କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ଆଜି ଆସିବ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ । ଖୋଲିବ କି ମୃତ୍ୟୁ ମିଷ୍ଟ୍ରି ?

କନକ ବ୍ୟୁରୋ: କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣାର ରହସ୍ୟ କଣ ? ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ବିଷକ୍ରିୟାରୁ ମୃତ୍ୟୁ ହୋଇଛି? ଝରାଫୁଲଙ୍କ ମୃତ୍ୟୁ ପରେ ଏ ସବୁ ପ୍ରଶ୍ନ ଏବେ ଘୁରିବୁଲୁଥିବା ବେଳେ ଆଜି ସତ କହିବ ପୋଷ୍ଟମର୍ଟମ ରିପୋର୍ଟ । ଝରାଫୁଲଙ୍କ ମୃତ୍ୟୁ ନେଇ ଆଜି ଆସିବ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ତାହାର ପ୍ରମାଣ ଦେବ ରିପୋର୍ଟ ।

ସେପଟେ ଗତକାଲି ଶବ ବୋହିବା ବେଳେ ବ୍ୟବହୃତ ହୋଇଥିବା ସ୍କୁଟି ଜବତ ହୋଇଥିବା ବେଳେ ଆଜି ଅଭିଯୁକ୍ତ ରାକେଶର ମୋବାଇଲ ଜବତ ହୋଇଛି । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି କୁଆଖିଆ ପୋଲିସ । ତେବେ ଆଜି ସରୁଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ତାକୁ କୋର୍ଟରେ ହାଜର କରାଯିବ । ୩ ଦିନିଆ ରିମାଣ୍ଡରେ ନେଇ କୁଆଖିଆ ପୋଲିସ ରାକେଶ ସ୍ୱାଇଁ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କୁଆଖିଆ ପୋଲିସ ।

from Kanak News
via <a href="https://ifttt.com/?

୧୦ ଡିଗ୍ରୀ ତଳେ ରାଜ୍ୟର ୬ଟି ସହରର ତାପମାତ୍ରା : କନ୍ଧମାଳ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ରେକର୍ଡ

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ରାଜ୍ୟର ୬ଟି  ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ରାତ୍ରି-ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।ଅପରପକ୍ଷରେ କୋରାପୁଟରେ ରାତ୍ରି ତାପମାତ୍ର ୯.୫ ଡିଗ୍ରୀ, ବଲାଙ୍ଗୀରରେ ୯.୮ ଡିଗ୍ରୀ, ଏବଂ ଭବାନୀପାଟଣାରେ ୯.୮ ଡିଗ୍ରୀ ଥିବା ଜଣାଯାଇଛି । ତେବେ ଭୁବନେଶ୍ୱରରେ ଏହା ୧୩.୦  ଏବଂ କଟକରେ ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି ।

୭ ତାରିଖ ଭିତରେ ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତର ପ୍ରକୋପ କିଛି ବଢ଼ିବ । ମାତ୍ର ଏହା ଦକ୍ଷିଣ ଉପକୂଳରେ ଅପରିବର୍ତ୍ତିତ ରହିବ। ୯ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମା‌ତ୍ରା ମଧ୍ୟ ବଢ଼ିବା ଆରମ୍ଭ କରିବ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ୬ ତାରିଖ ଦିନ ଆଭ୍ୟନ୍ତର ଉତ୍ତର ଓଡ଼ିଶାର ପାଗ କୋହଲା ରହିପାରେ। ଅନୁମାନ କରାଯାଉଛି ଯେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ଆସନ୍ତାକାଲି ରାତ୍ରି ତାପମାତ୍ରା ସାମାନ୍ୟ ବଢ଼ିବ। ତେବେ ୮ ତାରିଖରୁ ଏହା ବଢ଼ିବା ଆରମ୍ଭ ହେବ । ୧୩ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ବି‌‌ଶେଷ ଅନୁଭୂତ ହେବ ନାହିଁ ।

ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୫ ଓ ୬ ତାରିଖ ଭିତରେ ପ୍ରାୟ ୧ ଡିଗ୍ରୀ ବଢ଼ି ୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୯ ତାରିଖରୁ ତାପମାତ୍ରା ଧୀରେଧୀରେ ବଢ଼ି ୧୩ ତାରିଖ ସୁଦ୍ଧା ପ୍ରାୟ ୨.୫ ଡିଗ୍ରୀ ବଢ଼ିବ। ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ୬ ତାରିଖରେ ପାଗ ଆଂଶିକ ମେଘୁଆ ରହିବ। ୬ ଓ ୭ ତାରିଖରେ ପାଗ କୋହଲା ରହିବା ସହ ଘନ କୁହୁଡ଼ି ପଡ଼ିବ ଓ ଏହା ସକାଳ ୯ଟା ପର୍ଯ୍ୟନ୍ତ ଲାଗି ରହିପାରେ। ୫ରୁ ୭ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମି ୯ ଡିଗ୍ରୀ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ।

from Kanak News
via <a href="https://ifttt.com/?

ନୟାଗଡରେ ରାସ୍ତାକୁ କେନ୍ଦ୍ରକରି ତେଜିଲା ବିବାଦ : ଗୁଡୁପାଙ୍ଗୀ ଗ୍ରାମବାସୀଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ୧୭ ଖଣ୍ଡ ଗାଁ ଲୋକ

କନକ ବ୍ୟୁରୋ : ରାସ୍ତା ପାଇଁ ରାସ୍ତାରୋକ । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ନୟାଗଡ ଜିଲ୍ଲାରେ । ରାସ୍ତାକୁ କେନ୍ଦ୍ରକରି ଜିଲ୍ଲାର ଗୁଡୁପାଙ୍ଗୀ ଗାଁ ଲୋକଙ୍କୁ ବିରୋଧ କରିଛନ୍ତି ୩ଟି ପଂଚାୟତର ୧୭ଟି ଗାଁ ଲୋକ । ଗୁଡୁପାଙ୍ଗୀ ଗାଁକୁ ଚାରିପଟୁ ଅବରୋଧ କରାଯାଇଛି । ରାସ୍ତା ଉପରେ ଗଛ, ପଥର ପକାଇ ଅବରୋଧ କରାଯାଇଛି ।

ଗୁଡୁପାଙ୍ଗୀ ଗାଁର ରାସ୍ତା ଦେଇ ୧୭ଟି ଗାଁର ଲୋକେ ଯିବା ଆସିବା କରନ୍ତି । କିନ୍ତୁ ଗୁଡୁପାଙ୍ଗୀ ଲୋକେ ୧୭ଟି ଗାଁର ଲୋକଙ୍କୁ ଦୀର୍ଘ ୯ ମାସ ହେଲା ଯିବା ଆସିବା କରିବାକୁ ଦେଉନାହାନ୍ତି । ଅସୁବିଧାର ସମ୍ମୁଖୀନ ହେବା ପରେ ତାତିଛନ୍ତି ଗାଁ ଲୋକେ । ଆଉ ଗୁଡୁପାଙ୍ଗୀ ଲୋକଙ୍କୁ ଚାରିଆଡୁ ଘେରିରହିଛନ୍ତି ।

from Kanak News
via <a href="https://ifttt.com/?

ବଲାଙ୍ଗୀର ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗଛରେ ପିଟିହେଲା ଦ୍ରୁତଗାମୀ ଇନୋଭା କାର; ୨ ମୃତ

କନକ ବ୍ୟୁରୋ : ବଲାଙ୍ଗୀର-ଟିଟଲାଗଡ ରାସ୍ତାର ସାଗରପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର ହୋଇଛନ୍ତି । ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ଇନୋଭା ଗାଡିଟି ସାଗରପାଲି ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭର ସମେତ ୨ ଜଣ ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରାଇଛି । ମୃତକଙ୍କ ମଧ୍ୟରୁ ଜଣେ ଏସବିଆଇ ମ୍ୟାନେଜର ବୋଲି ଜଣାପଡିଛି । ଅନ୍ୟ ମୃତକଙ୍କ ପରିଚୟ ମିଳିପାରିନି । ପୋଲିସ ଏନେଇ ତଦନ୍ତ କରୁଛି ।

from Kanak News
via <a href="https://ifttt.com/?

ମୋବାଇଲ ଖୋଲିବ କି ମୃତ୍ୟୁ ମିଷ୍ଟ୍ରି ? ଅଭିଯୁକ୍ତ ରାକେଶର ମୋବାଇଲ ସହ ଘଟଣା ଦିନ ପିନ୍ଧିଥିବା ପ୍ୟାଣ୍ଟ, ସାର୍ଟ ଜବତ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁର ମୋବାଇଲ୍ ଜବତ । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କଲା କୁଆଖିଆ ପୋଲିସ । ସେପଟେ ଆଜି ସରୁଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ତାକୁ କୋର୍ଟରେ ହାଜର କରାଯିବ । ୩ ଦିନିଆ ରିମାଣ୍ଡରେ ନେଇ କୁଆଖିଆ ପୋଲିସ ରାକେଶ ସ୍ୱାଇଁ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କୁଆଖିଆ ପୋଲିସ ।

ରିମାଣ୍ଡ ସମୟରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଶବ ପିଙ୍ଗା ଯାଇଥିବା ସ୍ଥାନ, ଭୁବନେଶ୍ୱରର ଶିବଶକ୍ତି ଗେଷ୍ଟ ହାଉସ, ସୁନ୍ଦରପଦାର ଫାଷ୍ଟଫୁଡ ଦୋକାନକୁ ରାକେଶକୁ ନେଇ ତଦନ୍ତ କରିଥିଲା ପୋଲିସ । ଏହି ସମୟରେ ରାକେଶ ହୋଟେଲ ଭିତରେ ଡେମୋ ଦେଖାଇଥିଲା । ଏବେ ସମସ୍ତଙ୍କ ନଜର ରହିଛି ସେହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ । ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁର ଅସଲ କାରଣ କଣ । ଏସବୁ ଉପରୁ ପରଦା ହଟାଇବାକୁ କୁଆଖିଆ ପୋଲିସ ଛାନଭିନ୍ ଜାରି ରଖିଛି ।

from Kanak News
via <a href="https://ifttt.com/?

ପୋଲିସକୁ ଆକ୍ରମଣ କରି ୱାରେଣ୍ଟିକୁ ଛଡାଇ ନେବା ଘଟଣା : ଆକ୍ରମଣ ଘଟଣାରେ ୭ଅଟକ; ଗାଁ ସିଲ୍

କନକ ବ୍ୟୁରୋ : ପୋଲିସକୁ ଆକ୍ରମଣ କରି ୱାରେଣ୍ଟିକୁ ଛଡାଇ ନେବା ଘଟଣା । ଆକ୍ରମଣ ଘଟଣାରେ ୭ଜଣଙ୍କୁ ଅଟକ ରଖିଛି ପୋଲିସ । କାଲି ଦଳେଇ ସାହିକୁ ୱାରେଣ୍ଟିକୁ ଧରିବାକୁ ଯାଇଥିଲା ପୋଲିସ । ଲୋକଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଥିଲେ ।

ସୂଚନା ମୁତାବକ ପାରାଦୀପ ଗଡ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାଁରେ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ରହିଥିଲା । ଦୀର୍ଘ ଦିନ ହେଲା ସେ ଫେରାର ଥିଲା । ତେବେ ତ୍ରିନାଥ ଗାଁକୁ ଫେରିଥିବା ଖବର ପାଇ ପୁଲିସ ଗାଁରେ ପହଂଚି କ୍ଲବ ନିକଟରୁ ତାକୁ ଗିରଫ କରି ଗାଡିରେ ବସାଇଥିଲେ । ହେଲେ ଏହି ସମୟରେ ହଠାତ୍ ଗାଁର କିଛି ଯୁବକ ପୁଲିସ ଉପରେ ଅତର୍କିତ ଆକ୍ରମଣ କରି ଆସାମୀ ତ୍ରିନାଥକୁ ଛଡାଇ ନେଇଛନ୍ତି ।

ଗାଁ ଲୋକଙ୍କ ଆକ୍ରମଣରେ ଏସଆଇ ଆଶୁତୋଷ ହୋତା ଆହତ ହୋଇ ଅଠକବାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ଖବର ପାଇ ପାରାଦୀପ ଏଏସପିଙ୍କ ସହ ପାରାଦୀପ ଥାନା ଆଇଆଇସିଙ୍କ ସହ ଏକ ପ୍ଲାଟୁନ ଫୋର୍ସ ଗାଁରେ ପହଂଚି ପୁରା ଗାଁକୁ ସିଲ କରିଛନ୍ତି । ସେପଟେ ଆଇନକୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରାଦୀପ ଏସପି କହିଛନ୍ତି ।

from Kanak News
via <a href="https://ifttt.com/?

ନବରଙ୍ଗପୁରରେ ଦିନରେ ରାସ୍ତାରେ ବୁଲୁଛନ୍ତି ଭାଲୁ : ତେନ୍ତୁଳିଖୁଂଟି ବ୍ଲକର ଉଦୟପୁର ରାସ୍ତାରେ ଯା’ ଆସ ପାଇଁ ଡରୁଛନ୍ତି ଲୋକେ; ବନବିଭାଗ ଠାରୁ ସୁରକ୍ଷା ଦାବି 

କନକ ବ୍ୟୁରୋ : ଦିନ ଦ୍ୱିପହରରେ ରାସ୍ତା ଉପରେ ବୁଲୁଛି ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟ ବ୍ଲକ ଅନ୍ତର୍ଗତ ଦିଗିସଲପାଠାରୁ ଉଦୟପୁର ରାସ୍ତା ମଧ୍ୟରେ । ଏହି ରାସ୍ତା ଦେଇ କାରରେ ଯାଉଥିବା ଜଣେ ବ୍ୟକ୍ତି ରାସ୍ତା ଉପରେ ଭାଲୁ ଯାଉଥିବା ଦେଖି ମୋବାଇଲରେ ଭିଡିଓ ସୁଟ କରିଥିଲେ । ସଂପୃକ୍ତ ଅଂଚଳରେ ସାଧାରଣତଃ ଖାଦ୍ୟ ଅନ୍ୱେଷଣରେ ଭାଲୁ ରାତିରେ ଗାଁ ମୁହାଁ ହୋଇଥାଏ । କିନ୍ତୁ ଦିନରେ ବୁଲିବା ପ୍ରାୟ କମ ଦେଖାଯାଏ । ତେବେ ଖାଦ୍ୟ ଅନ୍ୱେଷଣରେ ଭାଲୁ ଦିନରେ ରାସ୍ତା ପାର ହେଉଥିବା ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ଖଣ୍ଡିଗିରି ମେଳାରେ ଯାତ୍ରାକୁ ନେଇ ଆଜି ଆସିବ ନିଷ୍ପତ୍ତି : ୫୦ ପ୍ରତିଶତ ଦର୍ଶକରେ ଯାତ୍ରା କରିବାକୁ ଯାତ୍ରା କମିଟିର ପ୍ରସ୍ତାବ

କନକ ବ୍ୟୁରୋ : ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଏ ନେଇ ବିଏମସି କମିଶନର ଆଜି ଚୂଡାନ୍ତ ନିଷ୍ପତ୍ତି ଶୁଣାଣି । ଯାତ୍ରା କରିବାକୁ ଗତକାଲି ପ୍ରସ୍ତାବ ଦେଇଛି ଯାତ୍ରା କମିଟି । ଏଥିରେ କୁହାଯାଇଛି ଯେ, ୫୦ ପ୍ରତିଶତ ଦର୍ଶକରେ ଯାତ୍ରା ହେଉ । ବିଏମସି ଓ କୋଭିଡ କଟକଣା ମାନି ଯାତ୍ରା କରିବୁ । ଗୋଟିଏ ଯାତ୍ରା ମଂଚରେ ୫୦ ପ୍ରତିଶତ ଚେୟାର ପଡିବ ।

ଖଣ୍ଡଗିରି-ଉଦୟଗିରି ମୁଣ୍ଡିଆ ପଛପଟେ କିଛି ଷ୍ଟଲ ଓ ଜାତୀୟ ରାଜପଥରୁ ଉଦୟଗିରି ମଧ୍ୟରେ ରାସ୍ତା ଉପରେ କିଛି ଷ୍ଟଲ ପକାଯାଉ । ଆସନ୍ତା ୧୮ ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ ହେବ । ତେବେ ଯାତ୍ରା ହେବ କି ନାହିଁ, ଷ୍ଟଲ ପଡିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ବିଏମସି ଯାତ୍ରା ସପକ୍ଷରେ ନଥିବାବେଳେ ବିଭିନ୍ନ ଯାତ୍ରା କମିଟି ଯାତ୍ରା କରିବାକୁ ଚାହିଁଛନ୍ତି । ଏ ନେଇ ବୈଠକ ବସିଥିଲେ ବି କିଛି ନିଷ୍କର୍ସ ବାହାରିପାରିନାହିଁ । ଏ ନେଇ ୩ଟି ଯାତ୍ରାକମିଟି ପୁଣି ବିଏମସିଙ୍କୁ ପ୍ରସ୍ତାବ ଦେଇଛି ।

ଜାଣନ୍ତୁ ଯାତ୍ରା କମିଟି କି ପ୍ରସ୍ତାବ ଦେଇଛି ?

  • ୫୦ ପ୍ରତିଶତ ଦର୍ଶକରେ ଯାତ୍ରା ହେଉ
  • ବିଏମସି ଓ କୋଭିଡ କଟକଣା ମାନି ଯାତ୍ରା କରିବୁ
  • ଗୋଟିଏ ଯାତ୍ରା ମଂଚରେ ୫୦ ପ୍ରତିଶତ ଚେୟାର ପଡିବ
  • ଖଣ୍ଡଗିରି-ଉଦୟଗିରି ମୁଣ୍ଡିଆ ପଛପଟେ କିଛି ଷ୍ଟଲ ପଡୁ
  • ଜାତୀୟ ରାଜପଥରୁ ଉଦୟଗିରି ମଧ୍ୟରେ ରାସ୍ତା ଉପରେ କିଛି ଷ୍ଟଲ ଖୋଲାଯାଉ

from Kanak News
via <a href="https://ifttt.com/?

ଗୋଟିଏ ହାତ ନାହିଁ, ଅନ୍ୟଟି ଅଚଳ । ଅକ୍ଷମତା ସତ୍ୱେ ଘାରିଛି ପାଠ ପଢିବାର ନିଶା । ପାଦରେ ଲେଖି ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ମହେଶ ।

କନକ ବ୍ୟୁରୋ: ମୁଁ ପାଠ ପଢିବି, ବଡ ମଣିଷ ହେବି… ଅଭାବ, ଅନଟନ ଭିତରେ ବି ଆଗକୁ ବଢିବି… ଆସୁ ଯେତେ ଝଡ, ହଉ ଯେତେ ଯନ୍ତ୍ରଣା, ସମୟ ସହ ସାଲିସ ନକରି ସଙ୍ଘର୍ଷ କରିବି, ସଫଳ ହେବି । ହାତ ନଥାଉ, ପାଦରେ ଲେଖି ମୁଁ ପରୀକ୍ଷା ଦେବି, ମାଟ୍ରିକ ପାସ୍ କରିବି… ମୁଁ ଜିତିବି, ନିଶ୍ଚୟ ଜିତିବି…

କୁହାଯାଏ ଦୃଢ ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ ହୁଏ । ଆଉ ଯଦି ନିଷ୍ଠାର ସହ ଉକ୍ତ କାମକୁ କରାଯାଏ ତେବେ ସଫଳତା ତୁମ ପାଖକୁ ଦୌଡି ଦୌଡି ଆସିବ । ଏ କଥାକୁ କାମରେ କରିଦେଖାଇଛନ୍ତି ଅମ୍ବିକାପୁର ଡିଗମା ପଞ୍ଚାୟତର ଦିବ୍ୟାଙ୍ଗ ଛାତ୍ର ମହେଶ । ଦଶମ ଶ୍ରେଣୀର ଛାତ୍ର ମହେଶ ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଟିଏ ହାତ ନାହିଁ ଆଉ ଅନ୍ୟ ହାତଟି ଅଚଳ । ହେଲେ ପାଠ ପ୍ରତି ମହେଶଙ୍କ ଅହେତୁକ ରୁଚି ତାଙ୍କୁ ସବୁ କଷ୍ଟ ଭିତରେ ଆଗକୁ ଯିବାକୁ ପ୍ରେରଣା ଦେଉଛି ।

ସେପଟେ ପିଲା ବେଳୁ ବାପାଙ୍କୁ ହରାଇଛନ୍ତି ମହେଶ । ଅନେକ ଦୁଃଖ ଅଭାବ ଭିତରେ ବି କେବେ ହାରି ଯାଇ ନାହାନ୍ତି କି ନିଜ ଉପରୁ ବିଶ୍ୱାସ ହରାଇ ନାହାନ୍ତି ଦିବ୍ୟାଙ୍ଗ ଛାତ୍ର । ଗରିବର ଗଳିରୁ ୯ମ ଯାଏଁ ପାଠ ଶେଷ କରିବା ପରେ ଏବେ ସେ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ହାତ ନଥିବା ସତ୍ୱେ ବି ପାଦରେ ପରୀକ୍ଷା ଦେଇ ପାସ୍ କରିବେ ବୋଲି ଦମ୍ଭର ସହ କହିଛନ୍ତି ମହେଶ ।

ପ୍ରଥମେ ପ୍ରଥମେ ଗୋଡରେ ଲେଖିବା କଷ୍ଟ ହେଉଥିଲା ମାତ୍ର ଏବେ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଭାଗ୍ୟ, ଭଗବାନ, ସମୟ ଆଗରେ ହାର ନମାନି ମହେଶ କୁହନ୍ତି. ଭଗବାନ ସିନା ହାତ ଦେଲେନି, ହେଲେ ଗୋଡ ଦେଇଛନ୍ତି । ଯାହା ମତେ ପରୀକ୍ଷା ଦେବାରେ ସହଯୋଗ କରୁଛି । ଦିବ୍ୟାଙ୍ଗ ଛାତ୍ରଙ୍କ ଏଭଳି ନିଷ୍ଠା ଦେଖି ଯେକେହି ବି କହିବେ ଭଗବାନ ମହେଶକୁ ଶକ୍ତି ଦିଅନ୍ତୁ ଆଉ ସେ ପାଦରେ ଲେଖି ପାସ କରନ୍ତୁ ।

from Kanak News
via <a href="https://ifttt.com/?

କଟକରେ ରିଚାର୍ଜ ଠକେଇ ନେଇ ଥାନାରେ ମାମଲା : କମ୍ ଟଙ୍କାରେ ବର୍ଷକର ରିଚାର୍ଜ କରାଇଦେବାକୁ କହି ଦଲାଲ ଠକୁଛନ୍ତି ଟଙ୍କା

କନକ ବ୍ୟୁରୋ : କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି ଆପଣଙ୍କୁ ଅଫର ଦେଉଛନ୍ତି କି ? ସାବଧାନ ଥାଆନ୍ତୁ । ନଚେତ୍ ଆପଣବି ହୋଇପାରନ୍ତି ଠକାମୀର ଶିକାର । ଏପରି ଅଭିଯୋଗକୁ ନେଇ କଟକରେ ଥାନାରେ ଦାଏର ହୋଇଛି ମାମଲା । କଟକ ୪୨ ମୌଜା ଅଂଚଳରେ ଥିବା ସାଂଘଭୀ ଏଂଟରପ୍ରାଇଜର୍ସ କଟକରେ ପ୍ରାୟ ୩୦୦ରୁ ଅଧିକ ଏଜେଂଟଙ୍କ ଜରିଆରେ ୫୦ ହଜାର ଲୋକଙ୍କୁ ଏପରି ସ୍କିମରେ ସାମିଲ କରିଥିଲା ।

ସୂଚନା ଅନୁଯାୟୀ, ୨୦୨୦ ମେ ମାସରେ ସଦର ଥାନା ଅନ୍ତର୍ଗତ ବୟାଳିଶ ମୌଜା ଅଞ୍ଚଳର ଏକ ଘରୋଇ ସ˚ସ୍ଥା ରାଜ୍ୟରେ ପ୍ରାୟ ୨୦୦ରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଥିଲା । ସ˚ସ୍ଥା ଏଜେଣ୍ଟଙ୍କୁ ଲୋଭ ଦେଖାଇଥିଲା ଯେ ଜଣେ ମୋବାଇଲ ଗ୍ରାହକ ଏକ ବର୍ଷ ପାଇଁ ୯୯୯ ଟଙ୍କା ମୋବାଇଲ୍‌ ରିଚାର୍ଜ କଲେ ତାକୁ କମ୍ପାନି ଅନଲିମିଟେଡ୍‌ କଲ ଏବ˚ ଦୈନିକ ୨ ଜିବି ଡାଟା ଯୋଗାଇବ । ଜଣେ ଗ୍ରାହକର ମୋବାଇଲ୍‌ ରିଚାର୍ଜ ହେଲେ ସ˚ସ୍ଥା ସମ୍ପୃକ୍ତ ଏଜେଣ୍ଟଙ୍କୁ ୧୨୫ ଟଙ୍କା କମିସନ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା। ସେହିପରି ଜଣେ ଗ୍ରାହକର ୧୪ଶହ ୯୯ ଟଙ୍କାର ଡିଟିଏଚ୍‌ ରିଚାର୍ଜ କଲେ ବର୍ଷ ସାରା ମାଗଣାରେ ଟିଭି ଦେଖିପାରିବେ। ଏହାସହିତ ଏଜେଣ୍ଟଙ୍କୁ ୧୩୫ ଟଙ୍କା କମିସନ ମିଳିବ ।

ଏଭଳି ଲୋଭନୀୟ ପ୍ରତିଶ୍ରୁତିରେ ଏଜେଣ୍ଟମାନେ ରାଜ୍ୟରେ ପ୍ରାୟ ୨ ଲକ୍ଷ ପାଖାପାଖି ଗ୍ରାହକଙ୍କ ଡିଟିଏଚ୍‌ ଓ ମୋବାଇଲ୍‌ ରିଚାର୍ଜ କରିଥିଲେ। କିନ୍ତୁ ଏବେ ପୂର୍ବ ପ୍ରତିଶ୍ରୁତି ମୁତାବକ ଏକ ବର୍ଷ ଯାଏ ମାଗଣାରେ ସେବା ଯୋଗାଇବା ବଦଳରେ ମାତ୍ର ଦୁଇ ତିନି ମାସରେ ସେବା କାଟି ଦିଆଯାଇଛି। ରାଜ୍ୟରେ ପ୍ରାୟ ୬ କୋଟି ଟଙ୍କାର ଠକେଇ ହୋଇଥିବା ଅନୁମାନ କରାଯାଉଛି। ଗ୍ରାହକମାନେ ଠକେଇର ଶିକାର ହୋଇ ଏଜେଣ୍ଟଙ୍କୁ ଧରିବାରୁ ଏଜେଣ୍ଟମାନେ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ସମ୍ପୃକ୍ତ ସ˚ସ୍ଥାକୁ ଏଜେଣ୍ଟମାନେ ଗଲାକାଲି ଯାଇଥିଲେ। କିନ୍ତୁ ସ˚ସ୍ଥାରେ ତାଲା ଝୁଲିଥିଲା। ଆଜି ଏଜେଣ୍ଟମାନେ ମିଳିତ ହୋଇ ଡିସିପିଙ୍କ ଅଫିସରେ ଫେରାଦ ହୋଇଛନ୍ତି। ଏହି ଘଟଣାର ତଦନ୍ତ ସହିତ ଟଙ୍କା ଫେରସ୍ତ ନେଇ ଦାବି କରିଛନ୍ତି।

from Kanak News
via <a href="https://ifttt.com/?

Design a site like this with WordPress.com
Get started