ଜାଲ କାଗଜପତ୍ରରେ ଟେଣ୍ଡର ହାତେଇବା ପଡିଲା ମହଙ୍ଗା । ଠିକାଦାର ଦେବେନ୍ଦ୍ର ଜେନା ଟାଉନ ପୋଲିସ ଦ୍ୱାରା ଗିରଫ

କନକ ବ୍ୟୁରୋ : ଜାଲ ପ୍ରମାଣ ପତ୍ର ଦେଇ ଟେଣ୍ଡର ହାତେଇଥିବା ଅଭିଯୋଗରେ ଠିକାଦାର ଗିରଫ । ଠିକାଦାର ଦେବେନ୍ଦ୍ର ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ଟାଉନଥାନା ପୁଲିସ । କେନ୍ଦୁଝର ଗ୍ରାମ୍ୟ ଉନ୍ନୟ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ମିଛ ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଗତ ୨୯ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ୩ ଜଣ ଠିକାଦାରଙ୍କ ନାଁରେ କେଉଁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଆଜି ଠିକାଦାର ଦେବେନ୍ଦ୍ର ଜେନାକୁ ପୁଲିସ ଗିରଫ କରିଛି । ଅନ୍ୟପଟେ ଫେରାର ଥିବା ୨ ଅଭିଯୁକ୍ତ ଠିକାଦାର ସୁରେନ୍ଦ୍ର ଭୁୟାଁ ଓ ଗଦାଧର ନାୟକଙ୍କୁ ଧରିବାରୁ ପୁଲିସ ଧରପଗଡ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଦେବେନ୍ଦ୍ର ଜେନା ନିଜ ବାଲାସନ୍‌ ସିଟ୍‌ ଏବଂ ପ୍ରଫିଟ ଲସ୍‌ ଷ୍ଟେଟମେଣ୍ଟରେ ଜାଲିଆତି କରିଥିଲେ । ଏହି ବାଲାନସ୍‌ ସିଟ୍‌ରେ ସେ ୨୦୧୫-୧୬ ମସିହାରେ ତାଙ୍କର ୭ କୋଟି ୨୫ ଲକ୍ଷ ୬୮ ହଜାର ୯୮୦ ଟଙ୍କାର କାରବାର ‌ଦର୍ଶାଇଥିବାବେଳେ ୨୦୧୬-୧୭ ମସିହାରେ ୭କୋଟି ୫୨ ଲକ୍ଷ ୬୦ ହଜାର ୩୮୫ ଟଙ୍କା, ୨୦୧୭-୧୮ ମସିହାରେ ୮‌କୋଟି ୨୦ ଲକ୍ଷ ୨୩ ହଜାର ୬୯୦ ଟଙ୍କା, ୨୦୧୮-୧୯ ମସିହାରେ ୧୦ କୋଟି ୪୦ ଲକ୍ଷ ୩୫ ହଜାର ୩୮୦ ଟଙ୍କା, ୨୦୧୯-୨୦ ମସିହାରେ ୧୬ କୋଟି ୨୫ ଲକ୍ଷ ୬୪ ହଜାର ୩୧୦ ଟଙ୍କା କାରବାର ହୋଇଥିବା ଦର୍ଶାଇଥିଲେ । ଏହି ବାଲାନସ୍‌ ସିଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ସାମଲ ଆସୋସିଏଟ ପକ୍ଷରୁ ପ୍ରସ୍ତୁତ ‌ହୋଇଥିବା ଦର୍ଶାଯାଇଥିବାବେଳେ ଏଥି‌ରେ ୟୁଡିଆଇଏନ ନମ୍ବର ନ ଥିଲା। ସାମଲ ଆସୋସିଏଟସ୍‌ ଏହାକୁ ପ୍ରସ୍ତୁତ କରି ନଥିବା ସ୍ପଷ୍ଟ କରିଥିଲେ ।

from Kanak News
via <a href="https://ifttt.com/?

ଛୁଆକୁ ଧରି କଲେଜରେ କ୍ଲାସ କରୁଛନ୍ତି ପ୍ରଫେସର । ସାମ୍ନାକୁ ଆସିଲା ଶିକ୍ଷକତା ଭିତରେ ସ୍ନେହର ଚିତ୍ର । ସୋସିଆଲ ମିଡିଆରେ ସାଲ୍ୟୁଟ୍ ସାଉଁଟିଲା ଭାବଭରା ଫଟୋ ।

କନକ ବ୍ୟୁରୋ: ମାଆ ନାହିଁ ଯାହାର ସାହା ନାହିଁ ତାହାର । ମାଆ ବିନା ବଞ୍ଚିବା, ମାଆ ବିନା ବଡ ହେବା ଭାରି ମୁସ୍କିଲ । ଜନ୍ମରୁ ମୃତ୍ୟୁ ଯାଏଁ, ଶୈଶବରୁ ବୃଦ୍ଧାବସ୍ଥା, ଯେଉଁ ଜୀବନରେ ମାଆର ମମତା ନାହିଁ, ମାଆର ସ୍ନେହବୋଳା ହାତ ଦେହରେ ବାଜିନି ସେ ଜୀବନର ମାନେ କିଛି ନାହିଁ । ଆଉ ମାଆ ବିନା ପିଲାକୁ ବଡ କରିବା କାଠିକର ପାଠ, ବିରାଟ ଦାୟିତ୍ୱ । ଯାହା ଏ ଫଟୋ ହିଁ ବୟାନ କରୁଛି…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଜଣେ ବାପାର ଦାୟିତ୍ୱବୋଧକୁ ବୁଝାଉଛି । ପତ୍ନୀଙ୍କ ବିନା କେମିତି ପିଲାକୁ ଲାଳନ ପାଳନ କରାଯାଏ ଆଉ ଟଙ୍କା ରୋଜଗାର କରି ପେଟ ପୋଷାଯାଏ । ତାହା ଏହି ଚିତ୍ରରୁ ହିଁ ସ୍ପଷ୍ଟ ବାରିହୋଇ ପଡୁଛି । ଭାଇରାଲ ହେଉଥିବା ଏ ଫଟୋଟି ହେଉଛି ଜଣେ ମାକ୍ସିକୋ ପ୍ରଫେସରଙ୍କର । ଯିଏ ପିଲାକୁ ଧରି ପାଠ ପଢାଉଥିବା ନଜର ଆସିଛନ୍ତି । କୁହାଯାଉଛି ପିଲା ଜନ୍ମ ଦେବା ପରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ ଆଉ ତାପରେ ପିଲାର ଲାଳନ ପାଳନ ପାଇଁ ଏମିତି ତରିକା ଆପଣାଇଛନ୍ତି ପ୍ରଫେସର । ଯାହା ରିଏଲ ଲାଇଫ ହିରୋ ଭାବେ ଖୁବ ଭାଇରାଲ ହେଉଛି ।

ତେବେ ପ୍ରଫେସରଙ୍କ ଏହି ଚର୍ଚ୍ଚିତ ଫଟୋ ଏବେର ନୁହେଁ ୨୦୧୬ରେ ବୋଲି ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ କରାଯାଉଛି । ପ୍ରଫେସରଙ୍କ ଜଣେ ଛାତ୍ରୀ ପିଲା ଧରି ନୋଟ୍ ଲେଖିବାକୁ ଅସମର୍ଥ ଥିବାରୁ ପ୍ରଫେସର ଛାତ୍ରୀଙ୍କ ପିଲାଙ୍କୁ ଧରିଛନ୍ତି । ଯାହା ଭୁଲରେ ପ୍ରଫେସରଙ୍କ ପିଲା ବୋଲି ଭାଇରାଲ ହେଉଛି ।

ସେପଟେ  ଏହି ଫଟୋ ଜଣେ ବାପାର ସ୍ନେହକୁ ଚିତ୍ରିତ କରୁଥିବା ବେଳେ ପୂର୍ବରୁ କର୍ତ୍ତବ୍ୟରତ ମାଆଙ୍କର ଅନେକ କାହାଣୀ ଦେଖିଛି ଦେଶ । କେବେ ମାଆଟିଏ ତା ଛୁଆକୁ ଧରି ଡ୍ୟୁଟି କରୁଥାଏ ତ କେବେ ପେଟ ପାଇଁ ଦାଦନ ଖଟୁଥାଏ ଆଉ କେବେ ଗର୍ଭବତୀ ଥାଇ ଶତ୍ରୁ ସହ ଲଢେଇ କରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

from Kanak News
via <a href="https://ifttt.com/?

ନାବାଳିକାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ । ଦଶପଲ୍ଲା ଅଞ୍ଚଳର ଜିତେନ୍ଦ୍ର ବେହେରାକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ନାବାଳିକାଙ୍କୁ ଅଶ୍ଲୀଳ ଭିଡିଓ ଓ ଫଟୋ ପଠାଉଥିବା ଅଭିଯୋଗରେ ଜଣେ ଯୁବକ ଗିରଫ । ଭବାନୀପାଟଣା ଟାଉନ୍ ଥାନା ପୋଲିସ ଦଶପଲ୍ଲା ଅଂଚଳର ଜିତେନ୍ଦ୍ର ବେହେରାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜିତେନ୍ଦ୍ର ଝିଅ ସ୍ୱରରେ କଥା ହୋଇ ନାବାଳିକାଙ୍କୁ ଟାର୍ଗେଟ କରୁଥିଲା । ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ସେୟାର କରୁଥିଲା । ଝିଅ ସ୍ୱରରେ କଥା ହେଉଥିବାରୁ ତାକୁ କେହି ଜାଣିପାରୁ ନଥିଲେ ।

ଏସପିଙ୍କ ନିର୍ଦ୍ଦେଶରେ ପୁଲିସ ଫୋନ ଟ୍ରାକ୍‌ କରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୋଇବାଡ଼ି ଗ୍ରାମରୁ ଜିତେନ୍ଦ୍ରକୁ ଗିରଫ କରିଥିଲା । ଅଭିଯୁକ୍ତ ପୂର୍ବରୁ ବି ଅନେକ ଝିଅଙ୍କୁ ଏଭଳି ମେସେଜ କରି ହଇରାଣ କରିବା ସହ ବ୍ଲାକମେଲ କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ଆଇଆଇସି ସତ୍ୟକୁମାର ନନ୍ଦ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ। ତେବେ ଏହି ମାମଲାରୁ ଅଧିକ ତଦନ୍ତ ଜାରି ରହିଛି ।

from Kanak News
via <a href="https://ifttt.com/?

ସଂସଦରେ ଓଡିଶା ତାତି । ଦୁଇ ବିଜେଡି ସାଂସଦଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ରେଳ ବଜେଟ୍‌ ଅନୁଦାନକୁ ନେଇ ଗୋଟିଏ ପଟେ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଅନ୍ୟପଟେ ସଂସଦରେ ଦୁଇଜଣ ବିଜେଡି ସାଂସଦଙ୍କ ନାଁ ନେଇ ସିଧା ସିଧା ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟସଭାର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମୟରେ କହିଛନ୍ତି ଯେ ସ୍ବାମୀନାଥନ କମିଟି ସୁପାରିସ ପ୍ରସଙ୍ଗରେ ବିଜେଡି ସାଂସଦ ସଠିକ୍ ତଥ୍ୟ ଦେଖି ଗୃହରେ ଉତ୍ତର ରଖନ୍ତୁ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସନ୍ଥକବି ଭୀମଭୋଇଙ୍କ ମନ୍ତ୍ର ତଥା ଆଦର୍ଶକୁ ପାଥେୟ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଶାସନ କରୁଥିବା କହି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ଦେଶର ବିକାଶ ନକ୍ସା ପ୍ରସ୍ତୁତ ବେଳେ ପ୍ରଧାନମନ୍ତ୍ରୀ କିଭଳି ପୂର୍ବୋଦୟ ରାଜ୍ୟକୁ ପ୍ରାଥମିକତା ଦେଉଛନ୍ତି; ଯେଉଁଥିରେ ଓଡ଼ିଶା ରହିଛି ସେ କଥା ଏକାଧିକ ଉଦାହରଣ ଆଳରେ ଉଠାଇଥିଲେ। ସମାନ୍ତରାଳ ଭାବେ ବିଜେଡିର ଦୁଇ ଆଗୁଆ ସାଂସଦଙ୍କୁ ସମାଲୋଚନା କରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏଇଥିପାଇଁ ଯେ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ଭବତଃ ଏଭଳି ଭୂମିକାରେ ଦେଖିବାକୁ ମିଳିନଥିଲା।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି ଯେ ବିଜେଡି-ବିଜେପି ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ କେବେ କୋଳାକୋଳି ଓ ଆଉ କେଉଁ ପ୍ରସଙ୍ଗରେ କଳି ତାହାକୁ ଲକ୍ଷ୍ୟ କରିବା କଥା। କିଛି ପ୍ରସଙ୍ଗରେ ଯେବେ କର୍ମୀ ଗର୍ଜନ ତର୍ଜନ କରୁଛନ୍ତି, ସେବେ ଉଭୟ ଦଳର ନେତା ନିରବ ରହୁଥିବା ଦେଖାଯାଉଛି। ଆଉ କିଛି ପ୍ରସଙ୍ଗରେ କର୍ମୀ ମୁହାଁମୁହିଁ ହୋଇ ରହୁଥିବା ବେଳେ ନେତାମାନଙ୍କ ଭିତରେ ନିବିଡ଼ତା ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ନଜର ଏଡ଼ାଇ ପାରୁନାହିଁ।

ଏମିତି ଏକ ସନ୍ଧିକ୍ଷଣରେ ସଂସଦରେ ବିଜେଡି-ବିଜେପିର ଭିନ୍ନ ରୂପ ଅନେକ ସଙ୍କେତ ଦେଉଛି। ଏଥର ବଜେଟ୍‌ ଅଧିବେଶନରେ ବିଜେଡି ସାଂସଦମାନେ ଅଧିକ ଆକ୍ରମଣାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଚାଉଳ ବିବାଦକୁ ସାଂସଦ ଭର୍ତ୍ତୃହରି ମହତାବ ସଂସଦକୁ ଟାଣି ନେବା ପରେ ବୁଧବାର ମହିଳା ସଂରକ୍ଷଣ ଓ ଏମଏସପି ଏବଂ ସ୍ବାମୀନାଥନ୍ କମିଟି ସୁପାରିସ ପ୍ରସଙ୍ଗରେ ଦୁଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ର ଗର୍ଜନ କରିଥିଲେ। ସାଂସଦ ଶ୍ରୀ ଆଚାର୍ଯ୍ୟ ନିଜ ଅଭିଭାନଷଣରେ କେନ୍ଦ୍ର ସରକାର କାହିଁକି ସ୍ବାମୀନାଥନ୍‌ କମିଟି ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏସବୁ ପ୍ରସଙ୍ଗରେ ବିଜେଡି ସାଂସଦଙ୍କ ଶାଣିତ ସମାଲୋଚନା ରାଜ୍ୟ ରାଜନୀତିରେ ଢେର୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଆଜି କେନ୍ଦ୍ରମନ୍ତ୍ରୀ ସେ ସଂକ୍ରାନ୍ତରେ ନିଜ ଅସନ୍ତୋଷ ଗୃହର ବିବରଣୀରେ ଲିପିବଦ୍ଧ କରାଇ ଏହାର ପ୍ରତିଜବାବ ଦେଇଥିବା କୁହାଯାଉଛି।

କୃଷି ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ନେଇ ଜାତୀୟ ସ୍ତରରେ ଆନ୍ଦୋଳନ ଚାଲିଥିବା ବେଳେ ବିବାଦଠାରୁ ସାମାନ୍ୟ ଦୂରରେ ଥିବା ବିଜେଡି ସରକାର ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲା। ରାଜ୍ୟ କ୍ୟାବିନେଟରେ ସରକାର ସ୍ବାମୀନାଥନ୍ କମିଟି ସୁପାରିସ କାର୍ଯ୍ୟାନ୍ବୟନ ପ୍ରସଙ୍ଗରେ ସଂକଳ୍ପ ପାରିତ କରିଥିଲେ। ବିଜେଡି ସଂସଦୀୟ ଦଳ ବୈଠକରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଠୋସ୍ ରଣନୀତି ଗ୍ରହଣ କରାଯାଇଥିଲା ଓ ସମାନ୍ତରାଳ ଭାବେ ମହିଳା କାର୍ଡ ବିଜେଡି ଖେଳିବ, ଏକଥା ଆଗୁଆ ନିଷ୍ପତ୍ତି ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାରେ କହିଥିଲେ, ଭାରତରେ ବିଜେପି ଶାସିତ ରାଜ୍ୟ ଏବଂ ଅନ୍ୟ ଦଳମାନଙ୍କ ଦ୍ବାରା ଶାସିତ ରାଜ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସରକାର କୌଣସି ଭେଦଭାବ ରଖୁନାହାନ୍ତି। ଗରିବଙ୍କୁ କେନ୍ଦ୍ରବିନ୍ଦୁରେ ରଖି ବର୍ତ୍ତମାନର ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସରକାର କାର୍ଯ୍ୟକ୍ରମ ଘୋଷଣା କରିବା ସହିତ, ଦାୟିତ୍ବ ମୁତାବକ ସମୟ ପୂର୍ବକ କାର୍ଯ୍ୟକୁ ଶେଷ କରୁଛନ୍ତି। ଜନସାଧାରଣଙ୍କୁ ନେଇ ସରକାର ଚଳାଇବା କେନ୍ଦ୍ର ସରକାରଙ୍କ ମୂଳମନ୍ତ୍ର। ଅଧିକ ତଥ୍ୟ ରଖି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଦେଶରେ ୪୨ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି। ୧୦.୭ କୋଟି ଲୋକମାନଙ୍କ ପାଇଁ ପାଇଖାନା ନିର୍ମାଣ କରାଯାଇଛି। ୨୦୧୪ରେ ଦେଶରେ ୧୪ କୋଟି ଘରୋଇ ଗ୍ୟାସ ସଂଯୋଗ ଥିବାବେଳେ ଆଜି ୨୯ କୋଟିରେ ପହଞ୍ଚିଛି। ସରକାରଙ୍କ ଦ୍ବାରା ଦେଶର ସବୁ ଗାଆଁ ଗୁଡିକରେ ପାଇପ ପାଣି ଓ ଇଣ୍ଟରନେଟ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ୨୦୧୪ରେ ଶାସନକୁ ଆସିବା ପରେ ଗରିବ, ଯୁବ, ମହିଳା, ପଛୁଆ ବର୍ଗକୁ ଆମେ ଗୁରୁତ୍ବ ଦେଇଛୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଭୁରିଭୁରି ପ୍ରଶଂସା କରିବା ସହିତ କହିଥିଲେ ଯେ ଦେଶର ସବୁଠୁ କର୍ମଠ ନେତାଭାବେ ସାରାବିଶ୍ବରେ ମୋଦୀଙ୍କ ଗୁରୁତ୍ବ ବୃଦ୍ଧି ପାଇଛି। ସେ ହେଉଛନ୍ତି ଜଣେ ନିର୍ଣ୍ଣାୟକ ନେତା, ଯିଏକି ସ୍ଳୋଗାନରେ ସୀମିତ ରୁହନ୍ତି ନାହିଁ। ପ୍ରତ୍ୟେକ ମାସରେ ରାଜ୍ୟ ତଥା କେନ୍ଦ୍ରର ସଚିବ ମାନଙ୍କର ବୈଠକ କରି ପ୍ରକଳ୍ପ ଗୁଡିକର ସମୀକ୍ଷା କରିବାରେ ସେ ହେଉଛନ୍ତି ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ। ତାଙ୍କ ନେତୃତ୍ବରେ ଦେଶରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

ଚାଷୀ ଆନ୍ଦୋଳନ ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ରଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ୟୁପିଏ ୨୦୧୩-୧୪ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇଁ ୬୩ ହଜାର କୋଟି ଟଙ୍କା ଦେଇଥିବା ବେଳେ ବର୍ତ୍ତମାନର ସରକାର ୨୦୨୦-୨୧ରେ ୧ ଲକ୍ଷ ୭୨ ହଜାର ୭୫୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗହମ ପାଇଁ ୟୁପିଏ ସରକାର ୩୩ ହଜାର ୮୭୪ କୋଟି ଟଙ୍କା, ଏନଡିଏ ସରକାର ୭୫ ହଜାର ୫୦ କୋଟି ତଥା ଡାଲି ପାଇଁ ୟୁପିଏ ସରକାର୨୩୬ କୋଟି ଟଙ୍କା ତଥା ଏନଡିଏ, ୧୦,୫୦୦ କୋଟି ଟଙ୍କା ଏମଏସପି ବାବଦରେ ଦେଇଛନ୍ତି। ଗୋଟିଏ ବର୍ଷରେ ୟୁପିଏ ସରକାର ୯୭ ହଜାର ୧୦୦ କୋଟି ଟଙ୍କାର ଏମଏସପି ଦେଇଥିବା ବେଳେ ଏନଡିଏ ସରକାର ଦୁଇ ଲକ୍ଷ ୬୦ ହଜାର କୋଟି ଟଙ୍କାର ଏମଏସପି ଦେଇଥିବାର ସେ ଭାଷଣରେ ଉଲ୍ଲେଖ କରିଥିଲେ।

ଏହି ସମୟରେ ବିରୋଧୀ ଦଳମାନଙ୍କୁ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ସତ୍ୟକୁ ସ୍ବୀକାର କରିବାକୁ ପଡିବ, ସତ୍ୟ ଶୁଣିଲେ ମୋକ୍ଷ ମିଳିବ। କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଉଡାନ ଯୋଜନାରେ ଜାମସେଦପୁର, ଝାରସୁଗୁଡା, ଦରଭଙ୍ଗା, ଦେଉଘର, ଅରୁଣାଚଳର ପାସିଘାଟ, ଆସାମର ରୁପସୀ, ହୋଲାଙ୍ଗୀରେ ନୂଆ ଏୟାରପୋର୍ଟ ନିର୍ମାଣ କରାଯାଇଛି ବୋଲି ଉଦାହରଣ ଦେଇଥିଲେ। ସେହିଭଳି ଉଜ୍ଜ୍ବଳା ଯୋଜନା ସଂପର୍କରେ କହିବା ବେଳେ ଓଡ଼ିଶା କଥା ସୂଚାଇଥିଲେ।

from Kanak News
via <a href="https://ifttt.com/?

ଗ୍ରାହକ ସାଜି ସୁନା ଦୋକାନରୁ ଲୁଟ୍ : ପୁରୀଘାଟ ଥାନାରେ ଅଭିଯୋଗ; ପୁଲିସର ତଦନ୍ତ ଆରମ୍ଭ

କନକ ବ୍ୟୁରୋ : କଟକ ଦୋଳମୁଣ୍ଡାଇ ସ୍ଥିତ ଏକ ସୁନା ଦୋକାନରୁ ଲୁଟ୍ । ଏନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଦୁଇ ଜଣ ଗ୍ରାହକ ଦୋକାନକୁ ଆସିଥିଲେ । ସେମାନେ ବିଭିନ୍ନ ସୁନାଗହଣା ଦେଖୁଥିବା ବେଳେ କିଛି ସମୟ ପରେ ଦୋକାନୀର ଅନ୍ୟମନସ୍କତାର ସୁଯୋଗ ନେଇ ବାହାରକୁ ଚାଲିଯାଇଥିଲେ । ପରେ ହିସାବରୁ ଦୋକାନୀ ଜାଣିପାରିଲେ ଯେ, ତାଙ୍କର ଗହଣା ଲୁଟ୍ ହୋଇଛି । ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଦୋଳମୁଣ୍ତାଇ ଛକରେ ଥିବା ଜଗନ୍ନାଥ ଜୁଏଲାରୀକୁ ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସିଥିଲେ । ଜଣେ ବାହାରେ ଛିଡ଼ା ହୋଇଥିବାବେଳେ ଅନ୍ୟ ଜଣେ ଦୋକାନ ଭିତରକୁ ଆସିଥିଲା। ଉଭୟ ମୁହଁରେ ମାସ୍କ ପିନ୍ଧିଥିଲେ । ଦୋକାନ ଭିତରକୁ ଆସିଥିବା ଲୁଟେରା ଜଣକ ଅଳଙ୍କାର କିଣିବାକୁ କହିବାରୁ ଦୋକାନ ମାଲିକ ଡ୍ର ରୁ ଅଳଙ୍କାର କାଢ଼ି ଦେଖାଇଥିଲେ । ଏକାଧିକ ଡିଜାଇନର ଅଳଙ୍କାର ଦେଖାଇବାକୁ କହି ଦୋକାନୀଙ୍କୁ ଅନ୍ୟମନସ୍କ କରାଇଥିଲା ଲୁଟେରା । ଦୋକାନୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଏକ ବ୍ୟାଗ୍‌ରେ ଥିବା ୧୫୦ ଗ୍ରାମ ଓଜନର ଅଳଙ୍କାର ଲୁଟି ନେଇଥିଲେ ।

ଦୋକାନ ମାଲିକ ଜାଣିପାରିବା ପରେ ଦୁଇ ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଧରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନେ ତାଙ୍କୁ ଧକ୍କା ମାରି ଝୋଲାସାହି ଆଡ଼କୁ ଫେରାର ହୋଇଯାଇଥିଲେ । ମୁହଁରେ ମାସ୍କ ପିନ୍ଧିଥିବାରୁ ଚେହେରା ସ୍ପଷ୍ଟ ହେଉନଥିବା ବେଳେ ସେମାନଙ୍କ ବୟସ ୩୦ ପାଖାପାଖି ହେବ ବୋଲି ପୁଲିସ ଅନୁମାନ କରୁଛି । ଦୋଳମୁଣ୍ତାଇ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଢ˚ଗରେ ଅଳଙ୍କାର ଦୋକାନରୁ ଲୁଟ୍‌ ଘଟଣା ସାଧାରଣ ଲୋକଙ୍କୁ ଚକିତ କରିଛି ।

from Kanak News
via <a href="https://ifttt.com/?

ଆଜିଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଚେନ୍ନାଇରେ ଖେଳାଯିବ ପ୍ରଥମ ମ୍ୟାଚ୍, କରୋନା କଟକଣା ପରେ ପ୍ରଥମ ଥର ନିଜ ମାଟିରେ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । କରୋନା ପରେ ପରେ ଘରୋଇ ମାଟିରେ ପ୍ରଥମ କ୍ରିକେଟ୍ ଖେଳିବ ଟିମ୍ ଇଣ୍ଡିଆ । କୋଭିଡ୍ କଟକଣା ପରେ ଦେଶରେ ଖେଳା ହେବାକୁ ଥିବା ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ୍ ମୁକାବିଲା ହେବ ।

ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଭାରତୀୟ ଦଳ ପୁରା ଆତ୍ମବିଶ୍ୱାସ ସହିତ ରହିଛି । ଅଧିନାୟକ ବିରାଟ କୋହଲି ଦଳକୁ ଫେରିଥିବାରୁ ଦଳ ଅଧିକ ମଜଭୂତ ହୋଇଛି । ଇଂଲଣ୍ଡ ଏହି ଗସ୍ତରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ । ବିଶ୍ୱକପ୍ ବିଜେତା ଇଂଲଣ୍ଡ ସହ ଭାରତର କଡା ଟକ୍କର ହେବ ବୋଲି କୁହାଯାଉଛି । ଇଂଲଣ୍ଡ ଭାରତର ଏହି ଗସ୍ତ ଅବସରରେ ୫ଟି ଟି-୨୦ ମ୍ୟାଚ୍ ଓ ୩ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳାଯିବ ।

from Kanak News
via <a href="https://ifttt.com/?

ପୁଣି ଘାରିଲା ମାଓବାଦୀ ଭୟ : ଜୀବନ ବଂଚାଇବାକୁ ଯାଇ ଭିଟାମାଟି ଛାଡିଲେ ଚିତ୍ରକୋଣ୍ଡା ଅଂଚଳର ୮୫ ପରିବାର, ରାଜୁଲକୋଣ୍ଡାରେ ନେଇଛନ୍ତି ଆଶ୍ରୟ

କନକ ବ୍ୟୁରୋ : ପୁଣି ଘରିଲା ମାଓବାଦୀଙ୍କ ଭୟ । ଫଳରେ ସ୍ୱାଭିମାନ ଅଂଚଳର ୮୫ ପରିବାର ଭିଟାମାଟି ଛାଡିଛନ୍ତି । ଦୁଇ ଦିନ ହେଲାଣି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ଥିବା ସରକାରୀ ଫଳ ବଗିଚା ନିକଟରେ ରହୁଛନ୍ତି । ସେମାନଙ୍କ କହିବା ଅନୁସାରେ, ତାଙ୍କ ଉପରେ ସବୁ ବେଳେ ମାଓବାଦୀଙ୍କ ଚାପ ଓ ଭୟ ରହୁଛି । ଏହା ସେମାନଙ୍କ ଜୀବନକୁ କଷ୍ଟକର କରିଦେଉଛି । ତେଣୁ ସେମାନେ ନିଜ ଜୀବନ ଜିଇଁବା ପାଇ ଭିଟାମାଟି ଛାଡିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏମାନେ ସମସ୍ତେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡାମ୍ବ, ପନସପୁଟ୍, ଅଣ୍ଡରାପାଲି ଓ ନାକାମାମୁଡି ପଂଚାୟତ ବାସିନ୍ଦା । ଏବେ ଏମାନଙ୍କ ସହ ପ୍ରଶାସନ ଆଲୋଚନା କରି ପଦକ୍ଷେପ ନେବାକୁ ଦାବି ହେଉଛି ।

ସ୍ବାଭିମାନ ଅଞ୍ଚଳରେ ଚାଲିଛି ଶକ୍ତି ପ୍ରଦର୍ଶନ । ସୁରକ୍ଷା କର୍ମୀ ଏହି ଅଞ୍ଚଳକୁ ଘେରିବା ପରେ ପଛଘୁଞ୍ଚା ଦେଇଥିଲେ ନକ୍ସଲ । ତଥାପି ମଝିରେ ମଝିରେ ଆସି ନକ୍ସଲ ଏଠାରେ ଲୋକଙ୍କୁ ବଳପୂର୍ବକ ସମର୍ଥନ ଦେବାକୁ ଧମକାଉଛନ୍ତି । ଏପରିକି ଗାଁ ଛାଡ଼ି ବାହାରକୁ ଯିବା ପାଇଁ ନକ୍ସଲ ବାରଣ କରିଛନ୍ତି । ଏମିତିସ୍ଥିତିରେ ଆତଙ୍କର ବାତାବରଣ ମଧ୍ୟରେ ରହିଛନ୍ତି ଲୋକ । ଏମିତି ଆତଙ୍କିତ ଅବସ୍ଥାରେ ଆଉ ନ ରହିବାକୁ ନିଷ୍ପତ୍ତି ନେଇ ୭ଟି ପଞ୍ଚାୟତର ୮୫ ପରିବାର ଗ୍ରାମ ଛାଡ଼ିଛନ୍ତି । ଯଡ଼ାମ୍ବ ପଞ୍ଚାୟତର ତାରାବେଡ଼ା, ବିହନଗୁଡ଼ି, ପୁଡ଼ଖାଲ, ଦୋରାଗୁଡ଼ା, ପୂଜାରୀଗୁଡ଼ା, ଖଜୁରିଗୁଡ଼ା, ତାଡ଼ିଗୁଡ଼ା, ମାଟିଖାଲ, ଡୋଲିଆମ୍ବ, ଡାଲଗୁଡ଼ା, ପାଲସପଦର, ତାଡ଼ପଦର ଗ୍ରାମର ପ୍ରାୟ ୬୭ ପରିବାର ଗାଁ ଛାଡ଼ିଛନ୍ତି ।

ସେହିପରି ପଣସପୁଟ ପଞ୍ଚାୟତର ଡଙ୍ଗାପଦର, ବେଜିଂ, ବଡ଼ପୁଟ, ମୁତାଆମ୍ବ ଗାଁର ୮ ପରିବାର ସୁରକ୍ଷିତ ଆଶ୍ରୟ ଖୋଜୁଛନ୍ତି । ବଡ଼ପଦର ପଞ୍ଚାୟତର ୪ ପରିବାର, ଅଣ୍ଡ୍ରାପାଲୀ ପଞ୍ଚାୟତର ୭ ପରିବାର, ବଡ଼ପଡ଼ା ପଞ୍ଚାୟତର ୪ ପରିବାର, ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ଗୋଣ୍ଡିଆପଡ଼ା ଗ୍ରାମର ୪ ପରିବାର ଏବଂ ଡୁମୁରିପୁଟ ଗ୍ରାମର ୨ ପରିବାର ବି ଚିତ୍ରକୋଣ୍ଡା ନିକଟସ୍ଥ ରାଜୁଲକୋଣ୍ଡାରେ ଆଶ୍ରୟ ନେଇଛନ୍ତି । ତେବେ ଯଡ଼ାମ୍ବ ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ ପରିବାର ଏକକାଳୀନ ଗାଁ ଛାଡ଼ିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଅଞ୍ଚଳ ପୂର୍ବରୁ ସଂପୂର୍ଣ୍ଣ ନକ୍ସଲଙ୍କ ଦଖଲରେ ରହିଥିଲା ।

ତେବେ କିଛିଦିନ ତଳେ ପୂରା ପଞ୍ଚାୟତକୁ ଅକ୍ତିଆରକୁ ନେଇଥିଲେ ସୁରକ୍ଷା କର୍ମୀ । ଏହି ଅଞ୍ଚଳରେ ବିଏସ୍‌ଏଫ କ୍ୟାମ୍ପ ପ୍ରତିଷ୍ଠା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତଥାପି ଲୋକେ ଗାଁ ଛାଡ଼ି ଏବେ ସୁରକ୍ଷା ଖୋଜୁଛନ୍ତି । ଏହି ଗ୍ରାମର ଲୋକ ପୁଲିସକୁ ସମର୍ଥନ କରିବା ସହ ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ ପାଇଁ ପ୍ରଶାସନକୁ ସମର୍ଥନ କରିବାରୁ ନକ୍ସଲଙ୍କ ଟାର୍ଗେଟରେ ରହିଥିବା କୁହାଯାଉଛି । ଏପରିକି ଅଞ୍ଚଳର ଜଣେ ବି ନିରୀହ ଲୋକ ଆକ୍ରୋଶର ଶିକାର ନ ହୁଅନ୍ତୁ ବୋଲି ନିଷ୍ପତ୍ତି ନେଇ ଅଞ୍ଚଳବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ୱାରେଂଟିକୁ ଗିରଫ କରିବାକୁ ଯାଇଥିବା ବେଳେ ପାରାଦୀପଗଡରେ ତୁମୁଳ କାଣ୍ଡ : ପୁଲିସକୁ ଆକ୍ରମଣ, ମାଡମାରି ଭ୍ୟାନରୁ ଆସାମୀକୁ ଛଡେଇ ନେଲେ ଗାଁ ଲୋକ

କନକ ବ୍ୟୁରୋ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ । ପାରାଦୀପଗଡ ଗ୍ରାମ ଦଳେଇ ସାହିରେ ଜଣେ ୱାରେଂଟିକୁ ଧରିବାକୁ ଯାଇଥିବା ଅଭୟଚାନ୍ଦପୁର ପୁଲିସ ଉପରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଏହାପରେ ଥାନା ଗାଡିରୁ ୱାରେଂଟିକୁ ଗାଁ ଲୋକେ ଟାଣି ନେଇଯାଇଛନ୍ତି । ଉତ୍ୟକ୍ତ ଗାଁ ଲୋକଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ପାରାଦୀପ ଗଡ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାଁରେ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ରହିଥିଲା । ଦୀର୍ଘ ଦିନ ହେଲା ସେ ଫେରାର ଥିଲା ।

ତେବେ ତ୍ରିନାଥ ଗାଁକୁ ଫେରିଥିବା ଖବର ପାଇ ପୁଲିସ ଗାଁରେ ପହଂଚି କ୍ଲବ ନିକଟରୁ ତାକୁ ଗିରଫ କରି ଗାଡିରେ ବସାଇଥିଲେ । ହେଲେ ଏହି ସମୟରେ ହଠାତ୍ ଗାଁର କିଛି ଯୁବକ ପୁଲିସ ଉପରେ ଅତିର୍କିତ ଆକ୍ରମଣ କରି ଆସାମୀ ତ୍ରିନାଥକୁ ଛଡାଇ ନେଇଛନ୍ତି । ଗାଁ ଲୋକଙ୍କ ଆକ୍ରମଣରେ ଏସଆଇ ଆଶୁତୋଷ ହୋତା ଆହତ ହୋଇ ଅଠକବାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ଖବର ପାଇ ପାରାଦୀପ ଏସପିଙ୍କ ସହ ପାରାଦୀପ ଥାନା ଆଇଆଇସିଙ୍କ ସହ ଏକ ପ୍ଲାଟୁନ ଫୋର୍ସ ଗାଁରେ ପହଂଚି ପୁରା ଗାଁକୁ ସିଲ କରିଛନ୍ତି । ସେପଟେ ଆଇନକୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରାଦୀପ ଏସପି କହିଛନ୍ତି ।

from Kanak News
via <a href="https://ifttt.com/?

ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡକୁ ନା : ମାଘ ସପ୍ତମୀ ମେଳା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି; ମେଳା ପରିସରରେ ଲାଗୁ ହେବ ୧୪୪ ଧାରା

କନକ ବ୍ୟୁରୋ : ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ହେବ ଚନ୍ଦ୍ରଭାଗା ମାଘମେଳା । ପ୍ରଥମଥର ପାଇଁ ମାଘସପ୍ତମୀ ବୁଡ଼ରେ ଶ୍ରଦ୍ଧାଳୁଙ୍କ ସମାଗମ ହେବନାହିଁ । ଏହି ପୁରାଣ ପ୍ରସିଦ୍ଧ ଉତ୍ସବକୁ ଚଳିତବର୍ଷ ମାତ୍ର ୫ ଶହ ଲୋକଙ୍କ ସମାଗମ ହେବ । ମାଘମେଳା ପାଇଁ ଷଷ୍ଠୀ ଅପରାହ୍ଣରୁ ସପ୍ତମୀ ମଧ୍ୟାହ୍ନ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରିଣୀ ସନ୍ନିକଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ଚନ୍ଦ୍ରଭାଗା ମାଘମେଳା ପାଇଁ ଆଜି ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଚଳିତ ମାସ ୧୮ ତାରିଖ ଅପରାହ୍ଣରୁ ୧୯ ଅପରାହ୍ଣ ପର୍ଯ୍ୟନ୍ତ ଏହି ପୁରାଣପ୍ରସିଦ୍ଧ ଉତ୍ସବ ଅନୁଷ୍ଠିତ ହେବ । ତେବେ ସବୁବର୍ଷ ଭଳି ଠାକୁରଙ୍କ ନୀତିକାନ୍ତି ହେବା ସହିତ ସଂକୀର୍ତ୍ତନ ସମାରୋହରେ ତିନି ଠାକୁରଙ୍କୁ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ପରିସରରେ ଥିବା ମଣ୍ଡପକୁ ବିଜେ କରାଯିବ । ତିନି ଠାକୁରଙ୍କ ସହିତ ସେବାୟତ, ପୁଲିସ ପ୍ରଶାସନର ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯିବାଲାଗି ଅନୁମତି ମିଳିବ । ତେବେ ଯେଉଁମାନଙ୍କୁ ପ୍ରବେଶ ଅନୁମତି ମିଳିବ ସେମାନଙ୍କ ପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି ।

from Kanak News
via <a href="https://ifttt.com/?

କୋଟିଆ ଉପରେ ଆନ୍ଧ୍ରର ଆଖି ବିବାଦ ତେଜୁଥିବା ବେଳେ ବଦଳିଲେ କୋରାପୁଟ୍ ଜିଲ୍ଲାପାଳ : ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ମହମ୍ମଦ ଅବଦାଲ ଅଖତାର

କନକ ବ୍ୟୁରୋ : କୋଟିଆକୁ ନେଇ ବିବାଦ ଚାଲିଥିବା ବେଳେ ବଦଳିଛନ୍ତି କୋରାପୁଟର ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିପରି ମଧୁସୂଦନ ମିଶ୍ରଙ୍କ ସ୍ଥାନରେ କୋରାପୁଟର ନୂଆ ଜିଲ୍ଲାପାଳ ହୋଇଛନ୍ତି କଟକ ଡିଆରଡିଏରେ ପିଡି ଥିବା ମହମ୍ମଦ ଅବଦାଲ ଅଖତାର । ହଠାତ୍ କୋରାପୁଟ ଜିଲ୍ଲାପାଳଙ୍କ ବଦଳି କରାଗଲା, ସେନେଇ ସରକାର ସ୍ପଷ୍ଟ କରିନାହାନ୍ତି । ତେବେ କୋଟିଆରେ ପଂଚାୟତସ୍ତରୀୟ ନିର୍ବାଚନ ପାଇଁ ଆନ୍ଧ୍ରର ବିଜ୍ଞପ୍ତି ଓ ନାମାଙ୍କନ ଦାଖଲର ଖବର ଭିତରେ ଜିଲ୍ଲାପାଳଙ୍କ ବଦଳି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆନ୍ଧ୍ର-ଓଡିଶା ସୀମାନ୍ତର କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ନାମାଙ୍କନ ଦାଖଲ କରିଛନ୍ତି ୧୫ ଜଣ । ୩ ଜଣ ସରପଂଚ ପ୍ରାର୍ଥୀ ଓ ୧୦ ଜଣ ୱାର୍ଡ ମେମମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିବାଦୀୟ ଫଗୁଣ ସିମେରି ଓ ପଟୁସିମେରି ଗାଁରୁ ଜଣେ ଲେଖାଏଁ ସରପଂଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି କାହିଁକି ଓଡିଶା ଉପରେ ଆଖି । ଏସବୁ ପ୍ରଶ୍ନର ଉତର ଆସିଛି । ପ୍ରକୃତରେ ସେହି ଅଂଚଳରେ ଥିବା ମୁଲ୍ୟବାନ ଖଣିଜ ପଦାର୍ଥ ଉପରେ ଆନ୍ଧ୍ରର ନଜର ରହିଛି । ପୂର୍ବତନ ଜିଲ୍ଲାପାଳ ଏବଂ ବରିଷ୍ଠ ରାଜନେତାମାନେ କହିଛନ୍ତି, ସେହିଅଂଚଳରେ ବକ୍ସାଇଟ ଓ ହିରାପଥରର ଖଣି ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started