସ ଆସିବ । ଏହି ଧୋବି-ଦୁର୍ଗାପୁର ଗ୍ୟାସ୍ ପାଇପଲଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପଲାଇନ ୨୪୩୩ କୋଟି ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛି । ଏହି ପାଇପଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପନଃଉଦ୍ଧାର କରିବା ସହ ଏହି ପ୍ଲାଟ୍ ସମେତ ଶିଳ୍ପ, ବାଣିଜ୍ୟିକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ ।

 ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଦ୍ୱାରା ଏହି ରିଫାଇନାରୀରେ ୧ ହଜାର ୨୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୭୦ ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରୁପ ୩ ଲ୍ୟୁବ୍ ଅଏଲ୍ ବେସ୍ ଷ୍ଟକ୍ (ଏଲଓବିଏସ) ଉତ୍ପାଦନ କରାଯିବ । ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ । ଏହାବ୍ୟତିତ ଜାତୀୟ ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍-ଫ୍ଲାଏ ଓଭରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖନୀୟ ଯେ, ତିନିଦିନିଆ ପଶ୍ଚିମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ତୈଳ ବିପଣନ କମ୍ପାନୀଙ୍କ ସହ ଆଲୋଚନା କରିବା ସହ ହଳଦିଆର ଆଇଓସିଏଲ ରିଫାଇନାରୀ ପରିଦର୍ଶନ ଓ ହଳଦିଆ ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନ ଗସ୍ତ କରି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତିତ ତୃତୀୟ ଦିନରେ ହଳଦିଆ ଠାରେ ତୈଳ ଓ ଗ୍ୟାସ କମ୍ପାନୀର ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବା ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ ହେବାକୁ ଥିବା ତୈଳ, ଗ୍ୟାସ ଓ ସଡ଼କ ବିଭାଗର ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବେ ।

from Kanak News
via <a href="https://ifttt.com/?

ରେଳ ବଜେଟକୁ ନେଇ ବିଜେପିକୁ ବିଜେଡିର ପ୍ରଶ୍ନ । ୭ ବର୍ଷରେ ରେଳ ବିଭାଗ ଓଡ଼ିଶାରୁ ପାଇଛି କେତେ, ଓଡ଼ିଶାକୁ ମିଳିଛି କେତେ? ବିଭିନ୍ନ ପ୍ରକଳ୍ପର କଥା ଉଠାଇ ବିଜେପି ନେତାଙ୍କୁ ଜବାବ ମାଗିଲା ବିଜେଡି ।

କନକ ବ୍ୟୁରୋ : ୨୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ତେ୍ୱ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ରେ ବଜେଟ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ଦର୍ଶାଉଛି । ଏହା ନୈରାଶ୍ୟଜନକ ଏବଂ ଉଦ୍ଦେଶ୍ୟମୂଳକ ଭାବେ ଲୁଣ୍ଠନ ପାଇଁ ଚେଷ୍ଟା କରୁଥିବା ରେଳ ବଜେଟ ଭଳି ଲାଗୁଛି ବୋଲି କହିଛି ବିଜେଡି । ଏନେଇ ବିଜେପି ସରକାରକୁ ପ୍ରଶ୍ନ କରିଛି ବିଜେଡି । ସ୍ୱାଧୀନତା ପରେ ଓଡ଼ିଶା ପାଇଁ କେବଳ ୬ଟା ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି ।

୧. ପ୍ରତ୍ୟେକ ବର୍ଷ ଭାରତୀୟ ରେଳ ବିଭାଗ ଓଡ଼ିଶାରୁ ୨୦,୦୦୦ କୋଟିର ରାଜସ୍ୱ ଆଦାୟ କରିଥାନ୍ତି । ଯଦି ୭ ବର୍ଷର ହିସାବ କରାଯାଏ ତେବେ ତାହା ୧୪୦,୦୦୦ କୋଟି କିନ୍ତୁ ପାଇଛନ୍ତି କେତେ? ବିଗତ ସାତ ବର୍ଷରେ ଓଡ଼ିଶା ୨୦୦୦ କୋଟି ବାର୍ଷିକ ହିସାବରେ ପାଇଛି ୧୪,୦୦୦ କୋଟି । ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱମାନେ ଉତ୍ତର ଦେବେ କି? ୧୪୦,୦୦୦ କୋଟି ଦେଇଥିବା ରାଜ୍ୟ ୧୪,୦୦୦କୋଟି କେଉଁ ହିସାବରେ ପାଇବେ । ଏହା ଆମ ରାଜ୍ୟପ୍ରତି ବୈମାତୃକ ମନୋଭାବର ନିଦର୍ଶନ ନୁହେଁ କି?

୨. ବିଗତ ୭ ବର୍ଷ ଭିତରେ ମାତ୍ର ଗୋଟିଏ ଜିଲ୍ଲାକୁ ନୂଆ ରେଳ ଲାଇନ ଛୁଇଁଛି । ଯଦି ଏହି ଗତିରେ ରେଳ ପ୍ରକଳ୍ପ ଚାଲେ ତେବେ ରେଳ ଲାଇନ ନଥିବା ୬ଟି ଜିଲ୍ଲାକୁ ପାଖାପାଖି ୪୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଇପାରେ । ଏନେଇ ବିଜେପି ବିର୍ତକକୁ ଆସୁ ବୋଲି ବିଜେଡି କହିଛି ।

୩. ପ୍ରାୟ ୨୫ବର୍ଷ ବିତିଗଲାଣି, କିନ୍ତୁ ଖଣ୍ଡା-ବଲାଙ୍ଗୀର ରେଳ ଲାଇନର ୨୯୦ କିଲୋମିଟର ମଧ୍ୟରୁ ୯୦ କିଲୋମିଟରରେ ଶେଷ ହୋଇଛି । ରାଜ୍ୟ ସରକାରଙ୍କର ନିତିଗତ ନିଷ୍ପତ୍ତି ଯେ, ଅଧା ଖର୍ଚ୍ଚ ବହନ କରିବେ ଏବଂ ମାଗଣାରେ ଜମିଦେବା ସତ୍ତେ୍ୱ ଆଜି ପର୍ଯ୍ୟନ୍ତ ଏ କାର୍ଯ୍ୟ ସରୁ ନାହିଁ ।

୪. ୨୦୦୩ରେ ନିଷ୍ପତ୍ତି ନେବାପରେ ତାଳଚେର-ବିମଳାଗଡର ୧୫୫ କି.ମି. ବିଶିଷ୍ଟ ରେଳ ଲାଇନ ଏବେପର୍ଯ୍ୟନ୍ତ ମୋଟ ୨୦ କିଲୋମିଟରରେ ଅଟକିଛି । ଗୋଟିଏ କିଲୋମିଟର ରେଳ ଲାଇନ ପାଇଁ ୨୦ କୋଟି ଆବଶ୍ୟକତା ହେଉଥିବା ବେଳେ ଚଳିତ ବର୍ଷର ବଜେଟରେ ଏହି ପ୍ରୋଜେକ୍ଟ ପାଇଁ ମାତ୍ର ୧୦ କୋଟି ବ୍ୟୟ ବରାଦ କରାଯାଇଛି । ଏହି ଗତିରେ କାର୍ଯ୍ୟ ଚାଲିଲେ କାମ ସରିବାକୁ ୨୦୦ ବର୍ଷ ଲାଗିବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଜୁଏଲ ଓରାମଙ୍କୁ ବିଜେଡି ପ୍ରଶ୍ନ କରିଛି ଯେ, ଓଡ଼ିଶା ପ୍ରତି ଏଭଳି ବୈମାତୃକ ମନୋଭାବ କଣ ପାଇଁ?

ଗୁଣୁପୁର-ଥେରୁବାଲି ରେଳ ଲାଇନ ପାଇଁ ଏଯାଏଁ କାହିଁକି ଜମି ରେଜିଷ୍ଟ୍ରେସନ କରାଯାଇନାହିଁ । ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳ ଲାଇନର ଘୋଷଣା କରି ଏହା ବାବଦକୁ ଆର୍ଥିକ ସହାୟତା ଓ ଜମି ଯୋଗାଇଦେବାକୁ କହିଥିଲେ ମଧ୍ୟ ଏ ପ୍ରକଳ୍ପରେ କାହିଁକି କୌଣସି ଅଗ୍ରଗତି ଦେଖାଯାଉ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉତ୍ତର ଦେବେ କି ବୋଲି ପ୍ରଶ୍ନ କରିଛି ବିଜେଡି । ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ପ୍ରଶ୍ନ କରିଛି ବିଜେଡି । ଜଳେଶ୍ୱର-ଦୀଘା ରେଳ ସଂଯୋଗୀକରଣକୁ ଖାରଜ କରାଯାଇ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲୋକଙ୍କୁ ସମସ୍ୟା ଭିତରକୁ କାହିଁକି ଠେଲି ଦିଆଯାଉଛି ସେନେଇ ପ୍ରତାପଙ୍କୁ ପ୍ରଶ୍ନ କରିଛି ବିଜେଡି । ହରିଦାସପୁର-ପାରାଦୀପ ଭାୟା କେନ୍ଦ୍ରାପଡା, ଅନୁଗୁଳି-ସୁକିନ୍ଦା ପାଇଁ କେବଳ ମାଲବାହୀ ଟ୍ରେନର ବ୍ୟବସ୍ଥା ହୋଇଛି । ଏହି ଲାଇନରେ ପାସେଞ୍ଜର ଟ୍ରେନ ଯିବାପାଇଁ କଣ ପାଇଁ ବ୍ୟବସ୍ଥା ହୋଇପାରୁନାହିଁ । ଏନେଇ ଉତ୍ତର ଦେବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ?

from Kanak News
via <a href="https://ifttt.com/?

ଆସନ୍ତାକାଲି ଚକାଜାମ୍ କରିବେ ଚାଷୀ । ଓଡିଶାରେ ଅଖ ଜାମ୍ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଭାରତରେ ଚକାଜାମ ଡାକରା ଦେଇଛନ୍ତି ଚାଷୀ । ଏଥିପାଇଁ ଦିଲ୍ଲୀର ସୀମାରେ ୩ଟି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ଫୋର୍ସ ମୁତୟନ କରାଯାଇଛି । ଏକାଧିକ ସ୍ତରୀୟ ବାରିକେଡ କରାଯିବା ସହିତ ରାସ୍ତାରେ କଂଟା ଓ ତାର ଲଗାଯାଇଛି । ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି ଦେଶରେ ଏହି ଚକାଜାମ ଶାନ୍ତିପୂର୍ଣ୍ଣ ହେବ । ତେବେ ଦିଲ୍ଲୀରେ ଚକା ଜାମ ହେବ ନାହିଁ ।

କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଓଡିଶାରେ ମଧ୍ୟ ଅଖ ଜାମ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ । ତେବେ ଏହି ଆନ୍ଦୋଳନକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଚାଷୀ ଆନ୍ଦୋଳନ ହିଂସାତ୍ମକ ନହେଉ । ଆଲୋଚନାରୁ ନିଷ୍କର୍ସ ବାହାରିବ ବୋଲି କହିଛନ୍ତି ଶଶିଭୂଷଣ । ଅନ୍ୟପଟେ ଏହି ଚକାଜାମକୁ ସମର୍ଥନ କରିଛି କଂଗ୍ରେସ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ବିଜେପି କୃଷି ଆଇନ ଲାଗୁ ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ଦୋହରାଇଛି ।

from Kanak News
via <a href="https://ifttt.com/?

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୋଟିଆ ପରେ ଗଂଜାମର ପାତ୍ରପୁର ବ୍ଲକର ୧୦ଟି ଗାଁରେ ହେବାକୁ ଯାଉଛି ଆନ୍ଧ୍ର ନିର୍ବାଚନ । 

କନକ ବ୍ୟୁରୋ: ଓଡିଶାର ଗଂଜାମ ଓ ଆନ୍ଧ୍ର ସୀମାନ୍ତ ଅଂଚଳରେ ଭଲ ରାସ୍ତା, ଭଲ ଘର ଏବଂ ଏକ ଭଲ ଜୀବନ ଶୈଳୀର ଘୋର ଅଭାବ । ଏହି କାରଣରୁ ବୋଧହୁଏ ସହଜରେ ଆନ୍ଧ୍ର ଏସବୁ ଗାଁରେ କବଜା କରିବାକୁ ଉଦ୍ୟମ କରୁଛି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାତ୍ରପୁର ବ୍ଲକର ୪ଟି ପଂଚାୟତରେ ଆନ୍ଧ୍ର ନିର୍ବାଚନ ପାଇଁ ଭୋଟ ହେବ । ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଆନ୍ଧ୍ର ପଂଚାୟତ ନିର୍ବାଚନ ପାଇଁ ତୁମ୍ବା ପଂଚାୟତର ତିନୋଟି ଗାଁ କୁଲାଡି, ସାତପୁରୀ ଓ ବାବନସାହିର ଲୋକେ ଭୋଟ ଦେବେ ।

ଏହାଛଡା ବୁରାତାଳ ପଂଚାୟତର ଦୁଇଟି ଗାଁ ବୁରାତାଳ ଓ ବୁଢିଖଳା ଲୋକେ ମଧ୍ୟ ଭୋଟ ଦେବେ । ସେହିପରି ଗୁଡିପଦର ପଂଚାୟତର ଶ୍ରୀବଳରାମପୁର ଏବଂ ଇ ନୂଆଗାଁ ଗାଁ ପଂଚାୟତର ଜୟପୁର, ଶରଧାପୁର-ଏ, ଶରଧାପୁର-ବି, ଶରଧାପୁର-ସି ଗାଁର ଲୋକେ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବେ ।  କେବଳ ଭୋଟ ଦେବା କଥା ନୁହେଁ । ତୁମ୍ବା ପଂଚାୟତର କୁଲାଡି ଗାଁର ସାବିତ୍ରୀ ଶବର ନାମକ ଜଣେ ମହିଳା ଆନ୍ଧ୍ରର ଏକ ପଂଚାୟତର ୱାର୍ଡ ମେମ୍ବର ଭାବେ ନିର୍ବାଚନ ଲଢୁଛନ୍ତି ।

ଓଡିଶାରେ ଆନ୍ଧ୍ରର ନିର୍ବାଚନ ବଡ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ପୂର୍ବରୁ ଆନ୍ଧ୍ର ସରକାର ଗଂଜାମ ଜିଲ୍ଲାରେ କେତେବେଳେ ରାସନ କାର୍ଡ, ଓଡିଶାର ଜମି ପଟ୍ଟା ଓ ବାର୍ଧକ୍ୟ ଭତା ଆଦି ସୁବିଧା ଦେଇ ଆନ୍ଧ୍ର ପ୍ରତି ସହୃଦୟତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏହା ଏବେ ସତର୍କ ଘଂଟି ନୁହେଁ ବରଂ ଏକ ବିପଦ ସାଜି ସାମ୍ନାକୁ ଆସିଛି ।

from Kanak News
via <a href="https://ifttt.com/?

ସଂସଦରେ ବିଜେପି-ବିଜେପି ମୁହାଁମୁହିଁ । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱାମୀନାଥନ କମିଟି ଲାଗୁ କରିବା ପୂର୍ବରୁ ତାକୁ ଆଗ ବୁଝନ୍ତୁ । ପାଲଟା ଜବାବ୍ ଦେଲେ ବିଜେଡି ସାଂସଦ ।

କନକ ବ୍ୟୁରୋ : ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ସଂସଦରେ ଏବେ ଉଠିଛି ଓଡିଶା ତାତି । ଗତକାଲି ରାଜ୍ୟ ସଭାର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଓ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସ୍ୱାମୀ ନାଥନ କମିଟି ସୁପାରିଶ ପ୍ରସଙ୍ଗରେ ବିଜେଡି ସାଂସଦ ସଠିକ ତଥ୍ୟ ଦେଖି ଗୃହରେ ଉତ୍ତର ରଖନ୍ତୁ ।

ବିଜେଡିର ଦୁଇ ଆଗୁଆ ସାଂସଦଙ୍କୁ ସମାଲୋଚନା କରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏନେଇ ଆଜି ସଂସଦରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସଂସଦରେ ସ୍ୱାମୀନାଥନ କମିଟିରେ କଣ କୁହାଯାଇଛି ଏନେଇ ଉତ୍ତର ରଖିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି ସ୍ୱାମୀନାଥନରେ କୁହାଯାଇଛି ଯେଉଁ ଦେଢ ଗୁଣା ବୃଦ୍ଧି କଥା କୁହାଯାଇଥିଲା । ସେହି ବୃଦ୍ଧି ଏଟୁ ଏଫଏଲରେ ନଥିଲା ସିଟୁରେ ଥିଲା ।

ତେବେ ଏହି ସିଟୁ ଏଟୁ ଓ ଏଟୁଏଫଲ କଣ ପୂରା ସ୍ପଷ୍ଟ ଭାବେରେ ବୁଝାଇଛନ୍ତି ସସ୍ମିତ ପାତ୍ର । ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଏହି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ । ଏଥର ବଜେଟ୍‌ ଅଧିବେଶନରେ ବିଜେଡି ସାଂସଦମାନେ ଅଧିକ ଆକ୍ରମଣାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଚାଉଳ ବିବାଦକୁ ସାଂସଦ ଭର୍ତ୍ତୃହରି ମହତାବ ସଂସଦକୁ ଟାଣି ନେବା ପରେ ବୁଧବାର ମହିଳା ସଂରକ୍ଷଣ ଓ ଏମଏସପି ଏବଂ ସ୍ୱାମୀନାଥନ୍ କମିଟି ସୁପାରିସ ପ୍ରସଙ୍ଗରେ ଦୁଇ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ଓ ସସ୍ମିତ ପାତ୍ର ଗର୍ଜନ କରିଥିଲେ।

ତେବେ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ନିଜ ମନ୍ତବ୍ୟ ରଖିବା ପରେ ପୁଣି ଆକ୍ସନ ମୋଡରେ ରହିଛନ୍ତି ବିଜେଡି ସାଂସଦ । ଗତକାଲି ଧର୍ମେନ୍ଦ୍ର ପ୍ରଧାନ କରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ସସ୍ମିତ ପାତ୍ର ।

from Kanak News
via <a href="https://ifttt.com/?

ଓଡ଼ିଶା ଗାଁ ଉପରେ ଆନ୍ଧ୍ରର ଆଖି । ଓଡ଼ିଶାର ଗାଁରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ ସ୍ଥାୟୀ ସମାଧାନ ପାଇଁ ଦଳ ମତ ନିର୍ବିଶେଷରେ ଏକ ହୁଅନ୍ତୁ ଓଡ଼ିଶାବାସୀ । 

କନକ ବ୍ୟୁରୋ : ଓଡ଼ିଶାର ଗାଁ  ଉପରେ ଆନ୍ଧ୍ର ଆଖି ପକାଇଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରି ଓଡ଼ିଶାର ଅନେକ ଗାଁ ଏବଂ ପଞ୍ଚାୟତ ଉପରେ ଅଧିକାର ଜାହିର୍ କରିବା ଚିନ୍ତାର ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ।  କୋଟିଆକୁ ନେଇ ଆନ୍ଧ୍ର ସହ ଆମର ବିବାଦ ଦୀର୍ଘ ବର୍ଷ ଧରି ଲାଗି ରହିଛି। ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ନହେବା ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । । ବୋଧହୁଏ କୋଟିଆ ପ୍ରସଙ୍ଗକୁ ଯେତେ ଗୁରୁତ୍ୱର ସହ ନେବା କଥା ଆମେ ତାହା କରିବାରେ ସଫଳ ହୋଇନାହୁଁ । ଏହି ଅଞ୍ଚଳର ବିକାଶ ତଥା ସ୍ଥାନୀୟ ଭାଇ ଭଉଣୀମାନଙ୍କୁ ଭାବଗତ ଭାବରେ ଯୋଡ଼ି ରଖିବାକୁ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନାହୁଁ ।  ଏବେ ଯେତେବେଳେ ଆନ୍ଧ୍ର ସରକାର କୋଟିଆ ଉପରେ ଅଧିକାର ଜାହିର୍ କରିବା ଆରମ୍ଭ କରିଛି ସେତେବେଳେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଏହି ସମସ୍ୟାର ସମାଧାନ ବାହାର କରିବାକୁ ଆଗେଇ ଆସିବାକୁ କହିଛନ୍ତି ଧର୍ମେନ୍ଦ୍ର ।

https://platform.twitter.com/widgets.js

ଓଡ଼ିଶାର ବିଭିନ୍ନ ଗାଁ ଉପରେ ଆନ୍ଧ୍ର ନଜର ପକାଇବା ସହ ନିର୍ବାଚନ କରିବାକୁ ଆଗେଇ ଆସିଥିବା ବେଳେ ଆଜି କୋଟିଆ ପାଇଁ କିଛି ଯୋଜନାର ଶୁଭାରମ୍ଭ ସହ ଖୁବଶୀଘ୍ର କୋଟିଆକୁ ଆସି ଏହାକୁ ଆଦର୍ଶ ପଞ୍ଚାୟତ କରିବେ ବୋଲି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନବୀନ କହିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ପୂର୍ବରୁ କୋଟିଆ ଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ଆଲୋଚନା ପରେ କୋଟିଆ ଓ ଅନ୍ୟାନ୍ୟ ସୀମା ବିବାଦ ପ୍ରସଙ୍ଗରେ ସମସ୍ତ ରାଜନୈତିକ ଓ ସାମାଜିକ ସଙ୍ଗଠନ ସହ ଆଲୋଚନା କରି ସମାଧାନ ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର । କିନ୍ତୁ ଏପର୍ଯ୍ୟନ୍ତ କୋଟିଆ ପ୍ରସଙ୍ଗରେ ସ୍ଥାୟୀ ସମାଧାନ ନହେବା ଚିନ୍ତାର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started