ରାଜ୍ୟସଭାରେ କୃଷି ଆଇନକୁ ନେଇ ବିରୋଧୀଙ୍କ ହଙ୍ଗାମା । କୃଷିମନ୍ତ୍ରୀ କହିଲେ କିଏ ବୁଝାଇବ କୃଷି ଆଇନରେ କ’ଣ ରହିଛି କଳା

କନକ ବ୍ୟୁରୋ : ସଡକରୁ ସଂସଦ ଯାଏ ନୂତନ କୃଷି ଆଇନକୁ ନେଇ ଚାଲିଛି ହଙ୍ଗାମା । ଏହାରି ମଧ୍ୟରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟସଭାକୁ ସମ୍ବୋଦ୍ଧିତ କରିଛନ୍ତି । ସେ କହିଛନ୍ତି କି ସରକାରଙ୍କ ଯୋଜନା ମାଧ୍ୟମରେ ପ୍ରତି ଗ୍ରାମକୁ ମଜଭୁତ୍ କରାଯିବା ସହ କୃଷକ ଓ ଶ୍ରମିକ ମାନଙ୍କୁ ସିଧା ସଳଖ ସହାୟତା ଯୋଗାଇଦିଆଯାଉଛି । ଏହାସହ କୃଷିକ୍ଷେତ୍ରର ବିକାଶ ପାଇଁ ସରକାର କାମ କରିବା ସହ କୃଷକ ମାନଙ୍କର ରୋଜଗାର କିଭଳି ଦ୍ୱିଗୁଣା ହୋଇପାରିବ ତାହା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି । ପାଖା ପାଖି ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧.୧୫ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ଦାବି କରିଛନ୍ତି କୃଷିମନ୍ତ୍ରୀ ।

ଅନ୍ୟପଟେ ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବ୍ୟୟବରାଦ କମ୍ କରାଯାଇଥିବା ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ କହିଥିଲେ କି ବର୍ତମାନ ପର୍ଯ୍ୟନ୍ତ ପାଖା ପାଖି ୧୦ କୋଟି ଚାଷୀ ପଞ୍ଜିକୃତ ହୋଇଛନ୍ତି । ତେଣୁ ବର୍ତମାନର ସ୍ଥିତିକୁ ଦେଖି ବଜେଟରେ ବ୍ୟବବସ୍ଥା କରାଯାଇଛି । ଯେତେବେଳେ ପଞ୍ଜିକରଣ ବଢିବ ତୁରନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ବ୍ୟବବରାଦ ବୃଦ୍ଧି କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ସେ ଆହୁରି କହିଛନ୍ତି କି ତାଙ୍କ ସରକାର ଏବେ ଏଫପିଓ ଆଣିବାକୁ ଯାଉଛନ୍ତି । ଯାହାଦ୍ୱାରା କୃଷକ ମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ । ଆତ୍ମନିର୍ଭର ଭାରତ ଫଣ୍ଡରେ କୃଷିକ୍ଷେତ୍ରର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଦିଆଯାଇଛି ।
ଏହାସହ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ କଳା ଆଇନ ବୋଲି କହୁଥିବା ବିରୋଧୀ ମାନଙ୍କୁ ପ୍ରଶ୍ନ କରି ଶ୍ରୀ ତୋମାର କହିଥିଲେ କି ‘ମୋତେ କେହି ବୁଝାଇପାରିବେ କି ନୂତନ କୃଷି ଆଇନ ଭିତରେ କ’ଣ ରହିଛି କଳା’

from Kanak News
via <a href="https://ifttt.com/?

ରେଳ ବଜେଟରେ ପୁଣି ଉପେକ୍ଷିତ ହେଲା ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ : ଏବର୍ଷ ବି ମଂଜୁର ହେଲାନାହିଁ ଆଖି ଦୃଶିଆ ଟଙ୍କା; ଦାନା ବାନ୍ଧୁଛି ଅସନ୍ତୋଷ

କନକ ବ୍ୟୁରୋ : ଚଳିତ ରେଳବଜେଟରେ ପୁଣି ଉପେକ୍ଷିତ ହୋଇଛି ଗୁଣପୁର-ଥେରୁବାଲି ରେଳପ୍ରକଳ୍ପ । ବଜେଟରେ ମିଳିଛି ମାତ୍ର ଲକ୍ଷେ ଟଙ୍କା । ଗୁଣପୁର-ନୌପଡା ଏକ ଐତିହାସିକ ଓ ସର୍ବପୁରାତନ ରେଳପଥ । ପାରଳାଖେମୁଣ୍ଡିର ତତାକାଳୀନ ମହାରାଜ ନିଜସ୍ୱ ଅର୍ଥରେ ଏହି ରେଳଲାଇନ ତିଆରି କରିଥିଲେ । ଚଳିତ ବଜେଟରେ ଗୁଣପୁର-ଥେରୁବାଲି ନୂତନ ରେଳପଥ ସଂଯୋଗୀକରଣ ପାଇଁ ସେଭଳି ଆଖିଦୃଶିଆ ଟଙ୍କା ଦିଆଯାଇନାହିଁ ।

ଏହାକୁ ନେଇ ସ୍ଥାନୀୟ ଅଚଂଳରେ ଅସନ୍ତୋଷ ଦେଖାଦେଇଛି । ଗୁଣପୁର ନାଗରିକ ମଂଚ ପକ୍ଷରୁ ଏ ନେଇ ଜରୁରୀକାଳୀନ ବୈଠକ ଡକାଯାଇଛି । ୧୧ ଜଣିଆ କମିଟିକୁ ନେଇ ଏକ କୋର କମିଟି ଗଠନ ହୋଇଛି । ଏହି କମିଟି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଦିଆଯିବ । କେନ୍ଦ୍ର ଓ ରାଜ୍ୟ ସରକାର ଏ ନେଇ ପଦକ୍ଷେପ ନ ନେଲେ ଗୁଣପୁରବାସୀ ଆନ୍ଦୋଳନ କରିବେ ବୋଲି ନାଗରିକ ମଂଚ କହିଛି ।

from Kanak News
via <a href="https://ifttt.com/?

ଫାଇଜର କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପ୍ରସଙ୍ଗ : ଟୀକା ବ୍ୟବହାର ଆବେଦନ ପ୍ରତ୍ୟାହାର କଲା ଫାଇଜର

କନକ ବ୍ୟୁରୋ : କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର ଆଣ୍ଡ ବାୟୋଟେକ୍ ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ନେଇ ଆବେଦନକୁ ପ୍ରତ୍ୟାହାର କରିନେଇଛି । ଜାତୀୟ ସଂବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଭାରତରେ ଫାଇଜର ଟିକାର ବ୍ୟବହାର ନେଇ ପରିବେଶ ଅନୁକୂଳ ନୁହଁ । ଏହି ଟିକାକୁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡିଥାଏ । ଏପରି ଥଣ୍ଡା ପରିବେଶ ଭାରତରେ ପାଇବା କଷ୍ଟକର ।

ଭାରତ ପରି ଗ୍ରୀଷ୍ମ ପ୍ରଧାନ ଦେଶରେ ଫାଇଜର ଟିକା ବ୍ୟବହାର ଏହି କାରଣରୁ କଷ୍ଟକର ରହିବ । ଏସବୁକୁ ଅନୁଧ୍ୟାନ କରିବା ପରେ ଫାଇଜର ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ଆବେଦନକୁ ପ୍ରତ୍ୟାହାର କରିନେଇଛି । ଦେଶରେ ଏବେ ଦୁଇଟି କରୋନା ଟିକା ବ୍ୟବହାର ହେଉଛି । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ନିର୍ମାଣ କରିଥିବା କୋଭିସିଲଡ ଟିକାକୁ କରୋନା ମୁକାବିଲାରେ ବ୍ୟବହାର କରାଯାଉଛି ।

from Kanak News
via <a href="https://ifttt.com/?

ଅକସ୍ମାତ ଲାଗୁଛି ନିଆଁ, ଦେହରେ ହେଉଛି କ୍ଷତ : ବାଜିରେ ଲାଗିଛି ପାଠ ପଢ଼ୁଆ ଝିଅର ଜୀବନ; ଜଗତସିଂହପୁର ଜିଲ୍ଲା ନାଉଗାଁରେ ଦେଖିବାକୁ ମିଳିଛି ଏଭଳି ଅସ୍ୱାଭାବିକ ଘଟଣା

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ନାଉଗାଁରେ ଯେଉଁ ଘଟଣା ଘଟୁଛି ତାହା ହୁଏତ ବିଶ୍ୱାସ ଯୋଗ୍ୟ ନୁହେଁ । କିନ୍ତୁ ବାସ୍ତବତାକୁ ଦେଖିଲେ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ । ଅକସ୍ମାତ ନିଆଁ ଲାଗି ଚାଳ ଘର ଓ ପିନ୍ଧା ଡ୍ରେସ ପୋଡି ଯାଉଛି । ଘରେ ଲାଗିଥିବା ଇଲେକ୍ଟ୍ରିକ୍ ବଲ୍ବ୍ ଫାଟି ଯାଉଛି । ଦେହରେ ମନକୁ ମନ କ୍ଷତ ହୋଇ ରକ୍ତ ବାହାରୁଛି । ଝିଅର ସ୍ୱର ହଠାତ୍ ବଦଳି ଯାଉଛି । ମରି ଗଲି କିଏ ଛୁଚିଂ ଫୋଡ଼ି ଦେଉଛି କହି ଚିକ୍ରାର ଶୁଣାଯାଉଛି । ଆଉ ଯାହା ଘଟୁଛି ତାକୁ ନେଇ କେବଳ ପରିବାର ଲୋକେ ନିହେଁ ଗ୍ରାମବାସୀଙ୍କୁ ଭୟଭିତ କରିଛି ।

ଏଭଳି ଭୌତିକ କାଣ୍ଡ କଥା ଶୁଣିଲେ ଯେ କେହିବି କହିବ ଏହା ଅନ୍ଧ ବିଶ୍ୱାସ । ହେଲେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ତିହୁଡ଼ା ଗାଁର ଉଲ୍ଲାସ ନାୟକଙ୍କ ଝିଅଙ୍କ କ୍ଷେତ୍ରରେ ୪ ବର୍ଷ ହେବ ଏଭଳି ଅସ୍ୱାଭାବିକ ଘଟଣା ଘଟି ଆସୁଛି । ଝିଅ ଷଷ୍ଠ ଶ୍ରେଣୀରେ ପଢିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ମୁଣ୍ଡ ଭାରି ଲାଗିଲା । ଅନେକ ସମୟରେ କିଛି କଥା ମନେ ପଡିଲା ନାହିଁ । ଝିଅର ଅସ୍ୱାଭାବିକ ଆଚରଣ ଦେଖି କଟକ ଶିଶୁ ଭବନ ଓ କଟକ ବଡ ମେଡିକାଲର ମାନସିକ ବିଭାଗରେ ଦେଖାଇଥିଲେ, ହେଲେ କୌଣସି ରୋଗ ଚିହ୍ନଟ ହୋଇନଥିଲା ।

ଡାକ୍ତରଖାନାରୁ ଫେରିବା ପର ଘଟଣା ଆହୁରି ଆଶ୍ଚଯ୍ୟ କର । ଝିଅର ଆଚାରଣ ଉଚ୍ଚାରଣ ଅସ୍ୱାଭାବିକ ହେବା ସହ ଘରେ ଥିବା ଝିଅର ପିନ୍ଧା ଡ୍ରେସ୍, ଘରେ ଥିବା ଅନ୍ୟ କପଡାରେ ଅକସ୍ମାତ ନିଆଁ ଲାଗିଗଲା । କିଛି ଦିନ ତଳେ ଉଲ୍ଲାସଙ୍କ ଚାଳ ଘରେ ଓ ପଡୋଶୀଙ୍କ ଘରେ ବି ନିଆଁ ଲାଗିଯାଇଥିଲା । ସବୁ ଠାରୁ ବଡ଼ କଥା ହେଉଛି, ଏବେ ଝିଅର ବେକ, ମୁହଁ, ଗୋଡ, ଛାତି ବିଭିନ୍ନ ସ୍ଥାନରେ ମନକୁ ମନ କ୍ଷତ ହେଉଛି । ଝିଅର ଏଭଳି ଅବସ୍ଥା ଦେଖି, ଗୁଣି ଗାରେଡ ହୋଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ ।

ଝିଅକୁ ଭଲ କରିବା ପାଇଁ ପରିବାର ଲୋକ ପ୍ରାୟ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ହେଲେ ଝିଅ ଦେହ ଭଲ ହେଉ ନାହିଁ କି ଏସବୁ କାହିଁକି ହେଉଛି ତାହା ଜଣାପଡୁନାହିଁ । ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟ କରୁଥିବା ବେଳେ ଅନ୍ୟ କେହି ଏଭଳି ଭୌତିକ କାଣ୍ଡ ଘଟାଉଛି କି, ତାକୁ ନେଇ ସନ୍ଦେହ ଉପୁଜିଛି ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଚାଷୀ କରିବେ ଚକାଜାମ୍ । ସାରାଦେଶରେ ଦିନ ୧୨ଟାରୁ ୩ଟା ଯାଏଁ ଗାଡି ଚଳାଚଳ ଉପରେ ଲାଗିବ ରୋକ୍ । ଚକାଜାମକୁ ଓଡିଶାରେ ନବନିର୍ମାଣ କୃଷକ ସଂଗଠନର ସମର୍ଥନ

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ କୃଷକ ସଂଗଠନ । ଆସନ୍ତାକାଲି ଦିନ ୧୨ଟାରୁ ୩ଟା ଯାଏ ସାରା ଦେଶରେ ଚକାଜାମ ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଏହାକୁ ସମର୍ଥନ କରି ନବ ନିର୍ମାଣ ସଂଗଠନ ମଧ୍ୟ ରାଜ୍ୟରେ ଚକ ,ଅଖ ଜାମର ଡାକରା ଦେଇଛି । ନବ ନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି. ଦିନ ୧୨ଟାରୁ ୩ଟା ମଧ୍ୟରେ ରାଜ୍ୟରେ ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । କୃଷି ଆଇନକୁ ବିରୋଧ କରି ଚାଷୀମାନେ ୨ ମାସରୁ ଅଧିକ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି । ଏହା ମଧ୍ୟରେ ୧୧ ଥର ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ବୈଠକ ବସିଥିଲେ ବି ଆନ୍ଦୋଳନର ପନ୍ଥା ବାହାରିପାରୁନାହିଁ । ସେପଟେ ଆନ୍ଦୋଳନକୁ ଅଟକାଇବା ପାଇଁ ଅନ୍ନଦାତାଙ୍କୁ ଟାର୍ଗେଟ କରିଛି ସରକାର । ଦିଲ୍ଲୀ ସୀମା ରାସ୍ତାରେ ଦିଲ୍ଲୀ ପୋଲିସ ପକ୍ଷରୁ ପୋତାଯାଇଛି କଂଟା ବାଡ ଓ ଲୁହା ତାର ।
ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରେଟି ମାନଙ୍କର ଟ୍ୱିଇଟ୍ ଏବେ ବିଦେଶରେ ଭାରତର ଛବିକୁ ମଳିନ କରିଛି । ବିଦେଶୀ ସେଲିବ୍ରେଟି ମାନଙ୍କ ଟ୍ୱିଟ୍ ପରେ ଦିଲ୍ଲୀ ପୋଲିସ ପକ୍ଷରୁ ପୋତା ଯାଇଥିବା କଣ୍ଟାବାଡ ଓ ଲୁହାତାରକୁ କିଛି ସ୍ଥାନରୁ ହଟାଇ ନିଆଯାଇଛି ।

from Kanak News
via <a href="https://ifttt.com/?

ଟିକା ନେଲେ ଅତିରିକ୍ତ ଶାସନ ସଚିବ : କରୋନାରୁ ସୁରକ୍ଷିତ ରହିବାକୁ ଓ ଟିକା ନେବାକୁ ଦେଲେ ଆହ୍ୱାନ

କନକ ବ୍ୟୁରୋ : ଅତିରିକ୍ତ ଶାସନସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଆଜି କରୋନା ଟିକା ନେଇଛନ୍ତି । ଏହି ଟିକା ନେବା ପରେ ସେ କହିଛନ୍ତି ଯେ, ଏହା ସଂପୂର୍ଣ୍ଣ ସୁରକ୍ଷିତ । କରୋନା ଭୂତାଣୁ ଦାଉରୁ ସୁରକ୍ଷିତ ରହିବାକୁ ହେଲେ ଉଭୟ ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଏଣେ ଆସନ୍ତା ୬ ତାରିଖ ଠାରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର  ଜିଲ୍ଲାପାଳ, ସିଡିଏମ୍ଓ, କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲା ସରକାର ହସ୍‌ପିଟାଲଙ୍କୁ ଚିଠି ଲେଖିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ଚିଠିରେ ନିର୍ଦ୍ଦେଶ ଦର୍ଶାଯାଇଛି ଯେ, ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ଚୟନ କରାଯାଉ ।କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍ବାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି । ଟିକା ଯେମିତି ଅପଚୟ ନହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି । ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଦଳର ସ୍ଥିତି ଟଳମଳ କିନ୍ତୁ ଚାନ୍ଦା ଗୋଟାଇବାରେ ସଫଳ କଂଗ୍ରେସ । ୨୦୧୯-୨୦ ଆର୍ଥିକ ବର୍ଷରେ ଦଳକୁ ମିଳିଛି ୧୩୯ କୋଟି ଟଙ୍କା ଚାନ୍ଦା । କପିଲ ସିବଲଙ୍କର ରହିଛି ସବୁଠୁ ଅଧିକ ଯୋଗଦାନ

କନକ ବ୍ୟୁରୋ : ଦେଶର ସର୍ବପୂରାତନ ରାଜନୈତୀକ ଦଳ କଂଗ୍ରେସର ସ୍ଥିତି ଏବେ ଦୁର୍ବଳ । ହେଲେ ଦଳକୁ ୨୦୧୯-୨୦ଆର୍ଥିକ ବର୍ଷରେ ମିଳିଛି ୧୩୯ କୋଟି ଟଙ୍କାର ଚାନ୍ଦା । କଂଗ୍ରେସକୁ ମିଳିଥିବା ଚାନ୍ଦା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦଳକୁ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଛି । ପାର୍ଟି ଫଣ୍ଡକୁ ସବୁଠାରୁ ଅଧିକ ଚାନ୍ଦା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ୍ ସିବଲ୍ । ସେ ୩ କୋଟି ଟଙ୍କା ଚାନ୍ଦା ଦେଇ ସୂଚୀରେ ସର୍ବାଗ୍ରେ ରହିଛନ୍ତି ।
ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ ଅନ୍ୟମାନଙ୍କ ମଧ୍ୟରେ ଆଇଟିସି ଓ ଏହା ସହିତ ଜଡିତ କମ୍ପାନୀ ମାନେ କଂଗ୍ରେସକୁ ୧୯ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ସେହିଭଳି ପ୍ରୋଡେଣ୍ଟଇଲେକ୍ଟୋରାଲ ଟ୍ରଷ୍ଟ ୩୯ କୋଟି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧ ଲକ୍ଷ ୮ ହଜାର ଟଙ୍କା ଚାନ୍ଦା ଦେଇଥିବା ବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବର୍ତ୍ତମାନର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୫୪-୫୪ ହଜାର ଟଙ୍କା ଚାନ୍ଦା ଦେଇଛନ୍ତି । ଏହାସହ ଅନ୍ୟ କିଛି କମ୍ପାନୀ ଓ ଦଳର ନେତା ମାନେ ବି ଦଳକୁ ଚାନ୍ଦା ଦେଇଛନ୍ତି । ସମସ୍ତଙ୍କ ଚାନ୍ଦାର ମୋଟ ପରିମାଣ ୧୩୯ କୋଟି ଟଙ୍କା ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

from Kanak News
via <a href="https://ifttt.com/?

ଆରବିଆଇର ନୂଆ କ୍ରେଡିଟ୍ ପଲିସି ଘୋଷଣା : ସୁଧ ହାର ଅପରିବର୍ତ୍ତିତ; ୨୦୨୧-୨୨ରେ ଜିଡିପି ୧୦.୫ ପ୍ରତିଶତ ରହିବା ଅନୁମାନ

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନୂଆ କ୍ରେଡିଡ ପଲିସି ଘୋଷଣା କରିଛି । ଏଥିରେ ସୁଧହାର ପୂର୍ବଭଳି ଅପରିବର୍ତିତ ରହିଛି । ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ ୩ .୩୫ ପ୍ରତିଶତ ରହିଛି ।  ସେହିଭଳି ୨୦୨୧-୨୦୨୨ରେ  ଜିଡିପି ୧୦.୫% ରହିବା ଅନୁମାନ କରାଯାଉଛି । ବଜେଟରେ ଏହା ୧୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏହି ସୂଚନା ଦେଇଛନ୍ତି । ବଜେଟ ପରେ ପ୍ରଥମ ଥର ଲାଗି ଆରବିଆଇ ନୂଆ କ୍ରେଡିଟ ପଲିସି ଘୋଷଣା କରିଛି ।

ଅଭିବୃଦ୍ଧିରେ ସହାୟତା କରିବା ନିମନ୍ତେ ୨୦୨୦ ମାର୍ଚ୍ଚ ଶେଷ ଭାଗରୁ କେନ୍ଦ୍ରୀୟ ବ୍ୟାଙ୍କ୍‌ ରେପୋ ରେଟ୍‌ ୧୧୫ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିଛି । ଏହାକୁ ମିଶାଇ କ୍ରମାଗତ ୪ର୍ଥ ଥର ନିମନ୍ତେ ‘ପଲିସି ରେଟ୍‌’ ଅପରିବର୍ତ୍ତିତ ରଖିବାକୁ ‘ଏମ୍‌ପିସି’ ନିଷ୍ପତ୍ତି ଗ୍ରହଣ କରିଛି ।ଶେଷ ଥର ନିମନ୍ତେ ୨୦୨୦ ମେ’ରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ତା’ର ‘ପଲିସି ରେଟ୍‌’ ସଂଶୋଧନ କରିଥିଲା । ଏଥିରେ ଚାହିଦା ବୃଦ୍ଧି କରିବା ନିମନ୍ତେ ଏଥିରେ ସୁଧହାର ରେକର୍ଡ ସ୍ତରକୁ ହ୍ରାସ ପାଇଥିଲା। ଆର୍ଥିକ ବର୍ଷ ୨୨ରେ ଅଭିବୃଦ୍ଧି ହାର ୧୦.୫% ରହିବ ବୋଲି ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍‌ ଆକଳନ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ କହିଛନ୍ତି ଯେ, ମୁଦ୍ରାସ୍ଫିତି ୬% ତଳକୁ ହ୍ରାସ ପାଇଛି ।

from Kanak News
via <a href="https://ifttt.com/?

କଟାମୁଣ୍ଡ ଖୋଜୁଛି ପୋଲିସ : କୁଆଡେ ଗଲା ଚନ୍ଦକା ଅଂଚଳରେ ମୃତ ମହିଳାଙ୍କ କଟାମୁଣ୍ଡ ? ସନ୍ଧାନୀ କୁକୁର ସହାୟତାରେ ଖୋଜୁଛି ଚନ୍ଦକା ପୋଲିସ

କନକ ବ୍ୟୁରୋ : କୁଆଡେ ଗଲା ରାଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରେ ରାସ୍ତାକଡରେ ପଡିଥିବା ମୃତ ମହିଳାଙ୍କ କଟାମୁଣ୍ଡ । ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଅନ୍ଧାରୁଆ ଦାସପୁର ରାସ୍ତା ଜଙ୍ଗଲରେ ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଗତକାଲି ଶବ ଜବତ କରିବା ପରେ ଦେଖିବାକୁ ମିଳିଥିଲା ମହିଳାଙ୍କ ଶବରୁ ମୁଣ୍ଡଟି ନାହିଁ । ସନ୍ଧାନୀ କୁକୁର , ସାଇଁଟିଫିକ୍ ଟିମ୍ ସହିତ ପୋଲିସ ଗତକାଲି ଠାରୁ ଏହି କଟାମୁଣ୍ଡକୁ ଖୋଜୁଛି ।

ଆଖପାଖ ସମସ୍ତ ଅଂଚଳକୁ ଯାଇ କଟାମୁଣ୍ଡକୁ ଖୋଜୁଛି ପୋଲିସ ଟିମ୍ । ସ୍ଥାନୀୟ ଲୋକଙ୍କ ଠାରୁ ମହିଳାଙ୍କ ମୃତଦେହ ପଡିଥିବା ନେଇ ସୂଚନା ପାଇବା ପରେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ହାତରେ ଥିବା ଲେଖାକୁ ନେଇ ତଦନ୍ତ ଚାଲିଛି । ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳିପାରିନି । କଟାମୁଣ୍ଡ ମିଳିବା ପରେ ଏହି ପରିଚୟ ସ୍ପଷ୍ଟ ହେବା ନେଇ ଆଶା ରଖିଛି ପୋଲିସ ।

କାହାର ଏହି ମୃତଦେହ ?
ଏହି ମହିଳା ଜଣଙ୍କ କିଏ ?
ଏହି ପରିତ୍ୟକ୍ତ ଯାଗାକୁ କେମିତି ଆସିଲେ ମହିଳା ?

ଗତକାଲି ରାସ୍ତା କଡରୁ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମିଳିଥିଲା ମହିଳାଙ୍କ ଏହି ମୃତଦେହ । ପାରିପାର୍ଶ୍ବିକ ସ୍ଥିତି କହୁଛି ମହିଳାଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟା କରିବା ପରେ ମୁଣ୍ଡ ନେଇ ଫେରାର ହୋଇଯାଇଛନ୍ତି ହତ୍ୟାକାରୀ । ପୋଲିସ ତଦନ୍ତ କହୁଛି, ଏହା କେବେବି ଜଣଙ୍କର କାମ ନୁହେଁ । ଘଟଣାସ୍ଥଳରେ ହିଁ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କ ପାଖରୁ କୌଣସି ପ୍ରକାର ପ୍ରମାଣପତ୍ର ମିଳିପାରିନାହିଁ । ମହିଳାଙ୍କ ଦେହରେ ଗୋଟିଏ ନାଇଟି ରହିଛି । ସାଙ୍ଗରେ ଏକ ବ୍ୟାଗରେ ବହୁତଗୁଡିଏ ଲୁଗାପଟା ରହିଛି । ଯେହେତୁ ମୁଣ୍ଡ ନାହିଁ ତେଣୁ ମହିଳାଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ କାଠିକର ପାଠ ହୋଇଛି । କେବଳ ହାତରେ ଟାଟୁ ରହିଛି ସେଥିରେ ଓମ ଲେଖାହୋଇଛି । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ବିଭିନ୍ନ ଥାନା ସହିତ ଯୋଗାଯୋଗରେ ଅଛି ।

from Kanak News
via <a href="https://ifttt.com/?

ସିଙ୍ଗଲ ଡୋଜ୍ କରୋନା ଟିକା ପ୍ରସ୍ତୁତ କଲା ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ । ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ସ୍ୱାସ୍ଥ୍ୟନିୟାମକକୁ ମାଗିଲା ଅନୁମତି

କନକ ବ୍ୟୁରୋ : ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗିଲ୍ ଡୋଜ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ସ୍ୱାସ୍ଥ୍ୟ ନିୟାମକ ଠାରୁ ଅନୁମତି ପାଇଁ ଆବେଦନ କରିଛି । ସୂଚନା ମୁତାବକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ୨୯ ଦିନ ମଧ୍ୟରେ ପାଖାପାଖି ୯୦ ପ୍ରତିଶତ ସ୍ୱେଚ୍ଛାସେବୀଙ୍କ ଶରୀରରେ ଇମ୍ୟୁନ ପ୍ରୋଟିନ୍ ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହାସହ ଯେଉଁ ସ୍ୱେଚ୍ଛାସେବୀ ମାନଙ୍କ ଶରୀରରେ ଏହି ଟିକା ଟ୍ରାଏଲ କରାଯାଇଥିଲା ୫୭ ଦିନ ମଧ୍ୟରେ ସେମାନଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅନ୍ୟ କମ୍ପାନୀ ମାନେ ପ୍ରସ୍ତୁତ କରିଥିବା ଟିକାକୁ ମଣିଷ ଶରୀରରେ ୨ ଥର ଦେବାକୁ ପଡୁଥିବା ବେଳେ ଏହି ଟିକା କେବଳ ଗୋଟିଏ ଡୋଜ ଦେବାକୁ ପଡିବ । ଯାହା ଫଳରେ ଏହି ଟିକାକୁ ଅନୁମତି ମିଳିଗଲେ ସରକାରଙ୍କ ତରଫରୁ ଟିକା କରଣ ଆହୁରି ସହଜ ହୋଇଯିବ । ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ମଗାଯାଇଥିବା ଅନୁମତି ଉପରେ ଆମେରିକାର ସ୍ୱାସ୍ଥ୍ୟ ନିୟାମକ ନିରୀକ୍ଷଣ କରିବ ଓ ସଲାହାକାର ସମିତି ସହିତ ବୈଠକ ପରେ ଏହାକୁ ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି ।

କହିରଖୁ କି ଭାରତରେ କୋଭିଡ-୧୯ କୁ ପ୍ରତିହତ କରିବାକୁ ଜାନୁଆରୀ ୧୬ ତାରିଖ ଠାରୁ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ ଅଭିଯାନରେ ସିରମ୍ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଟିକା ବ୍ୟବହାର କରାଯାଉଛି । ଏହି ଟିକାକରଣ ଅଭିଯାନରେ ଟିକା ଦିଆଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୪ ଦିନ ଅନ୍ତରରେ ୨ଟି ଡୋଜ୍ ଦିଆଯାଉଛି । ହେଲେ ଜନସନ ଆଣ୍ଡ ଜନସନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ଅନୁମତି ମିଳିବା ପରେ ଏହା କେବଳ ଗୋଟିଏ ଡୋଜ ଦିଆଯିବ ଓ ତାହା ମଣିଷ ଶରୀରରେ କରୋନା ଭୂତାଣୁର ପ୍ରବେଶକୁ ଅନ୍ୟ ଟିକା ମାନଙ୍କ ଠାରୁ ଅଧିକ ଦିନ ରୋକି ପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started