ଆସନ୍ତାକାଲି ସାରା ଦେଶର ରାଜମାର୍ଗରେ କୃଷକ ସଂଗଠନ କରିବ ଚକା ଜାମ୍ । ହେଲେ ଦିଲ୍ଲୀରେ ଗଡିବ ଗାଡି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କୃଷକ ସଂଗଠନ ସହ ପୋଲିସ ପ୍ରସ୍ତୁତ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନକୁ ଦେଶର କୃଷକ ସଂଗଠନ ମାନେ ବିରୋଧ କରି ୨ ମାସରୁ ଅଧିକ ସମୟ ହେବ ଦେଶର ବିିଭିନ୍ନ ସ୍ଥାନରେ ଧାରଣାରେ ବସିଛନ୍ତି । ଏହି କ୍ରମରେ ସରକାର ଓ କୃଷକ ସଂଗଠନ ମାନଙ୍କ ଭିତରେ ଏନେଇ ୧୧ ଥର ଆଲୋଚନା ହୋଇଥିଲେ ବି କୌଣସି ନିସ୍କର୍ଷ ବାହାରିପାରି ନାହିଁ । ଯାହାକୁ ନେଇ ଆସନ୍ତା କାଲି ତଥା ଫେବୃଆରୀ ୬ ତାରିଖ ଦିନ କୃଷକ ସଂଗଠନ ମାନେ ସାରା ଦେଶରେ ୩ ଘଂଟା ପାଇଁ ଚକା ଜାମ୍ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏନେଇ ଆନ୍ଦୋଳନରତ କୃଷକ ସଂଗଠନର ନେତା ମାନେ ଆଜି କହିଛନ୍ତି କି ଦିଲ୍ଲୀକୁ ଛାଡି ଦେଶର ଅନ୍ୟ ସମସ୍ତ ରାଜମାର୍ଗରେ କାଲି ଏହି ଚକାଜାମ୍ ଆନ୍ଦୋଳନ କରାଯିବ । କୃଷକ ନେତା ଦର୍ଶନପାଲ୍ ସିଂ କହିଛନ୍ତି କି ଦିଲ୍ଲୀ ବ୍ୟତିତ ଅନ୍ୟସବୁ ସ୍ଥାନରେ ଆନ୍ଦୋଳନ କରାଯିବ ଓ ଦିଲ୍ଲୀର ସମସ୍ତ ସୀମାରେ କୃଷକ ମାନେ ଶାନ୍ତିପୂର୍ଣ୍ଣ ଭାବେ ବସି ରହିବେ । ଏହି ଆନ୍ଦୋଳନ ବେଳେ ରାଷ୍ଟ୍ରୀୟ ରାଜମାର୍ଗ ଓ ରାଜ୍ୟ ରାଜମାର୍ଗ ଉପରେ କୃଷକ ମାନେ ଧାରଣା ଦେବେ । ଦିନ ୩ ଟାରେ ଯେତେବେଳେ ଚକାଜାମ୍ ଆନ୍ଦୋଳନ ସମାପ୍ତ ହେବ ସେତେବେଳେ ସାରା ଦେଶର ଆନ୍ଦୋଳନକାରୀ ମାନେ ୧ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କ ଗାଡିର ହର୍ଣ୍ଣ ବଜାଇବେ । ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ କହିଛନ୍ତି କି ଯେଉଁ କୃଷକ ମାନେ ଏଠାକୁ ଆସିପାରୁ ନାହାନ୍ତି ସେମାନେ ଆସନ୍ତା କାଲି ନିଜ ନିଜ ଅଞ୍ଚଳରେ ଚକାଜାମ୍ ଆନ୍ଦୋଳନରେ ସାମିଲ ହୋଇପାରିବେ ।

ଅନ୍ୟପଟେ ଆନ୍ଦୋଳନରେ ପୁଣି ହିଂସା କୁ ନଜରରେ ରଖି ସରକାର ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖିଛନ୍ତି । ଏହାସହ ଦିଲ୍ଲୀ ପୋଲିସ ଏବେ ବି ଦିଲ୍ଲୀର ବିଭିନ୍ନ ସୀମାରେ ଲୁହା କିଳା ପୋତିବା କାମ ଜାରି ରଖିଛି । ଦିଲ୍ଲୀର ବିଭିନ୍ନ ସୀମାରେ ସୁରକ୍ଷାବଳ ବଢାଇଛନ୍ତି ସରକାର । ଆନ୍ଦୋଳନର ଭିଡ ଭିତରେ ଯେଭଳି ଭାବେ ଦେଶଦ୍ରୋହୀ ଶକ୍ତି ମାନେ ଆତଙ୍କ ନ ଖେଳାନ୍ତି ସେ ନେଇ ବି ବେସ୍ ସଜାଗ ରହିଛି ଗୁଇନ୍ଦା ବିଭାଗ ।

ସେପଟେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ପାଲ ସିଂହ ସନ୍ଧୁ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କୁସ୍ତିଯୋଦ୍ଧା କରତାର ସିଂ କୃଷକ ମାନଙ୍କୁ ତ୍ରୀରଙ୍ଗାର ମହତ୍ୱ ବୁଝାଇବାକୁ ସିଂଘୁ ସୀମାରେ ପହଂଚିଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ଆସନ୍ତା ସପ୍ତାହରୁ ଜମ୍ମୁ-କାଶ୍ମୀରରେ ପୁଣି ଚାଲିବ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା । ୨୦୧୯ ରୁ ହୋଇଥିଲା ବ୍ୟାନ୍

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବ୍ୟାନ ହୋଇଥିବା ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ପୁଣି ଚାଲୁ ହେବାକୁ ଯାଉଛି । ଆସନ୍ତା ସପ୍ତାହରୁ ଏହା ଚାଲୁ ହେବ ବୋଲି ଜମ୍ମୁ-କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତାଙ୍କ କହିବା ମୁତାବକ ଛାତ୍ର ଛାତ୍ରୀ ମାନଙ୍କ ଅନ୍ ଲାଇନ୍ ପାଠ ପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର ଖୁବଶୀଘ୍ର ଏଠାରେ ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ଚାଲୁ କରିବାକୁ ନିସ୍ପତ୍ତି ନେଇଛନ୍ତି   ।
୫ ଅଗଷ୍ଟ ୨୦୧୯ ରେ ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ହେଲେ ୨୫ ଜାନୁଆରୀ ୨୦୨୦ ରେ ଜମ୍ମୁ-କାଶ୍ମୀରରେ ୨ ଜି ସେବା ଚାଲୁ କରାଯାଇଥିଲା । ଏହାପରେ ୧୬ ଅଗଷ୍ଟ ୨୦୨୦ ରେ ଓଦ୍ଧମପୁର ଓ ଗାନ୍ଦରବଲ ଜିଲ୍ଲାରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଟ୍ରାଏଲ ବେସିସ୍ ରେ ଆରମ୍ଭ କରାଯାଇଥିଲା । ଯାହା ଏବେ ବି ଚାଲୁ ରହିଛି । ହେଲେ ବାକି ଜିଲ୍ଲା ମାନଙ୍କରେ ଏବେ ବି ୨ ଜି ମୋବାଇଲ ଇଣ୍ଟରନେଟ୍ ସେବା ବଳବତ୍ତର ରହିଛି ।
କହିରଖୁ କି ଯେଉଁଠି ବି ହାଇସ୍ପିଡ୍ ୪ ଜି ସେବା ଚାଲୁ ରହିଛି ସେଠାରେ କେବଳ ପୋଷ୍ଟପେଡ୍ ଗ୍ରାହକ ମାନେ ତାହାର ସୁବିଧା ପାଇପାରୁଛନ୍ତି । ଅନ୍ୟପଟେ ପ୍ରିପେଡ୍ ଗ୍ରାହକ ମାନେ ସେମାନଙ୍କର ଭେରିଫିକେସନ୍ ପରେ ଏହି ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପାଇ ପାରିବେ ।
ଦୀର୍ଘ ଦେଢବର୍ଷ ହେବ ଜମ୍ମୁ-କାଶ୍ମୀରବାସୀ ଲୋ ସ୍ପିଡ୍ ଇଣ୍ଟରନେଟ୍ ସେବାକୁ ନେଇ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ଏବେ ପ୍ରଚେଷ୍ଟା କରୁଥିବା କୁହାଯାଇଛି ।

from Kanak News
via <a href="https://ifttt.com/?

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଅଟକ । 

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା । ଅଭିଯୁକ୍ତ ସୁରେଶ ବେହେରା ଅଟକ । ସୁରେଶ ବେହେରାକୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ପଳାସପଲ୍ଲୀ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ଥିଲେ ସୁରେଶ ବେହେରା । ସୁରେଶଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ଜଣେ ଦିବ୍ୟାଙ୍ଗ ଯୁବତୀ । ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦରମା ମାଗିବାରୁ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ବେହେରା ଥରୁଟିଏ ୫ହଜାର ଟଙ୍କା ଦେଇଥିଲେ । ପରେ ପଇସା ଆସିଲେ ବକେୟା ଟଙ୍କା ଦେବେ କହି ସମୟ ଗଡାଇ ଚାଲିଥିଲେ । ସଂସ୍ଥାରେ କାମ କରିବା ସମୟରେ ସଂପାଦକ ସୁରେଶ ଚନ୍ଦ୍ର ବେହେରା ତାଙ୍କୁ ଅଶ୍ଳୀଳ ଇଂଗିତ କରିବା ସହ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ।

ଗତ ନଭେମ୍ବର ୨୩ରୁ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ଏହି ଘଟଣା ସମ୍ନାକୁ ଆସିବା ପରେ ଅଭିଯୁକ୍ତ ସୁରେଶ ବେହେରା ଫେରାର ହୋଇଯାଇଥିଲା ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଟିକା ନେବେ ପୁଲିସ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ : କାଲିଠୁ ୩ ସପ୍ତାହ ଧରି ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ୩ସପ୍ତାହ ଧରି ଏହି ଟିକାକରଣ ଚାଲିବ । ଆଉ ଏହି ସମୟରେ ବାବୁ ନେବେ କରୋନା । ଏଥିପାଇଁ ତାଲିକା ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଟିକା ନେବେ । ଏହାଛଡା ଗୃହ, ନଗରଉନ୍ନୟନ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି । ଟିକା ନେବା ପରେ ଲୋକଙ୍କ ମଧ୍ୟରେ ଏ ନେଇ ସଚେତନ କରିବାପାଇଁ ନିଜର ଫଟୋ ସହ ଟ୍ୱିଟ କରିବାକୁ ବି ପରାମର୍ଶ ଦିଆଯାଇଛି ।

ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଚିଠିରେ ଦର୍ଶାଯାଇଛି ଯେ, ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ଚୟନ କରାଯାଉ । କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍ବାସ୍ଥ୍ୟକର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି । ଟିକା ଯେମିତି ଅପଚୟ ନହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି । ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଟଙ୍କା ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ, କରୋନା ଟିକା ନେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ନେବା ପରେ ପ୍ରଦୀପ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି କରୋନା ଟିକା ସମୂର୍ଣ୍ଣ ନିରାପଦ । ନିଜର ପାଳି ଆସିଲେ ଆଗେଇ ଆସି କରୋନା ଟିକାର ଦୁଇଟି ଯାକ ଡୋଜ୍ ନିଅନ୍ତୁ, କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ମୁଁ ଖୁବଶୀଘ୍ର ଯିବି କୋଟିଆ ।  

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ  ହାଇ ଲେଭଲ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୧୮ରେ କୋଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଖୁବଶୀଘ୍ର କୋଟିଆ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେ । କୋଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି ।  ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିରୁ ମୟୁରଭଂଜ, କୋରାପୁଟରୁ କଟକ ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ଓ ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରୁଛୁ ବୋଲି ସେ କହିଥିଲେ ।

ଏହି କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ। କୋରାପୁଟ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । କୋଟିଆ ଅଞ୍ଚଳର ବିକାଶ ଉପରେ ଏକ ସ୍ୱତନ୍ତ୍ର ବୃତ୍ତ ଚିତ୍ର ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

ୟୁନିଅନ ବ୍ୟାଙ୍କ୍‌ରୁ ୧୪.୮୬ ଲକ୍ଷର କଏନ୍‌ ହଡ଼ପ ଘଟଣା : ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ

କନକ ବ୍ୟୁରୋ : ପାରାଦୀପଗଡ଼ ୟୁନିଅନ ବ୍ୟାଙ୍କ୍‌ରୁ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍‌ ହଡ଼ପ ଅଭିଯୋଗର ତଦନ୍ତ ଯେତିକି ଆଗକୁ ବଢ଼ୁଛି ବ୍ୟାଙ୍କ୍‌ କର୍ମଚାରୀଙ୍କ ସଂପୃକ୍ତି ବିଷୟ ସେତିକି ସାମ୍ନାକୁ ଆସିବାରେ ଲାଗିଛି । ବ୍ୟାଙ୍କ୍‌ର ଜଣେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌ଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ତିନିଟି କିସ୍ତିରେ ଏହି ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିବା ଜଣାପଡ଼ିଛି । ତେବେ ଅଡିଟ୍‌ ରିପୋର୍ଟ ପ୍ରଘଟ ପୂର୍ବରୁ ବ୍ୟାଙ୍କ୍‌ କର୍ତୃପକ୍ଷ ଗତ ମାସରେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର ସଂଗ୍ରାମ କେଶରୀ ବେହେରାଙ୍କୁ ଅନ୍ୟ ଏକ ଶାଖାକୁ ବଦଳି କରାଯାଇଥିଲା । ଇତିମଧ୍ୟରେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌ ଶ୍ରୀ ବେହେରା, ମହାପ୍ରବନ୍ଧକ ଅମରଜିତ ପଣ୍ତା, ଶିବଶଙ୍କର ପାଢ଼ୀଙ୍କୁ ନିଲମ୍ବନ କରାଯାଇଛି ।

ଜଣେ ବ୍ୟାଙ୍କ୍‌ କର୍ମଚାରୀଙ୍କ ସୂଚନା ମୁତାବକ ବ୍ୟାଙ୍କ୍‌କୁ ଦୈନିକ ଯେତିକି ଟଙ୍କାର କଏନ୍‌ ଆସୁଥିଲା, ଏହି ଅଧିକାରୀମାନେ ତାର ଦୁଇ ଗୁଣ କଏନ୍‌ ଗ୍ରହଣ ଦର୍ଶାଇ ବ୍ୟାଙ୍କ୍‌ରୁ ନଗଦ ଅର୍ଥ ନେଇ ଯାଉଥିଲେ। ଏହି ଉପାୟରେ ହିଁ ୧୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏ ସମସ୍ତ ହଡ଼ପ ଟଙ୍କାକୁ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ବେହେରାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ ଜରିଆରେ ହିଁ କାରବାର କରାଯାଇଛି । ପୂର୍ବରୁ ଏହି ବ୍ୟାଙ୍କ୍‌ କର୍ପୋରେସନ ବ୍ୟାଙ୍କ୍ ଥିଲା ଓ ପ୍ରାୟ କ୍ଷତିରେ ଚାଲୁଥିଲା। ଏଣୁ ଏହା ଉପରେ ଉପରିସ୍ଥ ଅଧିକାରୀଙ୍କ ସେତେଟା ନଜର ନଥିଲା ।

ଯେଉଁ କାରଣରୁ ଏପରି ମୋଟା ଅଙ୍କର ଅର୍ଥ ହେରଫେର୍‌ କରାଯାଇଥିଲା।ବ୍ୟାଙ୍କ୍‌ର ଅଡିଟ୍ ରିପୋର୍ଟରୁ ଏହି ଟଙ୍କା ହଡ଼ପ ବିଷୟ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତରେ ନିର୍ଦ୍ଦିଷ୍ଟ କେଉଁ ସମୟରେ ଏହି ଜାଲିଆତି ହୋଇଛି ତାହା ଜାଣିବାକୁ ଲକ୍‌ଥାନା ଇନ୍ସପେକ୍ଟର ପ୍ରଭାସ ଚନ୍ଦ୍ର ସାହୁ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ସ୍ବତନ୍ତ୍ର ଅଡିଟ୍ କରିବାକୁ ଚିଠି କରିଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : କୋର୍ଟରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ଗଲା ରାକେଶ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା । ଆଜି ଆସିବ ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟ । ଏନେଇ ସୂଚନା ଦେଇଛି କୁଆଖିଆ ପୋଲିସ । ସେପଟେ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁର ମୋବାଇଲ୍ ଜବତ କରିଛି କୁଆଖିଆ ପୋଲିସ । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି ପୋଲିସ ।

ରାକେଶର ମୋବାଇଲରୁ ଖୋଲିପାରେ ଘଟଣାକୁ ନେଇ ଆଉ କିଛି ଗୁମର । ଝରାଫୁଲ ମୃତ୍ୟୁ ପରେ ପରେ ରାକେଶ କାହା କାହା ସହିତ ସଂପର୍କ କରିଥିଲା, ତାର ସମସ୍ତ ଗସ୍ତ ବିବରଣୀକୁ ନେଇ କୁଆଖିଆ ପୋଲିସ ଅଧିକ ତଦନ୍ତ କରିବ । ଆଜି ସରିଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ରାକେଶର ଡାକ୍ତରୀ ପରୀକ୍ଷା କରାଇ ତାକୁ କୋର୍ଟରେ ହାଜର କରାଯାଇଥିଲା । କୁଆଖିଆ ପୋଲିସ ଆଉ ରିମାଣ୍ଡ ଆବେଦନ ନକରିବାରୁ ବିଚାର ବିଭାଗୀୟ ହାଜତକୁ ଯାଇଛି ରାକେଶ ସ୍ୱାଇଁ ।

from Kanak News
via <a href="https://ifttt.com/?

ଦାମି ଗାଡିରେ ଗଞ୍ଜେଇ ଚାଲାଣ । ୪୦ କିଲୋ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ଗ୍ୟାଙ୍ଗ । ଫୁଲବାଣୀରୁ ଭୁବନେଶ୍ୱର ହେଉଥିଲା ଗଞ୍ଜେଇ ଚାଲାଣ ।

କନକ ବ୍ୟୁରୋ : ରାଜଧାନୀରେ ଦାମୀ ଗାଡିରେ ଗଂଜେଇ ଚାଲାଣ । ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀର ବରମୁଣ୍ଡା ଅଂଚଳରୁ । ଫୁଲବାଣୀରୁ ରାଜଧାନୀ ଭୁବନେଶ୍ୱରକୁ ହେଉଥିଲା ଗଂଜେଇ ଚାଲାଣ । ଦାମିକା ଟୟୋଟା ଗାଡିରେ ଗଂଜେଇ କାରବାର ସମୟରେ ବରମୁଣ୍ଡା ଅଂଚଳରେ ଗାଡିକୁ ଜବତ କରିଛି ଅବକାରୀ ବିଭାଗ । ଗାଡି ଭିତରୁ ୪୦ କେଜି ଗଂଜେଇ ଜବତ ହୋଇଛି । ଏହି ଗଂଜେଇ କାରବାରରେ ସଂପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହା ପଛରେ ଅନ୍ୟ କେଉଁ ରାକେଟ୍ କାମ କରୁଛି ସେ ନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।

from Kanak News
via <a href="https://ifttt.com/?

ଭଦ୍ରକ ଏସପି ଅଫିସ ସମ୍ମୁଖରେ ମାଆ, ପୁଅଙ୍କ ଆତ୍ମହୂତି ଉଦ୍ୟମ : ଜମିଜମା ବିବାଦକୁ ନେଇ ନ୍ୟାୟ ପାଇଁ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ; ଅଟକାଇଲା ପୁଲିସ

କନକ ବ୍ୟୁରୋ : ନ୍ୟାୟ ପାଇଁ ଭଦ୍ରକ ଏସପି ଅଫିସ ଆଗରେ ଆତ୍ମହୂତି ଉଦ୍ୟମ । ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବେଲଦା ଗାଁର ଜୋସ୍ନାରାଣୀ ପାତ୍ର ଓ ପୁଅ ପଂଚାନନ ପାତ୍ର ଜମିଜମା ମାମଲାକୁ ନେଇ କୋର୍ଟରୁ ଡ଼ିଗ୍ରୀ ପାଇଥିଲେ । ଡ଼ିଗ୍ରୀ ପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ଗୃହ ନିର୍ମାଣ କରୁଛନ୍ତି ।

ଏହି ଘଟଣାକୁ ନେଇ ମାଆ ଓ ପୁଅ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ । ଶେଷରେ ଏସପି ଅଫିସରେ ପହଂଚି ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ଏସପି ଅଫିସ ଆଗରେ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି ମା’ ଓ ପୁଅ । ଉପସ୍ଥିତ ପୁଲିସ ଅଧିକାରୀ ତାଙ୍କୁ ଅଟକାଇବା ସହ ଅଧିକ ପଚରା ଉଚରା କରୁଛନ୍ତି ।

from Kanak News
via <a href="https://ifttt.com/?

କୃଷକଙ୍କ ଆନ୍ଦୋଳନ ନେଇ ରାଜ୍ୟସଭାରେ ଆଲୋଚନା : କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଳା କ’ଣ ଅଛି ? ଜବାବ ରଖନ୍ତୁ ବିରୋଧୀ

କନକ ବ୍ୟୁରୋ : ରାଜ୍ୟସଭାରେ କୃଷି ଆଇନକୁ ନେଇ ଆଲୋଚନା । ବିରୋଧୀଙ୍କୁ କୃଷି ମନ୍ତ୍ରୀଙ୍କ କଟାକ୍ଷ । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଏ ନେଇ ଗୃହରେ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ସେ କହିଛନ୍ତି, ବିରୋଧୀ ଓ କୃଷକ ସଙ୍ଗଠନ ଏହି ଆଇନକୁ କଳା ଆଇନ ବୋଲି କହୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । ବିରୋଧୀ କୁହନ୍ତୁ କାହିଁକି କଳା କୃଷି ଆଇନ ? ଯେକୌଣସି ସଂଶୋଧନ କରିବାକୁ ସରକାର ରାଜି ଅଛନ୍ତି ।

ସଂଶୋଧନ ଅର୍ଥ ଆଇନରେ ଭୁଲ କିମ୍ବା ତ୍ରୁଟି ନୁହେଁ । ଭୁଲ ବୁଝାମଣାରେ ଅଛନ୍ତି ଗୋଟିଏ ରାଜ୍ୟର କୃଷକ । କୃଷକ କୁହନ୍ତୁ ଆଇନରେ କଣ ସବୁ ତ୍ରୁଟି ରହିଛି ? ସରକାର କୃଷକଙ୍କ ସହ ୧୨ ଥର ଆଲୋଚନା କରିସାରିଛନ୍ତି । ଆଇନରେ ପରିବର୍ତନ ଦ୍ୱାରା ଚାଷୀଙ୍କ କୌଣସି କ୍ଷତି ହେବନାହିଁ ବୋଲି ତୋମାର ଦୃଢତାର ସହ କହିଛନ୍ତି । ଚାଷୀ ଆନ୍ଦୋଳନ ବାହାନାରେ ସେ କଂଗ୍ରେସକୁ ଟାର୍ଗେଟ ବି କରିଛନ୍ତି । ଚାଷୀଙ୍କୁ ଡରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଗାଁ ଓ କୃଷକଙ୍କ ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ସେପଟେ, କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ କୃଷକ ସଂଗଠନ । ଆସନ୍ତାକାଲି ଦିନ ୧୨ଟାରୁ ୩ଟା ଯାଏ ସାରା ଦେଶରେ ଚକାଜାମ ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଏହାକୁ ସମର୍ଥନ କରି ନବ ନିର୍ମାଣ ସଂଗଠନ ମଧ୍ୟ ରାଜ୍ୟରେ ଚକ ,ଅଖ ଜାମର ଡାକରା ଦେଇଛି । ନବ ନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି. ଦିନ ୧୨ଟାରୁ ୩ଟା ମଧ୍ୟରେ ରାଜ୍ୟରେ ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ ।

କୃଷି ଆଇନକୁ ବିରୋଧ କରି ଚାଷୀମାନେ ୨ ମାସରୁ ଅଧିକ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି । ଏହା ମଧ୍ୟରେ ୧୧ ଥର ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ବୈଠକ ବସିଥିଲେ ବି ଆନ୍ଦୋଳନର ପନ୍ଥା ବାହାରିପାରୁନାହିଁ । ସେପଟେ ଆନ୍ଦୋଳନକୁ ଅଟକାଇବା ପାଇଁ ଅନ୍ନଦାତାଙ୍କୁ ଟାର୍ଗେଟ । ଦିଲ୍ଲୀ ସୀମାରେ ରାସ୍ତା ପୋତାଯାଇଛି କଂଟା ବାଧ ଓ ଲୁହା ତାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started