ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଶତକ । ପ୍ରଥମ ଦିନରେ ଇଂଲଣ୍ଡ ଦଳ ୨୬୩/୩

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି ବ୍ରିଟିଶ ଦଳ । ଅଧିନାୟକ ଜୋ ରୁଟଙ୍କ ଅପରାଜିତ ଶତକୀୟ ଇଂନିସ ବଳରେ ଦଳ ପ୍ରଥମ ଦିନର ଖେଳ ଶେଷସୁଦ୍ଧା ୩ ୱିକେଟ୍ ହରାଇ ୨୬୩ ରନ୍ ସଂଗ୍ରହ କରିନେଇଛି । ଟିମ୍ ଇଣ୍ଡିଆ ପକ୍ଷରୁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ସଫଳ ବୋଲର ଭାବେ ପ୍ରଥମ ଦିନରେ ୨ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ।

ଶୁକ୍ରବାର ଚେନ୍ନାଇର ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବିରାଟ ବାହିନୀ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ତେବେ ପ୍ରଥମରୁ ହିଁ ଇଂଲଣ୍ଡ ଦଳ ଚତ୍ମକାର ପ୍ରଦର୍ଶନ କରିଥିଲା । ଦଳର ଦୁଇ ଓପନର ଅର୍ଦ୍ଧଶତକୀୟ ପାର୍ଟନରସିପ କରିବା ପରେ ଦଳକୁ ପ୍ରଥମ ଝଟକା ଦେଇଥିଲେ ଅଶ୍ୱିନୀ । ଏହାପରେ ବମରା ଲଗାତାର ଇଂଲଣ୍ଡ ଦଳକୁ ଦ୍ୱିତୀୟ ଝଟକା ଦେଇଥିଲେ ।

ଏହାପରେ କିନ୍ତୁ ଇଂଲଣ୍ଡ ଦଳ ଅଧିନାୟକ ଜୋ ରୁଟଙ୍କ ଇଂନିସ ବଳରେ ନିଜ ପାଳିକୁ ଆଗକୁ ବଢାଇଥିଲା । ଜୋ ରୁଟ ନିଜର ଶତକ ପୂରଣ କରିବା ସହିତ ବର୍ତ୍ତମାନ ୧୨୮ ରନରେ ନଟ୍ ଆଉଟ୍ ଅଛନ୍ତି । ଟିମ୍ ଇଣ୍ଡିଆ ପକ୍ଷରୁ ବୁମରା ୨ଟି ଓ ଅଶ୍ୱିନୀ ଗୋଟିଏ ୱିକେଟ୍ ନେଇଛନ୍ତି । ଆସନ୍ତାକାଲି ସକାଳ ସାଢେ ୯ଟାରୁ ମ୍ୟାଚର ଦ୍ୱିତୀୟ ଦିନ ଖେଳାଯିବ ।

from Kanak News
via <a href="https://ifttt.com/?

କୃଷକଙ୍କ ହିତରେ ତାମିଲନାଡୁ ସରକାରଙ୍କ ବଡ ନିଷ୍ପତ୍ତି । ଛାଡ କଲେ ୧୨,୧୧୦ କୋଟି ଟଙ୍କାର କୃଷିଋଣ । ୧୬.୧୩ ଲକ୍ଷ ଚାଷୀ ହେବେ ଉପକୃତ

କନକ ବ୍ୟୁରୋ : ତାମିଲନାଡୁ ସରକାର ରାଜ୍ୟ କୋ-ଅପରେଟିଭ୍ ବ୍ୟାଙ୍କରୁ କୃଷକ ମାନେ ନେଇଥିବା ଶଷ୍ୟଋଣ ଛାଡ କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏଡାପଡ୍ଡି କେ ପାଲାନିସ୍ୱାମୀ ମୋଟ ୧୨,୧୧୦ କୋଟି ଟଙ୍କାର ଶଷ୍ୟଋଣ ଛାଡ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଋଣଛାଡ ଘୋଷଣା ପରେ ରାଜ୍ୟରେ ୧୬.୧୩ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଜଣାପଡିଛି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ବିଧାନସଭା ଆଇନ ୧୧୦ ଆଧାରରେ ଏଭଳି ଘୋଷଣା କରିଛନ୍ତି । ପାଲାନିସ୍ୱାମୀ କହିଛନ୍ତି କି ରାଜ୍ୟରେ ଚକ୍ରବର୍ତ୍ତି ତୁଫାନ ନିଭାର ଓ ବୁରେଭି କାରଣରୁ କୃଷକ ମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି । ଯାହାକୁ ନଜରରେ ରଖି ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଥିଲେ କି ଯେଉଁ କୃଷକ ମାନେ ରାଜ୍ୟ କୋ-ଅପରେଟିଭ୍ ବ୍ୟାଙ୍କରୁ ଶଷ୍ୟଋଣ ନେଇଛନ୍ତି ସେହିମାନେ ହିଁ କେବଳ ଏହି ଋଣଛାଡର ଲାଭ ନେଇପାରିବେ । ଜାନୁଆରୀ ମାସରେ ତାମିଲନାଡୁରେ ଅଧିକବର୍ଷା ହେବା କାରଣରୁ କୃଷକଙ୍କ ଫସଲ ସମ୍ପୁର୍ଣ୍ଣ ନଷ୍ଠ ହୋଇଯାଇଛି । ସବୁଠାରୁ ଅଧିକ ଧାନ ଫଶଲ ନଷ୍ଠ ହୋଇଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ବି ଏକ କେନ୍ଦ୍ରୀୟ ଟିମ୍ ତାମିଲନାଡୁ ଗସ୍ତରେ ଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଦେଶରେ କୃଷକ ଆନ୍ଦୋଳନ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ଏହାସହ ଆଗାମୀ କିଛିମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ପାଲାନିସ୍ୱାମୀଙ୍କ ଏହି ଚାଷୀ ସନ୍ତୁଷ୍ଟି ଯୋଜନା ବାସ୍ତବରେ ଭୋଟ ବ୍ୟାଙ୍କରେ ପରିଣତ ହେବ କି ନାହିଁ ତାହା ସମୟ କହିବ ।

from Kanak News
via <a href="https://ifttt.com/?

ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ । ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିବା ନେଇ ମିଳୁଛି ସୂଚନା ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଆଉ ଏତିକିବେଳେ ସାମନାକୁ ଆସିଛି ନୂଆ ତଥ୍ୟ । ଯାହା ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢାଇଛି । ଶ୍ୱାସରୁଦ୍ଧ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟରେ ଝରାଫୁଲଙ୍କ ଶ୍ୱାସରୁଦ୍ଧରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଆସିଥିବା ବେଳେ ଆନୁଷ୍ଠାନିକ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

ପୂର୍ବରୁ ଅସୁସ୍ଥତା କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିବା ବେଳେ ଏବେ କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢୀଭୂତ ହେଉଛି । ଗେଷ୍ଟ ହାଉସ ରୁମ ଭିତରେ ଯଦି ଝରାଫୁଲକୁ ହତ୍ୟା କରାଯାଇଛି ,ରାକେଶ ହିଁ ହତ୍ୟାକାରୀ ବୋଲି ଧରିନିଆଯାଇପାରେ । ସେପଟେ ଆଜି ସରିଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ରାକେଶର ଡାକ୍ତରୀ ପରୀକ୍ଷା କରାଇ ତାକୁ କୋର୍ଟରେ ହାଜର କରାଯାଇଥିଲା । କୁଆଖିଆ ପୋଲିସ ଆଉ ରିମାଣ୍ଡ ଆବେଦନ ନକରିବାରୁ ବିଚାର ବିଭାଗୀୟ ହାଜତକୁ ଯାଇଛି ରାକେଶ ସ୍ୱାଇଁ ।

from Kanak News
via <a href="https://ifttt.com/?

କଟକରେ ରିଚାର୍ଜ ଠକେଇ ମାମଲା । ଡ଼ିସିପିଙ୍କୁ ଭେଟିଲେ ଠକେଇର ଶିକାର ହୋଇଥିବା ଏଜେଂଟ ।

କନକ ବ୍ୟୁରୋ: କଟକରେ ମୋବାଇଲ ରିଚାର୍ଜ ଠକେଇ ମାମଲାରେ ଡିସିପିଙ୍କୁ ଭେଟିଛନ୍ତି ଠକେଇର ଶିକାର ହୋଇଥିବା ଏଜେଂଟ । ଡିସିପି ପ୍ରତୀକ ସିଂ ଏଜେଂଟ ମାନଙ୍କର ଏତଲା ରଖିବାକୁ ସଦର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି ଟଙ୍କା ନେଇ ଦଲାଲ ଠକୁଥିବା ଅଭିଯୋଗ ହୋଇଛି । କଟକ ୪୨ ମୌଜା ଅଂଚଳରେ ଥିବା ସାଂଘଭୀ ଏଂଟରପ୍ରାଇଜର୍ସ କଟକରେ ପ୍ରାୟ ୩୦୦ରୁ ଅଧିକ ଏଜେଂଟଙ୍କ ଜରିଆରେ ୫୦ ହଜାର ଲୋକଙ୍କୁ ଏପରି ସ୍କିମରେ ସାମିଲ କରିଥିଲା । ୯୯୯ ଟଂକାରେ ବର୍ଷକ ପାଇଁ ରିଚାର୍ଜ କରିବାକୁ ଲୋକଙ୍କୁ ଦେଇଥିଲା ଲୋଭନୀୟ ଅଫର । ତେବେ ଦୁଇ ତିନି ମାସ ମୋବାଇଲ ରିଚାର୍ଜ ହେବା ପରେ ସଂସ୍ଥା ଆଉ ମୋବାଇଲ୍ ରିଚାର୍ଜ କରିନଥିଲା । ଏନେଇ କମ୍ପାନୀକୁ ଯୋଗାଯୋଗ କରିବା ପରେ ବି କୌଣସି ସଠିକ୍ ଜବାବ ନମିଳିନଥିଲା ।

from Kanak News
via <a href="https://ifttt.com/?

ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ଘୋଷଣା । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବନି ଚକାଜାମ ।

କନକ ବ୍ୟୁରୋ:  ଚାଷୀ ସଙ୍ଗଠନମାନେ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୬ ତାରିଖରେ ସାରା ଦେଶରେ ଚକାଜାମ ଘୋଷଣା କରିଛନ୍ତି । ଏହାରି ଭିତରେ କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଗଣମାଧ୍ୟମକୁ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକାଜାମ ପାଳନ ହେବ ନାହିଁ ।

ତେବେ ଚାଷୀମାନେ କାହିଁକି ଏହି ଦୁଇ ରାଜ୍ୟରେ ଚକାଜାମ୍ କରିବେନି ସେନେଇ ରାକେଶ ଟିକାୟତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । କୁହାଯାଉଛି, ଏହି ଦୁଇ ରାଜ୍ୟରେ ବିଜେପ କ୍ଷମତାରେ ଥିବାରୁ ଚାଷୀନେତା ଏଭଳି ନିଷ୍ପତ୍ତି ନେଇଛନ୍ତି । ତା ସହ ଦିଲ୍ଲୀ ଓ ଏନସିଆରରେ ମଧ୍ୟ ଚକାଜାମ୍ ହେବନି ବୋଲି ପୂର୍ବରୁ ଘୋଷଣା ହୋଇସାରିଛି ।

ଆସନ୍ତାକାଲି ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚକାଜାମ୍ ଘୋଷଣା କରିଛନ୍ତି । କାଲି ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ । ଚାଷୀମାନେ ରାଜରାସ୍ତାରେ ଚକାଜାମ୍ କରିବା ସହିତ ବନ୍ଦ ପାଳନ କରିବେ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦୀର୍ଘ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହା ଭିତରେ ଚାଷୀ-ସରକାରଙ୍କ ଭିତରେ ଏକାଧିକ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍ପର୍ସ ବାହାରିପାରିନି । ଯାହା ଫଳରେ ଚାଷୀମାନେ ଜାନୁଆରୀ ୬ ତାରିଖରେ ଚକାଜାମର ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

କରୋନା ଟିକା ନେବା ବାଧ୍ୟତାମୂଳକ କଲେ କଟକ ଜିଲ୍ଲାପାଳ । ଟିକା ନନେଲେ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ ।

କନକ ବ୍ୟୁରୋ : କଟକ ଜିଲ୍ଲାପାଳଙ୍କ ନିୟମ । ୧୦ ଫେବୃଆରୀ ସୁଦ୍ଧା ଟିକା ନନେଲେ ବନ୍ଦ ହେବ ଦରମା । ଏନେଇ ସିଏମସି ଓ ଏସସିବି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କ ଚିଠି । କୋଭିଡ ଟିକା ନନେଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ କୋଭିଡ ଟିକା ନେବାକୁ ବାଧ୍ୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ଜାନୁଆରୀ ୧୬ ତାରଖରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ତେବେ ଏହି ଟିକାକରଣ କ୍ଷେତ୍ରରେ ରାଜ୍ୟରେ କଟକ ପଛୁଆ ହୋଇ ରହିଛି, ଯାହା ରାଜ୍ୟ ପାଇଁ ଅପବାଦର ବିଷୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

from Kanak News
via <a href="https://ifttt.com/?

ବିଜେପିକୁ ବିଜେଡିର ଖୋଲା ଚ୍ୟାଲେଞ୍ଜ: ଓଡ଼ିଶାକୁ କେନ୍ଦ୍ରୀୟ ରେଳ ବଜେଟ୍ ନେଇ ବିତର୍କ କରିବାକୁ ଆହ୍ୱାନ କଲା ବିଜେଡି ।

କନକ ବ୍ୟୁରୋ: ଓଡ଼ିଶାକୁ କେନ୍ଦ୍ରର ରେଳ ବଜେଟ୍ ଅନୁଦାନକୁ ନେଇ ବଢ଼ିଲା ବିବାଦ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ଚଳିତ କେନ୍ଦ୍ରୀୟ ରେଳ ବଜେଟ୍ ଓଡ଼ିଶାକୁ ନ୍ୟାୟ ଦେଇନି । ଆମେ ହିସାବ ଦେବୁ ଦମ୍ ଅଛି ତ ଏହା ଉପରେ ବିତର୍କ କର, ବିଜେପିକୁ ଏମିତି ଖୋଲା ଚ୍ୟାଲେଞ୍ଜ କରିଛି ବିଜେଡି । ରାଜ୍ୟ ବିଜେଡି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରୀୟ ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ କଡ଼ାଗଣ୍ଡା କରି ହିସାବ ଦେଲା ବିଜେଡି ।

ବିଜେଡି କହିଛି, ଏଥର କେନ୍ଦ୍ରୀୟ ରେଳ ବଜେଟରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଛି କେନ୍ଦ୍ର । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ଏଯାଏଁ ୩୦ରୁ ୪୦ ପ୍ରତିଶତ କାର୍ଯ୍ୟ ହୋଇଛି । ସବୁଠୁ ମନ୍ଥର ଗତିରେ ଏହି ରେଳ ଲାଇନ୍ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ଉପରେ କ’ଣ କେନ୍ଦ୍ରମନ୍ତ୍ରୀଙ୍କ ନଜର ପଡୁନି କି? କୋଇଲା କ୍ଷେତ୍ରରେ କେନ୍ଦ୍ର ସୁବିଧା ନେଉଛି ଆଉ ଓଡ଼ିଶା ଧୂଆଁ ଧୂଆଁ ସହୁଛି ।

ଏପରିକି ପ୍ରତିବର୍ଷ ରେଳବାଇ କ୍ଷେତ୍ରରେ କେନ୍ଦ୍ରକୁ ଓଡ଼ିଶା ୨୦ ହଜାର କୋଟି ଟଙ୍କା ଦେଉଛି । କିନ୍ତୁ ଦୁଃଖର ବିଷୟ ଏଯାଏଁ ୬ଟି ଜିଲ୍ଲାରେ ରେଳ ଲାଇନ୍ ସଂଯୋଗ ହୋଇନି । ଏପରି କେଉଁ ଭାବରେ ଓଡ଼ିଶାକୁ ନ୍ୟାୟ ଦେଉଛି ବୋଲି ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ବିଜେଡି । ଏପରିକି କଡ଼ା ସମାଲୋଚନା କରି ବିଜେଡି କହିଛି କି, ଓଡ଼ିଶାରୁ ନେବୁ କୋଇଲା, ଓଡ଼ିଶାରୁ ନେବୁ ବକ୍ସାଇଟ୍ କିନ୍ତୁ ଦେଲାବେଳକୁ ହାତଖାଲି ।

from Kanak News
via <a href="https://ifttt.com/?

କାଲି ଚାଷୀ ସଂଗଠନ କରିବ ଚକାଜାମ । ଜାଣନ୍ତୁ କଣ ରହିଛି ଚାଷୀ ନେତାଙ୍କ ପ୍ଲାନ? 

କନକ ବ୍ୟୁରୋ : କୃଷି ଆଇନକୁ ନେଇ ଗତ ଦୁଇ ମାସ ହେବ ଚାଷୀ ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ସଂଖ୍ୟାରେ ଚାଷୀମାନେ ବସି ରହିଛନ୍ତି । ଏହାସହ କାଲି ସାରା ଦେଶରେ ଚାଷୀମନେ ଚକାଜାମ କରିବେ । ହେଲେ ଏଥର ଦିଲ୍ଲୀରେ ଚକାଜାମ ହେବ ନାହିଁ । ତେବେ ଆସନ୍ତୁ ଜାଣିବା କାଲିର ଚକା ଜାମକୁ ନେଇକି ଚାଷୀ ନେତାଙ୍କର କଣ ପ୍ଲାନ ରହିଛି ।

କେତେବେଳେ କେମିତି ହେବ ଚକାଜାମ?

ଏଥର ଚକାଜାମ କେବଳ ୩ ଘଣ୍ଟା ପାଇଁ ହେବ । ଏହା ଦିନ ୧୨ଟାରୁ ଆରମ୍ଭ ହୋଇ ଦିନ ୩ଟାରେ ଶେଷ ହେବ । ଏହି ସମୟରେ ଚାଷୀମାନେ ନିଜ ନିଜ ଅଞ୍ଚଳରେ ରହି ଚକାଜାମ କରିବେ । ଏହି ସମୟରେ ବିକ୍ଷୋଭ ମଧ୍ୟ ଜାରି ରହିବ । ଏହି ଚକାଜାମ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏହି ସମୟରେ ସାଧାରଣ ଲୋକଙ୍କୁ ବାଦାମ, ଚଣା ପାଣି, ଫଳ ଦେବେ ଚାଷୀ ।

ଗାଁ ଗାଁରେ ପହଞ୍ଚିବ ଚାଷୀ ଆନ୍ଦୋଳନ 

ରାକେଶ ଟିକାୟତଙ୍କ କହିବାମୁତାବକ, ଅନେକ ଦିନ ଧରି ଚାଷୀମାନେ ଦିଲ୍ଲୀ ସୀମାରେ ବସି ରହିଛନ୍ତି । ହେଲେ ଏଥର ଗାଁ ଗାଁରେ ପହଞ୍ଚିବ ଚାଷୀ ଆନ୍ଦୋଳନ । ରାକେଶ ଟିକାୟତ କହିଛନ୍ତି ଯେ ଏବେ ଗାଁରୁ ଦୁଇଟି ଟ୍ରାକ୍ଟର ଦିଲ୍ଲୀକୁ ଆସିବ । ଏହି ଟ୍ରାକ୍ଟର ଏଠାରେ କିଛି ଦିନ ରହିବେ । ତାପରେ ଫେରିଯିବେ । ଏହାପରେ ଅନ୍ୟ ଟ୍ରାକ୍ଟର ଆସିବ । ଏହି ପ୍ରକ୍ରିୟା କିଛିଦିନ ଚାଲୁ ରହିବ ।

ଦିଲ୍ଲୀରେ ହେବନି ଚକାଜାମ 

ଏତର ଦିଲ୍ଲୀରେ ଚକାଜାମ ହେବନାହିଁ । ଜାନୁଆରୀ ୨୬ ପରେ ଦିଲ୍ଲୀରେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛନ୍ତି । ଦିଲ୍ଲୀର ସୀମାକୁ ମଧ୍ୟ ସିଲ କରିଦେଇଛନ୍ତି । ତେଣୁ ଏଥର ଦିଲ୍ଲୀରେ ଚାଷୀମାନେ ଚକା ଜାମ କରିବେ ନାହିଁ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

from Kanak News
via <a href="https://ifttt.com/?

ଚନ୍ଦକା ଅଂଚଳରେ ମିଳିଥିବା ମୃତ ମହିଳାଙ୍କ କୁଆଡେ ଗଲା କଟାମୁଣ୍ଡ ? ପୋଷାକ ଆଧାରରେ ପୋଷ୍ଟର ତିଆରି କରିବ ପୋଲିସ ।

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରୁ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ମହିଳାଙ୍କ ଶବକୁ ନେଇ ଚନ୍ଦକା ପୋଲିସର ଖୋଳତାଡ ଜାରି ରହିଛି । ଗତକାଲି ପରି ଆଜି ମଧ୍ୟ କଟାମୁଣ୍ଡକୁ ଖୋଜୁଛି ପୋଲିସ । ଅନ୍ଧାରୁଆ ଦାସପୁର ରାସ୍ତା ଜଙ୍ଗଲରେ ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଡିସିପି କହିଛନ୍ତି, ରାଜ୍ୟ ବାହାର ପୁଲିସକୁ ମୃତ ମହିଳାଙ୍କ ତଥ୍ୟ ପଠାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ପୁଲିସକୁ ଏହି ତଥ୍ୟ  କମିସନରେଟ ପୁଲିସ ପକ୍ଷରୁ ମଗାଯାଇଛି । ମହିଳା ପିନ୍ଧିଥିବା ପୋଷାକକୁ ଆଧାର କରି ପୋଷ୍ଟର ତିଆରି କରାଯିବ । ସେହି ପୋଷ୍ଟରକୁ ସର୍ବସାଧାରଣରେ ଲଗାଯିବ । ଘଟଣା ସ୍ଥଳରେ ମହିଳାଙ୍କୁ ହତ୍ୟା କରାଯାଇନି । ଅନ୍ୟ ଜାଗାରେ ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ଏଡିସିପିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଘଟଣା ସ୍ଥଳରେ ସାଇଟିଂଫିକ ଟିମ ଖୋଳତାଡ କରିଛି । କିଛି ସାଇଟିଂଫିକ ତଥ୍ୟ ମିଳିଥିବା ଡିସିପି କହିଛନ୍ତି ।

from Kanak News
via <a href="https://ifttt.com/?

କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ପୋଲିସ ଅଧିକାରୀ । ପ୍ରଥମ ଟିକା ନେବେ ଡିଜିପି ଅଭୟ ।

କନକ ବ୍ୟୁରୋ: କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ସମସ୍ତ ପୋଲିସ ଅଧିକାରୀ । ଏହି କ୍ରମରେ ପୋଲିସ ଡିଜି ଅଭୟ ଆସନ୍ତାକାଲି ପ୍ରଥମ ଟିକା ନେବେ । ଏହାପରେ ରାଜ୍ୟର ଅନ୍ୟ ପୋଲିସ ଅଧିକାରୀ ଟିକା ଗ୍ରହଣ କରିବେ । ଏନେଇ ଆଜି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଆସନ୍ତାକାଲି ଭୁବନେଶ୍ୱରରେ ମୋଟ ୧୯ଟି ପ୍ରତିଷ୍ଠାନରେ ୮୯୩୭ ଜଣ କର୍ମଚାରୀ ଟିକା ନେବେ । ଭୁବନେଶ୍ୱର ସିପି ଅଫିସ ସମେତ ୩ଟି ସ୍ଥାନରେ ଏହି ଟିକା ଦିଆଯିବ । ସେହିପରି କଟକର ୧୧ଟି ପ୍ରତିଷ୍ଠାନରେ ୬୮୬୭ ପୋଲିସ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ପୋଲିସ କମିସନର ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started